ରାୟଗଡା

୭ରେ ପଡ଼ିଆ ବ୍ଲକରୁ ଶିକ୍ଷା ବିକାଶ ପରିବର୍ତ୍ତନ ଯାତ୍ରା ଆରମ୍ଭ

୭ରେ ପଡ଼ିଆ ବ୍ଲକରୁ ଶିକ୍ଷା ବିକାଶ ପରିବର୍ତ୍ତନ ଯାତ୍ରା ଆରମ୍ଭ

ମାଲକାନଗିରି, ୫।୧(ଡି.ଏନ୍‌.ଏ)-ମାଲକାନଗିରି ଜିଲାରେ ଶିକ୍ଷା ବିକାଶ ପରିବର୍ତ୍ତନ ଯାତ୍ରା ସଫଳ ରୂପାୟନ ନେଇ ଶନିବାର ମାଲକାନଗିରି ମହାବିଦ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆବାହକ ଦୁର୍ଗାପ୍ରସାଦ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ। ଆସନ୍ତା ୭ତାରିଖରେ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ସାବେରୀ ନଦୀକୂଳସ୍ଥ ପଡ଼ିଆ ବ୍ଲକ ସଦରମହକୁମାଠାରୁ ଏହି ଯାତ୍ରାର ଶୁଭାରମ୍ଭ ନେଇ ଆଲୋଚନା କରାଯାଇଥିଲା। 

‘ମାଲ୍ୟବନ୍ତ’ ପାଇଁ ମୁଖ୍ୟ ମଣ୍ଡପରେ ଭୂମି ପୂଜନ

‘ମାଲ୍ୟବନ୍ତ’ ପାଇଁ ମୁଖ୍ୟ ମଣ୍ଡପରେ ଭୂମି ପୂଜନ

ମାଲକାନଗିରି, ୫।୧(ଡି.ଏନ୍‌.ଏ.)-ମାଲକାନଗିରି ଜିଲାର ଗଣପର୍ବ ମାଲ୍ୟବନ୍ତ ମହୋତ୍ସବର ଶନିବାର ଶୁଭାରମ୍ଭ ହୋଇଛି। ମାଲକାନଗିରି ସହରସ୍ଥ ଦଣ୍ଡକାରଣ୍ୟ ଖେଳପଡିଆ ମୁଖ୍ୟ ମଣ୍ଡପରେ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ରାମେଶ୍ୱର ପ୍ରଧାନ ପୂର୍ବାହ୍ନରେ ପୂଜା ମଣ୍ଡପରେ ପୂଜାର୍ଚ୍ଚନା କରିଥିଲେ। ପଣ୍ଡିତ ମଣ୍ଡପରେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତ ରଖାଯାଇ ବିଧିବିଧାନ ଅନୁସାରେ ଭୂମିପୂଜା କରାଯାଇଥିଲା।

ଦୁର୍ଗୀରେ ମିଳୁନି ବିଏସ୍‌ଏନ୍‌ଏଲ୍‌ ୩ଜି ସେବା

ରାୟଗଡା ଅଫିସ,  ୫।୧

ରାୟଗଡା ଜିଲା ବିଷମକଟକ ବ୍ଲକ ଦୁର୍ଗୀରେ ବିଏସ୍‌ଏନ୍‌ଏଲ୍‌ ୩ଜି ସେବା ଲୋକମାନେ ପାଇ ପାରୁନାହାନ୍ତି। ଏଠାରେ ୩ଜି ଇନ୍‌ଷ୍ଟାଲେସନ୍‌କୁ ପ୍ରାୟ ଏକ ମାସରୁ ଅଧିକ ସମୟ ବିତିଗଲାଣି। 

ଜାତୀୟ କରାଟେ ପ୍ରତିଯୋଗିତା: ଜିଲା ପାଇଁ ସୁନାମ ଆଣିଲେ ୭ ପ୍ରତିଯୋଗୀ

ଜାତୀୟ କରାଟେ ପ୍ରତିଯୋଗିତା: ଜିଲା ପାଇଁ ସୁନାମ ଆଣିଲେ ୭ ପ୍ରତିଯୋଗୀ

ନବରଙ୍ଗପୁର,୫ା୧(ବି.ପ୍ର.)- ଜାତୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଶା ଦଳ ୨୬ଟି ପଦକ ହାସଲ କରିଛି। ଉକ୍ତ ପ୍ରତିଯୋଗିତାରେ ନବରଙ୍ଗପୁର ଜିଲା କରାଟେ ଦଳର ୭ ଜଣ ପ୍ରତିଯୋଗୀ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରି ଜିଲା ତଥା ରାଜ୍ୟର ଗୌର ବଢ଼ାଇଛନ୍ତି। 

ଡ୍ରାଇଭର, ହେଲପରଙ୍କୁ ମାଡ଼ମାରି ଲୁଟ୍‌

ଡ୍ରାଇଭର, ହେଲପରଙ୍କୁ ମାଡ଼ମାରି ଲୁଟ୍‌

ନବରଙ୍ଗପୁର,୪।୧(ବି.ପ୍ର.)-ବିଳମ୍ବିତ ରାତିରେ ଦୁଇଟି ମକା ବୋଝେଇ ଟ୍ରକ୍‌ ଡ୍ରାଇଭର ଓ ହେଲପରଙ୍କୁ ଦୁର୍ବୃତ୍ତ ମାଡମାରି ଟଙ୍କା ଏବଂ ମୋବାଇଲ ଲୁଟି ନେଇଥିବା ନବରଙ୍ଗପୁର ଥାନାରେ  ଅଭିଯୋଗ ହୋଇଛି ।  

କଲଭର୍ଟ ତଳକୁ ଖସିଲା ଅଟୋ: ଜଣେ ମୃତ, ୬ ଗୁରୁତର

କଲଭର୍ଟ ତଳକୁ ଖସିଲା ଅଟୋ: ଜଣେ ମୃତ, ୬ ଗୁରୁତର

ଚନ୍ଦାହାଣ୍ଡି,୪।୧(ଡି.ଏନ୍‌.ଏ.)- ଶୁକ୍ରବାର ଚନ୍ଦାହାଣ୍ଡି ବ୍ଲକ୍‌ କୁହୁଡ଼ି ପଞ୍ଚାୟତ ମଥୁରାପଡ଼ାର କଲଭର୍ଟରେ ଭାରସାମ୍ୟ ହରାଇ ଏକ ଅଟୋ ତଳକୁ ଖସିପଡ଼ିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି।

ଜୟପୁର ଶୋଭା ବଢ଼ାଉଛନ୍ତି ବହିରାଗତ ପକ୍ଷୀ:    ପର୍ଯ୍ୟଟନ ଋତୁରେ ନାନା  ପ୍ରଜାତିର ପକ୍ଷୀଙ୍କ ଆସର

ଜୟପୁର ଶୋଭା ବଢ଼ାଉଛନ୍ତି ବହିରାଗତ ପକ୍ଷୀ: ପର୍ଯ୍ୟଟନ ଋତୁରେ ନାନା ପ୍ରଜାତିର ପକ୍ଷୀଙ୍କ ଆସର

ଜୟପୁର,୪।୧(ନି.ପ୍ର.): ଶୀତଦିନରେ ଏବେ ସ୍ଥାନୀୟ ଓ ରାଜ୍ୟ ବାହାରର ପକ୍ଷୀଙ୍କ କଳରବରେ ମୁଖରିତ ହେଉଛି ଜୟପୁର ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ଜଳାଶୟ। ସେମାନଙ୍କ ଉପସ୍ଥିତି ଜଳାଶୟ ଥିବା ସ୍ଥାନଗୁଡ଼ିକୁ ପର୍ଯ୍ୟଟନ ମାନଚିତ୍ରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଭାବେ ପରିଚୟ ଦେଇଛି। ଏହି କାରଣରୁ ସେଠାରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି।

ବର୍ଷେହେଲା ଶିକୁଳିରେ ବନ୍ଧା ପଡ଼ିଛନ୍ତି ଲଛମା

ବର୍ଷେହେଲା ଶିକୁଳିରେ ବନ୍ଧା ପଡ଼ିଛନ୍ତି ଲଛମା

କୋରାପୁଟ,୪।୧(ସ୍ବ.ପ୍ର.)- ବେଳେବେଳେ ମାନସିକ ବିକୃତି ଯୋଗୁ ଲଛମା ଘର ଛାଡ଼ି କେଉଁଆଡ଼େ ପଳାଉଥିଲେ। ଏଥିପାଇଁ ତାଙ୍କ ଗୋଡ଼ରେ ବାନ୍ଧି ଦିଆଗଲା ଲୁହା ଶିକୁଳି। ବର୍ଷେ ହେଲା ସେ ସେହିଭଳି ବନ୍ଧାହୋଇ ଦିନବେଳେ ଏଣେତେଣେ ବୁଲୁଛନ୍ତି, ରାତିରେ ଘରକୁ ଫେରୁଛନ୍ତି। 

ପାନୀୟ ଜଳ ସଙ୍କଟ: ଝଞ୍ଜାବତୀ ନଦୀ ହିଁ ଭରସା

ପାନୀୟ ଜଳ ସଙ୍କଟ: ଝଞ୍ଜାବତୀ ନଦୀ ହିଁ ଭରସା

ରାୟଗଡା ଅଫିସ,୪।୧ ଗ୍ରାମରେ  ୩ଟି ନଳକୂପ ରହିଛି ସତ। ହେଲେ ତାହା କାମରେ ଲାଗୁନି । ତେଣୁ ବାଧ୍ୟ ହୋଇ ଲୋକେ ନଦୀ ଜଳ ବ୍ୟବହାର କରୁଛନ୍ତି । ନଦୀର ଦୂଷିତ ଜଳ ବ୍ୟବହାର କରି  ବିଭିନ୍ନ ରୋଗରେ ଆକ୍ରାନ୍ତ ମଧ୍ୟ ହେଉଛନ୍ତି। ହେଲେ ଏଥିପ୍ରତି କାହାର ନିଘା ନାହିଁ । ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ସେମାନଙ୍କ ଦୁଃଖ ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଦୀର୍ଘ ବର୍ଷ ହେଲା ଏପରି କଷ୍ଟ ଭୋଗି ଚାଲିଛନ୍ତି ରାୟଗଡା ଜିଲାର ସଦର ବ୍ଲକଠାରୁ ମାତ୍ର ୮କିଲୋମିଟର ଦୂର  ୩୨୬ନମ୍ବର ଜାତୀୟ ରାଜପଥ କଡରେ ରହିଥିବା ଜାପାଖାଲ ଗ୍ରାମର ଲୋକେ। 

୨୨ ଗାଡ଼ିରୁ ଜରିମାନା ଆଦାୟ

୨୨ ଗାଡ଼ିରୁ ଜରିମାନା ଆଦାୟ

କାଶୀନଗର,୪।୧(ଡି.ଏନ.ଏ.): ଗଜପତି ଜିଲା କାଶୀନଗର ବ୍ଲକ କଇଠପଦର ଗ୍ରାମ ନିକଟରେ  ପୋଲିସ ପକ୍ଷରୁ ଯାନବାହନ ଯାଞ୍ଚ କରାଯାଇଥିଲା। ଥାନାଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ସେକେଣ୍ଡ ଅଫିସର ରଞ୍ଜିତ କୁମାର ମୁନି, ଏସ୍‌ଆଇ ଲକ୍ଷ୍ମୀନାରାୟଣ ବେହେରା ସଦଳବଳ ଉପସ୍ଥିତ ରହି ବିଭିନ୍ନ ଗାଡ଼ି ଯାଞ୍ଚ କରିଥିଲେ।

ଖୋଲୁନି କାର୍ଯ୍ୟାଳୟ, ଆସୁନାହାନ୍ତି ଅଧିକାରୀ

ଖୋଲୁନି କାର୍ଯ୍ୟାଳୟ, ଆସୁନାହାନ୍ତି ଅଧିକାରୀ

ଡାବୁଗାଁ,୩।୧(ଡି.ଏନ.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ-ପାପଡାହାଣ୍ଡି ରାଜ୍ୟ ରାଜପଥ- ୩୯ର ମହେନ୍ଦ୍ରୀ ଛକ ଠାରୁ ବାରିଗୁଡା ଛକ ମଧ୍ୟରେ ପ୍ରାୟ ୨କିମି ହେବ ରାସ୍ତା ଫାଟି ନଷ୍ଟ ହୋଇଯାଇଥିଲା । ଗତ ସେପ୍ଟେମ୍ବର ମାସରେ ଉକ୍ତ ସ୍ଥାନକୁ ଡାବୁଗାଁ ପୂର୍ତ୍ତ ବିଭାଗ ପକ୍ଷରୁ ମରାମତି କରାଯାଇଥିଲା ।

 ମଧ୍ୟାହ୍ନ ଭୋଜନରେ ବିଷାକ୍ତ ଖାଦ୍ୟ ଘଟଣା:  କ୍ଷତିପୂରଣକୁ ନେଇ ମୁଖ୍ୟ ଶାସନ ସଚିବଙ୍କୁ ମାନବାଧିକାର କମିଶନଙ୍କ ନୋଟିସ

ମଧ୍ୟାହ୍ନ ଭୋଜନରେ ବିଷାକ୍ତ ଖାଦ୍ୟ ଘଟଣା: କ୍ଷତିପୂରଣକୁ ନେଇ ମୁଖ୍ୟ ଶାସନ ସଚିବଙ୍କୁ ମାନବାଧିକାର କମିଶନଙ୍କ ନୋଟିସ

ନବରଙ୍ଗପୁର,୪।୧(ବି.ପ୍ର.)-ନବରଙ୍ଗପୁର ଆଶିଷ ଭବନ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ  ଛାତ୍ରୀଛାତ୍ରଙ୍କୁ ବିଷାକ୍ତ ଖାଦ୍ୟ ଦେବା ମାମଲାରେ ଜାତୀୟ ମାନବାଧିକାର କମିଶନ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ  ନୋଟିସ ଜାରି କରିଛନ୍ତି। ୨୦୧୪ ଜୁଲାଇ ୫ ତାରିଖରେ  ଉକ୍ତ ବିଦ୍ୟାଳୟର ଛାତ୍ରୀ ଜରିନା ହରିଜନ ସମେତ  ୬ ଛାତ୍ରୀଛାତ୍ର ବିଷାକ୍ତ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇଥିଲେ । 

ଶାଗମାଛ ଦରରେ ଆନ୍ଧ୍ରକୁ ଯାଉଛି ଓଡ଼ିଶା କପା

ଶାଗମାଛ ଦରରେ ଆନ୍ଧ୍ରକୁ ଯାଉଛି ଓଡ଼ିଶା କପା

ପାରଳାଖେମୁଣ୍ଡି, ୪।୧(ସ୍ବ.ପ୍ର.)- ଗତ ତିତ୍‌ଲି ବାତ୍ୟାରେ କପା ଖେତ ଉଜୁଡ଼ି ଯାଇଥିଲା। ବାତ୍ୟାରୁ ଯେଉଁ କିଛି ଫସଲ ବର୍ତ୍ତିଯାଇଥିଲା ତାହାକୁ ଏବେ ଅମଳ କରିଛି ଚାଷୀ।

ଦେଶୀ ଡଙ୍ଗା ଦୁର୍ଘଟଣା: ୬ ବର୍ଷରେ ଗଲାଣି ୧୬ ଜୀବନ

ମାଲକାନଗିରି, ୪।୧(ଡି.ଏନ୍‌.ଏ.)-ମାଲକାନଗିରି ଜିଲାର ଅଧିକାଂଶ ଅଞ୍ଚଳର ଲୋକ ଏବେବି ଯାତାୟତ ପାଇଁ  ଦେଶୀ ଡଙ୍ଗା ଉପରେ ନିର୍ଭର କରୁଛନ୍ତି।

ବିଦ୍ୟୁତ ସଂସ୍ପର୍ଶରେ ଆସି ଟେକ୍ନିସିଆନଙ୍କ ମୃତ୍ୟୁ

ବିଦ୍ୟୁତ ସଂସ୍ପର୍ଶରେ ଆସି ଟେକ୍ନିସିଆନଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି, ୩ା୧(ସ୍ବ.ପ୍ର.)-ଗଜପତି ଜିଲା ପାରଳାଖେମୁଣ୍ଡି ସହରସ୍ଥ ସିଙ୍କିସାହିର ଜଣେ ଟେକ୍ନିସିଆନ ଗୁରୁବାର ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ସେ ହେଲେ ସିଙ୍କିସାହିସ୍ଥିତ ହନୁମାନ କମ୍ପ୍ୟୁଟର ସର୍ଭିସ ସେଣ୍ଟରର ମାଲିକ ଜି. ଅଶୋକ କୁମାର(୨୭)।

ସୀମାନ୍ତରେ ମାଓବାଦୀ ହିଂସା: ରାସ୍ତା କାମକୁ ବିରୋଧ କରି ପୋଡ଼ିଲେ ଡ୍ରୋଜର

ସୀମାନ୍ତରେ ମାଓବାଦୀ ହିଂସା: ରାସ୍ତା କାମକୁ ବିରୋଧ କରି ପୋଡ଼ିଲେ ଡ୍ରୋଜର

ମାଲକାନଗିରି, ୩।୧(ଡି.ଏନ୍‌.ଏ.): ସୀମାନ୍ତ ଛତିଶଗଡ଼ ସୁକୁମା ଜିଲାରେ ମାଓବାଦୀମାନେ ରାସ୍ତା କାମକୁ ବିରୋଧ କରି ଗୁରୁବାର ଏକ ଡ୍ରୋଜର ପୋଡି ଦେଇଛନ୍ତି। ଖବରପାଇ ପୋଲିସ ଘଟଣାସ୍ଥଳରେ ସେଠାରେ ପହଞ୍ଚି କୋମ୍ବିଂ ଅପରେଶନ ଜୋରଦାର ଚଳାଇଥିବା ସୂଚନା ମିଳିଛି। ପ୍ରକାଶ ଯେ, ସୁକ୍‌ମା ଜିଲାର ଦରମାନଠାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା କାମ ଚାଲିଥିଲା। ଗୁରୁବାର ସକାଳୁ ପ୍ରାୟ ୧୫ରୁ ୨୦ ମାଓବାଦୀ ସେଠାରେ ପହଞ୍ଚି  ରାସ୍ତା କାମରେ ନିୟୋଜିତ  ଏକ ଡ୍ରୋଜରକୁ ଜାଳି ଦେଇଥିଲେ। 

ମାଲକାନଗିରିରେ ଆରମ୍ଭ ହେଲା ପକ୍ଷୀଗଣନା : ସତୀଗୁଡା, ମାଥିଲି ଜଳଭଣ୍ଡାରରେ ୩୫୯୯  ପକ୍ଷୀ

ମାଲକାନଗିରିରେ ଆରମ୍ଭ ହେଲା ପକ୍ଷୀଗଣନା : ସତୀଗୁଡା, ମାଥିଲି ଜଳଭଣ୍ଡାରରେ ୩୫୯୯ ପକ୍ଷୀ

ମାଲକାନଗିରି, ୩।୧(ଡି.ଏନ୍‌.ଏ.): ମାଲକାନଗିରି ବନାଞ୍ଚଳର ତାଲିମପ୍ରାପ୍ତ କର୍ମଚାରୀମାନେ ଗୁରୁବାର  ସତୀଗୁଡା ଜଳଭଣ୍ଡାରରେ ପକ୍ଷୀ ଗଣନା କରିଛନ୍ତି। ଜଳଭଣ୍ଡାରରେ ଚଳିତବର୍ଷ ଅଦ୍ୟାବଧି ୨୧୧୭ ବିଭିନ୍ନ ପ୍ରଜାତିର ପକ୍ଷୀ ରହିଥିବା ଗଣନାରୁ ସ୍ପଷ୍ଟ ହୋଇଛି। ଗୁରୁବାର ସକାଳ ୬ଟାରେ ସତୀଗୁଡା ଜଳଭଣ୍ଡାରରେ ବନାଞ୍ଚଳ  ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ୱରେ ଚାରୋଟି ଦଳରେ କର୍ମଚାରୀମାନେ ଏହି ଗଣନା କରିଥିଲେ। 

ହିର୍ଲି ପାହାଡକୁ ପର୍ଯ୍ୟଟନର ମାନ୍ୟତା ପାଇଁ ପ୍ରୟାସ

ହିର୍ଲି ପାହାଡକୁ ପର୍ଯ୍ୟଟନର ମାନ୍ୟତା ପାଇଁ ପ୍ରୟାସ

ନବରଙ୍ଗପୁର,୩।୧(ବ.ପ୍ର.)- ସ୍ଥାନୀୟ ହିର୍ଲି ପାହାଡକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇଁ ପ୍ରଶାସନ ପକ୍ଷରୁ ଯେଉଁ ଉଦ୍ୟମ କରାଯାଇଥିଲା ତାହା ସଫଳ ହେବାକୁ ଯାଉଛି । ସରକାରଙ୍କ ପକ୍ଷରୁ ଆସିଥିବା କୋଟିଏ ଟଙ୍କା ଅନୁଦାନରେ ଅନେକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ପର୍ଯ୍ୟଟକ ଯେମିତି ଆକୃଷ୍ଟ ହେବେ ସେଥିପାଇଁ ଜିଲାପାଳ ଅଜିତ କୁମାର ମିଶ୍ର ଉନ୍ନୟନ କାର୍ଯ୍ୟର ତଦାରଖ କରିବା ସହ ଅଧିକାରୀ ଓ ବୈଷୟୀକ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତିି । ଅତିରିକ୍ତ ଜିଲାପାଳ ପରିକ୍ଷିତ ସେଠୀ, ଡିଏଫଓ ରଞ୍ଜିତ କୁମାର ମଲ୍ଲିକ, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ ନାୟକ, ରାସ୍ତା ଓ ଗୃହ ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀ ବିଶ୍ୱଜିତ ମାରାଣ୍ଡି ପ୍ରମୁଖ  ଉନ୍ନୟନ କାର୍ଯ୍ୟ ଗୁଡିକ ଦେଖିବା ସହ କେଉଁ ସ୍ଥାନରେ କ’ଣ ସବୁ କାର୍ଯ୍ୟ କରାଯିବ ତାହା ଆଲୋଚନା କରିଥିଲେ । 

ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ

ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ

ଡାବୁଗାଁ, ୩।୧(ଡ଼ି.ଏନ.ଏ)- ନବରଙ୍ଗପୁର ଜିଲା ଡାବୁଗାଁ ଥାନାର ସିଂଶାରୀ ଫାଣ୍ଡି ଅଧୀନ କାରାଗାଁ ଛକ ନିକଟରେ ବାଇକ୍‌ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ସେ ହେଲେ ବକଡାବେଡା ପଞ୍ଚାୟତ ଅଧୀନ କୁମାବନ୍ଧ ଗ୍ରାମର ଡମ୍ବରୁ ଭତ୍ରା (୩୨) । ଗତ ୧ ତାରିଖ  ସାରେ ସେ ଡୁରକିଗୁଡା ଗ୍ରାମରୁ ବାଇକ୍‌(ଓଡି ୨୪ ସି ୬୫୩୫) ଯୋଗେ ଘରକୁ ଫେରୁଥିଲେ ।

ବରଫ ଆସ୍ତରଣ ପଡ଼ି ୮୦ ଏକର ରବି ଫସଲ ନଷ୍ଟ

ବରଫ ଆସ୍ତରଣ ପଡ଼ି ୮୦ ଏକର ରବି ଫସଲ ନଷ୍ଟ

ସେମିଳିଗୁଡ଼ା,୩।୧(ସ୍ବ.ପ୍ର.)- ସେମିଳିଗୁଡ଼ା ବ୍ଲକ୍‌ ଅଲିଗାଁ ଗ୍ରାମରେ ବରଫ ଆସ୍ତରଣ ପଡ଼ି ଫୁଲ ଧରିଥିବା ରବି ଫସଲ ନଷ୍ଟ ହୋଇଛି। ପ୍ରାୟ ୮୦ ଏକରରେ ହୋଇଥିବା ବାଇଗଣ, ଆଳୁ, ଟମାଟୋ, ବିନ୍ସ ଗଛପତ୍ର ଏବଂ ଫୁଲରେ ବରଫ ଆସ୍ତରଣ ପଡ଼ି ଝାଉଁଳା ପରି ରୋଗ ହୋଇଛି। ଏନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଖରା ପଡ଼ିଲେ ଗଛଗୁଡ଼ିକ ଝାଉଁଳିବା ସହିତ ଅନେକ ମରି ଯାଉଥିବା ଦେଖିବାକୁ ମିଳୁଛି। 

ମିଳୁନି ପ୍ରମାଣପତ୍ର: ଡ଼ାକ୍ତର ନ ଥିବାରୁ ଫେରିଲେ ୫୦୦ ଦିବ୍ୟାଙ୍ଗ

ମିଳୁନି ପ୍ରମାଣପତ୍ର: ଡ଼ାକ୍ତର ନ ଥିବାରୁ ଫେରିଲେ ୫୦୦ ଦିବ୍ୟାଙ୍ଗ

ରାୟଗଡା ଅଫିସ୍‌, ୩।୧- ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦିବ୍ୟାଙ୍ଗଙ୍କ ପାଇଁ ସର୍ବଦା ବିକାଶର କଥା କହୁଛନ୍ତି । ରାଜ୍ୟ ସରକାର ଏଥିପାଇଁ ଏକ ସ୍ବତନ୍ତ୍ର ବିଭାଗ ମଧ୍ୟ ଖୋଲିଛନ୍ତି । ହେଲେ ସରକାରୀ ବାବୁ ଓ ନେତାଙ୍କ କଥା ସହ କ୍ଷେତ୍ରର କାର୍ଯ୍ୟ ସମ୍ପୂର୍ଣ୍ଣ ଭିନ୍ନ । ଯାହାର ଉଦାହରଣ ଦେଖିବାକୁ ମିଳିଛି ରାୟଗଡା ଜିଲାରେ । ଏହି ଜିଲାର ୨୩୦୦ ଜଣ ଦିବ୍ୟାଙ୍ଗଙ୍କୁ ସେମାନଙ୍କ  ପ୍ରମାଣପତ୍ର ମିଳିପାରୁନାହିଁ । ପ୍ରମାଣପତ୍ର ପ୍ରଦାନର ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡିଥିବାରୁ ସମସ୍ୟା ଭୋଗୁଛନ୍ତି ଦିବ୍ୟାଙ୍ଗମାନେ। ଆଉ ବୁଧବାର ପରୀକ୍ଷା ପାଇଁ ଆସି ଦୀର୍ଘ ସମୟ ଅପେକ୍ଷା କରିବା ପରେ ୫୦୦  ଦିବ୍ୟାଙ୍ଗ  ନିରାଶ ହୋଇ ଫେରିଛନ୍ତି । 

ଦୁର୍ଘଟଣାରେ ଯୁବତୀ ମୃତ

ଦୁର୍ଘଟଣାରେ ଯୁବତୀ ମୃତ

ଜୟପୁର,୩।୧(ଡି.ଏନ୍‌.ଏ.): ଜୟପୁର-ବୋରିଗୁମ୍ମା ରାସ୍ତା ୨୬ ନମ୍ବର ଜାତୀୟ ରାଜପଥ ଉମୁରି ସ୍ଥିତ ଭାରତୀୟ ଖାଦ୍ୟ ନିଗମ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଉମୁରି ଗ୍ରାମର ପ୍ରତିମା ହରିଜନ (୩୦)। ସେ ସ୍ବାମୀ ପରିତ୍ୟକ୍ତା ଥିବାବେଳେ ତାଙ୍କର ମାନସିକ ଅସୁସ୍ଥତା ରହିଥିବା ଜଣାପଡ଼ିଛି। ତେଣୁ ସେ ଗାଁ ଆଖପାଖରେ ବୁଲାବୁଲି କରୁଥିଲେ।   କୌଣସି ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚତ୍ କ୍ଷତିପୂରଣ ଦାବି ନେଇ  ଜାତୀୟ ରାଜପଥ ଅବୋରଧ କରିଥିଲେ।

ପାନୀୟଜଳ ଯୋଗାଣରେ ଅବ୍ୟବସ୍ଥା : ପ୍ରଶାସନର ଦ୍ୱାରସ୍ଥ ହେଲେ ୨ ଓ୍ବାର୍ଡ ବାସିନ୍ଦା

ପାନୀୟଜଳ ଯୋଗାଣରେ ଅବ୍ୟବସ୍ଥା : ପ୍ରଶାସନର ଦ୍ୱାରସ୍ଥ ହେଲେ ୨ ଓ୍ବାର୍ଡ ବାସିନ୍ଦା

ପାରଳାଖେମୁଣ୍ଡି, ୩।୧(ସ୍ବ.ପ୍ର.)-ଗଜପତି ଜିଲା ପାରଳାଖେମୁଣ୍ଡି ପୌରାଞ୍ଚଳ ଅଧୀନ ୧ନମ୍ବର ୱାର୍ଡର ରେଲିପାପୁଡୁ ସାହି ଏବଂ ୧୨ନମ୍ବର ୱାର୍ଡର କଣ୍ଡରାସାହିରେ ପାନୀୟଜଳ ଯୋଗାଣରେ ଅବ୍ୟବସ୍ଥା ଅଭିଯୋଗ ନେଇ ଓ୍ବାର୍ଡବାସିନ୍ଦା ଏକାଠି  ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। 

ପାଉଁଶ ହୋଇଗଲା ୮ ଗଦା ଧାନ

ପାଉଁଶ ହୋଇଗଲା ୮ ଗଦା ଧାନ

ସେମିଳିଗୁଡ଼ା,୩।୧(ସ୍ବ.ପ୍ର.)- ସେମିଳିଗୁଡ଼ା ବ୍ଲକ୍‌ ପାଖଜଲା ପଞ୍ଚାୟତ ଅଲିଗଁା ଗ୍ରାମରେ ୮ଟି ଧାନ ଗଦାରେ ନିଆଁଲାଗି ପୋଡ଼ିଯାଇଛି। ସ୍ଥାନୀୟ ସରପଞ୍ଚ ଖବର ପାଇ ସେମିଳିଗୁଡ଼ା ଅଗ୍ନିଶମ ବିଭାଗରେ ସୂଚନା ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପରେ ସେମିଳିଗୁଡ଼ା ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ  ଆର୍‌ଆଇ ଘଟଣାର ଅନୁଧ୍ୟାନ କରି କ୍ଷୟକ୍ଷତି ଆକଳନ କରିଛନ୍ତି। ବର୍ଷକର ଫସଲ ପାଉଶଁ ହୋଇଯାଇଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇଛନ୍ତି।