ବ୍ରହ୍ମପୁର

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ

ପୋଲସରା,୪।୩(ଡି.ଏନ.ଏ.)- ପୋଲସରା ବ୍ଲକ ଜକର ଗ୍ରାମପଞ୍ଚାୟତ ଜକର ଗ୍ରାମରେ ସୋମବାର ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।  ସେ ହେଲେ ସରିତା ସାମନ୍ତରା। କବିସୂର୍ଯ୍ୟନଗର ଥାନାଧିକାରୀ ତପନ କୁମାର ପତି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛନ୍ତି।  ଏକ ହତ୍ୟାକାଣ୍ଡ ବୋଲି ପୋଲିସ ଆଗରେ ସରିତାଙ୍କ ଅଜା ବିଜୟ କୁମାର ସାହୁ କହିବା ସହ ଥାନାଧିକାରୀ ପତିଙ୍କୁ ଲିଖିତ ଅଭିଯୋଗ କରିଥିଲେ।

୫ ଭରି ସୁନା, ୫୦ ହଜାର ଲୁଟିନେଲେ ଦୁର୍ବୃତ୍ତ

୫ ଭରି ସୁନା, ୫୦ ହଜାର ଲୁଟିନେଲେ ଦୁର୍ବୃତ୍ତ

ଚିକିଟି,୪।୩(ଡି.ଏନ.ଏ.)- ବାହିନୀପତି ଗ୍ରାମସ୍ଥିତ ରାମନାଥ ପାଢ଼ୀଙ୍କ ଘରେ ରବିବାର ମଧ୍ୟରାତ୍ରିରେ ଲୁଟେରାମାନେ ପଶି ୫ ଭରି ସୁନାର ଅଳଙ୍କାର ଓ ନଗଦ ୫୦ ହଜାର ଟଙ୍କା ଚୋରି କରିଛନ୍ତି ।

ବେଲେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ

ବେଲେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ

ଭଞ୍ଜନଗର,୪।୩(ଡି.ଏନ.ଏ.)-ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମା ସ୍ଥାପନ ହୋଇଥିବା ଭଞ୍ଜନଗର ବେଲେଶ୍ୱର ପୀଠରେ ସୋମବାର ମହା ଶିବରାତ୍ରୀ ଅବସରରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। ରବିବାର ରାତିରୁ ମଧ୍ୟ ଏଠାରେ ଭିଡ ଦେଖିବାକୁ ମିଳିଥିଲା। ଅଷ୍ଟ ପ୍ରହର ନାମଯଜ୍ଞ, ଅନ୍ନଯଜ୍ଞ ସହ ସନ୍ଧ୍ୟାରେ ଓମ୍‌ ସଙ୍ଗୀତ ଏକାଡେମୀ ନିର୍ଦ୍ଦେଶକ ଗୁରୁ ପ୍ରଦୀପ କୁମାର ସ୍ବାଇଁଙ୍କ ନେତୃତରେ ଭଜନ ପରିବେଷଣ ହୋଇଥିଲା। ସେହିଭଳି ରଘୁନାଥ ମନ୍ଦିର, ଭେଜିପୁଟ, ଢ଼ୁଢ଼ୁଆ, ଗୋଲାପଡା, ଜିଲୁଣ୍ଡି, ତିଳିସିଙ୍ଗି, କର୍ପୋରସେନ, ଗାଲେରୀ, ଗାମୁଣ୍ଡି ପ୍ରମୁଖ ଶୈବପୀଠ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥିଲା। ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।

ଜିଲାପାଳ, ଏସ୍‌ପିଙ୍କ ଷ୍ଟ୍ରଙ୍ଗ୍‌ରୁମ୍‌ ପରିଦର୍ଶନ

ଜିଲାପାଳ, ଏସ୍‌ପିଙ୍କ ଷ୍ଟ୍ରଙ୍ଗ୍‌ରୁମ୍‌ ପରିଦର୍ଶନ

ଭଞ୍ଜନଗର,୪।୩(ଡି.ଏନ.ଏ.)- ସାଧାରଣ ନିର୍ବାଚନ ଖୁବ୍‌ଶୀଘ୍ର ତାରିଖ ଘୋଷଣା ସହ ଆଦର୍ଶ ଆଚରଣବିଧି ଲାଗୁ ହେବ। ଏହାପୂର୍ବରୁ ପୋଲିସ ପ୍ରଶାସନ ପକ୍ଷରୁ ନିର୍ବାଚନ ପାଇଁ ଆବଶ୍ୟକ ପ୍ରସ୍ତୁତିପର୍ବ ଚାଲିଛି। ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜରେ ଆସିକା, ସୋରଡା ଓ ଭଞ୍ଜନଗର ନିର୍ବାଚନମଣ୍ଡଳୀର ଭିଭିପାଟ୍‌ ମେଶିନ ରହିବା ସହ ଭୋଟଗଣତି ମଧ୍ୟ ହେବ।

ଭଲିବଲ ଟୁର୍ନାମେଣ୍ଟ, ନୂଆଗଁ। ଚାମ୍ପିୟନ

ଭଲିବଲ ଟୁର୍ନାମେଣ୍ଟ, ନୂଆଗଁ। ଚାମ୍ପିୟନ

ଭଞ୍ଜନଗର,୪।୩(ଡି.ଏନ.ଏ.)-ଭଞ୍ଜନଗର ବ୍ଲକ ବ୍ରାହ୍ମଣପଦରରେ ଚାଲିଥିବା ମା’ ବଡରାଉଳ ଭଲିବଲ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ନୂଆଗଁା ଓ ବେଲଗୁଣ୍ଠା ମଧ୍ୟରେ ଖେଳାଯାଇଥିଲା। ନୂଆଗଁ। ୩-୨ ସେଟ୍‌ରେ ବିଜୟୀ ହୋଇ ଚାମ୍ପିୟନ ହୋଇଛି। ବ୍ରାହ୍ମଣପଦର ସରପଞ୍ଚ ସୁଦେଷ୍ଣା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳୀମାନଙ୍କୁ ପୁରସ୍କୃତ କରିଥିଲେ। ପୂର୍ବତନ ସରପଞ୍ଚ ସୂର୍ଯ୍ୟ ନାରାୟଣ ପାତ୍ର, ପ୍ରଦ୍ୟୁମ୍ନ ନାୟକ, ବାଳକୃଷ୍ଣ ସାହୁ, ରବୀନ୍ଦ୍ର ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅଶୋକ ଦିଗାଲ, ମହେନ୍ଦ୍ର ଘଡେଇ, ମନୋଜ ଗୌଡ, ନାରାୟଣ ବିଷୋୟୀ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ: ୩୧ କର୍ମୀ ଅଟକ

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ: ୩୧ କର୍ମୀ ଅଟକ

ବ୍ରହ୍ମପୁର ଅଫିସ୍‌,୪ା୩- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନିକିଆ ବ୍ରହ୍ମପୁର ଗସ୍ତରେ ଆସିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୁଇ ବିରୋଧୀ ଦଳ କଂଗ୍ରେସ ଏବଂ ଭାଜପା ତରଫରୁ ତୀବ୍ର ବିରୋଧ କରାଯାଇଥିଲା । 

ପ୍ଲାଷ୍ଟିକ, ପାଣି ପାଉଚ୍‌ ନିଷେଧ, ଲାଗିବ ସିସି କ୍ୟାମେରା

ପ୍ଲାଷ୍ଟିକ, ପାଣି ପାଉଚ୍‌ ନିଷେଧ, ଲାଗିବ ସିସି କ୍ୟାମେରା

ଛତ୍ରପୁର,୪ା୩(ଡି.ଏନ.ଏ)-ଗଞ୍ଜାମ ଜିଲାର ଅରାଧ୍ୟା ମା’ ତାରାତାରିଣୀ ପୀଠରେ ଚୈତ୍ର ମଙ୍ଗଳବାର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ରବିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। 

ବାପ-ପୁଅଙ୍କୁ ମରଣାନ୍ତକ ଆକ୍ରମଣ

ଦିଗପହଣ୍ଡି,୪ା୩(ଡି.ଏନ.ଏ.) -ଦିଗପହଣ୍ଡି ଥାନା କରପଡ଼ା ଗ୍ରାମରେ ବ୍ୟବସାୟିକ ଶତ୍ରୁତାରୁ ଗଙ୍ଗାଧର ପ୍ରଧାନ ଏବଂ ତାଙ୍କ ପୁଅ ସଦାନନ୍ଦ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। 

ସାଧାରଣ ନିର୍ବାଚନ ପୂର୍ବରୁ ପୋଲିସର ପଦକ୍ଷେପ: ହେପାଜତକୁ ନେଉଛି ଲାଇସେନ୍ସ ବନ୍ଧୁକ

ସାଧାରଣ ନିର୍ବାଚନ ପୂର୍ବରୁ ପୋଲିସର ପଦକ୍ଷେପ: ହେପାଜତକୁ ନେଉଛି ଲାଇସେନ୍ସ ବନ୍ଧୁକ

ଦାରିଙ୍ଗବାଡି,୪।୩(ଡି.ଏନ.ଏ)-ଦାରିଙ୍ଗବାଡ ବ୍ଲକ ଅଞ୍ଚଳରେ ସାଧାରଣ ନିର୍ବାଚନ ପାଇଁ ବ୍ଲକ ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ଦିଗକୁ ନେଇ ବାରମ୍ବାର  ସମୀକ୍ଷା କରାଯିବା ସହ ବିଭିନ୍ନ ପଦକ୍ଷେପ ନିଆଯାଉଛି।

ଅନସ୍ଲୋ ହାଇସ୍କୁଲ ଅନୁଧ୍ୟାନ କଲେ ଜିଲାପାଳ, ଏସ୍‌ପି

ଛତ୍ରପୁର,୪ା୩(ଡି.ଏନ.ଏ)-ଛତ୍ରପୁରସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲ ପରିସର ବାମ ପାର୍ଶ୍ୱ କୋଠାରେ ସାଧାରଣ ନିର୍ବାଚନ ଲାଗି ଇଭିଏମ ଓ ଭିଭିପାଟ୍‌ ମେଶିନ ରଖାଯାଇ ବାହାରୁ ସିଲ୍‌ କରାଯାଇଛି। 

ଭଞ୍ଜନଗର ସହରର ନକ୍ସା ବଦଳିଛି: ବିକ୍ରମ

ଭଞ୍ଜନଗର ସହରର ନକ୍ସା ବଦଳିଛି: ବିକ୍ରମ

ଭଞ୍ଜନଗର,୪।୩(ଡି.ଏନ.ଏ.)-ଭଞ୍ଜନଗର ଏନ୍‌ଏସି ପକ୍ଷରୁ ରବିବାର ସନ୍ଧ୍ୟାରେ ବସ୍‌ଷ୍ଟାଣ୍ଡ ପରିସରରେ ଏକ ସଭା ହୋଇଥିଲା। ଏଥିରେ ପକ୍କାଘର, ବିଭିନ୍ନ ଭତ୍ତା, ଯୁବ ଗୋଷ୍ଠୀଙ୍କୁ କ୍ରୀଡା ଉପକରଣ, ଭୂମିହୀନଙ୍କୁ ଜମି ପଟ୍ଟା ସମେତ ଅନ୍ୟାନ୍ୟ ସହାୟତା ବଣ୍ଟନ କରାଯାଇଥିଲା।

କୂଅରେ ପଡ଼ି ବୃଦ୍ଧାଙ୍କ ମୃତ୍ୟୁ

କୂଅରେ ପଡ଼ି ବୃଦ୍ଧାଙ୍କ ମୃତ୍ୟୁ

ହିଞ୍ଜଳିକାଟୁ,୩।୩(ଡି.ଏନ୍‌.ଏ.)- ହିଞ୍ଜିିଳି ଥାନା ମକରଝୋଳ ଗ୍ରାମ ବଡ଼ସାହି ରାସ୍ତାରେ ଥିବା ଏକ କୂଅରେ ପଡ଼ି ରବିବାର ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଜି.ମାଙ୍ଗାମା। ପୂର୍ବାହ୍ନରେ ମାଙ୍ଗାମା ପୂଜା ପାଇଁ ପାଣି ଆଣିବାକୁ  ଯାଇ ଅସାବଧାନତାରୁ କୂଅରେ ପଡ଼ିଯାଇଥିଲେ। ଖବରପାଇ ଦମକଳ ବାହିନୀ ପହଞ୍ଚି ତାଙ୍କ ମୃତଦେହକୁ ଉଦ୍ଧାର କରିଥଲା। ପରେ ପୋଲିସ ମୃତଦେହ ଜବତ କରିଥିଲା। ବ୍ରହ୍ମପୁର ବଡ଼ ମେଡିକାଲରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମୃତ ମହିଳାଙ୍କ ପୁଅ ଜି.ଶତ୍ରୁଘ୍ନଙ୍କ ଏତଲା କ୍ରମେ ପୋଲିସ ନଂ.୬/୧୯ରେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଋଷିକୁଲ୍ୟା ମୁହାଣରେ ମୃତ କଇଁଛ

ଋଷିକୁଲ୍ୟା ମୁହାଣରେ ମୃତ କଇଁଛ

ଗଞ୍ଜାମ,୩ା୩(ଡି.ଏନ.ଏ.)-ଗଞ୍ଜାମ ସହର ପୁରୁଣାବନ୍ଧ ନିକଟ ଋଷିକୁଲ୍ୟା ମୁହାଣ ବେଳାଭୂମିଠାରେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଚାଲିଛି। ଚଳିତ ବର୍ଷ ଏହା ବିଳମ୍ବରେ ଆରମ୍ଭ ହୋଇଛି। ସମୁଦ୍ର କୂଳ ଲଂଘିବା ଏବଂ ବେଳାଭୂମି ଅବକ୍ଷୟ ବିଳମ୍ବର କାରଣ ବୋଲି ସ୍ଥାନୀୟ ପରିବେଶବିତମାନେ ମତ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଏଭଳି ସମୟରେ ଋଷିକୁଲ୍ୟା ନଦୀ ଏବଂ ସମୁଦ୍ର କୂଳରେ କେତୋଟି ମୃତ କଇଁଛ ପଡ଼ି ରହିଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି । ଏ ନେଇ ଖଲ୍ଲିକୋଟ ରେଞ୍ଜର ଦିଲୀପ କୁମାର ମାର୍ଥାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି,

ଶୁଭାରମ୍ଭ ହେଲା ବ୍ରହ୍ମପୁର-ବିଶାଖାପାଟଣା ପାସେଞ୍ଜର ଟ୍ରେନ

ଶୁଭାରମ୍ଭ ହେଲା ବ୍ରହ୍ମପୁର-ବିଶାଖାପାଟଣା ପାସେଞ୍ଜର ଟ୍ରେନ

ବ୍ରହ୍ମପୁର ଅଫିସ,୪ା୩-ବ୍ରହ୍ମପୁର-ବିଶାଖାପାଟଣା ପାସେଞ୍ଜର ଟ୍ରେନ ଚଳାଚଳ ନେଇ ବ୍ରହ୍ମପୁରବାସୀଙ୍କ ଦୀର୍ଘଦିନରୁ ହୋଇ ଆସୁଥିବା ଦାବି ପୂରଣ ହୋଇଛି। ରବିବାରରୁ ବ୍ରହ୍ମପୁର-ବିଶାଖାପାଟଣା ପାସେଞ୍ଜର ଟ୍ରେନର ଶୁଭାରମ୍ଭ  ହୋଇଛି।

୩ ବଖରା ଜଳିଗଲା

୩ ବଖରା ଜଳିଗଲା

ଖଜୁରିପଡା,୩।୩- ଖଜୁରିପଡା ଥାନା ବଲସକୁମ୍ପା ଗ୍ରାମ ପଞ୍ଚାୟତର କ୍ଷେତାପାଜୁ ଗାଁରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ସରୋଜ ସେଠୀଙ୍କ ୩ ବଖରା ଘର ଜଳି ଯାଇଛି। 

କାଳୁଚରଣ ସ୍ମାରକୀ କ୍ରିକେଟ୍‌ ଟୁର୍ନାମେଣ୍ଟ୍‌: ଆସିକା ପାୱାର୍‌ ଟିମ୍‌ ଚାମ୍ପିୟନ୍‌

କାଳୁଚରଣ ସ୍ମାରକୀ କ୍ରିକେଟ୍‌ ଟୁର୍ନାମେଣ୍ଟ୍‌: ଆସିକା ପାୱାର୍‌ ଟିମ୍‌ ଚାମ୍ପିୟନ୍‌

ଆସିକା,୩।୩(ଡି.ଏନ୍‌.ଏ.)- ଆସିକା ସହର ଉପକଣ୍ଠ ଋଷିକୂଲ୍ୟା ଷ୍ଟାଡିୟମଠାରେ ପାନାସୋନିକ୍‌ କ୍ରିକେଟ୍‌ କ୍ଲବ୍‌ ଆନୁକୂଲ୍ୟରେ ଚାଲିଥିବା କାଳୁ ଚରଣ ସ୍ମାରକୀ କ୍ରିକେଟ୍‌ ଟୁର୍ନାମେଣ୍ଟର ଫାଇନାଲ୍‌ ମ୍ୟାଚ ରବିବାର ଚେରମାରିଆ ଦଳ ଓ ଆସିକା ପାୱାର୍‌ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆସିକା ପାୱାର୍‌ ଦଳ ଚାମ୍ପିୟନ୍‌ ହୋଇଛି। ଟସ୍‌ ଜିତି ପାୱାର୍‌ ଦଳ ବୋଲିଂ ନିଷ୍ପତ୍ତି ନେଇଥିଲା।

ସହରତଳି ଅଞ୍ଚଳକୁ ବିଏମ୍‌ସିରେ ସାମିଲ ପ୍ରସଙ୍ଗ:  ଜିଲାପାଳଙ୍କୁ ମିଳିତ କ୍ରିୟାନୁଷ୍ଠାନ କମିଟିର ଦାବିପତ୍ର

ସହରତଳି ଅଞ୍ଚଳକୁ ବିଏମ୍‌ସିରେ ସାମିଲ ପ୍ରସଙ୍ଗ: ଜିଲାପାଳଙ୍କୁ ମିଳିତ କ୍ରିୟାନୁଷ୍ଠାନ କମିଟିର ଦାବିପତ୍ର

ବ୍ରହ୍ମପୁର ଅଫିସ,୩ା୩-ବ୍ରହ୍ମପୁର ସନ୍ନିକଟ ତଥା ପର୍ଶ୍ୱେବର୍ତ୍ତୀ ପଞ୍ଚାୟତ ଓ  ସହରତଳି ଅଞ୍ଚଳଗୁଡିକୁ ବିଏମସିରେ ସାମିଲ କରିବା ଦାବି ନେଇ  ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନଭେମ୍ବରରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଡିସେମ୍ବର ସୁଦ୍ଧା ଏ ନେଇ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସେ ସମୟରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରତିଶ୍ରୁତି ଦେଇଥିଲେ। 

ଅବସରପ୍ରାପ୍ତ, ବଦଳି କର୍ମଚାରୀଙ୍କୁ ନିର୍ବାଚନ ଦାୟିତ୍ୱ ଚିଠି

ଭଞ୍ଜନଗର,୩।୩(ଡି.ଏନ.ଏ.)-ନିର୍ବାଚନ ଆଚରଣବିଧି ଲାଗୁ ପୂର୍ବରୁ ନିର୍ବାଚନ ପାଇଁ ଆବଶ୍ୟକ ପ୍ରସ୍ତୁତିପର୍ବ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି। ଜିଲାର ଅଧିକାଂଶ କର୍ମଚାରୀଙ୍କୁ ନିର୍ବାଚନ ଦାୟିତ୍ୱ ପ୍ରଦାନ ପାଇଁ ଚିଠି ହୋଇଛି। କିନ୍ତୁ କେତେଜଣ ବଦଳୀ ଓ ଚାକିରିରୁ ଅବସର ନେଇଥିବା କର୍ମଚାରୀଙ୍କୁ ମଧ୍ୟ ନିର୍ବାଚନ ଦାୟିତ୍ୱ ଚିଠି ହୋଇଛି। 

ହାଣ୍ଡିମାଠିଆ ରଖି ମହିଳାଙ୍କ ରାସ୍ତା ଅବରୋଧ

ହାଣ୍ଡିମାଠିଆ ରଖି ମହିଳାଙ୍କ ରାସ୍ତା ଅବରୋଧ

ଦିଗପହଣ୍ଡି,୩ା୩(ଡି.ଏନ.ଏ.)-ସାନଖେମୁଣ୍ଡି ବ୍ଲକ ପାଟପୁର ମହାଲକ୍ଷ୍ମୀନଗର ବାସିନ୍ଦା ଶନିବାର ପାନୀୟ ଜଳ ପାଇଁ ରାସ୍ତା ଅବରୋଧ କରିଥିଲେ। ଗାନ୍ଧୀ ଛକରେ ବହୁ ମହିଳା ପୂର୍ବାହ୍ନ ସାଢ଼େ ୧୧ଟାରେ ମୁଖ୍ୟରାସ୍ତାରେ ଖାଲି ହାଣ୍ଡି ମାଠିଆ ରଖି ରାସ୍ତାରେ ବସିିଥିଲେ। 

କୂଅରୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ:୨ ଅଟକ

କୂଅରୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ:୨ ଅଟକ

ଆସିକା,୩ା୩ (ଡି.ଏନ୍‌.ଏ.)-ଆସିକା ଥାନା କମାଗଡ ଗ୍ରାମରେ ଶନିବାର ସକାଳେ ଏକ କୂଅରୁ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ା ମୃତକ ଜଣକ କମାଗଡ ଅସବର୍ଣ୍ଣ ବସ୍ତିର ସୁବାସ ନାଇକ (୬୦) ବୋଲି ଜଣାପଡିଛି ା ସୁବାସ ଗତ ଗୁରୁବାର ରାତି ପ୍ରାୟ ୯ଟାରୁ ସ୍ନାନ ଶୌଚ ଲାଗି ସେହି ଗ୍ରାମର ଜଣେ ଯୁବକଙ୍କ ସହ ଘରୁ ବାହାରକୁ ଯାଇଥିଲେ। 

ଅଲିଭ୍‌ ରିଡ୍‌ଲେଙ୍କୁ ଛୁଇଁଲେ ଦଣ୍ଡ

ଅଲିଭ୍‌ ରିଡ୍‌ଲେଙ୍କୁ ଛୁଇଁଲେ ଦଣ୍ଡ

ଛତ୍ରପୁର,୩ା୩(ଡି.ଏନ.ଏ.) -ଋଷିକୁଲ୍ୟା ମୁହାଣ ବେଳାଭୂମିରେ ଅଲିଭ ରିଡଲେଙ୍କ ଅଣ୍ଡାଦାନ ଓ ଛୁଆ ଜନ୍ମ ପ୍ରକ୍ରିୟାର ସୁରକ୍ଷା ନେଇ ଏକ ଜରୁରୀ ବୈଠକ ଶନିବାର ଅପରାହ୍ନରେ ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। 

କୂଅରେ ପଡ଼ି ଜଣେ ମୃତ

କୂଅରେ ପଡ଼ି ଜଣେ ମୃତ

ଫୁଲବାଣୀ ଅଫିସ, ୩ା୩-ଫୁଲବାଣୀ ସହର ପେଂଜିସାହିର ଜଣେ ବ୍ୟକ୍ତି ଶନିବାର କୂଅରେ ପଡି ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତକ ହେଲେ ଗୋପାଳ ମୁଖୀ। ଗୋପାଳ ଦିନବେଳେ ଘର ନିକଟରେ ଥିବା ଏକ କୂଅକୁ ପାଣି ଆଣିବା ପାଇଁ ଯାଇଥିଲେ। 

ଜାନିବିଲି ପ୍ରକଳ୍ପ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଜାନିବିଲି ପ୍ରକଳ୍ପ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର ଅଫିସ,୩ା୩-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ବ୍ରହ୍ମପୁର ଗସ୍ତରେ ଆସିବେ। ମୁଖ୍ୟମନ୍ତ୍ରୀ ୫୧୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କରିବା ସହ ୧୮ କୋଟି ଟଙ୍କାର ପ୍ରକଳ୍ପ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ା ବହୁ ପ୍ରତିକ୍ଷିତ ସର୍ବବୃହତ୍ତ ଜାନିବିଲି ପାନୀୟ ଜଳ ପ୍ରକଳ୍ପକୁ ଲୋକାର୍ପଣ କରିବେ। 

୬ରୁ ସମୂହ ଛୁଟିରେ ଯିବେ ଅମିନ

୬ରୁ ସମୂହ ଛୁଟିରେ ଯିବେ ଅମିନ

ଫୁଲବାଣୀ ଅଫିସ, ୨ା୩- ଅମିନ ସଂଘର ଦାବି ପୁରଣ ହେଉନାହିଁ । ଏହାର ପ୍ରତିବାଦରେ ଶନିବାର କନ୍ଧମାଳ ଅମିନ ସଂଘର ଅମିନମାନେ କଳା ବ୍ୟାଜ୍‌ ପିନ୍ଧି କାର୍ଯ୍ୟ କରିଥିଲେ। ଯଦି ସରକାର ଦାବି ପୁରଣ ନ କରନ୍ତି ତାହାଲେ ସଂଘ ନିଷ୍ପତି ଅନୁସାରେ ଆସନ୍ତା ୬ରୁ ସମସ୍ତେ ଛୁଟିରେ ଯିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି।