ବ୍ରହ୍ମପୁର

ଜିଲାସ୍ତରୀୟ ଭାରତ ସ୍କାଉଟ୍ସ, ଗାଇଡ୍ସ କାମ୍ପୋରୀ
ଚନ୍ଦ୍ରଗିରି,୬ା୨(ଡି.ଏନ୍.ଏ.)- ମୋହନା ବ୍ଲକ ଚନ୍ଦ୍ରଗିରି ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ୩ଦିନ ଧରି ଚାଲିଥିବା ପଞ୍ଚମ ଜିଲାସ୍ତରୀୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସ କାମ୍ପୋରୀ ବୁଧବାର ଶେଷ ହୋଇଯାଇଛି। ଗଜପତି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ସୋମବାର ପ୍ରଥମ ଦିନରେ ମୁଖ୍ୟଅତିଥି ଭାବେ ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ମୁଖ୍ୟବକ୍ତା ଭାବେ ରାମଗଡ ବ୍ଲକ ଶିକ୍ଷାଧିକାରୀ ସୁଜନ ନାୟକ, ମୋହନା ବିଇଓ ଲିବ୍ନସ୍ ବାର୍ଲା, ଚନ୍ଦ୍ରଗିରି ସୌରୀ ଉନ୍ନୟନ ସଂସ୍ଥା ସ୍ବତନ୍ତ୍ର ପଦାଧିକାରୀ ଦମିନିକ ଟପ୍ପୋ, ଜିଲା ସ୍କାଉଟ୍ସ କମିଶନର ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ଏବଂ ଜିଲା ଗାଈଡ କମିଶନର ଏସ୍ ମଣିମାଳା ପ୍ରମୁଖ ଯୋଗଦେଇ ଅୟମାରମ୍ଭ କରିଥିଲେ।

ଷ୍ଟେଟବ୍ୟାଙ୍କ ମହା ପ୍ରବନ୍ଧକଙ୍କ ଭଞ୍ଜନଗର ଗସ୍ତ
ଭଞ୍ଜନଗର,୬।୨(ଡି.ଏନ.ଏ.)- ଷ୍ଟେଟବ୍ୟାଙ୍କ ମୁଖ୍ୟ ମହାପ୍ରବନ୍ଧିକା ପ୍ରବିନା କାଲା ବୁଧବାର ଭଞ୍ଜନଗର ଷ୍ଟେଟବ୍ୟାଙ୍କ ପରିଦର୍ଶନରେ ଆସିଥିଲେ। ଏହି ସମୟରେ ସେ ଇ କର୍ଣ୍ଣର ଏଟିଏମ୍ ସେବା ଉଦ୍ଘାଟନ ସହ ଗ୍ରାହକମାନଙ୍କ ସହ ଆଲୋଚନା କରିଥିଲେ। ପରେ ବ୍ୟାଙ୍କ କାର୍ଯ୍ୟ ଉପରେ ବିଭାଗୀୟ କର୍ମଚାରୀଙ୍କ ସହ ସମୀକ୍ଷା କରିଥିଲେ। ଏଥିସହ ବ୍ୟାଙ୍କର ବରିଷ୍ଠ ଗ୍ରାହକ ଡ. ବିଚିତ୍ରା ନନ୍ଦ ଦାସ, ଡ. ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, କେଦାର ପାତ୍ର, ସରୋଜ କୁମାର ପାତ୍ର, ସତ୍ୟ ନାରାୟଣ ପାତ୍ର, ବିଭୂତି ଭୁଷଣ ଜେନା, ଖଗେଶ୍ୱର ଗୌଡ଼, ତ୍ରିନାଥ ଗୌଡ଼, କେ. ବଲରାଜୁ ଦୋରା ଏବଂ ବ୍ୟାଙ୍କର ବରିଷ୍ଠ ଅଧିକାରୀ ସରୋଜ କୁମାର ସେଠୀ, ଶ୍ରେଷ୍ଠ କର୍ମଚାରୀ ରତ୍ନାକର ଜାଲି ପ୍ରମୁଖଙ୍କୁ ସମ୍ମାନିତ କରିଥିଲେ।

୩୧ ଦିନରେ ଛତ୍ରପୁର ଓକିଲ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ
ଛତ୍ରପୁର,୬।୨(ଡି.ଏନ୍.ଏ.): ଗଞ୍ଜାମ ଜ଼ିଲା ଛତ୍ରପୁର ଓକିଲ ସଙ୍ଘ ପକ୍ଷରୁ ଚାଲିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାର ୩୧ ଦିନରେ ପହଞ୍ଚିଛି।

ଆସିକା ଏମ୍ପି ଲଡ଼ୁ କିଶୋର ସ୍ବାଇଁଙ୍କ ପରଲୋକ, ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର/ଆସିକା,୬।୨(ବ୍ୟୁରୋ/ଡି.ଏନ୍.ଏ.): ଗଞ୍ଜାମ ଜିଲା ଆସିକା ଏମ୍ପି ଲଡ଼ୁ କିଶୋର ସ୍ବାଇଁଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ସେ କିଡନୀ ରୋଗରେ ଆକ୍ରାନ୍ତ ଥିଲେ।

କିନ୍ନରଙ୍କ ଅଭିଯୋଗ: ହୀନ ଦୃଷ୍ଟିରେ ଦେଖୁଛି ପ୍ରଶାସନ
ଫୁଲବାଣୀ ଅଫିସ, ୬ା୨-କିନ୍ନରଙ୍କୁ ହୀନ ଦୃଷ୍ଟିରେ ନ ଦେଖିବା ପାଇଁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି। ସବୁ କ୍ଷେତ୍ରରେ ସୁବିଧା ଯୋଗାଇ ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ହେଲେ କନ୍ଧମାଳ ଜିଲା ପ୍ରଶାସନ ଆମକୁ ହୀନ ଦୃଷ୍ଟିରେ ଦେଖୁଛି ବୋଲି କିନ୍ନର ସଂଘ ଅଭିଯୋଗ କରିଛି|

ପାନୀୟଜଳ ଯୋଗାଣ ଦାବିରେ ଆନ୍ଦୋଳନ
ପୁରୁଷୋତ୍ତମପୁର, ୬ା୨ (ଡି.ଏନ୍.ଏ.)-ପୁରୁଷୋତ୍ତମପୁର ବ୍ଲକ ଭୂତସର ସିଙ୍ଗିରେ ପାନୀୟ ଜଳ ଯୋଗାଣ ଦାବିରେ ଗ୍ରାମବାସୀ ମଙ୍ଗଳବାର ଆନ୍ଦୋଳନ କରିଛନ୍ତି।

ବାତଜ୍ୱର ନିରାକରଣ ପାଇଁ ପ୍ରସ୍ତୁତି: ୮ରେ ସାର୍ବଜନୀନ ଔଷଧ ସେବନ
ବ୍ରହ୍ମପୁର ଅଫିସ୍,୬ା୨-ଗଞ୍ଜାମ ଜିଲାରୁ ବାତଜ୍ୱର(ଫାଇଲେରିଆ) ମୂଳପୋଛ ପାଇଁ ଚଳିତବର୍ଷ ପୁଣି ଥରେ ଔଷଧ ସେବନ କାର୍ଯ୍ୟକ୍ରମ ଆୟୋଜନ ହେବ । ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ଆସନ୍ତା ୮ତାରିଖରେ ଜିଲାରେ ସାର୍ବଜନୀନ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ନାବାଳକ ଗାଡ଼ି ଚଳାଇଲେ ଅଭିଭାବକଙ୍କୁ ଲକ୍ଷେ ଜରିମାନା
ଭଞ୍ଜନଗର,୬।୨(ଡି.ଏନ.ଏ.)-ଭଲ ରାସ୍ତା ନିର୍ମାଣ ହେଉଛି। ଲୋକଙ୍କୁ ସଚେତନତା ମଧ୍ୟ କରାଯାଉଛି। ତଥାପି ଦୁର୍ଘଟଣାହାର ବର୍ଷକୁ ବର୍ଷ ବୃଦ୍ଧି ପାଉଛି।

ଯୋଡି ହେଲା ଆଉ ଏକ ଠକେଇ ମାମଲା: ଜେଲ୍ ଗଲେ ଅଭିଯୁକ୍ତ ନିର୍ଦ୍ଦେଶକ ଦମ୍ପତିି
ବ୍ରହ୍ମପୁର ଅଫିସ୍,୬ା୨-ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ତଥା ଚିଟ୍ଫଣ୍ଡ କମ୍ପାନୀ ଡାଟୁମ୍ର ଅଭିଯୁକ୍ତ ନିର୍ଦ୍ଦେଶକ ଦମ୍ପତି ବ୍ରଜମୋହନ ପଟ୍ଟନାୟକ ଏବଂ ସ୍ତ୍ରୀ ତ୍ରିଧାରା ମହାନ୍ତିଙ୍କୁ ମଙ୍ଗଳବାର ଅପରାହ୍ନରେ ଗୋଳନ୍ଥରା ପୋଲିସ ବ୍ରହ୍ମପୁର ସ୍ବତନ୍ତ୍ର ଚିଟ୍ଫଣ୍ଡ କୋର୍ଟରେ ହାଜର କରିଥିଲା|

ସିପିଆଇ (ଏମ୍ଏଲ୍) ରେଡ୍ଷ୍ଟାରର ବିକ୍ଷୋଭ
ବ୍ରହ୍ମପୁର ଅଫିସ,୬ା୨-ସିପିଆଇ (ଏମ୍ଏଲ) ରେଡ୍ଷ୍ଟାର ଗଞ୍ଜାମ ଜିଲା କମିଟି ପକ୍ଷରୁ ମଙ୍ଗଳବାର ବ୍ରହ୍ମପୁର ଜିଲା ଶ୍ରମ ଅଧିକାରୀଙ୍କ ଅଫିସ ଆଗରେ ବିକ୍ଷୋଭ କରାଯିବା ସହ ଗଣଧାରଣା ଦିଆଯାଇଥିଲା।

ଆଉଟ୍ସୋର୍ସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ
ବ୍ରହ୍ମପୁର ଅଫିସ୍,୬ା୨-ବ୍ରହ୍ମପୁର ବଡ ମେଡିକାଲରେ କାର୍ଯ୍ୟରତ ଆଉଟ୍ସୋର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ମଙ୍ଗଳବାର ପ୍ରତ୍ୟାହୃତ ହୋଇଛି । ୧୦ଦଫା ଦାବି ନେଇ ସୋମବାରଠାରୁ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଥିଲେ ।

୭ ଦିନ ହେଲା ନୂଆପଡାକୁ ଜଳଯୋଗାଣ ଠପ୍
ଚିକିଟି,୫ା୨(ଡି.ଏନ.ଏ.)-ଗଞ୍ଜାମ ଜିଲା ଚିକିଟି ବ୍ଲକ୍ ନୂଆପଡା ଗ୍ରାମରେ ଦୀର୍ଘ ଏକ ସପ୍ତାହ ଧରି ଜଳଯୋଗାଣ ବନ୍ଦ ରହିଛି। ଫଳରେ ଗ୍ରାମବାସୀ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି। କୂପ, ପୋଖରି ଶୁଖିଯାଇଥିବା ବେଳେ ଜଳସ୍ତର କମିଯିବାରୁ ନଳକୂପରୁ ପାଣି ଆବଶ୍ୟକ ପରିମାଣରେ ବାହାରୁନି ଏବଂ ଅନ୍ୟ କେତେକ ନଳକୂପ ଅଚଳ ଅବସ୍ଥାରେ ପଡିରହିଛି। ସ୍ଥାନୀୟ ପ୍ରଶାସନର ଉଦାସିନତା ଏବଂ ଇଚ୍ଛାଶକ୍ତିର ଅଭାବ ଯୋଗୁ ଏହି ସବୁ ଅସୁବିଧା ଉପୁଜୁଥିବା କୁହାଯାଇଛି। ଗ୍ରାମବାସିଙ୍କ ପକ୍ଷରୁ ବାରମ୍ବାର ପଞ୍ଚାୟତ ପ୍ରତିନିଧି, ବ୍ଲକ୍ ପ୍ରଶାସନକୁ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏହାର ସମାଧାନ ଦିଗରେ କେହି ତତ୍ପରତା ଦେଖାଉନଥିବା ଅଭିଯୋଗ ହୋଇଛି।

ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
ଦିଗପହଣ୍ଡି,୫।୨(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଜଣେ ନିଖୋଜ ବୃଦ୍ଧଙ୍କ ମୃତଦେହ ପୋଲିସ ଜଙ୍ଗଲ ମଧ୍ୟରୁ ଉଦ୍ଧାର କରିଛି। ବୃଦ୍ଧ ଜଣକ ହେଲେ ଜେ. ଗୋପାଳ ପାତ୍ର। କେ.ନୂଆଗାଁ ପୋଲିସ ଏସ୍ଆଇ ରୀତାଞ୍ଜଳୀ ନାୟକ ନଂ.୩/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁକର ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଗତ ଜାନୁଆରୀ ୨୫ ସକାଳୁ ବୃଦ୍ଧ ଜଣକ ନିଖୋଜ ଥିଲେ। ପୁଅ ଜେ. ବାଲ୍ମିକି ପାତ୍ର କେ.ନୂଆଗାଁ ଥାନାରେ

ସୋରଡା ଡାକ ବିଭାଗ: ଅନୁଧ୍ୟାନ ପାଇଁ ପହଞ୍ଚିଲେ ଏସ୍ପି, ଇନ୍ସପେକ୍ଟର
ସୋରଡା,୫।୨(ଡି.ଏନ୍.ଏ.)- ସ୍ଥାନୀୟ ଡାକ ବିଭାଗର ବିଭିନ୍ନ ସମସ୍ୟା ସମାଧାନ ପାଇଁ ଏଜେଣ୍ଟ ଓ ଗ୍ରାହକମାନେ ଡାକବିଭାଗ ଉଚ୍ଚ କର୍ତ୍ତୃପକ୍ଷ, ଜିଲାପାଳଙ୍କ ସମେତ ବହୁ ପଦସ୍ଥ ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ। ମଙ୍ଗଳବାର ଆସିକା ଡାକ ମଣ୍ଡଳ ସୁପରିଟେଣ୍ଡେଣ୍ଟ ବିପିନ ବିହାରୀ ନେଗି, ଇନ୍ସପେକ୍ଟର (ଡାକ ବିଭାଗ) ରାଘବେନ୍ଦ୍ର ପଣ୍ଡା ପ୍ରମୁଖ ୨ ଜଣିଆ ଦଳ ସ୍ଥାନୀୟ ଡାକ ବିଭାଗ କାର୍ଯ୍ୟାଳୟରେ ପହଞ୍ଚତ୍ ବିଭିନ୍ନ ସମସ୍ୟାର ଅନୁଧ୍ୟାନ କରିଥିଲେ। ଏନେଇ ୨ ବରିଷ୍ଠ ଅଧିକାରୀ କହିଥିଲେ ୨ ଦିନ ମଧ୍ୟରେ ଏଠାରେ ଡେପୁଟେସନରେ କର୍ମଚାରୀ ଆସି ପହଞ୍ଚତ୍ବେ। ସମସ୍ୟା ସମାଧାନ ପାଇଁ ଯଥାଶୀଘ୍ର ଚେଷ୍ଟା କରାଯିବ।

ଗ୍ରାମ୍ୟ କୃଷି କର୍ମଚାରୀ ସମୂହ ଛୁଟିରେ ଯିବେ: କାଳିଆ ଯୋଜନା ପ୍ରଭାବିତ ଆଶଙ୍କା
ଭଞ୍ଜନଗର,୫।୨(ଡି.ଏନ.ଏ.)- ୪ଦଫା ଦାବିନେଇ ଓଡ଼ିଶା ରାଜ୍ୟ ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ ସୋମବାର ଠାରୁ ସମସ୍ତ କର୍ମଚାରୀମାନେ କଳାବ୍ୟାଜ୍ ପରିଧାନ କରୁଛନ୍ତି। ୧୧ ତାରିଖ ସୁଦ୍ଧା ଦାବି ପୂରଣ କରିବା ପାଇଁ ସଂଘ ପକ୍ଷରୁ ସରକାରଙ୍କୁ ସମୟ ଦିଆଯାଇଛି।

ନିମ୍ନମାନର ରାସ୍ତାକାମକୁ ବିରୋଧ: ଗାଡ଼ି ପୋଡ଼ିଲେ ମାଓବାଦୀ
ତୁମୁଡ଼ିବନ୍ଧ/ଫୁଲବାଣୀ, ୫।୧(ଡି.ଏନ୍.ଏ.): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବେଲଘରଠାରୁ ଝିରିପାଣି ରାସ୍ତାରେ ପୋଲ ନିର୍ମାଣ ହେଉଛି। ଏହି ପୋଲ କାର୍ଯ୍ୟରେ ନିୟୋଜିତ ଥିବା ୧ ହାଇଓ୍ବା, ୨ ଜେସିବି, ୧ ମିକ୍ସର ମେଶିନ, ଟ୍ରେଲର, ଟ୍ରାକ୍ଟରକୁ ସୋମବାର ବିଳମ୍ବିତ ରାତିରେ ୧୫ରୁ ୨୦ ମାଓବାଦୀ ପୋଡିଦେଇଛନ୍ତି।

ଭଞ୍ଜନଗର-ଫୁଲବାଣୀ ଜାତୀୟ ରାଜପଥ ଅବରୋଧ
ଭଞ୍ଜନଗର,୫।୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବୁଦୁଲିଠାରେ ଗ୍ରାମବାସୀଙ୍କ ପକ୍ଷରୁ ମଙ୍ଗଳବାର ଭଞ୍ଜନଗର-ଫୁଲବାଣୀ ଜାତୀୟ ରାଜପଥ ଅବରୋଧ କରାଯାଇଛି।

ଭୂତ ଭୟରେ ସ୍କୁଲ ଯାଉନାହାନ୍ତି ପିଲା
ଆର.ଉଦୟଗିରି,୫ା୨(ଡି.ଏନ.ଏ.):ଗଜପତି ଜିଲା ଆର.ଉଦୟଗିରିର ଦିଗବାରଣ ସାହିସ୍ଥିତ ଗୋପବନ୍ଧୁ ବିଦ୍ୟାପୀଠରେ କିଛିଦିନ ହେଲା ଛାତ୍ରୀଛାତ୍ରଙ୍କୁ ଭୂତ ଭୟ ଘାରିଛି। ଜାନୁୟାରୀ ୨୪ରୁ ଗତ ୧ ତାରିଖ ମଧ୍ୟରେ ୮ ଛାତ୍ରୀଛାତ୍ର କୌଣସି କାରଣରୁ ସ୍କୁଲରେ ଅସୁସ୍ଥ ହୋଇଥିଲେ।

ବିଭିନ୍ନ ଦାବି ନେଇ ବ୍ଲକ ଘେରିଲା ଭାଜପା
ପାତ୍ରପୁର,୫ା୨(ଡି.ଏନ୍.ଏ.)-ଚିକିଟି ଭାଜପା ପକ୍ଷରୁ ସୋମବାର ବିଭିନ୍ନ ଦାବି ନେଇ ପାତ୍ରପୁର ବ୍ଲକ ଘେରାଉ କରାଯାଇଥିଲା । ଠଣାଗାଁ ନୂଆସାହିର ୧୫ ପରିବାରଙ୍କୁ ଗୃହପଟ୍ଟା ଯୋଗାଣ କରାଯାଉ ନଥିବା, ଖାରିଆଗୁଡ଼ା ଚିନ୍ତାମଣି ନଗର ଦଳିତ ପରିବାରଙ୍କୁ ଗୃହ ଯୋଗାଣରେ ପାତରଅନ୍ତର, ତିତ୍ଲି ବାତ୍ୟାରେ ବ୍ଲକ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆଦିବାସୀଙ୍କ ଲାଗି ପାତରଅନ୍ତର ନିତି ଅବଲମ୍ବନ, ପାତ୍ରପୁର ବ୍ଲକ ସମିତି ବୈଠକରେ ନିର୍ବାଚିତ ପ୍ରତିନିଧିଙ୍କ ଯୁକ୍ତିତର୍କ ବେଳେ ପ୍ରକୋଷ୍ଠ ବାହାରେ ରହି ମାରପିଟ କରିଥିବା ବ୍ଲକ ବିଜେଡିି ଯୁବ ସଭାପତିଙ୍କ ଗିରଫ ଦାବି କରି ନେଇ ବ୍ଲକ ଘେରାଉ କରାଯାଇଥିଲା।
ସୁନା ପାଇଁ ବୃଦ୍ଧା ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ
ବ୍ରହ୍ମପୁର ଅଫିସ୍,୫ା୨-ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଧୀନ ରାମନଗର ଅଞ୍ଚଳରେ ସୁନା ଅଳଙ୍କାର ପାଇଁ ଜଣେ ବୃଦ୍ଧାଙ୍କୁ ହତ୍ୟା ମାମଲାରେ ସୋମବାର ଗଞ୍ଜାମ ଜିଲା ଜଜ୍ ବିଭୁପ୍ରସାଦ ରାଉତରାୟ ବିଚାର କରି ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି ା ଅଭିଯୁକ୍ତ ତପନ ପ୍ରଧାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ା ଏଥିସହିତ ୧୫ ହଜାର ଟଙ୍କା ଜରିମାନା ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ା ଜରିମାନା ଅନାଦାୟ ଅଧିକ ୧ ବର୍ଷ ୬ ମାସ ଜେଲ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି ା

ବଡ଼ ମେଡିକାଲରେ ରୋଗୀସେବା ପ୍ରଭାବିତ
ବ୍ରହ୍ମପୁର ଅଫିସ୍,୫ା୨-ସ୍ଥାୟୀ ନିଯୁକ୍ତି, ଦରମା ବୃଦ୍ଧି ଏବଂ ଅନ୍ୟାନ୍ୟ ୧୦ ଦଫା ଦାବିନେଇ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ କାର୍ଯ୍ୟରତ ଆଉଟ୍ସୋର୍ସିଂ କର୍ମଚାରୀମାନେ ସୋମବାରରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି। ସୋମବାର କର୍ମଚାରୀମାନେ କାର୍ଯ୍ୟରେ ଯୋଗ ନ ଦେଇ ମେଡିକାଲ୍ ପରିସରରେ ଧାରଣାରେ ବସିଥିଲେ ।
ଏଫ୍ଏକ୍ୟୁମାନ ନଁ । ରେ ଚାଷୀଙ୍କୁ ଲୁଟ୍
ବ୍ରହ୍ମପୁର ଅଫିସ,୫ା୨-ଗଞ୍ଜାମ ଜିଲାରେ ଧାନର ଏଫଏକ୍ୟୁ ମାନ ନାମରେ ଚାଷୀଙ୍କୁ ଲୁଟ କରାଯାଉଛି । ଏଥିପାଇଁ ମଣ୍ଡି ଦାୟିତ୍ୱରେ ଥିବା ସମବାୟ ସମିତି, ଯୋଗାଣ ବିଭାଗ କର୍ମଚାରୀ ଓ ମିଲରମାନଙ୍କୁ କୃଷକ ସଂଘର୍ଷ ସମିତି ଦାୟୀ କରିଛି । ଚାଷୀଙ୍କଠାରୁ ସମସ୍ତ ଧାନକ୍ରୟ ପାଇଁ ଦାବି କରାଯାଇଛି । ଏହି ଦାବି ନେଇ ଆସନ୍ତା ୧୨ ତାରିଖରେ କୁକୁଡ଼ାଖଣ୍ଡି ବ୍ଲକର ବାଲିପଡ଼ାରୁ ବିଶାଳ ପଦଯାତ୍ରା ବାହାରି ବ୍ରହ୍ମପୁର ଆସିବ । ଦକ୍ଷିଣାଞ୍ଚଳ ଆରଡିସିଙ୍କ ଅଫିସ ଆଗରେ ବିକ୍ଷୋଭ ସମାବେଶ କରାଯିବ ଏବଂ ବିଭିନ୍ନ ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯିବ । ଏଥିପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି ।

ବ୍ରହ୍ମପୁରରେ ବିଶ୍ୱ କର୍କଟ ଦିବସ ପାଳିତ
ବ୍ରହ୍ମପୁର ଅଫିସ୍,୫ା୨-ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ସୋମବାର ବିଶ୍ୱ କର୍କଟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସଭାସମିତି ଏବଂ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ବିଶ୍ୱରେ ଯେଭଳି ଭାବେ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ୁଛି, ତାକୁ ନେଇ ଚିନ୍ତାପ୍ରକଟ କରାଯାଇଥିଲା । ସଅଳ ଚିହ୍ନଟ ଏବଂ ଶୀଘ୍ର ଚିକିତ୍ସା ଦ୍ୱାରା କର୍କଟ ରୋଗରୁ ମୁକ୍ତି ମିଳିପାରିବ ବୋଲି ବକ୍ତାମାନେ କହିଥିଲେ ।

ଡାଟୁମ୍ ଚିଟ୍ଫଣ୍ଡ୍ ଠକେଇ ମାମଲା : କୋର୍ଟରୁ ନିର୍ଦ୍ଦେଶକ ଦମ୍ପତିଙ୍କୁ ଉଠାଇ ନେଲା ପୋଲିସ
ବ୍ରହ୍ମପୁର ଅଫିସ୍,୫ା୨-ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ତଥା ଚିଟ୍ଫଣ୍ଡ କମ୍ପାନୀ ଡାଟୁମ୍ର ଅଭିଯୁକ୍ତ ନିର୍ଦ୍ଦେଶକ ଦମ୍ପତି ବ୍ରଜମୋହନ ପଟ୍ଟନାୟକ ଏବଂ ସ୍ତ୍ରୀ ତ୍ରିଧାରା ମହାନ୍ତିଙ୍କୁ ସୋମବାର ବ୍ରହ୍ମପୁର ସ୍ବତନ୍ତ୍ର ଚିଟ୍ଫଣ୍ଡ୍ କୋର୍ଟରେ ହାଜର କରାଯାଇଥିଲା ା ତାଙ୍କୁ ହାଜର କରାଯିବା ପରେ ଅନ୍ୟ ଏକ ମାମଲାରେ ଗୋଳନ୍ଥରା ପୋଲିସ କୋର୍ଟ ପରିସରରୁ ଅଭିଯୁକ୍ତ ନିର୍ଦ୍ଦେଶକ ଦମ୍ପତିିଙ୍କୁ ଗିରଫ କରି ନେଇଯାଇଥିବା ଦେଖିବାକୁ ମିଳିଥିଲା ା