ବ୍ରହ୍ମପୁର

୨ ବାଇକ୍‌ ଧକ୍କା: ଜଣେ ମୃତ

ବାଲିପଡ଼ା,୨୧।୩-ସଦର ଥାନା ବାଲିପଡ଼ା ପେଟ୍ରୋଲ ପମ୍ପ ନିକଟରେ ୨ବାଇକ୍‌ ମଧ୍ୟରେ ଧକ୍କା ହେବା ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପ୍ରକାଶଯେ, ଲାଞ୍ଜିଆ ଗ୍ରାମର ସୁଦୁରୁ ଦାସ ବାଇକ (ନଂ. ଓଡି୦୭ ଏମ-୮୩୧୬) ଯୋଗେ ବାଲିପଡ଼ାରୁ ଲାଞ୍ଜିଆ ଫେରୁଥିବା ବେଳେ ୩ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲେ ା ପରେ ସେ ଗୁରୁତର ହୋଇପଡିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ୨ଜଣ ବିରିବାଡ଼ିଆ ଗ୍ରାମର ସ୍ବାମୀ ଓ ସ୍ତ୍ରୀ ମନୋଜ ଗୌଡ଼, ସୁନୀତା ଗୌଡ଼ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସଦର ପୋଲିସ ପହଞ୍ଚତ୍ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ପଠାଇଥିବା ବେଳେ ବାଇକ୍‌ ଜବତ କରିଥିବା ଥାନାଧିକାରୀ ଶିବ ଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି।

ବାହାରେ ବିକ୍ଷୋଭ, ଭିତରେ ଖାତାଦେଖା

ବାହାରେ ବିକ୍ଷୋଭ, ଭିତରେ ଖାତାଦେଖା

ବ୍ରହ୍ମପୁର ଅଫିସ୍‌,୨୧।୩- ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ ଯୋଗୁ ମାଟ୍ରିକ ଖାତାଦେଖା ଅଡ଼ୁଆ ତୁଟୁ ନାହିଁ। ବୁଧବାର ମଧ୍ୟ ମଞ୍ଚ ତରଫରୁ ଭି.ଭି. ଗିରି ମାଧ୍ୟମିକ ମହିଳା ତାଲିମ ବିଦ୍ୟାଳୟସ୍ଥିତ ପରୀକ୍ଷାଖାତା ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଫାଟକ ସମ୍ମୁଖରେ ମଞ୍ଚର କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଭିତରେ ଖାତାଦେଖା ଚାଲିଥିଲା। ବିଶୃଙ୍ଖଳାକୁ ଏଡ଼ାଇବା ପାଇଁ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା। ଏହି କେନ୍ଦ୍ରରେ ୩୧୬ ଶିକ୍ଷକ ଖାତା ଦେଖା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ବିଭିନ୍ନ ଦାବି ନେଇ ମଙ୍ଗଳବାର ଭଳି ବୁଧବାର ମଧ୍ୟ ମଞ୍ଚ ଆନ୍ଦୋଳନ ଡାକରା ଦେଇଥିଲା।

ଦିବାଲୋକରେ ବୃଦ୍ଧଙ୍କଠାରୁ ୧.୭ଲକ୍ଷ ଟଙ୍କା ଲୁଟ୍‌

ଦିବାଲୋକରେ ବୃଦ୍ଧଙ୍କଠାରୁ ୧.୭ଲକ୍ଷ ଟଙ୍କା ଲୁଟ୍‌

ଛତ୍ରପୁର,୨୧।୩(ଡି.ଏନ.ଏ.)-ଗଞ୍ଜାମ ଜିଲା ଛତ୍ରପୁର ସହରରେ ବୁଧବାର ଅପରାହ୍ନରେ ଜଣେ ବୃଦ୍ଧଙ୍କଠାରୁ ଅଭିନବ ଉପାୟରେ ସ୍ପଷ୍ଟ ଦିବାଲୋକରେ ୧ ଲକ୍ଷ ୭ ହଜାର ଟଙ୍କା ଲୁଟ୍‌ ହୋଇଛି। ଲୁଟ୍‌ର ଶୀକାର ହୋଇଥିବା ବୃଦ୍ଧ ଜଣଙ୍କ ହେଲେ ଛତ୍ରପୁର ଥାନା ପୋଟ୍ଟଲାମପୁର ପଞ୍ଚାୟତ ଅଧୀନ ଗଙ୍ଗାପୁର-୨ ଗାଁର ମଦନ ବାରିକ। ମିଳିଥିବା ସୂଚନା ଅନୁସାରେ, ମଦନ ଓ ତାଙ୍କ ସ୍ତ୍ରୀ ସାଇବାଣୀ ବାରିକ ବୁଧବାର ପୂର୍ବାହ୍ନରେ ଏକ ଟ୍ରେକରରେ ଗାଁରୁ ଛତ୍ରପୁରକୁ ଆସିଥିଲେ।

ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜଣେ ଗିରଫ

ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜଣେ ଗିରଫ

ଚନ୍ଦ୍ରଗିରି,୨୧।୩(ଡି.ଏନ୍‌.ଏ.)- ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅଞ୍ଚଳର ଜଣେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୨ ଯୁବକଙ୍କୁ ପୋଲିସ ଅଟକ ରଖଥିଲା। ବୁଧବାର ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ଗୋପାଳ ନାୟକ। ଏ ନେଇ ଥାନାରେ ନଂ.୩୫/୧୮ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ମଙ୍ଗଳବାର ମଧ୍ୟାହ୍ନରେ ମହୁଲ ସଂଗ୍ରହ ପାଇଁ ଯୁବତୀ ଜଣକ ଘରଠାରୁ ଅଳ୍ପ ଦୂରକୁ ଯାଇଥିଲେ। ସ୍ଥାନୀୟ ଅଞ୍ଚଳର ୨ ଯୁବକ ତାଙ୍କୁ ଏକାକି ଦେଖି ବଳାତ୍କାର ଉଦ୍ୟମ କରିଥିଲେ। ସେମାନଙ୍କ କବଳରୁ ବର୍ତ୍ତିବା ପାଇଁ ଯୁବତୀ ଜଣକ ଚିତ୍କାର କରିଥିଲେ। ପାଟି ଶୁଣି ଘଟଣାସ୍ଥଳକୁ କିଛି ଲୋକ ଆସୁଥିବା ଦେଖି ଅଭିଯୁକ୍ତଦ୍ୱୟ ଯୁବତୀଙ୍କୁ ହତ୍ୟା ଧମକ ଦେଇ ଦୌଡ଼ି ପଳାଇଥିଲେ। ଯୁବତୀ ଜଣକ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇ ଫାଣ୍ଡିରେ ଏତଲା ଦେଇଥିଲେ।

ଅଗ୍ନିଶମ ସେବାକେନ୍ଦ୍ର ନୂତନ ଗୃହ ଉଦ୍‌ଘାଟିତ

ଅଗ୍ନିଶମ ସେବାକେନ୍ଦ୍ର ନୂତନ ଗୃହ ଉଦ୍‌ଘାଟିତ

କୋଦଳା,୨୧।୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା କୋଦଳାରେ ଅଗ୍ନିଶମ ସେବାକେନ୍ଦ୍ରର ନୂତନ ଗୃହ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ୧୯୮୯ ମସିହାରୁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଭାବେ ଏହି କେନ୍ଦ୍ର କାମ କରୁଥିଲା। ଓଡିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଲିମିଟେଡ ବ୍ରହ୍ମପୁର ଦ୍ୱାରା ୮୮ଲକ୍ଷ ୩୬ ହଜାର ଟଙ୍କା ବ୍ୟୟରେ ଏହି ସ୍ଥାୟୀ ନୂତନ ଗୃହ ନିର୍ମାଣ ହୋଇଛି।

ବିଭିନ୍ନ ଦାବି ନେଇ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା

ବିଭିନ୍ନ ଦାବି ନେଇ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା

ବ୍ରହ୍ମପୁର ଅଫିସ, ୨୧।୩: କେ.ସି. ହାଇସ୍କୁଲକୁ ସରକାରୀ କରିବା ଓ ଉକ୍ତ କ୍ୟାମ୍ପସ ମଧ୍ୟରେ ଥିବା ଘରୋଇ ଇଂଲିଶ ମିଡିୟମ୍‌ ସ୍କୁଲକୁ ହଟାଇବା ଦାବି ନେଇ ହାଇସ୍କୁଲ ପୁରାତନ ଛାତ୍ର ସଂଘ ପକ୍ଷରୁ ବୁଧବାର ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ବସ୍ତିଙ୍ଗିଆ ସେବାଶ୍ରମ: ପାାଣିରେ ବୁଡ଼ି ୬ଷ୍ଠ ଶ୍ରେଣୀ ଛାତ୍ର ମୃତ

ବସ୍ତିଙ୍ଗିଆ ସେବାଶ୍ରମ: ପାାଣିରେ ବୁଡ଼ି ୬ଷ୍ଠ ଶ୍ରେଣୀ ଛାତ୍ର ମୃତ

ଶଙ୍କରାଖୋଲ,୨୦।୩ (ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଚକାପାଦ ବ୍ଲକ ବସ୍ତିଙ୍ଗିଆ ସେବାଶ୍ରମ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁ ମଙ୍ଗଳବାର ନାଳକୁ ଗାଧୋଇବାକୁ ଯାଇଥିବା ଜଣେ ୬ଷ୍ଠ ଶ୍ରେଣୀ ଛାତ୍ରଙ୍କର ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଲେ ଟିକାବାଲି ବ୍ଲକ ବୁର୍ବିନାଜୁ ପଞ୍ଚାୟତ ଟୁଡୁବାଲି ଗ୍ରାମର ପ୍ରତ୍ୟୁଷ କହଁର। ଏ ନେଇ ଟିକାବାଲି ଥାନାରେ ନଂ. ୩/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ପେଟ୍ରୋଲ ମିଶା ପାଣିରେ ଚାଲୁଛି ବାଇକ୍‌

ପେଟ୍ରୋଲ ମିଶା ପାଣିରେ ଚାଲୁଛି ବାଇକ୍‌

ପାତ୍ରପୁର, ୨୦।୩ (ଡି.ଏନ୍‌.ଏ.)- ଦିନକୁ ଦିନ ପେଟ୍ରୋଲ ଦର ହୁ ହୁ ହୋଇ ବଢୁଥିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସମସ୍ତେ ଏବେ ଏହାର ବିକଳ୍ପ ଚିନ୍ତା କରୁଛନ୍ତି। ଏଭଳି ସ୍ଥଳେ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଅମ୍ବପୁର ପଞ୍ଚାୟତ ମାଣିକପୁର ଗ୍ରାମର ସଦାନନ୍ଦ ସାହୁଙ୍କ ପୁଅ ସାଗର ସାହୁ କିଛି ସରଞ୍ଜାମ ବ୍ୟବହାର କରି ୭୦ଭାଗ ପାଣି ଓ ୩୦ ଭାଗ ପେଟ୍ରୋଲରେ ବାଇକ ଚଳାଉଥିବା ଜଣାପଡିଛି।

ପାଙ୍ଗିଡ଼ିରେ ଗୋଷ୍ଠୀ ସଂଘର୍ଷ: ୪ ଆହତ

ବୁଗୁଡା,୨୦।୩(ଡି.ଏନ୍‌.ଏ.) - ବୁଗୁଡା ଥାନା ପାଙ୍ଗିଡି ଗ୍ରାମରେ ମଙ୍ଗଳବାର ରାତିରେ ସବର୍ଣ୍ଣ ଅସବର୍ଣ୍ଣଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି। ରାତି ପ୍ରାୟ ୮ଟାରେ ଗଁାରେ ବିଦ୍ୟୁତ ନ ଥିବା ବେଳେ ଗୋଟିଏ ଗୋଷ୍ଠୀ ଛାତ ଛପରୁ ଅନ୍ୟ ଗୋଷ୍ଠୀର କିଛି ଲୋକଙ୍କୁ ପଥର ଫୋପାଡିବାରୁ ୪ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କନ୍ଧ ରେଡ୍ଡୀ ଓ କୃଷ୍ଣ ଗୌଡ ବୁଗୁଡା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ନାରାୟଣ ସାହୁ ଓ କୁନି ସାହୁଙ୍କ ମୁଣ୍ଡ ଫାଟିଛି। ପୋଲିସ ସଦଳବଳ ପହଞ୍ଚତ୍ ପରିସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖିଛି। ଅନ୍ୟପକ୍ଷରେ ୩ ବଖରା ଘର ଜଳାପୋଡ଼ା ହୋଇଛି। ବୁଗୁଡା ଦମକଳବାହିନୀ ପହଞ୍ଚତ୍ ନିଅଁାକୁ ଆୟତ୍ତ କରୁଛନ୍ତି। କିଛିଦିନ ତଳେ ଯଜ୍ଞସ୍ଥଳକୁ ପ୍ରବେଶକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବା ବିବାଦରୁ ଏପରି ଘଟିଥିବା ଅନୁମାନ କରାଯାଉଛି।

ତାରାତାରିଣୀଙ୍କ ତୃତୀୟ ପାଳି ଯାତ୍ରା: ୫ଲକ୍ଷ ଭକ୍ତଙ୍କ ସମାଗମ

ତାରାତାରିଣୀଙ୍କ ତୃତୀୟ ପାଳି ଯାତ୍ରା: ୫ଲକ୍ଷ ଭକ୍ତଙ୍କ ସମାଗମ

ପୁରୁଷୋତ୍ତମପୁର, ୨୦।୩ (ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ତୃତୀୟ ପାଳି ଯାତ୍ରାରେ ପ୍ରାୟ ୫ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବାବେଳେ ୧୦ ହଜାର ୫୦୨ ଶିଶୁଙ୍କ ମୁଣ୍ଡନ କରାଯାଇଛି। ଯାତ୍ରା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ୩ୟ ପାଳିରେ ବହୁ ଶ୍ରଦ୍ଧାଳୁଙ୍କ ଠାରୁ ଚୋରି ହୋଇଥିବା ଜଣାପଡିଛି। ଏନେଇ ପୋଲିସ ୭ ମହିଳାଙ୍କ ସମେତ ୧୧ ଜଣଙ୍କୁ ଥାନାରେ ଅଟକ ରଖିଛି।

ଠାକୁରାଣୀ ପୀଠରେ ଅଗ୍ନିକାଣ୍ଡ

ଠାକୁରାଣୀ ପୀଠରେ ଅଗ୍ନିକାଣ୍ଡ

ବେଗୁନିଆପଡ଼ା,୨୦।୩(ଡି.ଏନ.ଏ.)- ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତର ଭାଲ୍ୟାଝର ଗ୍ରାମର ମା’ କାଳୁଆଷଣ୍ଢ ଠାକୁରାଣୀ ପୀଠ ପରିସରରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟି ଅନେକ ଗଛ ପୋଡ଼ି ନଷ୍ଟ ହୋଇଯାଇଛି। ଅପରାହ୍ନରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ପୀଠ ପରିସରରେ ଥିବା ବାଉଁଶ ଗଛ ଓ ଅନେକ ମୂଲ୍ୟବାନ ଗଛ ପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ କୋଦଳା ଦମକଳ ବାହିନୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ।

ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ମାମଲା: ବ୍ଲକ ଉପାଧ୍ୟକ୍ଷା ସ୍ବାମୀଙ୍କ ସମେତ ୨ ଗାଡ଼ି ଚାଳକ ଜେଲ ଗଲେ

ଦିଗପହଣ୍ଡି,୨୦।୩(ଡି.ଏନ.ଏ.)- ଦିଗପହଣ୍ଡି ଅତିରିକ୍ତ ତହସିଲଦାର ସୌମ୍ୟକାନ୍ତ ସୌମ୍ୟଦର୍ଶୀଙ୍କୁ ଆକ୍ରମଣ ଅଭିଯୋଗରେ ବ୍ଲକ ଉପାଧ୍ୟକ୍ଷା ଙ୍କ ସ୍ବାମୀ ଏମ. ନିରଞ୍ଜନ ରେଡ୍ଡୀଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ନଂ. ୪୭/୧୮ ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଏମ୍‌. ନିରଞ୍ଜନଙ୍କ ସମେତ ତାଙ୍କର ୨ଜଣ ଗାଡ଼ି ଚାଳକ ଶେରଗଡ଼ ଥାନା କେନ୍ଦୁପଲ୍ଲୀର ରଞ୍ଜନ ଦାସ ଏବଂ ନୟାଗଡ଼ ଥାନା ଦେଢ଼ସର ଗ୍ରାମର ବିନାୟକ ଦେହୁରିଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି।

ମିସ୍‌ଡ କଲରୁ ପ୍ରେମ: ଗ୍ରାମବାସୀଙ୍କ କବଳରୁ ୨ ଯୁବକ ଉଦ୍ଧାର

ହିଞ୍ଜିଳିକାଟୁ, ୨୦।୩(ଡି.ଏନ୍‌.ଏ.)- ମୋବାଇଲ ମିସ କଲରୁ ପ୍ରେମରେ ପଡି ଜଣେ ଯୁବକ ଓ ତାଙ୍କର ଜଣେ ସାଙ୍ଗଙ୍କୁ ହଟହଟା ହେବାକୁ ପଡିଛି। ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ କବଳରୁ ୨ ଯୁବକଙ୍କୁ ପୋଲିସ ଉଦ୍ଧାର କରିଛି।

ଶିଶୁ ମଳଦ୍ୱାର ନ ଥିବା ଘଟଣା

ଶିଶୁ ମଳଦ୍ୱାର ନ ଥିବା ଘଟଣା

ଫୁଲବାଣୀ ଅଫିସ, ୨୦।୩ - ୧୧ ମାସ ଶିଶୁର ମଳଦ୍ୱାର ନାହିଁ। ହୋଇପାରୁନି ଚିକିତ୍ସା, ଅର୍ଥ ସାଜିଛି ବାଧକ ଖବର ମଙ୍ଗଳବାର ବିସ୍ତୃତ ଭାବେ ଧରିତ୍ରୀରେ ପ୍ରକାଶ ପାଇଥିଲା। ଏହାପରେ କନ୍ଧମାଳ ଜିଲା ପ୍ରଶାସନର ନିଦ ଭାଙ୍ଗିଛି। ଜିଲାପାଳ ଡ. ବୃନ୍ଦା ଡି. ଘଟଣାକୁ ଗୁରୁତ୍ୱ ଦେଇ ପିଲାର ଚିକିତ୍ସା ବନ୍ଦୋବସ୍ତ କରାଇଛନ୍ତି। ପ୍ରକାଶ ଯେ, କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ବାଲନ୍ଦାପଡା ବାଘଡୁଙ୍ଗୁରି ଗ୍ରାମର ମଳ ଦ୍ୱାର ନ ଥିବା ଶିଶୁ ସୋୟମ ପାଇଁ ଜିଲା ପ୍ରଶାସନ ସହାୟତାର ହାତ ବଢ଼ାଇଛି। ଜିଲାପାଳ ଡା.ବୃନ୍ଦା ଡି. ପିଲାର କିପରି ଚିକିତ୍ସା ହେବ ସେ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ମାଟ୍ରିକ୍‌ ଖାତା ଦେଖାକୁ ନେଇ ଉତ୍ତେଜନା, ୧୪୪ ଧାରା ଲଗାଇ ଆନ୍ଦୋଳନ ଦମନ

ମାଟ୍ରିକ୍‌ ଖାତା ଦେଖାକୁ ନେଇ ଉତ୍ତେଜନା, ୧୪୪ ଧାରା ଲଗାଇ ଆନ୍ଦୋଳନ ଦମନ

ବ୍ରହ୍ମପୁର ଅଫିସ୍‌,୨୦।୩- ବ୍ରହ୍ମପୁରସ୍ଥିତ ଭି.ଭି. ଗିରି ମାଧ୍ୟମିକ ମହିଳା ତାଲିମ ବିଦ୍ୟାଳୟସ୍ଥିତ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ରରେ ମଙ୍ଗଳବାର ଉତ୍ତେଜନା ଦେଖାଦେଇଥିଲା। ଖାତା ଦେଖାକୁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ମିଳିତ ମଞ୍ଚ ତରଫରୁ ବିରୋଧ କରାଯାଇଥିଲା। ଫାଟକ ବନ୍ଦ କରି ସେମାନେ ଆନ୍ଦୋଳନ କରିଥିଲେ। ଏହାକୁ ନେଇ ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଟଣାଓଟରା ପରିସ୍ଥିତି ଦେଖାଦେଇଥିଲା।

ଭିତରେ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ, ବାହାରେ ଗଣଧାରଣା

ଭିତରେ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ, ବାହାରେ ଗଣଧାରଣା

ଭଞ୍ଜନଗର, ୨୦।୩(ଡି.ଏନ୍‌.ଏ.): ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଭଞ୍ଜନଗର ଉପେନ୍ଦ୍ରଭଞ୍ଜ ହାଇସ୍କୁଲ ସରକାରୀ ଶିକ୍ଷକଙ୍କ ଦ୍ୱାରା ଖାତା ମୂଲ୍ୟାୟନ ହେଉଛି। ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଆନ୍ଦୋଳନକୁ ଦେଖି ମୂଲ୍ୟାୟନ କେନ୍ଦ୍ର ପରିସରରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ବିଶ୍ୱ ଘରଚଟିଆ ଦିବସ ପାଳିତ

ବିଶ୍ୱ ଘରଚଟିଆ ଦିବସ ପାଳିତ

ବ୍ରହ୍ମପୁର ଅଫିସ, ୨୦।୩: ବ୍ରହ୍ମପୁର ବନଖଣ୍ଡ ଏବଂ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ମଙ୍ଗଳବାର ବିଶ୍ୱ ଘର ଚଟିଆ ଦିବସ ପାଳିତ ହୋଇଯାଇଛି। ବନଖଣ୍ଡ ଅଧିକାରୀ ଆଶିଷ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା ଯୋଗ ଦେଇଥିଲେ।

ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଉଦ୍ୟମ

ଦିଗପହଣ୍ଡି,୧୯।୩(ଡି.ଏନ୍‌.ଏ.)-ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତା ପଦ୍ମନାଭପୁର ଗ୍ରାମ ନିକଟରେ ସୋମବାର ସନ୍ଧ୍ୟାରେ ଦିଗପହଣ୍ଡି ଅତିରିକ୍ତ ତହସିଲଦାର ସୌମ୍ୟକାନ୍ତ ସୌମ୍ୟଦର୍ଶୀଙ୍କୁ ଆକ୍ରମଣ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି।

ଷ୍ଟାଡିୟମର ଉନ୍ନତୀକରଣ, କ୍ରିକେଟ୍‌ର ବିକାଶ ପାଇଁ ଦାବିପତ୍ର

ଷ୍ଟାଡିୟମର ଉନ୍ନତୀକରଣ, କ୍ରିକେଟ୍‌ର ବିକାଶ ପାଇଁ ଦାବିପତ୍ର

ବ୍ରହ୍ମପୁର ଅଫିସ୍‌,୧୯।୩-ସଭ୍ୟଙ୍କ ମଧ୍ୟରେ ବିବାଦ ଯୋଗୁ କିଛି ବର୍ଷ ହେଲା ଗଞ୍ଜାମ ଜିଲା କ୍ରିକେଟ ସଂଘ ଏକ ପ୍ରକାର ଅକାମୀ ହୋଇପଡ଼ିଥିଲା। ଏବେ ପୁଣି ଥରେ କ୍ରିକେଟର ବିକାଶ ଏବଂ ବ୍ରହ୍ମପୁର ଷ୍ଟାଡିୟମ୍‌ର ଉନ୍ନତୀକରଣ ପାଇଁ ଅଣ୍ଟା ଭିଡ଼ିଛନ୍ତି ସଂଘ ସଭାପତି ରମେଶ ଚନ୍ଦ୍ର ପାତ୍ର। ସୋମବାର ବିଭିନ୍ନ ବିଷୟକୁ ନେଇ ସେ ଏବଂ କ୍ରିକେଟ ପ୍ରେମୀମାନେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର୍‌ ଟି. ଆଓ ଏବଂ କମିଶନର ଆଓଙ୍କ ଜରିଆରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ସବ୍ୟସାଚୀ ପଣ୍ଡା କୋର୍ଟରେ ହାଜର

ବ୍ରହ୍ମପୁର ଅଫିସ,୧୯।୩: ବଡବଜାର ଥାନା ଅଞ୍ଚଳରେ ୨୦୧୫ରେ ଘଟିଥିବା ଏକ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ ଚମକ ଦିଆଯାଉଥିବା ନେଇ ରୁଜୁ ହୋଇଥିବା ମାମଲାର ବିଚାର ସୋମବାର ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ୍‌-୧ କୋର୍ଟରେ ହେବାର ଥିଲା। ଏହି ମାମଲାରେ ଅଭିଯୁକ୍ତ ଥିବା ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଅଣାଯାଇ କୋର୍ଟରେ ହାଜର କରାଯାଇଥିଲା।

ଗୋପାଳପୁର ଏନ୍‌ଏସି : ୮ ମାସ ପରେ ବସିଲା କାଉନ୍‌ସିଲ ବୈଠକ

ବ୍ରହ୍ମପୁର ଅଫିସ,୧୯।୩- ୮ ମାସ ପରେ ଗୋପାଳପୁର ଏନ୍‌ଏସିର କାଉନ୍‌ସିଲ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏନ୍‌ଏସି ଅଧ୍ୟକ୍ଷା ଏ. ମହାଲକ୍ଷ୍ମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପାଧ୍ୟକ୍ଷ ଇ. ଲୋକନାଥ, ନିର୍ବାହୀ ଅଧିକାରୀ ଉମାଶଙ୍କର ସେଠୀ ମଞ୍ଚାସୀନ ଥିଲେ। ଦୀର୍ଘ ବର୍ଷ ଧରି ବିଭିନ୍ନ କ୍ଷେତ୍ରରେ ରହିଥିବା ବକେୟା ଅର୍ଥ ଆଦାୟ କରାଯିବା ନେଇ ଗୁରୁତ୍ୱାରୋପ କରାଯାଇଥିଲା।

ବିଦ୍ୟୁତ୍‌ ସଂଯୋଗ ଦାବିରେ ରାସ୍ତାରୋକୋ

ବିଦ୍ୟୁତ୍‌ ସଂଯୋଗ ଦାବିରେ ରାସ୍ତାରୋକୋ

ରାଇକିଆ,୧୯।୩(ଡ଼ି.ଏନ.ଏ.)-ରାଇକିଆ ବ୍ଲକର ବିପିଏଲ ହିତାଧିକାରଙ୍କୁ ବିଦ୍ୟୁତ୍‌ ସଂଯୋଗ ଦାବିରେ ସୋମବାର ମହିଳା ଜୀବିକା ସୁରକ୍ଷା ମଞ୍ଚ ତରଫରୁ ବାଲିଗୁଡ଼ା-ରାଇକିଆ-ଜି.ଉଦୟଗିରି ମୁଖ୍ୟ ରାସ୍ତା ୨ ଘଣ୍ଟା ଧରି ଅବରୋଧ ହୋଇଥିଲା । ରାଇକିଆ ଥାନା ଅଧିକାରୀ ନରେଶ ସାହୁ, ବଦ୍ୟୁତ୍‌ ବିଭାଗ ଏସଡ଼ିଓ ଶିବ ଶଙ୍କର ବେହେରା ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଏନେଇ ଜିଲା ପ୍ରଶାସନ ସହ ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା ।

ହତ୍ୟା ଉଦ୍ୟମ ମାମଲା:ମୁଖ୍ୟ ଅଭିଯୁକ୍ତଙ୍କୁ ୧୨ ବର୍ଷ କାରାଦଣ୍ଡ

ବ୍ରହ୍ମପୁର ଅଫିସ,୧୯।୩-ଜଣେ ଘିଅ ବ୍ୟବସାୟୀଙ୍କୁ ହତ୍ୟା ଉଦ୍ୟମ କରି ତାଙ୍କଠାରୁ ଟଙ୍କା ଲୁଟ୍‌ ମାମଲାର ବିଚାର ଜିଲା ଦୌରା ଜଜ୍‌ ବ୍ରହ୍ମପୁରରେ ଚାଲିଥିବା ବେଳେ ଏହି ମାମାଲାର ଶୁଣାଣି ସୋମବାର ହୋଇଥିଲା। ଜିଲା ଦୌରା ଜଜ୍‌ ତାଙ୍କ ରାୟରେ ମୁଖ୍ୟ ଅଭିଯୁକ୍ତ ଟୁକୁନା ସାହୁଙ୍କୁ ୧୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ୧୫ ହଜାର ଟଙ୍କା ଜରିମାନା ପାଇଁ ରାୟ ପ୍ରକାଶ କରିଛନ୍ତି।

ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ର ଆଗରେ ଧାରଣା

ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ର ଆଗରେ ଧାରଣା

ଭଞ୍ଜନଗର,୧୯।୩(ଡି.ଏନ.ଏ)-ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ର ହୋଇଛି । ମଙ୍ଗଳବାରଠାରୁ ଖାତା ଦେଖାଯିବ। ଏହା ପୂର୍ବରୁ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ମିଳିତ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଖାତା ମୂଲ୍ୟାୟନ ବର୍ଜନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସୋମବାରଠାରୁ ଉପେନ୍ଦ୍ର ଭଞ୍ଜ ହାଇସ୍କୁଲ ସମ୍ମୁଖରେ ଶିକ୍ଷୟିତ୍ରୀ ଶିକ୍ଷକମାନେ ଗଣଧାରଣା ଦେଇଛନ୍ତି।