ବ୍ରହ୍ମପୁର

ଦୁର୍ବୃତ୍ତ ଝାମ୍ପିନେଲେ ଟଙ୍କା ବ୍ୟାଗ୍‌

ଦୁର୍ବୃତ୍ତ ଝାମ୍ପିନେଲେ ଟଙ୍କା ବ୍ୟାଗ୍‌

ବାଲିଗୁଡ଼ା, ୯।୮(ଡି.ଏନ.ଏ.): ବାଲିଗୁଡ଼ା ବ୍ଲକ ସାଉଟିକିଆ ଆଶ୍ରମ ସ୍କୁଲ ଶିକ୍ଷକ ଅରୁଣ ନାୟକ ଛାତ୍ରାବାସ ପରିଚାଳନାର ଆବଶ୍ୟକ ଜିନିଷପତ୍ର କ୍ରୟ ନିମନ୍ତେ ବୁଧବାର ଏକ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ୯୭ ହଜାର ୩୦୦ଟଙ୍କା ଓ ଅନ୍ୟାନ୍ୟ କାଗଜ ପତ୍ର ଭର୍ତ୍ତିକରି ବାଲିଗୁଡା ଆସିଥିଲେ।

ଜି.ଉଦୟଗିରି ବିଧାୟକଙ୍କ ବିଭିନ୍ନ ୱାର୍ଡ ପରିଦର୍ଶନ

ଜି.ଉଦୟଗିରି ବିଧାୟକଙ୍କ ବିଭିନ୍ନ ୱାର୍ଡ ପରିଦର୍ଶନ

ଜି.ଉଦୟଗିରି,୮।୮(ଡି.ଏନ.ଏ.)- ଜି.ଉଦୟଗିରି ବିଧାୟକ ଜାକବ ପ୍ରଧାନ ମଙ୍ଗଳବାର ଅପରାହ୍ନରେ ଜି.ଉଦୟଗିରି ଏନ୍‌ଏସିର ୩ଟି ୱାର୍ଡ ପରିଦର୍ଶନ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଓ୍ବାର୍ଡବାସୀଙ୍କ ସହ ଆଲୋଚନା କରିଛନ୍ତି।

ଦରମା ପାଉନାହାନ୍ତି ପମ୍ପଚାଳକ,କନିଷ୍ଠ ଯନ୍ତ୍ରୀଙ୍କୁ ଦାବିପତ୍ର

କନିଷି,୮।୮(ଡି.ଏନ.ଏ.)- ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକର ପମ୍ପ ଚାଳକମାନେ ୧୨ ମାସ ହେଲା ଦରମା ପାଉ ନାହାନ୍ତି। ଏନେଇ ବୁଧବାର ବ୍ଲକ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ କନିଷ୍ଠଯନ୍ତ୍ରୀଙ୍କ ଜରିଆରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ତୁରନ୍ତ ବକେୟା ଦରମା ପ୍ରଦାନ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି।

ନବବଧୂଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ନବବଧୂଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ବୁଗୁଡ଼ା,୮।୮(ଡି.ଏନ.ଏ.)- ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଗୌଡ଼ିଆବୋରଦା ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘର ବାରିପଟୁ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ବାଲିପଦର ପୋଲିସ ଜନୈକା ନବବଧୂଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ଉଦ୍ଧାର କରିଥିବା ଜଣାପଡ଼ିଛି। ସେ ହେଲେ ପୃଥିବୀ ନାହାକ। ତାଙ୍କ ଦାଦାଙ୍କ ଅଭିଯୋଗକ୍ରମେ ବୁଗୁଡ଼ା ଥାନାରେ ନଂ.୧୮୧/୧୮ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ବୁଗୁଡ଼ା ଥାନା ଆଇଆଇସି ରାମଚନ୍ଦ୍ର ବିଶ୍ୱାଳ, ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀ ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ଋଷିକୁଲ୍ୟା ସ୍ନାତକ ମହାବିଦ୍ୟାଳୟରେ ସ୍ବାଗତ ଉତ୍ସବ

ଋଷିକୁଲ୍ୟା ସ୍ନାତକ ମହାବିଦ୍ୟାଳୟରେ ସ୍ବାଗତ ଉତ୍ସବ

ସୋରଡ଼ା,୮।୮(ଡି.ଏନ୍‌.ଏ.)- ଋଷିକୂଲ୍ୟା ସ୍ନାତକ ମହାବିଦ୍ୟାଳୟ ପରିସରରେ ବୁଧବାର ନୂତନ ଛାତ୍ରୀଛାତ୍ରଙ୍କୁ ସ୍ବାଗତ ସହ ଶେଷବର୍ଷ ଟପ୍ପର ଛାତ୍ରୀଛାତ୍ରଙ୍କ ପାଇଁ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ରମେଶଚନ୍ଦ୍ର ପାଢୀଙ୍କ ତତ୍ତ୍ୱାବଧାନ ତଥା ଅଧ୍ୟାପକ ହୃଷିକେଶ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାଯର୍ର୍‌ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ସମ୍ମାନିତ ଭାବେ ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ବ୍ରହ୍ମପୁର ବେତାର କେନ୍ଦ୍ରର ହୃଷିକେଶ ପାଣିଗ୍ରାହୀ ମୁଖ୍ୟବକ୍ତା, ଉଚ୍ଚଶିକ୍ଷା ବିଭାଗର ଜିଲା ପରାମର୍ଶଦାତା ଏସ୍‌. ରାମାରାଓ ଯୋଗ ଦେଇଥିଲେ।

ଜି ଉଦୟଗିରିରେ ଚିତ୍ରାଙ୍କନ, ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତା

ଜି ଉଦୟଗିରିରେ ଚିତ୍ରାଙ୍କନ, ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତା

ଜି ଉଦୟଗିରି ୮।୮(ଡି.ଏନ୍‌.ଏ.): କନ୍ଧାମାଳ ଜିଲା ଜି ଉଦୟଗିରି ସୂଚନା କେନ୍ଦ୍ରରେ ବୁଧବାର ସ୍ବାଧୀନତା ଦିବସ ଉପଲକ୍ଷେ ଚିତ୍ରାଙ୍କନ ଓ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ଗଞ୍ଜାମ ପୋଲିସର ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଦିଲୀପ ଆହତ

ଗଞ୍ଜାମ ପୋଲିସର ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଦିଲୀପ ଆହତ

ବେଗୁନିଆପଡ଼ା/ଖଲିକୋଟ, ୮।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ପୁସ୍ତପୁର ନିକଟରେ ବୁଧବାର ଭୋରରେ ଗଞ୍ଜାମ ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦିଲୀପ ଦାସ ଆହତ ହୋଇଛନ୍ତି।

ସୁରେଶଙ୍କ ପାଇଁ ପାପୁଲି ସାଜିଛି ପାଦ,ଭତ୍ତା ଛଡ଼ା ଅନ୍ୟ ସରକାରୀ ସୁବିଧା ନାହିଁ

ସୁରେଶଙ୍କ ପାଇଁ ପାପୁଲି ସାଜିଛି ପାଦ,ଭତ୍ତା ଛଡ଼ା ଅନ୍ୟ ସରକାରୀ ସୁବିଧା ନାହିଁ

ଦାରିଙ୍ଗବାଡ଼ି,୮।୮: ଦିବ୍ୟାଙ୍ଗମାନଙ୍କ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ପ୍ରତିବର୍ଷ ସାମର୍ଥ୍ୟ ଶିବିରର ଆୟୋଜନ କରାଯାଇ ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରାଯାଇ ଆବଶ୍ୟକ ଉପକରଣ ବଣ୍ଟନ କରାଯାଉଛି। ମାତ୍ର ଏହାର ଲାଭ ପାଇବାରୁ ଅନେକ ବଞ୍ଚିତ ହେଉଥିବା ନଜରକୁ ଆସୁଛି। ଏଭଳି ଏକ ଘଟଣା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକର ଦୁର୍ଗମ ଗ୍ରାମ ମଣ୍ଡବାଡ଼ିରେ ଦେଖିବାକୁ ମିଳିଛି। ସେ ହେଉଛନ୍ତି ସୁରେଶ ପ୍ରଧାନ(୪୮)।

ସହୀଦ ରବି ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ସହୀଦ ରବି ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର ଅଫିସ,୮।୮: ପୂର୍ବତନ ଛାତ୍ର କଂଗ୍ରେସ ନେତା ତଥା ସହୀଦ ରବି ମହାପାତ୍ରଙ୍କ ତିରୋଧାନ ଦିବସ ଅବସରରେ ବୁଧବାର ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

ରାଜ୍ୟସ୍ତରୀୟ ଟାଏକୋଣ୍ଡୋ ଚାମ୍ପିୟନ୍‌ଶିପ୍‌:ବ୍ରହ୍ମପୁରକୁ ୧୩ ସ୍ବର୍ଣ୍ଣ, ୩ ରୌପ୍ୟ, ୯ ବ୍ରୋଞ୍ଜ

ରାଜ୍ୟସ୍ତରୀୟ ଟାଏକୋଣ୍ଡୋ ଚାମ୍ପିୟନ୍‌ଶିପ୍‌:ବ୍ରହ୍ମପୁରକୁ ୧୩ ସ୍ବର୍ଣ୍ଣ, ୩ ରୌପ୍ୟ, ୯ ବ୍ରୋଞ୍ଜ

ବ୍ରହ୍ମପୁର ଅଫିସ୍‌, ୮ା୮:କଟକରେ ୩୩ତମ ଓଡ଼ିଶା ରାଜ୍ୟ କ୍ୟାରୁଗି ଟାଏକୋଣ୍ଡୋ ଚାମ୍ପିୟନ୍‌ସିପ୍‌ ଏବଂ ଷଷ୍ଠ ଓଡ଼ିଶା ରାଜ୍ୟ ପୁମ୍‌ସେ ଟାଇକୋଣ୍ଡୋ ଚାମ୍ପିୟନ୍‌ଶିପ୍‌ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ଟାଏକୋଣ୍ଡୋ ଏକାଡ଼େମୀର ୨୯ଜଣ ଖେଳାଳି ଭାଗ ନେଇଥିବା ବେଳେ ୨୫ପଦକ ଜିତିଛନ୍ତି। ସେଥିରେ ୧୩ ସ୍ବର୍ଣ୍ଣ ଥିବା ବେଳେ ୩ ରୌପ୍ୟ ଏବଂ ୯ ବ୍ରୋଞ୍ଜ ପଦକ ରହିଛି । ଏଥିସହ ବ୍ରହ୍ମପୁର ଦ୍ୱିତୀୟ ରନର୍ସଅପ୍‌ ହୋଇଛି ।

ଆରମ୍ଭ ହେଲା ଏଚ୍‌ଆଇଭି, ସିଫିଲ୍ସ ପରୀକ୍ଷା କାର୍ଯ୍ୟକ୍ରମ

ଆରମ୍ଭ ହେଲା ଏଚ୍‌ଆଇଭି, ସିଫିଲ୍ସ ପରୀକ୍ଷା କାର୍ଯ୍ୟକ୍ରମ

ବ୍ରହ୍ମପୁର ଅଫିସ,୮ା୮:ଗଞ୍ଜାମ ଜିଲାରେ ଏଡ୍‌ସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ା ସେଥିମଧ୍ୟରେ ଗର୍ଭବତୀଙ୍କଠାରେ ଏହି ଏଡ୍‌ସ ଭୂତାଣୁ ଚିହ୍ନଟ ହୋଇଥିବା ଦେଖିବାକୁ ମିଳୁଛି ା ଫଳରେ ମା’ଠାରୁ ସଂକ୍ରମିତ ଏଚ୍‌ଆଇଭି ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ା ଏହାକୁ ରୋକିବାକୁ ନେଇ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ା ମା’ଠାରୁ ଶିଶୁକୁ ଏଡ୍‌ସ ଓ ସିଫିଲ୍ସ ଭଳି ରୋଗର ସଂକ୍ରମଣରୁ ରକ୍ଷା କରିବା ପାଇଁ ଜିଲାର ଏଏନ୍‌ଏମ୍‌ ସେଣ୍ଟର, ଅଙ୍ଗନୱାଡି ସେଣ୍ଟରରେ ଗର୍ଭବତୀଙ୍କ ଏଚ୍‌ଆଇଭି ଓ ସିଫିଲ୍ସ ମାଗଣା ପରୀକ୍ଷା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଦିନକରେ ଜିଲାରେ ୨୪ଶହ କେନ୍ଦ୍ର ଓ ବିଏମ୍‌ସିର ୩୬ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିବା ନେଇ ସୂଚନା ମିଳିିଛି ା

ଜିଲା କଂଗ୍ରେସର ସମ୍ବର୍ଦ୍ଧନା ସଭା

ଜିଲା କଂଗ୍ରେସର ସମ୍ବର୍ଦ୍ଧନା ସଭା

ବ୍ରହ୍ମପୁର ଅଫିସ୍‌,୮ା୮:ଗଞ୍ଜାମ ଜିଲା କଂଗ୍ରେସ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ମଙ୍ଗଳବାର ବାପୁଜୀ ଆଶ୍ରମରେ ଅନୁଷ୍ଠିତ ହୋଇଥିଲା । ଅଖିଳ ଭାରତ କଂଗ୍ରେସ କମିଟି ସଦ୍ୟ ନିଯୁକ୍ତ ସମ୍ପାଦକ ଡ. ବିଶ୍ୱରଞ୍ଜନ ମହାନ୍ତିଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ବ୍ରାହ୍ମଣଛାଇ ହତ୍ୟା ଘଟଣା:ଆଉ ଜଣେ ଅଭିଯୁକ୍ତ ଗିରଫ

ହିଞ୍ଜିଳିକାଟୁ/ଶେରଗଡ଼,୮ା୮(ଡି.ଏନ୍‌.ଏ.):ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ବ୍ରାହ୍ମଣଛାଇରେ ଶନିବାର ବୁଲୁ ପ୍ରଧାନଙ୍କୁ ହତ୍ୟା ମାମଲାରେ ପୋଲିସ ମଙ୍ଗଳବାର ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଉକ୍ତ ଗ୍ରାମର କୈଳାସ ଦାଶ। ସୋମବାର ରାତିରେ ଗ୍ରାମରୁ ତାଙ୍କୁ ଗିରଫ କରାଯାଇଛି। ହତ୍ୟା ଘଟଣାରେ ପୋଲିସ ରବିବାର ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ଭୂମିହୀନଙ୍କୁ ମିଳୁନି ଜମି

ଭୂମିହୀନଙ୍କୁ ମିଳୁନି ଜମି

ରାଇକିଆ,୮ା୮(ଡି.ଏନ.ଏ.):ଯୋଜନା ପରେ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏହାର ପରିଚାଳନା ଗତ ଅବ୍ୟବସ୍ଥା ହେଉ ଅବା ଇଚ୍ଛାଶକ୍ତିର ଅଭାବ ଯୋଗୁ ପ୍ରକୃତ ଯୋଗ୍ୟ ହିତାଧିକାରୀ ମୁଣ୍ଡ ଗୁଞ୍ଜିବା ପାଇଁ ଜାଗା ଖଣ୍ଡିଏ ପାଉନାହାନ୍ତି ା ରାଇକିଆ ତହସିଲରେ ଲୋକେ ବାରମ୍ବାର ଆବେଦନ କରୁଛନ୍ତି। ହେଲେ ଭୂମିହୀନଙ୍କୁ ଜମି ଖଣ୍ଡିଏ ମିଳୁନାହିଁ ା ଯେଉଁ କେତେ ଜଣ ପଟ୍ଟା ପାଉଛନ୍ତି, ସେମାନଙ୍କ ଜାଗା ଚିହ୍ନଟ ପାଇଁ ବର୍ଷ ବର୍ଷ ଲାଗିଯାଉଛି ା ଫଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଲିକା ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଜମିପଟ୍ଟା ନ ଥିବା ଯୋଗୁ ଘର କରିପାରୁ ନାହାନ୍ତି ା

ଭାଜପା କର୍ମୀଙ୍କ ବିଜେଡିରେ ଯୋଗଦାନ

ଭାଜପା କର୍ମୀଙ୍କ ବିଜେଡିରେ ଯୋଗଦାନ

ପୋଲସରା,୮ା୮(ଡି.ଏନ.ଏ.):ପୋଲସରା ସହରସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ମଙ୍ଗଳବାର ପୋଲସରା ବିଜେଡି ପକ୍ଷରୁ ଏକ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ଜା ଡେଙ୍ଗାପଦର ପଞ୍ଚାୟତର ସମିତିସଭ୍ୟ କୃଷ୍ଣଚନ୍ଦ୍ର ଭୂୟାଁ ବହୁ ସମର୍ଥକଙ୍କୁ ନେଇ ଭାଜପା ଛାଡ଼ି ବିଜେଡିରେ ଯୋଗଦାନ କରିଛନ୍ତି ।

ଜୀବିକା ସୁରକ୍ଷାମଞ୍ଚ ଦାବିପତ୍ର ପ୍ରଦାନ

ଜୀବିକା ସୁରକ୍ଷାମଞ୍ଚ ଦାବିପତ୍ର ପ୍ରଦାନ

ଶଙ୍କରାଖୋଲ, ୮ା୮(ଡି.ଏନ୍‌.ଏ.):ଟିକାବାଲି, ଚକାପାଦ ବ୍ଲକରେ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ସୋମବାର ଟିକାବାଲି ଓ ଚକାପାଦ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଟିକାବାଲି ବ୍ଲକର ୧୧ଟି ପଞ୍ଚାୟତରେ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ଆସି ଟିକାବାଲି ତହସିଲଦାର ଅଜୟ କୁମାର କହଁରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେହିପରି ଚକାପାଦ ବ୍ଲକର ୧୨ଟି ପଞ୍ଚାୟତର ମହିଳା ଓ ପୁରୁଷ ଚକାପାଦ ତହସିଲଦାର ଶ୍ରୀନିବାସ ବେହେରାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

କୁର୍ନୁଲ ପଥର ଖଣି ବିସ୍ଫୋରଣ ଘଟଣା:ରାତି ୨ଟାରେ ଜଳିଲା ଜୁଇ

ବ୍ରହ୍ମପୁର ଅଫିସ/ଗଞ୍ଜାମ(ଡି.ଏନ.ଏ), ୮ା୮:ଆନ୍ଧ୍ରପ୍ରଦେଶ କୁର୍ନୁଲ ଜିଲା ହାଥୀବେଲଗାମର ଏକ ଘରୋଇ ପଥର ଖାଦାନରେ ଶୁକ୍ରବାର ଘଟିଥିବା ଡିଟୋନେଟର ବିସ୍ଫୋରଣରେ ବିଟିନୂଆଗଁାର ଦୁର୍ଯ୍ୟୋଧନ ନାହାକ ସେହି ଗ୍ରାମର ମନୋରଞ୍ଜନ ନାହାକ ଓ ଝାରେଡି ରାସଗୋବିନ୍ଦପୁର ଗ୍ରାମର ଭୀମସେନ ନାହାକଙ୍କ ମୃତଦେହ ପୃଥକ ଭାବେ ୩ ଆମ୍ବୁଲାନ୍ସ ଯୋଗେ ସୋମବାର ରାତି ୧ଟା ୨୦ମିନିଟ୍‌ରେ ପହଞ୍ଚିଥିଲା ା

ମାପ ଓଜନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ

ମାପ ଓଜନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ

ବ୍ରହ୍ମପୁର ଅଫିସ, ୮ା୮:ମାପ ଓଜନ ବିଭାଗ ପକ୍ଷରୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ମଙ୍ଗଳବାର ଚଢାଉ କରାଯାଇଛି ା ସହରରେ ଥିବା ଦୁଇଟି ଘରୋଇ ବିତରକ(ଡିଷ୍ଟ୍ରିିବ୍ୟୁଟର) ଉପରେ ଚଢାଉ କରାଯାଇଥିବା ପରିଲକ୍ଷିତ ହୋଇଥିଲା ା

ଲଗାଣ ବର୍ଷା: ବ୍ରାହ୍ମଣପାଦ-ବଦଲା ରାସ୍ତା ବିଚ୍ଛିନ୍ନ

ଫୁଲବାଣୀ ଅଫିସ, ୮ା୮ କନ୍ଧମାଳ ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ା ମଙ୍ଗଳବାର ଅନବରତ ବର୍ଷା ହେବାରୁ ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ସହର ଜନଶୂନ୍ୟ ହୋଇପଡିଥିଲା ା

ଅବକାରୀ ପୋଲିସ ଜବତ କଲା ୨୦୦ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ

ଅବକାରୀ ପୋଲିସ ଜବତ କଲା ୨୦୦ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ

ବ୍ରହ୍ମପୁର ଅଫିସ, ୮ା୮: ସ୍ଥାନୀୟ ସଦର ଥାନା ଅଞ୍ଚଳ ରତନପୁର ଯିବା ରାସ୍ତା କଡରେ ଏକ ବ୍ୟାଗରୁ ୨୦୦ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ପଡି ରହିଥିବା ବ୍ରହ୍ମପୁର ଅବକାରୀ ପୋଲିସ ଜାଣିବା ପରେ ଉକ୍ତ ଗଞ୍ଜେଇକୁ ଜବତ କରିଥିବା ଜଣାପଡିଛି। କିଏ ଏହି ଗଞ୍ଜେଇକୁ ଭୟରେ ଛାଡି ପଳାଇଥିବା ପୋଲିସ ଅନୁମାନ କରୁଛି। ସୂଚନା ଅନୁଯାୟୀ, ସଦର ଥାନା ଅଞ୍ଚଳ ରତନପୁର ଗ୍ରାମ ରାସ୍ତା କଡରେ ବ୍ୟାଗ ମଧ୍ୟରେ ଗଞ୍ଜେଇ ପଡିଥିବା ସ୍ଥାନୀୟ ପ୍ରଶାସନ ଜାଣିବା ପରେ ବ୍ରହ୍ମପୁର ଅବକାରୀ ପୋଲିସକୁ ଜଣାଇଥିଲା। ପୋଲିସ ଉକ୍ତ ସ୍ଥାନରେ ପହଞ୍ଚି ପଡିଥିବା ଗଞ୍ଜେଇ ଜବତ୍‌ କରିଥିଲା। ତେବେ ଏହି ଗଞ୍ଜେଇର ମୂଲ୍ୟ ଆନୁମାନିକ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି। ଏଥିରେ କେହି ଗିରଫ ହୋଇ ନ ଥିବା ଜଣାପଡିଛି।

ଅଷ୍ଟମ ବାଟାଲିୟନରେ ସିପାହୀ ନିଯୁକ୍ତି ପ୍ରସଙ୍ଗ: ସନ୍ଧ୍ୟାରେ ଦୌଡକୁ ନେଇ ପ୍ରତିକ୍ରୟା ପରେ ବନ୍ଦ

ଛତ୍ରପୁର,୭ା୮(ଡି.ଏନ.ଏ)- ଗଞ୍ଜାମ ଜିଲା ଛତ୍ରପୁର ଅଷ୍ଟମ ବାଟାଲିୟନରେ ସୋମବାରଠାରୁ ସିପାହୀ ନିଯୁକ୍ତି ପ୍ରକ୍ରିୟା ଚାଲିଛି ା ଏଠାର କମାଣ୍ଡାଣ୍ଟ ବଦଳରେ ଅନ୍ୟ ସ୍ଥାନରୁ ଅଧିକାରୀମାନେ ଆସି ମନୋୟନ କରୁଛନ୍ତି। ଅଷ୍ଟମ ବାଟାଲିୟନରେ ୧୦୫ ସିପାହୀ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଛି ା ଏହା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦିଆଯାଇଛି।

ଗଞ୍ଜାମ ପୋଲିସ କନଷ୍ଟେବଳ ନିଯୁକ୍ତି ପ୍ରକ୍ରିୟା: ଦୌଡ ବେଳେ ୪ ଯୁବତୀ ଅସୁସ୍ଥ

ଗଞ୍ଜାମ ପୋଲିସ କନଷ୍ଟେବଳ ନିଯୁକ୍ତି ପ୍ରକ୍ରିୟା: ଦୌଡ ବେଳେ ୪ ଯୁବତୀ ଅସୁସ୍ଥ

ଛତ୍ରପୁର,୭ା୮(ଡି.ଏନ.ଏ)-ଗଞ୍ଜାମ ପୋଲିସ ଜିଲାରେ ସିଭିଲ କନଷ୍ଟେବଳ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ସୋମବାରଠାରୁ ଚାଲିଛି । ମଙ୍ଗଳବାର ଛତ୍ରପୁର ପୋଲିସ ପଡିଆ ସମ୍ମୁଖରେ ପ୍ରାର୍ଥୀଙ୍କ ଦୌଡ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

ନୂତନ ବିଇଓଙ୍କ ଦାୟିତ୍ୱ ଗ୍ରହଣ

ନୂତନ ବିଇଓଙ୍କ ଦାୟିତ୍ୱ ଗ୍ରହଣ

ଆସିକା,୭ା୮ (ଡି.ଏନ୍‌.ଏ.): ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ (ବିଇଓ) ଭାବେ ସୁଦର୍ଶନ ନନ୍ଦ ସୋମବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ମଙ୍ଗଳବାର ସେ ପୂର୍ବରୁ ଥିବା ବିଇଓ ଶାନ୍ତିଲତା ମୁନିଙ୍କଠାରୁ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରଛନ୍ତି।

ଗଞ୍ଜାମ ଜିଲା ଡିଆର୍‌ଡିଏ ସମୀକ୍ଷା ବୈଠକ: ୨.୫୪ ଲକ୍ଷ  ଘରେ ନାହିଁ ପାଇଖାନା

ଗଞ୍ଜାମ ଜିଲା ଡିଆର୍‌ଡିଏ ସମୀକ୍ଷା ବୈଠକ: ୨.୫୪ ଲକ୍ଷ ଘରେ ନାହିଁ ପାଇଖାନା

ଛତ୍ରପୁର,୭ା୮(ଡି.ଏନ.ଏ.)-ଗଞ୍ଜାମ ଜିଲା ଡିଆରଡିଏ ସମୀକ୍ଷା ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଡିଆରଡିଏ କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ଅନୁଷ୍ଠିତ ଏହି ବୈଠକରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ ।