ରାୟଗଡା

୨୫ ପର୍ଯ୍ୟନ୍ତ ଗଜପତି ଜିଲାର ସମସ୍ତ କାଜୁ ମିଲ ବନ୍ଦ

୨୫ ପର୍ଯ୍ୟନ୍ତ ଗଜପତି ଜିଲାର ସମସ୍ତ କାଜୁ ମିଲ ବନ୍ଦ

ପାରଳାଖେମୁଣ୍ଡି,୧୨।୭(ସ୍ବ.ପ୍ର.)- ଗଜପତି ଜଲା ସଦରମହକୁମା ପାରଳାଖେମୁଣ୍ଡିଠାରେ ଜିଲା କାଜୁ ମିଲମାଲିକ ସଂଘ ପକ୍ଷରୁ ସମସ୍ତ କାଜୁ ମିଲ୍‌ଗୁଡିକ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କୁହାଯାଇଛି । ଜାତୀୟ ବଜାରରେ କାଜୁ ଦର କମିବାକୁ ଲାଗିଥିବାରୁ ଏହାର ପ୍ରଭାବ କାଜୁ ମିଲଗୁଡିକ ଉପରେ ପଡଛି।

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ପାପଡାହାଣ୍ଡି,୧୨।୭(ଡି.ଏନ.ଏ.)- ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ହାତୀବେଢା ପଞ୍ଚାୟତ ଗୃହରେ ଲ୍ୟାମ୍ପସ ସଭାପତି ସଦାଶିବ ନାୟକଙ୍କ ସଭାପତିତ୍ୱରେ ବୁଧବାର ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ନବରଙ୍ଗପୁର ଜିଲାପରିଷଦ ଅଧ୍ୟକ୍ଷା ପଦବୀ ଅସିଦ୍ଧ  ଘୋଷଣା : ହାଇକୋର୍ଟ ଯିବେ ଅଧ୍ୟକ୍ଷା

ନବରଙ୍ଗପୁର ଜିଲାପରିଷଦ ଅଧ୍ୟକ୍ଷା ପଦବୀ ଅସିଦ୍ଧ ଘୋଷଣା : ହାଇକୋର୍ଟ ଯିବେ ଅଧ୍ୟକ୍ଷା

ନବରଙ୍ଗପୁର,୧୨।୭(ବି.ପ୍ର.)-ନବରଙ୍ଗପୁର ଜିଲାପରିଷଦ ଅଧ୍ୟକ୍ଷା ପଦକୁ ନବରଙ୍ଗପୁର ଜିଲା ଜଜ୍‌ ରାଜେନ୍ଦ୍ର ପାଣିଗ୍ରାହୀ ୭ ତାରିଖରେ ଅସିଦ୍ଧ ଘୋଷଣା କରିଛନ୍ତି । କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଜିଲାପରିଷଦ ଅଧ୍ୟକ୍ଷା ଭଗବତୀ ଭତ୍ରା ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି ଖବରଦାତା ସମ୍ମିଳନୀରେ କହିଛନ୍ତି ।

ଅଗଷ୍ଟ ୩୦ ସୁଦ୍ଧା ଜୟପୁର ବିମାନଘାଟି ହେବ କାର୍ଯ୍ୟକ୍ଷମ

ଅଗଷ୍ଟ ୩୦ ସୁଦ୍ଧା ଜୟପୁର ବିମାନଘାଟି ହେବ କାର୍ଯ୍ୟକ୍ଷମ

ଜୟପୁର,୧୨।୭(ନି.ପ୍ର)-ଆସନ୍ତା ଅଗଷ୍ଟ ୩୦ ତାରିଖ ସୁଦ୍ଧା ଜୟପୁର ବିମାନ ଘାଟି କାର୍ଯ୍ୟକ୍ଷମ ହେବ । ଆନୁସାଙ୍ଗିକ ପରୀକ୍ଷା ନିରିକ୍ଷା ସରିବା କ୍ଷଣି ଏଠାରୁ ଉଡାନ ଯୋଜନାରେ ବିମାନ ଚଳାଚଳ ଆରମ୍ଭ କରିବ । ଏଭଳି ଆଶା ପ୍ରକାଶ ପାଇଛି ବୁଧବାର ଆସିଷ୍ଟାଣ୍ଡ ଜେନେରାଲ ମ୍ୟାନେଜର ସରୋଜ

କଂଗ୍ରେସ ଧାରଣା ଦ୍ୱିତୀୟ ଦିନରେ:ଅସ୍ଥାୟୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା

ମାଲକାନଗିରି,୧୧ା୭(ଡି.ଏନ.ଏ.)- ମାଲକାନଗିରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାରଠାରୁ ମାଲକାନଗିରି ଜିଲା କଂଗ୍ରେସ ପକ୍ଷରୁ ଚାଲିଥିବା ଧାରଣା ବୁଧବାର ଦ୍ୱିତୀୟ ଦିନରେ ପହଞ୍ଚତ୍ଛି। ଧାରଣା ସ୍ଥଳରେ ଏକ ଅସ୍ଥାୟୀ ବିଦ୍ୟାଳୟ ଖୋଲି ପିଲାମାନଙ୍କୁ ଶିକ୍ଷାଦାନ କରାଯାଉଛି।

ନାବାଳିକା ବଳାତ୍କାରୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ନବରଙ୍ଗପୁର,୧୧।୭(ବି.ପ୍ର.)-ନବରଙ୍ଗପୁର ଅତିରିକ୍ତ ଜିଲା ଦୌରାଜଜ୍‌ ଗୌରୀମାଳି ମହାରଣା ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତ ସୁରେନ୍ଦ୍ର ଗୌଡଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଦୁଇ ମାସ କାରାଦଣ୍ଡ ଭୋଗିବେ ବୋଲି ରାୟରେ ଦର୍ଶାଇଛନ୍ତି।

ଅଟୋ ଓଲଟି ୨ ଗୁରୁତର

ଅଟୋ ଓଲଟି ୨ ଗୁରୁତର

ମାଲକାନିରି, ୧୧।୭(ଡି.ଏନ୍‌.ଏ.)- ଖଇରପୁଟ ସାପ୍ତାହିକ ହାଟକୁ ଆସୁଥିବା ବେଳେ ମୁଦଉଲିପଡା ଥାନା ନିକଟରେ ଏକ ଅଟୋ ଓଲଟି ପଡିବାରୁ ଏଥିରେ ଥିବା ୨ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି। ଘଟଣାସ୍ଥଳରେ ମୁଦୁଲିପଡା ପୋଲିସ ପହଞ୍ଚି ଅଟୋଟିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି।

ଗଛକୁ ପିଟିଲା କାର୍‌

ଗଛକୁ ପିଟିଲା କାର୍‌

କାଶୀନଗର, ୧୧।୭(ଡି.ଏନ୍‌.ଏ.)- ଗଜପତି ଜିଲା କାଶୀନଗର ବ୍ଲକ ସୀତାପୁର ପଞ୍ଚାୟତ ମିନିଗାଁ ରାସ୍ତା କଡ଼ରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଏଥିରେ କେହି ମୃତାହତ ହୋଇନାହାନ୍ତି। ବୁଧବାର ରାୟଗଡା ଜିଲା ଗୁଣପୁର ଅଞ୍ଚଳର ଏସ୍‌ ପ୍ରସାଦ ରାଓ ପରିବାର ସହ କାର୍‌ (ଓଡି-୦୨ଭି-୬୬୩୩)ରେ ପାରଳାଖେମୁଣ୍ଡି ଯାଉଥିବା ବେଳେ ମିନିଗାଁ ରାସ୍ତା କଡରେ ଥିବା ଏକ ଗଛକୁ କାର୍‌ଟି ଭାରସମ୍ୟ ହରାଇ ଧକ୍କା ଦେଇଥିଲା। ଖବାପାଇ କାଶୀନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର୍‌ଟିକୁ ଆଣି ଥାାନାରେ ଅଟକ ରଖିଛି।

ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ

ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ

ଗୁଣପୁର,୧୧।୭(ଡି.ଏନ.ଏ): ଆଉ ୪ ଦିନ ରହିଲା ରଥ ଯାତ୍ରା । ଗୁଣପୁର ଜଗନ୍ନାଥ ମନ୍ଦିରରେ ଏବେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି । ଦେବସ୍ନାନ ପରେ ଅଣସର ଗୃହରେ ଶ୍ରୀଜିଉ । ସେପଟେ ପଟ୍ଟି ଦେବତା ରୂପରେ ପୂଜା ପାଉଛନ୍ତି ତିନି ଠାକୁର। ବଳଭଦ୍ର ବାସୁଦେବ, ଶୁଭଦ୍ରା ଭୂବନେଶ୍ୱରୀ ଏବଂ ଜଗନ୍ନାଥ ନାରୟଣ ଅବତାରରେ ପୂଜା ପାଉଛନ୍ତି । ଆସନ୍ତା ଶୁକ୍ରବାର ଶ୍ରୀଜିଉମାନଙ୍କ ନବଯୌବନ ଦର୍ଶନ ହେବ । ଶନିବାର ଘୋଷଯାତ୍ରା ଅନୁଷ୍ଠିତ ହେବ । ବାଲିଯାତ୍ରା ପଡିଆରେ ମୀନାବଜାର ଆୟୋଜିତ ହେବ ।

ରେଳଫାଟକ ଯୋଗୁ ବଢ଼ୁଛି ଟ୍ରାଫିକ୍‌ ସମସ୍ୟା

ରେଳଫାଟକ ଯୋଗୁ ବଢ଼ୁଛି ଟ୍ରାଫିକ୍‌ ସମସ୍ୟା

ମୁନିଗୁଡ଼ା,୧୧।୭(ଡି.ଏନ୍‌.ଏ.) ରେଳ ଫାଟକ ଯୋଗୁ ଦିନକୁ ଦିନ ବଢ଼ିବାରେ ଲାଗିଛି ଟ୍ରାଫିକ୍‌ ସମସ୍ୟା ା ଏହି ରେଳ ଫାଟକରେ ‘ଗେଟ୍‌ ଖୋଲେ କମ୍‌ ପଡେ ଅଧିକ’। ଏହା ହେଉଛି ରାୟଗଡା ଜିଲା ମୁନିଗୁଡାର ଦୃଶ୍ୟ। ଏଠି ରେଳ ଫାଟକ ଦିନକୁ ପ୍ରାୟ ୧୫ରୁ ୨୦ଥର ପଡେ, ଯାହା ଦ୍ୱାରା ଏଠାରେ ଦିନତମାମ ଶତାଧିକ ଭାରିଯାନ ବା ମାଲବୋଝେଇ ଟ୍ରକ୍‌ର ଲମ୍ବା ଧାଡି ଲାଗିଥାଏ। ଫଳରେ ଏଠାରେ ସକାଳୁ ଆରମ୍ଭ ହୋଇଯାଏ ଟ୍ରାଫିକ୍‌ ସମସ୍ୟା। ଟ୍ରାଫିକ୍‌ ଯୋଗୁ ପାଇକ ସାହି, ଷ୍ଟେଶନ, ତିନି କୋଣିଆ ଛକ ଓ ବସ୍‌ ଷ୍ଟାଣ୍ଡ ନିକଟରେ ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ଏଠାରେ ଅଣ୍ଡର ଗ୍ରାଉଣ୍ଡ ଓ ବାଇପାସ୍‌ ରାସ୍ତା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଦୟନୀୟ ହୋଇପଡିଛି ରାସ୍ତା:ଆଣ୍ଠୁଏ ପାଣିରେ ଯାତାୟାତ

ଦୟନୀୟ ହୋଇପଡିଛି ରାସ୍ତା:ଆଣ୍ଠୁଏ ପାଣିରେ ଯାତାୟାତ

ଗୁଣପୁର,୧୧।୭(ଡି.ଏନ.ଏ) ରାୟଗଡା ଜିଲା ଗୁଣପୁର ୱେରହାଉସ ଗୋଦାମଗୃହଠାରୁ ନୂତନ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ପୂର୍ତ୍ତବିଭାଗ ରାସ୍ତା ଦୟନୀୟ ହୋଇପଡିଛି । ଏବେ ଏହି ରାସ୍ତା ମରଣଯନ୍ତା ପାଲଟିଛି । ଶୁଖିଲା ପାଗରେ ଧୂଳି ଧୁସର, ବର୍ଷା ଦିନରେ ରାସ୍ତାରେ ଆଣ୍ଠୁଏ ପାଣି । ଏହି ସମସ୍ୟା ଭିତରେ ଗୁଣପୁର ସହରବାସୀ ଉକ୍ତ ରାସ୍ତା ଦେଇ ଯାତାୟତ କରୁଛନ୍ତି । ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ରାସ୍ତା ଖରାପ ଯୋଗଁୁ ବିଭିନ୍ନ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଥିବା ନଜିର ରହିଛି ।

ସିଙ୍ଗାପୁର ଷ୍ଟେଶନ୍‌ରେ ୭ ଦିନ ହେଲା ଜଳଯୋଗାଣ ବନ୍ଦ

ସିଙ୍ଗାପୁର ଷ୍ଟେଶନ୍‌ରେ ୭ ଦିନ ହେଲା ଜଳଯୋଗାଣ ବନ୍ଦ

ଜେକେପୁର,୧୧।୭(ଡି.ଏନ୍‌.ଏ) ରାୟଗଡା ଷ୍ଟେଶନ୍‌ ପରେ ପଡ଼େ ସିଙ୍ଗାପୁର ଷ୍ଟେଶନ୍‌ । ଚାନ୍ଦିଲି ପଞ୍ଚାୟତର ଜେକେପୁର ନିକଟସ୍ଥ ଏହି ସିଙ୍ଗାପୁର ଷ୍ଟେଶନ୍‌ ଅବ୍ୟବସ୍ଥା ଘେରରେ ରହିଛି । ୭ଦିନ ହେଲା ଏହି ଷ୍ଟେଶନ୍‌ରେ ଜଳ ଯୋଗାଣ ବନ୍ଦ ରହିଛି । ଫଳରେ ଯାତ୍ରୀମାନେ ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ୩ ଦିନ ହେଲା ଷ୍ଟ୍ରିଟ ଲାଇଟ୍‌ ମଧ୍ୟ ଜଳୁନାହିଁ।

ଜେକେ ପେପର ମିଲ୍‌ ଏମ୍ପ୍ଲୟିଜ ୟୁନିୟନର ଶ୍ରମିକ ସଭା

ଜେକେ ପେପର ମିଲ୍‌ ଏମ୍ପ୍ଲୟିଜ ୟୁନିୟନର ଶ୍ରମିକ ସଭା

ଜେକେପୁର,୧୧।୭(ଡି.ଏନ୍‌.ଏ) ରାୟଗଡା ଜିଲା କୁମୁଟିପେଣ୍ଠ ପଞ୍ଚାୟତ ସଦରଠାରେ ସୋମବାର ଏକ ବିରାଟ ଶ୍ରମିକ ସଭା ଅନୁଷ୍ଠିତ ହୋଇଯାଇଛି। ଜେକେ ପେପରମିଲ୍‌ ଏମ୍ପ୍ଲୟଜ ୟୁନିୟନ, ଆଦିବାସୀ ମହାସଂଘ ଓ ସ୍ଥାନୀୟ ଜନସାଧାରଣଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି ସଭାରେ ହରେନ୍ଦ୍ରନାଥ ଚନ୍ଦନ ସଭାପତିତ୍ୱ କରିଥିଲେ । ଏଥିରେ ସିଆଇଟିୟୁର ସର୍ବଭାରତୀୟ ସଭାପତି ତଥା ରାଜ୍ୟ ସମ୍ପାଦକ ବିଷ୍ଣୁ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ସୁନୀଲ କର, ସିଆଇଟିୟୁ ରାୟଗଡା ଶାଖାର ସମ୍ପାଦକ ଏ.ଭି ନାଇଡୁ ଯୋଗ ଦେଇଥିଲେ । ଜେକେ କାଗଜକଳ କିପରି ବର୍ଷ ବର୍ଷ ଧରି ଶ୍ରମିକମାନଙ୍କୁ କମ୍‌ ମଜୁରି ଦେଇ ଶୋଷଣ କରୁଛି ।

କଲୋନୀ ନଂ.୫ ହେଲା ସନ୍ତୋଷପୁର

କଲୋନୀ ନଂ.୫ ହେଲା ସନ୍ତୋଷପୁର

କୋଟପାଡ଼,୧୧।୭(ଡି.ଏନ୍‌.ଏ.) କୋଟପାଡ଼ ବ୍ଲକ ବଡ଼ାସନ ପଞ୍ଚାୟତ ଅଧୀନ କୋଲାବ ଡ୍ୟାମ୍‌ ବିସ୍ଥାପିତ ପରିବାର ରହୁଥିବା କଲୋନୀ ନମ୍ବର ୫ ନୂଆ ପରିଚୟ ପାଇଛି। ମଙ୍ଗଳବାର ଏହାର ନାମ ପରିବର୍ତ୍ତନ ହୋଇଛି। ସନ୍ତୋଷପୁର ଭାବେ ନୂତନ ନାମକରଣ କରିଛନ୍ତି ଗ୍ରାମବାସୀ। ଏହି ଉପଲକ୍ଷେ ଆୟୋଜିତ ନାମକରଣ କାର୍ଯ୍ୟକ୍ରମରେ ବିଧାୟକ ଚନ୍ଦ୍ର ଶେଖର ମାଝି ଅତିଥି ଭାବେ ଯୋଗଦେଇଥିଲେ। ସମସ୍ତ ସରକାରୀ ନଥିପତ୍ରରେ ଗ୍ରାମକୁ ସନ୍ତୋଷପୁର ନାମରେ ଦର୍ଶାଇବା ସକାଶେ ଗ୍ରାମବାସୀ ତାଙ୍କୁ ଦାବି ଜଣାଇଥିଲେ।

ଛାତ୍ରୀଛାତ୍ରଙ୍କ ସହ ଇଗ୍ନୋର ଆଲୋଚନା ବୈଠକ

ଦଶମନ୍ତପୁର,୧୧।୭(ଡି.ଏନ.ଏ.) କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ସ୍ଥିତ ରାଧାକୃଷ୍ଣ ଆବାସ ମହାବିଦ୍ୟାଳୟରେ ଇନ୍ଦିରାଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟ(ଇଗ୍ନୋ) ପକ୍ଷରୁ ସଂଯୋଜକ ପର୍ଶୁରାମ ସାହୁଙ୍କ ଅଧ୍ୟକ୍ଷତାରେ ଛାତ୍ରୀଛାତ୍ରଙ୍କୁ ନେଇ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଇଗ୍ନୋ ନିର୍ଦ୍ଦେଶକ ଡ. ବିରଜା ଗୋପାଳ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ରୂପେ ଆର୍‌କେଏ ମହାବିଦ୍ୟାଳୟର ଅଧ୍ୟକ୍ଷ ତ୍ରିନାଥ ପାତିକା, ସହ ନିର୍ଦ୍ଦେଶକ ଡ. ଲତିକା ମିଶ୍ର, ଅଧ୍ୟାପକ ସରୋଜ କୁମାର ତୁଳ ଉପସ୍ଥିତ ଥିଲେ । ସମାଜରେ ଉତ୍ତମ ମଣିଷ ରୂପେ ପରିଚିତ ହେବାକୁ ହେଲେ ଏକାଗ୍ରତା ବଜାୟ ରଖିବା ଜରୁରୀ ।

ରଥଯାତ୍ରା ପାଇଁ ଦେବୋତ୍ତର ବୈଠକ

ରଥଯାତ୍ରା ପାଇଁ ଦେବୋତ୍ତର ବୈଠକ

ଜୟପୁର,୧୧।୭(ନି.ପ୍ର.): ସବୁଠି ୧୪ ତାରିଖ ରଥ ଯାତ୍ରା ହେଉଥିବା ବେଳେ ଜୟପୁରରେ ସେଦିନ ପହଣ୍ଡି ବିଜେ କରାଯାଇ ୧୫ରେ ପ୍ରଥା ଅନୁଯାୟୀ ରଥଟଣା ହେବ । ଶାନ୍ତି ଶ୍‌ୃଙ୍ଖଳାରେ ପହଣ୍ଡି ବିଜେ, ରଥ ଯାତ୍ରା, ଆଡପମଣ୍ଡପ ବିଜେ, ସାନ୍ଧ୍ୟ ଦର୍ଶନ, ଚତୁର୍ଦ୍ଧାମୂର୍ତ୍ତିଙ୍କ ୧୦ ଅବତାର ବେଶ, ସାନ୍ଧ୍ୟ ଆଳତି, ବାହୁଡ଼ା ଯାତ୍ରା ସହ ପ୍ରଭୁଙ୍କ ମନ୍ଦିର ବିଜେ ପର୍ଯ୍ୟନ୍ତ ନୀତିକାନ୍ତି ଉପରେ ଆଲୋଚନା କରାଯାଇଥିଲା। ବୈଠକରେ ଜୟପୁର ତହସିଲଦାର ତଥା ଦୋବୋତ୍ତର ଅଧିକାରୀ ରଞ୍ଜିତା ମଲ୍ଲିକ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଉପଦେଷ୍ଟା କମିଟି ସଭାପତି ନଟେନ୍ଦ୍ରନାଥ ନାୟକ, ଜଗନ୍ନାଥ ଓ ନାରାୟଣଙ୍କ ମୁଖ୍ୟ ପୁରୋହିତ ଡମ୍ବରୁଧର ପଣ୍ଡା, ଦେବୋତ୍ତର କର୍ମଚାରୀ ସତ୍ୟନାରାୟଣ ସାହୁ, କୃଷ୍ଣଚନ୍ଦ୍ର ସାହୁଙ୍କ ସହ ଉପଦେଷ୍ଟା କମିଟିର ସଦସ୍ୟ, ଡାହୁକ, ଦଇତାପତି ଉପସ୍ଥିତ ଥିଲେ।

ନାକଟିଡଙ୍ଗରରେ ହେବ ଇକୋ ପାର୍କ

ଜୟପୁର,୧୧।୭(ନି.ପ୍ର.): ଜୟପୁର ନିକଟସ୍ଥ ନାକଟିଡଙ୍ଗର ପାହାଡ଼ରେ ହେବ ଇକୋ ପାର୍କ। ଏନେଇ ମଙ୍ଗଳବାର ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଡିଏଫ୍‌ଓ ଅଶ୍ୱିନୀ କରଙ୍କ ସହ ଏକ ଟିମ ନାକଟିଡଙ୍ଗର ଯାଇ ସ୍ଥାନ ପରିଦର୍ଶନ କରିଛନ୍ତି । ପାହାଡ଼ରେ ୨ କିଲୋମିଟର ଯାଏ ଟ୍ରାକିଂ କରିବା ପାଇଁ ଚଲାପଥ ରାସ୍ତା କରାଯିବ । ଏହା ସହ ସର୍ବସାଧାରଣଙ୍କ ପାଇଁ ବ୍ୟାୟାମଶାଳା କରାଯିବ । ସକାଳ ଓ ସନ୍ଧ୍ୟାରେ ଯୋଗ କରାଯିବ ।

‘ନିଶାନା’ ଉଦ୍‌ଘାଟନକୁ ବିରୋଧ

ଜୟପୁର,୧୧।୭(ଡି.ଏନ.ଏ): ଜୟପୁର ବ୍ଲକର ବାରିଣିପୁଟସ୍ଥିତ ଏନସିସି କାର୍ଯ୍ୟାଳୟ ପରିସରରେ ବନ୍ଧୁକ ଚାଳନା ତାଲିମ କେନ୍ଦ୍ର ନିଶାନାର ଉଦ୍‌ଘାଟନକୁ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ବାଗଦେରିଆ ଓ ଉପାଧ୍ୟକ୍ଷ ଈଶ୍ୱର ବାଘ ମିଳିତ ବିରୋଧ କରିଛନ୍ତି । ଏକ ପ୍ରେସ ବିଜ୍ଞପ୍ତିରେ ସେମାନେ ଅଭିଯୋଗ କରିଛନ୍ତି ଯେ, ଉକ୍ତ ବନ୍ଧୁକ ଚାଳନା କେନ୍ଦ୍ର ଗୃହ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ଏହାକୁ ତରବରିଆ ଭାବେ ବିଧାୟକ ତାରା ପ୍ରସାଦ ବାହିନୀପତି ଉଦ୍‌ଘାଟନ କରିଛନ୍ତି। ଜୟପୁର ବ୍ଲକ କର୍ତ୍ତୃପକ୍ଷ ଏବଂ ଜିଲା ପ୍ରଶାସନର ଅଗୋଚରରେ ଏହାକୁ ଉଦ୍‌ଘାଟନ କରାଯାଇଛି । ସେହିପରି ବିଧାୟକଙ୍କ ପ୍ରରୋଚନାରେ ବ୍ଲକ ଅଧ୍ୟକ୍ଷା କିମ୍ବା ଉପାଧ୍ୟକ୍ଷଙ୍କୁ ନିମନ୍ତ୍ରଣ କରାଯାଇନାହିଁ ।

ସେଞ୍ଚୁରିୟନରେ ଖୋଲିବ ଦକ୍ଷତାଭିତ୍ତିକ ପାଠ୍ୟକ୍ରମ

ପାରଳାଖେମୁଣ୍ଡି,୧୧।୭(ସ୍ବ.ପ୍ର.) ଗଜପତି ଜିଲା ପାରଳାଖେମୁଣ୍ଡି ସହର ଉପକଣ୍ଠ ଆଲୁରିନଗରସ୍ଥ ସେଞ୍ଚୁରିୟନ ବିଶ୍ୱବିଦ୍ୟାଳୟ ଓ ଡଗ୍ୟୁ ଏଣ୍ଟରଟେନମେଣ୍ଟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ବୁଝାମଣାପତ୍ର ଅନୁଯାୟୀ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ ଦକ୍ଷତା ଭିତ୍ତିକ କୋର୍ସ ଯଥା ଫଟୋଗ୍ରାଫି, ଭିଡିଓଗ୍ରାଫି, ଅଭିନୟ ଇତ୍ୟାଦି ବିଷୟରେ ଶିକ୍ଷାଦାନ ଓ ତାଲିମ ଦିଆଯିବ। ଏସବୁ କ୍ଷେତ୍ରରେ ଡଗ୍ୟୁ ଏଣ୍ଟରଟେନମେଣ୍ଟ ସହଯୋଗ କରିବ। ସେହିପରି ଏହି ବିଶ୍ୱବିଦ୍ୟାଳୟ ପରିସରରେ ପ୍ରଥମ କ୍ରୀଡ଼ାଭିତ୍ତିକ ଓଡ଼ିଆ ଚଳଚ୍ଚିତ୍ର ‘ଚାମ୍ପିୟନ’ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି।

ଲ୍ୟାମ୍ପ୍‌ସ ପରିଚାଳନା ପରିଷଦ ବୈଠକ

ରାୟଗଡ଼ (ଗଜପତି), ୧୧।୭(ଡି.ଏନ.ଏ)- ରାୟଗଡ ଲ୍ୟାମ୍ପ୍‌ସ କାର୍ଯ୍ୟାଳୟରେ ମଙ୍ଗଳବାର ଲ୍ୟାମ୍ପ୍‌ସ ପରିଚାଳନା ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲ୍ୟାମ୍ପ୍‌ସ ସଭାପତି ତଥା ଜିଲା ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ଅଧ୍ୟକ୍ଷତା କରିଥିଲେ। ଗତ ବୈଠକର ବିବରଣୀ ପଠନ ଓ ଅନୁମୋଦନ, ଚଳିତ ବର୍ଷର ଆୟ ବ୍ୟୟ ମଞ୍ଜୁରୀ, ୨୦୧୮-୧୯ ବର୍ଷର ବଜେଟ ଅଟକଳ ଓ ମଞ୍ଜୁରୀ, ୨୦୧୭-୧୮ ବର୍ଷର ଅତିରିକ୍ତ ବଜେଟ ମଞ୍ଜୁରୀ, ଲ୍ୟାମ୍ପ୍‌ସରେ ଋଣ ଲଗାଣ ଓ ଋଣ ଆଦାୟ ଆଦି ବିଷୟରେ ଆଲୋଚନା ହୋଇଥିଲା।

ଶିଶୁ କଲ୍ୟାଣ ସମିତିରେ ନାବାଳିକା ହାଜର

ପାରଳାଖେମୁଣ୍ଡି, ୧୧।୭(ସ୍ବ.ପ୍ର.) ପାରଳାଖେମୁଣ୍ଡି ଥାନା ପୋଲିସ ଦ୍ୱାରା ଉଦ୍ଧାର ହୋଇଥିବା ଜଣେ ନାବାଳିକାଙ୍କୁ ମଙ୍ଗଳବାର ଶିଶୁ କଲ୍ୟାଣ ସମିତି କାର୍ଯ୍ୟାଲୟରେ ହାଜର କରାଯାଇଛି। ସିଦ୍ଧାମଡଙ୍ଗ ଅଞ୍ଚଳର ଏହି ନାବାଳିକା (୧୬) ଘରେ କାହାକୁ କିଛି ନ ଜଣାଇ କାକିନାଡାସ୍ଥିତ ତାଙ୍କ ବଡବାପାଙ୍କ ଘରକୁ ଚାଲିଯାଇଥିଲେ। ପରିବାର ଲୋକେ ଖୋଜି ନ ପାଇବାରୁ ଥାନାରେ ଖବର ଦେଇଥିଲେ।

ବ୍ୟାଙ୍କ, ଏଟିଏମ୍‌ ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତ ବୈଠକ:ସୁରକ୍ଷା କର୍ମୀ, ସିସି ଟିଭି କ୍ୟାମେରା ଉପରେ ଗୁରୁତ୍ୱ

ବ୍ୟାଙ୍କ, ଏଟିଏମ୍‌ ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତ ବୈଠକ:ସୁରକ୍ଷା କର୍ମୀ, ସିସି ଟିଭି କ୍ୟାମେରା ଉପରେ ଗୁରୁତ୍ୱ

ପାରଳାଖେମୁଣ୍ଡି,୧୧।୭(ସ୍ବ.ପ୍ର.) ଗଜପତି ଜିଲା ପାରଳାଖେମୁଣ୍ଡି ସହରସ୍ଥ ବିଭିନ୍ନ ବ୍ୟାଙ୍କ ଶାଖାର କର୍ମକର୍ତ୍ତାମାନଙ୍କୁ ନେଇ ସ୍ଥାନୀୟ ଥାନା ପରିସରରେ ବ୍ୟାଙ୍କ ଏବଂ ଏଟିଏମ ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତ ସମୀକ୍ଷା ଓ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଆରକ୍ଷୀ ଅଧୀକ୍ଷକ ଅମୂଲ୍ୟ କୁମାର ଦାସ ଅଧ୍ୟକ୍ଷତା କରି ବ୍ୟାଙ୍କ ଏବଂ ଏଟିଏମଗୁଡିକରେ କିପରି ସୁରକ୍ଷା ବ୍ୟବସ୍ଥା ରହିବା ଆବଶ୍ୟକ ସେ ବିଷୟରେ ବୁଝାଇଥିଲେ। ସମସ୍ତ ବ୍ୟାଙ୍କରେ ବନ୍ଧୁକଧାରୀ ସୁରକ୍ଷା କର୍ମୀ ନିୟୋଜିତ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସେହିପରି ଏଟିଏମଗୁଡିକରେ ମଧ୍ୟ ସୁରକ୍ଷା କର୍ମୀ ଏବଂ ସିସି ଟିଭି କ୍ୟାମେରା ବ୍ୟବସ୍ଥା ଉଚ୍ଚମାନର ହେବା ଆବଶ୍ୟକ ବୋଲି ସେ କହିଥିଲେ।

ଦିଶାରୀଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସାର ପରିଣାମ:୭ ମାସ ହେଲା ଶଯ୍ୟାଶାୟୀ ରାମ ସିଂ

ଦିଶାରୀଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସାର ପରିଣାମ:୭ ମାସ ହେଲା ଶଯ୍ୟାଶାୟୀ ରାମ ସିଂ

ବୈପାରୀଗୁଡ଼ା,୧୧।୭(ଡି.ଏନ୍‌.ଏ.) ବୈପାରୀଗୁଡା ବ୍ଲକ ଗୁପ୍ତେଶ୍ୱର ପଞ୍ଚାୟତ ତାଲୁର ଗ୍ରାମର ଆଦିବାସୀ ବାଳକ ରାମ ସିଂ ଦୁରୁଆ (୧୧)। ଦିଶାରିଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ତାଙ୍କ ଡାହାଣ ଗୋଡ଼ ଅସ୍ବାଭାବିକ ଭାବେ ବୃଦ୍ଧି ପାଇବା ସହ ଯନ୍ତ୍ରଣା ହେଉଛି। ଠିଆ ହେବାକୁ ସେ ଅକ୍ଷମ ହେଉଥିବା ବେଳେ ୭ ମାସ ହେବ ଶଯ୍ୟାଶାୟୀ ହୋଇ ପଡ଼ିରହିଛନ୍ତି। ପରିବାରର ଅର୍ଥାଭାବ କାରଣରୁ ଚିକିତ୍ସା ହୋଇପାରୁ ନାହିଁ।

ପିଡିଏସ୍‌ ଚାଉଳ ଚାଲାଣ ସନ୍ଦେହରେ ଟ୍ରକ୍‌ ଜବତ

ବୋରିଗୁମ୍ମା,୧୧।୭(ଡି.ଏନ୍‌.ଏ.) ବୋରିଗୁମ୍ମା ଉପଖଣ୍ଡ ପୋଲିସ ଅଧିକାରୀ ହରେକୃଷ୍ଣ ମାଝି ଏକ ଚାଉଳ ବୋଝେଇ ଟ୍ରକ୍‌କୁ ଜବତ କରି ଥାନାକୁ ଆଣିବା ପରେ ଏହାକୁ ଯୋଗାଣ ବିଭାଗକୁ ହସ୍ତାନ୍ତର କରିଛନ୍ତି। ୨୬ ନଂ ଜାତୀୟ ରାଜପଥ କାଳିଆଗୁଡ଼ା ନିକଟରେ କୋରାପୁଟର ଏକ ଟ୍ରକ୍‌ (ଓଡି୧୦ ଏଚ୍‌ ୦୬୦୩) ପିଡିଏସ୍‌ ଚାଉଳ ଚାଲାଣ କରୁଥିବା ସନ୍ଦେହରେ ଜବତ କରି ଥାନାରେ ଅଟକ ରଖିଥିଲେ। ବୋରିଗୁମ୍ମା ଯୋଗାଣ ବିଭାଗ ଅଧିକାରୀ ନୃସିଂହ ପଣ୍ଡାଙ୍କୁ ଖବର ଦିଆଯାଇ ତାଙ୍କୁ ହସ୍ତାନ୍ତର କରାଯାଇଥିଲା।