ରାୟଗଡା

ଚୋରା ମଦ କାରବାର: ୩ ଗିରଫ

ଚୋରା ମଦ କାରବାର: ୩ ଗିରଫ

ପାରଳାଖେମୁଣ୍ଡି, ୧୮।୯(ସ୍ବ.ପ୍ର.)-ଗଜପତି ଜିଲା ପାରଳାଖେମୁଣ୍ଡି ଅବକାରୀ ବିଭାଗ ପକ୍ଷରୁ ରାୟଗଡ଼, ମହାଦେଇପୁର, କଡମାସିଂ, ପଦ୍ମପୁର, ନାରାୟଣପୁର ଇତ୍ୟାଦି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୩ଜଣ ଚୋରା ମଦବେପାରୀଙ୍କୁ ଗିରଫ କରାଯାଇଛି ା ସେମାନେ ହେଲେ ନାରାୟଣପୁରର ଟୁନି ମିଶାଲ, ପଦ୍ମପୁରର ସୁନୀତା ସାହୁକାର ଏବଂ ସିମାଦ୍ରୀ ସେନାପତି। ୩ଶହ କେଜି ମହୁଲ ପୋଚ, ୧୨୦ ଲିଟର ମହୁଲି ମଦ ଓ ସରଞ୍ଜାମ ଜବତ ହୋଇଛି।

ଜଳଯୋଗାଣ ପ୍ରକଳ୍ପ ପାଣିରୁ ବାହାରୁଛି ପୋକ

ନବରଙ୍ଗପୁର,୧୮।୯(ବି.ପ୍ର.)ନନ୍ଦାହାଣ୍ଡି ବ୍ଲକ ସାନଡାଇଭଟା ଗଁ।ରେ ପାନୀୟ ଜଳ ସମସ୍ୟା ସମାଧାନ ଓ ଡ୍ରେନ ମରାମତି ପାଇଁ ଗ୍ରାମବାସୀ ଜିଲା ଗ୍ରାମ୍ୟ ଜଳଯୋଗାଣ ନିର୍ବାହୀ ଯନ୍ତ୍ରୀ,  ବିଡିଓଙ୍କ ନିକଟରେ  ଅଭିଯୋଗ କରି ଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ଶେଷରେ  ଗ୍ରାମପଞ୍ଚାୟତ ସଭାପତି ଦୟାନିଧି ସୁନାଙ୍କ ନେତୃତ୍ୱରେ ଗ୍ରାମବାସୀ ସୋମବାର ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ସମସ୍ୟା ସମ୍ପର୍କରେ ଜଣାଇଛନ୍ତି।

ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଯୁବକ ଅଟକ

ଜୟପୁର,୧୮।୯(ନି.ପ୍ର/ଡି.ଏନ୍‌.ଏ.): ଜୟପୁର ସହରରେ ଜଣେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ଘଟଣାରେ ଟାଉନ ପୋଲିସ ଜଣକୁ ଅଟକ ରଖିଛି । ଯୁବତୀଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ଅଭିଯୁକ୍ତ ବଳାତ୍କାର ଉଦ୍ୟମ କରିଥିବା ଯୁବତୀ ଜଣକ ଥାନରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି  ପୋଲିସ ୨୬୦/୧୮ ମାମଲା ରୁଜୁକରି ତଦନ୍ତ କରୁଥିବା ଏସ୍‌ଆଇ ଶିବଶଙ୍କର ସାହୁ ସୂଚନା ଦେଇଛନ୍ତି।

ଜଳାତଙ୍କରେ ଗୁରୁତର ଭିକ୍ଷୁକ ଡାକ୍ତରଖାନାରେ ଭର୍ତ୍ତି

ଜଳାତଙ୍କରେ ଗୁରୁତର ଭିକ୍ଷୁକ ଡାକ୍ତରଖାନାରେ ଭର୍ତ୍ତି

କୋଲାବନଗର,୧୮ା୯(ଡି.ଏନ୍‌.ଏ): ଜଣେ ଭିକ୍ଷୁକ ଜଳାତଙ୍କରେ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଜଣଙ୍କ କୋରାପୁଟ ସଦର ବ୍ଲକ୍‌ ଅନ୍ତର୍ଗତ ବଡ଼ବେରେଙ୍ଗା ପଞ୍ଚାୟତ ବଡ଼ନାୟକ ଗ୍ରାମର ଧନ ଜାନୀ(୪୦)। ତାଙ୍କ ପୈତୃକ ଘର ବାଘ୍ର ଗ୍ରାମରେ। ପରିବାର ଅନ୍ୟ ସମସ୍ତ ସଦସ୍ୟ ମୃତ୍ୟୁବରଣ କରିଥିବାରୁ ଧନ ଏବେ ଅସହାୟ ହୋଇ ଭିକ୍ଷାମାଗି ଚଳୁଛନ୍ତି। ସେ ପଞ୍ଚାୟତର ଏକ କ୍ୟାବିନରେ ଆଶ୍ରୟ ନେଇଆସୁଛନ୍ତି। ଦୁଇମାସ ତଳେ ଧନଙ୍କୁ କୁକୁର କାମୁଡ଼ି ଥିଲା। ସେତେବେଳେ ସେ ଚିକିତ୍ସିତ ହୋଇ ନ ଥିବାରୁ ତାଙ୍କୁ ଏବେ ଜଳାତଙ୍କ ହୋଇଛି। ସେ ଗୁରୁତର ହୋଇ  ନ ଖାଇ ପଡ଼ିଥିବାରୁ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଆମ୍ବୁଲାନ୍ସ ଡକାଇ ତାଙ୍କୁ କୋରାପୁଟ ବଡ଼ ମେଡିକାଲରେ ଭର୍ତ୍ତି କରିଛନ୍ତି। ସରକାର ସହାୟତା ରାଶି ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି।

ଲୋକଙ୍କୁ ସଚେତନ କଲେ ମୋଟର ଚାଳକ ସଂଘ

ଲୋକଙ୍କୁ ସଚେତନ କଲେ ମୋଟର ଚାଳକ ସଂଘ

ବୋରିଗୁମ୍ମା, ୧୮।୯(ଡି.ଏନ୍‌.ଏ.)ବୋରିଗୁମ୍ମାରେ ଓଡିଶା ମୋଟର ଚାଳକ ସଂଘ ପକ୍ଷରୁ ସୋମବାର ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ନୂଆ ବସ୍‌ଷ୍ଟାଣ୍ଡରୁ ପଦଯାତ୍ରା ବାହାରି ନଗର ପରିକ୍ରମା କରି ତହସିଲ ଓ ବ୍ଲକ କାର୍ଯ୍ୟାଳୟ ପରିସରରେ ପହଞ୍ଚି ଥିଲା। ଗାଡି ଚଲେଇବା ବେଳେ ଡ୍ରାଇଭିଂ ଲାଇସେନ୍ସ ଓ ଆବଶ୍ୟକୀୟ କାଗଜପତ୍ର ପାଖରେ ରଖିବା,  ଦ୍ରୁତ ଗତି ମହା ବିପତ୍ତି, ନିଶା ସେବନ  କରି ଗାଡି ନ ଚଲାଇବାକୁ  ଲୋକଙ୍କୁ ସଚେତନ କରାଯାଇଥିଲା।

‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ

‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ

ବୋରିଗୁମ୍ମା, ୧୮।୯(ଡି.ଏନ୍‌.ଏ.):ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ସ୍ଥାନୀୟ ଭୈରବ ଜୁନିୟର ମହାବିଦ୍ୟାଳୟରେ ‘ସ୍ବଚ୍ଛତା ହିଁ ସେବା’ ସମ୍ବନ୍ଧୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି।  ମୁଖ୍ୟ ଅତିଥିଭାବେ ବିଡିଓ ଯୋଗେନ୍ଦ୍ର ମାଝି ଓ ସମ୍ମାନିତ ଅତିଥିଭାବେ ସରପଞ୍ଚ ଚନ୍ଦ୍ରିକା ଜାନି, ମହାବିଦ୍ୟାଳୟ ଅଧ୍ୟକ୍ଷ ଦାଶରଥୀ ଗୌଡ, ଅଧ୍ୟାପକ ପ୍ରଦୀପ କୁମାର ସ୍ବାଇଁ ପ୍ରମୁଖ ମଞ୍ଚାସୀନ ଥିଲେ।  କାର୍ଯ୍ୟକ୍ରମରେ ଦାରିଦ୍ର୍ୟ, ଦୁର୍ନିତୀ, ଆତଙ୍କବାଦ, ଜାତିମୁକ୍ତ ସମାଜ ଗଠନ  ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଏକ ସୁସ୍ଥ ଓ ସ୍ବଚ୍ଛ ରାଷ୍ଟ୍ର ଗଠନରେ ଏହା ଉପଯୋଗୀ ହୋଇପାରିବ ବୋଲି ଅତିଥିମାନେ ମତ ଦେଇଥିଲେ। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ଜୟପୁର ଶାଖା ପ୍ରଭାରୀ ଜ୍ୟୋର୍ତିମୟ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବିଜୁ ଯୁବ ବାହିନୀଙ୍କୁ ୟୁନିଫର୍ମ ପ୍ରଦାନ

ବିଜୁ ଯୁବ ବାହିନୀଙ୍କୁ ୟୁନିଫର୍ମ ପ୍ରଦାନ

ଦଶମନ୍ତପୁର, ୧୮।୯(ଡି.ଏନ୍‌.ଏ.): ଦଶମନ୍ତପୁର ବ୍ଲକ କାର୍ଯ୍ୟାଳୟରେ ବିଜୁ ଯୁବ ବାହିନୀକୁ ୟୁନିଫର୍ମ ପ୍ରଦାନ କରାଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ବିଡିଓ ରଜନୀକାନ୍ତ ଦାଶ ଓ ସମ୍ମାନିତ ଅତିଥିଭାବେ ଏମ୍‌ପିଙ୍କ ପ୍ରତିନିଧି ତଥା ବ୍ଲକ ଉପାଧ୍ୟକ୍ଷା ନାରାୟଣ ବିଶୋଇ, ଏସ୍‌ଡିପିଓ ନମିତା ପଣ୍ଡା, ସୁରେଶ ସୁବୁଦ୍ଧି ଉପସ୍ଥିତ ରହି ବ୍ଲକର ୧୬ ପଞ୍ଚାୟତର ଉପସ୍ଥିତ ବିଜୁ ଯୁବ ବାହିନୀ ସଦସ୍ୟଙ୍କୁ ୟୁନିଫର୍ମ ଦେଇଥିଲେ। ଅତିଥିମାନେ ଯୁବ ବାହିନୀର କାର୍ଯ୍ୟ, ଲକ୍ଷ୍ୟ ଓ ଭୂମିକା ସମ୍ପର୍କରେ ଜଣାଇଥିଲେ।

ରାସ୍ତା କଡରୁ ଅଚେତ ଅବସ୍ଥାରେ ନାବାଳିକା ଉଦ୍ଧାର

ରାସ୍ତା କଡରୁ ଅଚେତ ଅବସ୍ଥାରେ ନାବାଳିକା ଉଦ୍ଧାର

ମାଥିଲି,୧୮।୯(ଡି.ଏନ୍‌.ଏ): ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ସିଙ୍ଗାଲବେଚ୍ଛା ମୁଖ୍ୟରାସ୍ତା କଡରୁ ଅଚେତ ଅବସ୍ଥାରେ ଜଣେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । 

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ପାପଡ଼ାହାଣ୍ଡି,୧୮।୯(ଡି.ଏନ୍‌.ଏ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମଇଦଲପୁର କଲେଜ ନିକଟରେ ସୋମବାର ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତୁ ଘଟିଛି। 

ଷ୍ଟେଶନ ପାଖରେ ଏଟିଏମ୍‌ ଖୋଲିବାକୁ ଦାବି

ଟିକିରି, ୧୮।୯(ଡି.ଏନ୍‌.ଏ.)-
ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରି ରେଳ ଷ୍ଟେଶନ ନିକଟରେ ଏକ ଏଟିଏମ୍‌ ଖୋଲିବାକୁ ଲୋକେ ଦାବି କରିଛନ୍ତି।  ଷ୍ଟେଶନରେ ଏଟିଏମ୍‌ଟିଏ ନ ଥିବାରୁ ଯାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  

ଚଟାହାଣ୍ଡି ୟୁ.ଜି. ହାଇସ୍କୁଲରେ ତାଲା ପଡିବା ଘଟଣା: ପ୍ରଶାସନ ପ୍ରତିଶ୍ରୁତିର ୭ ଦିନ ପରେ ମଧ୍ୟ ହୋଇପାରୁନି ସମସ୍ୟାର ସମାଧାନ

ନବରଙ୍ଗପୁର,୧୮।୯(ବି.ପ୍ର.)- ଶିକ୍ଷକ ବଦଳି ଓ ନିଯୁକ୍ତି ଦାବିରେ ନବରଙ୍ଗପୁର ବ୍ଲକ ଚଟାହାଣ୍ଡି  ୟୁ.ଜି. ହାଇସ୍କୁଲରେ ଦୀର୍ଘ ଦିନ ହେଲା ଗ୍ରାମବାସୀ ତାଲା ପକାଇଛନ୍ତି। 

ଆଜି ଖୋଲିବ ଅତିରିକ୍ତ ଦଓ୍ବୋନୀ ବିଚାରପତିଙ୍କ କୋର୍ଟ

ନବରଙ୍ଗପୁର,୧୮।୯(ବି.ପ୍ର)-ନବରଙ୍ଗପୁର ଜିଲା ଓ ଦୌରାଜଜଙ୍କ ଅଦାଲତ ପରିସରରେ ନୂତନ ଭାବେ ଅତିରିକ୍ତ ଦଓ୍ବୋନୀ ବିଚାରପତିଙ୍କ କୋର୍ଟ ଖୋଲିବ। ନୂତନ ବିଚାରପତି ଭାବେ  ସୌମ୍ୟ ରଞ୍ଜନ ନାୟକ ମଙ୍ଗଳବାର ଯୋଗ ଦେଇ କାର୍ଯ୍ୟ ଆରମ୍ଭ କରିବେ ବୋଲି ଜିଲା ଆଇନଜୀବୀ ସଂଘ କାର୍ଯ୍ୟାଳୟ ତରଫରୁ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି। 

ନାହାନ୍ତି ଶାଖା ପରିଚାଳକ, ବ୍ୟାଙ୍କ କାର୍ଯ୍ୟ ବାଧାପ୍ରାପ୍ତ

ମୁନିଗୁଡା, ୧୮।୯(ଡି.ଏନ୍‌.ଏ)
ରାୟଗଡା ଜିଲା ମୁନିଗୁଡାସ୍ଥିତ ଷ୍ଟେଟ ବ୍ୟାଙ୍କରେ ଦୀର୍ଘ ୨ମାସରୁ ଊର୍ଦ୍ଧ୍ୱ ସମୟ ଧରି ଶାଖା ପରିଚାଳକ ନ ଥିବାରୁ ବ୍ୟାଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି। 

୨୪ରେ ପରୀକ୍ଷା: ଏଯାଏ ପିଲାଙ୍କୁ ମିଳିନି ପୁସ୍ତକ

୨୪ରେ ପରୀକ୍ଷା: ଏଯାଏ ପିଲାଙ୍କୁ ମିଳିନି ପୁସ୍ତକ

କୁନ୍ଦୁରା,୧୮।୯(ଡି.ଏନ୍‌.ଏ.)-ଆଦିବାସୀ, ହରିଜନ ଛାତ୍ରୀଛାତ୍ରଙ୍କୁ ରହିବା ଖାଇବାଠାରୁ ଆରମ୍ଭ କରି ଡ୍ରେସ୍‌ , ପୁସ୍ତକ ମାଗଣାରେ ଦିଆଯାଉଥିବା କୁହାଯାଇଛି। କିନ୍ତୁ ବାସ୍ତବ ଚିତ୍ର ଓଲଟା। କୋରାପୁଟ ଜିଲାରେ କୁନ୍ଦୁରା ବ୍ଳକ ଆଦିବାସୀ ଅଧ୍ୟୁଷିିତ ତଥା ଦୁର୍ଗମ ଅଞ୍ଚଳ। 

୧୭ ବର୍ଷ ବନ୍ଦୀ ଜୀବନ କାଟୁଛନ୍ତି ସୁମିତ୍ରା

୧୭ ବର୍ଷ ବନ୍ଦୀ ଜୀବନ କାଟୁଛନ୍ତି ସୁମିତ୍ରା

ବିଷମକଟକ,୧୮।୯(ଡି.ଏନ୍‌.ଏ): ବିଷମକଟକ ବ୍ଳକ୍‌ର ଦୁର୍ଗୀ ଗଁ। । ଏଠାରେ ପୂଜକ କେ. ବିଶ୍ୱନାଥ ବାସ କରନ୍ତି। ତାଙ୍କର ସାନ ଝିଅ ସୁମିତ୍ରା। ପିଲା ଦିନେ ସୁମିତ୍ରାଙ୍କୁ ଜ୍ୱର ହୋଇଥିଲା। କିନ୍ତୁ ଏହା ଭଲ ହୋଇ ନ ଥିଲା। ସେବେଠୁ ସେ ମାନସିକ ବିକଳାଙ୍ଗ ହୋଇଯାଇଛନ୍ତି। 

ବାର୍‌ହା ଆକ୍ରମଣରେ ଜଣେ ଆହତ

ବାର୍‌ହା ଆକ୍ରମଣରେ ଜଣେ ଆହତ

ମୁନିଗୁଡ଼ା,୧୭ା୯(ଡ଼ି.ଏନ.ଏ)- ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ନିଆଳି ଗ୍ରାମରେ ବାର୍‌ହା ଆକ୍ରମଣରେ ଜଣେ ଆହତ ହୋଇଛନ୍ତି। ସେ ହେଲେ ଜଗାରାମ ପ୍ରାସ୍କା। ତାଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। 

ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ରାୟଗଡା ଅଫିସ, ୧୭ା୯- ୫ ଦଫା ଦାବି ନେଇ ସୋମବାର ରାୟଗଡ଼ା ଜିଲା ବିକାଶ ପରିଷଦ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ପରିଷଦର ଜିଲା ଆବାହକ ପ୍ରଦୀପ କୁମାର ଦାସ, ବୋମାଲିକାନ୍ତା ରାଓ, ଜେମ୍ସ ଶବରଙ୍କ ନେତୃତ୍ୱରେ ସଂଘର ସଦସ୍ୟ ଆଲୋଲିଓ ଗମାଙ୍ଗୋ, ମିଲଲୀତା ମଣ୍ଡଳ, ସିପନ ଶବର, ସିରିଲା ବୁଡୁ, କୃଷ୍ଣଚନ୍ଦ୍ର ମହାପାତ୍ର ଓ ଅନ୍ୟ ସଦସ୍ୟମାନେ ରିଲେ ଅନଶନ କରିବା ସହ ଧାରଣାରେ ବସିଥିଲେ ।

ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚର ପଞ୍ଚାୟତ ପଦଯାତ୍ରା

ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚର ପଞ୍ଚାୟତ ପଦଯାତ୍ରା

ମାଲକାନଗିର,୧୭।୯(ଡି.ଏନ.ଏ.)-  ଚାକିରୀ ସର୍ତ୍ତାବଳୀ ଲାଗୁ ସହ ପୂର୍ଣ୍ଣ ଅନୁଦାନ ଦାବିରେ ତାଲା ବନ୍ଦ ଆନ୍ଦୋଳନ ପରେ ସୋମଠାରୁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଅଧ୍ୟାପକ ମିଳିତ ମଞ୍ଚ ପଞ୍ଚାୟତ ପଦଯାତ୍ରା ଆରମ୍ଭ କରିଛି। ସୋମବାର ମାଲକାନଗିରି ଜିଲାର ଶିକ୍ଷକ ଓ ଅଧ୍ୟାପକମାନେ ଜିଲା ଆବାହକ ଦୁଷ୍ମନ୍ତ ଜେନାଙ୍କ ନେତୃତ୍ୱରେ ମାଲକାନଗିରି ମହିଳା ମହାବିଦ୍ୟାଳୟଠାରୁ ଶୋଭାଯାତ୍ରାରେ ବାହାରି ବିଭିନ୍ନ ପଞ୍ଚାୟତରେ ପଦଯାତ୍ରା କରିଥିଲେ ।

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଗ୍ରାମବାସୀ ମୃତ

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଗ୍ରାମବାସୀ ମୃତ

ମାଲକାନଗିରି, ୧୭। ୯(ଡି.ଏନ.ଏ)- 
ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ସୁକ୍‌ମା ଜିଲ୍ଲାରେ ରବିବାର ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ମହିଳାଙ୍କ ସମେତ ୨ ଜଣ ଗ୍ରାମାବାସୀଙ୍କ ମୃତ୍ୟୁ ଘଟିଛି ।  ଜିଲାର ଚିନ୍ତାଗୁଫା ଥାନା ଅନ୍ତର୍ଗତ ମେଟାଗୁଡେମ ଗ୍ରାମ ନିକଟରେ ମାଓବାଦୀଙ୍କ ଦ୍ୱାରା ଏହି ଲ୍ୟାଣ୍ଡମାଇନ ଖଞ୍ଜାଯାଇଥିଲା ।  ଏହା ବିସ୍ଫୋରଣ ଘଟିବାରୁ ୨ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଥିବା ସୁକ୍‌ମା ଏସପି ଅଭିଷେକ ମୀନା କହିଛନ୍ତି। 

ଦୁର୍ଗା ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦୁର୍ଗା ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

ବିଷମକଟକ, ୧୭।୯(ଡି.ଏନ୍‌.ଏ.): ବିଷମକଟକ କଲ୍ୟାଣ ମଣ୍ଡପରେ  ଦଶହରା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି।  ପୁରୋହିତ କେଶବ ରଥ, ରାମ ରଥ, ସପନ ରଥ  ରୀତିନୀତି ଅନୁଯାୟୀ ପୂଜା ହୋମ ଓ ପୂଜାପାଠ କରିବା ପରେ ଶୁଭଖୁଣ୍ଟି ସ୍ଥାପନ କରିଥିଲେ। ଦୁର୍ଗା ପୂଜା କମିଟିର ସମସ୍ତ ସଦସ୍ୟ ଓ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକେ ଏହି ସମୟରେ ଉପସ୍ଥିତ ଥିଲେ।

ଶିଶୁ ମନ୍ଦିରରେ ମାତୃ କର୍ମଶାଳା

ଶିଶୁ ମନ୍ଦିରରେ ମାତୃ କର୍ମଶାଳା

ଗୁଡାରୀ, ୧୭।୯ (ଡି.ଏନ୍‌.ଏ.)ଗୁଡାରୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ରବିବାର  ଏକ ମାତୃ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍କୁଲରେ ଜଣେ ଶିଶୁ ନାମ ଲେଖାଇବା ପରେ  ତାକୁ ଗୀତ, ଗପ, ଖେଳ, ଶାରୀରିକ  ସଂଯମତା, ସଂସ୍କୃତି, ଉତ୍ତମ ବ୍ୟବହାର ଦ୍ୱାରା  କିଭଳି ଶିକ୍ଷା ଦିଆଯାଏ ଉପସ୍ଥିତ ମା’ମାନଙ୍କୁ ବୁଝାଯାଇଥିଲା।  ପିଲାଟି ସ୍କୁଲରୁ ଘରକୁ ଗଲା ପରେ ସେଠାରେ ମା’ମାନଙ୍କ କ’ଣ ଦାୟିତ୍ୱ ରହିଛି ସେ ସମ୍ବନ୍ଧରେ ଶିକ୍ଷା ଦିଆଯାଇଥିଲା। 

ସମ୍ବର୍ଦ୍ଧନା ଆଳରେ ଶକ୍ତି ପ୍ରଦର୍ଶନ

ସମ୍ବର୍ଦ୍ଧନା ଆଳରେ ଶକ୍ତି ପ୍ରଦର୍ଶନ

ଗୁଣପୁର,୧୭।୯(ଡି.ଏନ୍‌.ଏ.): ରାୟଗଡା ଜିଲା କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଥମିବାରେ ନାଁ  ଧରୁନି। ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ ଜିଲାରେ  ଥିବା ଦଳୀୟ ଗୋଷ୍ଠୀ  କନ୍ଦଳକୁ ପ୍ରଶମିତ କରିବା ପାଇଁ ଜିଲା ସଭାପତି ଦୂର୍ଗା ପଣ୍ଡା ରହିଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ରଘୁନାଥ ପାତ୍ରଙ୍କୁ ନିଯୁକ୍ତି  ଦିଆଯାଇଥିଲା। ତେବେ ଏହି ତୁଷ୍ଟୀକରଣ ଉଦ୍ୟମ ସଫଳ ହୋଇନାହିଁ। ଜିଲା ସଭାପତି ଏବଂ ତାଙ୍କ ବିରୋଧୀ ଗୋଷ୍ଠୀଙ୍କୁ ନେଇ ଛକାପଞ୍ଝା ବର୍ତ୍ତମାନ ସୁଦ୍ଧା ଲାଗି ରହିଛି। ଏହିକ୍ରମରେ ରବିବାର ପେଙ୍ଗୁଡାରେ  ନବ ନିଯୁକ୍ତ ଜିଲା କାର୍ଯ୍ୟକାରୀ ସଭାପତି ତଥା ଗୁଡାରି ଅଞ୍ଚଳର ପୁରୁଖା କଂଗ୍ରେସ ନେତା ରଘୁନାଥ ପାତ୍ରଙ୍କୁ ସମ୍ବର୍ଦ୍ଧନା ଆଳରେ ବୈଠକ କରାଯାଇଛି। କାର୍ଯ୍ୟକ୍ରମରେ ଜିଲା ସଭାପତି କିମ୍ବା ତାଙ୍କ ସମର୍ଥକ ଗୋଷ୍ଠୀର କୌଣସି ନେତାଙ୍କ  ଦେଖା ନ ମିଳିବା କଂଗ୍ରେସରେ ଥିବା କନ୍ଦଳର   ସ୍ପଷ୍ଟ ସଙ୍କେତ ଦେଉଛି। ଗୁଣପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ପେଙ୍ଗୁଡା ଭୈରବୀ ମନ୍ଦିର ନିକଟରେ ହୋଇଥିବା ବୈଠକରେ ଜିଲା ସଭାପତି ବିରୋଧୀ ଗୋଷ୍ଠୀ କୁହାଯାଉଥିବା ପୂର୍ବତନ ଜିଲା ପରିଷଦ ସଭାପତି ବିଜୟ ଗମାଙ୍ଗଙ୍କ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ କରାଯିବା ଘଟଣାରୁ ଦଳରେ ସବୁ କିଛି ଠିକ ନ ଥିବା ପରି ମନେ ହେଉଛି। 

ଅଙ୍ଗନଓ୍ବାଡି ପରିଚାରିକା, ସହାୟିକା ସାମ୍ମୁଖ୍ୟର ପ୍ରେସ ବିବୃତି: କ୍ଷମତା ସରିବା ବେଳେ ତୁଷ୍ଟୀକରଣର ଅପଚେଷ୍ଟା

ଅଙ୍ଗନଓ୍ବାଡି ପରିଚାରିକା, ସହାୟିକା ସାମ୍ମୁଖ୍ୟର ପ୍ରେସ ବିବୃତି: କ୍ଷମତା ସରିବା ବେଳେ ତୁଷ୍ଟୀକରଣର ଅପଚେଷ୍ଟା

ରାୟଗଡା ଅଫିସ,୧୭ା୯: କୋଲନରାଠାରେ  ନିଖିଳ ଓଡ଼ିଶା ଅଙ୍ଗନଓ୍ବାଡି ପରିଚାରିକା ଓ ସହାୟିକା ସାମ୍ମୁଖ୍ୟର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟାଙ୍କୁ ନେଇ ଏକ ବୈଠକ କରାଯାଇଛି। ସାମ୍ମୁଖ୍ୟର ରାୟଗଡା ଜିଲା ସଂଘ ସଭାନେତ୍ରୀ ପ୍ରଭାତ ନଳିନୀ ଜେନା, ସମ୍ପାଦିକା ସନ୍ଧ୍ୟାରାଣୀ ବାରିକ, ଉପସଭାନେତ୍ରୀ ମଞ୍ଜୁଶ୍ରୀ ମହାପାତ୍ର, କୋଷାଧ୍ୟକ୍ଷା ମମତା ଗନ୍ତାୟତଙ୍କ ନେତୃତ୍ୱରେ ଏହା ଅନୁଷ୍ଠିତ ହୋଇଥିଲା। ଭାରତର ପ୍ରଧାନମନ୍ତ୍ରୀ କିଛିଦିନ ପୂର୍ବେ ଅଙ୍ଗନଓ୍ବାଡି କର୍ମୀଙ୍କ ୧୫୦୦, ମିନି ଅଙ୍ଗନଓ୍ବାଡି କର୍ମୀଙ୍କ ୧୨୫୦  ଓ ସହାୟିକାଙ୍କ ପାଇଁ ୭୫୦ ଟଙ୍କା ବୃଦ୍ଧି  କରିଛନ୍ତି।  ଏହା ସେମାନଙ୍କ ପ୍ରତି  ଉପହାସ ବୋଲି  ସାମ୍ମୁଖ୍ୟ କହିଛି।  ଏହା ସେମାନଙ୍କ କାମ ତୁଳନାରେ ଯଥେଷ୍ଟ ନୁହେଁ। କେନ୍ଦ୍ର ସରକାର କ୍ଷମତାକୁ ଆସିବା ପରେ ଆଇସିଡିଏସ୍‌ ବଜେଟ୍‌ରୁ ଅର୍ଥ କମ କରିଥିଲେ। ବର୍ତ୍ତମାନ କ୍ଷମତାରୁ ବିଦାୟ ନେବା ସମୟରେ ବାହାଃ ବାହାଃ ନେବା ପାଇଁ ଅପଚେଷ୍ଟା କରୁଛନ୍ତି ବୋଲି ଏଥିରେ ଉଲ୍ଲେଖ ରହିଛି। 

୫୫, ୫୫୫ ଟଙ୍କାରେ ଲଡୁ ନିଲାମ

ଅମ୍ବାଦଳା, ୧୭।୯(ଡି.ଏନ୍‌.ଏ.)ଅମ୍ବାଦଳ ସହରସ୍ଥିତ ଫ୍ରେଣ୍ଡସ ପୂଜା କମିଟି ପକ୍ଷରୁ ନେତାଜି କ୍ଲବ ନିକଟରେ ଗଣେଶ ପୂଜା ପାଳିତ ହୋଇଛି। ପୂଜା କମିଟି ପକ୍ଷରୁ ପ୍ରସ୍ତୁତ ହୋଇଥିବା ୨୫ କେଜି ଲଡୁକୁ ନିଲାମ କରାଯାଇଛି। ସ୍ଥାନୀୟ ବ୍ୟବସାୟୀ ଏସ୍‌. ଜଗନ୍ନାଥ ପାତ୍ର ୫୫ହଜାର ୫ଶହରେ  ନିଲାମ ନେଇଥିଲେ। ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀ, ରାଜନେତା, ସାମାଜିକ କର୍ମୀ  ନିଲାମରେ ଭାଗ ନେଇଥିଲେ।