ବ୍ରହ୍ମପୁର

ବିଶ୍ୱର ଭବିଷ୍ୟତ ପାଇଁ ଛାତ୍ର ସମାଜ କିରଣ ହୁଅନ୍ତୁ : ରାଜ୍ୟପାଳ

ବିଶ୍ୱର ଭବିଷ୍ୟତ ପାଇଁ ଛାତ୍ର ସମାଜ କିରଣ ହୁଅନ୍ତୁ : ରାଜ୍ୟପାଳ

ବ୍ରହ୍ମପୁର ଅଫିସ, ୮ା୨- ବିଶ୍ୱର ଭବିଷ୍ୟତ ଭାରତର ବିଶ୍ୱବିଦ୍ୟାଳୟ, ସ୍କୁଲ, କଲେଜରୁ ସୃଷ୍ଟି ହୁଏ| ବିଦ୍ୟାର୍ଥୀ ଛାତ୍ର ସମାଜ ଉପରେ ଦୁନିଆର ଭବିଷ୍ୟ ନିର୍ଭର କରିଥାଏ| ବିଶ୍ୱ ତଥା ଆଗାମୀ ପିଢିଙ୍କ ଭବିଷ୍ୟତ ପାଇଁ ଛାତ୍ର ସମାଜ କିରଣ ହୁଅନ୍ତୁ ବୋଲି ଗୁରୁବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୩ତମ ସମାବର୍ତ୍ତନ ଉତ୍ସବରେ ସଭାପତିତ୍ୱ କରି ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ଏହା କହିଛନ୍ତି| 

ମହିଳା ଶ୍ରମିକଙ୍କୁ ମାଡ଼ ଘଟଣା :ଅଭିଯୁକ୍ତ ରାଜମିସ୍ତ୍ରିଙ୍କୁ ୫ ବର୍ଷ ଜେଲ

ଫୁଲବାଣୀ ଅଫିସ, ୮ା୨- ଜଣେ ମହିଳା ଶ୍ରମିକଙ୍କୁ ବିବାହ ପ୍ରସ୍ତାବ ଦେବା ଏବଂ ସେ ରାଜି ନ ହେବାରୁ ମାଡମାରିବା ଘଟଣାରେ ଅଭିଯୁକ୍ତ ରାଜମିସ୍ତ୍ରି ପ୍ରକାଶ ଦିଗାଲଙ୍କୁ ଗୁରୁବାର ଫୁଲବାଣୀ ଆସିଷ୍ଟାଣ୍ଟ ସେସନ୍‌ ଜଜ୍‌ ଅବନୀ କୁମାର ପ୍ରଧାନ ୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। 

ସରିଲା ଅଲିଭ୍‌ ରିଡ୍‌ଲେଙ୍କ ମିଳନ: ଗଣଅଣ୍ଡାଦାନକୁ ଅପେକ୍ଷା

ସରିଲା ଅଲିଭ୍‌ ରିଡ୍‌ଲେଙ୍କ ମିଳନ: ଗଣଅଣ୍ଡାଦାନକୁ ଅପେକ୍ଷା

ବ୍ରହ୍ମପୁର ଅଫିସ୍‌,୮ା୨- ମାସାଧିକ ସମୟ ଯାଏ ଚାଲିଥିବା ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସମୂହ ମିଳନ ପର୍ବ ଏଥି ମଧ୍ୟରେ ଶେଷ ହୋଇଯାଇଛି । ଆଉ ଅଳ୍ପ ଦିନର ଅପେକ୍ଷା । ଆରମ୍ଭ ହେବ ଗଣଅଣ୍ଡାଦାନ ପର୍ବ । 

୫ ବ୍ୟବସାୟ ପ୍ରତିଷ୍ଠାନ ଉପରେ ବୋମାମାଡ଼

୫ ବ୍ୟବସାୟ ପ୍ରତିଷ୍ଠାନ ଉପରେ ବୋମାମାଡ଼

ଭଞ୍ଜନଗର,୮।୨(ଡି.ଏନ.ଏ.)- ଭଞ୍ଜନଗର ସହରର ୫ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଗୁରୁବାର ସନ୍ଧ୍ୟାରେ ଘନ ଘନ ବୋମାମାଡ଼ ହୋଇଛି। ଏହାକୁ ନେଇ ସହରବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି । 

ଜଗନ୍ନାଥଙ୍କୁ ଉଦ୍ଧାର କଲା ଜଗନ୍ନାଥ ସମାଜ

ଜଗନ୍ନାଥଙ୍କୁ ଉଦ୍ଧାର କଲା ଜଗନ୍ନାଥ ସମାଜ

ପୁରଷୋତ୍ତମପୁର,୮ା୨(ଡି.ଏନ.ଏ.)- ପୁରୁଷୋତ୍ତମପୁର ଥାନା ତଥା କବିସୂର୍ଯ୍ୟନଗର ବ୍ଲକ ରିଷିପୁର ଗ୍ରାମର ଜଗନ୍ନାଥ ବେହେରା (୪୫) ନାମକ ବ୍ୟକ୍ତି ଘରୁ ଦାଦନ ଖଟିବାକୁ ମୁମ୍ବାଇ ଯାଇ ନିଖୋଜ ହୋଇଯାଇଥିଲେ। 

ଜନସାଧାରଣଙ୍କୁ ଉଚିତ ସେବା ଯୋଗାଅ: ରାଜ୍ୟପାଳ

ଜନସାଧାରଣଙ୍କୁ ଉଚିତ ସେବା ଯୋଗାଅ: ରାଜ୍ୟପାଳ

ଛତ୍ରପୁର, ୮ା୨(ଡି.ଏନ.ଏ)- ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୁରୁବାର ଅପରାହ୍ନରେ ଗଞ୍ଜାମ ଜିିଲା ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଉନ୍ନୟନ ସମୀକ୍ଷା କରିଛନ୍ତି। 

ବାପାଙ୍କୁ ପିଟି  ହତ୍ୟା, ଅଭିଯୁକ୍ତ ଗିରଫ

ବାପାଙ୍କୁ ପିଟି ହତ୍ୟା, ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ୍‌,୭ା୨- ବ୍ରହ୍ମପୁର ସଦରଥାନା ଅଧୀନ ଲାଠି ଗ୍ରାମର ଦଣ୍ଡାସୀ ସାହିରେ ଗୁରୁବାର ଭୋର୍‌ରେ ଏକ ହତ୍ୟାକାଣ୍ଡ ଘଟିଛି ା ସାହି ଦାଣ୍ଡରେ ନିଜ ବାପାଙ୍କୁ ନିଶାସକ୍ତ ପୁଅ ଅମାନୁଷିକ ଭାବେ ପିଟି ହତ୍ୟା କରିଥିବା ଦେଖିବାକୁ ମିଳିଛି ା ମୃତକ ହେଲେ ଅଭିମନ୍ୟୁ ନାୟକ(୬୦) ା ଏନେଇ ଅଭିମନ୍ୟୁଙ୍କ ସାନଭାଇ ଶିବରାମଙ୍କ ଏତଲାକୁ ଭିତ୍ତିକରି  ପୋଲିସ ଏକ ହତ୍ୟା ମାମଲା ରୁଜୁକରି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ପୁଅ ସୀମାଞ୍ଚଳ ନାୟକଙ୍କୁୁ ଗିରଫ କରିଛି। ଶୁକ୍ରବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଶିବଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି ା 

ପୋଖରୀକୁ ଓଲଟିଲା ଯାତ୍ରିବାହୀ ବସ, ୮ ଆହତ

ପୋଖରୀକୁ ଓଲଟିଲା ଯାତ୍ରିବାହୀ ବସ, ୮ ଆହତ

ଦିଗପହଣ୍ଡି,୭।୨(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମ ନିକଟରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ହରିହର ନାମକ ଘରୋଇ ଯାତ୍ରିବାହୀ ବସ (ନଂ ଓଆର୦୭ଜେ-୨୭୯୯) ରାସ୍ତାକଡ଼ ପୋଖରୀକୁ ଓଲଟି ପଡ଼ିଥିଲା। 

ଅର୍ଜୁନ ମେମୋରିଆଲ ଭଲିବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ଅର୍ଜୁନ ମେମୋରିଆଲ ଭଲିବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ଗୋପାଳପୁର,୭।୨- ରଙ୍ଗେଇଲୁଣ୍ଡା ବ୍ଲକ କେଲୁଆପଲୀ ଗ୍ରାମରେ ଗୁରୁବାର ଅର୍ଜୁନ ମେମୋରିଆଲ ଭଲିବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ରଙ୍ଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷା ସି.ଏଚ୍‌. ଉଷାରାଣୀ, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଅଜିତ କୁମାର ଦାଶ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଏହି ଟୁର୍ନାମେଣ୍ଟରେ ୧୬ଟି ଟିମ ଭାଗ ନେବେ। ପ୍ରଥମ ମ୍ୟାଚ ଅଡବା ସହ ବ୍ରହ୍ମପୁରସ୍ଥିତ ମହାବୀର ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। 

ଯୋଜନାର ଅଗ୍ରଗତି ସମୀକ୍ଷା କଲେ ରାଜ୍ୟପାଳ

ଯୋଜନାର ଅଗ୍ରଗତି ସମୀକ୍ଷା କଲେ ରାଜ୍ୟପାଳ

ଛତ୍ରପୁର,୭।୨(ଡି.ଏନ୍‌.ଏ.): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୁରୁବାର ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ କରିଥିଲେ। ଏଥିରେ ସେ ଜିଲାରେ ଚାଲିଥିବା ବିଭିନ୍ନ ବିଭାଗ ଯୋଜନାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। 

ଅସହାୟ ବୃଦ୍ଧଙ୍କ ଶବସତ୍କାର କଲା ଗଞ୍ଜାମ ବିଜୁ ଯୁବ ବାହିନୀ

ଅସହାୟ ବୃଦ୍ଧଙ୍କ ଶବସତ୍କାର କଲା ଗଞ୍ଜାମ ବିଜୁ ଯୁବ ବାହିନୀ

ଗଞ୍ଜାମ,୭।୨(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଓ୍ବାର୍ଡ ନଂ-୮ ପୁଇଁତୋଳା ବାରିକି ସାହିର କୃଷ୍ଣ ପଲାଇ(୮୧)ଙ୍କ ଗୁରୁବାର ମୃତ୍ୟୁ ଘଟିଥିଲା। ମୃତକଙ୍କ କେହି ପୁଅ ନ ଥିବା ବେଳେ ଏକମାତ୍ର ଝିଅ ରହିଛି। ଗତ କିଛି ମାସ ତଳେ ତାଙ୍କ ସ୍ତ୍ରୀଙ୍କ ଦେହାନ୍ତ ହୋଇଥିବା ଯୋଗୁ ସେ ସମ୍ପୂର୍ଣ୍ଣ ବେସାହାରା ହୋଇପଡ଼ିଥିଲେ। 

ବିଜେଡି କାଉନ୍‌ସିଲର ହତ୍ୟା ମାମଲା, ଥାନାରେ ହାଜର ହେଲେନି ଗୋଲକ

ବିଜେଡି କାଉନ୍‌ସିଲର ହତ୍ୟା ମାମଲା, ଥାନାରେ ହାଜର ହେଲେନି ଗୋଲକ

ଛତ୍ରପୁର,୭।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସି ବିଜେଡି କାଉନ୍‌ସିଲର୍‌ ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ୨୦୧୭ ସେପ୍ଟେମ୍ବର ୧୬ ତାରିଖରେ ତାଙ୍କ ଘର ସମ୍ମୁଖରେ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା। ଏହି ମାମଲାରେ ଥାନାରେ ଗୁରୁବାର ହାଜର ହେବାକୁ ଗତମାସ ୨୮ ତାରିଖରେ ଛତ୍ରପୁର ପୋଲିସ ରାଜ୍ୟ ଭାଜପା ମୁଖପାତ୍ର ଗୋଲକ ପ୍ରସାଦ ମହାପାତ୍ରଙ୍କୁ ନୋଟିସ ଜାରି କରିଥିଲା।

ଧାନର ଅଭାବୀ ବିକ୍ରି ନେଇ ରାସ୍ତାକୁ ଓହ୍ଲାଇଲେ ଚାଷୀ

ଧାନର ଅଭାବୀ ବିକ୍ରି ନେଇ ରାସ୍ତାକୁ ଓହ୍ଲାଇଲେ ଚାଷୀ

ବୁଗୁଡା, ୭।୨(ଡି.ଏନ.ଏ): ଗଞ୍ଜାମ ଜିଲା ବୁଗୁଡା ବ୍ଲକର ଖୋଳଖାଳି ପଞ୍ଚାୟତର ଶତାଧିକ ଚାଷୀ ଧାନର ଅଭାବୀ ବିକ୍ରି ଓ ମଣ୍ଡିରେ ଧାନ ଗ୍ରହଣ କରାଯାଉ ନ ଥିବା ଦାବିରେ ବୁଗୁଡ-ବାଲିପଦର ରାସ୍ତା ମଝିରେ ଥିବା ବାଙ୍କେଶ୍ୱରୀ ମନ୍ଦିର ସମ୍ମୁଖରେ ଶହଶହ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି। 

ସାଇନ୍‌ବୋର୍ଡରେ ଅଟକିଛି ଶାଳୁଆପଲ୍ଲୀ ଔଷଧୀୟ ଉଦ୍ୟାନ: ଜଙ୍ଗଲ ସୁରକ୍ଷା ଛାଡ଼ି ଭିତ୍ତିଭୂମିରେ ମାତିଛି ଜଙ୍ଗଲ ବିଭାଗ

ସାଇନ୍‌ବୋର୍ଡରେ ଅଟକିଛି ଶାଳୁଆପଲ୍ଲୀ ଔଷଧୀୟ ଉଦ୍ୟାନ: ଜଙ୍ଗଲ ସୁରକ୍ଷା ଛାଡ଼ି ଭିତ୍ତିଭୂମିରେ ମାତିଛି ଜଙ୍ଗଲ ବିଭାଗ

ଭଞ୍ଜନଗର,୭।୨(ଡି.ଏନ.ଏ)-ଔଷଧୀୟ ବୃକ୍ଷର ମହତ୍ତ୍ୱ, ବୈଦ୍ୟମାନଙ୍କୁ ସହାୟତା ଏବଂ ଲୋକଙ୍କୁ ଔଷଧୀୟ ବୃକ୍ଷର ଆବଶ୍ୟକତା ଲକ୍ଷ୍ୟ ନେଇ ୨୦୦୩ରେ ଶାଳୁଆପଲ୍ଲୀ ନର୍ସରି ପରିସରରେ ଔଷଧୀୟ ଉଦ୍ୟାନ ପ୍ରତିଷ୍ଠିତ ହୋଇଥିଲା।

ହୋମିଓପାଥି ଚିକିସତ୍ା ପ୍ରତି ଲୋକଙ୍କ ବଢ଼ୁଛି ଆଗ୍ରହ

ହୋମିଓପାଥି ଚିକିସତ୍ା ପ୍ରତି ଲୋକଙ୍କ ବଢ଼ୁଛି ଆଗ୍ରହ

ଭଞ୍ଜନଗର,୭।୨(ଡି.ଏନ.ଏ.)-ଭଞ୍ଜନଗର ପାୱାର ହାଉସ୍‌ ଛକରେ ମଙ୍ଗଳବାର ବୀର ସମ୍ରାଟ ହୋମିଓ କ୍ଲିନିକ୍‌ ଉଦ୍‌ଘାଟିତ ହୋଇଯାଇଛି।

ଗଞ୍ଜାମ ମାଟିର ଗୌରବ: ଏସିଆନ୍‌ କ୍ଲାସିକ୍‌ ପାଓ୍ବାର୍‌ଲିଫ୍ଟିଂ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ବିଜୟିନୀ ରଞ୍ଜିତାଙ୍କୁ ସମ୍ବର୍ଦ୍ଧନା

ଗଞ୍ଜାମ ମାଟିର ଗୌରବ: ଏସିଆନ୍‌ କ୍ଲାସିକ୍‌ ପାଓ୍ବାର୍‌ଲିଫ୍ଟିଂ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ବିଜୟିନୀ ରଞ୍ଜିତାଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର ଅଫିସ୍‌,୭ା୨- ମଙ୍ଗୋଲିଆରେ ଅନୁଷ୍ଠିତ ଏସିଆନ୍‌ କ୍ଲାସିକ୍‌ ପାୱାର୍‌ଲିଫ୍ଟିଂ ଚାମ୍ପିୟନ୍‌ଶିପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ରଞ୍ଜିତା ମିଶ୍ରଙ୍କୁ ଗୁରୁବାର ସମ୍ବର୍ଦ୍ଧିତ କରାଯାଇଛି। ବ୍ରହ୍ମପୁର ଷ୍ଟାଡିୟମ୍‌ଠାରେ ଏହି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଷ୍ଟାଡିୟମ୍‌ ଇନ୍‌ଚାର୍ଜ ସଚ୍ଚିନ୍ଦ୍ର ମାଝି ଏଥିରେ ଅଧ୍ୟକ୍ଷତା କରିଥିଲେ।

ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା, ଅଭିଯୁକ୍ତ ଯୁବକ ଗିରଫ

ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା, ଅଭିଯୁକ୍ତ ଯୁବକ ଗିରଫ

ଦାରିଙ୍ଗବାଡ଼ି,୭।୨(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କୁମ୍ଭାରିଗାଁ ପଞ୍ଚାୟତ ଜିରିୟ ନଗର ଗ୍ରାମ ନିକଟ ଜଙ୍ଗଲରୁ ଉକ୍ତ ଗ୍ରାମର ସୁଖୀ ଗମାଙ୍ଗୋଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ପୋଲିସ ଅଟକ ରଖିଥିବା ସେହି ଗ୍ରାମର ଯୁବକଙ୍କୁ  ବୁଧବାର ଗିରଫ କରିଛି। 

କୃଷି କର୍ମଚାରୀଙ୍କ ଆନ୍ଦୋଳନ

କୃଷି କର୍ମଚାରୀଙ୍କ ଆନ୍ଦୋଳନ

ହିଞ୍ଜିଳିକାଟୁ,୭ା୨(ଡି.ଏନ୍‌.ଏ.): ଓଡ଼ିଶା ରାଜ୍ୟ ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ଆହ୍ବାନ କ୍ରମେ ମଙ୍ଗଳବାର ହିଞ୍ଜିଳିକାଟୁ ବ୍ଲକର ଏହି ବର୍ଗର କୃଷି କର୍ମଚାରୀମାନେ ୪ଦଫା ଦାବି ନେଇ କଳାବ୍ୟାଜ ପରିଧାନ କରି ଆନ୍ଦୋଳନ ଚଳାଇଛନ୍ତି। 

କାର୍ଯ୍ୟାଦେଶ, ଟେଣ୍ଡର କର: ଜିଲାପାଳ

ଛତ୍ରପୁର ୭ା୨(ଡି.ଏନ.ଏ.)-ଗଞ୍ଜାମ ଜିଲା ଛତ୍ରପୁର ଓ ଗଞ୍ଜାମ ବ୍ଲକରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ଏକ ସମୀକ୍ଷା ବୈଠକ ବୁଧବାର ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ।

ମଲ୍ଲିକାର୍ଜୁନଙ୍କ ପାଇଁ ୩୬୫ ହାତ ଲମ୍ବ ପଗଡ଼ି : କୌଳିକ ବୃତ୍ତିକୁ ଟାଣିଆଣିଲା ଭକ୍ତି

ମଲ୍ଲିକାର୍ଜୁନଙ୍କ ପାଇଁ ୩୬୫ ହାତ ଲମ୍ବ ପଗଡ଼ି : କୌଳିକ ବୃତ୍ତିକୁ ଟାଣିଆଣିଲା ଭକ୍ତି

ବ୍ରହ୍ମପୁର ଅଫିସ,୭ା୨-ବ୍ରହ୍ମପୁରର ହସ୍ତତନ୍ତ କେବଳ ଓଡ଼ିଶା କିମ୍ବା ଭାରତ ନୁହଁ, ବରଂ ବିଶ୍ୱବିଖ୍ୟାତ। ବ୍ରହ୍ମପୁରୀ ପାଟ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ବିଶ୍ୱ ଦରବାରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ହେଲେ ବିଭିନ୍ନ କାରଣରୁ କୌଳିକ ବୃତ୍ତିଠାରୁ ବର୍ତ୍ତମାନ ପିଢ଼ି ଦୂରେଇ ଯାଉଛନ୍ତି ବୋଲି ଆଲୋଚନା ହୁଏ । 

ଆତ୍ମନିର୍ଭରଶୀଳ ହେବେ କିନ୍ନର

ଆତ୍ମନିର୍ଭରଶୀଳ ହେବେ କିନ୍ନର

ବ୍ରହ୍ମପୁର ଅଫିସ, ୭ା୨-ସମାଜରେ ସେମାନେ ସର୍ବଦା ଅବହେଳିତ, ଅଛୁଅଁା ା ସରକାର ସେମାନଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ପ୍ରଦାନ କରିଥିଲେ ମଧ୍ୟ ଆଜି ବି ସମାଜ ତଥା ପରିବାରଠାରୁ ପ୍ରତାରିତ ହୋଇ ରହୁଛନ୍ତି ା 

ତରଗାବାଲିକୁ ନୂତନ ପଞ୍ଚାୟତ ଦାବି

ତରଗାବାଲିକୁ ନୂତନ ପଞ୍ଚାୟତ ଦାବି

ଫିରିଙ୍ଗିଆ,୬।୨- କାଶିନିପଦରପଦର ପଞ୍ଚାୟତକୁ ଭାଙ୍ଗି ତରଗାବାଲିକୁ ନୂତନ ପଞ୍ଚାୟତ କରିବାକୁ ବୁଧବାର ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଏକ ସଚେତନାରାଲି ଫିରିଙ୍ଗିଆ ସହର ପରିକ୍ରମା କରିବା ସହ ବିଡିଓଙ୍କ ଜରିଆରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। 

ଲାଞ୍ଚ ନେଇ ଏଏସ୍‌ଆଇ ଗିରଫ

ଲାଞ୍ଚ ନେଇ ଏଏସ୍‌ଆଇ ଗିରଫ

ଫୁଲବାଣୀ ଅଫିସ, ୬।୨- ଏକ ବିବାଦର ସମାଧାନ ପାଇଁ ଲାଞ୍ଚ ନେଉଥିବାବେଳେ ସାରଙ୍ଗଗଡ ଥାନା ଏଏସ୍‌ଆଇ ମହାଜନ ପ୍ରଧାନ ବୁଧବାର ବ୍ରହ୍ମପୁର ଭିଜାଲାନ୍ସ ହାତରେ ଧରା ପଡିଛନ୍ତି। ତାଙ୍କଠାରୁ ଲାଞ୍ଚ ବାବଦ ୫ହଜାର ଟଙ୍କା ଜବତ କରାଯାଇଛି

ରାଶନକାର୍ଡକୁ ନେଇ ୨ ପରିବାର ମଧ୍ୟରେ ସଂଘର୍ଷ

ରାଶନକାର୍ଡକୁ ନେଇ ୨ ପରିବାର ମଧ୍ୟରେ ସଂଘର୍ଷ

ଦିଗପହଣ୍ଡି/ପାଟପୁର,୬ା୨(ଡି.ଏନ.ଏ.)- ପାଟପୁର ଥାନା ଏ.ଚନ୍ଦ୍ରମଣିପୁର ଗ୍ରାମରେ ରାଶନକାର୍ଡ ହିତାଧିକାରୀ ଚୟନକୁ କେନ୍ଦ୍ରକରି ୨ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ମଙ୍ଗଳବାର ରାତି ପ୍ରାୟ ୮ଟାରେ ଲଡୁ କିଶୋର ନାହାକଙ୍କୁ ରବୀନ୍ଦ୍ର ଜେନା ଓ ତାଙ୍କ ପରିବାର ଲୋକେ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ ଲଡୁକିଶୋର ଗୁରୁତର ଆହତ ହୋଇଥିଲେ। ପରେ ଲଡୁକିଶୋର ଓ ତାଙ୍କ ପରିବାରଲୋକେ ପାଲଟା ଆକ୍ରମଣ କରିବାରୁ ରବୀନ୍ଦ୍ର ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଚିକିତ୍ସା ନିମନ୍ତେ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।