ବ୍ରହ୍ମପୁର

୧୦୦ ପ୍ରକଳ୍ପ ପାଇଁ ୭.୮୦କୋଟି ମଞ୍ଜୁର

୧୦୦ ପ୍ରକଳ୍ପ ପାଇଁ ୭.୮୦କୋଟି ମଞ୍ଜୁର

ଖଜୁରିପଡା,୫ା୧(ଡି.ଏନ୍‌.ଏ.) - ଖଜୁରିପଡା ବ୍ଲକରେ ଶୁକ୍ରବାର ଆମ ଗଁା ଆମ ବିକାଶ କାର୍ଯ୍ୟକ୍ରମ ପିରିକୁଡି ପଞ୍ଚାୟତଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉପସ୍ଥିତ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ ଓ ଜନସାଧାରଣଙ୍କ ସହ କଥା ହୋଇଥିଲେ। 

ଆରମ୍ଭ ହେବ ସ୍ମାର୍ଟ କ୍ଲାସ୍‌: ୟୁଟ୍ୟୁବ୍‌ରେ ପଢାଯିବ ପାଠ

ଆରମ୍ଭ ହେବ ସ୍ମାର୍ଟ କ୍ଲାସ୍‌: ୟୁଟ୍ୟୁବ୍‌ରେ ପଢାଯିବ ପାଠ

ଛତ୍ରପୁର,୫ା୧(ଡି.ଏନ.ଏ.)- ଗଞ୍ଜାମ ଜିଲାରେ ଓଡ଼ିଆ ସ୍କୁଲ ଛାତ୍ରୀଛାତ୍ରମାନଙ୍କ ପାଇଁ ସ୍ମାର୍ଟ କ୍ଲାସ୍‌ କାର୍ଯ୍ୟକ୍ରମ ଆରମ୍ଭ ହେବ। ୟୁଟ୍ୟୁବ୍‌ ଜରିଆରେ ଛାତ୍ରୀଛାତ୍ର ପାଠ୍ୟ ବିଷୟ ସମ୍ପର୍କିତ ନିଜର ସନ୍ଦେହ ଦୂର କରିପାରିବେ। 

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ

ଆସିକା,୫ା୧(ଡି.ଏନ୍‌.ଏ.)- ଆସିକାର ପୂର୍ବତନ ସ୍ବାଧୀନ ବିଧାୟକ ସରୋଜ କୁମାର ପାଢୀ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇଥିବା ଆସିକା ଚିନିଶିଳ୍ପ ଅତିଥି ଭବନଠାରେ ଶୁକ୍ରବାର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। 

ବିଜେଡି କ୍ଷମତାରେ ରହିବାର ଅଧିକାର ହରାଇଛି : ନିରଞ୍ଜନ

ବିଜେଡି କ୍ଷମତାରେ ରହିବାର ଅଧିକାର ହରାଇଛି : ନିରଞ୍ଜନ

ଦିଗପହଣ୍ଡି/ ପାଟପୁର,୫ା୧(ଡି.ଏନ.ଏ.)- ରାଜ୍ୟରେ କ୍ଷମତାସୀନ ବିଜେଡି ସରକାର ସାଧାରଣ ଲୋକଙ୍କ ବିଶ୍ୱାସ ହରାଇଛି। ତେଣୁ ଏହି ସରକାର କ୍ଷମତାରେ ରହିବାର ଅଧିକାର ନାହିଁ। ଦୁର୍ନୀତିର ପାହାଡ଼ ଉପରେ ବସି ସାଧାରଣ ଲୋକଙ୍କୁ ଏହି ସରକାର ଶୋଷଣ କରୁଛି। ଚାଷଜମିକୁ ଜଳ ଯାଉ ନ ଥିବା ବେଳେ ଜବରଦସ୍ତ କର ଆଦାୟ କରାଯାଉଛି। ଚାଷୀ ପରିଚୟ ପତ୍ର ମାଗିବାକୁ ଗଲେ ଜୁଲମ କରାଯାଉଛି। 

ଅକ୍ସଫୋାର୍ଡ ସ୍କୁଲକୁ ବନ୍ଦ କଲା ପ୍ରଶାସନ

ଅକ୍ସଫୋାର୍ଡ ସ୍କୁଲକୁ ବନ୍ଦ କଲା ପ୍ରଶାସନ

ବ୍ରହ୍ମପୁର ଅଫିସ୍‌,୫ା୧- ବ୍ରହ୍ମପୁର ସହର ଲାଞ୍ଜିପଲ୍ଲୀ ବାଇପାସ୍‌ ନିକଟ ତଥା ୧୬ନଂ. ଜାତୀୟ ରାଜପଥ କଡ଼ରେ ଥିବା ମଡ଼ର୍ନ ଅକ୍ସଫୋର୍ଡ଼ ପବ୍ଲିକ ସ୍କୁଲକୁ ଶୁକ୍ରବାର ଜିଲା ପ୍ରଶାସନ ତରଫରୁ ବନ୍ଦକରି ଦିଆଯାଇଛି। 

ଟାଙ୍ଗଣାପଲ୍ଲୀ ରଣପା ନୃତ୍ୟ ମୁଖ୍ୟ ଆକର୍ଷଣ

ଟାଙ୍ଗଣାପଲ୍ଲୀ ରଣପା ନୃତ୍ୟ ମୁଖ୍ୟ ଆକର୍ଷଣ

ବ୍ରହ୍ମପୁର ଅଫିସ,୫ା୧- ସାଂସ୍କୃତିକ ଅନୁଷ୍ଠାନ ଅନ୍ବେଷା କଳାକେନ୍ଦ୍ର ଓ ‘ଅଭିନୟ ଜଗତ’ ପକ୍ଷରୁ ଆୟୋଜିତ ଗଞ୍ଜାମ ଜିଲା ସାଂସ୍କୃତିକ ମହୋତ୍ସବ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଉତ୍କଳ ଆଶ୍ରମ ପରିସରରେ ଦୁଇଦିନ ଧରି ଚାଲିବାକୁ ଥିବା 

ବୁଗୁଡ଼ାରେ ଚାଷୀ ସମାବେଶ, ଶୋଭାଯାତ୍ରା, ଦାବିପତ୍ର ପ୍ରଦାନ

ବୁଗୁଡ଼ାରେ ଚାଷୀ ସମାବେଶ, ଶୋଭାଯାତ୍ରା, ଦାବିପତ୍ର ପ୍ରଦାନ

ବୁଗୁଡ଼ା,୫ା୧(ଡି.ଏନ.ଏ.)- ବୁଗୁଡ଼ା ବଳଦେବ କୃଷକ ସଂଘ ପକ୍ଷରୁ ସ୍ଥାନୀୟ ବଳଦେବ ସ୍ବାମୀ କଲ୍ୟାଣ ମଣ୍ଡପରେ ଶୁକ୍ରବାର ଏକ ଚାଷୀ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଘର ସଭାପତି ବିପିନ ବିହାରୀ ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। 

ଆଇଆରବି, ଏନସିସି ପକ୍ଷରୁ ସଫେଇ ଅଭିଯାନ

ଭଞ୍ଜନଗର,୪।୧(ଡି.ଏନ.ଏ.)- ଇଣ୍ଡିଆନ ରିଜର୍ଭ ବାଟାଲିୟନ ଭଞ୍ଜନଗର ଶାଖା ଏବଂ ସ୍ଥାନୀୟ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଶାଖା ପକ୍ଷରୁ ମିଳିତଭାବେ ଶୁକ୍ରବାର କଲେଜ ପରିସରରେ ସଫେଇ ଅଭିଯାନ କାଯ୍ର୍ୟକ୍ରମ ହୋଇଥିଲା। ଏଥିସହ କଲେଜ ରୋଡ ଅଞ୍ଚଳରେ ସଫେଇ ହୋଇଥିଲା। ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ କରିବା ପାଇଁ ଆଇଆର୍‌ବି ପକ୍ଷରୁ ନିଷ୍ପତି ନିଆଯାଇଛି। କଲେଜ ଅଧ୍ୟକ୍ଷ ଡ. ନୀଳାଞ୍ଚଳ ମୁନି, ଆଇଆରବି ଡେପୁଟି କମାଣ୍ଡିଙ୍ଗ୍‌ ଅଫିସର ଉମେଶ ଚନ୍ଦ୍ର ଜେନା, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଚମାର ଭୋଇ, ମନୋଜ ନାୟକ, ସୁବେଦାର ଶଶିକାନ୍ତ ବଡମାଳି, ଏନସିସି ଅଫିସର ଅଧ୍ୟାପକ ରଜନିକାନ୍ତ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ। 

ମହିଳାଙ୍କୁ ଧମକଦେଇ ଜେଲ ଗଲେ ଯୁବକ

ମହିଳାଙ୍କୁ ଧମକଦେଇ ଜେଲ ଗଲେ ଯୁବକ

ଗୋପାଳପୁର,୪।୧- ଧାର ଟଙ୍କା ନେଇ ନଫେରାଇବା ଓ ଟଙ୍କା ମାଗିବାରୁ ଧମକଚମକ ଦେବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ମହିଳାଙ୍କ ଅଭିଯୋଗକ୍ରମେ ଯୁବକ ଜଣକ ଗିରଫ ହୋଇ ଜେଲ ଯାଇଛନ୍ତି। ଏପରି ଘଟଣା ଘଟିଛି ଗୋଳନ୍ଥରାଥାନା ସୋରଳ ଗ୍ରାମରେ। ପ୍ରକାଶ ଯେ, ସୋରଳ ବଡ଼ସାହିର ଭଗବାନ ବେହେରା (୨୨) ଗ୍ରାମର ସୁମିତ୍ରା ବେହେରାଙ୍କ ଠାରୁ ୨୦୧୭ରେ କୌଣସି କାମ ପାଇଁ ୨୦ ହଜାର ଟଙ୍କା ଧାର ନେଇଥିଲେ। ସୁମିତ୍ରା ଟଙ୍କା ମାଗିବାରୁ ବିଭିନ୍ନ ସମୟରେ କମେଣ୍ଟ ମାରିବା ସହ ଗାଳିଗୁଲଜ ଓ ଧମକଚମକ ଦେଉଥିଲେ। ଗତ ଗୁରୁବାର ସୁମିତ୍ରା ଭଗବାନଙ୍କୁ ଟଙ୍କା ମାଗିବାରୁ ସେ ଗାଳିଗୁଲଜ କରିବା ସହ ଧମକଚମକ ଦେଇଥିଲେ। ଏନେଇ ସୁମିତ୍ରା ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ନଂ.୧/୧୯ରେ ମାମଲା ରୁଜୁ କରି ଭଗବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

୨୦୧୯ ସାଧାରଣ ନିର୍ବାଚନ ନେଇ ପ୍ରଚାର ପ୍ରସାର: ବ୍ୟାନର ଚୋରିରୁ ଉତ୍ତେଜନା

ବାଲିଗୁଡ଼ା,୪।୧: (ଡି.ଏନ୍‌.ଏ.): ଆଉ କିଛି ମାସ ପରେ ହେବ  ୨୦୧୯ ସାଧାରଣ ନିର୍ବାଚନ।  ଏହି ପରିପ୍ରେକ୍ଷୀରେ  ପ୍ରମୁଖ ଦଳଗୁଡ଼ିକ  ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରଚାର ପ୍ରସାର। 

ଲୁଇସ ବ୍ରେଲଙ୍କ ଜନ୍ମ ଦିବସ ପାଳିତ

ଲୁଇସ ବ୍ରେଲଙ୍କ ଜନ୍ମ ଦିବସ ପାଳିତ

ବ୍ରହ୍ମପୁର ଅଫିସ,୪।୧: ମିଲଟନ ଦୃଷ୍ଟିହୀନ ସେବା ପ୍ରତିଷ୍ଠାନ ତରଫରୁ ବ୍ରହ୍ମପୁର ସହର ଅଶୋକ ନଗର ପଞ୍ଚମ ଲେନ୍‌ଠାରେ ଲୁଇସ ବ୍ରେଲଙ୍କ ୧୧୦ ତମ ଜନ୍ମ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। 

ଓଡ଼ିଶା ରାଜନୀତିରେ ପ୍ରବେଶ କରିବ ଟିଡିପି

ରହ୍ମପୁର ଅଫିସ,୪ା୧- ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଶାସନ କ୍ଷମତାରେ ଥିବା ଆଞ୍ଚଳିକ ଦଳ ଟିଡିପି (ତେଲୁଗୁ ଦେଶମ ପାର୍ଟି) ଓଡ଼ିଶାରେ ଦଳର ସଂଗଠନ ବିସ୍ତାର କରିବା ପ୍ରୟାସ ଚଳାଇଛି ।

ଆଇଟିଆଇର ସମାବର୍ତ୍ତନ ଉତ୍ସବ:ଦକ୍ଷ, ନମ୍ର ହେବାକୁ ପରାମର୍ଶ

ଆଇଟିଆଇର ସମାବର୍ତ୍ତନ ଉତ୍ସବ:ଦକ୍ଷ, ନମ୍ର ହେବାକୁ ପରାମର୍ଶ

ରହ୍ମପୁର ଅଫିସ,୪ା୧- ବ୍ରହ୍ମପୁର ସରକାରୀ ଆଇଟିଆଇ ପକ୍ଷରୁ ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି|

ଖବରଦାତାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଧାରଣା

ଗଞ୍ଜାମ,୪ା୧(ଡି.ଏନ.ଏ.)-ଗଞ୍ଜାମ ବ୍ଲକ ଅଞ୍ଚଳର ଜଣେ ଖବରଦାତାଙ୍କୁ ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ସ୍ଥାନୀୟଅଞ୍ଚଳର ଖବରଦାତାମାନେ ମୁହଁରେ କଳାପଟି ବାନ୍ଧି ଶାନ୍ତିପୂର୍ଣ୍ଣ ଭାବେ ଦାମୋଦରପୁର ଯାତ୍ରୀ ବିଶ୍ରାମଗାରଠାରେ ଗୁରୁବାର ଧାରଣା ଦେଇଥିଲେ।

ବୁଗୁଡ଼ା ବନାଞ୍ଚଳରେ ୪୧୨୩ ପକ୍ଷୀ

ବୁଗୁଡ଼ା ବନାଞ୍ଚଳରେ ୪୧୨୩ ପକ୍ଷୀ

ବୁଗୁଡ଼ା,୪ା୧(ଡି.ଏନ.ଏ.)- ବୁଗୁଡ଼ା ବନାଞ୍ଚଳର ବିଭିନ୍ନ ଜଳାଶ୍ରୟରେ ବନ ବିଭାଗ ତରଫରୁ ଗୁରୁବାର ପକ୍ଷୀ ଗଣନା କରାଯାଇଛି। ମୋଟ ୪ହଜାର ୧୨୩ ପକ୍ଷୀ ଥିବା ଜଣାପଡ଼ିଛି। ପକ୍ଷୀ ଗଣନା ପାଇଁ ଡିସେମ୍ବର ୩୦ରେ ବନ ବିଭାଗ କର୍ମଚାରୀଙ୍କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା।

ଇନ୍‌ଡୋର ମୁଖ୍ୟରାସ୍ତାରେ ମୁକୁଳା ପଡିଛି ଟ୍ରାନ୍ସଫର୍ମର

ଇନ୍‌ଡୋର ମୁଖ୍ୟରାସ୍ତାରେ ମୁକୁଳା ପଡିଛି ଟ୍ରାନ୍ସଫର୍ମର

ବ୍ରହ୍ମପୁର ଅଫିସ୍‌,୪ା୧: ବ୍ରହ୍ମପୁର ବଡ ମେଡିକାଲ୍‌ ଇନ୍‌ଡୋର୍‌ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଉଚ୍ଚ କ୍ଷମତା ସମ୍ପନ୍ନ ଏକ ଟ୍ରାନ୍ସଫର୍ମର ମୁକୁଳା ଥିବାରୁ ପଥଚାରୀଙ୍କ ପ୍ରତି ବିପଦ ଘନେଇଥିବା ଅଭିଯୋଗ ହୋଇଛି|

ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ  ରାସ୍ତାରୋକୋ

ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

ଆର.ଉଦୟଗିରି,୪ା୧(ଡି.ଏନ.ଏ.)-  ଗଜପତି ଜିଲା ଆର.ଉଦୟଗିରି ଥାନା ଛେଳିଗଡରେ ରହି ନିକଟସ୍ଥ ବିଦ୍ୟାଳୟରେ ପାଠ ପଢୁଥିବା ରାମଗିରି ଅଞ୍ଚଳର ଜଣେ ଛାତ୍ରୀଙ୍କ ମୃତଦେହ ପୋଲିସ ବୁଧବାର ଜଙ୍ଗଲରୁ ଉଦ୍ଧାର କରିଥିଲା।

ଟେଣ୍ଟ ଭଙ୍ଗାରୁଜା, ଆଦର୍ଶ ବିଦ୍ୟାଳୟ ଉଦ୍‌ଘାଟନ ବାତିଲ

ଟେଣ୍ଟ ଭଙ୍ଗାରୁଜା, ଆଦର୍ଶ ବିଦ୍ୟାଳୟ ଉଦ୍‌ଘାଟନ ବାତିଲ

ବୁଗୁଡ଼ା,୪ା୧(ଡି.ଏନ.ଏ.) - ବୁଗୁଡ଼ା ବ୍ଲକ କୁଶପଲ୍ଲୀରେ ଥିବା ଆଦର୍ଶ ବିଦ୍ୟାଳୟ ଗୋଲିଆର ଉଦ୍‌ଘାଟନ ଉତ୍ସବ ଗୁରୁବାର ଅପରାହ୍ନରେ ହେବାକୁ ସମୟ ଧାର୍ଯ୍ୟ ହୋଇଥିଲା। ମାତ୍ର ଉଦ୍‌ଘାଟନ ପୂର୍ବରୁ ଗତ ରାତିରେ କେହି ଦୁର୍ବୃତ୍ତ  ଟେଣ୍ଟ ଭଙ୍ଗାରୁଜା ସହ ଚେୟାରଟେବୁଲ ଫୋପାଡି ଦେଇଥିବା ଦେଖିବାକୁ ମିଳିଥିଲା।

ଜିଲାପାଳଙ୍କ ଅଫିସ ଘେରିଲା ଭାଜପା କୃଷକ ମୋର୍ଚ୍ଚା

ଜିଲାପାଳଙ୍କ ଅଫିସ ଘେରିଲା ଭାଜପା କୃଷକ ମୋର୍ଚ୍ଚା


ଛତ୍ରପୁର,୪ା୧(ଡି.ଏନ.ଏ)- ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଗୁରୁବାର ଗଞ୍ଜାମ ଜିଲା ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା|

୫ ଦିନ ହେଲା ଜଳଯୋଗାଣ ବନ୍ଦ

ଛତ୍ରପୁର,୪ା୧(ଡି.ଏନ.ଏ.)- ହଂସପୁର ଜଳଯୋଗାଣ ପ୍ରକଳ୍ପ ଗତ ୫ ଦିନ ହେଲା ଅଚଳ ହୋଇଛି। ଫଳରେ ଛତ୍ରପୁର ଏନଏସିର ରିକାପଲ୍ଲୀଠାରେ ଥିବା ଓଭରହେଡ ଟାଙ୍କିକୁ ପାଣି ଆସୁନି|

ସଶକ୍ତ ହେବ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ: ମନ୍ତ୍ରୀ

ସଶକ୍ତ ହେବ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ: ମନ୍ତ୍ରୀ

ଦିଗପହଣ୍ଡି,୩।୧(ଡି.ଏନ.ଏ.)- ରାଜ୍ୟର ସମସ୍ତ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ସଶକ୍ତ କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ମୋବାଇଲ ଫୋନ ଯୋଗାଇ ଦିଆଯିବ। ଆତ୍ମନିର୍ଭରଶୀଳ ପାଇଁ ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଗଢ଼ା ଯାଇଥିବା ବ୍ୟବସାୟଭିତ୍ତିକ ପ୍ରକଳ୍ପଗୁଡ଼ିକୁ ପ୍ରଥମ ପର୍ଯ୍ୟାୟରେ ୧୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ସେହିପରି ୪୦ ଲକ୍ଷ ଗରିବ ଚାଷୀ ପରିବାରଙ୍କୁ କାଳିଆ ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଗୁରୁବାର କହିଛନ୍ତି। 

କାଠ ଚିରୁଥିବା ୨ ଜଣଙ୍କୁ ଗିରଫ କଲା ବନ ବିଭାଗ

କାଠ ଚିରୁଥିବା ୨ ଜଣଙ୍କୁ ଗିରଫ କଲା ବନ ବିଭାଗ

ଜଗନ୍ନାଥପ୍ରସାଦ,୩।୧- ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧିନସ୍ଥ ସଂରକ୍ଷିତ ଜଙ୍ଗଲ ନଂ-୨ର ବଣିଆନାଳ ଜଙ୍ଗଲଠାରେ ଶାଗୁଆନ ଗଣ୍ଡି କାଟି ପଟା ଚିରୁଥିବାବେଳେ ବନ ବିଭାଗ କର୍ମଚାରୀମାନେ ଚଢ଼ାଉ କରି ୨ଜଣଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ କରଡ଼ାବଣୀ ଗ୍ରାମର ରବୀନ୍ଦ୍ର ନାୟକ, ସିଙ୍ଗିପୁର ଗ୍ରାମର ଯଦୁ ନାଇକ। ରେଞ୍ଜର ରବୀନ୍ଦ୍ର କୁମାର କରଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ, ବନପାଳ କୃଷ୍ଣଚନ୍ଦ୍ର ସ୍ବାଇଁଙ୍କ ନେତୃତ୍ୱରେ ବନରକ୍ଷୀ ରବୀନ୍ଦ୍ର ନାରାୟଣ ଦଳାଇ, ରମେଶ କୁମାର ବେହେରା, ସରୀତା ପ୍ରଧାନ ଓ ସ୍କ୍ବାଡ ପଟା ଚିରାଯାଉଥିବା ଖବରପାଇ ଚଢ଼ାଉ କରିଥିଲେ। ଘଟଣାସ୍ଥଳରୁ ୪ ଶାଗୁଆନ ପଟା ଓ ଏକ ପାଲକା କାଠଗଣ୍ଡି, କରତ, ୨ ଟାଙ୍ଗିଆ ଜବତ କରିଥିଲେ। ଏନେଇ ନଂ.୩୪୬/୧୮-୧୯ରେ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି।

ଦୁର୍ଘଟଣାରେ ଗୃହରକ୍ଷୀଙ୍କ ମୃତ୍ୟୁ

ଦୁର୍ଘଟଣାରେ ଗୃହରକ୍ଷୀଙ୍କ ମୃତ୍ୟୁ

କ.ନୂଆଗଁ।,୩।୧(ଡି.ଏନ୍‌.ଏ.)- କ.ନୂଆଗଁା ଥାନା କଞ୍ଜାମେଣ୍ଡି ଚର୍ଚ୍ଚ ନିକଟରେ ବୁଧବାର ରାତିରେ ବାଇକ ଦୁର୍ଘଟଣାରେ ଜଣେ ଗୃହରକ୍ଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାଲିପଦରର ଉଦ୍ଧବ ମଲିକ।

କଇଣ୍ଡି କ୍ରିକେଟ ଟୁର୍ନାମେଣ୍ଟ: ଖଣ୍ଡରାବଳି ବିଜୟୀ

କଇଣ୍ଡି କ୍ରିକେଟ ଟୁର୍ନାମେଣ୍ଟ: ଖଣ୍ଡରାବଳି ବିଜୟୀ

ଭଞ୍ଜନଗର,୩।୧(ଡି.ଏନ.ଏ.)- କଇଣ୍ଡି  କ୍ରିକେଟ ଟୁର୍ନାମେଣ୍ଟ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ଗୋପବନ୍ଧୁ ଛାତ୍ରସଂଘ ପକ୍ଷରୁ ଆୟୋଜିତ ଏହି ଟୁର୍ନାମେଣ୍ଟକୁ ଯୁବ ଆଇନଜୀବୀ ରାଜେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ।  ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ରଣସିଂ, ସନ୍ତୋଷ ପ୍ରଧାନ, ଦୀପୁ ପୃଷ୍ଟି ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଖଣ୍ଡରାବଳି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୩ ଉଇକେଟ ହରାଇ ୧୭୯ ରନ୍‌ କରିଥିଲା। ଜବାବରେ ଦୋମୁହଁାଣି ୧୬୨ ରନ୍‌ ସଂଗ୍ରହ କରିଥିଲା। ଖଣ୍ଡରାବଳିର ପପୁ ୩୫ ବଲରେ ସର୍ବାଧିକ ୮୦ ରନ୍‌ କରି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ଆମ୍ପାୟର ସୁଶାନ୍ତ କୁମାର ଭୂୟଁା ଓ କାହ୍ନୁ ଜେନା ଥିବାବେଳେ ସ୍କୋରର ଦାୟିତ୍ୱରେ ବିଶ୍ୱଜିତ୍‌ ପ୍ରଧାନ ଥିଲେ।