ବ୍ରହ୍ମପୁର

ଟିଫିନ, ବ୍ୟାଗ ଧରି ବଜାରକୁ ଯିବାକୁ ପରାମର୍ଶ

ଟିଫିନ, ବ୍ୟାଗ ଧରି ବଜାରକୁ ଯିବାକୁ ପରାମର୍ଶ

ବ୍ରହ୍ମପୁର ଅଫିସ, ୨୬ା୯- ଆର୍ଯ୍ୟଭଟ୍ଟ ଫାଉଣ୍ଡେଶନ ଓ ଫୋରମ ଫର ଗଞ୍ଜାମ  ଆନୁକୂଲ୍ୟରେ ପ୍ଲାଷ୍ଟିକ ଓ ପଲିଥିନ ବର୍ଜନ ପାଇଁ ଚାଲିଥିବା ସଚେତନତା   ଅଭିଯାନ ସୋମବାର ତୃତୀୟ ଦିନରେ ପହଞ୍ଚିଛି ା ଏହି ଅବସରରେ  ସ୍ଥାନୀୟ ଗିରିଜା ଛକଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସତ୍ୟନାରାୟଣ ଟେମ୍ପଲ ରୋଡ, ଗିରି ମାର୍କେଟ, ଗିରି ମାର୍କେଟ ପରିବା ବଜାର, ହନୁମାନ ବଜାର ପରିକ୍ରମା କରି ପଲିଥିନ ଓ ପ୍ଲାଷ୍ଟକ ବର୍ଜନ କରିବା ନେଇ ଲୋକଙ୍କୁ ସଚେତନ କରିଥିଲେ। ଅନୁଷ୍ଠାନ  ସଦସ୍ୟମାନେ ସମସ୍ତ ବ୍ୟବସାୟୀଙ୍କୁ  ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟିକ ଓ ପଲିଥିନ ବର୍ଜନ କରିବାକୁ ଅନୁରୋଧ କରିଥିଲେ ା

ଏନ୍‌ଡିପିଏସ୍‌, ଅବକାରୀ ଆଇନ କର୍ମଶାଳା

ଏନ୍‌ଡିପିଏସ୍‌, ଅବକାରୀ ଆଇନ କର୍ମଶାଳା

ବ୍ରହ୍ମପୁର ଅଫିସ୍‌,୨୬ା୯-ସ୍ଥାନୀୟ ରାଜସ୍ବ ଡାକବଙ୍ଗଳାରେ ମଙ୍ଗଳବାର ଏନ୍‌ଡିପିଏସ୍‌ ଆକ୍ଟ ଏବଂ ଓଡ଼ିଶା ଅବକାରୀ ଆଇନ୍‌ ସମ୍ପର୍କିତ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହାକୁ ବ୍ରହ୍ମପୁର ଉପଜିଲାପାଳ ଦିଗନ୍ତ ରାଉତରାୟ ଉଦ୍‌ଘାଟନ କରିଥିଲେ। ନାର୍କୋଟିକ୍‌ କଣ୍ଟ୍ରୋଲ୍‌ ଷ୍ଟୋର୍‌ ଅଧୀକ୍ଷକ ପ୍ରଣିତ ଶର୍ମା, ଅବକାରୀ ଉପଆୟୁକ୍ତ ଉତ୍ତମ କୁମାର ମେହେର, ପିପି ଅଜିତ କୁମାର ପଟ୍ଟନାୟକ, ତହସିଲଦାର୍‌ ଅମିୟ ପାଢୀ, ଅବକାରୀ ଅଧୀକ୍ଷକ ଗଞ୍ଜାମ ରାମଚନ୍ଦ୍ର ମିଶ୍ର, ଅବକାରୀ ଅଧୀକ୍ଷକ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରାଜେନ୍ଦ୍ର ଭତ୍ରା ପ୍ରମୁଖ ଯୋଗଦେଇଥିଲେ ।

ଗଞ୍ଜାମ ଜିଲା ବିଜେଡିର ୫ ନୂଆ କର୍ମକର୍ତ୍ତା

ଗଞ୍ଜାମ ଜିଲା ବିଜେଡିର ୫ ନୂଆ କର୍ମକର୍ତ୍ତା

ବ୍ରହ୍ମପୁର ଅଫିସ,୨୬ା୯- ଗଞ୍ଜାମ ଜିଲା କଂଗ୍ରେସରୁ ଗତ ଏପ୍ରିଲ ମାସରେ ଇସ୍ତଫା ଦେଇଥିବା ୫ କର୍ମକର୍ତ୍ତାଙ୍କୁ ଦଳ ସଂଗଠନରେ ଥଇଥାନ କରିଛି ବିଜେଡି। ମଙ୍ଗଳବାର ବ୍ରହ୍ମପୁରରେ ଅନୁଷ୍ଠିତ ବିଜୁ ଜନତା ଦଳ ପକ୍ଷରୁ ଖବରଦାତା ସମ୍ମିଳନୀରେ ସେମାନଙ୍କ ନାମ ଘୋଷଣା କରାଯାଇଛି। ଗଞ୍ଜାମ ଜିଲା ବିଜେଡି ସଭାପତି ତଥା ଗୋପାଳପୁର ବିଧାୟକ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ସୁପାରିସ କରିଥିବା ନୂଆ କର୍ମକର୍ତ୍ତାଙ୍କ ତାଲିକା ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିବା ସୂଚନା ଦିଆଯାଇଛି। ଜିଲା ବିଜେଡି ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ବେହେରା ଓ ଉପସଭାପତି ଉମା ଚରଣ ନାୟକ ପ୍ରକାଶ କରିଥିବା ନୂଆ କର୍ତ୍ତାଙ୍କ ମଧ୍ୟରେ ପୂର୍ବତନ ବ୍ରହ୍ମପୁର ନଗର କଂଗ୍ରେସ ସଭାପତି ସଞ୍ଜିତ କୁମାର ପାଣିଗ୍ରାହୀ  ଓ  ଗତ ବିଧାନସଭା ନିର୍ବାଚନରେ ଛତ୍ରପୁର ଆସନରୁ ପରାଜିତ କଂଗ୍ରେସ ପ୍ରାର୍ଥୀ ବନମାଳୀ ସେଠୀ ଜିଲା ବିଜେଡି ଉପସଭାପତି ହୋଇଛନ୍ତି। 

୪ ମାସ ପରେ ଖୋଲିଲା ମନ୍ଦିର କାର୍ଯ୍ୟାଳୟ

୪ ମାସ ପରେ ଖୋଲିଲା ମନ୍ଦିର କାର୍ଯ୍ୟାଳୟ

ବ୍ରହ୍ମପୁର ଅଫିସ୍‌,୨୬ା୯- ବ୍ରହ୍ମପୁର ଗେଟ୍‌ ବଜାର ଛକସ୍ଥିତ ମା’ କୁଠାରୀ ମନ୍ଦିର କାର୍ଯ୍ୟାଳୟ ସମେତ ହୁଣ୍ଡି, ଅତିଥି ଗୃହ ଏବଂ କଲ୍ୟାଣମଣ୍ଡପ ଚାରି ମାସ ପରେ ଖୋଲିଛି ା ସୋମବାର ଦେବୋତ୍ତର ବିଭାଗ ବ୍ରହ୍ମପୁର ଡିଭିଜନର ଅତିରିକ୍ତ ସହକାରୀ କମିଶନ ଶୋଭନ କାନୁନ୍‌ଗୋ ଏବଂ ଜିଲା ପ୍ରଶାସନ ତଥା ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀ ପି.କେ.ମହାରଣାଙ୍କ ଉପସ୍ଥିତିରେ ମନ୍ଦିର କାର୍ଯ୍ୟାଳୟ ସିଲ୍‌ ଖୋଲାଯାଇ ପରିଚାଳନା ଟ୍ରଷ୍ଟିଙ୍କୁ ଚାବି ହସ୍ତାନ୍ତର କରାଯାଇଛି ା ପ୍ରକାଶଯେ, ମଇ ୧୦ ତାରିଖରେ ରାଜ୍ୟ ଦେବୋତ୍ତର କମିଶନର ବିରା ପ୍ରସାଦ ଦତ୍ତ କୁଠାରୀ ମନ୍ଦିରକୁ ଅଚାନକ ଗସ୍ତରେ ଆସି ସେବାୟତମାନେ ପରିଚାଳନା ଟ୍ରଷ୍ଟିଙ୍କୁ ବେଖାତିର କରୁଥିବା ଦେଖିବାକୁ ପାଇଥିଲେ ା ପରେ ମନ୍ଦିରର କାର୍ଯ୍ୟାଳୟ, ହୁଣ୍ଡି, ଅତିଥିଗୃହ ଏବଂ କଲ୍ୟାଣ ମଣ୍ଡପ ସିଲ୍‌ କରିଦେଇଥିଲେ।

ଆଦର୍ଶ ବିଦ୍ୟାଳୟ ସମସ୍ୟା ନେଇ ଆଲୋଚନା କଲେ ଜିଲାପାଳ

ଆଦର୍ଶ ବିଦ୍ୟାଳୟ ସମସ୍ୟା ନେଇ ଆଲୋଚନା କଲେ ଜିଲାପାଳ

ଗୋପାଳପୁର,୨୬ା୯- ରଙ୍ଗେଇଲୁଣ୍ଡା ବ୍ଲକ କରାପଲ୍ଲୀସ୍ଥିତ ଆଦର୍ଶ ବିଦ୍ୟାଳୟ ମଙ୍ଗଳବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ  ପରିଦର୍ଶନ କରିଛନ୍ତି। ଏନେଇ ବିଦ୍ୟାଳୟ ପରିଚାଳନା କମିଟି ଓ ବିଭିନ୍ନ ବିଭାଗୀୟ ଅଧିକାରୀ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟା ପ୍ରାୟ ୭ଟାରେ ଜିଲାପାଳ କୁଲାଙ୍ଗେ ନବ ନିର୍ମିତ ଛାତ୍ରୀନିବାସ  ବୁଲି ଦେଖିବା ସହ ପାନୀୟ ଜଳ, ଛାତ୍ରୀଛାତ୍ରଙ୍କ ଖାଇବା, ରହିବା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହିତ ବିଦ୍ୟାଳୟ ପରିଚାଳନା କମିଟି ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବିଦ୍ୟାଳୟର ଶିକ୍ଷକ ଅଭାବ ସମାଧାନ ସହ ବିଦ୍ୟାଳୟ ଖେଳ ପଡ଼ିଆ, ଅର୍ଦ୍ଧନିର୍ମିତ ପାଚେରି, ଅନ୍ୟାନ୍ୟ ସମସ୍ୟାର ସମାଧାନ ଖୁବଶୀଘ୍ର କରାଯିବ, ଛାତ୍ରୀଛାତ୍ରଙ୍କ ପାଠପଢ଼ା ଶୈଳୀ ସରଳୀକରଣ କରିବା, ବିଦ୍ୟାଳୟ ହତାରେ ଚାରାରୋପଣ ଓ ପରିଷ୍କାର ପରିଚ୍ଛନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏନ୍‌ଏସି ଅଫିସ ଆଗରେ ଭାଜପାର ବିକ୍ଷୋଭ

ଏନ୍‌ଏସି ଅଫିସ ଆଗରେ ଭାଜପାର ବିକ୍ଷୋଭ

ଦିଗପହଣ୍ଡି,୨୬ା୯(ଡି.ଏନ.ଏ.)- ଦିଗପହଣ୍ଡି ଏନ୍‌ଏସିରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଦ୍ୟୁତ ଯନ୍ତ୍ରାଂଶ ଓ ଏଲ୍‌ଇଡି ଲାଇଟ କ୍ରୟରେ ଲକ୍ଷାଧିକ ଟଙ୍କା ବାଟମାରଣା କରାଯାଇଛି। ଅନେକ ରାସ୍ତା ଓ ଡ୍ରେନ ନିର୍ମାଣ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି।   ଆମ ସହର ଆମ ଉନ୍ନତି ଯୋଜନାରେ ବ୍ୟାପକ ଅନିୟମିତତା କରାଯାଇଛି। ଅଧିକାଂଶ ସାହି ବସ୍ତିରେ ଷ୍ଟ୍ରିଟ ଲାଇଟ ଜଳୁ ନାହିଁ। ଏହା ପ୍ରତିବାଦରେ ମଙ୍ଗଳବାର ସ୍ଥାନୀୟ ଭାଜପା ନଗର କମିଟି ପକ୍ଷରୁ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସହ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ପାଇଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ ଚନ୍ଦ୍ର ଡ଼ାକୁଆଙ୍କୁ ୧୦ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। 

ବେଆଇନ ବିସ୍ଫୋରଣ, ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ

ବେଆଇନ ବିସ୍ଫୋରଣ, ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ

ଦିଗପହଣ୍ଡି,୨୬ା୯(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ସଂଲଗ୍ନ ହଗୁରୀ ପାହାଡ଼ରେ ବେଆଇନ ବିସ୍ଫୋରଣ ପ୍ରତିବାଦରେ ଗ୍ରାମବାସୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦଳମତ ନିର୍ବିଶେଷରେ ଗ୍ରାମର ଶତାଧିକ ଲୋକେ ସୋମବାର ଅପରାହ୍ନରେ ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଗ୍ରାମ ନିକଟ ପାହାଡ଼ରେ ଥିବା ପଥର ଖାଦାନ ଲିଜ୍‌ ବାତିଲ ପାଇଁ ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ପାହାଡ଼ ନିକଟରେ ଜନବସତି ଗଢ଼ି ଉଠିଥିବା ବେଳେ କେତେକ ବ୍ୟକ୍ତି ଡିନାମାଇଟ ଡିଟୋନେଟର ବ୍ୟବହୃତ କରି  ବିସ୍ଫୋରଣ କରୁଥିବାରୁ ଗ୍ରାମରେ ଉତ୍ତେଜନା ଲାଗି ରହିଛି। 

ଧନେଇ ନଦୀରେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ

କବିସୂର୍ଯ୍ୟନଗର,୨୬ା୯: କବିସୂର୍ଯ୍ୟନଗର ଥାନା ସୁନାରୀଝୋଳା ଗ୍ରାମର ଜଣେ ବୃଦ୍ଧ ଧନେଇ ନଦୀରେ ଭାସିଯାଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସେ ହେଲେ ଗନ୍ତା ସ୍ବାଇଁ (୭୨)। ଗନ୍ତା ନଦୀ ଆରପଟ ଜେନା ଭୂୟାଁ ମନ୍ଦିରରେ ପୂଜା ଭୋଜି ଖାଇବାକୁ ଯିବା ପାଇଁ ନଦୀ ପାର ହେଉଥିବା ବେଳେ ସ୍ରୋତରେ ଭାସି ଯାଇଥିଲେ। ଗ୍ରାମବାସୀ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ଖୋଜଖବର ମିଳିନାହିଁ। ଛତ୍ରପୁର ଓଡ୍ରାଫ୍‌ ଟିମକୁ ଜଣାଇବା ସହ ପୋଲିସ, ଆରଆଇ ଓ ତହସିଲଦାରଙ୍କୁ ଗ୍ରାମବାସୀ ଏନେଇ ଅବଗତ କରିଥିଲେ। ସନ୍ଧ୍ୟା ୬ଟା ପରେ ଭେଟସିଂ ନିକଟ ଟଙ୍କାଛାଇ ଠାରେ ସୁନାରିଝୋଳା ଗ୍ରାମବାସୀ ମୃତଦେହକୁ ନଦୀରୁ ଉଦ୍ଧାର କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଆଇଆଇସି ବୀଭତ୍ସ ପ୍ରଧାନ କହିଛନ୍ତି। ଘଟଣାସ୍ଥଳରେ ତହସିଲଦାର, ଆରଆଇ ପହଞ୍ଚତ୍ଛନ୍ତି।

ବିଜୁ ପକ୍କାଘର କାର୍ଯ୍ୟାଦେଶ ବଣ୍ଟନ

ବିଜୁ ପକ୍କାଘର କାର୍ଯ୍ୟାଦେଶ ବଣ୍ଟନ

ଶେରଗଡ,୨୫।୯(ଡି.ଏନ୍‌.ଏ.)- ଶେରଗଡ ବ୍ଲକ ସଭାଗୃହରେ ମଙ୍ଗଳବାର ବିଜୁ ପକ୍କାଘର କାର୍ଯ୍ୟଦେଶ ବଣ୍ଟନ କରାଯାଇଛି। ବ୍ଲକ ଅଧକ୍ଷା ସାରସ ସ୍ବାଇଁ, ବିଡିଓ ସୁରଞ୍ଜନ କୁମାର ସାହୁ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ବିଷ୍ଣୁ ପ୍ରସାଦ ପଣ୍ଡା, ସହକାରୀ ଯନ୍ତ୍ରୀ ମହିନ୍ଦ୍ର କୁମାର ଷଡଙ୍ଗୀ ଓ କେତେଜଣ ସରପଞ୍ଚଙ୍କ ଉପସ୍ଥିତିରେ ୩୪ ଜଣ ହିତଧିକାରୀଙ୍କୁ ବିଜୁ ପକ୍କାଘର କାର୍ଯ୍ୟଦେଶ ବଣ୍ଟନ କରାଯାଇଛି । ମୋଟ ୮୦ଟି ବିଜୁ ପକ୍କାଘର ପାଇଁ ଧାର୍ଯ୍ୟ ଲକ୍ଷ୍ୟ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୪୬ ଟି କାର୍ଯ୍ୟଦେଶ ବଣ୍ଟନ ହୋଇଥିବା ବ୍ଲକ ସୂତ୍ରରୁ ପ୍ରକାଶ।

ନାବାଳିକାଙ୍କୁ ଅଶ୍ଳିଳଇଙ୍ଗିତ, ମା’ଙ୍କୁ ଧମକ ଅଭିଯୋଗ: ୨ ଗିରଫ

ନାବାଳିକାଙ୍କୁ ଅଶ୍ଳିଳଇଙ୍ଗିତ, ମା’ଙ୍କୁ ଧମକ ଅଭିଯୋଗ: ୨ ଗିରଫ

ଶେରଗଡ,୨୫।୯(ଡି.ଏନ୍‌.ଏ.)- ଶେରଗଡ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅଶ୍ଳିଳ ଇଙ୍ଗିତ ଓ ତାଙ୍କ ମା’ ଏନେଇ ପ୍ରତିବାଦ କରିବାରୁ ତାଙ୍କୁ ଧମକ ଦେବା ନେଇ ଶେରଗଡ ଥାନାରେ ଅଭିଯୋଗ ହୋଇଛି। ଏନେଇ ନଂ.୮୪/୧୮ରେ ମାମଲା ରୁଜୁ କରି ପୋଲିସ ୨ ଜଣଙ୍କୁ ଗିରଫ କରିଛି।

କଣ୍ଟାପୀଢା ଯାତ୍ରା: ରାମଦୋଳି, ମୀନାବଜାରରେ ଭିଡ

କଣ୍ଟାପୀଢା ଯାତ୍ରା: ରାମଦୋଳି, ମୀନାବଜାରରେ ଭିଡ

ସୋରଡା,୨୫।୯(ଡି.ଏନ୍‌.ଏ.)- କଣ୍ଟାପୀଢା ଯାତ୍ରାର ୪ର୍ଥ ଦିବସରେ ରାମଦୋଳି, ମୀନା ବଜାରରେ ଭିଡ ଜମୁଥିବାବେଳେ ତୋରଣ ମୁଖ୍ୟ ଆକର୍ଷଣ ପାଲଟିଛି। ଶଶିଭୂଷଣ ପଡିଆରେ ରାମଦୋଳି ୨ଟା, ମୀନାବଜାର ୨ ଦଳ ପଡିଛି, ବ୍ରେକ୍‌ ଡ୍ୟାନ୍ସ ଓ ଶିଶୁ ଟ୍ରେନ୍‌ରେ ପିଲାଙ୍କ ଭିଡ ଜମୁଛି। ସନ୍ଧ୍ୟା ଆଳତୀ ସମୟରେ ମା’ଙ୍କ ସୁନାବେଶ ଦେଖିବାକୁ ମହିଳାଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ସହରସାରା ମୁତୟନ ହୋଇଛି। ଆସିକା ଏସ୍‌ଡିପିଓ ସୁବାସ ପଣ୍ଡା ଅଞ୍ଚଳ ପରିଦର୍ଶନ କରି ଫେରିଛନ୍ତି। ବଡଦାଣ୍ଡରେ ନିର୍ମିତ ୭୦ ଫୁଟର ତୋରଣ ମୁଖ୍ୟ ଆକର୍ଷଣ ପାଲଟିଛି। ୨୮ ତାରିଖରୁ ମହୋତ୍ସବ ଆରମ୍ଭ ହେବାକୁ ଥିବାବେଳେ ରଥପଦାଠାରେ ଅସ୍ଥାୟୀ ମଣ୍ଡପ ନିର୍ମାଣ ସରିଛି।

ଜାତୀୟ ପୁଷ୍ଟି ସପ୍ତାହ ପାଳିତ

ଜାତୀୟ ପୁଷ୍ଟି ସପ୍ତାହ ପାଳିତ

ବ୍ରହ୍ମପୁର ଅଫିସ,୨୫।୯: ବ୍ରହ୍ମପୁର ମହାନଗର ନିଗମ ବିଜୁପୁର ଅଙ୍ଗନଓ୍ବାଡି ସେକ୍ଟର ପକ୍ଷରୁ ଜାତୀୟ ପୁଷ୍ଟି ସପ୍ତାହ ମଙ୍ଗଳବାର ପାଳିତ ହୋଇଯାଇଛି। 

ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ

ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ

ଦାରିଙ୍ଗବାଡ଼ି,୨୫।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପନୀ ସୋମବାର ହୋଇଯାଇଛି।

ଦିନଦୟାଲ ଉପାଧ୍ୟାୟଙ୍କ ୧୦୩ତମ ଜୟନ୍ତୀ ପାଳନ

ଦିନଦୟାଲ ଉପାଧ୍ୟାୟଙ୍କ ୧୦୩ତମ ଜୟନ୍ତୀ ପାଳନ

ବ୍ରହ୍ମପୁର ଅଫିସ,୨୫।୯-ସର୍ଦାର ବଲ୍ଲଭ ଭାଇ ପଟେଲ ବହୁମୁଖୀ ସଂଘ ପକ୍ଷରୁ ମଙ୍ଗଳବାର ସକାଳେ ସ୍ଥାନୀୟ କୋର୍ଟପେଟାସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଦିନ ଦୟାଲ ଉପାଧ୍ୟାୟଙ୍କ ୧୦୩ତମ ଜୟନ୍ତୀ ପାଳନ କରାଯାଇଛି।

ବିଜେଡିରେ ମିଶିଲେ କଂଗ୍ରେସ କର୍ମୀ

ବିଜେଡିରେ ମିଶିଲେ କଂଗ୍ରେସ କର୍ମୀ

ଦିଗପହଣ୍ଡି,୨୫।୯(ଡି.ଏନ.ଏ.): ଦିଗପହଣ୍ଡି ବ୍ଲଖ ଫାସିଗୁଡ଼ା ପଞ୍ଚାୟତ ଜକମେରିପଲ୍ଲୀ ଓ ଜଲମେରିପଲ୍ଲୀ ଗ୍ରାମର ବହୁ କଂଗ୍ରେସ କର୍ମୀ ସୋମବାର ଦଳ ଛାଡି ବିଜେଡିିରେ ସାମିଲ ହୋଇଥିବା ଘୋଷଣା କରିଛନ୍ତି । 

ଅଶାନ୍ତି ଆଶଙ୍କାରେ ପୋଲିସ ପହରା

ଅଶାନ୍ତି ଆଶଙ୍କାରେ ପୋଲିସ ପହରା

ବ୍ରହ୍ମପୁର ଅଫିସ୍‌,୨୫ା୯-ଛାତ୍ର ସଂସଦ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ । ତଥାପି ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ରାଜନୀତି ଉଷ୍ମ ହେବାରେ ଲାଗିଛି। ଆଶାୟୀମାନେ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ନିଜ ସପକ୍ଷରେ ଛାତ୍ରମତ ସୃଷ୍ଟି କରିବା ପାଇଁ ପ୍ରସ୍ତୁତ କଲେଣି ରଣନୀତି। ଜିଲାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନ ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ମଧ୍ୟ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉଷ୍ମତା ଦେଖିବାକୁ ମିଳିଛି ।

୨ କୁଇଣ୍ଟାଲ ଗଞ୍ଜେଇ ଜବତ, ୫ ଗିରଫ

୨ କୁଇଣ୍ଟାଲ ଗଞ୍ଜେଇ ଜବତ, ୫ ଗିରଫ

ଫିରିଙ୍ଗିଆ, ୨୫ା୯-କନ୍ଧମାଳ ଜିଲା ଫିରିଙ୍ଗିଆ ପୋଲିସ ସୋମବାର ଦୁଇଟି ସ୍ଥାନରେ ଚଢ଼ାଉ କରି ୨ କୁଇଣ୍ଟାଲ ୮ କେଜି ଗଞ୍ଜେଇ ଜବତ କରିଛି ା ଗୋଟିଏ ଘଟଣାରେ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଘଟଣାରେ ୪ ଜଣ ଗାଡି ଛାଡି ଫେରାର ହୋଇଯାଇଛନ୍ତିି ା 

ପୁଣି କୋଟଗଡ଼ରେ ନାବାଳିକାଙ୍କୁ ବଳାତ୍କାର

ପୁଣି କୋଟଗଡ଼ରେ ନାବାଳିକାଙ୍କୁ ବଳାତ୍କାର

ଫୁଲବାଣୀ ଅଫିସ/କୋଟଗଡ,(ଡି.ଏନ.ଏ.), ୨୫ା୯-କନ୍ଧମାଳ ଜିଲା କୋଟଗଡ ଥାନା ଅଞ୍ଚଳରେ ଜଣେ ୯ ବର୍ଷର ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାକୁ ନେଇ ଉତ୍ତେଜନା ଥମି ନ ଥିବା ବେଳେ ସୋମବାର ପୁଣି ଏକ ବଳାତ୍କାର ଘଟଣା ପଦାକୁ ଆସିଛି।

ବିଏମ୍‌ସିର ୫ ବର୍ଷରେ ବାଧାପ୍ରାପ୍ତ ହୋଇଛି ବିକାଶ

ବ୍ରହ୍ମପୁର ଅଫିସ,୨୫ା୯-ବ୍ରହ୍ମପୁର ମହାନଗର ନିଗମ ନିର୍ବାଚିତ ପରିଷଦର ୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ରେଶମ ନଗରୀ ବିକାଶ ବାଧାପ୍ରାପ୍ତ ହୋଇଛି । ସମୁଦାୟ ୩୯୧,୯୩୮ କ.ମି. ସଡ଼କ ମଧ୍ୟରୁ ଅର୍ଦ୍ଧେକ ଖାଲଖମାରେ ଶୋଚନୀୟ ହୋଇଯାଇଛି। 

୧୩୪ ଅଭିଯୋଗର ଶୁଣାଣି

ବ୍ରହ୍ମପୁର ଅଫିସ୍‌,୨୫ା୯-ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ସୋମବାର ବ୍ରହ୍ମପୁର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୩୪ ଅଭିଯୋଗ ଶୁଣାଣି କରାଯାଇଥିଲା । 

ମାନବ ଅଧିକାର ସୁରକ୍ଷାମଞ୍ଚର ଘଣ୍ଟ ଯାତ୍ରା

ମାନବ ଅଧିକାର ସୁରକ୍ଷାମଞ୍ଚର ଘଣ୍ଟ ଯାତ୍ରା

ବ୍ରହ୍ମପୁର ଅଫିସ୍‌,୨୫ା୯:-୨ ଦଫା ଦାବି ନେଇ ସୋମବାର ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘଣ୍ଟ ପିଟା ଯାତ୍ରା ଅନୁଷ୍ଠିତ ହୋଇଯାଇଛି ା 

ଗୃହରକ୍ଷୀଙ୍କ ପାସିଂ ଆଉଟ୍‌ ପରେଡ୍‌

ଗୃହରକ୍ଷୀଙ୍କ ପାସିଂ ଆଉଟ୍‌ ପରେଡ୍‌

ଛତ୍ରପୁର,୨୫ା୯(ଡି.ଏନ.ଏ)-ଗଞ୍ଜାମ ପୋଲିସ ଜିଲାରେ ନୂତନ ଭାବେ ନିଯୁକ୍ତି ପାଇଥିବା ଗୃହରକ୍ଷୀମାନଙ୍କ ପାସିଂ ଆଉଟ୍‌ ପ୍ୟାରେଡ୍‌ ସୋମବାର ଛତ୍ରପୁରସ୍ଥିତ ପୋଲିସ ପଡିଆରେ ଅନୁଷ୍ଠିତ ହୋଇଥିଲା ା 

ମାପ ଓ ଓଜନ ବିଭାଗର ଚଢାଉ

ଆସିକା,୨୫ା୯ (ଡି.ଏନ୍‌.ଏ.): -ଭଞ୍ଜନଗର ଉପଖଣ୍ଡ ମାପ ଓ ଓଜନ ବିଭାଗ ପକ୍ଷରୁ ସୋମବାର ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା କେତେକ ଚାଉଳ କଳ, ସୁନା ରୁପା ଅଳଙ୍କାର ଦୋକାନ, ପେଟ୍ରୋଲ ପମ୍ପରେ ଚଢାଉ କରାଯାଇଥିଲା ା 

କଲ୍ୟାଣ ଶିକ୍ଷକ,ଶିକ୍ଷା ନିରୀକ୍ଷକଙ୍କ ଜିଲାସ୍ତରୀୟ ସମ୍ମିଳନୀ

କଲ୍ୟାଣ ଶିକ୍ଷକ,ଶିକ୍ଷା ନିରୀକ୍ଷକଙ୍କ ଜିଲାସ୍ତରୀୟ ସମ୍ମିଳନୀ

ରାଇକିଆ,୨୫ା୯(ଡ଼ି.ଏନ.ଏ.)-କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ନେଡ଼ିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ କନ୍ଧମାଳ ଶାଖାର ଜିଲାସ୍ତରୀୟ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି ା