ବ୍ରହ୍ମପୁର

ସଂସ୍କୃତି, ପରମ୍ପରା ବଞ୍ଚାଇବାରେ ଯୁବପିଢି ଆଗଭର ହୁଅନ୍ତୁ

ସଂସ୍କୃତି, ପରମ୍ପରା ବଞ୍ଚାଇବାରେ ଯୁବପିଢି ଆଗଭର ହୁଅନ୍ତୁ

ବ୍ରହ୍ମପୁର ଅଫିସ,୧୨ା୧୧-ଗଞ୍ଜାମ ଜିଲା କଳା ସଂସ୍କୃତିର ଜିଲା । ଆଧୁନିକତା ଛାପ ପରେ ମଧ୍ୟ ଜିଲାର କଳା, ସଂସ୍କୃତି ପରମ୍ପରା ଏବେ ବି ବଞ୍ଚି ରହିଛି । ଏହି ସଂସ୍କୃତି ଓ ପରମ୍ପରାକୁ ଆଗକୁ ଆହୁରି ପୁନର୍ଜିବିତ କରି ରଖିବା ସହ ଲୋକାଭିମୁଖୀ କରିବା ଦିଗରେ ଯୁବପିଢି ଅଗ୍ରସର ହେବାକୁ ପଡିବ । 

ମହିଳାଙ୍କୁ ଆକ୍ରମଣ, ଯୁବକ ଗିରଫ

ଶଙ୍କରାଖୋଲ,୧୧।୧୧(ଡି.ଏନ୍‌.ଏ.)- ଟିକାବାଲି ଥାନା ଲାଇନପଡ଼ା ନିକଟ ସୁନାପାଙ୍ଗା ନୂଆସାହିର ମହିଳାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ରବିବାର ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ହାଇଦ୍ରାବାଦରୁ ଆସିଲା ଭିଭିପାଟ୍‌

ଛତ୍ରପୁର,୧୧।୧୧(ଡି.ଏନ.ଏ)- ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଇଭିଏମ ପାଇଁ ଭିଭିପାଟ୍‌ (ଭୋଟର ଭେରିଫାଇଡ୍‌ ପେପର ଅଡିଟ୍‌ ଟ୍ରାଏଲ) ରବିବାର ଗଞ୍ଜାମ ଜିଲା ଛତ୍ରପୁରଠାରେ ଆସି ପହଞ୍ଚିଛି ।

ସାମାଜିକ କର୍ମୀଙ୍କୁ ହତ୍ୟା ଧମକ : ଥାନାରେ ମାମଲା ରୁଜୁ

ଦିଗପହଣ୍ଡି,୧୧।୧୧(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗାଁର ସାମାଜିକ କର୍ମୀ ମନୋଜ କୁମାର ପଟ୍ଟନାୟକଙ୍କୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି।

ପଡ଼ୋଶୀଙ୍କ ଠେଙ୍ଗାମାଡ଼ରେ ଯୁବକ ଗୁରୁତର

ଦିଗପହଣ୍ଡି,୧୧।୧୧(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନୂଆସାହିର ପ୍ରଫୁଲ୍ଲ ବାଡ଼ତ୍ୟାଙ୍କୁ ତାଙ୍କ ପଡ଼ୋଶୀ ଘର ଲୋକେ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଗୋଲାପଡ଼ା ସେତୁ ଉଦ୍‌ଘାଟିତ

ଭଞ୍ଜନଗର,୧୧।୧୧(ଡ଼ି.ଏନ.ଏ)-ଭଞ୍ଜନଗର ଜଳଭଣ୍ଡାରର ବଳକା ପାଣିର ସଦ୍‌ବିନିଯୋଗ ପାଇଁ ପଦକ୍ଷେପ ନିଆଯାଇଛି। ୧୮୯୪ରେ ଜଳଭଣ୍ଡାର ନିର୍ମିତ ହୋଇଥିଲେ ମଧ୍ୟ  ଅଞ୍ଚଳବାସୀ ଜଳସେଚନର ସୁବିଧା ପାଉ ନ ଥିଲେ। ଜଳଭଣ୍ଡାରର ବଳକା ପାଣି ଅପଚୟ ହେଉଥିଲା।

କୋଟଗଡ଼ ଅଞ୍ଚଳରେ ମାଓବାଦୀ ପୋଷ୍ଟର

କୋଟଗଡ଼ ଅଞ୍ଚଳରେ ମାଓବାଦୀ ପୋଷ୍ଟର

କୋଟଗଡ଼,୧୧। ୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା କୋଟଗଡ ଥାନା ଅଞ୍ଚଳରେ ରବିବାର ମାଓବାଦୀ ପୋଷ୍ଟର ଲାଗିଥିବା ଦେଖାଯାଇଛି। କୋଟଗଡ଼ରୁ  ମୁନିଗୁଡ଼ା ରାଜ୍ୟ ରାଜପଥର ବଣ୍ଡାପିପିଲି, ଦୁର୍ଗାପାଙ୍ଗା ନିକଟ ରାସ୍ତା କଡ଼ ଗଛରେ ଏସବୁ ପୋଷ୍ଟର ମରାଯାଇଛି।

ଜାତୀୟ ଶିକ୍ଷା ଦିବସ ପାଳିତ

ଜାତୀୟ ଶିକ୍ଷା ଦିବସ ପାଳିତ

ଧରାକୋଟ,୧୧।୧୧(ଡି.ଏନ୍‌.ଏ.)- ଧରାକୋଟ ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜାତୀୟ ଶିକ୍ଷା ଦିବସ ତଥା ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଆବୁଲ୍‌ କଲାମ ଆଜାଦ୍‌ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।

ଦୌଡ଼କୁଦ ପ୍ରତିଯୋଗିତା, ବାଲିଗୁଡ଼ାର ୬ ଜଣଙ୍କ କୃତିତ୍ୱ

ବାଲିଗୁଡ଼ା,୧୧।୧୧(ଡି.ଏନ୍‌.ଏ.):    ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ଅନୁଷ୍ଠିତ ୫୧ତମ ଆନ୍ତଃ ମହାବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତାରେ ବାଲିଗୁଡ଼ା ଅଞ୍ଚଳର  ୬ ଛାତ୍ରୀଛାତ୍ର କୃତିତ୍ୱ ହାସଲ କରିଛନ୍ତି।

ଡିସେମ୍ବର ୧ରୁ ବରିଷ୍ଠ ପୁରୁଷ ବକ୍ସିଂ ଚାମ୍ପିୟନଶିପ୍‌, ୭ ଓଡ଼ିଆ ଖେଳାଳିଙ୍କ ଆଲ୍ଲାହାବାଦ ଗସ୍ତ

ଡିସେମ୍ବର ୧ରୁ ବରିଷ୍ଠ ପୁରୁଷ ବକ୍ସିଂ ଚାମ୍ପିୟନଶିପ୍‌, ୭ ଓଡ଼ିଆ ଖେଳାଳିଙ୍କ ଆଲ୍ଲାହାବାଦ ଗସ୍ତ

ବ୍ରହ୍ମପୁର ଅଫିସ,୧୧।୧୧: ଆଲ୍ଲାହାବାଦ ଶାନ୍ତିପୁରମ୍‌ଠାରେ ଆସନ୍ତା ଡିସେମ୍ବର ୧ରୁ ୧୭ ତାରିଖ ପର୍ଯ୍ୟନ୍ତ ୬୧ତମ ଜାତୀୟ ବରିଷ୍ଠ ପୁରୁଷ ବକ୍ସିଂ ଚାମ୍ପିୟନଶିପ ଅନୁଷ୍ଠିତ ହେବାକୁ ଯାଉଛି। 

ଶାନ୍ତି ମହୋତ୍ସବ ଉଦ୍‌ଯାପିତ: ଲକ୍ଷାଧିକ ଲୋକଙ୍କ ସମାଗମ

ଶାନ୍ତି ମହୋତ୍ସବ ଉଦ୍‌ଯାପିତ: ଲକ୍ଷାଧିକ ଲୋକଙ୍କ ସମାଗମ

ଦାରିଙ୍ଗବାଡ଼ି,୧୧।୧୧(ଡି.ଏନ.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଚାଲିଥିବା ଦୁଇଦିନିଆ ଶାନ୍ତିି ମହୋତ୍ସବ ରବିବାର ଉଦଯାପନ ଉତ୍ସବ ପାଳନ କରାଯାଇଛିା 

ଗୋଆରେ ମତ୍ସ୍ୟଜୀବୀ ମୃତ

ଛତ୍ରପୁର,୧୧ା୧୧(ଡି.ଏନ.ଏ.): ଗୋଆରେ ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ରେକତୁରୁ ଗାଁର ମତ୍ସ୍ୟଜୀବୀଙ୍କ  ମୃତ୍ୟୁ  ହୋଇଛି । ମୃତକ ଜଣକ ହେଲେ ରେକତୁରୁ ଗାଁର ଇ. ସୀମାଦ୍ରି । ସେ କିଛିମାସ ପୂର୍ବେ ଗାଁର କେତେକ  ଯୁବକଙ୍କ ସହ ଗୋଆକୁୁ ଯାଇଥିଲେ। ସେଠାରେ ମାଲିକଙ୍କ ବୋଟ୍‌ ଯୋଗେ ମାଛ ମାରିବାକୁ ସେ ସମୁଦ୍ରକୁ ଯାଇଥିଲେ। ସେଠାରେ ତାଙ୍କର ଶନିବାର ମୃତ୍ୟୁ ହୋଇଥିବା ନେଇ ତାଙ୍କ ବାପା ଇ. ରାମୁଡୁଙ୍କୁୁ ଫୋନ୍‌ ଆସିଥିଲା।

ଦାରିଙ୍ଗବାଡି: ଶାନ୍ତି ମହୋତ୍ସବ ଉଦ୍‌ଘାଟିତ

ଦାରିଙ୍ଗବାଡି: ଶାନ୍ତି ମହୋତ୍ସବ ଉଦ୍‌ଘାଟିତ

ଦାରିଙ୍ଗବାଡ଼ି,୧୧।୧୧(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକରେ ଦୁଇଦିନିଆ ଶାନ୍ତି ମହୋତ୍ସବ  ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ସିଏନ୍‌ଆଇ( ଚର୍ଚ୍ଚ ଅଫ୍‌ ନର୍ଥ ଇଣ୍ଡିଆର) ମୋଡେରେଟର ଡ. ପି.ସିି.ସିଂ ଉଦ୍‌ଘାଟନ କରିଛନ୍ତିି। 

ଚାଷୀଙ୍କୁ ତିତ୍‌ଲି କ୍ଷତିପୂରଣ ଦେବାରେ ଗୁରୁତ୍ୱ

ଚାଷୀଙ୍କୁ ତିତ୍‌ଲି କ୍ଷତିପୂରଣ ଦେବାରେ ଗୁରୁତ୍ୱ

ଛତ୍ରପୁର,୧୧ା୧୧(ଡି.ଏନ.ଏ)-ଗଞ୍ଜାମ ଜିଲା ପରିଷଦର ଚତୁର୍ଥ ସାଧାରଣ ଅଧିବେଶନ ଶନିବାର ଛତ୍ରପୁର ଡିଆରଡିଏ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲାପରିଷଦ ସଭାପତି ସୁବାସ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ଜିଲା ପରିଷଦ ସଭ୍ୟ ବୃନ୍ଦାବନ ଖଟେଇଙ୍କ ଅନୁରୋଧ କ୍ରମେ ତିତ୍‌ଲି ଓ ବନ୍ୟାରେ ମୃତବ୍ୟକ୍ତିଙ୍କ ପାଇଁ ଶୋକସଭା ଅନୁଷ୍ଠିତ ହୋଇଥିଲା ।

ଦୁଇ ହତ୍ୟା ଉଦ୍ୟମ ମାମଲା, ୩ ନିର୍ଦ୍ଦୋଷରେ ଖଲାସ

ବ୍ରହ୍ମପୁର ଅଫିସ,୧୧ା୧୧ - ଦୁଇଟି ପୃଥକ ପୃଥକ ହତ୍ୟା ଉଦ୍ୟମ ମାମଲାରେ  ଏସ୍‌ଡିଜେଏମ୍‌ ସରୋଜ କୁମାର ଦାସ ୩ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ  ଖଲାସ କରିଛନ୍ତି । ଉପଯୁକ୍ତ ସାକ୍ଷ୍ୟପ୍ରମାଣ ଅଭାବରୁ  ଅଭିଯୁକ୍ତମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯିବାକୁ ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। 

ଲୁଟ୍‌ ଉଦ୍ୟମ, ଯୁବକ ଗିରଫ

ଶଙ୍କରାଖୋଲ,୧୧ା୧୧(ଡି.ଏନ୍‌.ଏ.)- ଟିକାବାଲି ଥାନ ଟିକାବାଲି ଗ୍ରାମ ପୋଷ୍ଟ ଅଫିସ ସାହିରେ ଗୁରୁବାର ଅପରାହ୍ନରେ ଭାରତୀ ପାତ୍ରଙ୍କ ଠାରୁ ଅଳଙ୍କାର ଲୁଟ୍‌ ଉଦ୍ୟମ ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ସେ ହେଲେ ଖଦାଳସାହିର ମିଥୁନ ନାୟକ। 

ଅଗ୍ନିକାଣ୍ଡରେ ଜଳିଗଲା ୧୬ ଜଣଙ୍କ ଘର

ଅଗ୍ନିକାଣ୍ଡରେ ଜଳିଗଲା ୧୬ ଜଣଙ୍କ ଘର

ବେଗୁନିଆପଡ଼ା,୧୧ା୧୧(ଡି.ଏନ.ଏ.)-ବେଗୁନିଆପଡ଼ା ବ୍ଲକର ବଡ଼ଖଇରଖମା ଗ୍ରାମରେ ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୨ରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୬ ଜଣଙ୍କର ୨୦ ବଖରାରୁ ଉର୍ଦ୍ଧ୍ୱ  ଘର ପୋଡି ଯାଇଛି।

ଯୁବଗୋଷ୍ଠୀ ସମାଜ, ଦେଶ  ପ୍ରଗତିରେ ସାମିଲ ହୁଅନ୍ତୁ: ଜିିଲାପାଳ

ଯୁବଗୋଷ୍ଠୀ ସମାଜ, ଦେଶ ପ୍ରଗତିରେ ସାମିଲ ହୁଅନ୍ତୁ: ଜିିଲାପାଳ

ବ୍ରହ୍ମପୁର ଅଫିସ,୧୧ା୧୧-ଯୁବକ ହେଉଛନ୍ତି ଦେଶ ଓ ରାଜ୍ୟର ଆଗାମୀ ଭବିଷ୍ୟତ । ଦେଶ, ରାଜ୍ୟ ତଥା ସମାଜର ପ୍ରଗତି ବର୍ତ୍ତମାନର ଯୁବଗୋଷ୍ଠୀଙ୍କ ଉପରେ ନିର୍ଭର କରେ ।ତେଣୁ ଯୁବଗୋଷ୍ଠୀ ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ଶ୍ରେଷ୍ଠ ପ୍ରମାଣିତ କରି ସମାଜ, ରାଜ୍ୟ ତଥା ଦେଶର ପ୍ରଗତିରେ ନିଜକୁ ସାମିଲ କରନ୍ତୁ। ନିଜ ମଧ୍ୟରେ ଥିବା ଚେତନା ଶକ୍ତିର ବିକାଶ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ସମାଜର ବିକାଶ କରିବା ଦିଗରେ ଅଗ୍ରସର ହୁଅନ୍ତୁ ।

ବିଷକ୍ରିୟାରେ ୨ ମୃତ

ବ୍ରହ୍ମପୁର ଅଫିସ,୧୧ା୧୧: ଛତ୍ରପୁର ଏବଂ ଖଲ୍ଲିକୋଟ ଥାନାଞ୍ଚଳରେ ବିଷ ପ୍ରକ୍ରିୟାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଶୁକ୍ରବାର ଛତ୍ରପୁର ଥାନାଞ୍ଚଳ ଏକ ଗ୍ରାମରେ ୧୫ ବର୍ଷୀୟା ଜଣେ ନାବାଳିକା ଘରେ କୀଟନାଶକ ଖାଇ ମୃତ୍ୟୁବରଣ କରିଥିବା ଜଣାପଡିଛି।

ଗଛରୁ କଣ୍ଟା କାଢ଼ିଲେ ବିଧାୟକ

ଗଛରୁ କଣ୍ଟା କାଢ଼ିଲେ ବିଧାୟକ

ବ୍ରହ୍ମପୁର ଅଫିସ,୧୧ା୧୧: ଗଛଗୁଡ଼ିକୁ କଣ୍ଟା ଯନ୍ତ୍ରଣାରୁ ମୁକ୍ତିଦେବା ପାଇଁ ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ‘ମୁଁ ବି ବଞ୍ଚିବାକୁ ଚାହେଁ’ ଅଭିଯାନ ଚାଲିଛି । ଶନିବାର ଏହି ଅଭିଯାନରେ ସାମିଲ୍‌ ହୋଇଛନ୍ତି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ।

ମିଶ୍ରଣ ପର୍ବରେ ଭାଜପାକୁ ଘାଇଲା କରୁଛି ବିଜେଡି

ବ୍ରହ୍ମପୁର ଅଫିସ,୧୧ା୧୧-ଗଞ୍ଜାମ ଜିଲା ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଭାଜପାକୁ ଘାଇଲା କରୁଛି ବିଜେଡି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଗତ କିଛିଦିନ ହେବ ଜିଲା ବିଜେଡି ସଭାପତି ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଘନ ଘନ ମିଶ୍ରଣ ପର୍ବ କରି ବିରୋଧୀ କଂଗ୍ରେସ ଓ ଭାଜପା କର୍ମୀ ଏବଂ ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ନିଜ ଦଳକୁ ଟାଣି ଆଣିବା ଲାଗି କସରତ ଚଳାଇଛନ୍ତି।

ଘରେ ପଶି ଗହଣା, ଟଙ୍କା ଚୋରି ଅଭିଯୋଗ

ଘରେ ପଶି ଗହଣା, ଟଙ୍କା ଚୋରି ଅଭିଯୋଗ

ଗଞ୍ଜାମ,୧୦।୧୧(ଡି.ଏନ.ଏ.)- ଗଞ୍ଜାମ ଥାନା ଅନ୍ତର୍ଗତ ୧ନଂ. ୱାର୍ଡ ପାଣ୍ଡା ସାହିର ଅଜିତ ପାତ୍ରଙ୍କ ଘରୁ କେହି ଦୁର୍ବୃତ୍ତ ଶୁକ୍ରବାର ବିଳମ୍ବିତ ରାତିରେ ସୁନା, ରୁପା ଅଳଙ୍କାର ଚୋରି କରି ନେଇଥିବା ଜଣାପଡ଼ିଛି। ଏନେଇ ଅଜିତ ଗଞ୍ଜାମ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିରେ ସମ୍ପୃକ୍ତ ସନ୍ଦେହରେ ଥାନା ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ବାରିପଟେ ଥିବା ୩ଟି କବାଟ ଭାଙ୍ଗି ସୁନା ମୁଦି, ସୁନା ଲକେଟ, ୪୦ ଭରି ରୁପା ଓ ନଗଦ ୨୫ ହଜାର ଟଙ୍କା ଚୋରି କରିଥିବା ଅଜିତ ଏତଲାରେ ଦର୍ଶାଇଛନ୍ତି। ଏନେଇ ତଦନ୍ତ ଚାଲିଥିବା ଥାନା ପକ୍ଷରୁ କୁହାଯାଇଛି।

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା:୫୨ ବିଦ୍ୟାଳୟର ୬୪ ପ୍ରକଳ୍ପ ପ୍ରଦର୍ଶିତ

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା:୫୨ ବିଦ୍ୟାଳୟର ୬୪ ପ୍ରକଳ୍ପ ପ୍ରଦର୍ଶିତ

ଦାରିଙ୍ଗବାଡ଼ି,୧୦।୧୧(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଶନିବାର ବ୍ଲକସ୍ତରୀୟ ବିଜ୍ଞାନମେଳା ଆୟୋଜିତ ହୋଇଥିଲା। ଏହାକୁ ମୁଖ୍ୟ ଅତିଥି ଭାବେ ବିଧାୟକ ଯାକବ ପ୍ରଧାନ ଯୋଗଦେଇ  ଉଦ୍‌ଘାଟନ କରିଛନ୍ତି।

ଶେରଗଡ ବ୍ଲକ: ୭ ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଶେରଗଡ ବ୍ଲକ: ୭ ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଶେରଗଡ,୧୦।୧୧(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଶେରଗଡରେ ହିଞ୍ଜିଳିକାଟୁ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ପୂର୍ବାହ୍ନ ୧୧.୧୫ ମିନଟରେ ବ୍ଲକ ସମ୍ମୁଖସ୍ଥ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ସମ୍ମୁଖରେ ହେଲିପ୍ୟାଡର ଓହ୍ଲାଇଥିଲେ। ସେଠାରେ ୩ ମନ୍ତ୍ରୀଙ୍କ ସମେତ ବହୁ ବିଜେଡି ନେତା ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ କାର ଯୋଗେ ଶେରଗଡ ଚାରିଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସେଠାରୁ ମହାତ୍ମା ଗାନ୍ଧୀ ଉଚ୍ଚବିଦ୍ୟାଳୟ ନିକଟରେ ହୋଇଥିବା ସଭାସ୍ଥଳକୁ ଆସିଥିଲେ। ସେଠାରେ ୭ ପ୍ରକଳ୍ପର ମାର୍ବଲ ପ୍ରସ୍ତରକୁ ଉଦ୍‌ଘାଟନ କରିଥିଲେ।