ବ୍ରହ୍ମପୁର

କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ

କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ଗଞ୍ଜାମ,୨୦।୪(ଡି.ଏନ.ଏ)-ଗଞ୍ଜାମ ବ୍ଲକ ବଡ଼ କାଇଁଚପୁର ଗ୍ରାମରେ ଶୁକ୍ରବାରଠାରୁ ମା’ ଶୀତଳାଇ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ସ୍ଥାନୀୟ ସରପଞ୍ଚ ଜି. ସନ୍ତୋଷ ରେଡ୍ଡୀ ଟୁର୍ନାମେଣ୍ଟକୁ ଉଦଘାଟନ କରିଥିଲେ। ନାଏବ ସରପଞ୍ଚ ମିନି ବେହେରା, ଗ୍ରାମ୍ୟ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ। ଉଦଘାଟନ ମ୍ୟାଚ ଜରାପଦର ଓ ଗୋପୀନାଥ ଟିମ ମଧ୍ୟରେ ହୋଇଥିଲା।

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ପୋଲସରା,୨୦।୪(ଡି.ଏନ.ଏ)-ପୋଲସରା ଆଞ୍ଚଳିକ ମହିଳା ମହାବିଦ୍ୟାଳୟରେ ୧୨ ଦିନ ଧରି ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି। ଏଥିରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୃଢ଼ ଆତ୍ମବିଶ୍ୱାସ ବଢ଼ାଇ ଆଗକୁ ବଢ଼ିବା ପାଇଁ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲା ସଂଯୋଜକ ଅମୃତ ସେଠୀ ଓ ଖଲ୍ଲିକୋଟ କଲେଜର ଅଧ୍ୟାପିକା ଡ଼. ସନ୍ଧ୍ୟାରାଣୀ ପଟ୍ଟନାୟକ ଯୋଗଦେଇ ଆତ୍ମ ସୁରକ୍ଷା ତାଲିମ ଶିବିରର ଆବଶ୍ୟକତା ସମ୍ପର୍କରେ କହିଥିଲେ।

୨ ବାଇକ ଧକ୍କା: ଜଣେ ଗୁରୁତର

୨ ବାଇକ ଧକ୍କା: ଜଣେ ଗୁରୁତର

ବୁଗୁଡ଼ା,୨୦।୪(ଡି.ଏନ.ଏ)-ବୁଗୁଡ଼ା ଥାନା ଗୋଲିଆ ନିକଟସ୍ଥ ବାଘୁଆ ଶଙ୍ଖଠାରେ ଗୁରୁବାର ରାତିପ୍ରାୟ ୧୦ଟାରେ ଦୁଇ ବାଇକ ଧକ୍କା ହେବାରୁ ୨ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଆହତ ଜଣକ ହେଲେ ମରେଇପଲ୍ଲୀ ଗ୍ରାମର ସନ୍ତୋଷ ନାୟକ।

ମଦ ଜବତ: ଜଣେ ଗିରଫ

ଆସିକା, ୨୦।୪ (ଡି.ଏନ.ଏ.)- ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମରେ ଗୁରୁବାର ରାତିରେ ପୋଲିସ ଚଢାଉ କରି ୪୦ ଲିଟର ଦେଶୀ ମଦ ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବାଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ନଳବଣ୍ଟା ଗ୍ରାମର ପବିତ୍ର ଦଳେଇ। ପବିତ୍ର ଦେଶୀ ମଦକୁ ୨ଶହ ମିଲି ଲିଟର ଲେଖାଏଁର ପ୍ୟାକେଟ୍‌ କରି ଗ୍ରାମ ଶେଷ ମୁଣ୍ଡରେ ବିକ୍ରି କରୁଥିବା ଖବର ପାଇ ପୋଲିସ ସେଠାରେ ଚଢାଉ କରିଥିଲା। ଏ ନେଇ ଆସିକା ଥାନାରେ ନଂ.୧୩୧/୧୮ରେ ମାମଲା ରୁଜୁ କରାଯାଇଛି। ଶୁକ୍ରବାର ପବିତ୍ରଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ସନ୍ତୋଷ କୁମାର ଜେନା ସୂଚନା ଦେଇଛନ୍ତି।

ବାଇକ ଧକ୍କାରେ ନାବାଳିକା ମୃତ

ବାଇକ ଧକ୍କାରେ ନାବାଳିକା ମୃତ

ପୋଲସରା,୨୦।୪(ଡି.ଏନ.ଏ)-ପୋଲସରା ଥାନା ଲକ୍ଷ୍ମଣପଲ୍ଲୀଠାରେ ଗୁରୁବାର ବିଳମ୍ବିତ ରାତିରେ ବାଇକ ଧକ୍କାରେ ଗୁରୁତର ଆହତ ନାବାଳିକାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତା ନାବାଳିକା ହେଲେ ଲକ୍ଷ୍ମଣପଲ୍ଲୀ ଗ୍ରାମର ଉମାକାନ୍ତ ପ୍ରଧାନଙ୍କ ଝିଅ ସୌମ୍ୟାଲିନ। ଏହି ଖବର ଗାଁରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବି ନେଇ ରାସ୍ତାରୋକୋ ହୋଇଥିଲା। ଦାବି ପୂରଣ ପରେ ରାସ୍ତାରୋକୋ ହଟିଛି।

୧୦୮ ସମୂହ ବ୍ରତୋପନୟନ ମହୋତ୍ସବ

୧୦୮ ସମୂହ ବ୍ରତୋପନୟନ ମହୋତ୍ସବ

ଚିକିଟି,୨୦।୪(ଡି.ଏନ.ଏ)- ଚିକିଟି ବ୍ଲକ ନୂଆପଡା ଗ୍ରାମସ୍ଥିତ ଯୁଗଶକ୍ତି ଗାୟତ୍ରୀ ବ୍ରାହ୍ମଣ ସମାଜ ତରଫରୁ ଶୁକ୍ରବାର ୧୦୮ ସମୂହ ବ୍ରତୋପନୟନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ବ୍ରାହ୍ମଣ ସମାଜର ସମ୍ପାଦକ ସୁରେନ୍ଦ୍ର ନାଥ ପଣ୍ଡାଙ୍କ ତତ୍ତ୍ବବଧାନରେ ଅନୁଷ୍ଠିତ ଏହି ମହୋତ୍ସବରେ ଉତ୍ତରପ୍ରଦେଶ କାଶୀ ସୁମେରୁ ପିଠାଧୀଶ୍ୱର ଜଗତ୍‌ଗୁରୁ ଶଙ୍କରାଚାଯର୍‌ୟ ନରେନ୍ଦ୍ରାନନ୍ଦ ସରସ୍ବତୀ, ମହନ୍ତ ହରିହର ଦାସ, ସତ୍ୟାନନ୍ଦ ମହାରାଜ ଏବଂ ସାଧୁସନ୍ଥ ଯୋଗ ଦେଇଥିଲେ

୨୮ରୁ ସ୍ବାସ୍ଥ୍ୟ, ଚକ୍ଷୁ ପରୀକ୍ଷା ଶିବିର

୨୮ରୁ ସ୍ବାସ୍ଥ୍ୟ, ଚକ୍ଷୁ ପରୀକ୍ଷା ଶିବିର

ଛତ୍ରପୁର,୨୦।୪(ଡି.ଏନ.ଏ)- ଛତ୍ରପୁରରେ ରୋଟାରୀ କ୍ଲବ ପକ୍ଷରୁ ଆସନ୍ତା ୨୮ ଓ ୨୯ ତାରିଖରେ ସ୍ବାସ୍ଥ୍ୟ ଚିକିତ୍ସା ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହେବ। ଏ ସମ୍ପର୍କରେ ରୋଟାରୀ କ୍ଲବ ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି । ୨୬ ଓ ୨୭ ତାରିଖରେ ଏଥିଲାଗି ପଞ୍ଜୀକରଣ କରାଯିବ। ୨୮ ତାରିଖରେ ପଞ୍ଜୀକୃତମାନଙ୍କ ପରୀକ୍ଷା କରାଯିବ। ୨୯ ତାରିଖରେ ଚିକିତ୍ସା କରାଯିବ। ବିଶାଖାପାଟଣାର କୁଇନ୍ସ ଏନ୍‌ଆରଇ ହସ୍ପିଟାଲର ସ୍ପେଷ୍ପାଲିଷ୍ଟ ଯୋଗଦେବେ ବୋଲି ସୂଚନା ଦିଆଯାଇଛି ା ସେହିପରି ୨୯ ତାରିଖରେ ଶଙ୍କର ହସ୍ପିଟାଲ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହେବ ା ମାଗଣାରେ ସବୁ ସେବା ଯୋଗାଇ ଦିଆଯିବ ।

ନିଯୁକ୍ତି ଦାବି: ଆଇଆରଇ ପ୍ଲାଣ୍ଟ ଆଗରେ ଅନଶନ

ନିଯୁକ୍ତି ଦାବି: ଆଇଆରଇ ପ୍ଲାଣ୍ଟ ଆଗରେ ଅନଶନ

ଛତ୍ରପୁର,୨୦।୪(ଡି.ଏନ.ଏ)-ଛତ୍ରପୁର ଉପକଣ୍ଠ ଭାରତୀୟ ବିରଳ ମୂର୍ତ୍ତିକା (ଆଇଆରଇ) ପ୍ଲାଣ୍ଟରେ ନିଯୁକ୍ତି ଦାବି ନେଇ ମୃତ କର୍ମଚାରୀଙ୍କ ପରିବାର ପକ୍ଷରୁ ଶୁକ୍ରବାରଠାରୁ ଅନଶନ ଆରମ୍ଭ ହୋଇଛି । ଏହି ଦାବି ନେଇ ପୂର୍ବରୁ ବହୁବାର ଆନ୍ଦୋଳନ ହୋଇଛି ା

ଗଛ ଉପାଡିବାକୁ ନେଇ ଥାନାରେ ମାମଲା

ଗଛ ଉପାଡିବାକୁ ନେଇ ଥାନାରେ ମାମଲା

ପାଟପୁର, ୨୦।୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଯିଉରା ପଞ୍ଚାୟତର ଗଙ୍ଗପୁର ଗ୍ରାମରେ ଜମି ହିଡରେ ଥିବା ୧୫ଟି ଶାଗୁଆନ ଗଛ, କଦଳୀ ଗଛ ଜେସିବି ଲଗାଇ ଉପାଡି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଜମି ମାଲିକ କବିରାଜ ସେଠୀ ଠିକାଦାର ସୁବାସ ବାଡତ୍ୟାଙ୍କ ବିରୋଧରେ ପାଟପୁର ଥାନାରେ ଏତଲା ଦେଇଛନ୍ତି।

ଅଦାଲତ କୋଠାରୁ ଖସି ମହିଳା ଗୁରୁତର

ଦିଗପହଣ୍ଡି,୨୦।୪(ଡି.ଏନ୍‌.ଏ.)- ଦିଗପହଣ୍ଡି ଅଦାଲତ କୋଠାରୁ ଖସିପଡି ଜଣେ ମହିଳା ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଦିଗପହଣ୍ଡି ଥାନା ଏନ୍‌.ଚାଞ୍ଚଡା ଗ୍ରାମର ଗୌରି ମଣ୍ଡଳ (୪୫)। ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟାରେ ଗୌରି ଅଦାଲତ କୋଠା ଉପରେ ଚୁନ ଧଉଳା କାମ କରୁଥିବାବେଳେ ଅସାବଧାନତା କାରଣରୁ ତଳକୁ ଖସି ପଡିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ନାଶଖାଈ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଭଞ୍ଜନଗର,୨୦।୪(ଡି.ଏନ.ଏ)-ଗାୟଗଣ୍ଡା ନାଶଖାଈ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଗୁରୁବାର ରାତିରେ ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ବ୍ରହ୍ମପୁର ଗୋଷାଣୀ ନୂଆଗାଁସ୍ଥିତ ଦିବ୍ୟାଙ୍ଗ ଅନୁଷ୍ଠାନ ତରଫରୁ ଗୁରୁବାର ରାତିରେ ଭଜନ ପରିବେଷଣ ହୋଇଥିଲା। ଭଜନ ସମାରୋହ ଉଦ୍‌ଘାଟନୀରେ ତାରସିଂ ରେଞ୍ଜର ନାରାୟଣ ପ୍ରଧାନ, ଆଇନଜୀବୀ ରଙ୍କନିଧି ପାତ୍ର, କଳାବଦନ ଦାସ, ଇଶୁଆ ଗଣେଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବରିଷ୍ଠ ସଙ୍ଗଠକ ନାଗେଶ୍ୱର ରାଓ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

୧୦ ଦଫା ଦାବି ପୂରଣ ନ ହେଲେ ଆନ୍ଦୋଳନ

ଭଞ୍ଜନଗର,୨୦।୪(ଡି.ଏନ.ଏ)-ସାଉଥ୍‌କୋ ପାୱାର ଇଞ୍ଜିନିୟର ଆସୋସିଏଶନ (ଏସ୍‌ପିଇଏ)ର ସାଧାରଣ ବୈଠକ ଗୁରୁବାର ରାତିରେ ଭଞ୍ଜନଗର ଓ ଆସିକା ସର୍କଲର ମିଳିତ ସହଯୋଗରେ ସ୍ଥାନୀୟ ଅଫିସର କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏସ୍‌ପିଇଏ ସଭାପତି ସୁନିଲ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ବୈଠକରେ କର୍ମଚାରୀଙ୍କ ପଦୋନ୍ନତି, ଖାଲିଥିବା ପଦବୀ ପୂରଣ ଓ ଦରମା ସମସ୍ୟା ନେଇ ଆଲୋଚନା ହୋଇଥିଲା।

ଆମ ପୋଲିସ ସମିତି ପକ୍ଷରୁ ଜଳଛତ୍ର ଉଦ୍‌ଘାଟିତ

ଆମ ପୋଲିସ ସମିତି ପକ୍ଷରୁ ଜଳଛତ୍ର ଉଦ୍‌ଘାଟିତ

ପାଟପୁର,୨୦।୪(ଡି.ଏନ୍‌.ଏ.)- ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ଥାନା ସମ୍ମୁଖରେ ଜଳଛତ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ସାନଖେମୁଣ୍ଡି ତହସିଲଦାର ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା ଉଦ୍‌ଘାଟନ କରିଥିବାବେଳେ ଥାନାଧିକାରୀ ରମେଶ କୁମାର ପ୍ରଧାନଙ୍କ ସମେତ ଆମ ପୋଲିସ ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।

କୃଷକ ସମ୍ପର୍କ ମେଳା

କୃଷକ ସମ୍ପର୍କ ମେଳା

ଶେରଗଡ,୨୦।୪(ଡି,ଏନ୍‌.ଏ.): ଶେରଗଡ ବ୍ଲକ ସ୍ତରୀୟ କୃଷକ ସମ୍ପର୍କ ମେଳା ଧନନ୍ତର ସ୍ଥିତ ନାଥେଶ୍ୱର ପୀଠରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।

ବ୍ୟାଙ୍କ ଡକାୟତି ଉଦ୍ୟମ ବିଫଳ

ବ୍ୟାଙ୍କ ଡକାୟତି ଉଦ୍ୟମ ବିଫଳ

ବ୍ରହ୍ମପୁର ଅଫିସ,୨୦।୪: ବ୍ରହ୍ମପୁର ଗଜପତିନଗର ଛକ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଡିବି ଖୋଡାସିଙ୍ଗି ଶାଖାରେ ଡକାୟତି ଉଦ୍ୟମ। ବ୍ୟାଙ୍କ ଲକର ଭାଙ୍ଗି ଗୁରୁବାର ରାତିରେ ଡକାୟତି ଉଦ୍ୟମ କରିଥିଲେ ସୁଦ୍ଧା ଏଥିରେ ସେମାନେ ବିଫଳ ହୋଇଛନ୍ତି।

ବୃଦ୍ଧାଙ୍କ ବେକରୁ ସୁନାହାର ଲୁଟିନେଲେ ଦୁର୍ବୃତ୍ତ

ବୃଦ୍ଧାଙ୍କ ବେକରୁ ସୁନାହାର ଲୁଟିନେଲେ ଦୁର୍ବୃତ୍ତ

ଗଞ୍ଜାମ, ୨୦।୪(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଆତଙ୍କ ଖେଳାଇଛନ୍ତି। କେତେଜଣ ଦୁର୍ବୃତ୍ତ ଅବସରପ୍ରାପ୍ତ ସେନା କର୍ମଚାରୀ କାମାରାଜୁ ଗୌଡଙ୍କ ଘରେ ପଶିଥିଲେ।

ବଳାତ୍କାରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିକ୍ଷୋଭ ସମାବେଶ

ବଳାତ୍କାରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିକ୍ଷୋଭ ସମାବେଶ

ବ୍ରହ୍ମପୁର ଅଫିସ, ୨୦।୪: ଅସୀମା ବଳାତ୍କାର ଘଟଣା ସମେତ ଦେଶରେ ବିଗତ କିଛି ଦିନ ହେବ ହୋଇଥିବା ସମସ୍ତ ବଳାତ୍କାରୀ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଶୁକ୍ରବାର ଡିଏସ୍‌ଓ ପକ୍ଷରୁ ବ୍ରହ୍ମପୁର ଖଲିକୋଟ କଲେଜ ସମ୍ମୁଖରେ ବିକ୍ଷୋବ ସମାବେଶ ଅନୁଷ୍ଠିତ ହୋଇଯାଇଛି।

ଗୋଟିଏ ରାତିରେ ୮ ହଜାରରୁ ଊର୍ଦ୍ଧ୍ୱ କଇଁଛଙ୍କ ଗଣ ଅଣ୍ଡାଦାନ

ଗୋଟିଏ ରାତିରେ ୮ ହଜାରରୁ ଊର୍ଦ୍ଧ୍ୱ କଇଁଛଙ୍କ ଗଣ ଅଣ୍ଡାଦାନ

ବ୍ରହ୍ମପୁର ଅଫିସ,୨୦।୪:ଓଡିଶାରେ ଦେବୀ ନଦୀ ମୁହାଣ, ଗହୀରମଥା ଓ ଋଷିକୁଲ୍ୟା ମୁହାଣ କଇଁଛଙ୍କ ଅଣ୍ଡାଦାନର ପ୍ରକୃଷ୍ଟ ସ୍ଥାନ ହୋଇଥିବା ବେଳେ ଗଞ୍ଜାମ ଜିଲା ଋଷିକୁଲ୍ୟା ମୁହାଣ ବିରଳ ଅଲିଭ ରିଡଲେ କଇଁଛଙ୍କ ପାଇଁ ଉପଯୁକ୍ତ ସ୍ଥାନ ହୋଇଛି। ତେଣୁ ଚଳିତବର୍ଷ ଏଠାରେ ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନ ମାତ୍ରାଧିକଭାବେ ବୃଦ୍ଧି ପାଇଛି। ସାଧାରଣତଃ ଫେବୃୟାରୀ ମାସରେ କଇଁଛଙ୍କ ଅଣ୍ଡାଦାନ ସମୟ ରହିଥିବା ବେଳେ ଏବେ ଋଷିକୁଲ୍ୟା ମୁହାଣରେ ହଜାର ହଜାର ସଂଖ୍ୟାର କଇଁଛ ଅଣ୍ଡାଦାନ ପାଇଁ ପହଞ୍ଚୁଛନ୍ତି। ଯାହା ରାଜ୍ୟରେ ଏପରି ଘଟଣା ରେକର୍ଡ ବୋଲି କୁହାଯାଉଛି।

ଯୁଗ୍ମ ସଚିବ, ମତ୍ସ୍ୟ  ନିର୍ଦ୍ଦେଶକଙ୍କ ହୁମ୍ମା ଶୁଖୁଆହାଟ ପରିଦର୍ଶନ

ଯୁଗ୍ମ ସଚିବ, ମତ୍ସ୍ୟ ନିର୍ଦ୍ଦେଶକଙ୍କ ହୁମ୍ମା ଶୁଖୁଆହାଟ ପରିଦର୍ଶନ

ଗଞ୍ଜାମ,୧୯।୪(ଡି.ଏନ.ଏ.)- ଗଞ୍ଜାମ ଜିଲାର ହୁମ୍ମା ଶୁଖୁଆ ହାଟ ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିଲା । ଏନେଇ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ବିଭିନ୍ନ ସମୟରେ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଥିଲେ। ସ୍ଥାନୀୟ ବିଧାୟକ ଡ଼ା. ପ୍ରିୟାଂଶୁ ପ୍ରଧାନ ମଧ୍ୟ ହୁମ୍ମା ଶୁଖୁଆ ହାଟର ଉନ୍ନତୀକରଣ ନିମନ୍ତେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗୁରୁବାର ରାଜ୍ୟ ମତ୍ସ୍ୟ ନିର୍ଦ୍ଦେଶକ ପ୍ରଶାନ୍ତ ସେନାପତି ଏବଂ ଯୁଗ୍ମ ସଚିବ ଶିବ ନାରାୟଣ ସାହୁ ହୁମ୍ମା ଶୁଖୁଆ ହାଟରେ ପହଞ୍ଚତ୍ ଏହାର ସ୍ଥିତି ଅନୁଧ୍ୟାନ କରିଥିଲେ। ଇଣ୍ଟିଗ୍ରେଟେଡ୍‌ କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟ (ଆଇସିଜେଡ୍‌ଏମ୍‌ପି) ବା ସମନ୍ବିତ ଉପକୂଳ ପରିଚାଳନା ପ୍ରକଳ୍ପ ଦ୍ୱାରା ହୁମ୍ମା ଶୁଖୁଆ ହାଟର ଉନ୍ନତୀକରଣ ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ସଚିିବ ସାହୁ ସୂଚନା ଦେଇଛନ୍ତି ।

୭ ବଖରା ଜଳିଗଲା

ଶଙ୍କରାଖୋଲ,୧୯।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଚକାପାଦ ବ୍ଲକ ବ୍ରାହ୍ମଣପାଦ ପଞ୍ଚାୟତର ଅଟ୍ଟାଙ୍ଗୀ ଗ୍ରାମରେ ଗୁରୁବାର ଦିନ ପ୍ରାୟ ଗୋଟାଏରେ ନିଅଁା ଲାଗି ୭ ବଖରା ପୋଡି ଯାଇଛି। ପଞ୍ଚାନନ ମଲିକ, ସୁଶାନ୍ତ ମଲିକ, ରବିନା ମଲିକଙ୍କର ୨ ବଖରା ଲେଖାଏଁ ଓ କୌଶଲ୍ୟା ମଲିକଙ୍କର ଗୋଟିଏ ବଖରା ପୋଡି ପାଉଁଶ ହୋଇଯାଇଛି। ଚକାପାଦା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ବା ବେଳକୁ ସମସ୍ତ ଘର ପୋଡି ଯାଇଥିଲା। ଚକାପାଦ ଅତିରିକ୍ତ ତହସିଲଦାର ତପନ ମହାପାତ୍ର, ବ୍ରାହ୍ମଣପାଦ ସରପଞ୍ଚ ଚମ୍ପସ୍ବିନୀ ମଲିକ, ଆର୍‌ଆଇ ପ୍ରଶାନ୍ତ କୁମାର ମହାପାତ୍ର ପହଞ୍ଚତ୍ ବିପନ୍ନଙ୍କୁ ଚୁଡା, ଚିନି, ପଲିଥିନ ଓ ଲୁଗାପଟା ପ୍ରଦାନ କରିଥିଲେ। ବିପନ୍ନମାନେ ବିପିଏଲ ପରିବାରର ହୋଇଥିବାରୁ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ସାଧାରଣରେଦାବି ହେଉଛି।

ରାଜ୍ୟ ଜଳ ପରିମଳ ଅଧୀକ୍ଷଣ ଯନ୍ତ୍ରୀଙ୍କ ଶେରଗଡ଼ ଗସ୍ତ

ରାଜ୍ୟ ଜଳ ପରିମଳ ଅଧୀକ୍ଷଣ ଯନ୍ତ୍ରୀଙ୍କ ଶେରଗଡ଼ ଗସ୍ତ

ଶେରଗଡ,୧୯।୪ (ଡି.ଏନ୍‌.ଏ.)- ଶେରଗଡ ବ୍ଲକକୁ ରାଜ୍ୟ ଜଳ ପରିମଳ ମିଶନର ଅଧୀକ୍ଷଣ ଯନ୍ତ୍ରୀ ଅଭୟ ବିଶ୍ୱାଳ ପରିଦର୍ଶନରେ ଆସି ବ୍ଲକର ବିଭିନ୍ନ ଗ୍ରାମର ପାନୀୟଜଳ ପ୍ରକଳ୍ପ ବୁଲି ଦେଖିଛନ୍ତି। ପରିଦର୍ଶନ ସମୟରେ ବ୍ଲକର ନରେନ୍ଦ୍ରପୁର, କୁରୁଳା, ପଥରପୁଞ୍ଜି, ଗୋବିନ୍ଦପୁର, ଗୋଠଗାଁରେ ନିର୍ମାଣ ହୋଇଥିବା ପାଇଖାନା ଦେଖିଥିଲେ।

ଏତଲାକାରୀଙ୍କୁ ଥାନାରେ ମାଡ଼ ଅଭିଯୋଗ:କାର୍ଯ୍ୟାନୁଷ୍ଠାନ ଦାବି କଲା ଓକିଲ ସଂଘ

ପାଟପୁର,୧୯।୪(ଡି.ଏନ.ଏ.)-ପାଟପୁର ଥାନା ସେକେଣ୍ଡ ଅଫିସର ଜଣେ ଏତଲାକାରିଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ଦିଗପହଣ୍ଡି ଓକିଲ ସଂଘ ପକ୍ଷରୁ ଘଟଣାକୁ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ପୋଖରୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର

ଦିଗପହଣ୍ଡି,୧୯।୪(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଦେଉଳ ପୋଖରୀରୁ ଗୁରୁବାର ପ୍ରାୟ ଅପରାହ୍ନ ୪ଟାରେ ଜଣେ ଶିଶୁକନ୍ୟାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ସିଦ୍ଧେଶ୍ୱର ଗ୍ରାମ ଚାଉଳିଆ ସାହିର ପରିବା ବ୍ୟବସାୟୀ ବୁଲୁ ସାହୁଙ୍କ କନ୍ୟା ମାମାଲି (୬)। ସେ ପ୍ରଥମ ଶ୍ରେଣୀରେ ପଢ଼ୁଥିଲେ। ମଧ୍ୟାହ୍ନରେ ଘର ନିକଟ ପୋଖରୀକୁ ସେ ଶୌଚ ପାଇଁ ଯାଇ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମାମାଲିଙ୍କ ସନ୍ଧାନ ମିଳି ନ ଥିଲା। ସମ୍ପର୍କୀୟ ଲୋକେ ପୋଖରୀରେ ପଶି ଖୋଜିବାରୁ ମୃତଦେହ ମିଳିଥିଲା।

ମେଡିକାଲ କଲୋନୀରେ ପାନୀୟଜଳ ସଙ୍କଟ: ବିଡିଓଙ୍କୁ ଅଭିଯୋଗ କଲେ କର୍ମଚାରୀ

ମେଡିକାଲ କଲୋନୀରେ ପାନୀୟଜଳ ସଙ୍କଟ: ବିଡିଓଙ୍କୁ ଅଭିଯୋଗ କଲେ କର୍ମଚାରୀ

ତୁମୁଡିବନ୍ଧ,୧୯।୪(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ତୁମୁଡିବନ୍ଧ ମେଡିକାଲ କଲୋନୀରେ ପାନୀୟଜଳର ଘୋର ଅଭାବ ଦେଖା ଦେଇଛି। କଲୋନୀରେ ରହୁଥିବା କର୍ମଚାରୀମାନେ ଗୁରୁବାର ପୂର୍ବାହ୍ନ ସାଢେ ୧୧ଟାରେ ବିଡିଓଙ୍କୁ ଏନେଇ ଅଭିଯୋଗ କରିଥିବା ଜଣାପଡିଛି।