ବ୍ରହ୍ମପୁର

ବାଡିରେ ଗୋରୁ ପଶିବାକୁ ନେଇ ଗଣ୍ଡଗୋଳ, ଜଣେ ଗିରଫ

ଚିକିଟି,୭।୭(ଡି.ଏନ.ଏ.)- କେ.ନୂଆଗାଁ ଥାନା ନୂଆପଡା ଫାଣ୍ଡି ସାନକେଳାଝୁରି ଗ୍ରାମରେ ଗୁରୁବାର ଅପରାହ୍ନରେ ବାଇଗଣ ବାଡିରେ ଗୋରୁ ପଶିବାକୁ ନେଇ ଗଣ୍ଡଗୋଳ ଘଟଣାରେ ଶନିବାର ପୋଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ଉକ୍ତ ଗ୍ରାମର ସନ୍ତୋଷ ଗୌଡ(୩୦)।

୧୫୩ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟମିତ ମାନ୍ୟତା

୧୫୩ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟମିତ ମାନ୍ୟତା

ସୋରଡା,୭।୭(ଡି.ଏନ୍‌.ଏ.)- ସୋରଡା ବ୍ଲକର ୨୬ ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ୧୫୩ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଶୁକ୍ରବାର ନିୟମିତ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏନେଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଯୋଗ ଦେଇ ନିୟମିତ ପତ୍ର ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଧାନଶିକ୍ଷକ ବସନ୍ତ କୁମାର ପଣ୍ଡା, ବ୍ଲକ ଶିକ୍ଷାଅଧିକାରୀ ବିଭୂତି ଭୂଷଣ ବେହେରା, ଏବିଇଓ ଅଭିମନ୍ୟୁ ସାହୁ ଯୋଗ ଦେଇଥିଲେ। ଶିକ୍ଷକ କାହ୍ନୁଚରଣ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ମେଳାକୁ ହଜାରୀ ସେଠୀ ପରିଚାଳନା କରିଥିଲେ।

ଆଶାକର୍ମୀଙ୍କୁ ଷ୍ଟାଫନର୍ସଙ୍କ ଦୁର୍ବ୍ୟବହାର ଅଭିଯୋଗ

କୋଦଳା, ୭।୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଆଶା କର୍ମୀଙ୍କୁ ଷ୍ଟାଫନର୍ସ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ଆଶାକର୍ମୀ ବିପିଓଙ୍କ ଜରିଆରେ ଅଭିଯୋଗପତ୍ର ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ପଠାଇଛନ୍ତି।

ପୁରୁଷୋତ୍ତମପୁର କୋର୍ଟ ପକ୍ଷରୁ ବନ ମହୋତ୍ସବ

ପୁରୁଷୋତ୍ତମପୁର କୋର୍ଟ ପକ୍ଷରୁ ବନ ମହୋତ୍ସବ

ପୁରୁଷୋତ୍ତମପୁର,୭।୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବନ ମହୋତ୍ସବ କାର୍ଯ୍ୟକ୍ରମ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ତଥା ବିଚାରପତି ଅନ୍ନପୂର୍ଣ୍ଣା ଷଡଙ୍ଗୀ ଯୋଗ ଦେଇ କୋର୍ଟ ପରିସରରେ ବିଭିନ୍ନ ପ୍ରକାର ଚାରା ରୋପଣ କରିଥିଲେ। କୋର୍ଟ କର୍ମଚାରୀ ପ୍ରଶାନ୍ତ କୁମାର ପାଢୀ, ମାମୁନି ବେହେରା, ମମତାମଞ୍ଜରୀ ମହାପାତ୍ର, ଗଗନ ପାଣିଗ୍ରାହୀ, ପ୍ରସନ୍ନ କୁମାର ବେହେରା, ଫରେଷ୍ଟର ବିଜୟ କୁମାର ବେହେରା, ଫରେଷ୍ଟଗାର୍ଡ ଲିଜାରାଣି ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ ଓ ସମସ୍ତ ଓକିଲ ଉପସ୍ଥିତ ଥିଲେ।

ତୁରନ୍ତ ଘର ପ୍ରଦାନ ଦାବିରେ ଲୋକଶକ୍ତି ଅଭିଯାନ ପକ୍ଷର ଧାରଣା

ତୁରନ୍ତ ଘର ପ୍ରଦାନ ଦାବିରେ ଲୋକଶକ୍ତି ଅଭିଯାନ ପକ୍ଷର ଧାରଣା

ବ୍ରହ୍ମପୁର ଅଫିସ,୭।୭: ଆବାସ ଯୋଜନାରେ ତୁରନ୍ତ ଘର ପ୍ରଦାନ ଦାବିରେ ବ୍ରହ୍ମପୁର ବିଧାୟକଙ୍କ ବାସଭବନ ସମ୍ମୁଖରେ ଲୋକଶକ୍ତି ଅଭିଯାନ ପକ୍ଷରୁ ଗଞ୍ଜାମ ସଭାପତି ମଧୁସୂଦନ ସେଠୀଙ୍କ ଅଧ୍ୟକ୍ଷତାରେ ଶନିବାର ଧାରଣା ଦିଆଯାଇଥିଲା। ସହରରେ ବାସ କରୁଥିବା ବସ୍ତି ବାସିନ୍ଦାଙ୍କ ଆବାସ ଯୋଜନାରେ ଘର ମିଳୁନାହିଁ।

ଶେରଗଡ଼ରେ ପ୍ରସ୍ତାବିତ କୋର୍ଟର ଜମି ପରିଦର୍ଶନରେ ହାଇକୋର୍ଟ ବିଚାରପତି

ଶେରଗଡ଼ରେ ପ୍ରସ୍ତାବିତ କୋର୍ଟର ଜମି ପରିଦର୍ଶନରେ ହାଇକୋର୍ଟ ବିଚାରପତି

ଶେରଗଡ଼,୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ରେ ମାଜିଷ୍ଟ୍ରେଟ୍‌ କୋର୍ଟ ପ୍ରତିଷ୍ଠା ହୋଇ ସାରିଛି। ମାତ୍ର ଏହାର ନିଜସ୍ବ ଗୃହ ନାହିଁ। ଏଣୁ ନିଜସ୍ବ କୋର୍ଟ ନିର୍ମାଣ ନିମନ୍ତେ ଜିଲା ପ୍ରଶାସନ ଓ ତହସିଲକୁ ୩ ଏକର ଜମି ପ୍ରଦାନ ପାଇଁ ନ୍ୟାୟାଳୟ ପକ୍ଷରୁ ନିର୍ଦ୍ଦେଶ ହେବା ପରେ ପରିଆଣି ଗ୍ରାମ ନିକଟ ପାହାଡ଼କୁ ଲାଗି ଥିବା ଜମିକୁ କୋର୍ଟ ହେବା ପାଇଁ ବଛାଯାଇଛି। ଶନିବାର ହାଇକୋର୍ଟ ବିଚାରପତି ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ, ଜିଲା ଦୌରାଜଜ୍‌ ବିଭୁ ପ୍ରସାଦ ରାଉତରାୟ ଉକ୍ତ ସ୍ଥାନରେ ପହଞ୍ଚି ଜାଗା ବୁଲି ଦେଖିଥିଲେ।

ଶେରଗଡ଼ ରଥଯାତ୍ରା: ତୃତୀୟ ସମନ୍ବୟ ବୈଠକ ଶେଷ

ଶେରଗଡ଼ ରଥଯାତ୍ରା: ତୃତୀୟ ସମନ୍ବୟ ବୈଠକ ଶେଷ

ଶେରଗଡ଼,୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ରଥଯାତ୍ରା ନିମନ୍ତେ ତୃତୀୟ ସମନ୍ବୟ ବୈଠକ ଶୁକ୍ରବାର ରାତିରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଶେରଗଡ଼ ରାଜା ପୂର୍ଣ୍ଣଚନ୍ଦ୍ର ସିଂହଦେଓ ଅଧ୍ୟକ୍ଷତା କରିଥିଲେ।

ତତଡ଼ାପଲ୍ଲୀ ଗ୍ରାମରେ ଗୋଷ୍ଠୀ ସଂଘର୍ଷ: ବୋମାମାଡ଼ରେ ୮ ଆହତ, ୧୦ ଅଟକ

ତତଡ଼ାପଲ୍ଲୀ ଗ୍ରାମରେ ଗୋଷ୍ଠୀ ସଂଘର୍ଷ: ବୋମାମାଡ଼ରେ ୮ ଆହତ, ୧୦ ଅଟକ

ବ୍ରହ୍ମପୁର ଅଫିସ,୭।୭: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଳନ୍ଥରା ଥାନା ଅନ୍ତର୍ଗତ ତତଡାପଲ୍ଲୀ ଗ୍ରାମରେ ଶନିବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଉଭୟ ଗୋଷ୍ଠୀର ୮ଜଣ ଆହତ ହୋଇଛନ୍ତି।

କାନ୍ଥ ପଡି ଯୁବତୀ ଗୁରୁତର

ଆସିକା,୭ା୭(ଡି.ଏନ୍‌.ଏ): ଆସିକା ବ୍ଲକ ଚଢିଆପଲ୍ଲୀ ପଞ୍ଚାୟତ ତୁମ୍ବାଠେଙ୍ଗା ପଲ୍ଲୀରେ ଶୁକ୍ରବାର ଘର କାନ୍ଥ ଭୁଶୁଡି ପଡିବାରୁ ଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଉକ୍ତ ଗ୍ରାମର ପିଙ୍କି ସ୍ବାଇଁ। ଚିକିତ୍ସା ଲାଗି ତାଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପରାହ୍ନ ୩ଟାରୁ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ଆସିକା ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଯୁବତୀ ଜଣକ ରୋଷେଇ ଘରେ ଥିବା ବେଳେ କାନ୍ଥ ଭୁଶୁଡ଼ି ପଡିଥିଲା।

ଭଞ୍ଜନଗର ବସ୍‌ଷ୍ଟାଣ୍ଡରେ ଫୁଟିଲା ଗୁଳି

ଭଞ୍ଜନଗର ବସ୍‌ଷ୍ଟାଣ୍ଡରେ ଫୁଟିଲା ଗୁଳି

ଭଞ୍ଜନଗର,୭।୭(ଡି.ଏନ.ଏ.)- ଭଞ୍ଜନଗର ଅସ୍ଥାୟୀ ବସ୍‌ଷ୍ଟାଣ୍ଡରେ ଶୁକ୍ରବାର ରାତି ପ୍ରାୟ ୯ଟାରେ ଗୁଳିକାଣ୍ଡ ହୋଇଛି। ଚାକୁଣ୍ଡାପଲ୍ଲୀର କାହ୍ନୁ ଗୌଡ଼ ଓ ତାଙ୍କର ଜଣେ ସାଙ୍ଗ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଗୁଳିକାଣ୍ଡରେ ସମ୍ପୃକ୍ତ ୩ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ପୋଲିସ ଚିହ୍ନଟ କରିଛି। ଖବରଲେଖା ଯିବା ପର୍ଯ୍ୟନ୍ତ ସେମାନଙ୍କ ପିଛା କରୁଥିବା ଜଣାପଡ଼ିଛି। ଭଞ୍ଜନଗର ଏସ୍‌ଡ଼ିପିଓ ଉତ୍କଳ କେଶରୀ ଦାସ ଓ ଅନ୍ୟ ପୋଲିସ କର୍ମଚାରୀ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଏଥିସହ ପୋଲିସ ଘଟଣାସ୍ଥଳରୁ ଗୋଟିଏ ଗୁଳି ଓ ଗୋଟିଏ ଖୋକା ଜବତ କରିଛି। କିଛିଦିନର ନୀରବତା ପରେ ପୁଣି ଭଞ୍ଜନଗର ସହରରେ ଗୁଳି ଫୁଟିବାକୁ ନେଇ ସହରବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପ୍ରକାଶଯେ କାହ୍ନୁ ଶୁକ୍ରବାର ରାତିରେ ତାଙ୍କ ଭାଇଙ୍କୁ ବସ୍‌ଷ୍ଟାଣ୍ଡରୁ ନେବା ପାଇଁ ଆସିଥିଲେ।

ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ମାମଲା, ୮ ଗିରଫ

ଭଞ୍ଜନଗର,୭।୭(ଡି.ଏନ.ଏ.)- ଭଞ୍ଜନଗର ଥାନା ଭାଲିଆଖାଇ ଛକରେ ବୁଧବାର ରାତିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ମାମଲାରେ ପୋଲିସ ଶୁକ୍ରବାର ଉଭୟ ପରିବାରରୁ ୮ଜଣଙ୍କୁ ଗିରଫ କରଛି। ସମସ୍ତ ଅଭିଯୁକ୍ତଙ୍କୁ ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି। ଦଣ୍ଡାସି ଗୌଡ଼ଙ୍କ ଏତଲାକୁ ଭିତ୍ତିକରି ପ୍ରତିପକ୍ଷର ୪ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ଅରକ୍ଷିତ ଗୌଡ଼ଙ୍କ ଏତଲାକୁ ଭିତ୍ତିକରି ୪ ଜଣଙ୍କୁ ଗିରଫ କରାଯାଇଛି। ପ୍ରକାଶ ଯେ, କୁଶପଲ୍ଲୀରେ ବିବାହ କରିଥିବା ଡ଼ୁମାକୁମ୍ପାର ଦଣ୍ଡାସିଙ୍କ ଝିଅଙ୍କର ଅରକ୍ଷିତଙ୍କ ପରିବାର ସହ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଖବରପାଇ ଦଣ୍ଡାସି ଓ ତାଙ୍କ ପୁଅ ଗନ୍ଧର୍ବ ରାତିରେ କୁଶପଲ୍ଲୀକୁ ଯାଉଥିଲେ। ଭାଲିଆଖାଇ ନିକଟରେ ଅରକ୍ଷିତଙ୍କ ସହ ସେମାନଙ୍କର ମୁହଁାମୁହିଁ ହୋଇଥିଲା। ଏହାପରେ ଉଭୟ ଗୋଷ୍ଠୀ ମଧ୍ୟରେ ସେଠାରେ ସଂଘର୍ଷ ହୋଇଥିଲା। ଏଥିରେ ଦୁଇ ପକ୍ଷର ୪ଜଣ ଆହତ ହୋଇଥିଲେ। ଉଭୟପକ୍ଷଙ୍କ ଏତଲାକୁ ଭିତ୍ତିକରି ପୋଲିସ ଦୁଇଟି ମାମଲା ରୁଜୁ କରିଥିଲା।

ସମ୍ପତ୍ତି ପାଇଁ ମହିଳାଙ୍କୁ ଆକ୍ରମଣ: ବାପ, ପୁଅ ଜେଲ୍‌ ଗଲେ

ଦିଗପହଣ୍ଡି,୭ା୭(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ଜଣେ ମହିଳାଙ୍କୁ ଆକ୍ରମଣ, ଅସଦାଚରଣ କରାଯାଇଥିବା ମାମଲା (ନଂ. ୧୧୪/୧୮)ରେ ଶୁକ୍ରବାର ଦିଗପହଣ୍ଡି ପୋଲିସ ଅଭିଯୁକ୍ତ ଦେବରାଜ ବିଶୋୟୀ ଓ ତାଙ୍କ ପୁଅ ଦୀପକଙ୍କୁ ଗିରଫ କରିଛି।ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିଲା।ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଦିଗପହଣ୍ଡି ସବଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ପୋଲିସ ସୂତ୍ରରୁ ପ୍ରକାଶ, ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଜମି ବଣ୍ଟାକୁ ନେଇ ତ୍ରିନାଥ ବିଶୋୟୀଙ୍କ ୩ ପୁଅଙ୍କ ମଧ୍ୟରେ ଲାଗିଥିବା ବାଦବିବାଦ ଉଗ୍ରରୂପ ନେଇଥିଲା। ଅଭିମନ୍ୟୁ, ସ୍ତ୍ରୀ ଭାନୁମତିଙ୍କ ସମେତ ପୁଅ ହିମାଂଶୁ ଓ ହେରମ୍ବଙ୍କୁ ସଂଘବଦ୍ଧ ଭାବେ ତାଙ୍କ ସମ୍ପର୍କୀୟମାନେ ଆକ୍ରମଣ କରିଥିଲେ। ଗ୍ରାମ ଭଦ୍ରଲୋକଙ୍କ ଉପସ୍ଥିତିରେ ପାରିବାରିକ ବିବାଦର ସମାଧାନ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ଉଭୟ ପକ୍ଷ ନିଜ ନିଜ ଜିଦରେ ଅଟଳ ରହିଥିଲେ। ଅଭିମନ୍ୟୁ ଏ ନେଇ ଗୁରୁବାର ରାତିରେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।

ବେଆଇନ କ୍ଲିନିକରେ ସରକାରୀ ଔଷଧ

ବେଆଇନ କ୍ଲିନିକରେ ସରକାରୀ ଔଷଧ

ପୁରୁଷୋତ୍ତମପୁର, ୭ା୭ (ଡି.ଏନ.ଏ.)- ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ଗ୍ରାମରେ ବେଆଇନ କ୍ଲିନିକ୍‌ ଖୋଲାଯାଇ ରୋଗୀମାନଙ୍କୁ ଶୋଷଣ କରାଯାଇଥିବା ଅଭିଯୋଗ ପରେ ଶୁକ୍ରବାର ତହସିଲଦାର ଡ. ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ର, ଛତ୍ରପୁର ଡ୍ରଗ୍ସ ଇନ୍ସପେକ୍ଟର ଧର୍ମଦେବ ପୁହାଣ, ପୁରୁଷୋତ୍ତମପୁର ଥାନା ଏସଆଇ ସନାତନ ବେହେରା ଓ କର୍ମଚାରୀ ସୁନାଥର ଗ୍ରାମରେ ଏକ ବେଆଇନ କ୍ଲିନିକ ଉପରେ ଅତର୍କିତ ଚଢାଉ କରିଥିଲେ। କ୍ଲିନିକ ମାଲିକଙ୍କୁ ତହସିଲଦାର କାବୁ କରିଥିଲେ। ସୁନାଥର ଗ୍ରାମରେ ସେହି ଗ୍ରାମର ଅବସରପ୍ରାପ୍ତ ପଶୁ ଚିକିତ୍ସକ (ଏଲ.ଆଇ) ସୁରେଶ ଚନ୍ଦ୍ର ପଣ୍ଡା ଦୀର୍ଘ ୫ ବର୍ଷ ହେଲା ନିଜ ଘର ମଧ୍ୟରେ ଚିକିତ୍ସା ଚଲାଇଥିଲେ।

ପାଇଖାନା, ଆବାସ ନିର୍ମାଣ ଲକ୍ଷ୍ୟ ପୂରଣ ନିର୍ଦ୍ଦେଶ

ପାଇଖାନା, ଆବାସ ନିର୍ମାଣ ଲକ୍ଷ୍ୟ ପୂରଣ ନିର୍ଦ୍ଦେଶ

ଛତ୍ରପୁର,୭।୭(ଡି.ଏନ.ଏ.)-ଗଞ୍ଜାମ ଜିଲା ସହରାଞ୍ଚଳ ସଂସ୍ଥା (ଡୁଡା)ର ଏକ ସମୀକ୍ଷା ବୈଠକ ଶୁକ୍ରବାର ଛତ୍ରପୁରସ୍ଥିତ ଡିଆର୍‌ଡିଏ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ଅଧ୍ୟକ୍ଷତା କରିଥିଲେ। ବୈଠକରେ ମଧୁବାବୁ ପେନସନ୍‌ ଯୋଜନା ଓ ଜାତୀୟ ସାମାଜିକ ସହାୟତା ଯୋଜନା ଉପରେ ଆଲୋଚନା ହୋଇଥିଲା। ଏହି ପରିପ୍ରେକ୍ଷୀରେ ଜିଲାର ପ୍ରତି ଏନ୍‌ଏସି ଓ ମ୍ୟୁନିସିପାଲିଟିରେ ଆଧାର ଲିଙ୍କ୍‌ କାର୍ଯ୍ୟ ୭ ଦିନ ମଧ୍ୟରେ ସାରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଚିଳତବର୍ଷ ସୁଦ୍ଧା ସମସ୍ତ ଏନ୍‌ଏସିି ଓ ମ୍ୟୁନିସିପାଲିଟିର ୬୦ ବର୍ଷରୁ ଊର୍ଦ୍ଧ୍ୱ ଓ ୮୦ ବର୍ଷରୁ କମ୍‌ ବୟସର ହିତାଧିକାରୀଙ୍କୁ ମାସିକ ୩୦୦ ଟଙ୍କା ଲେଖାଏ ଏବଂ ୮୦ ବର୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ମାସିକ ୫୦୦ ଟଙ୍କା ଲେଖାଏ ମିଳିବ। ମଧୁବାବୁ ପେନସନ୍‌ ଯୋଜନା ଓ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନା ବାବଦରେ ୬୫ ହଜାର ୭୨୧ ଜଣଙ୍କୁ ଦେବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ୪୩ ହଜାର ୮୨୭ ଜଣଙ୍କୁ ଏହା ବଣ୍ଟନ ହୋଇଛି।

ଛତ୍ରପୁର ଥାନାର କାର୍ଯ୍ୟ ଉପରେ ଏସ୍‌ପି ଅସନ୍ତୁଷ୍ଟ

ଛତ୍ରପୁର ଥାନାର କାର୍ଯ୍ୟ ଉପରେ ଏସ୍‌ପି ଅସନ୍ତୁଷ୍ଟ

ଛତ୍ରପୁର, ୭।୭(ଡି.ଏନ.ଏ.):ଗଞ୍ଜାମ ପୋଲିସ ଜିଲା ଏସ୍‌ପି ବ୍ରିଜେଶ କୁମାର ରଏ ଶୁକ୍ରବାର ଛତ୍ରପୁର ଥାନା ପରିଦର୍ଶନରେ ଆସିଥିଲେ। ଥାନା ଅଧିକାରୀଙ୍କ ପ୍ରକୋଷ୍ଠରେ ବସି ଏସ୍‌ପି ରଏ ବିଭିନ୍ନ କାଗଜପତ୍ର ଓ ଫାଇଲ ଦେଖିଥିଲେ। ଛତ୍ରପୁର ଥାନା ପୋଲିସର କାର୍ଯ୍ୟଧାରା ନେଇ ଏସ୍‌ପି ଅସନ୍ତୁଷ୍ଟ ହୋଇଥିବା ଜଣାପଡିଛି। ଏଥିରେ ସୁଧାର ଆଣିବାକୁ ନିର୍ଦ୍ଦେଶ ଦେବା ସହ ଥାନାର କର୍ମଚାରୀଙ୍କୁ ଏସ୍‌ପି ତାଗିଦ୍‌ କରିଛନ୍ତି। ବାରମ୍ବାର ଛତ୍ରପୁର ସହରରେ ଚୋରି ହେଉଛି। ଗୋଟିଏରେ ବି ଛତ୍ରପୁର ଥାନା ପୋଲିସ ସଫଳତା ପାଇନି। ଏଥିସହ କେତେକ ଫେରାର ଅଭିଯୁକ୍ତଙ୍କୁ ପୋଲିସ ଧରିପାରିନି।

ତ୍ରୁଟି ଧରିଲେ ଅତିରିକ୍ତ ସଚିବ

ତ୍ରୁଟି ଧରିଲେ ଅତିରିକ୍ତ ସଚିବ

ବ୍ରହ୍ମପୁର ଅଫିସ୍‌,୭ା୭:ଖଲ୍ଲିକୋଟ କ୍ଲଷ୍ଟର୍‌ ବିଶ୍ୱବିଦ୍ୟାଳୟରେ ପ୍ରଫେସର ନିଯୁକ୍ତିରେ ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିଯୁକ୍ତିରେ ପ୍ରିୟପ୍ରୀତି ତୋଷଣ କରାଯାଇ ଅନେକ ଯୋଗ୍ୟ ପ୍ରାର୍ଥୀଙ୍କୁ ବାଦ୍‌ ଦିଆଯାଇଥିବା ସନ୍ଦେହ ପ୍ରକାଶ ପାଇଥିଲା। ଫଳରେ ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ପି.କେ. ଦାସ ସରଜମିନ୍‌ ତଦନ୍ତ କରିଛନ୍ତି। ତଦନ୍ତ ବେଳେ ନିଯୁକ୍ତି ପ୍ରଦାନ ପ୍ରକ୍ରିୟାରେ ତ୍ରୁଟି ଥିବା ସେ ଜାଣିବାକୁ ପାଇଛନ୍ତି।

ଆଦର୍ଶ ବିଦ୍ୟାଳୟ ଛାତ୍ରାବାସରୁ ଚୋରି

ଦିଗପହଣ୍ଡି,୬ା୭(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ଛକରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବନିର୍ମିତ ଛାତ୍ରାବାସରୁ ବହୁ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଯାଇଛି।

କୀଟନାଶକ ପିଇ ଆଦିବାସୀ ଯୁବକ ଗୁରୁତର

ଦିଗପହଣ୍ଡି,୬ା୭(ଡି.ଏନ.ଏ.)- କୀଟନାଶକ ପିଇ ଗୁରୁତର ହୋଇଥିବା ଜଣେ ଯୁବକଙ୍କୁ ପରିବାର ଲୋକେ ଶୁକ୍ରବାର ଭୋରରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଯୁବକ ଜଣକ ହେଲେ ଗଜପତି ଜିଲା ଢ଼େପାଗୁଡ଼ା ପଞ୍ଚାୟତ ଅଲରା ଗ୍ରାମର କ୍ଷେତ୍ର ପାଇକ।

ଦୁର୍ଘଟଣାରେ ଜଣେ ମୃତ

ପାତ୍ରପୁର,୬ା୭(ଡି.ଏନ୍‌.ଏ.)- ଜରଡା ଥାନା ଆମ୍ବପୁର ପଞ୍ଚାୟତ ନରସିଂହପୁର ନିକଟରେ ଶୁକ୍ରବାର ସନ୍ଧ୍ୟାରେ ବାଇକ୍‌ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଆହତ ହୋଇଛନ୍ତି।

୬୦ କୋଟିର ରାସ୍ତାକୁ ଖୋଳିଦେଲା କମ୍ପାନି

୬୦ କୋଟିର ରାସ୍ତାକୁ ଖୋଳିଦେଲା କମ୍ପାନି

ଦିଗପହଣ୍ଡି,୬ା୭(ଡି.ଏନ.ଏ.)- ଦିଗପହଣ୍ଡି-ବ୍ରହ୍ମପୁର ୩୨୬ନଂ ଜାତୀୟ ରାଜପଥର ଉଭୟ କଡ଼ର ଶତାଧିକ ସ୍ଥାନକୁ ଏକ ନିର୍ଦ୍ଦିଷ୍ଟ ଘରୋଇ ଟେଲିକମ କମ୍ପାନୀ ପକ୍ଷରୁ ବ୍ୟବସାୟିକ ସ୍ବାର୍ଥରେ ଖୋଳି ଦିଆଯାଇଛି।

ଅଭିଯୋଗ ପରେ ମେଧାବୃତ୍ତି ପାଇଲେ ଛାତ୍ର

ଅଭିଯୋଗ ପରେ ମେଧାବୃତ୍ତି ପାଇଲେ ଛାତ୍ର

ବୁଗୁଡ଼ା,୬।୭(ଡି.ଏନ.ଏ.)- ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା-୨୦୧୭ରେ ସ୍ଥାନୀୟ ନ୍ୟୁଏରା ପବ୍ଲିକ ସ୍କୁଲର ଛାତ୍ର ପ୍ରିୟଦର୍ଶନ ପରିଡ଼ା ସର୍ବୋଚ୍ଚ ନମ୍ବର ରଖି ମଧ୍ୟ ମେଧାବୃତ୍ତିରୁ ବଞ୍ଚତ୍ତ ହୋଇଥିଲେ।

ବକେୟା ଦରମା ପାଇଁ ଜିଲାପାଳଙ୍କୁ ଗୁହାରି କଲେ ସହାୟିକା

ବକେୟା ଦରମା ପାଇଁ ଜିଲାପାଳଙ୍କୁ ଗୁହାରି କଲେ ସହାୟିକା

ବୁଗୁଡ଼ା,୬।୭(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ କରଚୁଲି ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ର-୨ର ସହାୟିକା ଲକ୍ଷ୍ମୀ ବେହେରା ୨୦୧୬ ମସିହା ଜୁନ୍‌ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୪ ମାସର ଦରମା ଦୀର୍ଘଦିନ ହେଲା ପାଉନାହାନ୍ତି। ଏନେଇ ଗଞ୍ଜାମ ଜିଲାପାଳଙ୍କୁ ଲିଖିତ ଭାବେ ଉପଯୁକ୍ତ ନ୍ୟାୟ ପାଇଁ ନିବେଦନ କରିଥିବା ଜଣାପଡ଼ିଛି।

ପୁଣି ସ୍କୁଲ ପାଚେରି ଭାଙ୍ଗିଲେ ଦୁର୍ବୃତ୍ତ

ପୁଣି ସ୍କୁଲ ପାଚେରି ଭାଙ୍ଗିଲେ ଦୁର୍ବୃତ୍ତ

ଭଞ୍ଜନଗର,୬।୭(ଡି.ଏନ.ଏ.)-ଭଞ୍ଜନଗର ବ୍ଲକ ଲାଲସିଂ କାହ୍ନୁ ରାଉତ ହାଇସ୍କୁଲର ଭଗ୍ନ ଅବସ୍ଥାରେ ଥିବା ଏକ ପୁରୁଣା ପାଚେରିକୁ ଗତ ସପ୍ତାହରେ ବିଦ୍ୟାଳୟ ଫଣ୍ଡରୁ ମରାମତି କରାଯାଇଥିଲା। ଉକ୍ତ ପାଚେରୀକୁ ରାତିରେ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଥିଲେ। ପୁଣି ଥରେ ତାହାକୁ ମରାମତି କରାଯାଇଥଲା। ବାରମ୍ବାର ରାତିରେ ଦୁର୍ବୃତ୍ତ ଉକ୍ତ ପାଚେରିକୁ ଦୁର୍ବୃର୍ତ୍ତମାନେ ଭାଙ୍ଗି ଦେଉଥିବାରୁ ସ୍କୁଲ କର୍ତ୍ତୃପକ୍ଷଙ୍କ ମୁଣ୍ଡବ୍ୟଥା ବଢ଼ିଯାଇଛି । ଏ ନେଇ ପୋଲିସର ସହାୟତା ନେବେ ବୋଲି ପ୍ରଧାନ ଶିକ୍ଷକ ପ୍ରଦ୍ୟୁମ୍ନ ପ୍ରଧାନ କହିଛନ୍ତି।

କୂଅ ପାଣି ଉତ୍ତପ୍ତ ହେବା ଘଟଣା, ପରୀକ୍ଷା ପାଇଁ ଭୁବନେଶ୍ୱର ଗଲା ପାଣି

ଭଞ୍ଜନଗର,୬।୭(ଡି.ଏନ.ଏ.)-ବେଲଗୁଣ୍ଠା ବ୍ଲକ ବଡ଼ପଡ଼ା ଗଙ୍ଗାପାଣି ବଞ୍ଜରର ଏକ କୂଅର ଉତ୍ତପ୍ତ ପାଣିକୁ ଶୁକ୍ରବାର ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି। ଅନ୍ୟପକ୍ଷରେ ମଧ୍ୟାହ୍ନରେ କୂଅରୁ କିଛି ସମୟ ପାଇଁ ଧୂଅଁା ବାହାରିଥିଲା।