ବ୍ରହ୍ମପୁର

ପାଣି ପମ୍ପ ହାଉସରେ ତାଲା, ୪ ଦିନ ହେଲା ଜଳଯୋଗାଣ ଠପ୍‌

ପାଣି ପମ୍ପ ହାଉସରେ ତାଲା, ୪ ଦିନ ହେଲା ଜଳଯୋଗାଣ ଠପ୍‌

ହିଞ୍ଜିଳିକାଟୁ,୧୮।୯(ଡ଼ି.ଏନ୍‌.ଏ.)- ହିଞ୍ଜିଳିକାଟୁ ବ୍ଲକ ପୋଚିଲିମା ପଞ୍ଚାୟତର ସିଙ୍ଗିପୁର ଗ୍ରାମରେ କେତେକ ବ୍ୟକ୍ତି ଗ୍ରାମର ପମ୍ପ ହାଉସରେ ୧୫ତାରିଖ ରାତିରୁ ତାଲା ପକାଇ ଦେଇଛନ୍ତି। ଫଳରେ ୪ଦିନ ହେଲା ଗ୍ରାମର ୧୦୦ରୁ ଉର୍ଦ୍ଧ୍ୱ ଘରକୁ ପାଣି ଯୋଗାଣ ଠପ୍‌ ହୋଇଯାଇଛି।

ଆଙ୍କୁଶପୁର ଯୁବକ ସଂଘ ପକ୍ଷରୁ ରକ୍ତଦାନ ଶିବିର

ଆଙ୍କୁଶପୁର ଯୁବକ ସଂଘ ପକ୍ଷରୁ ରକ୍ତଦାନ ଶିବିର

କୁକୁଡ଼ାଖଣ୍ଡି,୧୯।୯(ଡି.ଏନ.ଏ.)- କୁକୁଡ଼ାଖଣ୍ଡି ବ୍ଲକ ଆଙ୍କୁଶପୁର ଗ୍ରାମ ଯୁବକ ସଂଘ ତରଫରୁ ବୁଧବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଙ୍କୁଶପୁରସ୍ଥିତ ଆୟୁର୍ବେଦିକ ମହାବିଦ୍ୟାଳୟ ପରିସରରେ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୦ ନଂ. ଜିଲା ପରିଷଦ ସଭ୍ୟ  ଏଲ. ମୋହନ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ରକ୍ତଦାନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଶିବିରରେ ବହୁ ଯୁବକ ଯୋଗଦେଇ ରକ୍ତଦାନ କରିଥିଲେ। ବ୍ରହ୍ମପୁର ବଡ଼ ମେଡିକାଲ ରକ୍ତ ଭଣ୍ଡାର ରେଡକ୍ରସ ୟୁନିଟର ୫ ଜଣ କର୍ମଚାରୀ ଶିବିର ପରିଚାଳନା କରିଥିଲେ। ଶିବିରରେ ୪୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ରକ୍ତ ଭଣ୍ଡାରର ଟୁନା ପାଣିଗ୍ରାହୀ କହିଛନ୍ତି।

ବଜ୍ରପାତରେ ଦମ୍ପତ୍ତି ଗୁରୁତର

ବଜ୍ରପାତରେ ଦମ୍ପତ୍ତି ଗୁରୁତର

ବାଲିଗୁଡା,୧୮।୯(ଡି.ଏନ୍‌.ଏ.)- ବାଲିଗୁଡା ଥାନା ଗୁମାପଦରରେ ବଜ୍ରପାତରେ  ଦମ୍ପତ୍ତି ଗୁରୁତର ହୋଇଛନ୍ତି। ପ୍ରକାଶ ଯେ ଗୁମାପଦରର ପାଣେଶ୍ୱର ମଳିକ ଓ ତାଙ୍କ ସ୍ତ୍ରୀ ନାସିରା ଦିଗାଳ ମଙ୍ଗଳବାର ବଣକୁ କାଠ ସଂଗ୍ରହ ପାଇଁ ଯାଇଥିଲେ। ପ୍ରାୟ ସାଢେ ୨ଟା ବେଳେ ବଣରୁ କାଠ ଧରି ଫେରୁଥିବାବେଳେ ବଜ୍ରପାତରେ ଉଭୟ ଆହତ ହୋଇଥିଲେ। ଉଭୟଙ୍କୁ ବାଲିଗୁଡା ଉପଖଣ୍ଡ ଚିକିସତ୍ାଳୟରେ ଭର୍ତ୍ତି କରାଯାଇଥିଲା। ପାଣେଶ୍ୱର ସ୍ବାସ୍ଥ୍ୟବସ୍ଥା ଠିକ ଥିବାବେଳେ ନାସିରାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

 ପରମଦଙ୍ଗ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ: ଗ୍ରାମବାସୀଙ୍କ  ଜାତୀୟ ରାଜପଥ ଅବରୋଧ

ପରମଦଙ୍ଗ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ: ଗ୍ରାମବାସୀଙ୍କ ଜାତୀୟ ରାଜପଥ ଅବରୋଧ

ବାଲିଗୁଡ଼ା,୧୯।୯(ଡି.ଏନ୍‌.ଏ): କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଅଧୀନ ପରମଦଙ୍ଗ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ କେନ୍ଦ୍ରକରି ପରମଦଙ୍ଗ ଏବଂ ଦଡ଼କଙ୍ଗିଆ ପଞ୍ଚାୟତବାସୀ ବୁଧବାର  ୫୯ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି। 

ଭାଜପାର ଦୁର୍ଗମ ପମସ୍‌ ଗ୍ରାମରେ ମୋ ବୁଥ୍‌ ଚାଲ ଅଭିଯାନ

ଭାଜପାର ଦୁର୍ଗମ ପମସ୍‌ ଗ୍ରାମରେ ମୋ ବୁଥ୍‌ ଚାଲ ଅଭିଯାନ

ଦାରିଙ୍ଗବାଡ଼ି,୧୯।୯(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦୁର୍ଗମ ତାଜୁଙ୍ଗିଆ ପଞ୍ଚାୟତର ପମସ୍‌ ଗ୍ରାମରେ ଭାଜପା ପକ୍ଷରୁ ମୋ ବୁଥ୍‌ ଚାଲ ଅଭିଯାନ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। 

ପିଜି ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ ଘଟଣା: ଗିରଫ ପରେ ଅଭିଯୁକ୍ତ କୋର୍ଟଚାଲାଣ

ପିଜି ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ ଘଟଣା: ଗିରଫ ପରେ ଅଭିଯୁକ୍ତ କୋର୍ଟଚାଲାଣ

ବ୍ରହ୍ମପୁର ଅଫିସ, ୧୯।୯: ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ପିଜି ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ବୈଦ୍ୟନାଥପୁର ଥାନା ପୋଲିସ କମାପଲୀଖଳା ସାହିର ଜଣେ ଯୁବକଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ସେ ହେଲେ ପିଣ୍ଟୁ ଦୋରା। 

ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଜବରଦଖଲ ଉଚ୍ଛେଦ

ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଜବରଦଖଲ ଉଚ୍ଛେଦ

ବ୍ରହ୍ମପୁର ଅଫିସ,୧୯।୯: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ରାସ୍ତା ସମ୍ପ୍ରସାରଣ ଓ ଡ୍ରେନ ନିର୍ମାଣ ପାଇଁ ତୁଳସୀନଗର ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ କରାଯାଇଛି।

ଭିଜିଲାନ୍ସ ଜାଲରେ ଆଦିବାସୀ ଉନ୍ନୟନ ସଂସ୍ଥାର କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଆଦିବାସୀ ଉନ୍ନୟନ ସଂସ୍ଥାର କନିଷ୍ଠ ଯନ୍ତ୍ରୀ

ବ୍ରହ୍ମପୁର ଅଫିସ,୧୯।୯: ଆୟ ବହିର୍ଭୁତ ସମତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଜିଲା ଗୁଣୁପୁର ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର କନିଷ୍ଠ ଯନ୍ତ୍ରୀ ଗଗନ ବିହାରୀ ପତିଙ୍କ ଘରେ ବୁଧବାର ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

ସବୁଜିମା ଉପରେ ବିଜ୍ଞାପନ ଗ୍ରହଣ

ସବୁଜିମା ଉପରେ ବିଜ୍ଞାପନ ଗ୍ରହଣ

ବ୍ରହ୍ମପୁର ଅଫିସ୍‌,୧୯ା୯-ବ୍ରହ୍ମପୁରକୁ ସବୁଜ ସୁନ୍ଦର ରଖିବା ପାଇଁ ସରକାରଙ୍କ ତରଫରୁ ମାଗଣାରେ ଚାରା ବଣ୍ଟନ ଏବଂ ରୋପଣ କରାଯାଉଛି । ଏଥିରେ ଅନେକ ସାମାଜିକ ସଂଗଠନ ମଧ୍ୟ ସାମିଲ୍‌ ହେଉଛନ୍ତି । ହେଲେ ଅନ୍ୟପଟେ କିଛି ଏମିତି ବ୍ୟକ୍ତି ଏବଂ ସଂଗଠନ ମଧ୍ୟ ରହିଛି, ଯେଉଁମାନେ ବୃକ୍ଷ ହତ୍ୟା କରୁଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି କୋଚିଂ ସେଣ୍ଟର୍‌, କମ୍ପ୍ୟୁଟର୍‌ ସେଣ୍ଟର୍‌, ନର୍ସିଂ ହୋମ୍‌ ଏବଂ ଅନ୍ୟ କେତେକ ବ୍ୟବସାୟିକ ସଂସ୍ଥା । ବିଭିନ୍ନ ରୋଗର ଉପଶମର ପ୍ରତିଶ୍ରୁତି ଭରା ବିଜ୍ଞାପନନଗୁଡ଼ିକ କିନ୍ତୁ ବୃକ୍ଷକୁ ରୋଗୀଣା କରିଦେଉଛନ୍ତି । ନିଜର ପ୍ରଚାର କରିବା ପାଇଁ ଏହି ସଂସ୍ଥାଗୁଡ଼ିକ ବୃକ୍ଷରେ ବିଜ୍ଞାପନ ଲଗାଇ ଦେଉଛନ୍ତି । ବିଜ୍ଞାପନକୁ ଖଞ୍ଜିବା ପାଇଁ ବୃକ୍ଷଗୁଡ଼ିକରେ ୧୫ରୁ ୨୦ ଲୁହାକଣ୍ଟା ଏବଂ ଲୁହାର ତାର ଲଗାଉଛନ୍ତି । ଫଳରେ ବୃକ୍ଷଟି ଧୀରେ ଧୀରେ ଦୁର୍ବଳ ହେବା ସହ ଶୁଖି ଯାଉଛି । ଆଉ ସବୁଜିମା ରହୁନାହିଁ ।ବ୍ରହ୍ମପୁର ସହରର ବିଭିନ୍ନ ରାସ୍ତା କଡ଼ରେ ବହୁ ସଂଖ୍ୟକ ଗଛ ଥିବା ଯୋଗୁ, ସେଗୁଡ଼ିକରେ ବିଜ୍ଞାପନ ଲଗାଇ ନିଜର ପ୍ରଚାର କରାଯାଉଛି । 

ଗୋଆରେ ମତ୍ସ୍ୟଜୀବୀ ମୃତ, ଜିଲାପାଳଙ୍କୁ ଭେଟିଲେ ପରିବାରବର୍ଗ

ଛତ୍ରପୁର,୧୯ା୯(ଡି.ଏନ.ଏ.): -ଗୋଆରେ ଚମାଖଣ୍ଡି ଥାନା କତୁରୁ ଗାଁର ମତ୍ସ୍ୟଜୀବୀ ଜି. ନାରାୟଣଙ୍କ ମୃତ୍ୟୁ ଘଟିଛି। ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି ା ତେବେ କିଭଳି ମୃତ୍ୟୁ ହେଲା ତାହା ସ୍ପଷ୍ଟ ଜଣାପଡିନି ା ଏ ସମ୍ପର୍କରେ ନାରାୟଣଙ୍କ ଘରକୁ ମଙ୍ଗଳବାର ସକାଳେ ଖବର ଆସିବା ପରେ ବାପା ଜି. ଏରାୟା ଛତ୍ରପୁର ଆସି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟିଥିଲେ ା ପୁଅ ମୃତ୍ୟୁ ଘଟଣାର ତଦନ୍ତ ଓ ମୃତଦେହ ଘରକୁ ଫେରାଇ ଆଣିବା  ବ୍ୟବସ୍ଥା କରିବାକୁ ଏରୟା  ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି।  ପ୍ରକାଶ ଯେ, ୯ ତାରିଖରେ ଅନ୍ୟ ଯୁବକ ମାନଙ୍କ ସହ ମିଶି ନାରାୟଣ ଗୋଆ ଯାଇଥିଲେ। ସେଠାରେ ରହି ସମୁଦ୍ରକୁ ଯାଇ ମାଛ ମାରିବା କାମରେ ନିୟୋଜିତ ଥିଲେ ା ବୋଟ୍‌ରେ ମାଛ ମାରିବାକୁ ଯାଇଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା ା ମୃତଦେହକୁ କୋଷ୍ଟଗାର୍ଡ ଜବତ କରି ସ୍ଥାନୀୟ ଥାନା ପୋଲିସକୁ ହସ୍ତାନ୍ତର କରିଥିଲେ ା

ସଚିବଙ୍କ ଭିଡିଓ କନଫରେସିଂରେ ଯୋଗଦେଲେନି ଯନ୍ତ୍ରୀ

ସଚିବଙ୍କ ଭିଡିଓ କନଫରେସିଂରେ ଯୋଗଦେଲେନି ଯନ୍ତ୍ରୀ

ଛତ୍ରପୁର,୧୯ା୯(ଡି.ଏନ.ଏ)-ରାଜ୍ୟ ଜଳ ସମ୍ପଦ ସଚିବ ଭୁବନେଶ୍ୱରରେ ରହି ଭିଡିଓ କନଫରେସିଂ ଜରିଆରେ ମଙ୍ଗଳବାର ଗଞ୍ଜାମ ଜିଲାର ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଥିଲା ା ମାତ୍ର ଜିଲାର ସମସ୍ତ ବିଭାଗୀୟ ଯନ୍ତ୍ରୀ ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଭିଡିଓକନଫରେସିଂ  ହଲ୍‌ରେ ଏହି କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା ା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଅନ୍ୟ ଉଚ୍ଚ ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ। ଓଡିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ ଗଞ୍ଜାମ ଜିଲା ଶାଖା ପକ୍ଷରୁ ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚାଲିଛି। ଛତ୍ରପୁର ବ୍ଲକରେ ମଧ୍ୟ ଯନ୍ତ୍ରୀମାନଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଛି। ଦରମା ଅବହେଳା ପ୍ରତିବାଦରେ ଯନ୍ତ୍ରୀମାନେ ମଙ୍ଗଳବାରଠାରୁ ସମୂହ ଛୁଟିରେ ଯାଇଛନ୍ତି।

ବିଏମ୍‌ସି ପକ୍ଷରୁ ପରିଚାଳନା ସଂସ୍ଥାକୁ ଶୋ-କଜ୍‌ ନୋଟିସ

ବିଏମ୍‌ସି ପକ୍ଷରୁ ପରିଚାଳନା ସଂସ୍ଥାକୁ ଶୋ-କଜ୍‌ ନୋଟିସ

 ବ୍ରହ୍ମପୁର ଅଫିସ,୧୯ା୯-ବ୍ରହ୍ମପୁରକୁ ବାହ୍ୟ ମଳମୁକ୍ତ ସହରରେ ପରିଣତ କରିବା ନେଇ ମେ ୧୩ ମାତୃ ଦିବସରୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବାହ୍ୟ ମଳମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ା ଦୀର୍ଘ ୪ମାସ ମଧ୍ୟରେ  ସହରର ପ୍ରତ୍ୟେକ ବସ୍ତିଅଞ୍ଚଳ ସମେତ ସମସ୍ତ ଅଞ୍ଚଳରେ ଆବଶ୍ୟକ ମୁତାବକ ହାଇବ୍ରିଡ ଟଏଲେଟ, ମିନି ହାଇବ୍ରିଡ ଟଏଲେଟ, କମ୍ୟୁନିଟି ଟଏଲେଟ, ପବ୍ଲିକ ଟଏଲେଟ ନିର୍ମାଣ ହୋଇଛି ା କିନ୍ତୁ ସେଥିମଧ୍ୟରୁ  ଅତ୍ୟାଧୁନିକ କୌଶଳରେ ନିର୍ମିତ ହୋଇଥିବା ହାଇବ୍ରିଡ ଟଏଲେଟଗୁଡିକ ଉଦ୍‌ଘାଟନ ପରେ ମଧ୍ୟ ଠିକ ଭାବେ କାର୍ଯ୍ୟକାରୀ ହେଉନ ଥିବା ଅଭିଯୋଗ ହୋଇଛି ା ଏହାର ପରିଚାଳନା ଦାୟିତ୍ୱରେ ସୁଲଭ ଟଏଲେଟ ଗୁଡିକର ପରିଚାଳନା ଠିକ୍‌ ଭାବେ କରୁ ନ ଥିବା ବେଳେ ଅନେକ ଟଏଲେଟରେ  ଉଦ୍‌ଘାଟନ ପରଠାରୁ ତାଲା ଝୁଲୁଥିବା ଦେଖିବାକୁ ମିଳିଛି ା ଫଳରେ ୨୦ ଲକ୍ଷରୁ ଊଦ୍ଧ୍ୱର୍ର୍ ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଟଏଲେଟ ବନ୍ଦ ରହୁଥିବା ନେଇ ଅଭିଯୋଗ ପରେ ମଙ୍ଗଳବାର ସୁଲଭକୁ ବିଏମ୍‌ସି ପକ୍ଷରୁ ଶୋ-କଜ୍‌ ନୋଟିସ ଜାରି କରାଯାଇଥିବା ଜଣାପଡିଛି। 

ଟାଙ୍ଗିଆରେ ହାଣି ସ୍ତ୍ରୀଙ୍କୁ ହତ୍ୟା

ମୋହନା,୧୯ା୯- ଗଜପତି ଜିଲା ମୋହନା ବ୍ଲକ ଅଡବା ଥାନା ପାଣିଗଣ୍ଡା ପଞ୍ଚାୟତ ଆଦିବାସୀ ଗ୍ରାମ ବୁଢାଡିହରେ ସୋମବାର ରାତି ପ୍ରାୟ ୩ଟାରେ ପାରିବାରିକ କଳହକୁ ନେଇ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ସ୍ବାମୀ ହତ୍ୟା କରିଛନ୍ତି । ମୃତକ ହେଲେ ସସ୍ମିତା ମଣ୍ଡଳ (୨୨)। ଏନେଇ ପୋଲିସ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିବା ସହ ସ୍ବାମୀ ମିଟୁ ମଣ୍ଡଳଙ୍କୁ ଗିରଫ କରିଛି ା ଏ ନେଇ ନଂ ୩୯/୧୮ରେ  ମାମଲା ରୁଜୁ ହୋଇଥିବା ଅଡବା ଭାରପ୍ରାପ୍ତ ଆଇଆଇସି ମୁକେଶ ଲାକ୍ରା ସୂଚନା ଦେଇଛନ୍ତି। ପ୍ରକାଶ ଯେ, ମିଟୁ କଲେଜରେ ପଢୁଥିବାବେଳେ ସହପାଠୀ ସସ୍ମିତାଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପ୍ରାୟ ବର୍ଷେ ତଳେ ସସ୍ମିତା ଗର୍ଭବତୀ ହେବାପରେ ମିଟୁଙ୍କ ଘରକୁ ଚାଲି ଆସିଥିଲେ। ଆଗରୁ  ମିଟୁ ଭଲ ପାଉଥିବା ଅନ୍ୟ ଜଣେ ଯୁବତୀ ମଧ୍ୟ ସେହି ଦିନ ତାଙ୍କ ଘରକୁ ଆସିଥିଲେ। ୨ ଜଣ ମିଟୁଙ୍କ ଘରେ ରହିଥିଲେ। ସସ୍ମିତା ୮ ମାସର ଗର୍ଭବତୀ ହେବାପରେ ମିଟୁ  ଶ୍ୱଶୁର ଘର ଗ୍ରାମ ନିକଟସ୍ଥ ସୁନ୍ଦରଗଡରେ ଛାଡି ଦେଇ ଆସିଥିଲେ। 

ବାଲଜ୍ୟୋତି କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ଜିଲାପାଳ

ବାଲଜ୍ୟୋତି କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ଜିଲାପାଳ

ଛତ୍ରପୁର,୧୯ା୯(ଡି.ଏନ.ଏ): ଗଞ୍ଜାମ ଜିଲା ସର୍ବଶିକ୍ଷା ଅଭିଯାନ ପକ୍ଷରୁ ମଙ୍ଗଳବାର ଛତ୍ରପୁର ଅନସ୍ଲୋ ହାଇସ୍କୁଲ ପରିସରରେ ବାଲଜ୍ୟୋତି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି।  ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ଶିବିର ଉଦଘାଟନ କରିଥିଲେ। ଛତ୍ରପୁର ଉପଜିଲାପାଳ ଦେବବ୍ରତ ସାହୁ, ଜିଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା, ଡା. ଜଗଦୀଶ ପଟ୍ଟନାୟକ, ଜିଲା ସଂଯୋଜକ ତପନ କୁମାର ସାହୁ, ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଅବିନାଶ ଶତପଥୀ, ଅନସ୍ଲୋ ହାଇସ୍କୁଲ ପ୍ରଧାନଶିକ୍ଷକ ରାଧାକୃଷ୍ଣ ନାୟକ ଯୋଗ ଦେଇଥିଲେ। ଶିବିରରେ ୨୫୧ ଜଣ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୯୩ ଜଣଙ୍କୁ ଚଷମା ବଣ୍ଟନ କରାଯାଇଥିଲା। ୧୪ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ  ଚିହ୍ନଟ ହୋଇଥିଲା। ସରୋଜ ମୋହନ ପାଳ, ମଧୁସୂଦନ ପରିଡା, ଜ୍ୟୋତି ରଞ୍ଜନ ରଥ, ମନୋଜ ବେହେରା, ପ୍ରଶାନ୍ତ ବେହେରା, ଡମ୍ବରୁ ଦୋରା, ବିଜୟ କୁମାର ବେହେରା, ଅଶ୍ୱିନୀ ପାଇକରାୟ, ଦୀପାଞ୍ଜଳି ମହାନ୍ତି, ହେମନ୍ତ କୁମାର ନନ୍ଦ ଶିବିରରେ ଯୋଗ ଦେଇଥିଲେ।

ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ଲୁଟ୍‌ ଘଟଣା: ରାଜ୍ୟ ବାହାରେ ପୋଲିସ ଟିମ୍‌, ୪ ଅଟକ

ଛତ୍ରପୁର,୧୮।୯(ଡି.ଏନ.ଏ)-ଚମାଖଣ୍ଡି ଥାନା ରଘୁନାଥପୁର ନିକଟ ଜାତୀୟ ରାଜପଥରେ ସୋମବାର ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଆକ୍ରମଣ କରି ୯ ଲକ୍ଷ ୨୮ ହଜାର ଟଙ୍କା ଲୁଟ୍‌ ହୋଇଥିଲା। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ୨ଟି ପୋଲିସ ଟିମ୍‌ ଗଠନ ହୋଇଛି। ଏଥିରୁ ଗୋଟିଏ ଟିମ୍‌ ରାଜ୍ୟ ବାହାରକୁ  ଯାଇଛି । ଅନ୍ୟପକ୍ଷରେ ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ପଦଯାତ୍ରା

ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ପଦଯାତ୍ରା

ଜି.ଉଦୟଗିରି,୧୮।୯(ଡି.ଏନ.ଏ.)- ଜି.ଉଦୟଗିରି ବ୍ଲକ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ତରଫରୁ ମଙ୍ଗଳବାର ବିଭିନ୍ନ ଦାବି ନେଇ ପଦଯାତ୍ରା କରାଯାଇଥିଲା।

ପୋଲସରାରେ ମୁଁ ହିରୋ, ମୁଁ ଓଡ଼ିଶା କାର୍ଯ୍ୟକ୍ରମ

ପୋଲସରାରେ ମୁଁ ହିରୋ, ମୁଁ ଓଡ଼ିଶା କାର୍ଯ୍ୟକ୍ରମ

ପୋଲସରା,୧୮।୯(ଡି.ଏନ.ଏ.)- ପୋଲସରା ସହରସ୍ଥିତ ଲୁଣିଘାଟି ପଡ଼ିଆ ପରିସରରେ ମଙ୍ଗଳବାର ମୁଁ ହିରୋ ମୁଁ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। 

ନିଖୋଜ  ଏମ୍‌ବିଏ ଛାତ୍ରଙ୍କ ମୃତଦେହ ମିଳିଲା:ଆଇପିଏଲ୍‌ ବେଟିଂରୁ ହତ୍ୟା ସନ୍ଦେହ

ନିଖୋଜ ଏମ୍‌ବିଏ ଛାତ୍ରଙ୍କ ମୃତଦେହ ମିଳିଲା:ଆଇପିଏଲ୍‌ ବେଟିଂରୁ ହତ୍ୟା ସନ୍ଦେହ

ଭଞ୍ଜନଗର,୧୮।୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ତାରସିଂ ଥାନା ଭୋଗରା ଗ୍ରାମର ଏମ୍‌ବିଏ ଛାତ୍ର ଜିତୁ ପ୍ରଧାନଙ୍କ ମୃତଦେହ ମଙ୍ଗଳବାର କିରିଆମ୍ବ ଜଙ୍ଗଲରୁ ପୋଲିସ ଉଦ୍ଧାର କରିଛି। ଗତମାସ ୨୮ ତାରିଖରୁ ସେ ନିଖୋଜ ଥିଲେ।

ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗ ଦାବି

ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗ ଦାବି

ବ୍ରହ୍ମପୁର ଅଫିସ,୧୮।୯: ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୁଢ଼ାଢ଼େପ, ବାଲିବାଡ଼ି, ଗାଇଡ଼ା, ବୀରଲକ୍ଷ୍ମୀ ନାରାୟଣପୁର ଆଦି ଗ୍ରାମବାସୀ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି। 

ଅଟୋରୁ ଦେଶୀ ମଦ ଜବତ, ଚାଳକ ଗିରଫ

ଅଟୋରୁ ଦେଶୀ ମଦ ଜବତ, ଚାଳକ ଗିରଫ

ଫୁଲବାଣୀ ଅଫିସ,୧୮ା୯: 
ଫୁଲବାଣୀ ଟାଉନ ଥାନା ପୋଲିସ ସୋମବାର ଅପରାହ୍ନରେ ସ୍ଥାନୀୟ ଏଫସିଆଇ ଛକ ପାଖରେ ଚଢ଼ାଉ କରି ଏକ ଅଟୋରୁ ୧୦୦ ଲିଟର ଦେଶୀ ମଦ ଜବତ କରିଛି ା

ବଜ୍ରପାତରେ ୨ ବଳଦ ମୃତ

ରାମଗିରି,୧୮ା୯: ଆର.ଉଦୟଗିରି ବ୍ଲକ ସୁବଲଡ଼ା ଗ୍ରାମପଞ୍ଚାୟତ ବେଡ଼ିଙ୍ଗି ଗ୍ରାମରେ ସୋମବାର ବଜ୍ରପାତରେ ଲମ୍ବୋଦର ଯାନିଙ୍କ ୨ ବଳଦର ମୃତ୍ୟୁ ଘଟିଛି । ଲମ୍ବୋଦର ଗୋରୁ ଚରେଇ ସନ୍ଧ୍ୟା ୫ଟାରେ ଘର ନିକଟ ଏକ ଗଛମୂଳରେ ବାନ୍ଧିଥିଲେ। 

ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଆକ୍ରମଣ: ୯ ଲକ୍ଷ ୨୮ ହଜାର ଲୁଟ୍‌

ଛତ୍ରପୁର,୧୮ା୯(ଡି.ଏନ.ଏ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ରଘୁନାଥପୁର ନିକଟ ଜାତୀୟ ରାଜପଥରେ ସୋମବାର ପୂର୍ବାହ୍ନରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ଲୁଟ ହୋଇଛି। ଦୁର୍ବୃତ୍ତମାନେ ରଘୁନାଥପୁର ନିକଟ ପେଟ୍ରୋଲ ପମ୍ପ କର୍ମଚାରୀ ଡି. ହରିବନ୍ଧୁ ରେଡ୍ଡୀଙ୍କୁ ଆକ୍ରମଣ କରି ୯ ଲକ୍ଷ ୨୮ ହଜାର ଟଙ୍କା ଲୁଟି ନେଇଛନ୍ତି।

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ଚିକିଟି,୧୮ା୯(ଡି.ଏନ୍‌.ଏ.): ଚିକିଟି ବ୍ଲକ ଗୋଳନ୍ଥରା ଥାନା ଗିରିସୋଲା ପଞ୍ଚାୟତର  ରାମଚନ୍ଦ୍ରପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସୋମବାର ରାତିରେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। 

ଜିଲାସ୍ତରକୁ ମନୋନୀତ ହେଲେ ୧୬ ଛାତ୍ରୀଛାତ୍ର

କୁକୁଡ଼ାଖଣ୍ଡି,୧୮ା୯(ଡି.ଏନ.ଏ.)-କୁକୁଡ଼ାଖଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆର ବ୍ଲକସ୍ତରୀୟ ଶାରଦୀୟ କ୍ରୀଡ଼ା ପ୍ରତିଯୋଗିତା ସୋମବାର ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ କୁକୁଡ଼ାଖଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ଏବଂ ବିଡିଓ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ଥିଲେ ।