ରାୟଗଡା

ବଡଟେମରା ପଞ୍ଚାୟତରେ ବିଜେଡିର ପଦଯାତ୍ରା

ବଡଟେମରା ପଞ୍ଚାୟତରେ ବିଜେଡିର ପଦଯାତ୍ରା

ଝରିଗାଁ,୪।୧୧(ସ୍ବ.ପ୍ର.)-ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବଡଟେମରା ପଞ୍ଚାୟତର ସାନଟେମରା ଗ୍ରାମଠାରେ ବିଜେଡିର ପଦଯାତ୍ରା ରାଜ୍ୟ ଅନୁସୂଚୀତ ଜାତି ଓ ଜନଜାତି, ପଛୁଆ ବର୍ଗ ତଥା ସଂଖ୍ୟାଲଘୁ ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଅଛି।

ଟିପ୍ପର ଧୋଇବା ବେଳେ ବିଦ୍ୟୁତ୍‌ ଝଟ୍‌କା:  ହେଲ୍‌ପର ସମେତ ୨ ମୃତ,  କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଟିପ୍ପର ଧୋଇବା ବେଳେ ବିଦ୍ୟୁତ୍‌ ଝଟ୍‌କା: ହେଲ୍‌ପର ସମେତ ୨ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ସେମିଳିଗୁଡ଼ା,୩।୧୧(ସ୍ବ.ପ୍ର.)-କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକ୍‌ ପାଖଜଲା ପଞ୍ଚାୟତରେ ଶନିବାର ଏକ ଅଭାବନୀୟ ଘଟଣାକ୍ରମରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ପାଖଜଲା ଏନ୍‌ଏଚ୍‌ ନିକଟସ୍ଥ ନାଳ ଉପରେ ଯାଇଥିବା ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି କୋଡିଗାଁ ଏବଂ ରାଣୀକମା ଗ୍ରାମର ଲକ୍ଷ୍ମଣ ଦାନୀ (୩୦) ଓ ରଘୁନାଥ ଦିସାରୀ (୪୫) ପ୍ରାଣ ହରାଇଛନ୍ତି।

ଶ୍ରୀହୀନ ହୋଇପଡ଼ୁଛି  ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ

ଶ୍ରୀହୀନ ହୋଇପଡ଼ୁଛି ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ

ପାରଳାଖେମୁଣ୍ଡି, ୩।୧୧(ସ୍ବ.ପ୍ର.)-ଗଜପତି ଜିଲାର ବିଭିନ୍ନ ଅଞ୍ଚଳର ଥିବା ପ୍ରାଥମିକ ବିଦ୍ୟାଳୟଗୁଡିକ ଦିନକୁ ଦିନ ଶ୍ରୀହୀନ ହେବାରେ ଲାଗିଛି। କେତେକ ବିଦ୍ୟାଳୟ କୋଠା ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଯାଇଥିବାବେଳେ ଅନ୍ୟ କେତେକ ସ୍କୁଲର ଶ୍ରେଣୀଗୃହ ଭାଙ୍ଗିରୁଜି ଗଲାଣି। ଘରୋଇ ବିଦ୍ୟାଳୟଗୁଡିକର ଉତ୍‌ଥାନ ଓ ସାଧାରଣ ଲୋକଙ୍କ ଓଡିଆ ପ୍ରାଥମିକ ବିଦ୍ୟାଳୟ ପ୍ରତି ଆଗ୍ରହ କମିବା ଏହାର ଏକ କାରଣ ବୋଲି କୁହାଯାଉଛି

ସ୍ତ୍ରୀକୁ କୋଦାଳରେ ହାଣି ସ୍ବାମୀର ଆତ୍ମହତ୍ୟା

ସ୍ତ୍ରୀକୁ କୋଦାଳରେ ହାଣି ସ୍ବାମୀର ଆତ୍ମହତ୍ୟା

ରାଇଘର, ୩।୧୧(ଡି.ଏନ.ଏ)-ନବରଙ୍ଗପୁର ଜିଲା ରାଇଘର ବ୍ଲକ ଗୋନା ପଞ୍ଚାୟତ ଅନ୍ତର୍ଗତ ଗଡକାରପାରା ଗ୍ରାମରେ ଶନିବାର ପାରିବାରିକ କଳହକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀକୁ କୋଦାଳରେ ହାଣି ଲହୁଲୁହାଣ କରିବା ପରେ ସ୍ବାମୀ ଆତ୍ମହତ୍ୟା କରିଛି।

ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲୁଟ ଘଟଣା: ୩ ଗିରଫ

ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲୁଟ ଘଟଣା: ୩ ଗିରଫ

ଜୟପୁର, ୩।୧୧(ନି.ପ୍ର.)- ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କୁ ମାଡ ମାରି ଟଙ୍କା ଲୁଟ୍‌ ଘଟଣାରେ ଶନିବାର କୋରାପୁଟ ଜିଲା ଜୟପୁର ସଦର ପୋଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କଳାଗୁଡାର ମନୋଜ କନ୍ଧପାନ (୨୪) ଦେବ ଗରଡା (୨୫) ଓ ହାଟପଦାର ବୁଟି ଖରା(୨୪) ।

ବାମୁଣିରେ ସ୍ଥାପନ ହେବ ମକା ପ୍ରସେସିଂ ୟୁନିଟ

ବାମୁଣିରେ ସ୍ଥାପନ ହେବ ମକା ପ୍ରସେସିଂ ୟୁନିଟ

ନବରଙ୍ଗପୁର,୩ା୧୧(ବି.ପ୍ର.)-ନବରଙ୍ଗପୁର ଜିଲାରେ ମକା ଚାଷୀଙ୍କ ଆଶା ସଞ୍ଚାର ହୋଇଛି। ଦୀର୍ଘଦିନର ଦାବି ପରେ ବାମୁଣିରେ ମକା ପ୍ରସେସିଂ କମ୍ପାନୀ ସ୍ଥାପନ କରିବାକୁ ସରକାର ନିଷ୍ପତ୍ତି ନେିଛନ୍ତି। ଭିଡିଓ କନଫରେନ୍ସସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ସ୍ଥାପନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ସୂଚନା ଦେଇଛନ୍ତି। ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକର ବାମୁଣି ମୌଜାରେ ୫୨ଏକର ପରିମିତ ଜମି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି। ଏହି ଜମିରେ ଭିଜୟନଗର ବାୟୋଟେକ୍‌ ପ୍ରାଇଭେଟ ଲିମିଟେଡ ମକା ପ୍ରସେସିଂ କମ୍ପାନୀ ଖୋଲିବ ା ୨ବର୍ଷ ମଧ୍ୟରେ ୭୨ହଜାର ଟଙ୍କା ବ୍ୟୟରେ ମକା ପ୍ରସେସିଂ ୟୁନିଟ ସ୍ଥାପନ ହେବ ବୋଲି ମ୍ୟାନେଜିଂ ଡାଇରେକ୍ଟର ଡି. ଭିବେକାନନ୍ଦ ରାଜୁ କହିଛନ୍ତି।

ଖବରଦାତାଙ୍କୁ ହତ୍ୟା ଘଟଣା: ଏଲକାନୁରରେ ଲାଗିଲା ମାଓବାଦୀ ବିରୋଧୀ ପୋଷ୍ଟର

ଖବରଦାତାଙ୍କୁ ହତ୍ୟା ଘଟଣା: ଏଲକାନୁରରେ ଲାଗିଲା ମାଓବାଦୀ ବିରୋଧୀ ପୋଷ୍ଟର

କାଲିମେଳା,୩ା୧୧(ଡି.ଏନ.ଏ)- ମାଲକାନଗିରି ସୀମାନ୍ତ ତଥା ଛତିଶଗଡ ଦାନ୍ତଓ୍ବୋଡାରେ ମାଓବାଦୀମାନେ ଜାଣିଶୁଣି ଆମ୍ବୁସ ଲଗାଇ ସାମ୍ବାଦିକଙ୍କୁ ହତ୍ୟା କରିଛନ୍ତି ବୋଲି ଛତିଶଗଡର ଏଲକାନୁରରେ ଲାଗିଥିବା ମାଓବାଦୀ ବିରୋଧୀ ପୋଷ୍ଟରରେ ଦର୍ଶାଯାଇଛି। ସମ୍ପୂର୍ଣ୍ଣ ହିଂସାମୁକ୍ତ ଓଡ଼ିଶା ଅଭିଯାନ ପକ୍ଷରୁ ଏହି ପୋଷ୍ଟର ଏଲକାନୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଲାଗିଥିବା ଶନିବାର ଦେଖିବାକୁ ମିଳିଛି। ଏଥିରେ ଉଲ୍ଲେଖ ହୋଇଛି, ମାଓବାଦୀମାନେ ଜାଣିଶୁଣି ଦୂରଦର୍ଶନ ସମ୍ବାଦଦାତା ଅଚ୍ୟୁତାନନ୍ଦ ବେହେରାଙ୍କୁ ହତ୍ୟା କରିଛନ୍ତି।

କାର୍ଯ୍ୟକ୍ଷମ ହେଲା ବାତ୍ୟା କ୍ଷତିଗ୍ରସ୍ତ ୧୭୧ ଜଳ ଯୋଗାଣ ପ୍ରକଳ୍ପ

କାର୍ଯ୍ୟକ୍ଷମ ହେଲା ବାତ୍ୟା କ୍ଷତିଗ୍ରସ୍ତ ୧୭୧ ଜଳ ଯୋଗାଣ ପ୍ରକଳ୍ପ

ପାରଳାଖେମୁଣ୍ଡି, ୩ା୧୧(ସ୍ବ.ପ୍ର.)-ଗଜପତି ଜିଲାରେ ୬୨୫ଟି ପାଇପ୍‌ ଯୋଗେ ପାନୀୟ ଜଳଯୋଗାଣ ବ୍ୟବସ୍ଥା ଥିଲା ବେଳେ ତନ୍ମଧ୍ୟରୁ ୪୭୩ଟି ଝରଣାରୁ ଜଳ ଯୋଗାଯାଉଛି ା ବାତ୍ୟାରେ ୧୭୧ଟି ପାଇପ୍‌ ଜଳ ଯୋଗାଣ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଥିଲା ା ଅଦ୍ୟାବଧି ଏଗୁଡିକର ମରାମତି ସରି କାର୍ଯ୍ୟକ୍ଷମ ହୋଇଛି।

ଯୋଗ ,ଆଧ୍ୟାତ୍ମିକତାରେ ବନ୍ଧା କେରାପୁଟ  ଗ୍ରାମବାସୀ: ଆମିଷ ଖାଆନ୍ତନି , ମଦ ଛୁଅନ୍ତିନି

ଯୋଗ ,ଆଧ୍ୟାତ୍ମିକତାରେ ବନ୍ଧା କେରାପୁଟ ଗ୍ରାମବାସୀ: ଆମିଷ ଖାଆନ୍ତନି , ମଦ ଛୁଅନ୍ତିନି

ବୈପାରୀଗୁଡ଼ା,୩।୧୧ (ଡି.ଏନ୍‌.ଏ)-ଯୋଗ ଓ ଆଧ୍ୟାତ୍ମିକ ଚେତନା ଏକ ସୁସ୍ଥ ଶୃଙ୍ଖଳିତ ସମାଜ ଗଢ଼ିବାରେ ସହାୟତା କରେ । ଏ କଥା ଭଲ ଭାବେ ହୃଦୟଙ୍ଗମ କରିଛନ୍ତି କୋରାପୁଟ ଜିଲା ବୈପାରୀଗୁଡ଼ା ବ୍ଲକ୍‌ କେରାପୁଟ ଗ୍ରାମବାସୀ।

ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର

ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଲମତାପୁଟ,୩।୧୧(ଡି.ଏନ୍‌.ଏ)-ଲମତାପୁଟ ବ୍ଲକ୍‌ ଅନ୍ତର୍ଗତ କିଚରଗାଡ଼ ନନ୍ଦୀରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ନଦୀରେ ମୃତଦେହ ଭାସୁଥିବା କିଛି ଲୋକ ଦେଖି ଗଁ।ରେ ଖବର ଦେଇଥିଲେ।

ରୋଗୀ କଲ୍ୟାଣ ସମିତି ବୈଠକ: ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସର ସ୍ବଚ୍ଛ ରଖିବାକୁ ବିଧାୟକଙ୍କ ପରାମର୍ଶ

ରୋଗୀ କଲ୍ୟାଣ ସମିତି ବୈଠକ: ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସର ସ୍ବଚ୍ଛ ରଖିବାକୁ ବିଧାୟକଙ୍କ ପରାମର୍ଶ

କୁନ୍ଦୁରା,୩।୧୧(ଡି.ଏନ.ଏ.)-କୋରାପୁଟ ଜିଲା କୁନ୍ଦୁରା ବ୍ଲକ ସଦର ମହକୁମାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରେ ରୋଗୀ କଲ୍ୟାଣ ସମିତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏଥିରେ କୋଟପାଡ଼ ବିଧାୟକ ଚନ୍ଦ୍ରଶେଖର ମାଝି ଯୋଗଦେଇଥିଲେ।

କେନ୍ଦ୍ରୀୟ ଟିମ୍‌ର ଗଜପତି ଜିଲା ଗସ୍ତ:  ଗଙ୍ଗାବାଡ଼ ପଞ୍ଚାୟତ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କଲେ

କେନ୍ଦ୍ରୀୟ ଟିମ୍‌ର ଗଜପତି ଜିଲା ଗସ୍ତ: ଗଙ୍ଗାବାଡ଼ ପଞ୍ଚାୟତ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କଲେ

ପାରଳାଖେମୁଣ୍ଡି, ୩।୧୧(ସ୍ବ.ପ୍ର.)-‘ତିତ୍‌ଲି’ ବାତ୍ୟା ଓ ପରବର୍ତ୍ତୀ ବନ୍ୟା ପ୍ରଭାବରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ୭ଜଣିଆ କେନ୍ଦ୍ରୀୟ ଟିମ୍‌ ଶୁକ୍ରବାର ଗଜପତି ଜିଲା ଗସ୍ତରେ ଆସିଥିଲେ। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟର ଯୁଗ୍ନ ସଚିବ ଏସ୍‌.କେ.ସାହିଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍‌ ଜିଲାର ସର୍ବାଧିକ କ୍ଷତିଗ୍ରସ୍ତ ତଥା ଜୀବନହାନି ଘଟିଥିବା ରାୟଗଡ ବ୍ଲକ ଅଧୀନ ଗଙ୍ଗାବାଡ ପଞ୍ଚାୟତ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ ବିପନ୍ନଙ୍କୁ ଭେଟିଥିଲେ। ପରେ ପାରଳାଖେମୁଣ୍ଡି ଫେରି ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇ କ୍ଷୟକ୍ଷତି ଓ ପୁନରୁଦ୍ଧାର ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିଥିଲେ।

ମାଓବାଦୀ ସଂଗଠନ ଜାରି କଲା ବିବୃତ୍ତି :  ଗଣମାଧ୍ୟମ ପ୍ରତିନିଧି ଆମର ଶତ୍ରୁ ନୁହନ୍ତି,  ଅଚ୍ୟୁତାନନ୍ଦଙ୍କ ବିୟୋଗରେ ଦୁଖଃ ପ୍ରକାଶ କରୁଛୁ

ମାଓବାଦୀ ସଂଗଠନ ଜାରି କଲା ବିବୃତ୍ତି : ଗଣମାଧ୍ୟମ ପ୍ରତିନିଧି ଆମର ଶତ୍ରୁ ନୁହନ୍ତି, ଅଚ୍ୟୁତାନନ୍ଦଙ୍କ ବିୟୋଗରେ ଦୁଖଃ ପ୍ରକାଶ କରୁଛୁ

ମାଲକାନଗିରି,୨।୧୧ (ଡି.ଏନ.ଏ) - ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ଦାନ୍ତେୱାଡ଼ା ଜିଲାର ଅରନପୁର ନିକଟରେ ୩୦ତାରିଖରେ ଗୁଳି ବିନିମୟରେ ମାଓବାଦୀଙ୍କ ଆକ୍ରମଣରେ କ୍ୟାମେରାମ୍ୟାନ୍‌ ଅଚ୍ୟୁତା ନନ୍ଦ ସାହୁଙ୍କ ମୃତ୍ୟୁ ଘଟଣାରେ ମାଓବାଦୀ ସଂଗଠନ ଦୁଖଃ ପ୍ରକାଶ କରିଛି । ଛତିଶଗଡ଼ରେ ବିଧାନସଭା ନିର୍ବାଚନ ଏକ ମିଥ୍ୟା ନିର୍ବାଚନ ବୋଲି ମାଓବାଦୀ ସଂଗଠନ କହିଛି। ଦୂରଦର୍ଶନ ଟିମ୍‌ ପୋଲିସ ସହ ଥିବା ତାଙ୍କ ସଂଗଠନକୁ ସୂଚନା ନ ଥିଲା ବୋଲି ଏହି ପ୍ରେସ୍‌ ବିବୃତ୍ତିରେ ଦର୍ଶାଯାଇଛି । ଗଣମାଧ୍ୟମର ପ୍ରତିନିଧିମାନେ ମାଓବାଦୀ ସଂଗଠନର ଶତ୍ରୁ ନୁହନ୍ତି, ବରଂ ମିତ୍ର ବୋଲି କୁହାଯାଇଛି । 

 ଛାତ୍ରାବାସ ଛାଡ଼ିଥିଲେ , ବୁଝାସୁଝା ପରେ ଫେରିଲେ ଅନ୍ତେବାସୀ

ଛାତ୍ରାବାସ ଛାଡ଼ିଥିଲେ , ବୁଝାସୁଝା ପରେ ଫେରିଲେ ଅନ୍ତେବାସୀ

ମାଲକାନଗିରି,୨।୧୧(ଡି.ଏନ.ଏ)-ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ତାର୍ଲାକୋଟା ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟର ଛାତ୍ରାବାସରେ ବିଭିନ୍ନ ସମସ୍ୟା ଥିବା ଅଭିଯୋଗ କରି ଗୁରୁବାର ରାତିରେ ଅନ୍ତେବାସୀମାନେ ଛାତ୍ରାବାସ ଛାଡ଼ିଥିଲେ। ପ୍ରାୟ ୪୦ ଜଣ ଅନ୍ତେବାସୀ ଛାତ୍ରାବାସ ଛାଡ଼ି ଘରକୁ ଚାଲିଯାଉଥିବା ବେଳେ ଗ୍ରାମବାସୀ ପୋଲିସକୁ ସୂଚନା ଦେଇ ସେମାନଙ୍କୁ ଫେରାଇ ନେଇଛନ୍ତି

‘ବ୍ରାହ୍ମଣ ବିବାହରେ କୁକୁଡ଼ା ମାଂସ ରନ୍ଧନ  ହେବନି’

‘ବ୍ରାହ୍ମଣ ବିବାହରେ କୁକୁଡ଼ା ମାଂସ ରନ୍ଧନ ହେବନି’

କୁନ୍ଦୁରା,୨।୧୧(ଡି.ଏନ୍‌.ଏ.)- କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଡଙ୍ଗରପାଉଁଶୀ ଗ୍ରାମପଞ୍ଚାୟତ ସଦର ମହକୁମାସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିରଠାରେ ନବଗଠିତ ବ୍ଲକ ବ୍ରାହ୍ମଣ ସମାଜର ପ୍ରଥମ ବୈଠକ ସଭାପତି ରାଧାନାଥ ଭଟ୍ଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି ।

ଆର୍‌ଟିଆଇ ସମ୍ପର୍କରେ ଅଧିକ ସଚେତନତା ଲୋଡ଼ା

ଆର୍‌ଟିଆଇ ସମ୍ପର୍କରେ ଅଧିକ ସଚେତନତା ଲୋଡ଼ା

କୋରାପୁଟ,୨।୧୧(ସ୍ବ.ପ୍ର)-କୋରାପୁଟସ୍ଥିତ ଆଦିବାସୀ ସଂଗ୍ରହାଳୟ ପରିସରରେ  ଜିଲା ସୂଚନା ଅଧିକାର ମଞ୍ଚର ଏକ ବୈଠକ ଅନୁଷ୍ଠିତ ହୋଇଛି। ସୂଚନା ଅଧିକାର ଆଇନ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବାକୁ  ଅତିଥିମାନେ ଗୁରୁତ୍ୱାରୋପ କରିଛନ୍ତି

ଅସ୍ତ୍ରୋପଚାର ଗୃହରେ  ଡାକ୍ତରଙ୍କ ସେଲଫି ଭାଇରାଲ:  ଜିଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

ଅସ୍ତ୍ରୋପଚାର ଗୃହରେ ଡାକ୍ତରଙ୍କ ସେଲଫି ଭାଇରାଲ: ଜିଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

ଜୟପୁର,୨।୧୧(ନି.ପ୍ର)-ଜିଲା ଚିକିତ୍ସାଳୟରେ ଅସ୍ତ୍ରୋପଚାର ଚାଲୁଥିବା ସମୟରେ ଡାକ୍ତର ସସ୍ମିତା ଦାସ ମୋବାଇଲରେ ସେଲଫି ଉଠାଇ ନିଜ ଫେସ୍‌ବୁକରେ ଅପ୍‌ଲୋଡ଼ କରିବା ଘଟଣା ଜିଲାରେ ଚହଲ ସୃଷ୍ଟି କରିଛି ।

ବିଦ୍ୟୁତ୍‌ ତାରରେ ପଡ଼ିଛି ଶୁଖିଲା ଡାଳ

ବିଦ୍ୟୁତ୍‌ ତାରରେ ପଡ଼ିଛି ଶୁଖିଲା ଡାଳ

ଦାମନଯୋଡ଼ି,୨।୧୧ (ସ୍ବ.ପ୍ର/ଡି.ଏନ୍‌.ଏ.)- କୋରାପୁଟ ଜିଲା ବନଖଣ୍ଡ ଅନ୍ତର୍ଗତ ମାଥାଲପୁଟ ଗୁରୁବାର ହାଟରେ ଏକ ଶୁଖିଲା ଅଶ୍ୱତ୍‌ଥ ଗଛ ବିପଦପୂର୍ଣ୍ଣ ଭାବେ ରହିଛି। ଦୀର୍ଘଦିନ ଧରି ଉକ୍ତ ଗଛର ଶୁଖିଲା ଡ଼ାଲ ଓ ଗଣ୍ଡି ନିକଟସ୍ଥ ୧୧ କେଭି ବିଦ୍ୟୁତ୍‌ ତାର ଉପରେ ରହିଛି। ଅନ୍ୟପଟେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ  ନଇଁ ପଡ଼ିଛି।

ବାଉଁଶପୁଟ ଆଶ୍ରମ ବିଦ୍ୟାଳୟ: ରାତ୍ର ଜଗୁଆଳିଙ୍କ ହାତରେ  ଛାତ୍ରୀଛାତ୍ରଙ୍କ ଜୀବନ

ବାଉଁଶପୁଟ ଆଶ୍ରମ ବିଦ୍ୟାଳୟ: ରାତ୍ର ଜଗୁଆଳିଙ୍କ ହାତରେ ଛାତ୍ରୀଛାତ୍ରଙ୍କ ଜୀବନ

କୋରାପୁଟ/ନାରାୟଣପାଟଣା, ୨।୧୧ (ସ୍ବ.ପ୍ର/ଡି.ଏନ୍‌.ଏ.)-  ପିଲାମାନଙ୍କ ପ୍ରାଥମିକ ଶିକ୍ଷା ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି ସତ ମାତ୍ର ସେ ସବୁ ସେମାନଙ୍କ ନିକଟରେ ପହଞ୍ଚି ପାରୁନାହିଁ। କେଉଁଠି ଶ୍ରେଣୀ ଗୃହର ଅଭାବ ରହୁଛି ତ କେଉଁଠି ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତିି। କୋରାପୁଟ ଜିଲା  ବନ୍ଧୁଗାଁ ବ୍ଲକ  ବାଉଁଶପୁଟ ଆଶ୍ରମ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ମାତ୍ର ୩ଟି କ୍ଲାସ ରୁମ୍‌ ରହିଛି। ସେହିଭଳି ହଷ୍ଟେଲରେ ରହୁଥିବା ଶତାଧିକ ଛାତ୍ରୀଛାତ୍ରଙ୍କ ଜୀବନ ଏବେ ରାତ୍ର ଜଗୁଆଳୀଙ୍କ ହାତରେ। ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଉଛି। ଏନେଇ  ବାରମ୍ବାର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ  ଏଯାବତ୍‌ ସମସ୍ୟାର  ସମାଧାନ ହୋଇ ପାରିନାହଁି  ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। 

କଟା ହେଉନି ଶୁଖିଲା ଗଛ: ବିପଦ ଆଶଙ୍କା

କଟା ହେଉନି ଶୁଖିଲା ଗଛ: ବିପଦ ଆଶଙ୍କା

କୋରାପୁଟ,୨ା୧୧(ସ୍ବ.ପ୍ର)-କୋରାପୁଟ ସହର ମଧ୍ୟ ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଦୀର୍ଘଦିନ ଧରି ରହିଥିବା ଶୁଖିଲା ଗଛ ବର୍ତ୍ତମାନ ଯାତ୍ରୀଙ୍କ ପାଇଁ ବିପଦର କାରଣ ହୋଇଛି|

ଠିକାଦାରଙ୍କୁ ଅହେତୁକ ଅନୁକମ୍ପା: ଆରଏମସିକୁ ୮ ଲକ୍ଷ ଟଙ୍କା କ୍ଷତି ଅଭିଯୋଗ

କୋରାପୁଟ,୧ା୧୧(ସ୍ବ.ପ୍ର)-କୋରାପୁଟ ନିୟନ୍ତ୍ରିତ ବଜାର କମିଟି ଜଣେ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବାରୁ  ଆରଏମ୍‌ସିକୁ ୮ ଲକ୍ଷ ଟଙ୍କା କ୍ଷତି ହୋଇଥିବା ଉପାଧ୍ୟକ୍ଷ କର୍ପୁର ହନ୍ତାଳ ପ୍ରକାଶ କରିଛନ୍ତି। ସେମିଳିଗୁଡ଼ାଠାରେ ଥିବା ପୁରୁଣା କୃଷକ ବଜାରକୁ ଭାଙ୍ଗି ସେଠାରେ ୧ କୋଟି ୮୬ ଲକ୍ଷ ୨ ହଜାର ୯୫୪ ଟଙ୍କା ବ୍ୟୟରେ ୮୦ ଟି ଷ୍ଟଲ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଥିଲା। 

ଭାଜପାର ଭିଜିଲାନ୍ସ କାର୍ଯ୍ୟାଳୟ ଘେରାଉ

ଭାଜପାର ଭିଜିଲାନ୍ସ କାର୍ଯ୍ୟାଳୟ ଘେରାଉ

 ଜୟପୁର,୧ା୧୧(ଡି.ଏନ.ଏ)- ଜୟପୁର ପୌରସଂସ୍ଥାରେ ବ୍ୟାପକ  ଦୁର୍ନୀତି ହୋଇଥିବା ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି। ଏହାର ତଦନ୍ତ କରାଯାଇ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଜୟପୁର ନଗର ଭାଜପା ଦାବି କରିଛି। ଗୁରୁବାର ଭାଜପା ପକ୍ଷରୁ ପାରବେଢା ଦଳୀୟ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ଭିଜିଲାନ୍ସ ଏସ.ପି  କାର୍ଯ୍ୟାଳୟଠାରେ ପହଞ୍ଚି ଘେରାଉ କରିବା ସହିତ ଏସ୍‌ପିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଡିଏସପି ହେନେରୀ କୁଲୁଙ୍କୁ ପ୍ରଦାନ କରାଯାଇଛି।

କୋରାପୁଟ ମେଡିକାଲ କଲେଜର ୬ ଡାକ୍ତରଙ୍କ ଇସ୍ତଫା

କୋରାପୁଟ ମେଡିକାଲ କଲେଜର ୬ ଡାକ୍ତରଙ୍କ ଇସ୍ତଫା

କୋରାପୁଟ,୧।୧୧(ସ୍ବ.ପ୍ର)- କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଗୁରୁବାର ୬ ଡାକ୍ତର କାଯର୍‌ୟରୁ ଇସ୍ତଫା ଦେଇଛନ୍ତି । ଫଳରେ ରୋଗୀ ସେବା ପ୍ରଭାବିତ ହୋଇଛି । ମେଡିସିନ ବିଭାଗର ଉକ୍ତ ୬ ଡାକ୍ତର ମେଡିକାଲରେ ଅନୁପସ୍ଥିତ ଥିବା ନେଇ ତାଙ୍କ ବାୟୋମେଟ୍ରିକ ମେଶିନରୁ ଜଣାପଡିଥିଲା  । ପରେ  କଲେଜ  ଡିନ କୃଷ୍ଣ ଚନ୍ଦ୍ର ବିଶ୍ୱାଳ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ।

ଟ୍ରକ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

ଟ୍ରକ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

ମୁନିଗୁଡ଼ା,୧।୧୧(ଡ଼ି.ଏନ.ଏ)-ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ବୁର୍ଜୀଗୁଡ଼ାଠାରେ ଏକ ଟ୍ରକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ସେ ହେଲେ ଆମ୍ବାଦୋଳା ଥାନା ଅନ୍ତର୍ଗତ ଖମ୍ବାରୀଗୁଡ଼ା ଗ୍ରାମର ଯୁଧୀଷ୍ଠିର କୁସୁଲିଆ । କ୍ଷତିପୂରଣ ଦାବିରେ ପରିବାର ଲୋକେ ଓ ଗ୍ରାମବାସୀ ରାୟଗଡ଼ା-କଳାହାଣ୍ଡି ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକୋ ହଟିଥିଲା।