ବ୍ରହ୍ମପୁର

ପଲିଥିନ, ପ୍ଲାଷ୍ଟିକ ମୁକ୍ତ କରିବାକୁ ସହରବାସୀ ଆଗଭର ହୁଅନ୍ତୁ : ଦୂତୀ

ପଲିଥିନ, ପ୍ଲାଷ୍ଟିକ ମୁକ୍ତ କରିବାକୁ ସହରବାସୀ ଆଗଭର ହୁଅନ୍ତୁ : ଦୂତୀ

ବ୍ରହ୍ମପୁର ଅଫିସ,୩ା୧୦-ମହାନଗରକୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ସହରରେ ପରିଣତ କରିବା ଲକ୍ଷ୍ୟ ନେଇ ବ୍ରହ୍ମପୁର ମହାନଗର ନିଗମ ଓ ଜିଲା କ୍ରୀଡା ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ଏକ ମିନି ମରାଥନ ମଙ୍ଗଳବାର ଆୟୋଜିତ ହୋଇଯାଇଛି ା ଏହି ଅବସରରେ ବ୍ରହ୍ମପୁରକୁ ବାହ୍ୟ ମଳମୁକ୍ତ ଅଞ୍ଚଳ ଭାବେ ବିଏମ୍‌ସି ପକ୍ଷରୁ ଘୋଷଣା କରାଯାଇଥିଲା ା ଆନ୍ତର୍ଜାତୀୟ ଖେଳାଳି ଦୂତୀ ଚାନ୍ଦ ଅତିଥି ଭାବେ ଯୋଗଦେଇ ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ା ଏହି ମାରାଥନ ଷ୍ଟାଡିୟମରୁ ବାହାରି  ଇଞ୍ଜିନିୟରିଂ ସ୍କୁଲ ଛକ ଦେଇ ଟାଉନହଲରେ ପହଞ୍ଚିଥିତ୍ଲା ା ଏହାପରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଟାଉନହଲରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ା ଏଥିରେ ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ, ଯୁବନେତା ବିକ୍ରମ ପଣ୍ଡା, ଭାରୋତ୍ତୋଳନକାରୀ କେ. ରବି କୁମାର, ଆର୍ନ୍ତଜାତୀୟ ଖୋଳାଳି ଦୂତୀ ଚାନ୍ଦ, ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ା

ଧରିତ୍ରୀ, ଓଡ଼ିଶା ପୋଷ୍ଟର ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ଅଭିଯାନ: ସାମିଲ ହେଲେ ତନଭି ପବ୍ଲିକ ସ୍କୁଲର ଛାତ୍ରୀଛାତ୍ର

ଧରିତ୍ରୀ, ଓଡ଼ିଶା ପୋଷ୍ଟର ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ଅଭିଯାନ: ସାମିଲ ହେଲେ ତନଭି ପବ୍ଲିକ ସ୍କୁଲର ଛାତ୍ରୀଛାତ୍ର

ପୁରୁଷୋତ୍ତମପୁର,୩ା୧୦(ଡି.ଏନ୍‌.ଏ.)- ଓଡ଼ିଆ ଖବରକାଗଜ ଧରିତ୍ରୀ ଓ ଇଂଲିଶ ଖବରକାଗଜ ଓଡ଼ିଶା ପୋଷ୍ଟ ପକ୍ଷରୁ ଆୟୋଜିତ ପ୍ଲାଷ୍ଟିକମୁକ୍ତ ଓଡ଼ିଶା କାର୍ଯ୍ୟକ୍ରମରେ ପୁରୁଷୋତ୍ତମପୁର ବ୍ଲକ ତାରାତାରିଣୀ ଛକରେ ଥିବା ତନଭି ପବ୍ଲିକ ସ୍କୁଲର ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀ, ଶିକ୍ଷକମାନେ  ସାମିଲ ହୋଇଛନ୍ତି। ମଙ୍ଗଳବାର ଗାନ୍ଧୀ ଜୟନ୍ତୀ ଅବସରରେ ବିଦ୍ୟାର୍ଥୀ ଓ କର୍ମଚାରୀମାନେ ଶୋଭାଯାତ୍ରାରେ ପ୍ଲାଷ୍ଟିକ ଓ ପଲିଥିନ ବର୍ଜନ ସହ ପରିବେଶକୁ ସ୍ବଚ୍ଛ, ସୁରକ୍ଷା ରଖିବା ପାଇଁ ବିଭିନ୍ନ ସ୍ଲୋଗାନ ଦେଇ ଜନସାଧାରଣଙ୍କ ସହିତ ତାରିଣୀ ପୀଠକୁ ଆସିଥିବା ପର୍ଯ୍ୟଟକମାନଙ୍କୁ ମଧ୍ୟ ଏହାର କୁପ୍ରଭାବ ବିଷୟରେ ସଚେତନ କରାଇଥିଲେ। 

ମେଡିକାଲ କଲେଜ, ରେଳ ସଂଯୋଗ ଆନ୍ଦୋଳନ ତେଜିଲା

ଫୁଲବାଣୀ ଅଫିସ, ୩ା୧୦-କନ୍ଧମାଳ ଜିଲାରେ ମେଡିକାଲ କଲେଜ ସ୍ଥାପନ ଏବଂ ରେଳ ସଂଯୋଗ ଆନ୍ଦୋଳନ ପୁଣି ତେଜିଛି ା କନ୍ଧମାଳ ପିପୁଲସ୍‌ ଫୋରମ ପକ୍ଷରୁ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ା ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଜିଲାବାସୀଙ୍କ ସ୍ବାର୍ଥକୁ ଦେଖି ତୁରନ୍ତ ରେଳ ସଂଯୋଗ ଓ ମେଡିକାଲ କଲେଜ ସ୍ଥାପନ କରିବାକୁ ସମସ୍ତେ ଦାବି କରିଛନ୍ତିି ା କନ୍ଧମାଳ ଜିଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ା ସ୍ବାଧୀନତାର ୭୧ ବର୍ଷ ପରେ ବି ଏହି ଜିଲା ଅନ୍ୟ ଜିଲା ତୁଳନାରେ ପଛୁଆ ହୋଇ ରହିଛି ା ଏହି ଜିଲାରେ ଏକ ମେଡିକାଲ କଲେଜ ସ୍ଥାପନ ପାଇଁ ବାରମ୍ବାର ଦାବି ହୋଇଆସୁଛି ା ସେହିପରି ଯୋଗାଯୋଗ କ୍ଷେତ୍ରରେ ଜିଲାକୁ ରେଳ ସଂଯୋଗ ପାଇଁ ବହୁ ବାର ଆନ୍ଦୋଳନ ମଧ୍ୟ ହୋଇଛି ା ତଥାପି କେନ୍ଦ୍ର କି ରାଜ୍ୟ ସରକାର କେହି ଏ ଦିଗରେ ଆନ୍ତରିକତା ଦେଖାଉ ନାହାନ୍ତି।

ଧରିତ୍ରୀ, ଓଡ଼ିଶା ପୋଷ୍ଟ୍‌ର ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ଅଭିଯାନ, ସାମିଲ ହେଲେ ପୋଲିସ କର୍ମଚାରୀ

ଧରିତ୍ରୀ, ଓଡ଼ିଶା ପୋଷ୍ଟ୍‌ର ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ଅଭିଯାନ, ସାମିଲ ହେଲେ ପୋଲିସ କର୍ମଚାରୀ

ହିଞ୍ଜିଳିକାଟୁ,୩ା୧୦(ଡି.ଏନ୍‌.ଏ)- ‘ଧରିତ୍ରୀ’, ଓଡିଶା ପୋଷ୍ଟ ପକ୍ଷରୁ ପ୍ଲାଷ୍ଟିକମୁକ୍ତ ଓଡ଼ିଶା ଗଠନ ପାଇଁ ଚାଲିଥିବା ଅଭିଯାନରେ ମଙ୍ଗଳବାର ଗାନ୍ଧୀ ଜୟନ୍ତୀରେ ହିଞ୍ଜିଳି ଥାନା ପୋଲିସ କର୍ମଚାରୀ ସାମିଲ ହୋଇଛନ୍ତି। ଅପରାହ୍ନରେ ଆଇଆଇସି ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଥାନାର ସମସ୍ତ କର୍ମଚାରୀ ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ଓ ନିଶାମୁକ୍ତ ଓଡ଼ିଶା ଅଭିଯାନରେ ସାମିଲ ହୋଇଥିଲେ। ଥାନା ପରିସରରେ ଆଇଆଇସି ସାହୁ ସମସ୍ତ କର୍ମଚାରୀଙ୍କୁ  ଶପଥ ପାଠ କରାଇଥିଲେ। ଏକ ସୁସ୍ଥ ନିର୍ମଳ ସମାଜ ଓ ପରିବେଶ ଗଠନ ପାଇଁ ଧରିତ୍ରୀ, ଓଡ଼ିଶା ପୋଷ୍ଟର ଅଭିଯାନକୁ ସମର୍ଥନ କରାଯିବା ସହ ଥାନା ପରିସରକୁ  ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରାଯିବ ବୋଲି ଘୋଷଣା କରାଯାଇଥିଲା।

ଧରିତ୍ରୀ, ଓଡ଼ିଶାପୋଷ୍ଟର ପ୍ଲାଷ୍ଟିକ୍‌ମୁକ୍ତ ଅଭିଯାନ ବେଜ ଶିକ୍ଷାକେନ୍ଦ୍ରର ଛାତ୍ରୀଛାତ୍ର ସାମିଲ

ଧରିତ୍ରୀ, ଓଡ଼ିଶାପୋଷ୍ଟର ପ୍ଲାଷ୍ଟିକ୍‌ମୁକ୍ତ ଅଭିଯାନ ବେଜ ଶିକ୍ଷାକେନ୍ଦ୍ରର ଛାତ୍ରୀଛାତ୍ର ସାମିଲ

ଗଞ୍ଜାମ,୩ା୧୦(ଡି.ଏନ.ଏ.)-ଓଡ଼ିଶାରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି ସରକାର। ଏହା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ କଡ଼ାକଡ଼ି କରାଯାଇଛି। ସେହିପରି ଦୈନିକ ଖବରକାଗଜ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ପକ୍ଷରୁ ମଧ୍ୟ ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ଅଭିଯାନ ଚାଲିଛି। ଏହି ଅଭିଯାନରେ ପୂର୍ବରୁ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ସାମିଲ ହୋଇଥିବା ବେଳେ ମଙ୍ଗଳବାର ଗଞ୍ଜାମ ବ୍ଲକ କାଇଁଚପୁର ବେଜ ଶିକ୍ଷାକେନ୍ଦ୍ର ଛାତ୍ରୀଛାତ୍ରମାନେ ସାମିଲ ହୋଇଛନ୍ତି। ଏହି ଅବସରରେ ମୋ ଗାଁ ସ୍ବଚ୍ଛ ଗାଁ କାର୍ଯ୍ୟକ୍ରମ ବେଜ ଶିକ୍ଷାକେନ୍ଦ୍ର ନିର୍ଦ୍ଦେଶକ ଓ ପରିଚାଳକ ସିଲୁ କୁମାର ବେଜଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। 

ସବର୍ଣ୍ଣ-ଅସବର୍ଣ୍ଣ ବିବାଦ ଘଟଣା: ତଦନ୍ତ କଲେ ଏସ୍‌ଡିପିଓ

ଦିଗପହଣ୍ଡି,୩ା୧୦(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମରେ ରବିବାର ରାତିରେ ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀଙ୍କ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ମାମଲାକୁ ନେଇ ଉତ୍ତେଜନା ଲାଗି ରହିଛି। ମଙ୍ଗଳବାର ଚିକିଟି ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ଜେନା, ବ୍ରହ୍ମପୁର ପୋଲିସ ମୁଖ୍ୟାଳୟର ପ୍ରୋବେସନ ଏସ୍‌ଡିପିଓ ଶାନ୍ତା ନୂତନ ସାମଦ, ଦିଗପହଣ୍ଡି ଆଇଆଇସି ଦେବାଶିଷ ମହାନ୍ତି ଗ୍ରାମରେ ପହଞ୍ଚତ୍ ଉଭୟ ଗୋଷ୍ଠୀର ମୁଖିଆମାନଙ୍କ ସହ ଆଲୋଚନା କରି ଫେରିଥିବା ଜଣାପଡ଼ିଛି। ରାସ୍ତାରେ ହମ୍ପସ୍‌ ନିର୍ମାଣକୁ କେନ୍ଦ୍ରକରି ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଅସବର୍ଣ୍ଣସାହିର ବହୁ ମହିଳା ପୁରୁଷ ଓଡ଼ିଆ ସାହିର ରବୀନ୍ଦ୍ର ପ୍ରଧାନଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। 

ସ୍କୁଲରୁ ଭୋକରେ ଫେରିଲେ ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୩।୧୦(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ କାଟିଙ୍ଗିଆ ପଞ୍ଚାୟତ ତିଆରିଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ  ମଙ୍ଗଳବାର ଛାତ୍ରୀଛାତ୍ରମାନେ ଭୋକରେ ଫେରିଥିଲେ। ଗାନ୍ଧୀ, ଶାସ୍ତ୍ରୀ ଜୟନ୍ତୀ ଛୁଟି ବୋଲି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଇ ନ ଥିବାରୁ ଏପରି ହୋଇଛି। ପ୍ରଧାନ ଶିକ୍ଷକଙ୍କ ଏଭଳି ଦାୟିତ୍ୱହୀନ କାର୍ଯ୍ୟକୁ ନେଇ ଉତ୍ତେଜନା ଦେଖାଯାଇଥିଲା ା ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରୁଥିବା ୨ ମହିଳା ସଂଯୁକ୍ତା ପାତ୍ର ଏବଂ ଗୌରୀ ଗୌଡ଼ଙ୍କୁ ଗାନ୍ଧୀ ଜୟନ୍ତୀରେ ସ୍କୁଲରେ ରୋଷେଇ କରାଯିବା ନାହିଁ, ତେଣୁ ନ ଆସିବାକୁ କୁହାଯାଇଥିଲା ା

ଖଜୁରିପଡା ବ୍ଲକ: ୧୪ ପଞ୍ଚାୟତରେ ଗ୍ରାମସଭା ବୈଠକ

ଖଜୁରିପଡା ବ୍ଲକ: ୧୪ ପଞ୍ଚାୟତରେ ଗ୍ରାମସଭା ବୈଠକ

ଖଜୁରିପଡା,୨।୧୦(ଡି.ଏନ୍‌.ଏ.)- ସରକାରଙ୍କ ନିୟମ ଅନୁଯାୟୀ ଗାନ୍ଧୀ ଜୟନ୍ତୀ ଅବସରରେ ଖଜୁରିପଡା ବ୍ଲକର ୧୪ଟି ପଞ୍ଚାୟତରେ ଗ୍ରାମସଭା ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତି ପଞ୍ଚାୟତର ସରପଞ୍ଚଙ୍କ ଦ୍ୱାରା ଆୟୋଜିତ ଏହି ବୈଠକରେ ଜଣେ କନିଷ୍ଠ ଯନ୍ତ୍ରୀ, ନୋଡାଲ ଅଫିସର ଭାବେ ଦାୟିତ୍ୱ ନେଇ ସେମାନଙ୍କ ଅଧ୍ୟକ୍ଷତାରେ ନାଏବ ସରପଞ୍ଚ, ଓ୍ବାର୍ଡ ମେମ୍ବର, ସ୍ବୟଂ ସହାୟକ ଗୋଷ୍ଠୀ, ଅନ୍ୟାନ୍ୟ ଜନସାଧାରଣ ଉପସ୍ଥିତ ରହି ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସମସ୍ତ ବୈଠକକୁ ବିଡିଓ ରବି ନାରାୟଣ ଜେଠୀ ପରିଦର୍ଶନ କରିଥିଲେ।

ଶିଶୁ ମହୋତ୍ସବ ସୁରଭି

ଶିଶୁ ମହୋତ୍ସବ ସୁରଭି

ଦିଗପହଣ୍ଡି,୨।୧୦(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ ଗୌଡ଼ଗାଁ କ୍ଲଷ୍ଟର ବିଜୟଲକ୍ଷ୍ମୀ ନାରାୟଣପୁର ପ୍ରାଥମିକ ବିଦ୍ୟାଳୟରେ ସୋମବାର ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା, ଅତିରିକ୍ତ ଶିକ୍ଷାଧିକାରୀ ସୁଦାମ ଦାସ, ବିଶ୍ରବା ପାଇକ, ସରପଞ୍ଚ ସୁଲତା ସାହୁ ଅତିଥି ଭାବେ ମଞ୍ଚାସୀନ ଥିଲେ।

ନୂତନ ବିଚାରପତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ନୂତନ ବିଚାରପତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ବୁଗୁଡ଼ା,୨।୧୦(ଡି.ଏନ.ଏ.)- ବୁଗୁଡ଼ା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ନୂତନ ବିଚାରପତି ଭାବେ ମନିତା ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲମାନଙ୍କ ପକ୍ଷରୁ ତାଙ୍କୁ ସ୍ବାଗତ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଶ୍ରମିକଙ୍କୁ ପରିଚୟ ପତ୍ର ବଣ୍ଟନ

ଶ୍ରମିକଙ୍କୁ ପରିଚୟ ପତ୍ର ବଣ୍ଟନ

ବୁଗୁଡ଼ା,୨।୧୦(ଡି.ଏନ.ଏ.)- ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ପଞ୍ଜୀକୃତ ଶ୍ରମିକମାନଙ୍କୁ ପରିଚୟପତ୍ର ଓ ବିଭିନ୍ନ ସହାୟତା ରାଶି ବଣ୍ଟନ ଶିବିର ସୋମବାର ସ୍ଥାନୀୟ ବିରଞ୍ଚତ୍ ନାରାୟଣ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଗଞ୍ଜାମ ଜିଲା ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତି ତଥା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ ୪୦୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କୁ ସରକାରୀ ସହାୟତା ରାଶି ପ୍ରଦାନ ସହ ଶ୍ରମିକ କାର୍ଡ ବଣ୍ଟନ କରିଥିଲେ।

ଖବରଦାତାଙ୍କ ଉପରେ ଆକ୍ରମଣ ଘଟଣାକୁ ନିନ୍ଦା

ଖବରଦାତାଙ୍କ ଉପରେ ଆକ୍ରମଣ ଘଟଣାକୁ ନିନ୍ଦା

ବ୍ରହ୍ମପୁର ଅଫିସ,୨।୧୦: ବିଗତ କିଛି ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଖବରଦାତାମାନେ ଆକ୍ରମଣର ଶିକାର ହୋଇଛନ୍ତି। ଏହାର ପ୍ରତିବାଦରେ ବ୍ରହ୍ମପୁର ସହର ଗାନ୍ଧୀ ନଗର ଛକଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ମଙ୍ଗଳବାର ନିରବ ପ୍ରତିବାଦ କରାଯାଇଛି।

ମହାତ୍ମା ଗାନ୍ଧୀ ସ୍ମାରକୀ ଡାକ ଟିକେଟ ପ୍ରଦର୍ଶନୀ

ମହାତ୍ମା ଗାନ୍ଧୀ ସ୍ମାରକୀ ଡାକ ଟିକେଟ ପ୍ରଦର୍ଶନୀ

ବ୍ରହ୍ମପୁର ଅଫିସ,୨।୧୦: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକ ଅବସରରେ ମଙ୍ଗଳବାର ବ୍ରହ୍ମପୁର ଡାକ ମଣ୍ଡଳ ତରଫରୁ ବ୍ରହ୍ମପୁର ପ୍ରଧାନ ଡାକଘର ପ୍ରାଙ୍ଗଣରେ ଡାକ ଟିକେଟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। 

ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ ବାର୍ତ୍ତା ନେଇ ମିନି ମାରାଥନ ଆୟୋଜିତ

ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ ବାର୍ତ୍ତା ନେଇ ମିନି ମାରାଥନ ଆୟୋଜିତ

ବ୍ରହ୍ମପୁର ଅଫିସ, ୨।୧୦-ବ୍ରହ୍ମପୁର ମହାନଗର ନିଗମ ଓ ଗଂଜାମ ଜିଲ୍ଲା କ୍ରୀଡା ପରିଷଦ ପକ୍ଷରୁ ଗାନ୍ଧିଜୟିନ୍ତୀ ଅବସରରେ ସହରକୁ ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ କରିବା ବାର୍ତ୍ତା ନେଇ ଏକ ମିନି ମାରାଥନ ଆୟୋଜିତ ହୋଇଥିଲା।

ବିଜୁ ଯୁବ ବାହିନୀ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

ବିଜୁ ଯୁବ ବାହିନୀ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

ବ୍ରହ୍ମପୁର ଅଫିସ, ୨।୧୦: ବ୍ରହ୍ମପୁର ମହାନଗର ନିଗମ ୫ନଂ ୱାର୍ଡ ତୁଳସୀନଗର ଅଞ୍ଚଳରେ ବିଜୁ ଯୁବ ବାହିନୀ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ନିଶା ନିବାରଣ ନେଇ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି।

ପଲିଥିନ ବର୍ଜନ ପାଇଁ ସଚେତନତା

ପଲିଥିନ ବର୍ଜନ ପାଇଁ ସଚେତନତା

ବ୍ରହ୍ମପୁର ଅଫିସ,୨।୧୦-ବ୍ରହ୍ମପୁର ରୋଟାରୀ କ୍ଲବ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ପଲିଥିନ ବର୍ଜନ ପାଇଁ ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ସକାଳେ ଅନୁଷ୍ଠିତ ହୋଇଛି। 

ପ୍ଲାଷ୍ଟିକ ମୁକ୍ତ ଓଡିଶା ଅଭିଯାନ ଏବଂ ସଫେଇ କାର୍ଯ୍ୟକ୍ରମ

ପ୍ଲାଷ୍ଟିକ ମୁକ୍ତ ଓଡିଶା ଅଭିଯାନ ଏବଂ ସଫେଇ କାର୍ଯ୍ୟକ୍ରମ

ରାଇକିଆ ୨।୧୦(ଡି.ଏନ.ଏ.)-କନ୍ଧମାଳ ଜିଲା ରାଇକିଆ ପଞ୍ଚାୟତ ତରଫରୁ ମଙ୍ଗଳବାର ପ୍ଲାଷ୍ଟିକ ମୁକ୍ତ ଓଡିଶା ଅଭିଯାନ ଏବଂ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ଗ୍ରୀନ ଆକ୍ସନ ସପ୍ତାହ ଆରମ୍ଭ

ଗ୍ରୀନ ଆକ୍ସନ ସପ୍ତାହ ଆରମ୍ଭ

ବ୍ରହ୍ମପୁର ଅଫିସ, ୨।୧୦:ବିଶ୍ୱରେ ଦାୟିତ୍ୱବାନ ଉତ୍ପାଦନ ଏବଂ କ୍ରୟକୁ ପ୍ରୋତ୍ସାହନ କରିବା ପାଇଁ ଗ୍ରୀନ ଆକ୍ସନ ସପ୍ତାହ ମଙ୍ଗଳବାରଠାରୁ ଆରମ୍ଭ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ପୌର କଲ୍ୟାଣ ମଣ୍ଡପ ସମ୍ମୁଖରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଯୁକ୍ତ ୩ ସେମିଷ୍ଟର ପରୀକ୍ଷାଫଳକୁ ନେଇ ଉତ୍ତେଜନା

ଯୁକ୍ତ ୩ ସେମିଷ୍ଟର ପରୀକ୍ଷାଫଳକୁ ନେଇ ଉତ୍ତେଜନା

ଫୁଲବାଣୀ ଅଫିସ, ୨ା୧୦-କନ୍ଧମାଳ ଜିଲା ଫୁଲବାଣୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ ପ୍ରଥମ ଓ ଦ୍ୱିତୀୟ ବର୍ଷ ସେମିଷ୍ଟାର ପରୀକ୍ଷା ଫଳକୁ ନେଇ ସୋମବାର ଛାତ୍ରଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।

ବିଶ୍ରାମାଗାର ନିର୍ମାଣ ଦାବି ଜୋର ଧରିଲା

ବିଶ୍ରାମାଗାର ନିର୍ମାଣ ଦାବି ଜୋର ଧରିଲା

ଦାରିଙ୍ଗବାଡ଼ି,୨।୧୦(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ଚାରିଛକରେ ଥିବା  ପୂର୍ବ ନିର୍ଦ୍ଧାରିତ ଜମିରେ ଶୀଘ୍ର ବିଶ୍ରାମାଗାର ନିର୍ମାଣ କରାଯାଉ ବୋଲି ସୋମବାର ଦାରିଙ୍ଗବାଡ଼ି ଆଞ୍ଚଳିକ ଉନ୍ନୟନ କମିଟି ସଭାପତି ଚକ୍ରଧର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍‌ ବିଡିଓଙ୍କ ପ୍ରକୋଷ୍ଠରେ ବାଲିଗୁଡ଼ା ଉପଜିଲାପାଳ ସତ୍ୟକ କ୍ରିଷ୍ଣନ୍‌ କେପିଙ୍କୁ ଭେଟି ଦାବି କରିଛନ୍ତି ା ସେଠାରେ ଦୀର୍ଘ ବର୍ଷ ତଳେ ବିଧାୟକ ପାଣ୍ଠିରୁ ଏକ ବିଶ୍ରାମାଗାର ନିର୍ମାଣ କରାଯାଇଥିଲା, ଏବେ  ଏହା ଭାଙ୍ଗି ଯାଇଛି।

ଡକାୟତି ଉଦ୍ୟମ ପଣ୍ଡ: ୨ ଗିରଫ: ମାରଣାସ୍ତ୍ର ଜବତ

ଡକାୟତି ଉଦ୍ୟମ ପଣ୍ଡ: ୨ ଗିରଫ: ମାରଣାସ୍ତ୍ର ଜବତ

ହିଞ୍ଜିଳିକାଟୁ,୨ା୧୦(ଡ଼ି.ଏନ୍‌.ଏ) -ଏକ ବଡ଼ ଧରଣର ଡକାୟତି ଉଦ୍ୟମ ଚାଲିଥିବା ବେଳେ ହିଞ୍ଜିଳି ପୋଲିସ ପଣ୍ଡ କରିଛି। ରବିବାର ମଧ୍ୟ ରାତିରେ ୫ ଜଣ ମିଶି ହିଞ୍ଜିଳି ଥାନା ଖଣ୍ଡରା ଛକରେ ଯୋଜନା କରୁଥିବା ପୋଲିସକୁ ସୂଚନା ମିଳିଥିଲା। 

ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ଲୁଟ୍‌ ମାମଲା ୪ ଗିରଫ

ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ଲୁଟ୍‌ ମାମଲା ୪ ଗିରଫ

ଛତ୍ରପୁର,୨ା୧୦(ଡି.ଏନ.ଏ.) -ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ରଘୁନାଥପୁର ନିକଟ ଜାତୀୟ ରାଜପଥରେ ସେପ୍ଟେମ୍ବର ୧୭ ତାରିଖରେ ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ଆକ୍ରମଣ କରି ୯ ଲକ୍ଷ ୨୮ ହଜାର ଟଙ୍କା ଲୁଟ୍‌ ହୋଇଥିଲା। 

ପଥପ୍ରାନ୍ତ ନାଟକ, କାଗଜ ବ୍ୟାଗ୍‌ ଦେଇ କଲେ ସଚେତନ

ପଥପ୍ରାନ୍ତ ନାଟକ, କାଗଜ ବ୍ୟାଗ୍‌ ଦେଇ କଲେ ସଚେତନ

ବ୍ରହ୍ମପୁର ଅଫିସ,୨ା୧୦-ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ମଙ୍ଗଳବାର ଗାନ୍ଧିଜୟନ୍ତୀରୁ ସମଗ୍ର ରାଜ୍ୟରେ ପଲିଥିନ, ପ୍ଲାଷ୍ଟିକକୁ ବ୍ୟାନ ଘୋଷଣା କରାଯାଇଛି ା ଏହି ପରିପ୍ରେକ୍ଷୀରେ ପଲିଥିନ ବର୍ଜନ ଓ ସ୍ବଚ୍ଛ ପରିବେଶ, ସ୍ବଚ୍ଛ ସହରର ବାର୍ତ୍ତା ନେଇ ବ୍ରହ୍ମପୁର ସରକାରୀ ଆଇଟିଆଇ ପକ୍ଷରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ା 

ମାନବ ଅଧିକାର ସୁରକ୍ଷା ମଞ୍ଚର ଘଣ୍ଟଯାତ୍ରା

ମାନବ ଅଧିକାର ସୁରକ୍ଷା ମଞ୍ଚର ଘଣ୍ଟଯାତ୍ରା

ବ୍ରହ୍ମପୁର ଅଫିସ,୨ା୧୦-ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ସୋମବାର ଏମ୍‌କେସିଜି ମେଡିକାଲ  କଲେଜ ସମ୍ମୁଖରେ ୬୨ତମ ଘଣ୍ଟଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ନାଗରିକ ଦିବସରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର କକ୍ଷ ତଥା ଜେରିଆଟ୍ରିକ୍‌ ବିଭାଗ  ଖୋଲାଯିବା ଦାବି କରି ଅଧୀକ୍ଷକ ପ୍ରଫେସର ଡାକ୍ତର ଚରଣ ପଣ୍ଡାଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି।