ବ୍ରହ୍ମପୁର

କ୍ଷଣିକରେ ଉଜୁଡ଼ିଗଲା ଡାକ୍ତରୀ ସ୍ବପ୍ନ

କ୍ଷଣିକରେ ଉଜୁଡ଼ିଗଲା ଡାକ୍ତରୀ ସ୍ବପ୍ନ

ବ୍ରହ୍ମପୁର ଅଫିସ୍‌,୩ା୯ସେ ପଢ଼ିବାକୁ ଚାହୁଁଥିଲେ, ଡାକ୍ତର ହେବାକୁ ସ୍ବପ୍ନ ଦେଖିଥିଲେ । ୫ଭଉଣୀ ଭାଇ ଏବଂ ମା’ ବାପାଙ୍କୁ ସାହାରା ହେବାକୁ ଲକ୍ଷ୍ୟ ରଖିଥିଲେ । ଘର ବୋଝ ଉଠାଇବାକୁ ଅକ୍ଲାନ୍ତ ପରିଶ୍ରମ କରୁଥିଲେ । 

ମଇଁଷିକୁ ଧକ୍କା ଦେଲା ଯଶୋବନ୍ତପୁର-ଭାଗଲପୁର ଏକ୍ସପ୍ରେସ୍‌

ମଇଁଷିକୁ ଧକ୍କା ଦେଲା ଯଶୋବନ୍ତପୁର-ଭାଗଲପୁର ଏକ୍ସପ୍ରେସ୍‌

ଗଞ୍ଜାମ,୩ା୯(ଡି.ଏନ.ଏ.)-ଗଞ୍ଜାମ ରେଳ ଷ୍ଟେଶନସ୍ଥିତ କାଇଁଚପୁର ରେଳ ଫାଟକ ରେଳ ବିଭାଗ କ୍ୟାବିନ ସମ୍ମୁଖରେ ରବିବାର ଅପରାହ୍ନ ପ୍ରାୟ ୫ଟା ୨୧ରେ ଯଶୋବନ୍ତପୁରରୁ ଭାଗଲପୁର ଯାଉଥିବା ସୁପରଫାଷ୍ଟ ଏକ୍ସପ୍ରେସ୍‌ (ନଂ.୧୨୨୫୩) ଗୋଟିଏ ମଇଁଷିକୁ ଧକ୍କା ଦେଇଥିଲା। 

ଚକାପାଦରେ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ

ଚକାପାଦରେ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ

ଶଙ୍କରାଖୋଲ,୩ା୯(ଡି.ଏନ୍‌.ଏ.)କନ୍ଧମାଳ ଜିଲା ଚକାପାଦରେ ଥିବା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଆଶ୍ରମରେ ରବିବାର ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୦ମ ଶ୍ରାଦ୍ଧବାର୍ଷିକୀ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ସ୍ବାମିଜୀଙ୍କ ଉତ୍ତରାଧିକାରୀ ସ୍ବାମୀ ସଚ୍ଚିଦାନନ୍ଦ ସରସ୍ବତୀଙ୍କ ତତ୍ତ୍ୱାବଧାନରେ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଥିଲା।

ହିଞ୍ଜିଳିରୁ ଆରମ୍ଭ ହେଲା ମଦମୁକ୍ତି ଓଡ଼ିଶା ପାଇଁ ଦସ୍ତଖତ ଅଭିଯାନ

ହିଞ୍ଜିଳିରୁ ଆରମ୍ଭ ହେଲା ମଦମୁକ୍ତି ଓଡ଼ିଶା ପାଇଁ ଦସ୍ତଖତ ଅଭିଯାନ

ହିଞ୍ଜିଳିକାଟୁ,୨।୯(ଡି.ଏନ୍‌.ଏ.)- ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ(ମୋନା) ପକ୍ଷରୁ ରବିବାର ମଦମୁକ୍ତ ଓଡ଼ିଶା ପାଇଁ ଦସ୍ତଖତ ଅଭିଯାନ  ହିଞ୍ଜିଳିକାଟୁରୁ ଆରମ୍ଭ ହୋଇଛି। ପୂର୍ବାହ୍ନରେ ଅଭିଯାନର ସଦସ୍ୟାସଦସ୍ୟ ମଦ ବିରୋଧୀ ସ୍ଲ୍ଳୋଗାନ ଦେଇ ନଗର ପରିକ୍ରମା କରିବା ସହ ବିଭିନ୍ନ ବ୍ୟକ୍ତିଙ୍କ ଠାରୁ ମଦମୁକ୍ତ ଓଡ଼ିଶା ଗଠନ ନିମନ୍ତେ ଦସ୍ତଖତ ଅଭିଯାନ କରାଯାଇଥିଲା।

ନାରୀ ଶଶକ୍ତିକରଣ କର୍ମଶାଳା

ନାରୀ ଶଶକ୍ତିକରଣ କର୍ମଶାଳା

ଆସିକା,୨।୯(ଡି.ଏନ୍‌.ଏ.)- ଆସିକା ବଣିକ ସଂଘ ପକ୍ଷରୁ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ଅଶୋକା ସିନେମା ହଲ୍‌ ଠାରେ ନାରୀ ସଶକ୍ତୀକରଣ ଓ ବ୍ୟବସାୟିକ କ୍ଷେତ୍ରରେ ନାରୀମାନଙ୍କ ଭୂମିକା ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।

ଅଜଣା ଗାଡି ଧକ୍କାରେ ଅଣ୍ଡିରା କୃଷ୍ଣସାର ମୃଗର ମୃତ୍ୟୁ

ଅଜଣା ଗାଡି ଧକ୍କାରେ ଅଣ୍ଡିରା କୃଷ୍ଣସାର ମୃଗର ମୃତ୍ୟୁ

ଆସିକା,୨।୯(ଡି.ଏନ୍‌.ଏ.)- ଆସିକା-ବାଲିପଦର ମୁଖ୍ୟ ରାସ୍ତାର ଭେଟନଈ ଡାକ୍ତରଖାନା ନିକଟସ୍ଥ ପାଟରାବଗଡ ଠାରେ ରବିବାର ସକାଳେ ଏକ ଅଜଣା ଗାଡି ଧକ୍କାରେ ଗୋଟିଏ ଅଣ୍ଡିରା କୃଷ୍ଣସାର ମୃଗର ମୃତ୍ୟୁ ଘଟିଛି ା ଅଢେଇ ଫୁଟ ଉଚ୍ଚତା, ୪ ଫୁଟ ଲମ୍ବା ଓ ଦେଢ ଫୁଟ ଲେଖାଏଁ ସିଂଘ ଥିବା କୃଷ୍ଣସାରଟିର ବୟସ ପ୍ରାୟ ୮ ବର୍ଷ ହେବ ବୋଲି ଅନୁମାନ କରାଯାଇଛି।

ଗୁରୁ ଦିବସକୁ କଳାଦିବସ ଭାବେ ପାଳିବାକୁ ମିଳିତ ଶିକ୍ଷକ ମଞ୍ଚର ନିଷ୍ପତ୍ତି

ଗୁରୁ ଦିବସକୁ କଳାଦିବସ ଭାବେ ପାଳିବାକୁ ମିଳିତ ଶିକ୍ଷକ ମଞ୍ଚର ନିଷ୍ପତ୍ତି

ପୋଲସରା,୨।୯(ଡି.ଏନ.ଏ.)- ଗଞ୍ଜାମ ଜିଲା ପୋଲସରା ସହରସ୍ଥିତ ଆଞ୍ଚଳିକ ମହିଳା ମହାବିଦ୍ୟାଳୟ ପରିସରରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପୋଲସରା ଶାଖା ପକ୍ଷରୁ ଶନିବାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା।

କେରଳ ବନ୍ୟା ପ୍ରପିଡ଼ିତଙ୍କୁ ସହାୟତା

ବୁଗୁଡ଼ା,୨।୯(ଡି.ଏନ.ଏ.)-ବୁଗୁଡ଼ା ବ୍ଲକର ବିଭିନ୍ନ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ଠାରୁ ୮୧ ହଜାର ୫୦୦ ଟଙ୍କା ସଂଗ୍ରହ କରାଯାଇ କେରଳ ବନ୍ୟା ବିପନ୍ନଙ୍କ ସାହାଯ୍ୟ ନିମନ୍ତେ ସ୍ଥାନୀୟ ବିଇଓ ରସାନନ୍ଦ କରଙ୍କ ଠାରେ ଜମା କରାଯାଇଥିଲା। ପରେ ଉକ୍ତ ଅର୍ଥକୁ ଡିଇଓ ସନାତନ ପଣ୍ଡାଙ୍କ ମାଧ୍ୟମରେ ଜିଲା ରେଡକ୍ରସ ପାଣ୍ଠିକୁ ପ୍ରଦାନ କରାଯାଇଛି।

ଇଂଲିଶ ଭାଷାରେ ଭାରତୀୟ କବିତା ଶୀର୍ଷକ ଆଲୋଚନାଚକ୍ର

ଇଂଲିଶ ଭାଷାରେ ଭାରତୀୟ କବିତା ଶୀର୍ଷକ ଆଲୋଚନାଚକ୍ର

ଦିଗପହଣ୍ଡି,୨।୯(ଡି.ଏନ.ଏ.)- ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଇଂଲିଶ ବିଭାଗ ପକ୍ଷରୁ ଇଂଲିଶ ଭାଷାରେ ଭାରତୀୟ କବିତା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ଅଧ୍ୟାପିକା ପ୍ରତିଭା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ କଙ୍କୋରଡ଼ା କଲେଜ ଇଂଲିଶ ଅଧ୍ୟାପକ ଡ଼. ସନ୍ତୋଷ କୁମାର ପାଢ଼ୀ ମୁଖ୍ୟଅତିଥି ଏବଂ ଖେମୁଣ୍ଡି କଲେଜ ଅଧ୍ୟକ୍ଷ ମୁରଲୀଧର ପ୍ରଧାନ, ଅଧ୍ୟାପକ ହର୍ଷଚନ୍ଦ୍ର ରଥ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଛାତ୍ରୀ ତପସ୍ବିନି ପାତ୍ର, ଆରତୀ ପାତ୍ର, ପୂଜା ଦୋରା, ଝୁମୁରି ଜେନା, ଲକ୍ଷ୍ମୀ ନାୟକ, ଛାତ୍ର ଯୁବରାଜ ଗୌଡ଼, ନୀଳମାଧବ ପ୍ରଧାନ, ତୋଫାନ ସେଠୀ ପ୍ରମୁଖ ବହୁ ଛାତ୍ରୀଛାତ୍ର ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ପାଠଚକ୍ର ସମ୍ପାଦକ ଶୁଭ୍ରାଂଶୁ ଶେଖର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ନବାଗତ ଛାତ୍ରୀଛାତ୍ରମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ମହିଳାଙ୍କୁ ଆକ୍ରମଣ ସହ ଲୁଟ୍‌ ମାମଲା: ଜେଲ ଗଲେ ଅଭିଯୁକ୍ତ

ମହିଳାଙ୍କୁ ଆକ୍ରମଣ ସହ ଲୁଟ୍‌ ମାମଲା: ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି, ୨।୯ (ଡି.ଏନ୍‌.ଏ.):  ଦିଗପହଣ୍ଡି ପୋଲିସ ରବିବାର ଅପରାହ୍ନରେ ଗୋକବର୍ଣ୍ଣପୁର ଗ୍ରାମର ଚିନ୍ନାଇ ଆଦି ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛିି। ସେଠାରେ ଜାମିନ୍‌ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ   ଦିଗପହଣ୍ଡି ସବ୍‌ଜେଲ ପଠାଇ ଦିଆଯାଇଛି। 

ଭସାଭୀ ସପ୍ତାହ ପାଳନ

ବ୍ରହ୍ମପୁର ଅଫିସ,୨।୯: ଭସାଭୀ ବ୍ଲକ ବ୍ରହ୍ମପୁର ଏବଂ ଭାସଭୀ ଲେଡିଜ କ୍ଲବ ପକ୍ଷରୁ ଭସାଭୀ ସପ୍ତାହ ପାଳନ କରାଯାଉଛି। 

ଜନ୍ମାଷ୍ଟମୀ ଉତ୍ସବ ପାଳିତ

ଜନ୍ମାଷ୍ଟମୀ ଉତ୍ସବ ପାଳିତ


ପୁରୁଷୋତ୍ତମପୁର, ୨। ୯ (ଡି.ଏନ.ଏ.) : ଗଞ୍ଜମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭୀମପୁର ଗ୍ରାମରେ ଥିବା ସାରଦାବିଦ୍ୟାପୀଠରେ ରବିବାର ସକାଳୁ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି।

ବସ୍‌ ଓଲଟି ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ବସ୍‌ ଓଲଟି ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ଆସିକା,୨ା୯(ଡି.ଏନ୍‌.ଏ.)-ଗାଙ୍ଗପୁର ଥାନା କଣ୍ଟେଇପଲ୍ଲୀ ସୋରଡ଼ା ରାସ୍ତାର ବଡ଼ ବୋରସିଙ୍ଗି ନିକଟରେ ଶନିବାର ରାତ୍ରି ପ୍ରାୟ ସାଢ଼େ ୭ରେ ଏକ ବସ୍‌ ଓଲଟି ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ଭଞ୍ଜନଗର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଛାତ୍ରୀଙ୍କୁ ଅସଦ୍‌ବ୍ୟବହାର ଅଭିଯୋଗରେ ୩ ଗିରଫ

ଛାତ୍ରୀଙ୍କୁ ଅସଦ୍‌ବ୍ୟବହାର ଅଭିଯୋଗରେ ୩ ଗିରଫ

ଗୋପାଳପୁର,୨ା୯- ଜଣେ ଛାତ୍ରୀଙ୍କୁ ଅସଦ୍‌ ବ୍ୟବହାର ଅଭିଯୋଗରେ ୩ ଯୁବକଙ୍କୁ ଗୋଳନ୍ଥରା ଥାନା ପୋଲିସ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ସୋରଳ ଗ୍ରାମ ବଡ଼ସାହିର ଟିଟୁ ବେହେରା, କେଶବ ଚନ୍ଦ୍ର ବେହେରା ଓ ରିଙ୍କୁ ବେହେରା।

ବ୍ରହ୍ମପୁରରେ ତମନ୍ନା, ଅର୍ଦ୍ଧେନ୍ଦୁ, ଆହାନାଙ୍କ ଫିଲ୍ମ ପ୍ରମୋଶନ

ବ୍ରହ୍ମପୁରରେ ତମନ୍ନା, ଅର୍ଦ୍ଧେନ୍ଦୁ, ଆହାନାଙ୍କ ଫିଲ୍ମ ପ୍ରମୋଶନ

ବ୍ରହ୍ମପୁର ଅଫିସ,୨ା୯-ଶୁକ୍ରବାର ପ୍ରେକ୍ଷାଳୟକୁ ଆସିଛି ଓଡିଆ ଚଳଚ୍ଚିତ୍ର ବ୍ଲାକମେଲ। ଫିଲ୍ମ ରିଲିଜର ଦିନକପରେ ବ୍ରହ୍ମପୁରରେ ଫିଲ୍ମ ପ୍ରମୋଶନ ପାଇଁ ପହଞ୍ଚିଛନ୍ତି ଚଳଚ୍ଚିତ୍ର  ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଅର୍ଦ୍ଧେନ୍ଦୁ  ସୁନ୍ଦର ସାହୁ, ଅଭିନେତ୍ରୀ ତମନ୍ନା ବ୍ୟାସ, ଅଭିନେତ୍ରୀ ଆହାନା ବରାଳ। 

ପୋଲସରାରେ ସ୍ବାୟତ୍ତ ଶାସନ ଦିବସ

ପୋଲସରାରେ ସ୍ବାୟତ୍ତ ଶାସନ ଦିବସ

ପୋଲସରା,୨ା୯(ଡି.ଏନ.ଏ.)-ପୋଲସରା ଏନଏସିରେ ସ୍ବାୟତ୍ତ ଶାସନ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ପ୍ରଭାତ ଫେରି ସହ କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ, ସ୍ବାସ୍ଥ୍ୟକେନ୍ଦ୍ରରେ ଫଳ ବଣ୍ଟନ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ଡ୍ରେସ ବଣ୍ଟନ କରାଯାଇଥିଲା।

ଡକାୟତି ମାମଲାର ପର୍ଦ୍ଦାଫାଶ: ୫ ଗିରଫ

ଡକାୟତି ମାମଲାର ପର୍ଦ୍ଦାଫାଶ: ୫ ଗିରଫ

ଆସିକା (ଡି.ଏନ୍‌.ଏ)/କବିସୂର୍ଯ୍ୟନଗର,୨ା୯ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ପଥର - ଷଣ୍ଢମରା ରାସ୍ତାରେ ୧୬ ତାରିଖରେ ବନ୍ଧୁକ ଦେଖାଇ କବିସୂର୍ଯ୍ୟନଗରର ଜଣେ ରୂପା ଅଳଙ୍କାର ବ୍ୟବସାୟୀଙ୍କଠାରୁ ଲୁଟ ଘଟଣାର ପର୍ଦ୍ଦାଫାଶ ହୋଇଛି। 

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ

ଆର.ଉଦୟଗିରି,୨ା୯(ଡି.ଏନ.ଏ.)-ଗଜପତି ଜିଲା ଆର.ଉଦୟଗିରି ଗ୍ରାମର ଶିବ ମନ୍ଦର ପଡ଼ିଆରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହାକୁ ଉଦଘାଟନ କରିଥିଲେ। 

୧୦୦ ପ୍ରକଳ୍ପ ପାଇଁ ୨ କୋଟି ୪୦ଲକ୍ଷ ମଞ୍ଜୁର

୧୦୦ ପ୍ରକଳ୍ପ ପାଇଁ ୨ କୋଟି ୪୦ଲକ୍ଷ ମଞ୍ଜୁର

ରାଇକିଆ,୨ା୯(ଡ଼ି.ଏନ.ଏ)-କନ୍ଧମାଳ ଜିଲା ରାଇକିଆ କଲେଜ ପଡ଼ିଆଠାରେ ଶନିବାର ବ୍ଲକସ୍ତରୀୟ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ବ୍ଲକର ୧୨ ପଞ୍ଚାୟତରେ ୧୦୦ ପ୍ରକଳ୍ପ ପାଇଁ ୨ କୋଟି ୪୦ଲକ୍ଷ ଟଙ୍କା ଅନୁମୋଦନ କରିଥିଲେ। 

ପୂରଣ ହେଲା ମାତ୍ର ୪୨୭ ସିଟ୍‌

ପୂରଣ ହେଲା ମାତ୍ର ୪୨୭ ସିଟ୍‌

ବ୍ରହ୍ମପୁର ଅଫିସ୍‌,୨ା୯-ପ୍ରଥମ ପର୍ଯ୍ୟାୟ ନାମ ଲେଖାପରେ ଖାଲି ପଡ଼ିଥିବା ସିଟ୍‌ଗୁଡ଼ିକ ପୂରଣ ପାଇଁ ଶେଷ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲାରେ ୬୧ ମହାବିଦ୍ୟାଳୟରେ ୨୧୧୫୨ ସିଟ୍‌ ପାଇଁ ପ୍ରଥମ ପର୍ଯ୍ୟାୟ ନାମ ଲେଖା ଜୁଲାଇ ୧୩ରେ ଶେଷ ହୋଇଥିଲା। ୧୬୯୪୩ ସିଟ୍‌ ପୂରଣ ହୋଇଥିବା ବେଳେ ୪୨୨୯ ସିଟ୍‌ ଖାଲି ପଡ଼ିଥିଲା। ଫଳରେ ଶେଷ ପର୍ଯ୍ୟାୟ ନାମ ଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। 

ଡକାୟତି ମାମଲାର ପର୍ଦ୍ଦାଫାଶ ୫ ଗିରଫ: ବନ୍ଧୁକ, ଗୁଳି, ରୁପା ଅଳଙ୍କାର ଜବତ

ଡକାୟତି ମାମଲାର ପର୍ଦ୍ଦାଫାଶ ୫ ଗିରଫ: ବନ୍ଧୁକ, ଗୁଳି, ରୁପା ଅଳଙ୍କାର ଜବତ

ଆସିକା ,୧।୯ (ଡି.ଏନ୍‌.ଏ) କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ପଥର - ଷଣ୍ଢମରା ରାସ୍ତାରେ ୧୬ ତାରିଖରେ ବନ୍ଧୁକ ଦେଖାଇ କବିସୂର୍ଯ୍ୟନଗରର ଜଣେ ରୂପା ଅଳଙ୍କାର ବ୍ୟବସାୟୀଙ୍କଠାରୁ ଲୁଟ ଘଟଣାର ପର୍ଦ୍ଦାଫାଶ ହୋଇଛି ।

ସଂକୁଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ସଂକୁଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ଚିକିଟି,୧ା୯(ଡି.ଏନ.ଏ.)- ଗଞ୍ଜାମ ଜିଲା ଚିକିଟିପେଣ୍ଠସ୍ଥିତ ମିନି ଷ୍ଟାଡିୟମ୍‌ ପରିସରରେ ଦିଗପହଣ୍ଡି ସଂକୁଳ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ୨୦୧୮ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଶିଶୁ ମନ୍ଦିର ପରିଚାଳନା କମିଟିର ସଭାପତି ବୃନ୍ଦାବନ ପାଢିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଦିଗପହଣ୍ଡି ସଂକୁଳ ପ୍ରମୁଖ କିଶୋର ଚନ୍ଦ୍ର ଭୂୟାଁ ଯୋଗଦେଇ ଉଦ୍‌ଘାଟନ କରିଥିଲେ। 

ଜି.ଉଦୟଗିରିରେ ସ୍ବାୟତ୍ତ ଶାସନ ଦିବସ ପାଳିତ

ଜି.ଉଦୟଗିରିରେ ସ୍ବାୟତ୍ତ ଶାସନ ଦିବସ ପାଳିତ

ଜି.ଉଦୟଗିରି,୧। ୯(ଡି.ଏନ.ଏ.)- ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଶୁକ୍ରବାର ସନ୍ଧ୍ୟାରେ ଟାଉନ ହଲ ଠାରେ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଭୁବନେଶ୍ୱରର ଅଧ୍ୟକ୍ଷା ଲତିକା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। 

ବୈଜ୍ଞାନିକ ଶେଷ କିସାନଙ୍କ କଥା ଶୁଣିଲେ ଛାତ୍ରୀଛାତ୍ର

ବୈଜ୍ଞାନିକ ଶେଷ କିସାନଙ୍କ କଥା ଶୁଣିଲେ ଛାତ୍ରୀଛାତ୍ର

ଛତ୍ରପୁର,୧ା୯(ଡି.ଏନ.ଏ): ସମ୍ବଲପୁର ଅଞ୍ଚଳର ରସାୟନ ବିଜ୍ଞାନୀ ଶେଷ କିସାନଙ୍କ କର୍ମମୟ ଜୀବନ କାହାଣୀ ଶନିବାର ଭିଡିଓ କନଫେରେସିଂ ଜରିଆରେ ସ୍କୁଲ ଛାତ୍ରୀଛାତ୍ରମାନେ ଶୁଣିଛନ୍ତି। ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଓସ୍ବାନ୍‌ ଭିଡିଓ କନଫେରେସିଂ ହଲ୍‌ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।