ବ୍ରହ୍ମପୁର

ଗଞ୍ଜାମ ଜିଲା ବିଜେଡି ବୈଠକ

ଗଞ୍ଜାମ ଜିଲା ବିଜେଡି ବୈଠକ

 ବ୍ରହ୍ମପୁର ଅଫିସ,୨୨ା୯-ଗଞ୍ଜାମ ଜିଲା ବିଜେଡିର ସ୍ବତନ୍ତ୍ର ବୈଠକ ଶୁକ୍ରବାର ସନ୍ଧ୍ୟାରେ ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଯାଇଛି। ସବୁବର୍ଷ ଭଳି ଚଳିତ ବର୍ଷ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ କର୍ମୀଙ୍କ ପଦଯାତ୍ରା ନେଇ ଆଲୋଚନା କରାଯାଇଥିଲା। 

ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପାର ଅଭିଯୋଗ: ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମରେ ବିଏମସି ଫେଲ

ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପାର ଅଭିଯୋଗ: ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମରେ ବିଏମସି ଫେଲ

ବ୍ରହ୍ମପୁର ଅଫିସ,୨୨ା୯-ବ୍ରହ୍ମପୁର ମହାନଗର ନିଗମ (ବିଏମସି)ରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଫେଲ ମାରିଛି। ଏହି କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାର ଯୋଗାଇଥିବା ଅନୁଦାନ ଠିକଣା ଭାବରେ ବିନିଯୋଗ ହୋଇ ନ ଥିବା ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପା ଅଭିଯୋଗ କରିଛି।

‘ଆସନ’ ଦେବେ ସରକାରୀ ଅଧିକାରୀ

‘ଆସନ’ ଦେବେ ସରକାରୀ ଅଧିକାରୀ

ବ୍ରହ୍ମପୁର ଅଫିସ୍‌,୨୨ା୯-ଗଞ୍ଜାମ ଜିଲାର ସରକାରୀ ବିଦ୍ୟାଳୟଗୁଡ଼ିକରେ ଉତ୍ତମ ବାତାବରଣ ଏବଂ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ପାଇଁ ଜିଲା ପ୍ରଶାସନ ଗୁରୁତ୍ୱ ଦେଉଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନେତୃତ୍ୱ ଏବଂ ମାର୍ଗଦର୍ଶନରେ ଅନେକ ଯୋଜନା ହାତକୁ ନିଆଯାଇଛି। 

ଦାରିଙ୍ଗବାଡ଼ି ପୋଲିସର ଯାନବାହନ ଯାଞ୍ଚ କଡ଼ାକଡ଼ି

ଦାରିଙ୍ଗବାଡ଼ି ପୋଲିସର ଯାନବାହନ ଯାଞ୍ଚ କଡ଼ାକଡ଼ି

ଦାରିଙ୍ଗବାଡ଼ି,୨୨।୯(ଡି.ଏନ.ଏ)- ଦାରିଙ୍ଗବାଡ଼ି ଥାନା ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଯାନବାହନ ଯାଞ୍ଚ କରାଯାଇଛି। ଆଇଆଇସି ଅଲେଖ ଗରଡ଼ିଆଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇ ରତିରଞ୍ଜନ ନାୟକ ସଦଳବଳ ଉକ୍ତ ଥାନା ଅଞ୍ଚଳ ଚାରି ଛକ, ତିନି ଛକ ଏବଂ ହିଲଭିୟୁ ପାର୍କ ମୁଖ୍ୟ ଫାଟକ ସମ୍ମୁଖରେ  ଯାନବାହନର କାଗଜପତ୍ର ସହ ଡ୍ରାଇଭିଂ ଲାଇସେନ୍ସ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଇଥିଲା। 

ସ୍ବାମୀଙ୍କ ମୃତ୍ୟୁ ପରେ ନିର୍ଯାତନା ଅଭିଯୋଗ ମହିଳା ଥାନାରେ ଏତଲା

ସ୍ବାମୀଙ୍କ ମୃତ୍ୟୁ ପରେ ନିର୍ଯାତନା ଅଭିଯୋଗ ମହିଳା ଥାନାରେ ଏତଲା

ବ୍ରହ୍ମପୁର ଅଫିସ୍‌,୨୨ା୯-ସ୍ବାମୀଙ୍କ ମୃତ୍ୟୁ ପରେ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେବା ସହ ସମ୍ପତ୍ତିରୁ ବଞ୍ଚିତ କରି ଘରୁ ତଡ଼ି ଦେଇଥିବା ନେଇ ଶୁକ୍ରବାର ବ୍ରହ୍ମପୁର ମହିଳା ଥାନାରେ ଏତଲା ହୋଇଛି। 

ଏଟିଏମ୍‌ କାର୍ଡ ବଦଳାଇ ୬୬ ହଜାର ଟଙ୍କା ଲୁଟ

ଦାରିଙ୍ଗବାଡ଼ି,୨୨।୯(ଡି.ଏନ.ଏ)- ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ପୁଣି ଜଣେ ବ୍ୟକ୍ତି ଏଟିଏମ୍‌ ଠକେଇର ଶିକାର ହୋଇଛନ୍ତି। ଏଟିଏମରୁ ଟଙ୍କା ଉଠାଇବାରେ ସାହାଯ୍ୟ କରିଦେବେ କହି ଜଣେ ଦୁର୍ବୃତ୍ତ କାର୍ଡ ବଦଳାଇ ନେଇ ୬୬ ହଜାର ଟଙ୍କା ଗାଏବ କରିଥିବା ଥାନାରେ ଅଭିେଯୋଗ ହୋଇଛି।

ଦାରିଙ୍ଗବାଡ଼ି ଅଞ୍ଚଳରୁ  ୧୨୫ ଭ୍ରମଣରେ ଗଲେ

ଦାରିଙ୍ଗବାଡ଼ି ଅଞ୍ଚଳରୁ ୧୨୫ ଭ୍ରମଣରେ ଗଲେ

ଦାରିଙ୍ଗବାଡ଼ି,୨୨।୯(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳର ୨୫ ପଞ୍ଚାୟତରୁ ଶୁକ୍ରବାର ଅପରାହ୍ନରେ ୧୨୫ ଜଣ ଭ୍ରମଣରେ ଯାଇଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ବ୍ୟବସ୍ଥା କରାଯାଇଛି। 

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଘଟଣା, ଜେଲ୍‌ ଗଲେ ଦ୍ୱିତୀୟ ସ୍ତ୍ରୀ

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଘଟଣା, ଜେଲ୍‌ ଗଲେ ଦ୍ୱିତୀୟ ସ୍ତ୍ରୀ

ମୋହନା,୨୨ା୯(ଡି.ଏନ୍‌.ଏ.)- ଅଡବା ଥାନା ପାଣିଗଣ୍ଡା ପଞ୍ଚାୟତ ବୁଢାଡିହ ଗଁାରେ ମଙ୍ଗଳବାର ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ସ୍ବାମୀ ମିଟୁ ମଣ୍ଡଳଙ୍କୁ ଗୁରୁବାର ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ଏନେଇ ୩୯/୧୮ରେ ଏକ ମାମଲା ରୁଜୁ କରାଯାଇଥିଲା। 

ମଧ୍ୟରାତିରେ ଉପକୂଳ ଛୁଇଁଲା ‘ଡାଏ’: ବିପର୍ଯ୍ୟୟ ଟଳିଲା

ମଧ୍ୟରାତିରେ ଉପକୂଳ ଛୁଇଁଲା ‘ଡାଏ’: ବିପର୍ଯ୍ୟୟ ଟଳିଲା

ଛତ୍ରପୁର(ଡି.ଏନ୍‌.ଏ.)/ବ୍ରହ୍ମପୁର ଅଫିସ୍‌/ଗୋପାଳପୁର,୨୨ା୯- ସାମୁଦ୍ରିକ ଝଡ଼ ‘ଡାଏ’କୁ ନେଇ ଯେଉଁ ବିପର୍ଯ୍ୟୟ ଆଶଙ୍କା ଥିଲା, ତାହା ଟଳିଯାଇଛି। ଗୁରୁବାର ବିଳମ୍ବିତ ରାତି ପ୍ରାୟ ୧୨ଟାରୁ ଗୋଟାଏ ମଧ୍ୟରେ ଗୋପାଳପୁର ଉପକୂଳକୁ ଏହି ସାମୁଦ୍ରିକ ଝଡ଼ ଛୁଇଁଥିଲା। 

୯ଘଣ୍ଟା ପରେ ରାସ୍ତାରୁ ହଟିଲା ଗଛ

୯ଘଣ୍ଟା ପରେ ରାସ୍ତାରୁ ହଟିଲା ଗଛ

ଚିକିଟି,୨୧।୯(ଡି.ଏନ.ଏ.)-ଲଘୁଚାପ ଜନିତ ଲଗାଣ ବର୍ଷାରେ ଚିକିଟି ବ୍ଲକ କୃଷ୍ଣପୁର ଗ୍ରାମ ନିକଟରେ ଗୁରୁବାର ମଧ୍ୟରାତିରେ ରାସ୍ତା ଉପରେ ଏକ ବଡ ଗଛ ଭାଙ୍ଗି ପଡି ରାସ୍ତା ଅବରୋଧ ହୋଇଥିଲା। ଏନେଇ ଅଞ୍ଚଳବାସି ରାସ୍ତାଟି ପୂର୍ତ୍ତ ଓ କୋଠାବାଡି ଅଧୀନରେ ରହିଥିବାରୁ ବିଭାଗୀୟ ଅଧିକାରୀଙ୍କୁ ଫୋନ କରି ଜଣାଯାଇଥିଲେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚତ୍ ନଥିବାରୁ ଅସନ୍ତୋଷ ଦେଖା ଦେଇଥିଲା ା ଅନ୍ୟ ଉପାୟ ନପାଇ ସ୍ଥାନୀୟ କେ.ନୂଆଗାଁ ଥାନାକୁ ଜଣାଇବା ପରେ ଥାନାଧିକାରୀ ସୁଜିତ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚତ୍ ଜେସିବି ମାଧ୍ୟମରେ ଏବଂ ଗ୍ରାମବାସୀଙ୍କ ସହାୟତାରେ ରାସ୍ତାରେ ପଡିଥିବା ଗଛକୁ ହଟାଯିବା ପରେ ଶୁକ୍ରବାର ସକାଳ ୧୦ଟାରେ ଯାନବାହାନ ଚଳାଚଳ ହୋଇଥିଲା ା

ସାପ କାମୁଡ଼ାରେ ନାବାଳିକା ମୃତ

ସାପ କାମୁଡ଼ାରେ ନାବାଳିକା ମୃତ

ବେଗୁନିଆପଡ଼ା,୨୧।୯(ଡି.ଏନ.ଏ.)-ବେଗୁନିଆପଡ଼ା ଫାଣ୍ଡି ମର୍ଦ୍ଦକୋଟ ଗ୍ରାମରେ ଜଣେ ନାବାଳିକାଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ସେହେଲେ ରବୀନ୍ଦ୍ର ବେହେରାଙ୍କ ଝିଅ ଅଞ୍ଜଳି ବେହେରା (୮)। ଅଞ୍ଜଳି ଗୁରୁବାର ରାତିରେ ଶୋଇଥିଲେ। ଶୁକ୍ରବାର ଭୋର ସେ ବିଛଣାରେ ଛଟପଟ ହୋଇ ପାଟି କରିବାରୁ ପରିବାର ଲୋକେ ତାଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।  ପରେ ମୃତ ଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା।

ମୁଁ ହିରୋ, ମୁଁ ଓଡିଶା କାର୍ଯ୍ୟକ୍ରମ

ମୁଁ ହିରୋ, ମୁଁ ଓଡିଶା କାର୍ଯ୍ୟକ୍ରମ

ଆସିକା,୨୧।୯(ଡି.ଏନ୍‌.ଏ.)- ଆସିକାସ୍ଥିତ ହରିହର ହାଇସ୍କୁଲ ପରିସରରେ ଶୁକ୍ରବାର ମଧ୍ୟାହ୍ନରେ ମୁଁ ହିରୋ, ମୁଁ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲା କ୍ରୀଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆସିକା ଏମ୍‌ପି ଲଡୁ କିଶୋର ସ୍ବାଇଁ, ଆସିକା ବିଧାୟକ ଦେବରାଜ ମହାନ୍ତି, ବିଡିଓ ଗାୟତ୍ରୀଦତ୍ତ ନାୟକ, ଥାନା ଅଧିକାରୀ ସନ୍ତୋଷ କୁମାର ଜେନା, ବ୍ଲକ୍‌ ଅଧ୍ୟକ୍ଷ ହରେକୃଷ୍ଣ ମଳିକ, ଏନ୍‌ଏସି ଅଧ୍ୟକ୍ଷା ମଧୁସ୍ମିତା ପୋଲାଇ, ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ରାଉତ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ।

ଜିଲା ପରିଷଦ ଅଧ୍ୟକ୍ଷାଙ୍କ ଚନ୍ଦ୍ରଗିରି ମେଡିକାଲ ପରିଦର୍ଶନ

ଜିଲା ପରିଷଦ ଅଧ୍ୟକ୍ଷାଙ୍କ ଚନ୍ଦ୍ରଗିରି ମେଡିକାଲ ପରିଦର୍ଶନ

ଚନ୍ଦ୍ରଗିରି,୨୧।୯(ଡି.ଏନ୍‌.ଏ.)- ମୋହନା ବ୍ଲକ ଚନ୍ଦ୍ରଗିରି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପରେ ମଧ୍ୟ ପରିସ୍ଥିତିରେ ସୁଧାର ଆସୁନାହିଁ। ଗଜପତି ଜିଲା ପରିଷଦ ଅଧ୍ୟକ୍ଷା ଅନିତାରାଣୀ ବେହେରା ଶୁକ୍ରବାର ମେଡିକାଲ ପରିଦର୍ଶନରେ ଆସି ଲୋକଙ୍କ ସମସ୍ୟା ବୁଝିଛନ୍ତି। ଅଧ୍ୟକ୍ଷା ଆସିଥିବା ଶୁଣି ଅଞ୍ଚଳବାସୀ ମେଡିକାଲରେ ପହଞ୍ଚତ୍ଥିଲେ।

ରାସ୍ତାରେ ଭାସୁଛି ଡ୍ରେନ୍‌ ପାଣି

ରାସ୍ତାରେ ଭାସୁଛି ଡ୍ରେନ୍‌ ପାଣି

ପୁରୁଷୋତ୍ତମପୁର,୨୧।୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଅସରାଏ ବର୍ଷା ହେଲେ ଡେନ୍‌ ପାଣି ରାସ୍ତାରେ ଭାସୁଛି। ରଥସାହିଛକ ଆସିକା-ହୁମ୍ମା ମୁଖ୍ୟରାସ୍ତା ଉପରେ ଏଭଳି ନର୍ଦ୍ଦମା ଜଳ ଭାସୁଛି।

ଫାଣ୍ଡି ଅଧିକାରୀଙ୍କ ବଦଳି ବାତିଲ ଦାବିରେ ବାଲିପଦର ବନ୍ଦ

ଫାଣ୍ଡି ଅଧିକାରୀଙ୍କ ବଦଳି ବାତିଲ ଦାବିରେ ବାଲିପଦର ବନ୍ଦ

ବୁଗୁଡ଼ା, ୨୧।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତର୍ଗତ ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀଙ୍କ ବଦଳି  ବାତିଲ ଦାବିରେ ଶୁକ୍ରବାର ବାଲିପଦର ବନ୍ଦ ପାଳନ କରାଯାଇଥିଲା। 

ଗୋଆରୁ ଅସିଲା ମତ୍ସଜୀବୀଙ୍କ ମୃତଦେହ,  ଗାଁରେ ଶୋକାକୂଳ ପରିବେଶ

ଗୋଆରୁ ଅସିଲା ମତ୍ସଜୀବୀଙ୍କ ମୃତଦେହ, ଗାଁରେ ଶୋକାକୂଳ ପରିବେଶ

ଛତ୍ରପୁର,୨୧।୯(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ କତୁରୁ ଗ୍ରାମର ମତ୍ସଜୀବୀ ଜି. ନାରାୟଣଙ୍କ ମୃତଦେହ ଶୁକ୍ରବାର ପୂର୍ବାହ୍ନରେ ଗାଁରେ ପହଞ୍ଚିିଛି। ଏହାକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ମାଛ ମାରିବାକୁ ଯାଇଥିବା ବେଳେ ଗୋଆ ନିକଟ ସମୁଦ୍ରରେ ତାଙ୍କର ମୃତ୍ୟୁ ହୋଇଥିଲା।

ଦାରିଙ୍ଗବାଡ଼ିରୁ ନାବାଳିକା ଚାଲାଣ ଘଟଣା: ୩ ଦିନ ବିତି ଯାଇଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ

ଦାରିଙ୍ଗବାଡ଼ି,୨୧।୯(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଦିଲ୍ଲୀ ପୋଲିସ ଏବଂ ଚାଇଲ୍ଡଲାଇନ ମିଳିତ ଚଢ଼ାଉରେ ଉଦ୍ଧାର କରାଯିବା ଘଟଣାକୁ ୩ ଦିନ ବିତିଯାଇଛି। ଏ ନେଇ ପ୍ରଶାସନକୁ ଖବର ଦିଆଯିବା ପରେ ମଧ୍ୟ ଉଦ୍ଧାର ନାବାଳିକାଙ୍କୁ ଅଣାଯିବା ପାଇଁ ଏଯାବତ୍‌ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଜଣାପଡ଼ିଛି ।

ଡରାଉଛି ବାତ୍ୟା ‘ଡାଏ’: ୯ଟି ଜିଲାକୁ ଆଲର୍ଟ ଜାରି

ଡରାଉଛି ବାତ୍ୟା ‘ଡାଏ’: ୯ଟି ଜିଲାକୁ ଆଲର୍ଟ ଜାରି

ଭୁବନେଶ୍ୱର, ୨୧।୯(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଝଡବାତ୍ୟାର ରୂପ ନେଇଛି। ଗୁରୁବାର ମଧ୍ୟରାତ୍ରିରେ ଗୋପାଳପୁର ଛୁଇଁବା ପରେ ଏହା ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମା ଦେଇ ସ୍ଥଳଭାଗ ଛୁଇଁଛି।

ସକଳେଶ୍ୱରଙ୍କୁ ଏକ ଲକ୍ଷ ବେଲପତ୍ର ଅର୍ପଣ

ସକଳେଶ୍ୱରଙ୍କୁ ଏକ ଲକ୍ଷ ବେଲପତ୍ର ଅର୍ପଣ

ବୁଗୁଡ଼ା,୨୧ା୯(ଡି.ଏନ.ଏ.)- ବିଶ୍ୱଶାନ୍ତି ପାଇଁ ବୁଗୁଡ଼ା ବ୍ଲକ ବାଲିପଦର ନିକଟସ୍ଥ ପ୍ରତାପଧନଞ୍ଜୟପୁରରେ ପୂଜା ପାଉଥିବା ସକଳେଶ୍ୱରଙ୍କୁ ୩ ଦିନରେ ୧ ଲକ୍ଷ ବେଲପତ୍ର ଅର୍ପଣ କରାଯାଇଛି। ଗୁରୁବାର ଏହି କାର୍ଯ୍ୟକ୍ରମ ଶେଷ ହୋଇଛି। ବିଶ୍ୱଶାନ୍ତି ସହ ଅଧିକ  ଫସଲ ଅମଳ ସକାଶେ ପ୍ରତ୍ୟେକ ବର୍ଷ ଏଭଳି କରାଯାଉଛି। ଅନ୍ତରପଡ଼ା ନିକଟସ୍ଥ ଶାଙ୍କୁଳାଇ ଜଙ୍ଗଲରୁ ବେଲପତ୍ର ସଂଗ୍ରହ କରାଯାଇ ଭାଦ୍ରବ ମାସ ନବମୀ, ଦଶମୀ ଓ ଏକାଦଶୀରେ ବୈଦିକ ବ୍ରାହ୍ମଣମାନଙ୍କ ଦ୍ୱାରା ତାହାକୁ ମହାଦେବଙ୍କୁ ଅର୍ପଣ କରାଯାଇଛି। ଜଗନ୍ନାଥ ଶତପଥୀ, ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ବ୍ରାହ୍ମଣମାନେ ବେଲପତ୍ର ଅର୍ପଣ କରିଥିଲେ। 

କାର୍ଯ୍ୟରେ ଯୋଗ ନ ଦେଲେ ରୁଜୁ ହେବ ମାମଲା

କାର୍ଯ୍ୟରେ ଯୋଗ ନ ଦେଲେ ରୁଜୁ ହେବ ମାମଲା

ଛତ୍ରପୁର,୨୧ା୯(ଡି.ଏନ.ଏ)-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗୁରୁବାର ରାତିରେ ଝଡବାତ୍ୟା ରୂପ ନେବା ସମ୍ଭାବନା ରହିଛି। ବର୍ଷା ହେଉଥିବାରୁ ନଦୀ ଓ ନାଳରେ ବନ୍ୟା ଜଳ ପ୍ରବେଶ କରିବ। ଏଣୁ  ସମ୍ଭାବ୍ୟ ବନ୍ୟା ପରିପ୍ରେକ୍ଷୀରେ କାର୍ଯ୍ୟରେ ଯୋଗ ଦେବାକୁ ଡିପ୍ଲୋମା ଇଞ୍ଜିନିୟରମାନଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି। କାର୍ଯ୍ୟରେ ଯୋଗ ନ ଦେଲେ ଛୁଟିରେ ଥିବା ଯନ୍ତ୍ରୀମାନଙ୍କ ବିରୋଧରେ ସିଆରପିଏସ୍‌ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ଆକ୍ଟ ଆଧାରରେ କ୍ରିମିନାଲ ମାମଲା ରୁଜୁ କରାଯିବ। ବ୍ରହ୍ମପୁର ଡ୍ରେନେଜ୍‌ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ପକ୍ଷରୁ ଗୁରୁବାର ଏହି  ନିର୍ଦ୍ଦେଶନାମା (ନଂ.୨୨୯୬) ଜାରି ହୋଇଛି। ତେଣୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେଇ ସମ୍ଭାବ୍ୟ ବନ୍ୟା ମୁକାବିଲା କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ସୂଚନା ଅନୁସାରେ ସମ୍ଭାବ୍ୟ ବନ୍ୟା ପରିପ୍ରେକ୍ଷୀରେ ସମୂହ ଛୁଟିରେ ଥିବା ବିଭିନ୍ନ ବିଭାଗର ଯନ୍ତ୍ରୀମାନେ କାର୍ଯ୍ୟରେ ଯୋଗ ଦେବାକୁ  ରାଜ୍ୟ ଜଳସମ୍ପଦ ବିଭାଗର ସଚିବ ପି. କେ ଜେନା ନିର୍ଦ୍ଦେଶ ଦେଇଛନ୍ତି।

ସ୍ଥାନାନ୍ତର ହେଲେ ପୋଡ଼ମପେଟାବାସୀ

ସ୍ଥାନାନ୍ତର ହେଲେ ପୋଡ଼ମପେଟାବାସୀ

ଗଞ୍ଜାମ,୨୧ା୯(ଡି.ଏନ.ଏ.)- ଲଘୁଚାପ ଅବପାତ ରୂପ ନେବାପରେ ବାତ୍ୟା ଆଶଙ୍କା ଦେଖା ଦେଇଛି। ଏହା ଗୁରୁବାର ମଧ୍ୟ ରାତିରେ ଗୋପାଳପୁର ନିକଟରେ ଉପକୂଳ ଛୁଇଁବା ଓ ଜୋରରେ ପବନ ବହିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଗଞ୍ଜାମ ଜିଲା ପ୍ରଶାସନ ତତ୍ପର ହୋଇ ଉଠିଛି। ୨ ଦିନ ହେଲା ବର୍ଷା ଲାଗି ରହିଥିବାରୁ ସମୁଦ୍ର ଉପକୂଳରେ ରହୁଥିବା ଲୋକେ ମଧ୍ୟ ଭୟଭୀତ ହୋଇ ପଡିଛନ୍ତି। ଏନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ସୋସିଆଲ ମିଡିଆରେ ବ୍ଲକ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିବା ପରେ ଗଞ୍ଜାମ ବ୍ଲକ ପ୍ରଶାସନ ତତ୍ପର ହୋଇ ଉଠିଛି।

ଅକ୍ଟୋବର ୨ରୁ ବ୍ରହ୍ମପୁରରେ ବନ୍ଦ ହେବ ପ୍ଲାଷ୍ଟିକ, ପଲିଥିନ

ଅକ୍ଟୋବର ୨ରୁ ବ୍ରହ୍ମପୁରରେ ବନ୍ଦ ହେବ ପ୍ଲାଷ୍ଟିକ, ପଲିଥିନ

ବ୍ରହ୍ମପୁର ଅଫିସ,୨୧ା୯-  ବ୍ରହ୍ମପୁରରେ ଅକ୍ଟୋବର ୨ରୁ ପ୍ଲାଷ୍ଟିକ, ପଲିଥିନ ବ୍ୟାନ ହେବ ା ଏ ନେଇ ବ୍ରହ୍ମପୁର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଗୁରୁବାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ା ଏଥିରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ ା ଏବେ କେରଳ, ମହାରାଷ୍ଟ୍ର, ଗୋଆ, ଆନ୍ଧ୍ରରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାରକୁ ବନ୍ଦ କରାଯାଇଛି ା 

ଗିରଫ ହେଲେ କୋଟିପତି କନିଷ୍ଠ ଯନ୍ତ୍ରୀ

ଗିରଫ ହେଲେ କୋଟିପତି କନିଷ୍ଠ ଯନ୍ତ୍ରୀ

ବ୍ରହ୍ମପୁର ଅଫିସ୍‌,୨୧ା୯- ଆୟ ବହିଭୂର୍ର୍ତ ସମ୍ପତ୍ତି ଠୁଳ ଅଭିଯୋଗରେ  ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଗୁରୁବାର  ରାୟଗଡା ଜିଲା ଗୁଣପୁର ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର କନିଷ୍ଠ ଯନ୍ତ୍ରୀ ଗଗନବିହାରୀ ପତିଙ୍କୁ ଗିରଫ କରିଛି ା ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ମିସ୍‌ କେସ ନଂ ୬/୧୮ ଅନୁଯାୟୀ ବୁଧବାର ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ ପକ୍ଷରୁ ୱାରେଣ୍ଟ ତଲାସି ଜାରି କରାଯାଇଥିଲା ା ଭିଜିଲାନ୍ସ ଏସ୍‌ପି ମାୟାଧର ସ୍ବାଇଁଙ୍କ ନେତୃତ୍ୱରେ ପାଞ୍ଚୋଟି ସ୍ବତନ୍ତ୍ର ଟିମ୍‌ ଏକକାଳୀନ ସକାଳୁ ଗଗନଙ୍କ ଘରେ ଚଢାଉ କରିଥିଲେ ା 

ପ୍ରଥମ ସେମିଷ୍ଟର ପରୀକ୍ଷାଖାତା ମୂଲ୍ୟାୟନ ଆରମ୍ଭ

ପ୍ରଥମ ସେମିଷ୍ଟର ପରୀକ୍ଷାଖାତା ମୂଲ୍ୟାୟନ ଆରମ୍ଭ

ଭଞ୍ଜନଗର,୨୧।୯(ଡି.ଏନ.ଏ)- ଚଳିତ ବର୍ଷ ସୂଚାରୂପେ ଯୁକ୍ତ ୩ ପରୀକ୍ଷା ପରିଚାଳନା ଓ ଉତ୍ତର ଖାତା ମୂଲ୍ୟାୟନ ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନିର୍ଦ୍ଧାରିତ ସମୟରେ ଯୁକ୍ତ ୩ ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସେମିଷ୍ଟର ପରୀକ୍ଷା ହେବ। ଡିସେମ୍ବର ୭ରୁ ପ୍ରଥମ ସେମିଷ୍ଟର ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ୨୦୧୯ ଏପ୍ରିଲ ଶେଷ ସପ୍ତାହରେ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ହେବ। ଆସନ୍ତା ନଭେମ୍ବର ୧୦ ତାରିଖରୁ ତୃତୀୟ ଓ ୨୨ ତାରିଖରୁ ୫ମ ସେମିଷ୍ଟର ପରୀକ୍ଷା କରାଯିବ। ସେହିପରି ୨୦୧୯ ମାର୍ଚ୍ଚ ଶେଷ ସପ୍ତାହରୁ ଚତୁର୍ଥ ସେମିଷ୍ଟର ଓ ଫେବୃୟାରୀ ଶେଷ ସପ୍ତାହରୁ ଷଷ୍ଠ ସେମିଷ୍ଟର ପରୀକ୍ଷା କରିବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସାମ୍ଭାବ୍ୟ ତାରିଖ ଧାର୍ଯ୍ୟ ହୋଇଛି। ପରୀକ୍ଷା ସରିବା ପରେ ମୂଲ୍ୟାୟନ ମଧ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।