ବ୍ରହ୍ମପୁର

ବାଇକ୍‌ ଦୁର୍ଘଟଣାରେ ଯୁବକ ମୃତ

ବାଇକ୍‌ ଦୁର୍ଘଟଣାରେ ଯୁବକ ମୃତ

ରାଇକିଆ,୨୨।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ସହର ଉପକଣ୍ଠ ରାମମୁଣ୍ଡା ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାଲିଗୁଡ଼ା ଅଞ୍ଚଳର କେଶବ ଜେନା।

ପେଟ୍ରୋଲ ଚୋର ଗ୍ୟାଙ୍ଗ୍‌ର ୨ ସଦସ୍ୟ ଗିରଫ

ବ୍ରହ୍ମପୁର ଅଫିସ,୨୨।୫: ବ୍ରହ୍ମପୁର ସହରରେ ରାତିଅଧିଆ ମୋଟରସାଇକେଲରୁ ପେଟ୍ରୋଲ ଚୋରି କରୁଥିବା ଗ୍ୟାଙ୍ଗ୍‌ର ୨ ସଦସ୍ୟଙ୍କୁ ବୈଦ୍ୟନାଥପୁର ପୋଲିସ ସୋମବାର ଗିରଫ କରିଛିି।

ବର୍ଷକରେ ୫ଶହ ଶିଶୁ ଅପପୁଷ୍ଟିର ଶିକାର

ବର୍ଷକରେ ୫ଶହ ଶିଶୁ ଅପପୁଷ୍ଟିର ଶିକାର

ବ୍ରହ୍ମପୁର ଅଫିସ୍‌,୨୨।୫: ନଗଡ଼ାକୁ କେହି ଭୁଲିପାରିନାହାନ୍ତି। ଭୁଲିପାରିନାହାନ୍ତି ଅପପୁଷ୍ଟିରେ ଆକ୍ରାନ୍ତ ଶିଶୁଙ୍କ ହୃଦୟବିଦାରକ ଫଟୋଚିତ୍ରକୁ। ପେଟଫୁଲା ଏବଂ ଗୋଡ଼ ସରୁ ହୋଇଯାଇଥିବା ଶିଶୁଙ୍କ କ୍ରନ୍ଦନରତ ଫଟୋ ସାରା ଦେଶକୁ ନଗଡ଼ା ଆଡ଼କୁ ଚାହିଁବାକୁ ବାଧ୍ୟ କରିଥିଲା। ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଉପଯୁକ୍ତ ଖାଦ୍ୟ ନ ପାଇ ଶିଶୁଙ୍କ ମୃତ୍ୟୁ ସଭ୍ୟ ସମାଜ ପାଇଁ ଲଜ୍ଜାର ବିଷୟ ବୋଲି ସେହି ସମୟରେ ଆଲୋଚନା ହୋଇଥିଲା।

ନାବାଳିକା  ଅପହରଣ, ବଳାତ୍କାର ମାମଲା ସମ୍ପର୍କୀୟ ଅଜା ଗିରଫ

ନାବାଳିକା ଅପହରଣ, ବଳାତ୍କାର ମାମଲା ସମ୍ପର୍କୀୟ ଅଜା ଗିରଫ

ଦିଗପହଣ୍ଡି,୨୨ା୫(ଡି.ଏନ.ଏ.): ଦିଗପହଣ୍ଡି ଅଞ୍ଚଳର ଜଣେ ଅନୁସୂଚିତ ଜାତି ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ସମ୍ପର୍କୀୟ ଅଜାଙ୍କୁ କେ.ନୂଆଗାଁ ପୋଲିସ ଗିରଫ କରିଛି। ସେ ହେଲେ ହିଞ୍ଜିଳିକାଟୁ ଅଞ୍ଚଳର ଦିଲୀପ ସେଠୀ। ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କୁ ସୋମବାର ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଡ଼ାକ୍ତରୀ ମାଇନା କରାଯାଇଛି। ମଙ୍ଗଳବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ। ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଗତ ୨ ତାରିଖରେ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅଭିଯୁକ୍ତ ଅପହରଣ କରିଥିଲେ।

ମହିଳାଙ୍କୁ ଆକ୍ରମଣ କରି ସୁନାଚେନ୍‌ ଲୁଟ୍‌

ମହିଳାଙ୍କୁ ଆକ୍ରମଣ କରି ସୁନାଚେନ୍‌ ଲୁଟ୍‌

ହିଞ୍ଜିଳିକାଟୁ,୨୨ା୫(ଡି.ଏନ୍‌.ଏ.): ହିଞ୍ଜିଳିକାଟୁ ବ୍ଲକ ତଥା ପୁରୁଷୋତ୍ତମପୁର ଥାନା ପୁଟିଆପଦର ଗ୍ରାମରେ ସୋମବାର ରାତି ପ୍ରାୟ ୯ଟାରେ ରାସ୍ତା କଡରେ ଶୌଚପାଇଁ ଯାଇଥିବା ଜଣେ ମହିଳାଙ୍କୁ କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ସୁନାଚେନ୍‌ ଲୁଟି ନେଇଛନ୍ତି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ପରିବାର ଲୋକେ ଉଦ୍ଧାର କରି ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ମହିଳା ଜଣକ ହେଲେ ବର୍ଷା ସେଠୀ (୨୦)।

ମହିଳାଙ୍କୁ ଆକ୍ରମଣ କରି ସୁନାଚେନ୍‌ ଲୁଟ୍‌

ହିଞ୍ଜିଳିକାଟୁ,୨୨ା୫(ଡି.ଏନ୍‌.ଏ.): ହିଞ୍ଜିଳିକାଟୁ ବ୍ଲକ ତଥା ପୁରୁଷୋତ୍ତମପୁର ଥାନା ପୁଟିଆପଦର ଗ୍ରାମରେ ସୋମବାର ରାତି ପ୍ରାୟ ୯ଟାରେ ରାସ୍ତା କଡରେ ଶୌଚପାଇଁ ଯାଇଥିବା ଜଣେ ମହିଳାଙ୍କୁ କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ସୁନାଚେନ୍‌ ଲୁଟି ନେଇଛନ୍ତି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ପରିବାର ଲୋକେ ଉଦ୍ଧାର କରି ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ମହିଳା ଜଣକ ହେଲେ ବର୍ଷା ସେଠୀ (୨୦)।

ଭାଜପା ମହିଳା ମୋର୍ଚ୍ଚାର ମହିଳା ସୁରକ୍ଷା ଯାତ୍ରା

ଭାଜପା ମହିଳା ମୋର୍ଚ୍ଚାର ମହିଳା ସୁରକ୍ଷା ଯାତ୍ରା

ବ୍ରହ୍ମପୁର ଅଫିସ,୨୧ା୫ ଗଞ୍ଜାମ ଜିଲା ଭାଜପା ମହିଳା ମୋର୍ଚ୍ଚାର ମହିଳା ସୁରକ୍ଷା ସମାବେଶ ସୋମବାର ସ୍ଥାନୀୟ ରାମଲିଙ୍ଗମ ପୋଖରୀ ରୋଡରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ନାବାଳିକା ଓ ମହିଳାଙ୍କୁ ନିର୍ଯାତନା ଏବଂ ବଳାକତ୍ାର ଘଟଣା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହାକୁ ରୋକିବାରେ ସରକାରଙ୍କ ବିଫଳତା ପ୍ରତିବାଦରେ ଏହା କରାଯାଇଥିଲା।

ପଶ୍ଚିମବଙ୍ଗର ୬ ଶ୍ରମିକଙ୍କୁ ଆକ୍ରମଣ

ପଶ୍ଚିମବଙ୍ଗର ୬ ଶ୍ରମିକଙ୍କୁ ଆକ୍ରମଣ

ଛତ୍ରପୁର,୨୧।୫(ଡି.ଏନ.ଏ)ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ସାନଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ର ବେଳାଭୂମିରେ ପଶ୍ଚିମବଙ୍ଗର ୬ ଶ୍ରମିକଙ୍କୁ ଆକ୍ରମଣ କରାଯାଇଛି। ଏମାନେ ହେଲେ ପଶ୍ଚିମବଙ୍ଗ ରାଜ୍ୟ ମେଦିନାପୁର ଜିଲା ଧନଶ୍ରୀ ଗାଁର ସନାତନ ହାଁସଦା, ସୁରେଶ କିସକୁ, ଶମ୍ଭୁ ମାଣ୍ଡି, ଗୋପାଳ ଟୁଡୁ, କାନାଇ ମୁର୍ମୁ ଓ ମାଝୋଇ ହାଁସଦା। ଏମାନଙ୍କୁ ଆହତ ଅବସ୍ଥାରେ ମେରାଇନ ଥାନା ପୋଲିସ ଉଦ୍ଧାର କରି ଚିକିତ୍ସା ପାଇଁ ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରିଛି।

ନମ୍ବର ପାଇଲେ ୪୫୦ ହିତାଧିକାରୀ

ନମ୍ବର ପାଇଲେ ୪୫୦ ହିତାଧିକାରୀ

ବ୍ରହ୍ମପୁର ଅଫିସ,୨୧ା୫ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)ରେ ଆରମ୍ଭ ହୋଇଥିବା ରାଜୀବ ଆବାସ ଯୋଜନା(ଆର୍‌ଏୱାଇ)ରେ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବା ନେଇ ପ୍ରକ୍ର୍ରିୟା ଆରମ୍ଭ ହୋଇଛି। ପୂର୍ବରୁ ଜାନୁୟାରୀ ମାସରେ ଗେଟା ବସ୍ତିର ୧୧୦ ପରିବାରକୁ ସୋମନାଥ ନଗରସ୍ଥିତ ଆର୍‌ଏୱାଇ ଗୃହକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଚଳିତ ମାସରେ ତିନୋଟି ପର୍ଯ୍ୟାୟରେ ଲଟେରି ପ୍ରକ୍ର୍ରିୟାରେ ୪୫୦ ପରିବାରକୁ ଗୃହ ନମ୍ବର ପ୍ରଦାନ କରାଯାଇଛି।

ଶିଳାନ୍ୟାସକୁ ପୂରିଛି ସାଢ଼େ ୪ ବର୍ଷ: ଫ୍ଲାଏ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ

ବ୍ରହ୍ମପୁର ଅଫିସ,୨୧ା୫ଶିଳାନ୍ୟାସର ସାଢ଼େ ୪ ବର୍ଷ ବିତିବା ପରେ ବି ବ୍ରହ୍ମପୁର ସରକାରୀ ଇଞ୍ଜିନିୟରିଂ ସ୍କୁଲ ନିକଟରୁ ଶିଳ୍ପାଞ୍ଚଳ ଛକ ପର୍ଯ୍ୟନ୍ତ ନିର୍ମାଣ କରାଯାଇଥିବା ଫ୍ଲାଏ ଓଭର ବ୍ରିଜ ଅସମ୍ପୂର୍ଣ୍ଣ ରହିଛି। ସୂଚନାଯୋଗ୍ୟ, ଆଙ୍କୁଲି ଲେଭଲକ୍ରସିଂ ଉପରେ ରେଲୱେର ବ୍ରିଜ ନିର୍ମାଣ ୫ ବର୍ଷ ପୂର୍ବେ ସରିଛି। କେବଳ ଆପ୍ରୋଚ ରୋଡ୍‌ ପାଇଁ ଫ୍ଲାଏ ଓଭର ବ୍ରିଜ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଉଛି। ଏହାର ମୂଳ ବ୍ୟୟ ଅଟକଳ ୪୩ କୋଟି ୨୯ ଲକ୍ଷ ୫୫ ହଜାର ଟଙ୍କା ଏବଂ ନିର୍ମାଣ ଦାୟିତ୍ୱ ବ୍ରହ୍ମପୁରସ୍ଥିତ ପୂର୍ତ୍ତ ବିଭାଗର ଗଞ୍ଜାମ ୨ନଂ. ଡିଭିଜନକୁ ନ୍ୟସ୍ତ କରାଯାଇଛି। ଭୁବନେଶ୍ୱରସ୍ଥିତ ଏକ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି।

ବିଚାରଧୀନ କଏଦୀଙ୍କ ମୃତ୍ୟୁ

*ମଦ ଚୋରାଚାଲଣ ମାମଲାରେ କୋଦଳା ସବଜେଲ୍‌ରେ ଥିଲେ *ବଡମେଡିକାଲରେ ଚିକିତ୍ସିତ ହେଉଥିଲେ ବ୍ରହ୍ମପୁର ଅଫିସ/କୋଦଳା (ଡି.ଏନ.ଏ.), ୨୧ା୫- ଗଞ୍ଜାମ ଜିଲା କୋଦଳା ସବଜେଲ୍‌ରେ ଜଣେ ବିଚାରଧୀନ ବନ୍ଦୀଙ୍କର ସୋମବାର ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ହେଲେ କୋଦଳା ଥାନା ଅନ୍ତର୍ଗତ ଇନାମ ବେଲପଡା ଗ୍ରାମର ଜୟ ପଲେଇ। ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନ ଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ କାରଣ ସ୍ପଷ୍ଟ ହୋଇପାରିବ ବୋଲି କୋଦଳା ସବ ଜେଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରକାଶ କୁମାର ପାଣିଗ୍ରାହୀଙ୍କଠାରୁ ସୂଚନା ମିଳିଛି।

ବ୍ରାହ୍ମଣୀଗଁ।ରେ ଜାଲ୍‌ନୋଟ୍‌କୁ ନେଇ ବ୍ୟବସାୟୀ ମହଲରେ ଆତଙ୍କ ଦୋକାନରେ ଭିଡର ସୁଯୋଗ ନେଇ ଦୁର୍ବୃତ୍ତ ଦେଉଛନ୍ତି ନୋଟ୍‌

ବ୍ରାହ୍ମଣୀଗଁ।ରେ ଜାଲ୍‌ନୋଟ୍‌କୁ ନେଇ ବ୍ୟବସାୟୀ ମହଲରେ ଆତଙ୍କ ଦୋକାନରେ ଭିଡର ସୁଯୋଗ ନେଇ ଦୁର୍ବୃତ୍ତ ଦେଉଛନ୍ତି ନୋଟ୍‌

ଦାରିଙ୍ଗବାଡି/ବ୍ରାହ୍ମଣୀଗଁ।,୨୧ା୫(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗଁା ଥାନା ଅଞ୍ଚଳରେ ୨ଟି ୫ଶହ ଟଙ୍କିଆ ଜାଲ୍‌ନୋଟ ସୋମବାର ଉଦ୍ଧାର ହୋଇଛି। ଜାଲ୍‌ନୋଟ୍‌କୁ ନେଇ ସମଗ୍ର ବ୍ୟବସାୟୀ ମହଲରେ ଆତଙ୍କ ଖେଳିଯାଇଛି।ପ୍ରକାଶ ଯେ, ସୋମବାର ସାପ୍ତାହିକ ହାଟ ଥିବାରୁ ସମସ୍ତ ଦୋକାନରେ ଗ୍ରାହକଙ୍କ ଭିଡ ଜମିଥିଲା। ଏହାର ସୁଯୋଗ ନେଇ ଦୁର୍ବୃତ୍ତ ୫ଶହ ଟଙ୍କିଆ ନୋଟ ଦୋକାନ ଗୁଡିକରେ ଦେଇଛନ୍ତି।

ତ୍ରିପାକ୍ଷିକ ଆଲୋଚନା ବୈଠକ

ତ୍ରିପାକ୍ଷିକ ଆଲୋଚନା ବୈଠକ

ଛତ୍ରପୁର,୨୧।୫(ଡି.ଏନ.ଏ.)-ଗୋପାଳପୁର ପୋର୍ଟ ପକ୍ଷରୁ ମତ୍ସ୍ୟ ଜେଟିର ଚ୍ୟାନେଲ ଡ୍ରେଜିଂ ବନ୍ଦ କରାଯାଇଛି। ଏଥିସହ ସମୁଦ୍ର କୂଳ ଖାଉଥିବାରୁ ପୂର୍ବ ନିଷ୍ପତ୍ତି ଅନୁଯାୟୀ ପୋର୍ଟ କର୍ତ୍ତୃପକ୍ଷ ଏହି କାମ ଆରମ୍ଭ କରୁନାହନ୍ତି।

ହ୍ବାଟସଆପ୍‌ ଛତ୍ରପୁର ବିଜେଡି ଶୁଭାରମ୍ଭ କଲେ ବିଧାୟକ  ନେତା, କର୍ମୀଙ୍କୁ ତାଲିମ

ହ୍ବାଟସଆପ୍‌ ଛତ୍ରପୁର ବିଜେଡି ଶୁଭାରମ୍ଭ କଲେ ବିଧାୟକ ନେତା, କର୍ମୀଙ୍କୁ ତାଲିମ

ଛତ୍ରପୁର,୨୧।୫(ଡି.ଏନ.ଏ.)- ଛତ୍ରପୁର ନିର୍ବାଚନମଣ୍ଡଳୀ ବିଜେଡି ସୋମବାର ହ୍ବାଟସ୍‌ଆପ୍‌ରେ ସାମିଲ ହୋଇଛି। ଏ ନେଇ ଛତ୍ରପୁରସ୍ଥିତ ଗୌରୀ ଶଙ୍କର କଲ୍ୟାଣ ମଣ୍ଡପଠାରେ ଛତ୍ରପୁର ନିର୍ବାଚନମଣ୍ଡଳୀ ସ୍ତରୀୟ ବିଜେଡିର ହ୍ବାଟସ୍‌ଆପ୍‌ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଛତ୍ରପୁର ବିଧାୟକ ଡା. ପ୍ରିୟାଂଶୁ ପ୍ରଧାନ ଏହାର ଶୁଭାରମ୍ଭ କରିଥିଲେ। ଉପସ୍ଥିତ ନେତା ଓ କର୍ମୀଙ୍କ ମଧ୍ୟରୁ ୮୦ ପ୍ରତିଶତ ଗଞ୍ଜାମ ବିଜେଡିର ହ୍ବାଟସ୍‌ଆପ୍‌ ଗ୍ରୁପ୍‌ରେ ରେଜିଷ୍ଟ୍ରେଶନ କରିଥିଲେ।

ଛତ୍ରପୁର ଏନ୍‌ଏସି କୋଟିଏ ଟଙ୍କାର ରାସ୍ତା ଉପରେ ପରିବା ବିକ୍ରି

ଛତ୍ରପୁର ଏନ୍‌ଏସି କୋଟିଏ ଟଙ୍କାର ରାସ୍ତା ଉପରେ ପରିବା ବିକ୍ରି

ଛତ୍ରପୁର,୨୧।୫(ଡି.ଏନ.ଏ.)-ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ଏନ୍‌ଏସିରେ ପରିବା ଓ ମାଛ ମାର୍କେଟ ରହିଛି। ମାତ୍ର ପରିବା ଦୋକାନୀମାନେ ଏନ୍‌ଏସି ଦ୍ୱାରା ଭଡାରେ ଦିଆଯାଇଥିବା ଦୋକାନଗୁଡିକୁ ଗୋଦାମ ଭାବେ ପରିଣତ କରିଛନ୍ତି। ବର୍ଷକ ମଧ୍ୟରେ ୪ ଗୁଣ ଉଠା ପରିବା ଦୋକାନୀଙ୍କ ସଂଖ୍ୟା ବଢିଲାଣି। ମାତ୍ର ପରିବା ଦର ଆକାଶଛୁଆଁ ହୋଇଛି। ଯିଏ ଯାହା ପାଇଲା ମନ ଇଚ୍ଛା ଦରରେ ବିକ୍ରି କରୁଛନ୍ତି।

ବୁଗୁଡ଼ା ଏନଏସିର ସ୍ବତନ୍ତ୍ର ବୈଠକ

ବୁଗୁଡ଼ା ଏନଏସିର ସ୍ବତନ୍ତ୍ର ବୈଠକ

ବୁଗୁଡ଼ା,୨୧ା୫(ଡି.ଏନ.ଏ.)-ବୁଗୁଡ଼ା ଏନଏସିର ଏକ ସ୍ବତନ୍ତ୍ର ବୈଠକ ଉପନଗରପାଳ ଚିତ୍ରସେନ ପ୍ରଧାନଙ୍କ ଆବାହକତ୍ୱ ଓ ସଭାପତିତ୍ୱରେ ସୋମବାର ଏନଏସି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ ଶ୍ରୀକାନ୍ତ ସାହୁ, ଏମପି ପ୍ରତିନିଧି ଧୋବା ସ୍ବାଇଁ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ, କାଉନସିଲର ବାସନ୍ତୀ ରାଉତ, ଭୀମସେନ ବେହେରା, ଏ. ଜାନକିରାଣୀ ପାତ୍ର, ସୀମାଞ୍ଚଳ ଖଟାଇ, ଲକ୍ଷ୍ମୀ ନାଇକ, ଶରତ ଚନ୍ଦ୍ର ମହାରଣା, ଉମା ପାତ୍ର, ଗୀତାଞ୍ଜଳି ପାଢ଼ୀ, କିଶୋର ଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ହୋଟେଲରେ ଯୁବକଙ୍କୁ ହତ୍ୟା ମାମଲା: ୮ ମାସ ପରେ ପୁଣି ଦୁଇ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୧।୫(ଡି.ଏନ.ଏ.)-ଦିଗପହଣ୍ଡିର ବହୁଚର୍ଚ୍ଚିତ କୁରେଶୁ ଗୌଡ଼ ହତ୍ୟା ମାମଲାରେ ଫେରାର୍‌ ଥିବା ୨ ଅଭିଯୁକ୍ତଙ୍କୁ ପୋଲିସ ସୋମବାର ଗିରଫ କରିଛି। ସେମାନେ ହେଲେ ବ୍ରହ୍ମପୁର ଗେଟବଜାର ଅଞ୍ଚଳର ସଞ୍ଜୀବ କୁମାର ପଣ୍ଡା ଏବଂ ଲାଞ୍ଜିପଲ୍ଲୀ ଅଞ୍ଚଳର ଏନ.ଏ. ଜିତେନ ଓରଫ ଦୀପୁ । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଦ୍ୱୟଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି ।

ମଦ ସହ କାର ଜବତ, ୨ ଗିରଫ

ମଦ ସହ କାର ଜବତ, ୨ ଗିରଫ

ଧରାକୋଟ, ୨୧।୫(ଡି.ଏନ୍‌.ଏ.)- ଧରାକୋଟ ଥାନା ପୋଲିସ ରବିବାର ୬୪୦ଲିଟର ଦେଶୀମଦ ସହ ଏକ କାର ଜବତ କରିଛି। ଏଥିରେ ସମ୍ପୃକ୍ତି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି।

ଚାକିରି ପ୍ରଲୋଭନ ଦେଖାଇ ଅର୍ଥ ଆଦାୟ , ଯୁବକ ଗିରଫ

ପୋଲସରା,୨୧।୫(ଡି.ଏନ.ଏ.)- ଚାକିରି କରାଇ ଦେବା ଲୋଭ ଦେଖାଇ ଯୁବତୀମାନଙ୍କଠାରୁ ଟଙ୍କା ନେବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ପୋଲସରା ଥାନା ଚିରିକିପଡ଼ା ଶାସନ ଗ୍ରାମର ରୋହିତ ପ୍ରଧାନ। କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି ଅଧିକାରୀ ପ୍ରମୋଦ କୁମାର ବେହେରା ରବିବାର ରୋହିତଙ୍କୁ ତାଙ୍କ ଘରୁ କାବୁ କରିଛନ୍ତି। ଚାକିରି ପାଇଁ ଟଙ୍କା ଦେଇ ଠକାମୀର ଶିକାର ହୋଇଥିବା ଘୋଡ଼ାପଲାଣ ଗ୍ରାମର ଜଣେ ଯୁବତୀ ବାଲିଛାଇ ଫାଣ୍ଡିରେ ରୋହିତଙ୍କ ନାମରେ ଏତଲା ଦାୟର କରିଥିଲେ।

ଭଞ୍ଜନଗର ଜେଲ ମହିଳା ଅନ୍ତେବାସୀଙ୍କ ସ୍ଥିତି ସମୀକ୍ଷା

ଭଞ୍ଜନଗର ଜେଲ ମହିଳା ଅନ୍ତେବାସୀଙ୍କ ସ୍ଥିତି ସମୀକ୍ଷା

ଭଞ୍ଜନଗର,୨୧।୫(ଡି.ଏନ.ଏ)-ଜାତୀୟ ଆଇନ ସହାୟତା ପ୍ରାଧିକରଣ ପକ୍ଷରୁ ଦେଶବ୍ୟାପୀ ବିଭିନ୍ନ ଜେଲରେ ଥିବା ମହିଳା ଅନ୍ତେବାସୀ ଏବଂ ସେମାନଙ୍କ ଛୋଟ ପିଲାମାନଙ୍କ ଉପରେ ସମୀକ୍ଷା କରାଯାଉଛି। ମହିଳାମାନଙ୍କ ସ୍ବାସ୍ଥ୍ୟ ଓ ପିଲାମାନଙ୍କ ପାଠପଢ଼ା ସମୀକ୍ଷା କରାଯିବା ପରେ ସେମାନଙ୍କ ପାଇଁ ଆଇନରେ କିଛି ସୁବିଧା କରାଯିବ। ଗଞ୍ଜାମ ଜିଲା ଆଇନ ସହାୟତା ପ୍ରାଧିକରଣ ପକ୍ଷରୁ ମଧ୍ୟ ଗତ ୧୮ ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୮ ତାରିଖରେ ବ୍ରହ୍ମପୁର ଜେଲରେ ଥିବା ମହିଳା ଅନ୍ତେବାସୀଙ୍କ ଉପରେ ସମୀକ୍ଷା କରାଯାଇଥିବା ବେଳେ ସୋମବାର ଭଞ୍ଜନଗର ସ୍ବତନ୍ତ୍ର ଉପ କାରାଗାରରେ ଏହି ସମୀକ୍ଷା ହୋଇଥିଲା।

ଆମ ପୋଲିସ ସମିତି ବୈଠକ

ଆମ ପୋଲିସ ସମିତି ବୈଠକ

ସୋରଡା, ୨୧।୫(ଡି.ଏନ୍‌.ଏ.)- ଆମ ପୋଲିସ ସମିତି ଅଧ୍ୟକ୍ଷ ଆଇଆଇସି ପ୍ରଭାତ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ସୁରମଣି ଗ୍ରାମରେ ସଚେତନତା ଶିବିର, ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମିତିର ବାପ୍‌ଟିଷ୍ଟ ବେହେରା, ପ୍ରମୋଦ ପଟ୍ଟନାୟକ, ଲକ୍ଷ୍ମୀ ପଣ୍ଡା, ଶିବ ସୁଆର, ବାବୁଲା ଚୌଧୁରୀ ପ୍ରମୁଖ ଯୋଗ ଦେଇ କହିଥିଲେ ପ୍ରତି ବ୍ୟକ୍ତି ମନରୁ ହିଂସା, ପରଶ୍ରୀକାତରତା, ବିରୋଧୀ ମନୋଭାବ ଦୂରେଇ ଦେବାକୁ ପଡିବ। ସୁସ୍ଥ ସମାଜ ହିଁ ବିକଶିତ ଭାବଧାରା ସୃଷ୍ଟ କରିପାରିବ। ଏହି ଅବସରରେ ସେଠାକାର ମେଧାବି ଛାତ୍ରୀଛାତ୍ରମାନଙ୍କୁ ପୋଲିସ ତରଫରୁ ମାନପତ୍ର, ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା।

ସ୍ନାତକ ଛାତ୍ରୀଛାତ୍ର ଓ ଅଧ୍ୟାପକ ସମାବେଶ

ସ୍ନାତକ ଛାତ୍ରୀଛାତ୍ର ଓ ଅଧ୍ୟାପକ ସମାବେଶ

ସୋରଡା,୨୧।୫(ଡି.ଏନ୍‌.ଏ.)- ଋଷିକୂଲ୍ୟା ରୟତ କଲେଜ ୧୯୯୫ ମସିହାରେ ସ୍ଥାପିତ ହେବାପରେ ପ୍ରଥମ ସ୍ନାତକ ଶ୍ରେଣୀରେ ନାମ ଲେଖାଇ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ର ଏବଂ ସେମାନଙ୍କୁ ଶିକ୍ଷାଦାନ କରିଥିବା ଅଧ୍ୟାପିକା, ଅଧ୍ୟାପକମାନଙ୍କ ସମାବେଶ ଗୋପାଳପୁର ପାନ୍ଥନିବାସ ପରିସରରେ ଦିର୍ଘ ୨୦ବର୍ଷ ପରେ ଅନୁଷ୍ଠିତ ହୋଇଛି।

ବିଜୁ ଯୁବବାହିନୀଙ୍କ ଲାଗି କର୍ମଶାଳା

ବିଜୁ ଯୁବବାହିନୀଙ୍କ ଲାଗି କର୍ମଶାଳା

ପୋଲସରା,୨୧।୫(ଡି.ଏନ.ଏ.)-ପୋଲସରା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜୁ ଯୁବ ବାହିନୀ କର୍ମଶାଳା ପୋଲସରା ଏନଏସିସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ।

ମଦ ଜବତ, ଜଣେ ଗିରଫ

ମଦ ଜବତ, ଜଣେ ଗିରଫ

ବେଗୁନିଆପଡ଼ା,୨୧।୫(ଡି.ଏନ.ଏ.)-ବେଗୁନିଆପଡ଼ା ଫାଣ୍ଡି ସୁମଣ୍ଡଳ ପଞ୍ଚାୟତ ସଉରାପଲ୍ଲୀ ଗ୍ରାମରୁ ରବିବାର ବିଳମ୍ବିତ ରାତିରେ ପୋଲିସ ୧୦ ଲିଟର ମହୁଲି ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ।