ବ୍ରହ୍ମପୁର

ମଦ ଜବତ, ଜଣେ ଗିରଫ

ମଦ ଜବତ, ଜଣେ ଗିରଫ

ବେଗୁନିଆପଡ଼ା, ୧୩ା୬ (ଡି.ଏନ.ଏ.): ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ପୁସ୍ତପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ବେଗୁନିଆପଡ଼ା ପୋଲିସ ଚଢ଼ାଉ କରି ମଦ ବିକ୍ରି ଅଭିଯୋଗରେ ଜଣେ ପାନ ଦୋକାନୀଙ୍କୁ ଗିରଫ କରିଛି। ସେ ହେଲେ ସେହି ଗ୍ରାମର ପୀତବାସ ସାହୁ (୫୬)। ସୋମବାର ରାତି ପ୍ରାୟ ସାଢ଼େ ୧୦ଟାରେ କୌଣସି ସୂତ୍ରରୁ ଖବର ପାଇ ବେଗୁନିଆପଡ଼ା ପୋଲିସ ପୀତବାସଙ୍କ ପାନ ଦୋକାନରେ ଚଢ଼ାଉ କରି ୬ ପେଟି ବିଦେଶୀ ମଦ (୩୬.୭୮୦ ଲିଟର) ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା। ନଂ.୧୨୬/୧୮ରେ ମାମଲା ରୁଜୁ କରି ମଙ୍ଗଳବାର ପୀତବାସଙ୍କୁ କୋର୍ଟ ଚାଲାଣ କରାଯାଇଛି।

ରେଳ ଷ୍ଟେଶନରୁ ନବଜାତକର ମୃତଦେହ ଉଦ୍ଧାର

ବ୍ରହ୍ମପୁର ଅଫିସ,୧୩ା୬: ବ୍ରହ୍ମପୁର ଷ୍ଟେଶନସ୍ଥିତ ୧ ନଂ. ପ୍ଲାଟ୍‌ଫର୍ମ ଶେଷ ମୁଣ୍ଡରୁ ମଙ୍ଗଳବାର ସନ୍ଧ୍ୟାରେ ରେଳବାଇ ପୋଲିସ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରିଛି। ବ୍ୟବଚ୍ଛେଦ ପାଇଁ ମୃତଦେହକୁ ବ୍ରହ୍ମପୁର ବଡ ମେଡିକାଲ୍‌କୁ ପଠାଯାଇଛି। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ବୋଲି ରେଳବାଇ ଥାନାଧିକାରୀ କେ.କେ. ସାହୁ ସୂଚନା ଦେଇଛନ୍ତି।

ଓଡିଆର୍‌ପି ଘରେ ନ ରହିଲେ ଅନ୍ୟକୁ ଦିଆଯିବ

ଓଡିଆର୍‌ପି ଘରେ ନ ରହିଲେ ଅନ୍ୟକୁ ଦିଆଯିବ

ଛତ୍ରପୁର,୧୩।୬(ଡି.ଏନ.ଏ.):ସ୍ବତନ୍ତ୍ର ରିଲିଫ କମିଶନର ତଥା ଓସ୍‌ଡମା (ଓଡିଶା ରାଜ୍ୟ ଡିଜାଷ୍ଟର ପରିଚାଳନା କର୍ତ୍ତୃପକ୍ଷ)ର ଏମ୍‌ଡି (ପରିଚାଳନା ନିର୍ଦ୍ଦେଶକ) ବିଷ୍ଣୁପଦ ସେଠୀ ମଙ୍ଗଳବାର ଗଞ୍ଜାମ ଜିଲା ଗସ୍ତରେ ଆସିଥିଲେ। ଏହି ଅବସରରେ ଓଡିଆର୍‌ପି କଲୋନୀରେ ଆନୁଷଙ୍ଗିକ ବ୍ୟବସ୍ଥା ଅଗ୍ରଗତିର ସମୀକ୍ଷା କରିବା ସହ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲାରେ ଚାଲିଥିବା ଓଡିଆର୍‌ପି ଗୃହ ନିର୍ମାଣ ଓ କଲୋନୀରେ ଆନୁଷଙ୍ଗିକ ବ୍ୟବସ୍ଥା ଅଗ୍ରଗତି ସମ୍ପର୍କରେ ଏମ୍‌ଡି ସେଠୀ ସମୀକ୍ଷା କରିଛନ୍ତି। ଓଡିଆର୍‌ପି କଲୋନୀରେ ଅଧାପନ୍ତରିଆ ପଡି ରହିଥିବା ଆନୁଷଙ୍ଗିକ କାର୍ଯ୍ୟକୁ ଦୁଇ ମାସ ମଧ୍ୟରେ ଶେଷ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱବ୍ୟାଙ୍କ ସହାୟତାରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପ ଏସିଆରେ ସର୍ବବୃହତ ପ୍ରକଳ୍ପ ଏବଂ ଏଥିରେ ୮୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି।

ବାଇକ୍‌-ଅଟୋ ଧକ୍କା, ୩ ଆହତ

ବାଇକ୍‌-ଅଟୋ ଧକ୍କା, ୩ ଆହତ

ଭଞ୍ଜନଗର, ୧୩।୬ (ଡି.ଏନ.ଏ): ଭଞ୍ଜନଗର-କଣ୍ଟେଇପଲ୍ଲୀ ମୁଖ୍ୟ ରାସ୍ତାର ଅଗଝୋଳ ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ବାଇକ୍‌ ଓ ଅଟୋ ମୁହଁାମୁହିଁ ଧକ୍କା ହେବାରୁ ୩ ଜଣ ଆହତ ହୋଇଛନ୍ତି। ଖବରପାଇ ଭଞ୍ଜନଗର ଦମକଳ ବାହିନୀ ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। କାଳିଆପଲ୍ଲୀର ୨ ଯୁବକ ଏକ ବାଇକ୍‌ରେ ଭଞ୍ଜନଗର ଯାଉଥିଲେ। ଅଗଝୋଳ ଛକ ନିକଟରେ ବାଇକ୍‌ ସହ ଭଞ୍ଜନଗରରୁ ଲାଠିପଡ଼ା ଯାଉଥିବା ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଅଟୋ ଚାଳକଙ୍କ ସହ ବାଇକ୍‌ ଆରୋହୀ ଦ୍ୱୟ ଆହତ ହୋଇଥିଲେ।

୩ ମାସରେ ପ୍ରକଳ୍ପ ଶେଷ କରିବାକୁ ଗୁରୁତ୍ୱ

୩ ମାସରେ ପ୍ରକଳ୍ପ ଶେଷ କରିବାକୁ ଗୁରୁତ୍ୱ

ବ୍ରହ୍ମପୁର ଅଫିସ,୧୩ା୬:ରାଜ୍ୟ ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥି ଭାତନାନ ମଙ୍ଗଳବାର ବ୍ରହ୍ମପୁର ଗସ୍ତରେ ଆସି ଜାନିବିଲି ପ୍ରକଳ୍ପ ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଆସନ୍ତା ୩ ମାସ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ସହ ମହାନଗରକୁ ଜଳ ଯୋଗାଣ ଆରମ୍ଭ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରକଳ୍ପର ନିର୍ବାହୀଯନ୍ତ୍ରୀ ଆର.ଏନ. ମଲ୍ଲିକ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ଉପରେ ଆଲୋଚନା କରିଥିଲେ। ବର୍ତ୍ତମାନ ସୁଦ୍ଧା ୪୬ ପ୍ରତିଶତ ପାଇପ ବିଛାଇବା କାର୍ଯ୍ୟ ଶେଷ ହୋଇଛି।

ସରକାରୀ ଯୋଜନାରୁ ଦିବ୍ୟାଙ୍ଗ ବଞ୍ଚତ୍ତ

ସରକାରୀ ଯୋଜନାରୁ ଦିବ୍ୟାଙ୍ଗ ବଞ୍ଚତ୍ତ

ଗଞ୍ଜାମ,୧୩ା୬(ଡି.ଏନ.ଏ.):ସରକାର ଦିବ୍ୟାଙ୍ଗମାନଙ୍କୁ ସ୍ବାବଲମ୍ବୀ କରିବା ସହ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ସରକାର ବହୁ ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ ବିଭିନ୍ନ କାରଣରୁ ତୃଣମୂଳ ସ୍ତରରେ ଏହି ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନ ଥିବା ଦେଖିବାକୁ ମିଳୁଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଏନ୍‌ଏସିର ୧୨ନଂ ୱାର୍ଡ ଦାମୋଦରପୁର ଗ୍ରାମରେ। ଗ୍ରାମର କୃଷ୍ଣ ଚନ୍ଦ୍ର ବେହେରା (୭୦)। ୨ବର୍ଷ ପୂର୍ବେ ପାରାଲିସିସ୍‌ରେ ଆକ୍ରାନ୍ତ ହୋଇ ଗୋଟିଏ ହାତ ଏବଂ ଗୋଡ଼ ଅଚଳ ହୋଇଯାଇଛି। ମାତ୍ର ଏଯାଏ ତାଙ୍କୁ ବାର୍ଦ୍ଧକ୍ୟ କିମ୍ବା ଦିବ୍ୟାଙ୍ଗ ଭତ୍ତା ମିଳି ନଥିବା ସେ ଅଭିଯୋଗ କରିଛନ୍ତି।

ବିଦ୍ୟୁତ୍‌ ସଂସ୍ପର୍ଶରେ ନାବାଳକ ମୃତ, ଉତ୍ତେଜନା

ବିଦ୍ୟୁତ୍‌ ସଂସ୍ପର୍ଶରେ ନାବାଳକ ମୃତ, ଉତ୍ତେଜନା

ଭଞ୍ଜନଗର,୧୩।୬(ଡି.ଏନ.ଏ.):ଭଞ୍ଜନଗର ମୁଖ୍ୟ ସଡ଼କରେ ଥିବା ଏକ ଷ୍ଟ୍ରିଟ ଲାଇଟ୍‌ ଖୁଣ୍ଟରେ ବିଦ୍ୟୁତ୍‌ ଚାର୍ଜ ହୋଇଯାଇଥିବା ବେଳେ ତାହା ସଂସ୍ପର୍ଶରେ ଆସି ମଙ୍ଗଳବାର ରାତିରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ନାବାଳକ ହେଲେ କାଠଚିରାର ଜୟରାମ ସ୍ବାଇଁଙ୍କ ପୁଅ ଟୁକୁନା (୧୫)। ଏହି ଘଟଣାକୁ ନେଇ ମୁଖ୍ୟ ସଡ଼କ ଓ ମେଡ଼ିକାଲରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରକାଶ ଯେ, କାଠଚିରାର ଜୟରାମ କିଛି ମାସ ହେବ ଅସୁସ୍ଥ ଅଛନ୍ତି।

ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ

ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ

ଖଲ୍ଲିକୋଟ,୧୨ା୬(ଡି.ଏନ୍‌.ଏ.)-ଖଲ୍ଲିକୋଟ କଳିଙ୍ଗ ବୈଶ୍ୟ ଭବନ ପରିସରରେ ମଙ୍ଗଳବାର ଭଲ୍ୟୁଣ୍ଟର ହେଲଥ ଅର୍ଗାନାଇଜେଶନ (ଭାଇ) ପକ୍ଷରୁ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ ହୋଇଯାଇଛି। ଭାଇର ରାଜ୍ୟ ସଂଯୋଜକ ଦେବାନନ୍ଦ ମହନ୍ତଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ମମତା ରାଣୀ

ଗୋବରାରେ ସଶକ୍ତ ରଥକୁ ସ୍ବାଗତ

ଗୋବରାରେ ସଶକ୍ତ ରଥକୁ ସ୍ବାଗତ

ଭଞ୍ଜନଗର,୧୨।୬(ଡି.ଏନ.ଏ.)-ଦିବ୍ୟାଙ୍ଗମାନଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ସମସ୍ତ ଯୋଜନା ସମ୍ପର୍କରେ ଦିବ୍ୟାଙ୍ଗମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱର ସ୍ବାଭିମାନ ଅନୁଷ୍ଠାନ ପକ୍ଷରୁ ବାହାରିଥିବା ସଶକ୍ତ ଅଭିଯାନ ରଥ ସୋମବାର ଗୋବରାରେ ପହଞ୍ଚିବା ପରେ ସ୍ବାଗତ କରାଯାଇଛି ।

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଭାଜପାର ସ୍ମାରକପତ୍ର

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଭାଜପାର ସ୍ମାରକପତ୍ର

ଭଞ୍ଜନଗର,୧୨।୬(ଡି.ଏନ.ଏ)-ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗଙ୍କୁ ନେଇ ଭାଜପା ଘୁମୁସର ଜିଲା ଶାଖା ପକ୍ଷରୁ ମଙ୍ଗଳବାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଉପଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ଅତିରିକ୍ତ ଜିଲା ଜଜ୍‌ଙ୍କୁ ବିଦାୟ ସମ୍ବର୍ଦ୍ଧନା

ଅତିରିକ୍ତ ଜିଲା ଜଜ୍‌ଙ୍କୁ ବିଦାୟ ସମ୍ବର୍ଦ୍ଧନା

ସୋରଡା,୧୨।୬(ଡି.ଏନ୍‌.ଏ.)- ସୋରଡା ଓକିଲ ସଂଘ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ କୋର୍ଟ ପରିସର ସଂଘ ଗୃହରେ ଭଞ୍ଜନଗର ଅତିରିକ୍ତ ଜିଲା ଜଜ୍‌ ବିଧାନ ଚାନ୍ଦଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

ଅଷ୍ଟମ ବାଟାଲିୟନ ଦୂର୍ଗପତିଙ୍କ ଦ୍ୱାରା ଜିମ୍‌ ଉଦ୍‌ଘାଟିତ

ଅଷ୍ଟମ ବାଟାଲିୟନ ଦୂର୍ଗପତିଙ୍କ ଦ୍ୱାରା ଜିମ୍‌ ଉଦ୍‌ଘାଟିତ

ଗଞ୍ଜାମ,୧୨।୬(ଡି.ଏନ.ଏ.)- ଅଗସ୍ତିନୂଆଗାଁସ୍ଥିତ ଅଷ୍ଟମ ବାଟାଲିୟନ ପରିସରରେ ମଙ୍ଗଳବାର ବ୍ୟାୟମଶାଳା (ଜିମ୍‌) ଉଦ୍‌ଘାଟିତ ହୋଇଯାଇଛି। ବାଟାଲିୟନର ଦୂର୍ଗପତି (କମାଣ୍ଡାଣ୍ଟ) ଉଦୟ ନାଥ ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ।

ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସଭ୍ୟାଙ୍କ ତାଲିମ ଶିବିର

ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସଭ୍ୟାଙ୍କ ତାଲିମ ଶିବିର

ବୁଗୁଡ଼ା,୧୨।୬(ଡି.ଏନ.ଏ.)- ବୁଗୁଡ଼ା ଏନ୍‌ଏସି ରଘୁନାଥ ସାହି ଅଙ୍ଗନୱାଡ଼ି କେନ୍ଦ୍ର ପକ୍ଷରୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସଭ୍ୟା ତାଲିମ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହାକୁ ଅଞ୍ଚଳ ପରିଦର୍ଶିକା ମମତା ପଣ୍ଡା ଉଦ୍‌ଘାଟନ କରିଥିଲେ।

ସମବାୟ ଆପଣଙ୍କ ଦ୍ୱାରରେ ସଚେତନତା ରଥ ଶୁଭାରମ୍ଭ

ସମବାୟ ଆପଣଙ୍କ ଦ୍ୱାରରେ ସଚେତନତା ରଥ ଶୁଭାରମ୍ଭ

ଭଞ୍ଜନଗର,୧୨।୬(ଡି.ଏନ.ଏ)-ଭଞ୍ଜନଗର ଉପଖଣ୍ଡର ଚାଷୀଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇବା ଉଦ୍ଦେଶ୍ୟରେ ସମବାୟ ଆପଣଙ୍କ ଦ୍ୱାରରେ ସଚେତନତା ରଥ ମଙ୍ଗଳବାର ସ୍ଥାନୀୟ ନିୟନ୍ତ୍ରୀତ ବଜାର କମିଟି କାର୍ଯ୍ୟାଳୟରୁ ଯାତ୍ରା ଆରମ୍ଭ କରିଛି। ଉପ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଛନ୍ତି। ରଥଟି ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ଗ୍ରାମ ପରିକ୍ରମା କରି ଚାଷୀଙ୍କୁ ସଚେତନ କରାଇବ ବୋଲି ଉପଜିଲାପାଳ କହିଛନ୍ତି।

‘ବ୍ରହ୍ମପୁର ପ୍ରତିଭାଙ୍କ  ବିରୋଧରେ ଷଡ଼ଯନ୍ତ୍ର’

‘ବ୍ରହ୍ମପୁର ପ୍ରତିଭାଙ୍କ ବିରୋଧରେ ଷଡ଼ଯନ୍ତ୍ର’

ବ୍ରହ୍ମପୁର ଅଫିସ,୧୨ା୬ଉଦୟମାନ୍‌ ଖେଳାଳିଙ୍କ ଗନ୍ତାଘର ବ୍ରହ୍ମପୁର ସହର। ରାଜ୍ୟ କ୍ରୀଡ଼ା ଜଗତକୁ ସର୍ବଦା ବହୁ ପ୍ରତିଭା ଭେଟି ଦେଇଥିବା ଏହି ସହର ପ୍ରତି କିନ୍ତୁ କ୍ରମାଗତ ଅବହେଳା କରାଯାଉଥିବା ଖେଳାଳିମାନେ ଅଭିଯୋଗ କରନ୍ତି।

‘ସମସ୍ତେ ଜାଣନ୍ତୁ ଦିବ୍ୟାଙ୍ଗଙ୍କ ଅଧିକାର’

‘ସମସ୍ତେ ଜାଣନ୍ତୁ ଦିବ୍ୟାଙ୍ଗଙ୍କ ଅଧିକାର’

ବ୍ରହ୍ମପୁର ଅଫିସ,୧୨ା୬ଦିବ୍ୟାଙ୍ଗଙ୍କ ଅଧିକାର ଅଧିନିୟମ-୨୦୧୬ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟବ୍ୟାପୀ ‘ସଶକ୍ତ ଦୂତ ରଥ’ ପରିକ୍ରମା କରୁଛି। ଗତ ମେ ୯ତାରିଖରୁ ବାହାରି ଥିବା ଏହି ରଥ ୨୭ଟି ଜିଲା ପରିକ୍ରମା କରିବା ପରେ ସୋମବାର ବ୍ରହ୍ମପୁରଠାରେ ପହଞ୍ଚତ୍ଥିଲା। ସୋମବାର ସକାଳେ ଉପଜିଲାପାଳଙ୍କ କାର୍ଯ୍ୟାଳୟଠାରେ ରଥ ଏବଂ ଅଭିଯାତ୍ରୀଙ୍କୁ ସ୍ବାଗତ କରାଯାଇଥିଲା।

ବର୍ଷା ପାଣି ସଂରକ୍ଷଣ ପ୍ରକଳ୍ପ ତ୍ୱରାନ୍ବିତ ନିର୍ଦ୍ଦେଶ

ଛତ୍ରପୁର,୧୨।୬(ଡି.ଏନ.ଏ.) ଗଞ୍ଜାମ ଜିଲା ଡୁଡା (ସହରାଞ୍ଚଳ ଉନ୍ନୟନ ସଂସ୍ଥା)ର ଏକ ସମୀକ୍ଷା ବୈଠକ ସୋମବାର ଛତ୍ରପୁରସ୍ଥିତ ଡିଆରଡିଏ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଗଞ୍ଜାମ ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ଅଧ୍ୟକ୍ଷତା କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବସ୍ତି ଅଞ୍ଚଳର ଲୋକଙ୍କୁ ଜମି ଅଧିକାର ପ୍ରମାଣ ପତ୍ର ବଣ୍ଟନ ଅଗ୍ରଗତିର ସମୀକ୍ଷା କରାଯାଇଥିଲା।

ବନ୍ୟାର ମୁକାବିଲା ପ୍ରସ୍ତୁତି ୧୯ରେ ଗଞ୍ଜାମରେ ମକ୍‌ଡ୍ରିଲ୍‌

ଛତ୍ରପୁର,୧୨।୬(ଡି.ଏନ.ଏ.) ଛତ୍ରପୁରସ୍ଥିତ ପୁରୁଣା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ୧୯ ତାରିଖରେ ହେବାକୁ ଥିବା ମକ୍‌ଡ୍ରିଲ ନେଇ ଏକ ପ୍ରାକ୍‌ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲାପାଳ(ରାଜସ୍ବ) ବିଜୟ କୁମାର ଦାଶ ଅଧ୍ୟକ୍ଷତା କରିଥିଲେ।

୧୩ରେ ପିସିସି କାର୍ଯ୍ୟାଳୟରେ ଆଲୋଚନା

ବ୍ରହ୍ମପୁର ଅଫିସ,୧୨ା୬ ଗଞ୍ଜାମ କଂଗ୍ରେସ ସଂଗଠନର ବ୍ୟାପକ ପରିବର୍ତ୍ତନ ହେବ। ଜିଲାର ବ୍ଲକ ଓ ସହରାଞ୍ଚଳମାନଙ୍କରେ ନୂଆ କର୍ମକର୍ତ୍ତା ଚୟନ କରାଯିବ। ଏବେ ଯେଉଁମାନେ ଦଳ ପାଇଁ ଉତ୍ସର୍ଗୀକୃତ ଅଛନ୍ତି ସେମାନେ ରହିବେ ଏବଂ ଅନ୍ୟମାନେ ଅପସରିଯିବେ। ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ଓ ପର୍ଯ୍ୟାଲୋଚନା କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ଜିଲାର ନୂଆ ସଭାପତି ତ୍ରିନାଥ ବେହେରାଙ୍କ ସମେତ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ଦୀପକ ପଟ୍ଟନାୟକ, ସାକା ସୁଜିତ ଏବଂ ବ୍ରହ୍ମପୁର ନଗର ସଭାପତି ପ୍ରମୋଦ କୁମାର ଜେନାଙ୍କୁ ଡ଼ାକରା ଆସିଛି। ଭୁବନେଶ୍ୱରସ୍ଥିତ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଆସନ୍ତା ୧୩ ତାରିଖ ଅର୍ଥାତ୍‌ ବୁଧବାର ମାନସ ମନ୍ଥନ ହେବାର କାର୍ଯ୍ୟକ୍ରମ ରହିଛି।

ଏନ୍‌ଫୋର୍ସମେଣ୍ଟ ଅଫିସରଙ୍କୁ ଘେରାଉ

ଏନ୍‌ଫୋର୍ସମେଣ୍ଟ ଅଫିସରଙ୍କୁ ଘେରାଉ

ବ୍ରହ୍ମପୁର ଅଫିସ,୧୨ା୬ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ୪୦ଟି ୱାର୍ଡର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ଏ ନେଇ ରାଜ୍ୟ ସରକାରଙ୍କ ଉନ୍ନତି ଯୋଜନାରେ ୱାର୍ଡଗୁଡିକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୨୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ବିଭିନ୍ନ ୱାର୍ଡରେ ଏହି ଯୋଜନାରେ ରାସ୍ତାଘାଟ, ଡ୍ରେନ, କଲଭର୍ଟ ସମେତ ବିଭିନ୍ନ ଉନ୍ନୟନ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି।

ବ୍ଲକସ୍ତରୀୟ ବାଳିକା ମହାସଂଘ ଗଠିତ

ବ୍ଲକସ୍ତରୀୟ ବାଳିକା ମହାସଂଘ ଗଠିତ

ଫୁଲବାଣୀ ଅଫିସ, ୧୨ା୬କ.ନୂଆଗଁା ବ୍ଲକସ୍ତରୀୟ ବାଳିକା ଚର୍ଚ୍ଚା ନେତାମାନଙ୍କ ମହାସଂଘ ଗଠିତ ହୋଇଯାଇଛି ା ଅନ୍ତଃରାଷ୍ଟ୍ରୀୟ ସଂଗଠନ ସେଭ୍‌ ଦି ଚିଲ୍‌ଡ୍ରେନ୍‌ ଓ ସ୍ବାତୀ ସଂଗଠନ ମିଳିତ ସହଯୋଗରେ କ.ନୂଆଗଁା ବ୍ଲକ୍‌ର ୧୧୫ ଗ୍ରାମରେ କାର୍ଯ୍ୟକାରୀ ହେଉଥିବା ଅନନ୍ୟା ପ୍ରକଳ୍ପ ଜରିଆରେ ବାଳିକାମାନଙ୍କୁ ସଶକ୍ତୀକରଣ କରିବା, ସେମାନଙ୍କ ଅଧିକାରକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଏହି ମହାସଂଘ ଗଠନ କରାଯାଇଛି।

ବ୍ରହ୍ମପୁର ଏସ୍‌ପିଙ୍କ କ୍ରାଇମ ମିଟିଂ

ବ୍ରହ୍ମପୁର ଅଫିସ,୧୧ା୬ବ୍ରହ୍ମପୁର ପୋଲିସ ଜିଲାରେ ଅପରାଧ ଘଟଣାର ସ୍ଥିତି ପରିଖିବା ସହ ଥାନାଗୁଡିକରେ ରୁଜୁ ହୋଇଥିବା ମାମଲାଗୁଡିକର ସ୍ଥିତି ଜାଣିବା ପାଇଁ ରବିବାର ରାତିରେ ଏସ୍‌ପି ପିନାକ ମିଶ୍ର କ୍ରାଇମ୍‌ ମିଟିଂ ଡାକିଥିଲେ।

ବିଭିନ୍ନ ସମସ୍ୟା ନେଇ ଶ୍ରମିକଙ୍କ ଦାବିପତ୍ର

ବିଭିନ୍ନ ସମସ୍ୟା ନେଇ ଶ୍ରମିକଙ୍କ ଦାବିପତ୍ର

ଫୁଲବାଣୀ ଅଫିସ, ୧୨ା୬-କନ୍ଧମାଳ ଜିଲାର ଶ୍ରମିକମାନେ ବିଭିନ୍ନ ଦାବିରେ ଜିଲାପାଳଙ୍କୁ ଏକ ଦାବିପତ୍ର ସୋମବାର ପ୍ରଦାନ କରିଛନ୍ତି ା ସମସ୍ୟା ସମାଧାନ ପାଇଁ ଶ୍ରମିକମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି ା

ପତିତପାବନଙ୍କୁ ନାଟ୍ୟକାର, ନିର୍ଦ୍ଦେଶକ ସମ୍ମାନ

ପତିତପାବନଙ୍କୁ ନାଟ୍ୟକାର, ନିର୍ଦ୍ଦେଶକ ସମ୍ମାନ

ଦାରିଙ୍ଗବାଡ଼ି,୧୨ା୬(ଡି.ଏନ.ଏ)ଫୁଲବାଣୀ କରୋନେଶନ ପଡ଼ିଆରେ ୩୭ତମ ବାର୍ଷିକ ଉତ୍ସବ ଏବଂ ପୁସ୍ତକ ମେଳା ଚାଲିଛି ା ଏହାକୁ ଜିଲା ଲେଖକ ସାମ୍ମୁଖ୍ୟ ପକ୍ଷରୁ ଆୟୋଜନ କରାଯାଇଛି ା ଏହି ଅବସରରେ ଦାରିଙ୍ଗବାଡ଼ି ହିମଗିରି କଳା ପରିଷଦର ସଭାପତି ପତିତପାବନ ରାଉତଙ୍କୁ ଜଣେ ସଫଳ ନାଟ୍ୟକାର ଏବଂ ନିର୍ଦ୍ଦେଶକ ଭାବେ ରବିବାର ଦିବାକର କହଁର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା ା