ବ୍ରହ୍ମପୁର

ଟ୍ରାନ୍ସଫର୍ମରରେ ଆକସ୍ମିକ ଅଗ୍ନିକାଣ୍ଡ

ଟ୍ରାନ୍ସଫର୍ମରରେ ଆକସ୍ମିକ ଅଗ୍ନିକାଣ୍ଡ

ଦିଗପହଣ୍ଡି,୧୯।୬(ଡି.ଏନ୍‌.ଏ.): ଦିଗପହଣ୍ଡି ବସ୍‌ଷ୍ଟାଣ୍ଡ ଆନ୍ଧ୍ରବ୍ୟାଙ୍କ ନିକଟରେ ଥିବା ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମରରେ ମଙ୍ଗଳବାର ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବିଦ୍ୟୁତ କେବୁଲ ତାର ଜଳିଯାଇଥିବା ଜଣାପଡିଛି। ତେବେ ଦିଗପହଣ୍ଡି ଅଗ୍ନିଶମ ବିଭାଗର ତତ୍କାଳ ପଦକ୍ଷେପ ଯୋଗୁ ଏକ ବଡ଼ ଧରଣର ଅଘଟଣକୁ ଟାଳି ଦିଆଯାଇଛି।

ନାବାଳିକାଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା

ନାବାଳିକାଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା

ବାଲିଗୁଡ଼ା,୧୯।୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଟାଉନର ନୂଆସାହିରେ ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ବାଲିଗୁଡ଼ା ଥାନାରେ ମଙ୍ଗଳବାର ଅଭିଯୋଗ ହୋଇଛି।

ଛୁରାମାଡ଼ରେ ଯୁବକ ମୃତ

ଛୁରାମାଡ଼ରେ ଯୁବକ ମୃତ

ଆସିକା,୧୯।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ସହର ଉପକଣ୍ଠ ଭୁଡ଼ୁଗେଶ୍ୱରଭାଲୀ ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନ ସାଢ଼େ ୧୦ଟାରେ ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଗ୍ରାମର ସାଗର ସ୍ବାଇଁ(୨୪)। ସେ ନିକଟସ୍ଥ ଋଷିକୂଲ୍ୟା ନଦୀରେ ଗାଧୋଇସାରି ଫେରୁଥିବାବେଳେ ତାଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା।

ରାଇକିଆରେ ଅଗ୍ନିଶମ ବିଭାଗ ତରଫରୁ ମକ୍‌ ଡ୍ରିଲ

ରାଇକିଆରେ ଅଗ୍ନିଶମ ବିଭାଗ ତରଫରୁ ମକ୍‌ ଡ୍ରିଲ

ରାଇକିଆ, ୧୯।୬ (ଡି.ଏନ.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଅଗ୍ନିଶମ ବିଭାଗ ପକ୍ଷରୁ ମକ୍‌ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ବିଲରେ ଟଳି ପଡ଼ିଲେ ଚାଷି, ଅଂଶୁଘାତରେ ମୃତ୍ୟୁ ଅଭିଯୋଗ

ବିଲରେ ଟଳି ପଡ଼ିଲେ ଚାଷି, ଅଂଶୁଘାତରେ ମୃତ୍ୟୁ ଅଭିଯୋଗ

ହିଞ୍ଜିଳିକାଟୁ,୧୯।୬ (ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମରେ ମଙ୍ଗଳବାର ଜଣେ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସେ ହେଲେ ଉକ୍ତ ଥାନା କାଞ୍ଜିଆମା ଗ୍ରାମର ଉପେନ୍ଦ୍ର ମହାନ୍ତି(୬୨)।

ବାଳକରେ ହୁପଷ୍ଟର୍ସ, ବାଳିକାରେ ପରୀ ଚାମ୍ପିୟନ

ବାଳକରେ ହୁପଷ୍ଟର୍ସ, ବାଳିକାରେ ପରୀ ଚାମ୍ପିୟନ

ବ୍ରହ୍ମପୁର ଅଫିସ୍‌,୧୯ା୬ବ୍ରହ୍ମପୁର ଷ୍ଟାଡିୟମ୍‌ଠାରେ ଚାଲିଥିବା ଦ୍ୱିତୀୟ ବ୍ରହ୍ମପୁର ବାସ୍କେଟବଲ୍‌ ଚ୍ୟାଲେଞ୍ଜ ରବିବାର ରାତିରେ ଉଦ୍‌ଯାପିତ ହୋଇଯାଇଛି। ବାଳକରେ ବ୍ରହ୍ମପୁର ହୁପ୍‌ଷ୍ଟର୍ସ ଏବଂ ବାଳିକାରେ ବ୍ରହ୍ମପୁର ପରୀ ଚାମ୍ପିୟନ୍‌ ହୋଇଛି।

ଭିତ୍ତିଭୂମିର ଅଭାବ ସତ୍ତ୍ୱେ ମିଳୁଛି ସଫଳତା

ଭିତ୍ତିଭୂମିର ଅଭାବ ସତ୍ତ୍ୱେ ମିଳୁଛି ସଫଳତା

ରାଇକିଆ,୧୯ା୬(ଡ଼ି.ଏନ.)ବିଦ୍ୟାଳୟସ୍ତରରେ ହେଉ କିମ୍ବା କଲେଜସ୍ତରରେ କନ୍ଧମାଳ ଜିଲା ରାଇକିଆ ବ୍ଲକ ଛାତ୍ରୀଛାତ୍ରମାନେ ବିଭିନ୍ନ କ୍ରୀଡ଼ାରେ ସବୁବେଳେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରି ଆସୁଛନ୍ତିି।

ଜିଲାପାଳ, ଏସ୍‌ପିଙ୍କୁ ଭେଟିଲା ଜୀବିକା ସୁରକ୍ଷା ମଞ୍ଚ

ଜିଲାପାଳ, ଏସ୍‌ପିଙ୍କୁ ଭେଟିଲା ଜୀବିକା ସୁରକ୍ଷା ମଞ୍ଚ

ଫୁଲବାଣୀ ଅଫିସ, ୧୯ା୬ ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଡାଙ୍ଗୁଲୁ ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ା ତାଙ୍କର ମୃତ୍ୟୁ ଦୁର୍ଘଟଣା ଜନୀତ କି ତାଙ୍କୁ ମାରି ଦିଆଯାଇଛି ସେ ନେଇ ପ୍ରଶ୍ନ ଉଠିଛି ା ସେପଟେ ଘଟଣା ସମ୍ପର୍କରେ ପୋଲିସ ମାମଲା ରୁଜୁ କରୁନାହିଁ।

‘ସବୁଦିନ ପାଇଁ ତାଙ୍କ ସ୍ଥାନ ରହିବ ଅପୂରଣୀୟ’

‘ସବୁଦିନ ପାଇଁ ତାଙ୍କ ସ୍ଥାନ ରହିବ ଅପୂରଣୀୟ’

ବ୍ରହ୍ମପୁର ଅଫିସ,୧୯ା୬ବସନ୍ତ ପାଣିଗ୍ରାହୀ ଏକଧାରରେ ଥିଲେ ସାହିତି୍ୟକ, ଭାଷାପ୍ରେମୀ, ନାଟ୍ୟକାର, ସାମାଜିକକର୍ମୀ, ରାଜନୀତିଜ୍ଞ। ତାଙ୍କର ସ୍ଥାନ ସବୁଦିନ ପାଇଁ ଅପୂରଣୀୟ ହୋଇ ରହିବ।

୬ ମାସ ପରେ ଗୁଜରାଟରୁ ମୁଖ୍ୟ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ,୧୯ା୬ଗୋପାଳପୁର ଥାନା ଅଞ୍ଚଳରେ ଏକ କାଜୁ ଫ୍ୟାକ୍ଟ୍ରିରେ କାମ କରୁଥିବା ଜଣେ ଯୁବତୀଙ୍କୁ ଗଣବଳାତ୍କାର ୨୦୧୭ରେ କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ୬ ମାସ ପରେ ଗୋପାଳପୁର ଥାନା ପୋଲିସ ଗୁଜୁରାଟର ସୁରଟ କ୍ରାଇମ୍‌ବ୍ରାଞ୍ଚ ପୋଲିସ ସହାୟତାରେ ସୁରଟରୁ ଶୁକ୍ରବାର ଗିରଫ କରିଛି। ସେ ହେଲେ ପ୍ରମୋଦ ସାହୁ।

ଗାମୁଣ୍ଡିରେ ପାଣି ସମସ୍ୟା ନେଇ ଅସନ୍ତୋଷ

ଭଞ୍ଜନଗର, ୧୯।୬ (ଡି.ଏନ.ଏ) ଭଞ୍ଜନଗର ତହସିଲ ପକ୍ଷରୁ ସୋମବାର ଗାମୁଣ୍ଡିରେ ମୋ ଭୂମି ମୋ ପଟ୍ଟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ୧ଲକ୍ଷ କ୍ଷମତା ବିଶିଷ୍ଟ ପାଣି ଟାଙ୍କି ମଧ୍ୟ ଉଦଘାଟନ ହୋଇଥିଲା ।

ଆସିକାରେ କୁନି ପରୀଙ୍କୁ ସମ୍ବର୍ଦ୍ଧନା

ଆସିକାରେ କୁନି ପରୀଙ୍କୁ ସମ୍ବର୍ଦ୍ଧନା

ଆସିକା,୧୯ା୬ (ଡି.ଏନ୍‌.ଏ.)ଶିଶୁ ମାନଙ୍କ ଉପରେ ଚାଲିଥିବା ଯୌନ ନିର୍ଯାତନା ରୋକିବା ସମ୍ପର୍କରେ ସାଧାରଣରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଗତ ୮ ତାରିଖରେ ଆସିକା ସହରରେ ପରୀରଥ ପରିକ୍ରମା କରିଥିଲା ା

ପୋଖରୀରୁ କୁମ୍ଭୀର ଉଦ୍ଧାର

ପୋଖରୀରୁ କୁମ୍ଭୀର ଉଦ୍ଧାର

ଦିଗପହଣ୍ଡି,୧୮ା୬(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତ ଲୁଣୁଲୁଣିଆ ଲକ୍ଷ୍ମୀନାରାୟଣପୁର ଗ୍ରାମ ପୋଖରୀରୁ ସୋମବାର ଏକ କୁମ୍ଭୀର ଉଦ୍ଧାର କରାଯାଇଛି ା ଗ୍ରାମବାସୀ ପୋଖରୀରୁ ମାଛ ଧରିବା ବେଳେ କୁମ୍ଭୀରଟି ଜାଲରେ ପଡିଥିଲା।

ଅଟୋକୁ ରକ୍ଷା କରିବାକୁ ଯାଇ ଘରକୁ ଧକ୍କା ଦେଲା ଟ୍ରେଲର

ଅଟୋକୁ ରକ୍ଷା କରିବାକୁ ଯାଇ ଘରକୁ ଧକ୍କା ଦେଲା ଟ୍ରେଲର

ଛତ୍ରପୁର,୧୮।୬(ଡି.ଏନ.ଏ)- ସୋମବାର ଅପରାହ୍ନରେ ଏକ ଅଟୋ ବେନିୟମ ଭାବେ ହଠାତ୍‌ ଛତ୍ରପୁରଠାରେ ଜାତୀୟ ରାଜପଥ ପାର ହେବା ପାଇଁ ଉଦ୍ୟମ କରୁଥିବା ବେଳେ ତାହାକୁ ରକ୍ଷା କରିବାକୁ ଯାଇ ଏକ କଣ୍ଟେନର ବୋଝେଇ ଟ୍ରେଲର ଭାରସାମ୍ୟ ହରାଇ ଜଣଙ୍କ ଘରକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଦୁର୍ଘଟଣାରେ ମୋବାଇଲ କମ୍ପାନୀର ଓଡ଼ିଶା ମୁଖ୍ୟଙ୍କ ସମେତ ୪ ଆହତ

ଦୁର୍ଘଟଣାରେ ମୋବାଇଲ କମ୍ପାନୀର ଓଡ଼ିଶା ମୁଖ୍ୟଙ୍କ ସମେତ ୪ ଆହତ

ଗଞ୍ଜାମ,୧୮।୬(ଡି.ଏନ୍‌.ଏ.)- ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ପାରୁଲୁ ଜଙ୍କସନ ୧୬ ନଂ. ଜାତୀୟ ରାଜପଥରେ ଦୁର୍ଘଟଣାରେ ଏକ ମୋବାଇଲ କମ୍ପାନୀର ଓଡିଶା ମୁଖ୍ୟ ଡେଭିଡ ବୋଜ(୩୦), ବ୍ରହ୍ମପୁର ମୁଖ୍ୟ ଫରିଷ୍ଟା (୩୦) ଓ ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ଡେଭିଡଙ୍କ ଆଖିରେ ଗଭୀର ଆଘାତ ଲାଗିଥିବା ବେଳେ ଫରିଷ୍ଟାଙ୍କର ହାତ, ଗୋଡ ଏବଂ ଛାତିରେ ଆଘାତ ଲାଗଛି।

ପାରିବାରିକ କଳହରୁ ସ୍ତ୍ରୀ, ସ୍ବାମୀ ଅର୍ଦ୍ଧଦଗ୍ଧ

ଧରାକୋଟ,୧୭ା୬(ଡି.ଏନ୍‌.ଏ.)- ଧରାକୋଟ ବ୍ଲକ ବରଡ଼ାବାଲି ପଞ୍ଚାୟତ କହିରାପଲ୍ଲୀ ଗ୍ରାମରେ ରବିବାର ମଧ୍ୟରାତ୍ରରେ ପାରିବାରିକ କହଳକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଉଗ୍ରରୂପ ନେଇଛି ା ଉଭୟେ କିରୋସିନ ଢାଳି ଅଗ୍ନି ସଂଯୋଗ କରିବାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ବ୍ରହ୍ମପୁର ବଡମେଡିକାଲରେ ଭର୍ତ୍ତି ହୋଇଛନ୍ତି ା

ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ତଦନ୍ତ ନ ହେଲେ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ

ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ତଦନ୍ତ ନ ହେଲେ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ

ପାତ୍ରପୁର,୧୮ା୬(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ବାଦପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଇନ୍ଦିର ଆବାସ ଓ ମୋ’ କୁଡିଆ ଯୋଜନାର ହିତାଧିକାରୀ ଚୟନରେ ଅନିୟମିତା ହୋଇଥିବା ଅଭିଯୋଗ ହୋଇଛି।

ପୁରୁଷୋତ୍ତମପୁରରେ ଶିବବିବାହ ଉତ୍ସବ

ପୁରୁଷୋତ୍ତମପୁରରେ ଶିବବିବାହ ଉତ୍ସବ

ପୁରୁଷୋତ୍ତମପୁର,୧୮।୬(ଡି.ଏନ୍‌.ଏ.)- ପୁରୁଷୋତ୍ତମପୁର ଓ ଏହାର ଆଖପାଖ ଅଞ୍ଚଳରେ ଶୈବପୀଠଗୁଡିକରେ ରବିବାର ରାତିରେ ଶିବବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୁରୁଷୋତ୍ତମପୁର ସ୍ବପ୍ନେଶ୍ୱର ମନ୍ଦିର ଉନ୍ନୟନ କମିଟି ପକ୍ଷରୁ ଦେବଦେବ ମହାଦେବଙ୍କୁ ବିଭିନ୍ନ ବାଦ୍ୟବାଜଣା ଓ ଆତସବାଜି ଶୋଭାଯାତ୍ରା ମଧ୍ୟରେ ଗ୍ରାମ ପରିକ୍ରମା କରାଯାଇ ମନ୍ଦିର ପରିସରରେ ଥିବା ବିବାହ ମଣ୍ଡପକୁ ଅଣାଯାଇଥିଲା।

ଦେବ ଦମ୍ପତିଙ୍କ ନଗର ପରିକ୍ରମା

ଦେବ ଦମ୍ପତିଙ୍କ ନଗର ପରିକ୍ରମା

ହିଞ୍ଜିଳିକାଟୁ,୧୮।୬(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଲକର ବିଭିନ୍ନ ଶୈବ ପୀଠଗୁଡ଼ିକରେ ରବିବାର ଶିବ ବିବାହ ଉତ୍ସବ ଓ ସୋମବାର ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୌରାଞ୍ଚଳର ଲକ୍ଷ୍ମୀ ବଜାରସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ମନ୍ଦିରରେ ଶିବ, ପାର୍ବତୀଙ୍କ ବିବାହ ପରେ ସୋମବାର ଦେବ ଦମ୍ପତିଙ୍କୁ ନଗର ପରିକ୍ରମା କରାଯାଇଥିଲା।

ଶୀତଳଷଷ୍ଠୀ ଅବସରରେ ନାଟକ ‘ସୁଭଦ୍ରା ପରିଣୟ’ ମଞ୍ଚସ୍ଥ

ଶୀତଳଷଷ୍ଠୀ ଅବସରରେ ନାଟକ ‘ସୁଭଦ୍ରା ପରିଣୟ’ ମଞ୍ଚସ୍ଥ

ଶେରଗଡ଼,୧୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ହରିକୃଷ୍ଣପୁର ଗ୍ରାମରେ ବହୁ ଆଡମ୍ବରରେ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହୋଇଛି। ରବିବାର ଶିବ ପାର୍ବତୀଙ୍କ ବିବାହ ପରେ ମଧ୍ୟରାତ୍ରରେ ନଗର ପରିକ୍ରମା କରାଯାଇଥିଲା। ତେବେ ସୋମବାର ଦ୍ୱିତୀୟ ଦିବସ ଅବସରରେ ଗୋଠଗାଁ ପକ୍ଷରୁ ‘ସୁଭଦ୍ରା ପରିଣୟ’ ନାଟକ ମଞ୍ଚସ୍ଥ କରାଯାଇଥିଲା।

କେନ୍ଦ୍ର ଅର୍ଥ ପ୍ରଦାନ କରୁଛି, ରାଜ୍ୟ ଖର୍ଚ୍ଚ କରିପାରୁ ନାହିଁ: ଭାଜପା

କେନ୍ଦ୍ର ଅର୍ଥ ପ୍ରଦାନ କରୁଛି, ରାଜ୍ୟ ଖର୍ଚ୍ଚ କରିପାରୁ ନାହିଁ: ଭାଜପା

ବ୍ରହ୍ମପୁର ଅଫିସ,୧୮।୬: ଗଞ୍ଜାମ ଜିଲା ବ୍ରହ୍ମପୁରଠାରେ ଆୟୁଷ ହସ୍ପିଟାଲ ନିର୍ମାଣ ପାଇଁ ୨୦୧୬ ମସିହାରେ କେନ୍ଦ୍ର ସରକାର ୧୨ କୋଟି ଟଙ୍କାର ଅର୍ଥ ମଞ୍ଜୁର କରିଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ହସ୍ପିଟାଲ ନିର୍ମାଣ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ।

ଦରମା ପ୍ରଦାନରେ ବିଳମ୍ବ ନେଇ ଓଡ଼ିଶା ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ

ଦରମା ପ୍ରଦାନରେ ବିଳମ୍ବ ନେଇ ଓଡ଼ିଶା ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ

ବ୍ରହ୍ମପୁର ଅଫିସ,୧୮।୬: ଦରମା ପ୍ରଦାନରେ ବିଳମ୍ବ ପ୍ରତିବାଦରେ ସୋମବାର ଓଡ଼ିଶା ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ସାଉଥ୍‌କୋ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଂଘର ଅଭିଯୋଗ ଅନୁଯାୟୀ, ପ୍ରତିମାସ ୭ ତାରିଖ ସୁଦ୍ଧା ଦରମା ପ୍ରଦାନ କରାଯିବ ବୋଲି ପୂର୍ବରୁ ସାଉଥ୍‌କୋ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ।

ବର୍ଷା ନାହିଁ: ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ବର୍ଷା ନାହିଁ: ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୧୮।୬(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗତ ୫ଦିନ ହେଲା ଅସହ୍ୟ ଗରମ ଓ ଗୁଳୁଗୁଳି ଲୋକଙ୍କୁ ଅତିଷ୍ଠ କରିଦେଇଛି। ଗତ ମାସରେ ୧୩୫ ମି.ମି ଏବଂ ଏପ୍ରିଲ ମାସରେ ୧୭୭ ମି.ମି ବର୍ଷା ହୋଇଥିବାବେଳେ ଚଳିତ ମାସ ଏବେ ସୁଦ୍ଧା ମାତ୍ର ୯୩ ମି.ମି ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି।

ଜମିଜମା ବିବାଦରୁ ବୃଦ୍ଧଙ୍କୁ ହତ୍ୟା

ଜମିଜମା ବିବାଦରୁ ବୃଦ୍ଧଙ୍କୁ ହତ୍ୟା

ହିଞ୍ଜିଳିକାଟୁ,୧୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଥାନା ଅଧୀନ ସମରଝୋଲା ଗ୍ରାମରେ ସୋମବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ବିବାଦକୁ କେନ୍ଦ୍ରକରି ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ଏ. କ୍ରିଷ୍ଣା ରାଓ(୭୫)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ବ୍ରହ୍ମପୁର ହସ୍ପିଟାଲ ପଠାଇବା ସହ ଘଟଣାର ଅଭିଯୁକ୍ତ ଏ. ଦିବାକର ରାଓଙ୍କୁ ଅଟକ ରଖିଛି।