ବ୍ରହ୍ମପୁର

ଲଜ୍‌ରୁ ରିସେପ୍‌ନିଷ୍ଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଲଜ୍‌ରୁ ରିସେପ୍‌ନିଷ୍ଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ରହ୍ମପୁର ଅଫିସ,୭ା୪: ନୂଆ ବସ୍‌ଷ୍ଟାଣ୍ଡ ରୋଡରେ ଥିବା ଏକ ଲଜ୍‌ରୁ ଜଣେ ରିସେପ୍‌ସନିଷ୍ଟଙ୍କ ଝୁଲନ୍ତା ମୃତଦେହ ବୈଦ୍ୟନାଥପୁର ଥାନା ପୋଲିସ ଜବତ କରିଛି। ମୃତ ଯୁବକ ଜଣକ ସାଗର ରାଉତ (୨୦) ଓ ଘର ସଦର ଥାନା ଅନ୍ତର୍ଗତ ଲାଠି ଗୌଡ଼ ସାହିର ବୋଲି ପୋଲିସ ସୂଚନା ଦେଇଛି ।

ଭାଜପା ନିର୍ବାଚନ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ପୀତାମ୍ବର

ଭାଜପା ନିର୍ବାଚନ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ପୀତାମ୍ବର

 ଶେରଗଡ,୭ା୪(ଡି.ଏନ୍‌.ଏ.)-ଶେରଗଡସ୍ଥିତ ଚାରିଛକ ନିକଟରେ ଶନିବାର ସନ୍ଧ୍ୟାରେ ଭାଜପା ନିର୍ବାଚନ କାର୍ଯ୍ୟାଳୟ ଖୋଲାଯାଇଛି। ଏହାକୁ ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ରିବନ୍‌ କାଟି ଉଦ୍‌ଘାଟନ କରିଥିଲେ। 

ଅମିତ୍‌ ଶାହଙ୍କ ପୋଲସରା ଗସ୍ତ ଆଜି

ଅମିତ୍‌ ଶାହଙ୍କ ପୋଲସରା ଗସ୍ତ ଆଜି

ହାତୀଓଟ, ୭ା୪ : ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ରବିବାର ଗଞ୍ଜାମ ଜିଲା ପୋଲସରା ଆସିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଶାହ ପୂର୍ବାହ୍ନ ୧୦.୩୦ମି.ରେ ପୋଲସରାର ବେଲଗାଁ ଛକ ପଡିଆଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। 

ଛତ୍ରପୁର, ଗଞ୍ଜାମ ବ୍ଲକରେ ପ୍ରଚାର କଲେ ସୁବାସ

ଛତ୍ରପୁର, ଗଞ୍ଜାମ ବ୍ଲକରେ ପ୍ରଚାର କଲେ ସୁବାସ

ଛତ୍ରପୁର/ଗଞ୍ଜାମ,୭ା୪(ଡି.ଏନ.ଏ)-ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀର  ବିଜେଡି ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରା ଶନିବାର ଛତ୍ରପୁର ବ୍ଲକ, ଗଞ୍ଜାମ, ରମ୍ଭା ଏନ୍‌ଏସିର ୧୨ଓ୍ବାର୍ଡ ଏବଂ ଗଞ୍ଜାମ ବ୍ଲକର କେତେକ ଗ୍ରାମରେ ନିର୍ବାଚନୀ ପ୍ରଚାର କରିଥିଲେ। 

ଓକିଲଙ୍କ ଘରେ କଳାକନା  ବୁଲାଇଲେ ଲୁଟେରା

ଓକିଲଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

ଦିଗପହଣ୍ଡି,୭ା୪(ଡି.ଏନ.ଏ.)-ଦିଗପହଣ୍ଡି ପତିଗୋବିନ୍ଦପୁର ପାତ୍ରସାହିସ୍ଥିତ ଓକିଲ ନୀଳାମ୍ବର ମହାପାତ୍ରଙ୍କ ଘରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ଘରେ ପଶି  ଅଳଙ୍କାର ଓ ନଗଦ ୩ ହଜାର ଟଙ୍କା ଲୁଟି ନେଇଛନ୍ତି। 

ଦଳ ଛାଡ଼ିଲେ ଯୁବକଂଗ୍ରେସ ସଭାପତି

ଦଳ ଛାଡ଼ିଲେ ଯୁବକଂଗ୍ରେସ ସଭାପତି

ବ୍ରହ୍ମପୁର ଅଫିସ୍‌,୭ା୪-ବ୍ରହ୍ମପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ବିଶ୍ୱଜିତ ପାତ୍ର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଦଳର ପ୍ରାଥମିକ ସଦସ୍ୟ ସହ ଯୁବ କଂଗ୍ରେସ ସଭାପତି ପଦରୁ ସେ ଇସ୍ତଫା ଦେଇଥିବା ଶନିବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।

ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ବଳାତ୍କାର ଉଦ୍ୟମ

ଫୁଲବାଣୀ ଅଫିସ, ୬।୪-କନ୍ଧମାଳ ଜିଲାରେ ଗୋଟିଏ ପରେ ଗୋଟିଏ ସେବାଶ୍ରମ, ବିଦ୍ୟାଳୟର ଛାତ୍ରୀ ବିଭିନ୍ନ ସମୟରେ ଅସଦାଚରଣ,ବଳାତ୍କାରର ଶିକାର ହେଉଛନ୍ତି।  ଏପରିକି ଗୁରୁ-ଶିଷ୍ୟ ପରମ୍ପରାରେ ମଧ୍ୟ କଳଙ୍କ ଲାଗିଛି। ପୁଣି ଏଭଳି ଏକ ସମ୍ବେଦନଶୀଳ ଘଟଣା ତୁମୁଡିବନ୍ଧ ବ୍ଲକ ଅଞ୍ଚଳର ଏକ ଛାତ୍ରୀ ନିବାସରେ ଦେଖିବାକୁ ମିଳିଛି। ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବଳାତ୍କାର ଉଦ୍ୟମ କରିଛନ୍ତି। ଛାତ୍ରୀ ଜଣକ ଏ ନେଇ ବେଲଘର ଥାନରେ ଅଭିଯୋଗ କରିବା ସହ ବ୍ଲକ ଶିକ୍ଷାଧିକାରୀ, ଜିଲା ମଙ୍ଗଳ ଅଧିକାରୀ ଏବଂ ଜିଲା ଶିକ୍ଷାଧିକାରୀଙ୍କୁ ମଧ୍ୟ ଅବଗତ କରିଛନ୍ତି।

ସ୍ତ୍ରୀଙ୍କୁ ଗଳାକାଟି ହତ୍ୟା, ମୃତଦେହକୁ କଲଭର୍ଟ ତଳେ ପକାଇ ଫେରାର


ଆର.ଉଦୟଗିରି,୬।୪(ଡି.ଏନ.ଏ.)- ଗଜପତି ଜିଲା ଆର୍‌.ଉଦୟଗିରି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ଝିଅର ଆଡ୍‌ମିଶନ୍‌ ପାଇଁ ସ୍ତ୍ରୀ ଓ ଝିଅଙ୍କୁ ବିଦ୍ୟାଳୟ ନେବାବାଟରେ ଏକ ନିଛାଟିଆ କଲଭର୍ଟ ନିକଟରେ ସ୍ତ୍ରୀଙ୍କୁ ଗଳାକାଟି ହତ୍ୟା କରିଛନ୍ତି। ମୃତକ ହେଲେ ଗଜପତି ଜିଲା ମୋହନା ଥାନା ଟାଙ୍ଗିଲିପଦରର ରୁନିତା ନାୟକ। ଏନେଇ ଆର୍‌.ଉଦୟଗିରି ଥାନାରେ ଝିଅ ଅଭିଯୋଗ କରିବା ପରେ ପୋଲିସ ନଂ୪୦/୧୯ରେ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ ଚଳାଇଛି।

 ୧୫ କେଜି ଗଞ୍ଜେଇ ଜବତ, ୨ ଗିରଫ

୧୫ କେଜି ଗଞ୍ଜେଇ ଜବତ, ୨ ଗିରଫ

ମୋହନା,୬।୪(ଡି.ଏନ୍‌.ଏ.):  ଅଡବା ପୋଲିସ ଶନିବାର ବସ୍‌କୁ ଅପେକ୍ଷା କରିଥିବା ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୫ କେଜି ଗଞ୍ଜେଇ ଜବତ କରିଛି। ସେମାନେ ହେଲେ ଅଜୟ ମାଝୀ (୨୬), ପ୍ରକାଶ ବୀର (୨୫)। ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଅଜୟ କୁମାର ବାରିକ ସୂଚନା ଦେଇଛନ୍ତି।

ନବୋଦୟ ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରୀଛାତ୍ର

ନବୋଦୟ ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରୀଛାତ୍ର

ବେଗୁନିଆପଡା,୬।୪(ଡି.ଏନ୍‌.ଏ.)- ବେଗୁନିଆପଡା ବ୍ଲକ ସୁମଣ୍ଡଳସ୍ଥିତ ରବିଘୋଷ ନୋଡାଲ ହାଇସ୍କୁଲର ୭ ଛାତ୍ରୀଛାତ୍ର ନବୋଦୟ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି। 

କଂଗ୍ରେସର ମିଶ୍ରଣ ପର୍ବ: ନିର୍ବାଚନ ପ୍ରଚାର ଆରମ୍ଭ

କଂଗ୍ରେସର ମିଶ୍ରଣ ପର୍ବ: ନିର୍ବାଚନ ପ୍ରଚାର ଆରମ୍ଭ

ଦାରିଙ୍ଗବାଡ଼ି,୬।୪(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଶନିବାର ଜି.ଉଦୟଗିରି ନିର୍ବାଚନମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ୟାମଘନ ପ୍ରଧାନ ପ୍ରଚାର କରିଛନ୍ତି । 

ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା : ବିଧାୟକ ପ୍ରାର୍ଥୀ ଏନ୍‌ଏସି ଅଫିସରେ ତାଲା ପକାଇଲେ

ଭଞ୍ଜନଗର,୬।୪(ଡି.ଏନ.ଏ.)-ଭଞ୍ଜନଗର ସହରର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ ସ୍ବାଧୀନ ବିଧାୟକ ପ୍ରାର୍ଥୀ ବୀରେନ୍ଦ୍ର ଗୌଡ ଶୁକ୍ରବାର ଏନ୍‌ଏସି କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ। 

ଯନ୍ତ୍ରଣା ଦେଉଛି ଅସମ୍ପୂର୍ଣ୍ଣ ଜାନିବିଲି ପ୍ରକଳ୍ପ : ଖାଲରେ ଫସିଲା ବିଜେଡି ପ୍ରଚାର ଗାଡ଼ି

ଯନ୍ତ୍ରଣା ଦେଉଛି ଅସମ୍ପୂର୍ଣ୍ଣ ଜାନିବିଲି ପ୍ରକଳ୍ପ : ଖାଲରେ ଫସିଲା ବିଜେଡି ପ୍ରଚାର ଗାଡ଼ି

ବ୍ରହ୍ମପୁର ଅଫିସ୍‌,୬ା୪-ଜାନବିଲି ପ୍ରକଳ୍ପ ପାଇଁ ବ୍ରହ୍ମପୁର ସାରା ରାସ୍ତାକୁ ଖୋଳି ପାଇପ୍‌ ପୋତାଯାଇଛି । ହେଲେ ପାଇପ୍‌ ପୋତିବା ପରେ ଠିକ୍‌ ଭାବେ ମାଟି ଭର୍ତ୍ତି କରାଯାଇନି । ଫଳରେ ସାମାନ୍ୟ ବର୍ଷା ହେଲେ କିମ୍ବା ଭାରିଯାନ ଗଲେ ଏହି ଖାଲଗୁଡ଼ିକରେ ଗାଡ଼ି ଫସିଯାଉଛି । 

ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ, ଯୁବକ ଗିରଫ

ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ, ଯୁବକ ଗିରଫ

ବ୍ରହ୍ମପୁର ଅଫିସ,୬ା୪-ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ବିଜିପୁର କେନାଲ ସାହିର ନିରଞ୍ଜନ ବେହେରା ଓରଫ ରଞ୍ଜନଙ୍କୁ ଗିରଫ କରିଛି। 

ପେଟ୍ରୋଲ ପମ୍ପରେ ଡକାୟତି ଯୋଜନା ପଣ୍ଡ: ୬ ଗିରଫ

ପେଟ୍ରୋଲ ପମ୍ପରେ ଡକାୟତି ଯୋଜନା ପଣ୍ଡ: ୬ ଗିରଫ

ବ୍ରହ୍ମପୁର ଅଫିସ,୬ା୪-ହଳଦିଆପଦର ପେଟ୍ରୋଲ ପମ୍ପରେ ଗୁରୁବାର ବିଳମ୍ବିତ ରାତିରେ ଡକାୟତି ପାଇଁ ଯୋଜନା ଚଳାଉଥିବା ୬ ଜଣଙ୍କୁ ଗୋଷାଣି ନୂଆଗାଁ ପୋଲିସ ଗିରଫ କରିଛି। 

ଭାଜପାର ମିଶ୍ରଣପର୍ବ, ପୀତାମ୍ବରଙ୍କ ପ୍ରଚାର

ଭାଜପାର ମିଶ୍ରଣପର୍ବ, ପୀତାମ୍ବରଙ୍କ ପ୍ରଚାର

ଶେରଗଡ଼,୫।୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଧବଳପୁରସ୍ଥିତ ଝିଙ୍କାରେଶ୍ୱର ପୀଠରେ ଶୁକ୍ରବାର ଭାଜପାର ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡିର ବହୁକର୍ମୀ ଭାଜପାରେ ସାମିଲ ହୋଇଛନ୍ତି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବାନନ୍ଦ ମହାପାତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।

ମଦ, ଜବତ ପୋଚ ନଷ୍ଟ

ମଦ, ଜବତ ପୋଚ ନଷ୍ଟ

ପାତ୍ରପୁର,୫।୪(ଡି.ଏନ୍‌.ଏ.)- ଆନ୍ଧ୍ର ଓଡ଼ିଶା ସୀମାନ୍ତ ବିଭିନ୍ନ ଗ୍ରାମରେ ଆନ୍ଧ୍ର ଓଡ଼ିଶା ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢ଼ାଉ କରି ଆନୁମାନିକ ବିପୁଳ ପରିମାଣର ପୋଚ ଓ ମଦ ଜବତ କରାଯାଇଛି ା ଚିକିଟି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟେଟ୍‌ ହରପ୍ରସାଦ ଭୋଇ, ଜରଡ଼ା ଥାନା ଅଧିକାରୀ ମୃତ୍ୟୁଞୟ ସ୍ବାଇଁ, ଅବକାରୀ ବିଭାଗ ଅଧିକାରୀ ରୋଶନ ଇସୁଦ୍‌ ହାଁସଦା, ମଲ୍ଲିକାଅର୍ଜୁନ ରାଓ ସେହିଭଳି ଆନ୍ଧ୍ର ବିଭାଗୀୟ ଅଧିକାରୀ ଅବ୍‌ଦୁଳ କଲିମ୍‌ ପ୍ରମୁଖ ଶୁକ୍ରବାର ସୀମାନ୍ତର ଚଢ଼େଇଗାଁ, କନ୍ଧ ବିଜିପୁର, ମାଣିକପୁର ପ୍ରମୁଖ ଆଦିବାସୀ ଓ ସୀମାନ୍ତ ଗ୍ରାମରେ ଚଢାଉ କରି ବିଭିନ୍ନ ମଦପ୍ରସ୍ତୁତ ସରଞ୍ଜାମ ସହ ପୋଚ ନଷ୍ଟ କରିଥିଲେ। ମାତ୍ର ଏଥିରେ କାହାରିକୁ ଗିରଫ କରାଯାଇନାହିଁ।

ଏକ ଇଞ୍ଚରୁ କମ ଉଚ୍ଚତାର ଓଟ

ଏକ ଇଞ୍ଚରୁ କମ ଉଚ୍ଚତାର ଓଟ

ବ୍ରହ୍ମପୁର ଅଫିସ,୫ା୪-ସଫଳତା ଆଗରେ ହାର ମାନିଛି ବୟସ ା  ଏହାକୁ ପ୍ରମାଣିତ କରିଛନ୍ତି ବ୍ରହ୍ମପୁର ଠାକୁରାଣୀ ମନ୍ଦିର ସାହିର ୬୮ ବର୍ଷୀୟ ଶିଳ୍ପୀ ଏସ. ଆନନ୍ଦ ରାଓ। ପରିଣତ ବୟସରେ ବ୍ରାସ(ପିତ୍ତଳ)ରେ ଭାରତର ବହୁ ଛୋଟ, ବଡ ଐତିହାସିକ ମଡେଲ  କରି ବିଶ୍ୱ ଦରବାରରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।  ପୂର୍ବରୁ ଆନନ୍ଦଙ୍କ ୨୨ଟି ପିତ୍ତଳ କଳାକୃତି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିଲା। ଏବେ ବିଶ୍ୱର ସବୁଠାରୁ କ୍ଷୁଦ୍ର ଯାହାର ଉଚ୍ଚତା ଏକ ଇଞ୍ଚରୁ କମ୍‌ ଓଟ ତିଆରି କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ା

ଭାଲିଆଗୁଡା ଜଙ୍ଗଲରୁ ବନ୍ଧୁକ, ଗୁଳି ଜବତ

ଭାଲିଆଗୁଡା ଜଙ୍ଗଲରୁ ବନ୍ଧୁକ, ଗୁଳି ଜବତ

ମୋହନା/ଚନ୍ଦ୍ରଗିରି,୫।୪(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ଥାନା ମଳାସପଦର ପଞ୍ଚାୟତସ୍ଥିତ ଭାଲିଆଗୁଡା ଜଙ୍ଗଲରୁ ମୋହନା ପୋଲିସ ଓ ସିଆର୍‌ପିଏଫ ଯବାନଙ୍କ ମିଳିତ ଅପରେଶନରେ ଏକ ଇନ୍‌ସାସ୍‌ ରାଇଫଲ, ମାଗାଜିନ୍‌ ଓ ଗୁଳି ଜବତ ହୋଇଛି। ଏଥିସହ ପୋଲିସର ଅନ୍ୟଏକ ଟିମ୍‌ ହିଚାଗାନ୍ଧୀ ଗ୍ରାମରେ ଚଢାଉ କରି ୨ଜଣଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ ଜବତ କରି ସେମାନଙ୍କୁ ଗିରଫ କରିଛି। ଇନ୍‌ସାସ ରାଇଫଲ୍‌ଟି ୨୦୦୮ରେ ନୟାଗଡ ଅସ୍ତ୍ରାଗାରରୁ ଲୁଟ୍‌ ହୋଇଥିବା ଅନୁମାନ କରାଯାଉଛି ଓ ଏନେଇ ଅଧିକ ତଦନ୍ତ ଚାଲିଛି ବୋଲି ଗଜପତି ଏସ୍‌ପି ସାରା ଶର୍ମା ସୂଚନା ଦେଇଛନ୍ତି।

ଜି. ଉଦୟଗିରରେ ଦଣ୍ଡ ନୃତ୍ୟ: ଧୂଳିଦଣ୍ଡ ପ୍ରଦର୍ଶନ

ଜି. ଉଦୟଗିରରେ ଦଣ୍ଡ ନୃତ୍ୟ: ଧୂଳିଦଣ୍ଡ ପ୍ରଦର୍ଶନ

ଜି. ଉଦୟଗିରି ୫।୪(ଡି.ଏନ୍‌.ଏ.): ଜି. ଉଦୟଗିରି ସହରର ପ୍ରସିଦ୍ଧ ଅନନ୍ଦେଶ୍ୱର ଓ ମା’ ରୁଦ୍ରକାଳୀଙ୍କ ଦଣ୍ଡନୃତ୍ୟ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । 

ମୋ ଭୋଟ ମୋ ଅଧିକାର ସେଲ୍‌ଫି

ମୋ ଭୋଟ ମୋ ଅଧିକାର ସେଲ୍‌ଫି

ଛତ୍ରପୁର,୫।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ୨ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ କରି ଭୋଟ ଦେଉଥିବା କଲେଜ ଛାତ୍ରୀଛାତ୍ରଙ୍କୁ ସଚେତନ କରିବାକୁ ଜିଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି।

ଜଗନ୍ନାଥପୁର ଜାତୀୟ ରାଜପଥରେ ଯାନବାହନ ଯାଞ୍ଚ: ୭ ଲକ୍ଷ ଜବତ

ଜଗନ୍ନାଥପୁର ଜାତୀୟ ରାଜପଥରେ ଯାନବାହନ ଯାଞ୍ଚ: ୭ ଲକ୍ଷ ଜବତ

ଛତ୍ରପୁର,୫।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ଉପକଣ୍ଠ ଜଗନ୍ନାଥପୁରଛକ  ନିକଟ ଜାତୀୟ ରାଜପଥରେ ଗୁରୁବାର ବିଳମ୍ବିତ ରାତିରେ ଯାନବାହନ ଯାଞ୍ଚ ହୋଇଛି। 

ସ୍ତ୍ରୀଙ୍କ ତଣ୍ଟି ଚିପି ମାରିଦେଲେ ସ୍ବାମୀ

ସ୍ତ୍ରୀଙ୍କ ତଣ୍ଟି ଚିପି ମାରିଦେଲେ ସ୍ବାମୀ

ଖଲିକୋଟ,୫ା୪(ଡି.ଏନ୍‌.ଏ.): ଖଲିକୋଟ ବ୍ଲକ ଅନ୍ତର୍ଗତ ଭିକାପଡ଼ା ଗ୍ରାମରେ ଗୁରୁବାର ରାତିରେ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ମାରି ଦେଇଥିବା ଖଲିକୋଟ ଥାନାରେ ଅଭିଯୋଗ ହୋଇଛି। ମାଣିକ୍ୟପୁର ଗ୍ରାମର ସୁବାସ ଦିହୁଡ଼ିଙ୍କ କନ୍ୟା ଜୟନ୍ତୀ (୩୨)ଭିକାପଡ଼ାର ଅଜୟ ବାରିକ(୪୦)ଙ୍କୁ ବିବାହ କରିଥିଲେ।  

ପାନୀୟ ଜଳ ସମସ୍ୟା ନେଇ ଧାରଣା

ପାନୀୟ ଜଳ ସମସ୍ୟା ନେଇ ଧାରଣା

ଗଞ୍ଜାମ,୫ା୪(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୮ ନଂ ଓ୍ବାର୍ଡର ପୁଇଁତୋଳା ବାରିକସାହିରେ ଦୀର୍ଘ ୩ ବର୍ଷ ହେବ ୧୮ଟି ପରିବାର ରହିଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଆଜିପର୍ଯ୍ୟନ୍ତ ସ୍ଥାୟୀ ଭାବେ ପାନୀୟ ଜଳର ବନ୍ଦୋବସ୍ତ କରାଯାଇନାହିଁ।