ବ୍ରହ୍ମପୁର

ଚନ୍ଦ୍ରଗିରି ମାର୍କେଟ କମ୍ପ୍ଲେକ୍ସକୁ ନେଇ ବଢୁଛି ବିବାଦ

ଚନ୍ଦ୍ରଗିରି ମାର୍କେଟ କମ୍ପ୍ଲେକ୍ସକୁ ନେଇ ବଢୁଛି ବିବାଦ

ଚନ୍ଦ୍ରଗିରି,୧୫ା୧୧(ଡି.ଏନ୍‌.ଏ.)- ଚନ୍ଦ୍ରଗିରି ପଞ୍ଚାୟତରେ ଥିବା ମାର୍କେଟ କମ୍ପ୍ଲେକ୍ସକୁ ନେଇ ବିବାଦ ତେଜିବାରେ ଲାଗିଛି। ଦୋକାନ ଗୃହ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବାବେଳେ ଏବେ ଦୋକାନ ପାଇଥିବା କେତେକ ଅସାଧୁ ବ୍ୟକ୍ତି ପଛପଟେ ଶୌଚାଳୟ ଓ ଘର ନିର୍ମାଣ କରିଲେଣି। 

ସାପ କାମୁଡ଼ାରେ ଚାଷୀ ମୃତ

ସାପ କାମୁଡ଼ାରେ ଚାଷୀ ମୃତ

ବୁଗୁଡ଼ା,୧୪।୧୧(ଡି.ଏନ.ଏ.)- ବୁଗୁଡ଼ା ଥାନା ଡାହାଣୀପଲ୍ଲୀ ଗ୍ରାମରେ ମଙ୍ଗଳବାର ରାତିରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀ ଜଣକ ହେଲେ ଡାହାଣିପଲ୍ଲୀ ଗ୍ରାମର ଶଙ୍କର ଜେନା (୪୮)। ଏନେଇ ବୁଗୁଡ଼ା ଥାନାରେ ନଂ.୧୭/୧୮ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଶଙ୍କର ମଙ୍ଗଳବାର ରାତି ପ୍ରାୟ ୮ଟାରେ ବିଲକୁ ବନ୍ୟଜନ୍ତୁ ଘଉଡାଇବାକୁ ଯାଇଥିବାବେଳେ ସାପ କାମୁଡିଥିଲା। ତାଙ୍କୁ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ରାତି ପ୍ରାୟ ୧୧ଟାରେ ମୃତ୍ୟୁ ହୋଇଥିଲା। ଖବର ପାଇ ବୁଗୁଡା ପୋଲିସ ପହଞ୍ଚତ୍ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବୁଧବାର ସକାଳେ ଭଞ୍ଜନଗର ପଠାଇଥିଲା।

ଜିଲାପାଳଙ୍କ ପୋତାଗଡ଼ ପରିଦର୍ଶନ

ଜିଲାପାଳଙ୍କ ପୋତାଗଡ଼ ପରିଦର୍ଶନ

ଗଞ୍ଜାମ,୧୪।୧୧(ଡି.ଏନ.ଏ.)- ବୁଧବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଞ୍ଜାମ ତହସିଲ କାର୍ଯ୍ୟାଳୟ ଗସ୍ତ କରି ବାର୍ଷିକ ଜମାବନ୍ଦି କାର୍ଯ୍ୟ ସହ ଅନ୍ୟାନ୍ୟ ବିଷୟରେ ସମୀକ୍ଷା କରିଥିଲେ। ପରେ ଐତିହାସିକ ପୋତାଗଡ ପରିଦର୍ଶନ କରି ପୁନରୁଦ୍ଧାର କାର୍ଯ୍ୟ କିପରି ଚାଲିଛି ତହସିଲଦାର ଅବନୀ କୁମାର ସାହୁଙ୍କୁ ପଚାରି ବୁଝିଥିଲେ। ଜିଲାପାଳଙ୍କ ଏହି ଗସ୍ତ ବେଳେ ରାଜସ୍ବ ନିରୀକ୍ଷକ ଆର. ରାଜୁ ରେଡ୍ଡୀ, ନୀଳାଞ୍ଚଳ ବେହେରା, ରାଜସ୍ବ ସୁପରଭାଇଜର ସୁବାସ ନାୟକ, ଏଆରଆଇ ବିଷ୍ଣୁଜ୍ୟୋତି ପାତ୍ରଙ୍କ ସମେତ ସମସ୍ତ ଆରଆଇ ଉପସ୍ଥିତ ଥିଲେ। ବର୍ତ୍ତମାନ ପୋତାଗଡ ପୁନରୁଦ୍ଧାର କାମ ବନ୍ଦ ଥିବା ଜାଣି ଜିଲାପାଳ ବିରକ୍ତି ପ୍ରକାଶ କରିଥିଲେ।

ବ୍ଲକସ୍ତରୀୟ ‘ସର୍‌ଗିଫୁଲ’

ବ୍ଲକସ୍ତରୀୟ ‘ସର୍‌ଗିଫୁଲ’

ଖଜୁରିପଡା,୧୩।୧୧(ଡି.ଏନ୍‌.ଏ.)- ଖଜୁରିପଡା ବ୍ଲକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ସର୍‌ଗିଫୁଲ ଉତ୍ସବ-୨୦୧୮ ଅନୁଷ୍ଠିତ ହୋଇଯାଇଛି। ଜିଲା ମଙ୍ଗଳ ଅଧିକାରିଣୀ ଚାରୁଲତା ମଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ବ୍ଲକର ୨୦ଟି ବିଦ୍ୟାଳୟ, ଆଶ୍ରମ, ସେବାଶ୍ରମ ଓ ହାଇସ୍କୁଲର ଛାତ୍ରୀଛାତ୍ରମାନେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ।

ଋଣ ଭାର ସହି ନ ପାରି ଚାଷୀଙ୍କ ଆତ୍ମହତ୍ୟା

ଋଣ ଭାର ସହି ନ ପାରି ଚାଷୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର ଅଫିସ,୧୪।୧୧: ଗଜପତି ଜିଲା ଗୁରାଣ୍ଡି ଥାନା ଅନ୍ତର୍ଗତ ମାଛମରା ବଡ଼ସାହି ଗ୍ରାମର ଜଣେ ଚାଷୀ ଋଣଭାର ସହି ନ ପାରି ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ କେ.ଶ୍ରୀନୁ ରାଓ (୪୫)। 

ନେହେରୁଙ୍କ ୧୨୩ ତମ ଜନ୍ମଦିବସ

ନେହେରୁଙ୍କ ୧୨୩ ତମ ଜନ୍ମଦିବସ

ବାଲିଗୁଡ଼ା,୧୪।୧୧(ଡି.ଏନ୍‌.ଏ.): ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ, ବିଚକ୍ଷଣ ରାଜନୀତିଜ୍ଞ ତଥା ଶିଶୁପ୍ରିୟ ଜବାହରଲାଲ ନେହେରୁଙ୍କ ବୁଧବାର ୧୨୩ ତମ ଜନ୍ମଦିବସ। ଏହି ଅବସରରେ ବାଲିଗୁଡ଼ା ଟାଉନ୍‌ ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ମହାସମାରୋହରେ ପାଳିତ ହୋଇଯାଇଛି।

ସମାଜ ଗଠନରେ ମୁଖ୍ୟସ୍ରୋତ ଶିକ୍ଷାବିତ୍‌ ଓ ଶିକ୍ଷକ

ସମାଜ ଗଠନରେ ମୁଖ୍ୟସ୍ରୋତ ଶିକ୍ଷାବିତ୍‌ ଓ ଶିକ୍ଷକ

ବାଲିଗୁଡ଼ା,୧୪।୧୧(ଡି.ଏନ୍‌.ଏ.): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ବାଲିଗୁଡ଼ା ଶାଖା ପକ୍ଷରୁ ମା’ପାଟଖଣ୍ଡାଙ୍କ ଦୁର୍ଗାମଣ୍ଡପ ପରିସର ମଧ୍ୟରେ ଆଧ୍ୟାମତ୍ିକ ଓ ଶିକ୍ଷାବିତ୍‌ମାନଙ୍କୁ ନେଇ ହୋଇଥିବା ଦୁଇଦିନିଆ ମହାସମ୍ମିଳନୀ ବୁଧବାର ଉଦ୍‌ଯାପିତ ହୋଇଯାଇଛି।

ଭିଜିଲାନ୍ସ ଜାଲରେ ଭଞ୍ଜନଗର ବିଇଓ ଅଫିସ ମୁଖ୍ୟ କିରାଣୀ

ଭିଜିଲାନ୍ସ ଜାଲରେ ଭଞ୍ଜନଗର ବିଇଓ ଅଫିସ ମୁଖ୍ୟ କିରାଣୀ

ଭଞ୍ଜନଗର,୧୪।୧୧(ଡି.ଏନ୍‌.ଏ.): ଭିଜିଲାନ୍ସ ଜାଲରେ ଭଞ୍ଜନଗର ବିଇଓ ଅଫିସ ମୁଖ୍ୟ କିରାଣୀ ପ୍ରିୟଦର୍ଶୀ ଦାଶ। ଶିକ୍ଷକମାନଙ୍କ ଏରିୟର ଟଙ୍କା ପାସ୍‌ କରିବା ପାଇଁ ୨ ଜଣ ଶିକ୍ଷକଙ୍କଠାରୁ ବୁଧବାର ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଛନ୍ତିି।

ଟ୍ରକ୍‌ ଓ ବାଇକ୍‌ ମୁହାଁମୁହିଁ  : ବାଇକ ଚାଳକ ଗୁରୁତର

ଟ୍ରକ୍‌ ଓ ବାଇକ୍‌ ମୁହାଁମୁହିଁ : ବାଇକ ଚାଳକ ଗୁରୁତର

ବାଲିଗୁଡ଼ା,୧୪।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ବାରଖମାରେ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଓ ବାଇକ୍‌ ମୁହାଁମୁହିଁ  ଧକ୍କାହେବା ଫଳରେ ବାଇକ୍‌ ଚାଳକ ଗୁରୁତର ଆହତ ହୋଇଛନ୍ତି। 

ମଳାଭଞ୍ଜା ବାଲିଘାଟରେ ୧୪୪ ଧାରା ଜାରି

ଦିଗପହଣ୍ଡି,୧୪ା୧୧(ଡି.ଏନ.ଏ.)-ଦିଗପହଣ୍ଡି ସହର ଉପକଣ୍ଠ ମଳାଭଞ୍ଜା ନଦୀ ବାଲିଘାଟରେ ସାନଖେମୁଣ୍ଡି ତହସିଲ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। 

ଶିଳାନ୍ୟାସରେ ସୀମିତ ଘଟକେଶ୍ୱର ପ୍ରକଳ୍ପ

ବ୍ରହ୍ମପୁର ଅଫିସ,୧୪ା୧୧-ଗଞ୍ଜାମ ଜିଲା  ଘଟକେଶ୍ୱର ବହୁମୁଖୀ ଜଳସେଚନ ପ୍ରକଳ୍ପ ଶିଳାନ୍ୟାସରେ ସୀମିତ ରହିଛି। ତୁରନ୍ତ ନିର୍ମାଣ କାର୍ଯ୍ୟ କରିବାକୁ ଓଡ଼ିଶା ଚାଷୀ ସୁରକ୍ଷା ଅଭିଯାନ ଜିଲା ଶାଖା ସମେତ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଦାବି ହୋଇଛି। 

ମହିଳାଙ୍କୁ ହତ୍ୟା ଅଭିଯୋଗ: ସ୍ବାମୀ, ଶ୍ୱଶୁର ଅଟକ

କବିସୂର୍ଯ୍ୟନଗର,୧୪ା୧୧-କବିସୂର୍ଯ୍ୟନଗର ଥାନା ପଥରାପଲ୍ଲୀ ଗ୍ରାମରେ ଜନୈକା ମହିଳାଙ୍କୁ ହତ୍ୟା ଅଭିଯୋଗ ହୋଇଛି।

ମୃତ କୃଷ୍ଣସାର ମୃଗ ଉଦ୍ଧାର

ମୃତ କୃଷ୍ଣସାର ମୃଗ ଉଦ୍ଧାର

ବୁଗୁଡ଼ା,୧୪ା୧୧(ଡି.ଏନ.ଏ.)-ବୁଗୁଡ଼ା ବନାଞ୍ଚଳ ପାଣ୍ଡିଆପଥର ନିକଟସ୍ଥ କେନାଲ ପାର୍ଶ୍ୱରେ ଥିବା ଏକ ଚାଷ ଜମିରୁ ବୁଗୁଡ଼ା ବନ ବିଭାଗ କର୍ମଚାରୀମାନଙ୍କ ଦ୍ୱାରା ଏକ ଅଣ୍ଡିରା ମୃତ କୃଷ୍ଣସାର ମୃଗ ଉଦ୍ଧାର କରାଯାଇଛି। 

ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ-ମହାବିଦ୍ୟାଳୟ ମୁହାଁମୁହିଁ

ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ-ମହାବିଦ୍ୟାଳୟ ମୁହାଁମୁହିଁ

ବ୍ରହ୍ମପୁର ଅଫିସ୍‌,୧୪ା୧୧-କ୍ୟାମ୍ପସ୍‌ ଗୋଟିଏ । ହେଲେ ଶିକ୍ଷାନୁଷ୍ଠାନ ଦୁଇଟି। ଗୋଟିଏ ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟ । ଅନ୍ୟଟି ଖଲ୍ଲିକୋଟ କ୍ଲଷ୍ଟର୍‌ ବିଶ୍ୱବିଦ୍ୟାଳୟ। ହେଲେ କ୍ୟାମ୍ପସ୍‌ କାହାର। ବିଶ୍ୱବିଦ୍ୟାଳୟର ନା’ ମହାବିଦ୍ୟାଳୟର । 

ବିଏମ୍‌ସିର ବାହ୍ୟ ମଳମୁକ୍ତ ଅଭିଯାନ

ବିଏମ୍‌ସିର ବାହ୍ୟ ମଳମୁକ୍ତ ଅଭିଯାନ

ବ୍ରହ୍ମପୁର ଅଫିସ,୧୪ା୧୧-ବାହ୍ୟମଳମୁକ୍ତ ହେବ ବ୍ରହ୍ମପୁର| ସହରକୁ ସ୍ମାର୍ଟ ସିଟିରେ ପରିଣତ କରିବା ଓ ବାହ୍ୟ ମଳମୁକ୍ତ ସହର ଘୋଷଣା  ଲକ୍ଷ୍ୟ ନେଇ ଗତ ମେ ୧୩ ମାତୃଦିବସରୁ ବ୍ରହ୍ମପୁର ମହାନଗର ନିଗମ  ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା|

ଭିଜିଲାନ୍ସ ଜାଲରେ ବରିଷ୍ଠ ନକ୍ସା ନବିସ ଅଧିକାରୀ

ଭିଜିଲାନ୍ସ ଜାଲରେ ବରିଷ୍ଠ ନକ୍ସା ନବିସ ଅଧିକାରୀ

ବ୍ରହ୍ମପୁର ଅଫିସ୍‌,୧୪ା୧୧-ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ୍‌  ଜାଲରେ ମଙ୍ଗଳବାର ଛନ୍ଦି ହୋଇଛନ୍ତି ବିଡିଏ (ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ)ର ବରିଷ୍ଠ ନକ୍ସାନବିସ ଅଧିକାରୀ କମ୍‌ ଡିଲିଂ କ୍ଲର୍କ ସିଏଚ୍‌.ବାଣୀଶ୍ରୀ| 

ଆବାସ,ଏମ୍‌ଜିଏନଆରଇଜିଏସ୍‌ରେ ଦୁର୍ନୀତି ଅଭିଯୋଗ

ଆବାସ,ଏମ୍‌ଜିଏନଆରଇଜିଏସ୍‌ରେ ଦୁର୍ନୀତି ଅଭିଯୋଗ

ବ୍ରହ୍ମପୁର ଅଫିସ୍‌,୧୪୧୧-ବେଗୁନିଆପଡ଼ା ତାଳସର ପଞ୍ଚାୟତରେ ଆବାସ ଗୃହ ପ୍ରଦାନ ଏବଂ ଏମ୍‌ଜିଏନଆରଇଜିଏସ୍‌ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। 

ଲକ୍ଷ୍ମୀ ହତ୍ୟାକାଣ୍ଡ, ୨ ଗିରଫ

ଲକ୍ଷ୍ମୀ ହତ୍ୟାକାଣ୍ଡ, ୨ ଗିରଫ

ଶେରଗଡ,୧୩ା୧୧(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଶେରଗଡ ବ୍ଲକ କୁରୁଳା-ମିହିରକଣା ରାସ୍ତାରେ ଥିବା ଏକ ପୋଲ ଉପରେ ରବିବାର ସନ୍ଧ୍ୟାରେ ହିଞ୍ଜିଳିକାଟୁର ଲକ୍ଷ୍ମୀ ଦାସଙ୍କୁ ଗୁଳିମାଡ଼ ହୋଇଥିଲା। ଆହତ ଅବସ୍ଥାରେ ଲକ୍ଷ୍ମୀ ଦୌଡ଼ି ପଳାଉଥିବା ବେଳେ ଦୁର୍ବୃତ୍ତମାନେ ଖଣ୍ଡା ଧରି ତାଙ୍କୁ ଗୋଡ଼ାଇଥିଲେ। ପରେ ଲକ୍ଷ୍ମୀଙ୍କ ପତ୍ତା ମିଳି ନ ଥିଲା। ସୋମବାର ଗୋଠଗାଁ ନିକଟ ଘୋଡ଼ାହାଡ଼ ନଦୀ ପଠାରୁ ତାଙ୍କର କ୍ଷତବିକ୍ଷତ ମୃତଦେହ ମିଳିଥିଲା।

ବାହ୍ୟ ମଳମୁକ୍ତ ସଚେତନତା ଅଭିଯାନରେ ସାମିଲି ହେଲେ ଜିଲାପାଳ, ପିଡି

ବାହ୍ୟ ମଳମୁକ୍ତ ସଚେତନତା ଅଭିଯାନରେ ସାମିଲି ହେଲେ ଜିଲାପାଳ, ପିଡି

ଶେରଗଡ,୧୩।୧୧(ଡି.ଏନ୍‌.ଏ.)- ଶେରଗଡ ବ୍ଲକ ଗୋବିନ୍ଦପୁର ଗ୍ରାମରେ ମଙ୍ଗଳବାର ସକାଳୁ ଉକ୍ତ ଗ୍ରାମପଞ୍ଚାୟତକୁ ବାହ୍ୟ ମଳମୁକ୍ତ କରିବାକୁ ଅଭିଯାନ ଆରମ୍ଭ ହୋଇଥିଲା। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପହଞ୍ଚତ୍ ଏଥିରେ ସାମିଲ ହୋଇଥିଲେ। ଦୁଇ ଅଧିକାରୀ ପହଞ୍ଚତ୍ବା ଗୋବିନ୍ଦପୁର ଶିବ ମନ୍ଦିର ସମ୍ମୁଖରୁ ଏକ ସଚେତନତା ରାଲିର ଶୁଭାରମ୍ଭ କରିଥିଲେ।

ପୋଲିସ ମାଡରେ ଓକିଲ ଆହତ

ପୋଲିସ ମାଡରେ ଓକିଲ ଆହତ

ବୁଗୁଡା, ୧୩।୧୧, (ଡିଏନ୍‌ଏ)-ଗଞ୍ଜାମ ଜିଲା ବୁଗୁଡାରେ ପୋଲିସ ନ୍ୟସ୍ତସ୍ବାର୍ଥ ରଖି ଓକିଲଙ୍କୁ ମାଡ ମାରୁଥିବା ଅଭିଯୋଗ ହୋଇଛି।

ସର୍ଟସର୍କିଟ ହୋଇ ଷ୍ଟେସନାରୀ ଦୋକାନ ଜଳିଗଲା

ସର୍ଟସର୍କିଟ ହୋଇ ଷ୍ଟେସନାରୀ ଦୋକାନ ଜଳିଗଲା

ଦିଗପହଣ୍ଡି, ୧୩।୧୧,(ଡିଏନ୍‌ଏ)-ଦିଗପହଣ୍ଡି ବ୍ଲକ ଦେଓଖାଳି ଛକ ନିକଟ ବମକେଇ ଗ୍ରାମ ମୁଖ୍ୟ ରାସ୍ତାରେ ଥିବା ଡମ୍ବରୁଧର ବେହେରାଙ୍କ ଷ୍ଟେସନାରୀ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କା ମୂଲ୍ୟର ମନୋହର ସାମଗ୍ରୀ, ଡ୍ରେସ, ଜୋତା ଜଳି ଯାଇଛି।

ପାରିବାରିକ ହିଂସା, ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୩।୧୧(ଡିଏନ୍‌ଏ) - ଦିଗପହଣ୍ଡି ବ୍ଲକ ବିଜୟଲକ୍ଷ୍ମୀ ନାରାୟଣପୁର ଗ୍ରାମରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ସମ୍ପର୍କୀୟମାନେ ସାନଭାଇ ଦୀନବନ୍ଧୁ ନାୟକଙ୍କୁ ବଡ ଭାଇ ପୁରୁଷୋତ୍ତମ ନାୟକ ଠେଙ୍ଗାରେ ଆକ୍ରମଣ କରିଥିବା ଜଣାପଡିଛି।

ଆଶାକର୍ମୀଙ୍କୁ ନେଇ ବଢ଼ୁଛି ବିବାଦ: ଅଞ୍ଚଳବାସୀ ବିଧାୟକଙ୍କ ନିକଟରେ ଫେରାଦ

ଆଶାକର୍ମୀଙ୍କୁ ନେଇ ବଢ଼ୁଛି ବିବାଦ: ଅଞ୍ଚଳବାସୀ ବିଧାୟକଙ୍କ ନିକଟରେ ଫେରାଦ

ଦାରିଙ୍ଗବାଡ଼ି, ୧୩।୧୫(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଶ୍ରାନିକେତା ପଞ୍ଚାୟତ ଡିପୁମାହାଠାରେ କାର୍ଯ୍ୟରତ ଆଶାକର୍ମୀଙ୍କୁ ନେଇ ଅଞ୍ଚଳରେ ବଢ଼ିଛି ବିବାଦା ତାଙ୍କ ବିରୋଧରେ ଅଞ୍ଚଳବାସୀ  ଜି.ଉଦୟଗିରି ବିଧାୟକ ଯାକବ ପ୍ରଧାନଙ୍କ ନିକଟରେ ଫେରାଦ ହୋଇଛନ୍ତିା

ବାଟାଗୁଡ଼ା ପଞ୍ଚାୟତରେ ତାଲା ପଡ଼ିବା ଘଟଣା: ଆପୋଷ ସମାଧାନ ପରେ ଖୋଲିଲା ତାଲା

ବାଟାଗୁଡ଼ା ପଞ୍ଚାୟତରେ ତାଲା ପଡ଼ିବା ଘଟଣା: ଆପୋଷ ସମାଧାନ ପରେ ଖୋଲିଲା ତାଲା

ବାଲିଗୁଡ଼ା, ୧୩।୧୧(ଡି.ଏନ.ଏ.):ବାଲିଗୁଡ଼ା ବ୍ଲକ୍‌ ବାଟାଗୁଡ଼ା ପଞ୍ଚାୟତ ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକଳାପ ଓ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ଚାଲିଥିବା ଅଭିଯୋଗ ଆଣି ପଞ୍ଚାୟତର ୧୪ଟି ୱାର୍ଡ଼ ମଧ୍ୟରୁ ୧୧ଟି ୱାର୍ଡ଼ର ମେମ୍ବରମାନେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ।