ବ୍ରହ୍ମପୁର

ଧାନ କିଣିବାକୁ ସରକାର ଅନାଗ୍ରହୀ

ଧାନ କିଣିବାକୁ ସରକାର ଅନାଗ୍ରହୀ

ବ୍ରହ୍ମପୁର ଅଫିସ,୩୧।୧୨- କୃଷି ପ୍ରଧାନ ଗଞ୍ଜାମ ଜିଲାରେ ଚାଷୀମାନେ ଉପତ୍ାଦିତ ଧାନ ବିକ୍ରି କରି ନ ପାରି ହନ୍ତସନ୍ତ ହେଉଛନ୍ତି। ଆର୍ଥିକ କ୍ଷତି ସହୁଛନ୍ତି, ଅଭାବୀ ବିକ୍ରିର ଶିକାର ହେଉଛନ୍ତି। କିନ୍ତୁ ଚାଷୀଙ୍କଠାରୁ ଧାନ କିଣିବା ଦିଗରେ ସରକାର ଆଗ୍ରହ ଦେଖାଉ ନାହାନ୍ତି। ଯାହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଉଛି। ଆଗାମୀ ଦିନରେ ଏହି ସମସ୍ୟାକୁ ନେଇ ଆନ୍ଦୋଳନ କରିବ ବୋଲି ଋଷିକୁଲ୍ୟା ରୟତ ମହାସଭା ଚେତାବନୀ ଦେଇଛି।

ପରିବାରକୁ ଗଁ।ରୁ ବାସନ୍ଦ ଅଭିଯୋଗ

ପାତ୍ରପୁର,୩୧।୧୨ (ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କେଶରିପଡ଼ା ପଞ୍ଚାୟତ ତୁଟିପୁର ଗ୍ରାମରେ ଗୋଟିଏ ପରିବାରକୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବା ତୁଟିପୁର ଗ୍ରାମରେ ୪ଶହ ପରିବାର ବସବାସ କରନ୍ତି। ସେଥିରୁ ୫ ପରିବାର ଲିଆରି ଥିବା ବେଳେ ଅନ୍ୟ ସମସ୍ତ ପରିବାର ତେଲଗୁ ସମ୍ପ୍ରଦାୟର। ଦଶହରା ପୂଜା ସମୟରେ ସାମାନ୍ୟ କଥାକୁ ନେଇ ହୋଇଥିବା ଗଣ୍ଡଗୋଳ ପରେ ପରିବାରକୁ ଗାଁରୁ ବାସନ୍ଦ କରାଯାଇଥିବା ଗୁଲାପି ବେହେରା ଅଭିଯୋଗ କରିଛନ୍ତି। ନ୍ୟାୟ ପାଇଁ ପରିବାର ଲୋକେ ଜରଡ଼ା ଥାନାର ଦ୍ୱାରସ୍ଥ ହୋଇଥିଲେ।

ଭଲିବଲ ଟୁର୍ନାମେଣ୍ଟ ଉଦଯାପିତ, ଆସିକା ଚାମ୍ପିୟନ

ଭଲିବଲ ଟୁର୍ନାମେଣ୍ଟ ଉଦଯାପିତ, ଆସିକା ଚାମ୍ପିୟନ

ଦିଗପହଣ୍ଡି,୩୧।୧୨(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ବମକେଇ ଗ୍ରାମ ଶୈବପୀଠ ନିକଟ ପଡ଼ିଆରେ ଚାଲିଥିବା ଶ୍ରୀସାଇ ଶୁକ୍ରୁ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ ଆସିକା ଭଲିବଲ ଟିମ ଓ କେ.ବରିଡ଼ା ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଆସିକା ଚାମ୍ପିଅନ ହୋଇଛି।

ଦୁର୍ଘଟଣାରେ ୩ ଆହତ

ଦୁର୍ଘଟଣାରେ ୩ ଆହତ

ବୁଗୁଡ଼ା,୩୧।୧୨(ଡି.ଏନ.ଏ.)- ବୁଗୁଡ଼ା ସହର ଶକ୍ତିନଗର ରାସ୍ତାରେ ରବିବାର ସକାଳ ପ୍ରାୟ ୧୦ଟା ସମୟରେ ଦୁଇ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ତିନିଜଣ ଆରୋହୀ ଆହତ ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକ୍ୟପୁର ଗ୍ରାମର ପ୍ରଫୁଲ୍ଲ ମହାରଣା ଓ ତାଙ୍କ ପୁଅ ସଞ୍ଜୟ ମହାରଣା ଓ ଅନ୍ୟଜଣକ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ଖୋଳଖାଳି ଗ୍ରାମର ଅଭିମନ୍ୟୁ ଖଟାଇ। ପ୍ରଫୁଲ୍ଲ ସପରିବାରେ ତାଙ୍କ ବନ୍ଧୁ ଘରକୁ ଯାଇ ବାଇକରେ ଗଁାକୁ ଫେରୁଥିଲେ। ବୁଗୁଡ଼ା ଶକ୍ତିନଗରଠାରେ ସକାଳ ପ୍ରାୟ ୧୦ଟା ସମୟରେ ବିପରୀତ ଦିଗରୁ ଆସୁଥିବା ଅଭିମନ୍ୟୁଙ୍କ ବାଇକ ସହ ତାଙ୍କର ଧକ୍କା ହୋଇଥିଲା। ଫଳରେ ସେମାନେ ତିନିଜଣ ଆହତ ହୋଇଥିଲେ। ପରେ ସେମାନଙ୍କୁ ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

ସାହିତ୍ୟ ମଣିଷକୁ ସତ୍‌ ମାର୍ଗ ଦେଖାଏ

ସାହିତ୍ୟ ମଣିଷକୁ ସତ୍‌ ମାର୍ଗ ଦେଖାଏ

ଛତ୍ରପୁର,୩୧।୧୨(ଡି.ଏନ.ଏ)-ସାହିତ୍ୟ ସର୍ବଦା ମଣିଷକୁ ସତ ମାର୍ଗ ଦେଖାଇଥାଏ। ଦୁଃଖ ସମୟରେ ସାହିତ୍ୟ ହିଁ ପ୍ରକୃତ ସୁଖ ଦେଇଥାଏ। ଛତ୍ରପୁରସ୍ଥିତ ସଂସ୍କୃତି ଭବନର ଜିଲା ପାଠାଗାରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସାହିତ୍ୟ ସମାରୋହ ବେଳାଧ୍ୱନି ସାହିତ୍ୟ ଉତ୍ସବ-୨୦୧୭ରେ ଯୋଗଦେଇ ଅତିଥିମାନେ ଏହା କହିଛନ୍ତି। ବରିଷ୍ଠ ଶିକ୍ଷାବିତ୍‌ ନିରଞ୍ଜନ ତ୍ରିପାଠୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ।

ବଢ଼ୁଛି ଗୋଲାପ ଫୁଲ ବେପାର

ବଢ଼ୁଛି ଗୋଲାପ ଫୁଲ ବେପାର

ବ୍ରହ୍ମପୁର ଅଫିସ,୩୦।୧୨- ରାତି ପାହିଲେ ନୂଆବର୍ଷ। କ୍ୟାଲେଣ୍ଡର୍‌ରେ ବଦଳିବ ତାରିଖ। ନୂଆବର୍ଷର ପ୍ରଥମ ଦିନକୁ ଆନନ୍ଦ ଉଲ୍ଲାସରେ ପାଳନ କରିବା ପାଇଁ ଏବେ ସବୁଆଡ଼େ ପ୍ରସ୍ତୁତି। ପ୍ରିୟଜନଙ୍କୁ ନୂଆବର୍ଷରେ ଫୁଲ ଉପହାର ଦେଇ ଶୁଭ ମନାସିବା ପାଇଁ ସମସ୍ତଙ୍କଠାରେ ଦେଖାଦେଇଥାଏ ଆଗ୍ରହ। ଗ୍ରାହକଙ୍କ ଆଗ୍ରହକୁ ଦେଖି ଏବେ ବଜାରରେ ଭଳିକି ଭଳି ସୁଗନ୍ଧିତ ଏବଂ ସୁନ୍ଦର ଫୁଲ ମିଳୁଛି। ହେଲେ ଡଚ୍‌ ଗୋଲାପ ପ୍ରତି ଦେଖାଦେଇଛି ଅହେତୁକ ଚାହିଦା।

ଜିରୋ ନାଇଟ୍‌ ପାଳନକୁ ଅଗ୍ନିକାଣ୍ଡ ଡର

ଜିରୋ ନାଇଟ୍‌ ପାଳନକୁ ଅଗ୍ନିକାଣ୍ଡ ଡର

ବ୍ରହ୍ମପୁର ଅଫିସ,୩୦।୧୨-ନୂଆବର୍ଷ ପାଳନ ପାଇଁ ସବୁଆଡ଼େ ଉତ୍ସବର ମାହୋଲ୍‌। ଜିରୋ ନାଇଟ୍‌କୁ ନେଇ ଏବେ ସହରବାସୀଙ୍କ ମଧ୍ୟରେ ଦେଖାଦେଇଛି ଉକତ୍ଣ୍ଠା। ଅନେକ କ୍ଲବରେ ଜିରୋ ନାଇଟ୍‌ ପାଳନ ପାଇଁ ବ୍ୟବସ୍ଥା କରାଯାଇଛି। ତେବେ ଜିରୋ ନାଇଟ୍‌ ପାଳନ ଉପରେ ଦେଖାଦେଇଛି ଅଗ୍ନିକାଣ୍ଡ ଭୟ। ଗୁରୁବାର ରାତିରେ ବମ୍ବେର କମଲା ମିଲ୍‌ସ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡରେ ୧୪ଜଣଙ୍କ ମୃତ୍ୟୁ ଘଟିଥିଲା।

ରାଜ୍ୟରେ ୫୦ ମାଜିଷ୍ଟ୍ରେଟ୍‌ କୋର୍ଟ ଖୋଲିବ: ମନ୍ତ୍ରୀ

ରାଜ୍ୟରେ ୫୦ ମାଜିଷ୍ଟ୍ରେଟ୍‌ କୋର୍ଟ ଖୋଲିବ: ମନ୍ତ୍ରୀ

ବ୍ରହ୍ମପୁର ଅଫିସ,୩୦।୧୨- ନିଖିଳ ଓଡିଶା ଆଇନଜୀବୀ ସଂଘ (ଆଓଲା)ର ୪୬ତମ ରାଜ୍ୟ ବାର୍ଷିକ ସମ୍ମିଳନୀ ଶନିବାର ଉଦ୍‌ଯାପିତ ହୋଇଛି। ଦୁଇ ଦିନ ଧରି ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ସମବାୟ ତଥା ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଯୋଗଦେଇ କହିଥିଲେ, ଦିନକୁ ଦିନ ମାମଲା ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଆଖି ଆଗରେ ରଖି ରାଜ୍ୟର ୫୦ଟି ମାଜିଷ୍ଟ୍ରେଟ୍‌ କୋର୍ଟ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କୋର୍ଟ ଗୁଡିକ ଆସନ୍ତା ୨୦୧୮ ଶେଷ ସୁଦ୍ଧା ଖୋଲିବ। ସମ୍ବଲପୁର ଓ ବ୍ରହ୍ମପୁରଠାରେ ଦୁଇଟି ଖାଉଟି ଅଦାଲତର ସ୍ଥାୟୀ ସର୍କିଟ ବେଞ୍ଚ ସ୍ଥାପନ ପାଇଁ କାର୍ଯ୍ୟ ଜାରି ରହିଛି। ଏହା ଅତିଶୀଘ୍ର ଖୋଲିଲେ ଖାଉଟି ସମ୍ବନ୍ଧୀୟ ବିଭିନ୍ନ ମାମଲାଗୁଡିକର ତୁରନ୍ତ ଫଇସଲା ହୋଇପାରିବ ବୋଲି ସେ କହିଥିଲେ।

ଭିଜିଲାନ୍ସ ଦ୍ୱାରା ଗିରଫ ଲାଇନ୍‌ମ୍ୟାନ ଜେଲ ଗଲେ

ଭିଜିଲାନ୍ସ ଦ୍ୱାରା ଗିରଫ ଲାଇନ୍‌ମ୍ୟାନ ଜେଲ ଗଲେ

ଦିଗପହଣ୍ଡି,୩୦।୧୨(ଡି.ଏନ.ଏ.)- ଦିଗପହଣ୍ଡି ପୁଞ୍ଜିକୟଁା ଛକ ନିକଟ ଚାହା ଦୋକାନରୁ ଭିଜିଲାନ୍ସ ଗିରଫ କରିଥିବା ବିଦ୍ୟୁତ୍‌ ବିଭାଗ ଲାଇନମ୍ୟାନ ସମ୍ବିତ ନନ୍ଦଙ୍କୁ ଶନିବାର ଜେଲ ହାଜତକୁ ପଠାଇ ଦିଆଯାଇଛି। ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ଡ଼େଙ୍ଗାଓସ୍ତା ଗ୍ରାମର ଓ୍ବେଲ୍‌ଡିଂ ଦୋକାନୀ ନିରଞ୍ଜନ ସାହୁଙ୍କଠାରୁ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ଧରିଥିଲେ।

ବ୍ରହ୍ମପୁରରେ ଲାଗିବ ୫ ଡିଜିଟାଲ ଟ୍ରାଫିକ୍‌ ସିଗ୍‌ନାଲ୍‌

ବ୍ରହ୍ମପୁରରେ ଲାଗିବ ୫ ଡିଜିଟାଲ ଟ୍ରାଫିକ୍‌ ସିଗ୍‌ନାଲ୍‌

ଛତ୍ରପୁର,୩୦।୧୨(ଡି.ଏନ.ଏ.)- ଗଞ୍ଜାମ ଜିଲା ସଡକ ସୁରକ୍ଷା କମିଟି ବୈଠକ ଶନିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ଅଧ୍ୟକ୍ଷତା କରିଥିଲେ। ବିନା ହେଲମେଟ୍‌ରେ ପେଟ୍ରୋଲ ଟାଙ୍କିରେ ତେଲ ଦେବା ଉପରେ କଟକଣା ରହିଛି। ଏହାକୁ ସଫଳତାର ସହ ରୂପାୟନ ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ।

ବିବାହିତା ମହିଳାଙ୍କୁ ହତ୍ୟା ଘଟଣା, ୧୦ ଦିନ ପରେ ହତ୍ୟାକାରୀ ଗିରଫ

ବିବାହିତା ମହିଳାଙ୍କୁ ହତ୍ୟା ଘଟଣା, ୧୦ ଦିନ ପରେ ହତ୍ୟାକାରୀ ଗିରଫ

ଜି.ଉଦୟଗିରି,୩୦।୧୨(ଡି.ଏନ.ଏ.)- କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ବତିଙ୍ଗିଆ ନେଡ଼ିନାଯୁରେ ଗତ ୨୦ ତାରିଖରେ ହାସିନା ପ୍ରଧାନଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଥିଲା। ଏ ନେଇ ତାଙ୍କ ବଡ଼ ଯା’ ମନସ୍ବିନୀ ପ୍ରଧାନ ଥାନାରେ ଏତଲା ଦେଇଥିଲେ। ଏହି ଘଟଣାରେ ପୋଲିସ ଶନିବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ନେଡିନାଯୁର ଅମୃତଲାଲ ନାୟକ ଓରଫ ବୁଟୁ (୩୧)।

ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ଘଟଣା, ୧୭ ଗିରଫ, ଏକାଧିକ ଫେରାର

ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ଘଟଣା, ୧୭ ଗିରଫ, ଏକାଧିକ ଫେରାର

ଦାରିଙ୍ଗବାଡ଼ି,୩୦।୧୨(ଡି.ଏନ.ଏ.)- ଦାରିଙ୍ଗବାଡ଼ି ଥାନା ବାଡାବାଙ୍ଗାରେ ଗୁଣିଗାରେଡ଼ି ସନ୍ଦେହରେ ଶୁକ୍ରବାର ସୁବାସ ଚନ୍ଦ୍ର ମାଝିଙ୍କୁ ପିଟି ହତ୍ୟା ଓ ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ପୋଡ଼ି ଦିଆଯିବା ଘଟଣାରେ ପୋଲିସ ଦୁଇଟି ପର୍ଯ୍ୟାୟରେ ୧୭ଜଣଙ୍କୁ ଗିରଫ କରିଛି। ଏଥି ସହ ଅଧାପୋଡ଼ା ମୃତଦେହ ପରୀକ୍ଷା ପାଇଁ ବ୍ରହ୍ମପୁର ଫରେନସିକ୍‌ ଲାବୋରେଟୋରିକୁ ପଠାଇଛି। ଏଥିରେ ଜଣେ ନାବାଳକଙ୍କ ସମେତ ଗ୍ରାମର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶ୍ରବଣ ପ୍ରଧାନ, ପିଣ୍ଟୁ ପ୍ରଧାନ, ସାଗର ମାଝି, ରିଣ୍ଟୁ ପ୍ରଧାନ, କୁନାଳ ପ୍ରଧାନ, ରାଧାକାନ୍ତ ପ୍ରଧାନ, ଶ୍ରୀକାନ୍ତ ପ୍ରଧାନ, ମୁନାଳ ପ୍ରଧାନ, ଜୋନେସ ପ୍ରଧାନ, ବଣ୍ଟି ମାଝି, ଗୁଡୁ ପ୍ରଧାନ, ରଞ୍ଜିତ ମାଝି, ଉତ୍ତମ ମାଝି, ରୋହିତ ପ୍ରଧାନ, ଜୟନ୍ତ ପ୍ରଧାନ ଓ ସରୋଜ ରାଉତଙ୍କୁ ଗିରଫ କରିଛି।

କାଠ ମିଲରେ ଚଢ଼ାଉ, କାଠ ସହ ଯନ୍ତ୍ରାଂଶ ଜବତ

କାଠ ମିଲରେ ଚଢ଼ାଉ, କାଠ ସହ ଯନ୍ତ୍ରାଂଶ ଜବତ

ପୋଲସରା,୩୦।୧୨(ଡି.ଏନ.ଏ.)- ପୋଲସରା ବନାଞ୍ଚଳ ଅନ୍ତର୍ଗତ କବିସୂର୍ଯ୍ୟନଗର ଅଞ୍ଚଳର ବରିଡ଼ା ଗ୍ରାମରେ ଥିବା ଏକ କାଠ ମିଲରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିଜୟ କେତନ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶକ୍ରମେ ଶନିବାର ଚଢ଼ାଉ କରାଯାଇଥିଲା।

ଗୁଣିଆ ସନ୍ଦେହରେ ସଂଘବଦ୍ଧ ଆକ୍ରମଣ, ବୃଦ୍ଧ ଗୁରୁତର

ଗୁଣିଆ ସନ୍ଦେହରେ ସଂଘବଦ୍ଧ ଆକ୍ରମଣ, ବୃଦ୍ଧ ଗୁରୁତର

କୋଦଳା,୩୦।୧୨- ଗଞ୍ଜାମ ଜିଲା କୋଦଳା ଥାନା ଅଞ୍ଚଳରେ ଶନିବାର ଗୁଣିଗାରେଡି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଛି। ସେ ହେଲେ ନାଇକାଣୀପଲ୍ଲି ଗ୍ରାମ ମାଗୁରାସାହିର ଭାସ୍କର ସ୍ବାଇଁ (୬୫)। ଗୁରୁତର ଅବସ୍ଥାରେ ତାଙ୍କୁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ନିଖିଳ ଓଡ଼ିଶା  ଆଇନଜୀବୀ ସଂଘର ବାର୍ଷିକ ସମ୍ମିଳନୀ ଉଦ୍‌ଘାଟିତ

ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ବାର୍ଷିକ ସମ୍ମିଳନୀ ଉଦ୍‌ଘାଟିତ

ବ୍ରହ୍ମପୁର ଅଫିସ,୨୯।୧୨- ନିଖିଳ ଓଡିଶା ଆଇନଜୀବୀ ସଂଘର ୪୬ତମ ବାର୍ଷିକ ସମ୍ମିଳନୀ ବ୍ରହ୍ମପୁରଠାରେ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଦୁଇ ଦିନ ଧରି ହେବାକୁ ଥିବା କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ରାଜ୍ୟ ଆଇନଜୀବୀ ସଂଘ ସଭାପତି ତଥା ବରିଷ୍ଠ ଆଇନଜୀବୀ ଶିଶିର ପାଢୀ ସଭାପତିତ୍ୱରେ ଆୟୋଜିତ ସକାଳ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମଣିପୁର ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଲକ୍ଷ୍ମୀକାନ୍ତ ମହାପାତ୍ର ଯୋଗ ଦେଇ ସମାଜ ସୁଧାରିବା ଦିଗରେ ଆଇନଜୀବୀମାନେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

ଜାନିବିଲି ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ଜିଲାପାଳ

ଜାନିବିଲି ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ଜିଲାପାଳ

ବ୍ରହ୍ମପୁର ଅଫିସ, ୨୯।୧୨- ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳର ପାନୀୟ ଜଳ ସଙ୍କଟ ଦୂର କରିବା ପାଇଁ ପ୍ରସ୍ତାବିତ ଜାନିବିଲି ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ୨୦୧୬ ନଭେମ୍ବର ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ। ଏହାର ବର୍ଷେ ବିତିଛି। ଅଗ୍ରଗତି ଧିମା ହୋଇଯାଇଛି।

ଏନକାଉଣ୍ଟରରେ ଆହତ ଜିତେନ୍ଦ୍ର କୋର୍ଟ ଚାଲାଣ

ଭଞ୍ଜନଗର, ୨୯।୧୨ (ଡି.ଏନ.ଏ.) - ଗଞ୍ଜାମ ଜିଲା ପୋଲିସ ଭଞ୍ଜନଗର ଥାନା ନିଧିଆପଲ୍ଲୀ-ଗାଲେରି ରାସ୍ତାରେ ୮ ତାରିଖରେ ଏନକାଉଣ୍ଟର କରି ହିଞ୍ଜିଳିକାଟୁ ଥାନା ଅଞ୍ଚଳର ଜିତେନ୍ଦ୍ର ନାୟକ ଓ ଝାଡ଼ଖଣ୍ଡର ପିଏଲଏଫଆଇ ସଭ୍ୟ ବବୁଲ ପାଶ୍ୱୱାନଙ୍କୁ କାବୁ କରିଥିଲା।

ବ୍ୟବସାୟୀଙ୍କ ଗଳା କାଟିବା ମାମଲା, ଜଣେ ଗିରଫ

ଫୁଲବାଣୀ ଅଫିସ,୨୯।୧୨- ଜଣେ ବ୍ୟବସାୟୀଙ୍କୁ ଗତ ରବିବାର ରାତିରେ ବାଟରେ ଅଟକାଇ ଲୁଟ ଉଦ୍ୟମ କରିବା ଏବଂ ପରେ ତାଙ୍କ ଗଳାକାଟି ଦେବା ଘଟଣାରେ ସଦର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଖେତାପାଜୁର ଭବାନୀ ଶଙ୍କର ମାଝି ଓରଫ ରାଜା।

ଅଘଟଣରୁ ବନ୍ଦ ରହିଲା ଆଦିବାସୀଙ୍କ ନୂଆଖାଇ

ଅଘଟଣରୁ ବନ୍ଦ ରହିଲା ଆଦିବାସୀଙ୍କ ନୂଆଖାଇ

ପାତ୍ରପୁର,୨୯।୧୨(ଡି.ଏନ୍‌.ଏ.) - ଗଞ୍ଜାମ ଜିଲା ପାତ୍ରପୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ଆଙ୍କୁଲି ପଞ୍ଚାୟତ କରଡ଼ାବାଡ଼ ଗ୍ରାମରେ ଗୁରୁବାର ନୂଆଖାଇ ପର୍ବର ପ୍ରଥମ ଦିନରେ ଅଘଟଣ ଘଟିଛି । ଦିନସାରା ଉପବାସ ରହି ସନ୍ଧ୍ୟାରେ ଖାଦ୍ୟ ଓ ପୂଜାରେ ଲାଗିଥିବା ରନ୍ଧା ମଦ ପିଇ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଅସୁସ୍ଥ ହୋଇଛନ୍ତି।

ଡକାୟତି ଯୋଜନା ପଣ୍ଡ, ୬ ଗିରଫ

ଡକାୟତି ଯୋଜନା ପଣ୍ଡ, ୬ ଗିରଫ

ଆସିକା,୨୯।୧୨ (ଡି.ଏନ୍‌.ଏ.)- ଆସିକା -ବ୍ରହ୍ମପୁର ୫୯ ନମ୍ବର ଜାତୀୟ ରାଜପଥର କରେଇ ଛକ ନିକଟରେ ଡକାୟତି ଯୋଜନା କରୁଥିବାବେଳେ ଗୁରୁବାର ବିଳମ୍ବିତ ରାତିରେ ପୋଲିସ ଚଢାଉ କରି ୬ ଯୁବକଙ୍କୁ ଗିରଫ କରିଛି। ଏମାନେ ହେଲେ ଆସିକା ଥାନା ଅନ୍ତର୍ଗତ ନୂଆଗାଁର ଜିତେନ୍ଦ୍ର ସ୍ବାଇଁ, କାର୍ତ୍ତିକେଶ୍ୱର ନାହାକ, ଭୋଳା ନାହାକ। ସୋରଡା କଇଠପଲ୍ଲୀ ସାହିର ପ୍ରଦୀପ ଦାସ, ରାଜେନ୍ଦ୍ର ଦାସ ଓ କବିସୂର୍ଯ୍ୟନଗରର ରବୀନ୍ଦ୍ର କୁମାର ଦଳାଇ। ସେମାନଙ୍କ ନିକଟରୁ ୬ ବାଇକ୍‌, ୪ ମୋବାଇଲ୍‌, ଖଣ୍ଡା, ବୋମା ଆଦି ଜବତ କରାଯାଇଛି। ଅଭିଯୁକ୍ତମାନେ ଏକ ବଡଧରଣର ଡକାୟତି ଲାଗି ଯୋଜନା କରୁଥିଲାବେଳେ ପୋଲିସ ପାଟ୍ରୋଲିଂ ଦଳ ହାବୁଡରେ ପଡିଥିବା ଆସିକା ଥାନା ଅଧିକାରୀ ସନ୍ତୋଷ କୁମାର ଜେନା ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କ ବିରୋଧରେ ଆସିକା ଥାନାରେ ୩୦୨/୧୭ରେ ଏକ ମାମଲା ରୁଜୁ କରାଯାଇ ଶୁକ୍ରବାର ଅପରାହ୍ନରେ କୋର୍ଟଚାଲାଣ କରାଯାଇଛି।

ଓଲଟିଲା ଟ୍ରାକ୍ଟର, ହେଲପର ମୃତ

ଓଲଟିଲା ଟ୍ରାକ୍ଟର, ହେଲପର ମୃତ

ଛତ୍ରପୁର,୨୯।୧୨(ଡି.ଏନ୍‌.ଏ.)- ଛତ୍ରପୁର ଥାନା ସାନ୍ତରାପୁର ଗାଁରେ ଶୁକ୍ରବାର ଭାରସାସ୍ୟ ହରାଇ ଏକ ଟ୍ରାକ୍ଟର (ନଂ.ଓଡି୦୭ ୩ ୫୧୦୮) ପୋଖରୀକୁ ଓଲଟି ପଡ଼ିବାରୁ ହେଲପରଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଈଶ୍ୱର ରତ୍ନାଗୀ। ତାଙ୍କ ଘର ଜଗତସିଂହପୁର ଅଞ୍ଚଳରେ ବୋଲି ଜଣାପଡିଛି। ଛତ୍ରପୁର ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଛତ୍ରପୁର ଉପଖଣ୍ଡ ଚିକିସତ୍ାଳୟକୁ ପଠାଇଥିଲା। ଦୁର୍ଘଟଣା ପରେ ଟ୍ରାକ୍ଟରଚାଳକ ଫେରାର ହୋଇଯାଇଛନ୍ତି। ଏ ନେ ପୋଲିସ (ନଂ.୧୯୯/୧୭)ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସକାଳେ ତୁଷାରପାତ, ଅପରାହ୍ନରେ କମିଲା ଶୀତ

ସକାଳେ ତୁଷାରପାତ, ଅପରାହ୍ନରେ କମିଲା ଶୀତ

ଦାରିଙ୍ଗବାଡ଼ି,୨୯।୧୨ (ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶୁକ୍ରବାର ମଧ୍ୟ ତୁଷାରପାତ ହୋଇଛି। ଏହାଯୋଗୁ ଶୀତର ପ୍ରକୋପ ମଧ୍ୟ ଜାରି ରହିଥିଲା। ସକାଳୁ ବିଭିନ୍ନ ସ୍ଥାନରେ ବରଫର ଆସ୍ତରଣ ଦେଖିବାକୁ ମିଳିଥିଲା।

ଅଗ୍ନିକାଣ୍ଡରେ ଧାନ ଗଦା ଜଳିଗଲା

ଅଗ୍ନିକାଣ୍ଡରେ ଧାନ ଗଦା ଜଳିଗଲା

ହିଞ୍ଜିଳିକାଟୁ,୨୯।୧୨(ଡ଼ି.ଏନ୍‌.ଏ.)- ହିଞ୍ଜିଳିକାଟୁ ବ୍ଲକ ଭାବନ୍ଧରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୫ଭରଣର ଧାନ ଗଦା ପୋଡି ନଷ୍ଟ ହୋଇଯାଇଛି। ଗ୍ରାମର କୃଷ୍ଣ ପାତ୍ର ବିଲରେ ଧାନ କଳେଇ ଗଦା କରି ରଖିଥିବାବେଳେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଖବର ପାଇ ପୁରୁଷୋତ୍ତମପୁରରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଧାନଗଦା ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ।

ଅନନ୍ତ ନାରାୟଣ କଲେଜ ବାର୍ଷିକୋତ୍ସବ

ଅନନ୍ତ ନାରାୟଣ କଲେଜ ବାର୍ଷିକୋତ୍ସବ

ଧରାକୋଟ,୨୯।୧୨(ଡି.ଏନ୍‌.ଏ.)- ଧରାକୋଟ ଅନନ୍ତ ନାରାୟଣ କଲେଜର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଅକ୍ଷୟ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ ମୁଖ୍ୟ ଅତିଥି, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପସଚିବ ଡ. କୂଳମଣି ଓଝା ମୁଖ୍ୟବକ୍ତା, ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଏସ. ରାମାରାଓ, ସୋମନାଥ କଲେଜ ଅଧ୍ୟକ୍ଷ ଦିଗାମ୍ବର ବିଶୋୟୀ, ଅଧ୍ୟାପକ ରଞ୍ଜନ କୁମାର ପାଟ୍ଟଯୋଶୀ, ପୂର୍ବତନ ସରପଞ୍ଚ ଦିଲୀପ କୁମାର ସ୍ବାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।