ବ୍ରହ୍ମପୁର

ଟିକାକରଣ ଟିମ୍‌କୁ ଦୁର୍ବ୍ୟବହାର: ମାଟ୍ରିକ ପରୀକ୍ଷା ଦାୟିତ୍ୱରେ ଥିବା ସୁପରିଣ୍ଟେଣ୍ଡେଣ୍ଟ ନିଲମ୍ବିତ

ଦାରିଙ୍ଗବାଡ଼ି,୯।୩(ଡି.ଏନ.ଏ.)- କନ୍ଧମାଳ ଜିଲାପାଳଙ୍କ ନିର୍ଦ୍ଦେଶରେ ଏକ ସ୍ବାସ୍ଥ୍ୟ ଟିମ୍‌ ସିମନବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ଗୁରୁବାର ରୁବେଲା ଟିକା ଦେବାକୁ ଯାଇଥିଲେ। ସେଠାରେ ମାଟ୍ରିକ ପରୀକ୍ଷା ଚାଲିଥିଲା। ଦାୟିତ୍ୱରେ ଥିବା ସୁପରିଣ୍ଟେଣ୍ଡେଣ୍ଟ ସଞ୍ଜୀବ କୁମାର ବେହେରା ଉକ୍ତ ସ୍ବାସ୍ଥ୍ୟ ଟିମ୍‌କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏହା ପରେ ଉକ୍ତ ଟିମ୍‌ ଘଟଣା ବିଷୟରେ କନ୍ଧମାଳ ଜିଲାପାଳଙ୍କୁ ଜଣାଇଥିଲେ।

ଜାଲ୍‌ ପ୍ରମାଣପତ୍ର ଦେଇ ଚାକିରି, ଶିକ୍ଷକଙ୍କୁ ୪ବର୍ଷ ଜେଲ

ଜାଲ୍‌ ପ୍ରମାଣପତ୍ର ଦେଇ ଚାକିରି, ଶିକ୍ଷକଙ୍କୁ ୪ବର୍ଷ ଜେଲ

ଫୁଲବାଣୀ ଅଫିସ, ୯।୩- ଜାଲ୍‌ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଜଣେ ଶିକ୍ଷକଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି ା ଶୁକ୍ରବାର ଫୁଲବାଣୀ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ସହକାରୀ ସେସନ୍ସ ଜଜ୍‌ ରଶ୍ମିତା ଦଳାଇ ଏହି ରାୟ ଶୁଣାଇଛନ୍ତି ା ଏଥିସହ ତାଙ୍କୁ ୨ ହଜାର ଟଙ୍କା ଜରିମାନା କରାଯାଇଛି ା ଏହା ଅନାଦାୟ ଅଧିକ ୨ ମାସ ଜେଲ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି ା ଶିକ୍ଷକ ଜଣକ ହେଲେ ଇନ୍ଦ୍ରମଣି ସାହୁ ା

ଜୁଆ ଆଡ୍ଡାରେ ଚଢାଉ : ୪ ଗିରଫ

ଜୁଆ ଆଡ୍ଡାରେ ଚଢାଉ : ୪ ଗିରଫ

ଆସିକା,୯।୩ (ଡି.ଏନ୍‌.ଏ.)- ଗାଙ୍ଗପୁର ଥାନା ପାଇଲିପଡା ଗ୍ରାମ ନିକଟରେ ଚାଲିଥିବା ଏକ ଜୁଆ ଆଡ୍ଡାରେ ଗୁରୁବାର ରାତିରେ ପୋଲିସ ଚଢାଉ କରି ୪ ଜଣଙ୍କୁ ଗିରଫ କରିଛି। ସେଠାରୁ ୫ ହଜାର ୭୩୦ଟଙ୍କା ଜବତ କରାଯାଇଛି ା ଏ ନେଇ ନଂ. ୩୪/୧୮ରେ ମାମଲା ରୁଜୁ ହୋଇଛି।

ଭଞ୍ଜନଗରରେ ଝଡତୋଫାନ ସହ ବର୍ଷା

ଭଞ୍ଜନଗରରେ ଝଡତୋଫାନ ସହ ବର୍ଷା

ଭଞ୍ଜନଗର,୯।୩(ଡ଼ି.ଏନ.ଏ)- ଭଞ୍ଜନଗର ଅଞ୍ଚଳରେ ଶୁକ୍ରବାର ଅପରାହ୍ନ ସାଢ଼େ ୩ଟାରୁ ୪ଟା ପର୍ଯ୍ୟନ୍ତ ଝଡ଼ତୋଫାନ ସହ ବର୍ଷା ହୋଇଥିଲା । ଏହା ପ୍ରଭାବରେ ବିଦ୍ୟୁତ୍‌ ସେବା ପ୍ରଭାବିତ ହୋଇଛି । ବିଦ୍ୟୁତ୍‌ ସେବାକୁ ସ୍ବାଭାବିକ କରିବା ପାଇଁ ସାଉଥ୍‌କୋ କର୍ମଚାରୀ ଚେଷ୍ଟା ଚଳାଇଛନ୍ତି । କଣ୍ଟେଇପଲ୍ଲୀରୁ ଭଞ୍ଜନଗର ଆସିଥିବା ୩୩ କେଭି ଲାଇନର ଅଗଝୋଳ ନିକଟରେ ତାର ଛିଣ୍ଡି ଯାଇଛି । ଫଳରେ ଭଞ୍ଜନଗର, ଗାଲେରୀ, ତିଳିସିଙ୍ଗି, ତାରସିଂ ଅଞ୍ଚଳରେ ବିଦ୍ୟୁତ୍‌ ବ୍ୟାହତ ହୋଇଛି । ସେହିପରି ବାଉଁଶଲୁଣ୍ଡି, ବେଲଗୁଣ୍ଠା ରୋଡ଼ରେ ମଧ୍ୟ ଗଛ ଭାଙ୍ଗିବା ଯୋଗୁ ତାର ଛିଣ୍ଡି ଯାଇଛି।

ଅଟୋ ଓଲଟି ୪ ଗୁରୁତର

ଅଟୋ ଓଲଟି ୪ ଗୁରୁତର

କନିଷି,୯।୩(ଡି.ଏନ.ଏ.)- ୫ ନଂ. ଜାତୀୟ ରାଜପଥ ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷିହାଟସ୍ଥିତ ବାଲାଜୀ ବିଦ୍ୟାପୀଠ ସମ୍ମୁଖରେ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଏକ ଅଟୋ ଓଲଟି ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଏକ ମାଲ ବୋଝେଇ ଟ୍ରକ (ନଂ. ଓଡି୦୭ଏସ-୫୪୫୧) ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିବା ବେଳେ ବ୍ରହ୍ମପୁରରୁ ଗୋଳନ୍ଥରା ଅଭିମୁଖେ ଯାଉଥିବା ଉକ୍ତ ଅଟୋ (ନଂ. ଓଡି୦୭ଜି-୩୯୫୬) ଭାରସାମ୍ୟ ହରାଇ ଟ୍ରକ ପଛକୁ ଧକ୍କା ଦେଇ ଓଲଟି ପଡିଥିଲା। ଖବର ପାଇ ଗୋଳନ୍ଥରା ଥାନା ପୋଲିସ ପହଞ୍ଚତ୍ ଟ୍ରକ ଓ ଅଟୋକୁ ଜବତ କରି ତଦନ୍ତ ଚଳାଇଛି।

ନାବାଳିକା ଶାଳୀଙ୍କୁ ବଳାତ୍କାର ଘଟଣା, ଭିଣୋଇଙ୍କୁ ୧୨ ବର୍ଷ ଜେଲ

ନାବାଳିକା ଶାଳୀଙ୍କୁ ବଳାତ୍କାର ଘଟଣା, ଭିଣୋଇଙ୍କୁ ୧୨ ବର୍ଷ ଜେଲ

ଫୁଲବାଣୀ ଅଫିସ, ୯।୩- ନାବାଳିକା ଶାଳୀଙ୍କୁ ବଳାତ୍କାର ମାମଲାର ଶୁଣାଣି ଶେଷ ହୋଇଛିା ଶୁକ୍ରବାର ଫୁଲବାଣୀ ପୋକ୍‌ସୋ କୋର୍ଟର ସ୍ବତନ୍ତ୍ର ବିଚାରପତି ସୁଶାନ୍ତ ପଟେଲ ଅଭିଯୁକ୍ତ ଭିଣୋଇଙ୍କୁ ୧୨ ବର୍ଷ ସଶ୍ରମ କାରା ଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଜରିମାନା କରିଛନ୍ତି। ଅନାଦାୟ ଅଧିକ ୨ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ହେଲେ ଅର୍ଜୁନ ବେହେରା।

ପାଣିଟ୍ୟାଙ୍କର ଓଲଟି ଜଣେ ମୃତ

କ.ନୂଆଗଁ।, ୯।୩(ଡି.ଏନ.ଏ.)- କନ୍ଧମାଳ ଜିଲା ସାରଙ୍ଗଗଡ ଥାନା ସିରିଙ୍ଗିଆ ଘାଟିରେ ଏକ ପାଣି ଟ୍ୟାଙ୍କର ଓଲଟି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବେଲଗୁଣ୍ଡା ଗ୍ରାମର ନୀଳାଞ୍ଚଳ ଗୌଡ। ଶୁକ୍ରବାର ଗୁରୁପଡାରୁ ରାଇକିଆକୁ ପାଣିଟ୍ୟାଙ୍କର ଯାଉଥିଲା। ଡ୍ରାଇଭର ପ୍ରଶାନ୍ତ ସ୍ବାଇଁ ସିରିଙ୍ଗିଆ ଘାଟି ନିକଟରେ ଭାରସାମ୍ୟ ହରାଇବାରୁ ଗାଡିଟି ଓଲଟି ପଡିଥିଲା। ଫଳରେ ହେଲ୍‌ପର ନୀଳାଞ୍ଚଳ ଗୌଡଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏ ନେଇ ସାରଙ୍ଗଗଡ ଥାନାରେ ନଂ.୧୯/୧୮ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରିଣୀ ଚାନ୍ଦମଣି ସିଂ କହିଛନ୍ତି।

ସିଟି ହସ୍ପିଟାଲରେ ଡିଜିଟାଲ ଡିସ୍‌ପ୍ଲେ

ସିଟି ହସ୍ପିଟାଲରେ ଡିଜିଟାଲ ଡିସ୍‌ପ୍ଲେ

ଛତ୍ରପୁର,୯।୩(ଡି.ଏନ.ଏ.) - ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ସମିତି କାର୍ଯ୍ୟକାରୀ କମିଟି ଓ ପିସି ଆଣ୍ଡ ଟି କମିଟି ବୈଠକ ଶୁକ୍ରବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ଅଧ୍ୟକ୍ଷତା କରିଥିଲେ। ଜିଲାରେ ଗର୍ଭବତୀମାନଙ୍କ ପଞ୍ଜୀକରଣ ଠିକ୍‌ ଭାବେ ହେଉନାହିଁ। ଗର୍ଭପାତ ସଂଖ୍ୟା ବୃଦ୍ଧି ହେବା ସହ ମୃତ୍ୟୁ ହେଉଛି। ଗର୍ଭବତୀମାନଙ୍କୁ ଟ୍ରାକିଂ କରିବାକୁ ଜିଲାପାଳ ବୈଠକରେ ସିଡିପିଓ ଓ ମେଡିକାଲ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲାରେ ବର୍ତ୍ତମାନ ୩୭ଟି ଅଲଟ୍ରାସାଉଣ୍ଡ କ୍ଲିନିକ ରହିଛି। ଏହାର ମନିଟରିଂ କରିବାକୁ ପିସି ଏଣ୍ଡ ଟି କମିଟିକୁ କୁହାଯାଇଥିଲା।

ମାଣିତରା ପାହାଡ଼ରୁ କମ୍ପ୍ରେସର ଜବତ

ମାଣିତରା ପାହାଡ଼ରୁ କମ୍ପ୍ରେସର ଜବତ

ବୁଗୁଡ଼ା,୯।୩(ଡି.ଏନ.ଏ.)-ବୁଗୁଡ଼ା ତହସିଲ ଅନ୍ତର୍ଗତ ମାଣିତରା ନିକଟସ୍ଥ ଏକ ପାହାଡ଼ରୁ ଶୁକ୍ରବାର ସକାଳେ ତହସିଲ ପ୍ରଶାସନ ପକ୍ଷରୁ ଏକ କମ୍ପ୍ରେସର ଜବତ ହୋଇଥିବା ଜଣାପଡ଼ିଛି। ବୁଗୁଡ଼ାର ଭାରପ୍ରାପ୍ତ ତହସିଲଦାର ପ୍ରମୋଦ କୁମାର ଦଳ ବେହେରା, ବି.କରଡ଼ାବାଡ଼ି ରାଜସ୍ବ ନିରୀକ୍ଷକ କୃଷ୍ଣଚନ୍ଦ୍ର ଜାନୀ, ସୁକାନ୍ତ କୁମାର ପରିଡ଼ା ଖବର ପାଇ ଘଟଣାସ୍ଥଳରେ ପହଞ୍ଚତ୍ ପଥର ଫଟାଇବା ସକାଶେ ବ୍ୟବହୃତ କରାଯାଇଥିବା ଏକ କମ୍ପ୍ରେସର ଓ ସେଥିରେ ଥିବା ବିଭିନ୍ନ ଯନ୍ତ୍ରପାତି ଜବତ କରାଯାଇଥିବା ତହସିଲଦାର କହିଛନ୍ତି। ପ୍ରକାଶଥାଉକି, ବୁଗୁଡ଼ା ତହସିଲରେ ବିଭିନ୍ନ ପଥର କ୍ୱାରିରେ ବେଆଇନ ଭାବେ ବିସ୍ଫୋରକ ଦ୍ରବ୍ୟ ଓ କମ୍ପ୍ରେସର ମାଧ୍ୟମରେ ପଥର ଫଟାଯାଉଥିବାରୁ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା।

ଛିଟିଂ ଘାଟିରେ ଦୁର୍ଘଟଣା, ୩ ମୃତ

ଛିଟିଂ ଘାଟିରେ ଦୁର୍ଘଟଣା, ୩ ମୃତ

ଚନ୍ଦ୍ରଗିରି,୯।୩(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ତିଦ୍ଦତୀୟାନ କଲୋନୀ ନିକଟ ଛିଟିଂ ଘାଟି ବୁଲାଣି ରାସ୍ତାରେ ଗୁରୁବାର ରାତିରେ ବାଇକ ଗଛରେ ପିଟି ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଜଟିଆ ବଳିୟାରସିଂ, ରମେଶ ବଳିୟାରସିଂ ଏବଂ ଦିବାକର ବଳିୟାରସିଂ। ପୋଲିସ ଶୁକ୍ରବାର ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି।

ସୁରପାଙ୍ଗାରେ ଆମ୍ବ ବଗିଚା ବୁଲିଲେ ଶିକ୍ଷା ସଚିବ

ସୁରପାଙ୍ଗାରେ ଆମ୍ବ ବଗିଚା ବୁଲିଲେ ଶିକ୍ଷା ସଚିବ

କ. ନୂଆଗାଁ,୯।୩- ଶିକ୍ଷା ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଶୁକ୍ରବାର କନ୍ଧମାଳ ଜିଲା କ. ନୂଆଗଁା ବ୍ଲକ ଗସ୍ତରେ ଆସିଥିଲେ। ସଚିବ ମହାପାତ୍ର ବ୍ଲକର ସୁରପାଙ୍ଗାରେ ରାଜେନ୍ଦ୍ର ମଲିକଙ୍କ ଆମ୍ବ ବଗିଚା ବୁଲି ଦେଖିଥିଲେ। ରାଜେନ୍ଦ୍ର ୭ ଏକର ଜମିରେ ଆମ୍ବଗଛ ଲଗାଇବା ସହ ଆଳୁ, ମଟର ଓ ହଳଦୀ ଚାଷ ମଧ୍ୟ କରିଥିବା ଦେଖି ସଚିବ ଖୁସି ହୋଇଥିଲେ। ଜିଲାର ସମସ୍ତ ପଞ୍ଚାୟତର ଚାଷୀଙ୍କୁ ଏଭଳି ଚାଷ କରିବା ପାଇଁ ବୁଝାଉ ବୋଲି ବିଭାଗୀୟ ଅଧିକାରୀମାନଙ୍କୁ ସଚିବ ପରାମର୍ଶ ଦେଇଥିଲେ। ପରିଦର୍ଶନ ସମୟରେ ଜିଲାପାଳ ଡ. ବୃନ୍ଦା ଡି., ଆଇଏଏସ ପ୍ରୋବେଶନର ସିଦ୍ଦେଶ୍ୱର ବଳରାମ ବଣ୍ଡାରେ, ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଶରତ ଚନ୍ଦ୍ର ପଣ୍ଡା, ବିଡିଓ ପରୀକ୍ଷିତ ଜେନା, ବ୍ଲକ ଅଧ୍ୟକ୍ଷ ଚକ୍ରମଣି କହଁର ପ୍ରମୁଖ ଉପସ୍ଥିତ ଥିଲେ।

ବ୍ରିଜରେ ପିଟିହେଲା ବାଇକ୍‌: ଜଣେ ମୃତ, ଜଣେ ଗୁୁରୁତର

ବ୍ରିଜରେ ପିଟିହେଲା ବାଇକ୍‌: ଜଣେ ମୃତ, ଜଣେ ଗୁୁରୁତର

ବାଲିଗୁଡା,୯।୩(ଡି.ଏନ.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଧୀନ ସିନ୍ଦ୍ରିଗାଁ ନିକଟ କିଲାଉଘାଟ୍‌ ବ୍ରିଜରେ ଶୁକ୍ରବାର ଭାରସାମ୍ୟ ହରାଇ ଏକ ମୋଟରସାଇକେଲ ପିଟି ହୋଇଯିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ବାଲିଗୁଡା ପଣସପଡିର ବାଇକ ନାୟକ।

ବେଆଇନ ଗୋ ଚାଲାଣ: ୯ ଗାଡି ସହ ୪୦ ଗୋରୁ ଜବତ,୧୮ ଅଟକ

ବେଆଇନ ଗୋ ଚାଲାଣ: ୯ ଗାଡି ସହ ୪୦ ଗୋରୁ ଜବତ,୧୮ ଅଟକ

ବାଲିଗୁଡା,୯।୩(ଡି.ଏନ.ଏ.): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସାରଙ୍ଗଗଡ ନିକଟରୁ ବେଆଇନ ଭାବେ ଗୋ-ଚାଲାଣ ହେଉଥିବା ବେଳେ ୯ଟି ଗାଡି ସହ ୪୦ରୁ ଊର୍ଦ୍ଧ୍ୱ ଗାଈଙ୍କୁ ଉଦ୍ଧାର କରାଯାଇଛି।

ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ବିବାଦ, ବ୍ଲକ ଘେରିଲେ ଶ୍ରୀରାମଚନ୍ଦ୍ରପୁରବାସୀ

ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ବିବାଦ, ବ୍ଲକ ଘେରିଲେ ଶ୍ରୀରାମଚନ୍ଦ୍ରପୁରବାସୀ

ଛତ୍ରପୁର,୯।୩(ଡି.ଏନ.ଏ.)- ଛତ୍ରପୁର ବ୍ଲକର ନୂତନ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ କୋଠା ନିର୍ମାଣକୁ ନେଇ ବିବାଦ ଦେଖାଦେଇଛି। ଆଇଆର୍‌ଇ ଛକ-ମାୟାପାଟଣାଠାରେ କାର୍ଯ୍ୟାଳୟ ନିର୍ମାଣ ଆରମ୍ଭ ହୋଇଛି। ପଞ୍ଚାୟତ ମଧ୍ୟସ୍ଥଳରେ କାର୍ଯ୍ୟାଳୟ କୋଠା ନିର୍ମାଣ ଲାଗି ସ୍ଥାନୀୟ ବାସିନ୍ଦା ଦାବି କରୁଛନ୍ତି। ପୂର୍ବରୁ ଏ ସମ୍ପର୍କରେ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶୁକ୍ରବାର ଶ୍ରୀରାମଚନ୍ଦ୍ରପୁର ବାସିନ୍ଦା ଏବଂ ଅନ୍ୟ ବୁଦ୍ଧିଜୀବୀମାନେ ଛତ୍ରପୁରରେ ରାଲି କରି ବ୍ଲକରେ ଧାରଣା ଦେବା ସହ କାର୍ଯ୍ୟାଳୟ ଘେରାଉ କରିଥିଲେ। ପରେ ଏକ ପ୍ରତିନିଧି ଦଳ ବିଡିଓ ବଂଶୀଧର ଖୋସଲାଙ୍କୁ ତାଙ୍କ ପ୍ରକୋଷ୍ଠରେ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ଏହାର ଅନୁଧ୍ୟାନ କରାଯିବ ବୋଲି ବିଡିଓ କହିଥିଲେ। ଏଥିପ୍ରତି କ’ଣ ପଦକ୍ଷେପ ନିଆଯିବ ବିଡିଓ ସେ ସମ୍ପର୍କରେ କୁହନ୍ତୁ ବୋଲି ଆନ୍ଦୋଳକାରୀମାନେ ଜିଦ୍‌ ଧରିଥିଲେ। ଶେଷରେ ବିଡିଓ ଧାରଣାସ୍ଥଳକୁ ଆସି ପଞ୍ଚାୟତ କୋଠା ନିର୍ମାଣ କାମ ବର୍ତ୍ତମାନ ପାଇଁ ବନ୍ଦ ରଖାଯିବ ଏବଂ ଦାବି ନେଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ଶ୍ରୀ ରଘୁନାଥ ମଠ, ଶ୍ରୀ ଲକ୍ଷ୍ମୀନାରାୟଣ ମଠର ନୂତନ ଟ୍ରଷ୍ଟ ଗଠନ ଦାବି

ଶ୍ରୀ ରଘୁନାଥ ମଠ, ଶ୍ରୀ ଲକ୍ଷ୍ମୀନାରାୟଣ ମଠର ନୂତନ ଟ୍ରଷ୍ଟ ଗଠନ ଦାବି

ବ୍ରହ୍ମପୁର ଅଫିସ, ୯।୩: ବ୍ରହ୍ମପୁର ସହର ହନୁମାନ ବଜାରରେ ଥିବା ଶ୍ରୀ ରଘୁନାଥ ମଠ ଏବଂ ଶ୍ରୀ ଲକ୍ଷ୍ମୀନାରାୟଣ ମଠର ଟ୍ରଷ୍ଟକୁ ଭାଙ୍ଗି ନୂତନ ଟ୍ରଷ୍ଟ ଗଠନ ପାଇଁ ଶୁକ୍ରବାର ଅଞ୍ଚଳବାସୀ ପକ୍ଷରୁ ଦାବି ହୋଇଛି। ଏ ନେଇ ଅଞ୍ଚଳବାସୀ ଅତିରିକ୍ତ ସହକାରୀ ଦେବୋତ୍ତର କମିଶନରଙ୍କୁ ଦାବିପତ୍ର ପ୍ରଦାନ ପାଇଁ ଯାଇଥିଲେ। କିନ୍ତୁ କମିଶନର ଦାବିପତ୍ର ନେବାକୁ ମନା କରିଦେଇଥିଲେ।

ତାଳପତ୍ର ପୋଥି ସମ୍ପର୍କିତ ବକ୍ତୃତାମାଳା ‘ପୋଥି ଭାରତୀୟ ପ୍ରାଚୀନ ସଂସ୍କୃତି, ସଭ୍ୟତାର ମୂକସାକ୍ଷୀ’

ତାଳପତ୍ର ପୋଥି ସମ୍ପର୍କିତ ବକ୍ତୃତାମାଳା ‘ପୋଥି ଭାରତୀୟ ପ୍ରାଚୀନ ସଂସ୍କୃତି, ସଭ୍ୟତାର ମୂକସାକ୍ଷୀ’

ବ୍ରହ୍ମପୁର ଅଫିସ,୮ା୩- ତାଳପତ୍ର ପୋଥି ହେଉଛି ପ୍ରାଚୀନ ଭାରତବର୍ଷର ଆତ୍ମା। ଭାରତୀୟ ସଂସ୍କୃତି ଓ ସଭ୍ୟତାର ମୂକସାକ୍ଷୀ। ଏହି ପୋଥିକୁ ଲକ୍ଷ୍ୟ କଲେ ଭାରତୀୟ ସଂସ୍କୃତି ଓ ସଭ୍ୟତାର ସ୍ପଷ୍ଟଚିତ୍ର ପରିଲକ୍ଷିତ ହୋଇଥାଏ। ଏବେ ବି ଏଥିରେ ବହୁ ଅଂଶ ଲୁକ୍କାୟିତ ଅବସ୍ଥାରେ ରହିଛି। ଯାହାକୁ ଉଦ୍ଧାର ତଥା ସଂଗ୍ରହ କରାଯିବା ଏକାନ୍ତ ଆବଶ୍ୟକ ବୋଲି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସ କହିଛନ୍ତି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡିଆ ବିଭାଗ ଓ ଜାତୀୟ ପାଣ୍ଡୁଲିପି ମିଶନ ନୂଆଦିଲ୍ଲୀର ମିଳିତ ଆନୁକୂଲ୍ୟରେ ଗୁରୁବାର ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ କୁଳପତି ଏହା କହିଥିଲେ। ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡିଆ ବିଭାଗର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅବସରରେ ଗୁରୁବାର ତାଳପତ୍ର ପୋଥି ସମ୍ପକିର୍ର୍ତ ବକ୍ତୃତାମାଳା ଆୟୋଜିତ ହୋଇଥିଲା। ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ‘ଓଡିଶାରେ ତାଳପତ୍ର ପୋଥି: ସଂଗ୍ରହ ଓ ସଂରକ୍ଷଣ’ ଶୀର୍ଷକ ବକ୍ତୃତାମାଳାରେ କୁଳପତି ଦାସ ମୁଖ୍ୟଅତିଥି ଭାବେ ଯୋଗଥିଲେ।

 ବେଲଗୁଣ୍ଠାରେ ଟ୍ରାଫିକ ସୁଧାରିବାକୁ ଯୋଜନା, ୧୫ରୁ ବସ୍‌ଷ୍ଟାଣ୍ଡକୁ ବସ୍‌ ନ ଆସିଲେ ଜରିମାନା

ବେଲଗୁଣ୍ଠାରେ ଟ୍ରାଫିକ ସୁଧାରିବାକୁ ଯୋଜନା, ୧୫ରୁ ବସ୍‌ଷ୍ଟାଣ୍ଡକୁ ବସ୍‌ ନ ଆସିଲେ ଜରିମାନା

ଭଞ୍ଜନଗର,୮।୩(ଡ଼ି.ଏନ.ଏ.)- ବେଲଗୁଣ୍ଠାରେ ବସ୍‌ଷ୍ଟାଣ୍ଡ କାମ ଧିମାରେ ଚାଲିଛି। ବସଷ୍ଟାଣ୍ଡକୁ ବସ ଯାଉ ନ ଥିବାରୁ ଲୋକେ ହଇରାଣ ହେଉଛନ୍ତି। ମୁଖ୍ୟ ସଡ଼କରେ ବସ୍‌ଗୁଡ଼ିକ ଅଟକି ରହୁଛି। ଯେଉଁଥିପାଇଁ ଅଧିକାଂଶ ସମୟ ଟ୍ରାଫିକ୍‌ ସମସ୍ୟା ହେଉଛି। ବେଲଗୁଣ୍ଠା ଏନଏସିରେ ଜନସଂଖ୍ୟା ବୃଦ୍ଧିକୁ ଦେଖି ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଏନଏସି ପକ୍ଷରୁ ୫ବର୍ଷ ପୂର୍ବେ ଯୋଜନା ହୋଇଥିଲା। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସଷ୍ଟାଣ୍ଡ ଲାଗି ଶିଳାନ୍ୟାସ କରିଥିଲେ।

ପୋଡି ହୋଇ ମହିଳା ଗୁରୁତର

ପୋଡି ହୋଇ ମହିଳା ଗୁରୁତର

ଦିଗପହଣ୍ଡି,୮।୩(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୁଷୁଣ୍ଡା ଗ୍ରାମର ଲଛମନ ମାଝିଙ୍କ ସ୍ତ୍ରୀ ଲିଜା ମାଝିଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲ ଓ ସେଠାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଶରୀରର ୯୦ପ୍ରତିଶତ ପୋଡିଯାଇଛି। ଗାଁ ପୋଖରୀକୁ ଗାଧୋଇ ଯାଇଥିବା ବେଳେ ସୁନା କାନଫୁଲ ହଜିଯିବାକୁ କେନ୍ଦ୍ରକରି ସ୍ତ୍ରୀ ଲିଜା ଓ ସ୍ବାମୀ ଲଛମନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ସେ ତାଙ୍କ ଭଉଣୀ ନନ୍ଦିନୀଙ୍କୁ କହିଛନ୍ତି। ଏନେଇ ଦିଗପହଣ୍ଡି ଥାନାରେ କୌଣସି ଖବର ନ ଥିବା ଥାନାଧିକାରୀ ଦେବାଶିଷ ମହାନ୍ତି କହିଛନ୍ତି। ଗତ ପ୍ରାୟ ୮ ବର୍ଷ ପୂର୍ବେ ଭୁଷୁଣ୍ଡା ଗ୍ରାମର ଲଳିତ ସାମଲଙ୍କ କନ୍ୟା ଲିଜା ଲଛମନଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।

କୀଟନାଶକ ପିଇ ଯୁବକଙ୍କ ଆତ୍ମହତ୍ୟା

ଦାରିଙ୍ଗବାଡ଼ି,୮ା୩(ଡି.ଏନ.ଏ.)- ସିମନବାଡ଼ି ଅଞ୍ଚଳରେ ଜନୈକ ଯୁବକ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଯୁବକ ହେଲେ ଭୋଳେଶ୍ୱର ଡାକୁଆ। ଏହା ଘରୋଇ ଆଶାନ୍ତିରୁ ହୋଇଥିବା ତଦନ୍ତକାରୀ ଅଧିକାରୀ ଆର.ଭୀମାରାଓ ରେଡ୍ଡୀ କହିଛନ୍ତି। ଦୀର୍ଘଦିନ ଧରି ଭୋଳେଶ୍ୱର ବାହାର ରାଜ୍ୟରେ ରହୁଥିଲେ। ସେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବା ବେଳେ ଗତ କିଛି ମାସ ହେଲା ଗ୍ରାମକୁ ଆସି ସେଲୁନ ଖୋଲି ରୋଜଗାର କରୁଥିଲେ

 ସଚିବଙ୍କ ସମୀକ୍ଷା ବୈଠକ: ଖରାଦିନେ ପାଣିର ସୁଷମ ବଣ୍ଟନ କର

ସଚିବଙ୍କ ସମୀକ୍ଷା ବୈଠକ: ଖରାଦିନେ ପାଣିର ସୁଷମ ବଣ୍ଟନ କର

ଛତ୍ରପୁର, ୮।୩ (ଡି.ଏନ.ଏ.)- ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ଏବଂ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ବିଶାଳ କୁମାର ଦେବ ଗୁରୁବାର ଗଞ୍ଜାମ ଜିଲା ଗସ୍ତରେ ଆସିଥିଲେ। ଉନ୍ନୟନ କାର୍ଯ୍ୟ ତଦାରଖ ପାଇଁ ନୋଡାଲ ସେକ୍ରେଟାରୀ ଭାବେ ରାଜ୍ୟ ସରକାର ତାଙ୍କୁ ନିଯୁକ୍ତି ଦେଇଛନ୍ତି। ପୂର୍ବାହ୍ନରେ ସେ ଗଞ୍ଜାମ ବ୍ଲକର ମଠମୁକୁନ୍ଦପୁର ଗାଁକୁ ଯାଇ ଅଙ୍ଗନୱାଡି କେନ୍ଦ୍ର ଓ ସ୍କୁଲ ଏବଂ ବିଞ୍ଚଣାପଲ୍ଲୀ ଗାଁରେ ଅଙ୍ଗନୱାଡିକେନ୍ଦ୍ର ଓ ଉଠାଜଳସେଚନ ପ୍ରକଳ୍ପ ପରିଦର୍ଶନ କରିବା ସହ ଟାର୍ଗେଟ ପୂରଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାପୂର୍ବରୁ ଖଲ୍ଲିକୋଟ ବ୍ଲକର ବ୍ରଜରାଜପୁର ଗ୍ରାମ ଗସ୍ତ କରି ସେଠାରେ ଅଙ୍ଗନଓ୍ବାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ।

ବୁଗୁଡ଼ା ବନାଞ୍ଚଳରେ ୧୩୫୩ କୃଷ୍ଣସାର ମୃଗ

ବୁଗୁଡ଼ା ବନାଞ୍ଚଳରେ ୧୩୫୩ କୃଷ୍ଣସାର ମୃଗ

ବୁଗୁଡ଼ା,୮।୩(ଡି.ଏନ.ଏ.)- ବୁଗୁଡ଼ା ବନାଞ୍ଚଳରେ ୧୩୫୩ ବିରଳ କୃଷ୍ଣସାର ମୃଗ ଥିବା ଗଣନାରୁ ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ୩୮୪ଟି ଅଣ୍ଡିରା, ୭୮୨ ମାଈ ଓ ୧୮୭ ଶାବକ ରହିଛନ୍ତି। ୨୦୧୫ରେ ହୋଇଥିବା ଗଣନା ବେଳେ ବନାଞ୍ଚଳରେ ୧୨୩୯ କୃଷ୍ଣସାର ମୃଗ ଥିବା ଜଣାପଡିଥିଲା। ଗତଥର ଅପେକ୍ଷା ଚଳିତଥର କୃଷ୍ଣସାରଙ୍କ ସଂଖ୍ୟା ବଢ଼ିଥିବା ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଗୁରୁବାର ସୂଚନା ଦେଇଛନ୍ତି। ୨୦୧୮ ଗଣନାରେ ପୂର୍ବାପେକ୍ଷା ୧୧୪ କୃଷ୍ଣସାର ବୃଦ୍ଧି ହୋଇଛି।

ବିଭିନ୍ନ ସରକାରୀ ଯୋଜନା ବୁଲି ଦେଖିଲେ ଶିକ୍ଷା ସଚିବ

ବିଭିନ୍ନ ସରକାରୀ ଯୋଜନା ବୁଲି ଦେଖିଲେ ଶିକ୍ଷା ସଚିବ

ଖଜୁରିପଡା, ୮।୩- ଶିକ୍ଷା ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଗୁରୁବାର ଖଜୁରିପଡା ବ୍ଲକ ଗସ୍ତରେ ଆସିଥିଲେ। ବ୍ଲକର ବିଭିନ୍ନ ଅଞ୍ଚଳକୁ ଯାଇ ସମସ୍ତ ସରକାରୀ ଯୋଜନାକୁ ବୁଲି ଦେଖିଥିଲେ। ପ୍ରଥମେ ସ୍ଥାନୀୟ ସମବାୟ ସମିତି ଲ୍ୟାମ୍ପସ୍‌କୁ ଯାଇ ଟଙ୍କିକିଆ ଚାଉଳର ମାନ ପରୀକ୍ଷା କରିଥିଲେ। ସେଠାରୁ ଡିମିରିଖୋଲ ପ୍ରାଥମିକ ବିଦ୍ୟାଳୟକୁ ଯାଇ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ପାଠ ପଢାଇଥିଲେ। ବିଦ୍ୟାଳୟ ରାସ୍ତାକୁ ତୁରନ୍ତ ନିର୍ମାଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବିଶ୍ୱ ମହିଳା ଦିବସ ପାଳିତ

ବିଶ୍ୱ ମହିଳା ଦିବସ ପାଳିତ

ଦାରିଙ୍ଗବାଡି,୮।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସାରିଙ୍ଗିଇର୍ପି ପଡ଼ିଆଠାରେ ନାରୀ ମହାସଂଘ ପକ୍ଷରୁ ଗୁରୁବାର ବ୍ଲକସ୍ତରୀୟ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି। ସଂଘ ସଭାନେତ୍ରୀ ନମଜିନୀ ପ୍ରଧାନ ଏଥିରେ ଅଧ୍ୟକ୍ଷତା କରିଥିଲେ। ନାରୀମାନଙ୍କ ସୁରକ୍ଷା ସହ ନିଶା ଓ ହିଂସାମୁକ୍ତ କନ୍ଧମାଳ ପାଇଁ ମହିଳାମାନେ ଆହ୍ବାନ ଦେଇଥିଲେ।

ସ୍କୁଲ କ୍ୟାବିନେଟ୍‌ ସଦସ୍ୟଙ୍କ ତାଲିମ ଶିବିର

ସ୍କୁଲ କ୍ୟାବିନେଟ୍‌ ସଦସ୍ୟଙ୍କ ତାଲିମ ଶିବିର

ବ୍ରହ୍ମପୁର ଅଫିସ, ୮।୩: ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ପକ୍ଷରୁ ସ୍କୁଲ କ୍ୟାବିନେଟ୍‌ ସଦସ୍ୟଙ୍କ ତାଲିମ ଶିବିର ସ୍ଥାନୀୟ ରାଜସ୍ବ ଡାକ ବଙ୍ଗଳଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରଙ୍ଗେଇଲୁଣ୍ଡା, କୁକୁଡ଼ାଖଣ୍ଡି, ସାନଖେମୁଣ୍ଡି ଏବଂ ଚିକିଟି ବ୍ଲକ ସହ ବ୍ରହ୍ମପୁର ମହାନଗର ନିଗମର ୧୦ଟି ସ୍କୁଲର ଛାତ୍ରୀଛାତ୍ର ଯୋଗ ଦେଇଥିଲେ। ଏହି ଅବସରରେ କିଶୋର ନ୍ୟାୟ ଏବଂ ଶିଶୁ ଅଧିକାର ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା।