ବ୍ରହ୍ମପୁର

ଜିଲା ଶ୍ରମଅଧିକାରୀଙ୍କ ବଦଳି ଦାବିରେ ବିକ୍ଷୋଭ

ଜିଲା ଶ୍ରମଅଧିକାରୀଙ୍କ ବଦଳି ଦାବିରେ ବିକ୍ଷୋଭ

ଫୁଲବାଣୀ ଅଫିସ,୨ା୩-ଜିଲା ଶ୍ରମ ଅଧିକାରୀ ତାଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ କରୁଛନ୍ତି। ଶ୍ରମକମାନଙ୍କୁ ହଇରାଣ କରୁଛନ୍ତି। ଶ୍ରମିକମାନଙ୍କୁ ନିମ୍ନମାନର ଉପକରଣ ଦେଉଛନ୍ତି। କୌଣସି ପରିବାରକୁ କିଛି ସହାୟତା ରାଶି ମିଳୁନାହିଁ। ଦଲାଲଙ୍କ ଦ୍ୱାରା ଶ୍ରମିକଙ୍କୁ ଶୋଷଣ କରୁଛନ୍ତି। 

କୋଠାରସିଙ୍ଗି ସରପଞ୍ଚଙ୍କ ଅଭିଯୋଗ: ଅଯୋଗ୍ୟ ହିତାଧିକାରୀଙ୍କୁ ମିଳୁଛି ପେନସନ

ବ୍ରହ୍ମପୁର ଅଫିସ/କନିଷି,୨ା୩(ଡି.ଏନ.ଏ.)-ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ  କୋଠାରସିଙ୍ଗି ପଞ୍ଚାୟତରେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ରାଜନୈତିକ ଚାପରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯାଇଥିବା କୋଠାରସିଙ୍ଗି ସରପଞ୍ଚ ଏନ. ସୁଜାତା ରେଡ୍ଡୀ ସଙ୍ଗିନ ଅଭିଯୋଗ କରିଛନ୍ତି।

ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦରେ ହୋହଲ୍ଲା

ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦରେ ହୋହଲ୍ଲା

ଦିଗପହଣ୍ଡି,୨ା୩(ଡି.ଏନ.ଏ.)-ସାନଖେମୁଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ସରପଞ୍ଚ, ସମିତିସଭ୍ୟମାନଙ୍କ ଅଜାଣତରେ ବିଭିନ୍ନ ସରକାରୀ ପ୍ରକଳ୍ପ ନିମନ୍ତେ ଅନୁଦାନ ମଞ୍ଜୁର କରାଯାଉଛି। 

୧୫ ବର୍ଷ ପରେ ହେଲା ବୁଟା ନିର୍ବାଚନ: ଦେବୀପ୍ରସନ୍ନ ସଭାପତି, ଲକ୍ଷ୍ମୀଧର ସହସମ୍ପାଦକ

୧୫ ବର୍ଷ ପରେ ହେଲା ବୁଟା ନିର୍ବାଚନ: ଦେବୀପ୍ରସନ୍ନ ସଭାପତି, ଲକ୍ଷ୍ମୀଧର ସହସମ୍ପାଦକ

ବ୍ରହ୍ମପୁର ଅଫିସ,୨ା୩-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ(ବୁଟା)କର୍ମକର୍ତ୍ତା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ା ସଂଘ ସଭାପତି ଓ ସହସମ୍ପାଦକ ପଦ ପାଇଁ ହୋଇଥିବା ନିର୍ବାଚନରେ ଓଡିଆ ବିଭାଗ ପ୍ରଫେସର ଦେବୀପ୍ରସନ୍ନ ପଟ୍ଟନାୟକ ସଭାପତି ଏବଂ ଡ. ଲକ୍ଷ୍ମୀଧର  ରାଉତ ସହସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି। 

ଗଣ ଅଣ୍ଡାଦାନରେ ବାଧକ ପ୍ରତିକୂଳ ପାଗ

ବ୍ରହ୍ମପୁର ଅଫିସ,୨ା୩-ଗଞ୍ଜାମ ଉପକୁଳକୁ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଆଗମନ ହୋଇସାରିଛି । ବିକ୍ଷିପ୍ତ ଅଣ୍ଡାଦାନ ଚାଲିଛି । କିନ୍ତୁ ଗଣଅଣ୍ଡାଦାନ ଏଯାଏ ଆରମ୍ଭ ହୋଇପାରିନି। ଏହାର କାରଣ ପ୍ରତିକୂଳ ପାଗ ବୋଲି କୁହାଯାଉଛି। କାରଣ ଗତ ଦୁଇ ଦିନ ହେଲା ଝିପି ଝିପି ବର୍ଷା ସହ ପାଗ କୋହଲା ରହିଛି। 

ନିର୍ବାଚନ ପ୍ରଚାରରେ ବ୍ୟବହାର ନ ହେଉ ଗଛ

ନିର୍ବାଚନ ପ୍ରଚାରରେ ବ୍ୟବହାର ନ ହେଉ ଗଛ

ବ୍ରହ୍ମପୁର ଅଫିସ୍‌,୨ା୩-ଆଉ ଅଳ୍ପଦିନ ପରେ ସାଧାରଣ ନିର୍ବାଚନ ହେବ। ନିର୍ବାଚନରେ ପ୍ରାର୍ଥୀମାନେ ପ୍ରଚାର ପାଇଁ ହୋର୍ଡିଂ ଏବଂ ବ୍ୟାନର୍‌ ମାରିଥାନ୍ତି । ସେଥି ପାଇଁ ସେମାନେ ରାସ୍ତା କଡ଼ର ଗଛଗୁଡ଼ିକୁ ବ୍ୟବହାର କରିଥାନ୍ତି ।

ଜିଲା ଶ୍ରମଧିକାରୀଙ୍କ ବଦଳି ଦାବିରେ ବିକ୍ଷୋଭ

ଜିଲା ଶ୍ରମଧିକାରୀଙ୍କ ବଦଳି ଦାବିରେ ବିକ୍ଷୋଭ

ଫୁଲବାଣୀ ଅଫିସ, ୧।୩- ଜିଲା ଶ୍ରମ ଅଧିକାରୀ ତାଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ କରୁଛନ୍ତି। ଶ୍ରମକମାନଙ୍କୁ ହଇରାଣ କରୁଛନ୍ତି। ଶ୍ରମିକମାନଙ୍କୁ ନିମ୍ନମାନର ଉପକରଣ ଦେଉଛନ୍ତି। କୌଣସି ପରିବାରକୁ କିଛି ସହାୟତା ରାଶି ମିଳୁନାହିଁ। ଦଲାଲଙ୍କ ଦ୍ୱାରା ଶ୍ରମିକଙ୍କୁ ଶୋଷଣ କରୁଛନ୍ତି। ତେଣୁ ତାଙ୍କୁ ଜିଲାରୁ ତୁରନ୍ତ ବଦଳି ଦାବିରେ ଶୁକ୍ରବାର ଫୁଲବାଣୀରେ ଏଆଇଟିୟୂସି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏ ସଂକ୍ରାନ୍ତରେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ଶ୍ରମ ଅଧିକାରୀଙ୍କୁ ବଦଳୀ କରା ନ ଗଲେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ଆନ୍ଦୋଳନକୁ ଅହୁରୀ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ବାଲିଗୁଡା,୧।୩(ଡି.ଏନ୍‌.ଏ.)- ହଳଦୀ ଖୋଳିବା ସମୟରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ ପାରଗଡ ପଞ୍ଚାୟତ ଜାର୍ଗିଗୁଡା ଗ୍ରାମର ଶିଶିର ରୁପାମାଝୀ। ତାଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଛି।
    ପ୍ରକାଶ ଯେ, ଶିଶିର ଗୁରୁବାର ଅପରାହ୍ନରେ ନିଜ ପଦରକୁ ହଳଦୀ ଖୋଳିବା ପାଇଁ ଯାଇଥିଲେ। ହଳଦୀ ଖୋଳିବା ସମୟରେ ହଠାତ ଏକ ଭାଲୁ ଆସି ତାଙ୍କୁ ଆକ୍ରମଣ କରିଥିଲା। ସାହାସର ସହ ଶିଶିର କିଛି ସମୟ ଭାଲୁ ସହ ଲଢେଇ କରିଥିଲେ। ପରେ ଭାଲୁଟି ଛାଡି ଚାଲିଯାଇଥିଲା। ଭାଲୁ ଆକ୍ରମଣରେ ତାଙ୍କ ଆଖି, ଛାତି, ହାତ ଗୋଡ ଗୁରୁତର ଆଘାତ ଲାଗିଛି। ସେ ଏବେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ହିଞ୍ଜିଳି ଥାନାରେ ନୂତନ ଥାନା ଅଧିକାରୀ

ହିଞ୍ଜିଳି ଥାନାରେ ନୂତନ ଥାନା ଅଧିକାରୀ

ହିଞ୍ଜିଳିକାଟୁ, ୧।୩(ଡ଼ି.ଏନ୍‌.ଏ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଧିକାରୀ ଭାବେ ଅଭିମନ୍ୟୁ ଦାଶ ଗୁରୁବାର ସନ୍ଧ୍ୟାରେ ଦାୟିତ୍ୱ ଗ୍ରହଣ କରିଛନ୍ତି। 

ଅଜଣା ଗାଡି ଧକ୍କାରେ  ଯୁବକଙ୍କ ମୃତ୍ୟୁ: ସହାୟତା ଦାବିରେ ଶେରଗଡ଼-ହିଞ୍ଜିଳି ରାସ୍ତା ଅବରୋଧ

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ: ସହାୟତା ଦାବିରେ ଶେରଗଡ଼-ହିଞ୍ଜିଳି ରାସ୍ତା ଅବରୋଧ

ଶେରଗଡ଼,୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁରଠାରେ ଶୁକ୍ରବାର ଭୋର ସମୟରେ  ଅଜଣା ଗାଡି ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ  ହେଲେ ଉକ୍ତ ଗ୍ରାମର ଟୁଲୁ ସ୍ବାଇଁ। ଟୁଲୁ ସ୍କୁଟ ଯୋଗେ  ଗ୍ରାମ ଗଳିରୁ  ବାହାରି ମୁଖ୍ୟ ରାସ୍ତାକୁ ଯାଉଥିବା ବେଳେ ହଠାତ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ହିଞ୍ଜିଳି ଆଡକୁ ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। 

୪୪୭ ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନ

୪୪୭ ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନ

ବ୍ରହ୍ମପୁର ଅଫିସ୍‌,୧ା୩- ବିଦେଶୀ ଅତିିଥିଙ୍କ ଅଗମନକୁ ନେଇ ଚଳଚଞ୍ଚଳ ହୋଇପଡ଼ିଛି ଗଞ୍ଜାମ ଉପକୂଳ । ମିଳନ ପରେ ଅଣ୍ଡାଦାନ ପାଇଁ ଉପକୂଳକୁ ଆସିଛନ୍ତି ଅଲିଭ୍‌ ରିଡ୍‌ଲେ କଇଁଛ। 

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ: ସଭାପତି,ସହ ସମ୍ପାଦକ ପଦ ପାଇଁ ନିର୍ବାଚନ ଆଜି

ବ୍ରହ୍ମପୁର ଅଫିସ,୧ା୩- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହେବ|  ଦୀର୍ଘ ୧୫ ବର୍ଷ ପରେ ସଂଘର ନିର୍ବାଚନ ହେବ| 

ପାଇପ ଜଳ କର୍ମଚାରୀ ସଂଘର ଆନ୍ଦୋଳନ

ପାଇପ ଜଳ କର୍ମଚାରୀ ସଂଘର ଆନ୍ଦୋଳନ

ଫୁଲବାଣୀ ଅଫିସ, ୧ା୩- ଓଡିଶା ପାଇପ ଜଳ କର୍ମଚାରୀ ସଂଘ କନ୍ଧମାଳ ଜିଲା ଶାଖା ତରଫରୁ ବିଭିନ୍ନ ଦାବି ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଧାରଣା ଦିଆଯାଇଛି| 

ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

ଫୁଲବାଣୀ ଅଫିସ/ଶଙ୍କରାଖୋଲ, (ଡି.ଏନ୍‌.ଏ.),୧ା୩- ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଗୁମ୍ମାଗଡ଼ଠାରେ ଗୁରୁବାର ଜଣେ ବିଧବାଙ୍କୁ ତାଙ୍କ ଶାଶୁଘର ଲୋକେ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଅଦିନିଆ ବର୍ଷା: ଭାଙ୍ଗିଲା ୩୦ରୁ ଊର୍ଦ୍ଧ୍ୱ ଘର

ଅଦିନିଆ ବର୍ଷା: ଭାଙ୍ଗିଲା ୩୦ରୁ ଊର୍ଦ୍ଧ୍ୱ ଘର

କୋଟଗଡ଼, ୧ା୩(ଡି.ଏନ୍‌.ଏ.): କୋଟଗଡ ବ୍ଲକ ଅଞ୍ଚଳରେ ବୁଧବାର ଅଦିନିଆ ବର୍ଷା ପବନରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

କେନାଲରୁ ମଣିଷ କଙ୍କାଳ ଉଦ୍ଧାର

ହିଞ୍ଜିଳିକାଟୁ,୧ା୩(ଡି.ଏନ୍‌.ଏ.)- ହିଞ୍ଜିଳି ଥାନା ପୋଡ଼ିଙ୍ଗି ଗ୍ରାମ ନିକଟ କେନାଲରୁ ବୁଧବାର ସନ୍ଧ୍ୟାରେ ପୋଲିସ ଏକ ମଣିଷ କଙ୍କାଳ ଉଦ୍ଧାର କରିଛି। ଉକ୍ତ କଙ୍କାଳ ନିକଟରୁ ଗୋଟିଏ ସାର୍ଟ ଓ ଲୁଙ୍ଗି ଜବତ ହୋଇଛି।

ବ୍ୟାଙ୍କ ଜମାଖାତାରୁ ୧ ଲକ୍ଷ ୪୦ ହଜାର ଗାଏବ

ବ୍ୟାଙ୍କ ଜମାଖାତାରୁ ୧ ଲକ୍ଷ ୪୦ ହଜାର ଗାଏବ

ଦିଗପହଣ୍ଡି,୨୮।୨(ଡି.ଏନ.ଏ.)- ଦିଗପହଣ୍ଡି ନୂଆସାହି ବାସିନ୍ଦା ଅବସରପ୍ରାପ୍ତ କର୍ମଚାରୀ କୃଷ୍ଣଚନ୍ଦ୍ର ସାହୁଙ୍କ ଷ୍ଟେଟବ୍ୟାଙ୍କ ଜମାଖାତା ନଂ.୧୦୫୪୬୧୮୦୬୧୨ରୁ ୧ ଲକ୍ଷ ୪୦ ହଜାର ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି । ଗୁରୁବାର କୃଷ୍ଣଚନ୍ଦ୍ର ଏନେଇ ଦିଗପହଣ୍ଡି ବ୍ୟାଙ୍କ ଶାଖା କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇବା ସହ ବ୍ରହ୍ମପୁର ସାଇବର ଥାନାରେ ଏତଲା ଦେଇଥିବା କହିଛନ୍ତି । ଗତ ୮ ତାରିଖରେ ସେ ତାଙ୍କ ଏଟିଏମ କାର୍ଡ ଆକ୍ଟିଭ କରାଇବା ସହ ବ୍ୟାଙ୍କର ଏଟିଏମ କାଉଣ୍ଟରରୁ ୧ ହଜାର ଟଙ୍କା ଉଠାଣ କରି ଘରକୁ ଫେରିଥିଲେ।

ମଦ ବେପାରୀଙ୍କ ଘରେ ମହିଳାଙ୍କ ଚଢାଉ

ମଦ ବେପାରୀଙ୍କ ଘରେ ମହିଳାଙ୍କ ଚଢାଉ

ବେଗୁନିଆପଡା,୨୮।୨(ଡି.ଏନ୍‌.ଏ.)- ବେଗୁନିଆପଡା ବ୍ଲକ ଅଞ୍ଚଳରେ ବ୍ୟାପକ ଚୋରାମଦ କାରବାର ହେଉଛି। ଅବକାରୀ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ଏହି ଅଞ୍ଚଳରେ ଏବେ ପାନ, ଚା ଦୋକାନରେ ମଧ୍ୟ ମଦ ବିକ୍ରି ହେଉଛି। ଏଥିରେ ଅତିଷ୍ଠ ହୋଇ ସ୍ଥାନୀୟ ମହିଳା ମଦ ବେପାରୀଙ୍କୁ ଦମକ କରିବାକୁ ଅଣ୍ଟା ଭିଡିଛନ୍ତି। ଗତ ୧୮ ତାରିଖରେ କୋଦଳା ଥାନା ମର୍ଦ୍ଦମେଖ ପଞ୍ଚାୟତର ବେଲପଡା ସୀମାରେ ଥିବା ଏକ ମଦ ଦୋକାନରେ ୫ଶହରୁ ଉର୍ଦ୍ଧ୍ୱ ମହିଳା ଭଙ୍ଗାରୁଜା କରିଥିଲେ। ଗୁରୁବାର ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଖଣ୍ଡିଆନଇ ପଞ୍ଚାୟତର ତିରିଡ଼ା ଗ୍ରାମରେ ଶତାଧିକ ମହିଳା ସେହି ଗ୍ରାମରେ ମଦ ବିକ୍ରି କରୁଥିବା ୨ଜଣଙ୍କ ଘରେ ପଶି ମଦ ପୁଡିଆ ଆଣି ବାହାରେ ଫୋପାଡି ଦେଇଥିଲେ। ଏନେଇ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ମହିଳାମାନେ ମଦ ବିକ୍ରି ବନ୍ଦ କରିବାକୁ ଅଡି ବସିଥିଲେ। ବେଗୁନିଆପଡା ଫାଣ୍ଡି ଅଧିକାରୀ ପ୍ରଦୀପ୍ତ କୁମାର ଦାଶ ପହଞ୍ଚତ୍ ଉତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରିବା ସହ ମଦ ବିକ୍ରି କରୁଥିବା ବେପାରୀଙ୍କୁ ତାଗିଦ୍‌ କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ଦୁର୍ଘଟଣାରେ ଜଣେ ମୃତ

ଦୁର୍ଘଟଣାରେ ଜଣେ ମୃତ

ହିଞ୍ଜିଳିକାଟୁ,୨୮।୨(ଡି.ଏନ୍‌.ଏ.)- ହିଞ୍ଜିଳି ଥାନା ଅଞ୍ଚଳରେ ୨ଟି ପୃଥକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ବୁଧବାର ରାତିରେ ହିଞ୍ଜିଳି ଥାନା କଞ୍ଚୁରୁ-ଦୁର୍ବନ୍ଧ ରାସ୍ତାରେ ଛତ୍ରପୁରରୁ ବାଇକରେ ଫେରୁଥିବା ହିଞ୍ଜିଳିକାଟୁ ଶ୍ରୀରାମ ନଗରର ଉଦୟନାଥ ସାହୁ (୫୫) ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା କଡ଼ରେ ପଡ଼ିଥିଲେ।

ନଦୀରେ ବୁଡ଼ି ଜଣେ ମୃତ

ନଦୀରେ ବୁଡ଼ି ଜଣେ ମୃତ

ହିଞ୍ଜିଳିକାଟୁ,୨୮।୨(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ଭଗବତୀ ମନ୍ଦିର ନିକଟ ଘୋଡ଼ାହାଡ଼ ନଦୀ ଗଣ୍ଡରେ ବୁଡି ଗୁରୁବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ସେ ହେଲେ  ହିଞ୍ଜିଳିକାଟୁ ପୌରାଞ୍ଚଳ ନୂଆଗଡର ଉଦୟନାଥ ଗୌଡ (୬୫)। ଉଦୟ ଗୁରୁବାର ପୂର୍ବାହ୍ନରେ ମଇଁଷି ଚରାଇବାକୁ ଭଗବତୀ ମନ୍ଦିର ନିକଟ ଘୋଡ଼ାହାଡ଼ ନଦୀ ପଠାକୁ ଯାଇଥିଲେ। ଗୋଟିଏ ମଇଁଷି ନଦୀ ଗଣ୍ଡ ଭିତରକୁ ପଶି ଯାଇଥିଲା। ମଇଁଷିକୁ ଆଣିବାକୁ ଯାଇ ଉଦୟ ନଦୀ ପାଣିରେ ବୁଡି ଯାଇଥିଲେ। ନିକଟରେ ଥିବା ଅନ୍ୟ ବ୍ୟକ୍ତିମାନେ ଦମକଳକୁ ଜଣାଇଥିଲେ। ହିଞ୍ଜିଳିକାଟୁ ଦମକଳ ବାହିନୀ  ଘଟଣାସ୍ଥଳରେ  ପହଞ୍ଚତ୍ ତାଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହିଞ୍ଜିଳି ପୋଲିସ ଡାକ୍ତରଖାନାରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଥିଲେ। ଏନେଇ ଥାନାରେ ନଂ.୫/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ଅଲିଭ୍‌ ରିଡଲେ ସୁରକ୍ଷା ସଚେତନତା କର୍ମଶାଳା

ଅଲିଭ୍‌ ରିଡଲେ ସୁରକ୍ଷା ସଚେତନତା କର୍ମଶାଳା

ବ୍ରହ୍ମପୁର ଅଫିସ, ୨୮।୨: ବ୍ରହ୍ମପୁର ବନଖଣ୍ଡ ପକ୍ଷରୁ ଆଞ୍ଚଳିକ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଗୁରୁବାର ବିରଳ ଅଲିଭ ରିଡଲେ କଇଁଛ ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଛି। 

ରାଷ୍ଟ୍ର ଉଦ୍ଦେଶ୍ୟରେ ଗୋପାଳପୁର ବନ୍ଦର ଲୋକାର୍ପିତ

ରାଷ୍ଟ୍ର ଉଦ୍ଦେଶ୍ୟରେ ଗୋପାଳପୁର ବନ୍ଦର ଲୋକାର୍ପିତ

ଛତ୍ରପୁୁର,୨୮।୨(ଡି.ଏନ୍‌.ଏ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଗୋପାଳପୁର ବନ୍ଦରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ଏ ନେଇ ବନ୍ଦରରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କହିଥିଲେ ଯେ, ଗୋପାଳପୁର ବନ୍ଦର ଓଡ଼ିଶାର ଭିତ୍ତିଭୂମି ବିକାଶରେ ଯୋଡ଼ିହେଲା। 

ପ୍ରବଳ ବର୍ଷାରେ ଧୋଇଗଲା ପୋଲ: ଗାଡି ଚଳାଚଳ ସମ୍ପୁର୍ଣ୍ଣ ଠପ୍‌

ପ୍ରବଳ ବର୍ଷାରେ ଧୋଇଗଲା ପୋଲ: ଗାଡି ଚଳାଚଳ ସମ୍ପୁର୍ଣ୍ଣ ଠପ୍‌

ଦାରିଙ୍ଗବାଡି,୨୮।୨(ଡି.ଏନ.ଏ): କନ୍ଧମାଳ ଜିଲାରେ  ବୁଧବାର ବିଳମ୍ବିତ ରାତିରେ କାଳବୈଶାଖିର ପ୍ରଭାବରେ  ପ୍ରବଳ  ବର୍ଷା  ସହ  ଝଡ ତୋଫାନ  ହୋଇଛି ।  

ତ୍ରିଦେବ ନଗର ଉଚ୍ଛେଦ ନ କରିବାକୁ ଦାବି

ଫୁଲବାଣୀ ଅଫିସ, ୨୮ା୨-ଫୁଲବାଣୀ ସହର ନାରାୟଣୀ ରୋଡ ନିକଟସ୍ଥ ତ୍ରିଦେବ ନଗର ଖାଲି କରିବାକୁ ତହସିଲ ଜାରି କରିଥିବା ନୋଟିସକୁ ଜମିଜମା ସ୍ବତ କ୍ରିୟାନୁଷ୍ଠାନ କମିଟି ବିରୋଧ କରିଛି। ଥଇଥାନ ବ୍ୟବସ୍ଥା ନ କରି ଉଚ୍ଛେଦ କରିବା ଆଦୌ ସମୀଚିନ ନୁହେଁ ବୋଲି କମିଟି ଦାବି କରିଛି।