ବ୍ରହ୍ମପୁର

ମିଶ୍ରଣ ପର୍ବରେ ଭାଜପାକୁ ଘାଇଲା କରୁଛି ବିଜେଡି

ବ୍ରହ୍ମପୁର ଅଫିସ,୧୧ା୧୧-ଗଞ୍ଜାମ ଜିଲା ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଭାଜପାକୁ ଘାଇଲା କରୁଛି ବିଜେଡି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଗତ କିଛିଦିନ ହେବ ଜିଲା ବିଜେଡି ସଭାପତି ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଘନ ଘନ ମିଶ୍ରଣ ପର୍ବ କରି ବିରୋଧୀ କଂଗ୍ରେସ ଓ ଭାଜପା କର୍ମୀ ଏବଂ ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ନିଜ ଦଳକୁ ଟାଣି ଆଣିବା ଲାଗି କସରତ ଚଳାଇଛନ୍ତି।

ଘରେ ପଶି ଗହଣା, ଟଙ୍କା ଚୋରି ଅଭିଯୋଗ

ଘରେ ପଶି ଗହଣା, ଟଙ୍କା ଚୋରି ଅଭିଯୋଗ

ଗଞ୍ଜାମ,୧୦।୧୧(ଡି.ଏନ.ଏ.)- ଗଞ୍ଜାମ ଥାନା ଅନ୍ତର୍ଗତ ୧ନଂ. ୱାର୍ଡ ପାଣ୍ଡା ସାହିର ଅଜିତ ପାତ୍ରଙ୍କ ଘରୁ କେହି ଦୁର୍ବୃତ୍ତ ଶୁକ୍ରବାର ବିଳମ୍ବିତ ରାତିରେ ସୁନା, ରୁପା ଅଳଙ୍କାର ଚୋରି କରି ନେଇଥିବା ଜଣାପଡ଼ିଛି। ଏନେଇ ଅଜିତ ଗଞ୍ଜାମ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିରେ ସମ୍ପୃକ୍ତ ସନ୍ଦେହରେ ଥାନା ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ବାରିପଟେ ଥିବା ୩ଟି କବାଟ ଭାଙ୍ଗି ସୁନା ମୁଦି, ସୁନା ଲକେଟ, ୪୦ ଭରି ରୁପା ଓ ନଗଦ ୨୫ ହଜାର ଟଙ୍କା ଚୋରି କରିଥିବା ଅଜିତ ଏତଲାରେ ଦର୍ଶାଇଛନ୍ତି। ଏନେଇ ତଦନ୍ତ ଚାଲିଥିବା ଥାନା ପକ୍ଷରୁ କୁହାଯାଇଛି।

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା:୫୨ ବିଦ୍ୟାଳୟର ୬୪ ପ୍ରକଳ୍ପ ପ୍ରଦର୍ଶିତ

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା:୫୨ ବିଦ୍ୟାଳୟର ୬୪ ପ୍ରକଳ୍ପ ପ୍ରଦର୍ଶିତ

ଦାରିଙ୍ଗବାଡ଼ି,୧୦।୧୧(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଶନିବାର ବ୍ଲକସ୍ତରୀୟ ବିଜ୍ଞାନମେଳା ଆୟୋଜିତ ହୋଇଥିଲା। ଏହାକୁ ମୁଖ୍ୟ ଅତିଥି ଭାବେ ବିଧାୟକ ଯାକବ ପ୍ରଧାନ ଯୋଗଦେଇ  ଉଦ୍‌ଘାଟନ କରିଛନ୍ତି।

ଶେରଗଡ ବ୍ଲକ: ୭ ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଶେରଗଡ ବ୍ଲକ: ୭ ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଶେରଗଡ,୧୦।୧୧(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଶେରଗଡରେ ହିଞ୍ଜିଳିକାଟୁ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ପୂର୍ବାହ୍ନ ୧୧.୧୫ ମିନଟରେ ବ୍ଲକ ସମ୍ମୁଖସ୍ଥ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ସମ୍ମୁଖରେ ହେଲିପ୍ୟାଡର ଓହ୍ଲାଇଥିଲେ। ସେଠାରେ ୩ ମନ୍ତ୍ରୀଙ୍କ ସମେତ ବହୁ ବିଜେଡି ନେତା ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ କାର ଯୋଗେ ଶେରଗଡ ଚାରିଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସେଠାରୁ ମହାତ୍ମା ଗାନ୍ଧୀ ଉଚ୍ଚବିଦ୍ୟାଳୟ ନିକଟରେ ହୋଇଥିବା ସଭାସ୍ଥଳକୁ ଆସିଥିଲେ। ସେଠାରେ ୭ ପ୍ରକଳ୍ପର ମାର୍ବଲ ପ୍ରସ୍ତରକୁ ଉଦ୍‌ଘାଟନ କରିଥିଲେ।

ଦାରିଙ୍ଗବାଡ଼ିରେ ମୃଦୁ ଭୂମିକମ୍ପ

ଦାରିଙ୍ଗବାଡ଼ିରେ ମୃଦୁ ଭୂମିକମ୍ପ

ଦାରିଙ୍ଗବାଡି,୧୦।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଶନିବାର ପୂର୍ବାହ୍ନ ୧୦ଟା ୩୧ ମିନିଟରେ କିଛି ସେକେଣ୍ଡ ପାଇଁ ମୃଦୁ ଭୁମିକମ୍ପ ଅନୁଭୂତ ହୋଇଥିଲା। ଫଳରେ ଘରେଥିବା ଲୋକମାନେ ଭୟରେ ବାହାରକୁ ଦୌଡି ପଳାଇ ଆସିଥିଲେ।

ମଦ ଦୋକାନ  ବନ୍ଦ ଦାବିରେ ମହିଳାଙ୍କ ଆନ୍ଦୋଳନ, ରାସ୍ତାରୋକୋ

ମଦ ଦୋକାନ ବନ୍ଦ ଦାବିରେ ମହିଳାଙ୍କ ଆନ୍ଦୋଳନ, ରାସ୍ତାରୋକୋ

ପୁରୁଷୋତ୍ତମପୁର, ୧୦ା୧୧(ଡି.ଏନ୍‌.ଏ.)- ପୁରୁଷୋତ୍ତମପୁର କୁମାରୀରେ ମଦକାରବାର ବନ୍ଦ ଦାବିରେ ଶୁକ୍ରବାର ମହିଳାମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଯାହା ଦ୍ୱାରା ଆସିକା- ହୁମ୍ମା ମୁଖ୍ୟରାସ୍ତା ଦୀର୍ଘ ୫ ଘଣ୍ଟା ଧରି ଅବରୋଧ ହୋଇପଡ଼ିଥିଲା। 

ଗୋଚ୍ଛାପଡା ଥାନାଧିକାରୀଙ୍କୁ ଆକ୍ରମଣ ଘଟଣା:  ଗିରଫ ହେଲେ ଆଉ ୪, ହତ୍ୟା ପାଇଁ ହୋଇଥିଲା ବ୍ଲୁ-ପ୍ରିଣ୍ଟ

ଗୋଚ୍ଛାପଡା ଥାନାଧିକାରୀଙ୍କୁ ଆକ୍ରମଣ ଘଟଣା: ଗିରଫ ହେଲେ ଆଉ ୪, ହତ୍ୟା ପାଇଁ ହୋଇଥିଲା ବ୍ଲୁ-ପ୍ରିଣ୍ଟ

ଫୁଲବାଣୀ ଅଫିସ, ୧୦ା୧୧-କନ୍ଧମାଳ ଜିଲା ଗୋଛାପଡ଼ା ଥାନାଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଫୁଲବାଣୀ ଟାଉନ ଥାନା ପୋଲିସ ଆଉ ୪ ଜଣଙ୍କୁ ଗିରଫ କରିଛି। 

ଦୁର୍ଘଟଣାରେ ବାଇକ ଆରୋହୀ ମୃତ, ଜଣେ ଆହତ

ହିଞ୍ଜିଳିକାଟୁ,୧୦ା୧୧(ଡି.ଏନ୍‌.ଏ.)-ହିଞ୍ଜିଳିକାଟୁ ଥାନା ପିତ୍ତଳ ଛକ ୫୯ନଂ ଜାତୀୟ ରାଜପଥରେ ଶୁକ୍ରବାର ସନ୍ଧ୍ୟାରେ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକ ଜଣକ ହିଞ୍ଜିଳିକାଟୁ ବ୍ଲକ ଡ଼ି. ପାଟପୁର ଗ୍ରାମର ରଂଜନ ପ୍ରଧାନ (୩୮)।  

ବ୍ୟବସାୟୀଙ୍କୁ ହତ୍ୟା ମାମଲାରେ ୩ ଗିରଫ

ଜଗନ୍ନାଥପ୍ରସାଦ,୧୦ା୧୧-ଜଗନ୍ନାଥପ୍ରସାଦ ଥାନା କୁମ୍ପାପଡ଼ା ପଞ୍ଚାୟତର ଲୁଣିଢ଼େପ ଗ୍ରାମ କାଜୁ ଜଙ୍ଗଲ ପଡ଼ିଆରେ ବାଳକୃଷ୍ଣ ସାହୁ ନାମକ ଜଣେ କବାଡ଼ି ବ୍ୟବସାୟୀଙ୍କ ମୃତଦେହ ଗତ ୬ ତାରିଖରେ ପୋଲିସ ଉଦ୍ଧାର କରିଥିଲା। 

ଆରଡିସି ଅଫିସ ଆଗରେ କଂଗ୍ରେସର ବିକ୍ଷୋଭ

ଆରଡିସି ଅଫିସ ଆଗରେ କଂଗ୍ରେସର ବିକ୍ଷୋଭ

ବ୍ରହ୍ମପୁର ଅଫିସ,୧୦ା୧୧-ଗଞ୍ଜାମ ଜିଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ବ୍ରହ୍ମପୁରସ୍ଥ ଦକ୍ଷିଣାଞ୍ଚଳ ଆରଡିସିଙ୍କ ଅଫିସ ଆଗରେ ବିକ୍ଷୋଭ ସହ ପ୍ରତିବାଦ ସମାବେଶ ହୋଇଥିଲା । ୨୦୧୬ ନଭେମ୍ବର ୮ରେ ଭାଜପାର ନରେନ୍ଦ୍ର ମୋଦି ସରକାର ବିମୁଦ୍ରୀକରଣ ଦ୍ୱାରା ହଜାରେ ଓ ୫୦୦ ଟଙ୍କିଆ ନୋଟ ଅଚଳ ଘୋଷଣା କରି ଦେଶବାସୀଙ୍କୁ କଲବଲ କରିଥିଲେ। 

କୁକୁଡ଼ା ବ୍ୟବସାୟୀଙ୍କ ଘରୁ ଲୁଟ୍‌ ଘଟଣା  : ୨ ଗିରଫ,୨୦ ହଜାର ସହ ମାରଣାସ୍ତ୍ର ଜବତ

କୁକୁଡ଼ା ବ୍ୟବସାୟୀଙ୍କ ଘରୁ ଲୁଟ୍‌ ଘଟଣା : ୨ ଗିରଫ,୨୦ ହଜାର ସହ ମାରଣାସ୍ତ୍ର ଜବତ

ଶଙ୍କରାଖୋଲ,୧୦ା୧୧(ଡି.ଏନ୍‌.ଏ.): ଟିକାବାଲି ଥାନା ଶଙ୍କରାଖୋଲ ନିକଟ ୨ କି.ମି ଦୂର ଗୁଡ୍ରିଗଁାରେ ୨୯ ସେପ୍ଟେମ୍ବର ଶନିବାର ରାତିରେ ୭ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ କୁକୁଡ଼ା ବ୍ୟବସାୟୀ ସୀମାଞ୍ଚଳ ସାହୁଙ୍କ ଘରୁ ଡକାୟତି କରିଥିଲେ। 

ରାଜ୍ୟ ବିଦ୍ୟାଳୟ ସମୂହ ଭାରୋତ୍ତୋଳନ ପ୍ରତିଯୋଗିତା

ରାଜ୍ୟ ବିଦ୍ୟାଳୟ ସମୂହ ଭାରୋତ୍ତୋଳନ ପ୍ରତିଯୋଗିତା

ବ୍ରହ୍ମପୁର ଅଫିସ୍‌,୧୦ା୧୧-ବ୍ରହ୍ମପୁର ଷ୍ଟାଡିୟମ୍‌ ଠାରେ ୬୩ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ(୧୭ବର୍ଷରୁ କମ୍‌) ବାଳକ ଓ ବାଳିକା ବର୍ଗର ଭାରୋତ୍ତୋଳନ ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । 

ଅସନ୍ତୋଷ ପ୍ରକାଶ କଲେ ପ୍ରତିଭା

ଅସନ୍ତୋଷ ପ୍ରକାଶ କଲେ ପ୍ରତିଭା

ବ୍ରହ୍ମପୁର ଅଫିସ୍‌,୧୦ା୧୧-ପ୍ରଥମେ ଜିଲାସ୍ତରୀୟ ପ୍ରତିଯୋଗିତା, ଆଉ ଏବେ ଜୋନାଲ୍‌ ସ୍ତରୀୟ ପ୍ରତିଯୋଗିତା । ଗଞ୍ଜାମ ଜିଲା ଶିକ୍ଷା ବିଭାଗର ଅଧିକାରୀଙ୍କ ଅପାରଗତା ଏବଂ ପ୍ରତିଯୋଗିତା ଆୟୋଜନରେ ବିଫଳତା ପୁଣିଥରେ ପଦାରେ ପଡ଼ିଛି। 

ଡକାୟତି ଯୋଜନା ପଣ୍ଡ, ୫ ଗିରଫ

ଡକାୟତି ଯୋଜନା ପଣ୍ଡ, ୫ ଗିରଫ

ବ୍ରହ୍ମପୁର ଅଫିସ,୧୦ା୧୧-ବଡ଼ ଧରଣର ଡକାୟତି ଯୋଜନା କରୁଥିବା ୫ ଜଣଙ୍କୁ  ବ୍ରହ୍ମପୁର  ସଦର ଥାନା ପୋଲିସ ଗିରଫ କରିଛି ା ସେମାନେ ହେଲେ  ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗ୍ରାମର ଅଜିତ ସ୍ବାଇଁ, ବଡବଜାର ଥାନା ଅଧିନସ୍ଥ ପାଣିଗ୍ରାହୀ ପେଣ୍ଠ ସାହିର କାହ୍ନା ସେଠୀ, ଅଗା ସାହିର ଶିବ ସେଠୀ ଓ ଶିବରାମ ପ୍ରଧାନ,  ନୀଳାଞ୍ଚଳ ସାହିର କପିଳ ସେଠୀ ା ସେମାନଙ୍କ ଠାରୁ ୨ଟି ବୋମା, ୨ଟି ଖଣ୍ଡା, ଗୋଟିଏ ଲୁହା ଛଡ ଓ ଦୁଇଟି ବାଇକ୍‌  ଜବତ କରାଯାଇଛି। 

‘ଡାଟୁମ୍‌’ ନିର୍ଦ୍ଦେଶକ ଦମ୍ପତିଙ୍କୁ ପୁଣି ରିମାଣ୍ଡରେ ନେଲା ପୋଲିସ

‘ଡାଟୁମ୍‌’ ନିର୍ଦ୍ଦେଶକ ଦମ୍ପତିଙ୍କୁ ପୁଣି ରିମାଣ୍ଡରେ ନେଲା ପୋଲିସ

ବ୍ରହ୍ମପୁର ଅଫିସ୍‌,୯।୧୧- ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଡାଟୁମ୍‌ର ନିର୍ଦ୍ଦେଶକ ଦମ୍ପତିଙ୍କୁ ଶୁକ୍ରବାର ଗୋଳନ୍ଥରା ଥାନା ପୋଲିସ ପୁଣି ରିମାଣ୍ଡରେ ନେଇଛି। ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ମିଳିଥିବା ଗୋଳନ୍ଥରା ଥାନା ଆଇଆଇସି ଆଲୋକ ଜେନା ସୂଚନା ଦେଇଛନ୍ତି। ସାଧାରଣ ଲୋକଙ୍କଠାରୁ କୋଟି କୋଟି ଟଙ୍କା ହଡପ କରି ଫେରାର୍‌ ହୋଇଥିବା ଚିଟ୍‌ଫଣ୍ଡ୍‌ ସଂସ୍ଥା ଡାଟୁମ୍‌ର ପରିଚାଳନା ନିର୍ଦ୍ଦେଶକ (ଏମଡି) ବ୍ରଜ ମୋହନ ପଟ୍ଟନାୟକ ଏବଂ ତାଙ୍କ ସ୍ତ୍ରୀ ତଥା ଅନ୍ୟତମ ନିର୍ଦ୍ଦେଶିକା ତ୍ରିଧାରା ମହାନ୍ତିଙ୍କୁ ପୋଲିସ ସୋମବାର ଭୁବନେଶ୍ୱରରୁ ଗିରଫ କରିଥିଲା। ମଙ୍ଗଳବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।

ଆଜି ଶେରଗଡ ଆସିବେ ମୁଖ୍ୟମନ୍ତ୍ରୀ: ଜିଲାପାଳ, ଡିଆଇଜି, ଏସ୍‌ପିଙ୍କ ମାରଥନ ଗସ୍ତ

ଆଜି ଶେରଗଡ ଆସିବେ ମୁଖ୍ୟମନ୍ତ୍ରୀ: ଜିଲାପାଳ, ଡିଆଇଜି, ଏସ୍‌ପିଙ୍କ ମାରଥନ ଗସ୍ତ

ଶେରଗଡ,୯।୧୧(ଡି.ଏନ.ଏ.)- ଶେରଗଡ ବ୍ଲକକୁ ହିଞ୍ଜିଳି ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଗସ୍ତ କରିବେ। ପୂର୍ବାହ୍ନ ୧୧ଟା ୧୫ରେ ଶେରଗଡରେ ପହଞ୍ଚତ୍ବାପରେ ସେଠାରୁ ଚାରିଛକ ଯାଇ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ପରେ ଏକ ପଟୁଆରରେ ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ପହଞ୍ଚତ୍ ୭ ଟି ପ୍ରକଳ୍ପ ଉଦ୍‌ଘାଟନ କରିବେ। ପରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଯୋଗଦେଇ ବ୍ଲକର ୨୨ ପଞ୍ଚାୟତ ପାଇଁ ଅନୁଦାନ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଶାସନ ପକ୍ଷରୁ ହେଲିପ୍ୟାଡ, ଚାରିଛକ ଓ ଖେଳପଡିଆରେ ସବୁ  ବ୍ୟବସ୍ଥା ସରିଛି।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ବିଳମ୍ବ: ବର୍ଷିଲେ ଜିଲାପାଳ

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ବିଳମ୍ବ: ବର୍ଷିଲେ ଜିଲାପାଳ

ଦାରିଙ୍ଗବାଡ଼ି, ୯।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ ପଡ଼ିଆରେ ଶୁକ୍ରବାର ସକାଳ ୯ଟାରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଥିଲା। ମାତ୍ର ବିଏସ୍‌ଏନ୍‌ଏଲ୍‌ ନେଟଓ୍ବର୍କ ଫେଲ ଯୋଗୁ କାର୍ଯ୍ୟକ୍ରମରେ ବିଭ୍ରାଟ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପର ଅନୁଦାନ ରାଶି ଘୋଷଣା କରିବା ସହ ବିଭିନ୍ନ ସମସ୍ୟା ନେଇ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ତାଜୁଙ୍ଗିଆବାସୀଙ୍କ ଆନ୍ଦୋଳନ ଦ୍ୱୀତିୟ ଦିନରେ, ବିଡିଓ ଆସିଲେ ରାସ୍ତା ଅବରୋଧ ହଟିବ: ତାଜୁଙ୍ଗିଆବାସୀ

ତାଜୁଙ୍ଗିଆବାସୀଙ୍କ ଆନ୍ଦୋଳନ ଦ୍ୱୀତିୟ ଦିନରେ, ବିଡିଓ ଆସିଲେ ରାସ୍ତା ଅବରୋଧ ହଟିବ: ତାଜୁଙ୍ଗିଆବାସୀ

ଦାରିଙ୍ଗବାଡ଼ି,୯।୧୧(ଡି.ଏନ୍‌.ଏ): ବିଭିନ୍ନ ଦାବି ନେଇ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତବାସୀଙ୍କ ପକ୍ଷରୁ ଚାଲିଥିବା ଆନ୍ଦୋଳନ ଶୁକ୍ରବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଅଞ୍ଚଳବାସୀ ଦାରିଙ୍ଗବାଡ଼ି- ବ୍ରାହ୍ମଣୀଗାଁ- ବ୍ରହ୍ମପୁର ରାସ୍ତାକୁ ମହାଗୁଡ଼ିଠାରେ ଅବରୋଧ କରିଛନ୍ତି। 

ସୂଚନା ନ ପାଇ ଆସିଲେନି ପ୍ରତିଭା

ସୂଚନା ନ ପାଇ ଆସିଲେନି ପ୍ରତିଭା

ବ୍ରହ୍ମପୁର ଅଫିସ୍‌,୯ା୧୧-ଗଞ୍ଜାମ ଜିଲାର ଛାତ୍ରୀଛାତ୍ରଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ଶିକ୍ଷା ବିଭାଗ କେମିତି ଅବହେଳା କରୁଛି, ତାହାର ଏକ ନମୁନା ଗୁରୁବାର ଦେଖିବାକୁ ମିଳିଥିଲା।

ପ୍ରକୃତ ତଥ୍ୟ ଦେବାକୁ ଅତିରିକ୍ତ ସଚିବଙ୍କ ନିର୍ଦ୍ଦେଶ

ଛତ୍ରପୁର,୯ା୧୧(ଡି.ଏନ.ଏ)- ଗଞ୍ଜାମ ଜିଲାର ଅଧିକାଂଶ ସରକାରୀ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରରେ ପାଣି ଅଭାବ ରହିଛି। ଏହାକୁ ନେଇ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ (ଆରଡବ୍ଲ୍ୟୁଏସଏସ) ଏବଂ  ଶିକ୍ଷା  ଓ ସମନ୍ବିତ ଶିଶୁ ବିକାଶ ବିଭାଗ ରିପୋର୍ଟ ମଧ୍ୟରେ ତାଳମେଳ ରହୁନି। 

ବନ୍ୟପ୍ରାଣୀ ସଂରକ୍ଷଣ ଆଇନକୁ ଉଲ୍ଲଂଘନ: ବେକରେ ଗୁଡ଼ାଇଲେ ଗୋଧି

ବନ୍ୟପ୍ରାଣୀ ସଂରକ୍ଷଣ ଆଇନକୁ ଉଲ୍ଲଂଘନ: ବେକରେ ଗୁଡ଼ାଇଲେ ଗୋଧି

ବ୍ରହ୍ମପୁର ଅଫିସ୍‌,୮ା୧୧-ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ଅନେକ ଆଇନ୍‌ ରହିଛି। ହେଲେ ଆଇନ ଉଲ୍ଲଂଘନକାରୀଙ୍କୁ ଉଚିତ ଦଣ୍ଡ ମିଳୁ ନ ଥିବା ଯୋଗୁ ଆଇନ ଭାଙ୍ଗିବା ଏବେ ସାଧାରଣ ବିଷୟ ପାଲଟିଛି। 

୧୦ରୁ ଜିଲାସ୍ତରୀୟ ଯୁବ ମହୋତ୍ସବ

୧୦ରୁ ଜିଲାସ୍ତରୀୟ ଯୁବ ମହୋତ୍ସବ

ବ୍ରହ୍ମପୁର ଅଫିସ,୯ା୧୧-ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଏବଂ ଜିଲା ପ୍ରଶାସନ କ୍ରୀଡା ବିଭାଗ ଆନୁକୂଲ୍ୟରେ ନଭେମ୍ବର ୧୦ରୁ ଦୁଇଦିନ ବ୍ୟାପୀ ଜିଲାସ୍ତରୀୟ ଯୁବ ମହୋତ୍ସବ ଅନୁଷ୍ଠିତ ହେବ।

୧୦ରେ ଗଞ୍ଜାମ ଜିଲା ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୯ା୧୧(ଡି.ଏନ.ଏ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୦ ତାରିଖରେ ଗଞ୍ଜାମ ଜିଲା ଗସ୍ତରେ ଆସିବେ।ଉକ୍ତ ଦିନ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ସାଧାରଣ ସଭାରେ ଉଦ୍‌ବୋଧନ ଦେବା  କାର୍ଯ୍ୟକ୍ରମ ରହିଛି। 

ତିତ୍‌ଲି କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ

ତିତ୍‌ଲି କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ

ବ୍ରହ୍ମପୁର ଅଫିସ୍‌,୮।୧୧- ଆଲୋକର ପର୍ବ ଦୀପାବଳିକୁ ଭିନ୍ନ ଧରଣରେ ବୁଧବାର ପାଳନ କରାଯାଇଛି। ବାଣ ଫୁଟାଇ କିମ୍ବା ଦୀପଜାଳି ନୁହଁ, ବରଂ ତିତ୍‌ଲି କ୍ଷତିଗ୍ରସ୍ତଙ୍କ ମୁହଁରେ ହସ ଫୁଟାଇ ବିଭିନ୍ନ ସଂଗଠନ ତରଫରୁ ଦୀପାବଳି ପାଳିତ ହୋଇଛି। ଫୋରମ୍‌ ଫର୍‌ ଗଞ୍ଜାମ ଏବଂ ମାନବବାଦୀ, ହେତୁବାଦୀ ସଂଗଠନ ତରଫରୁ ବୁରାତାଲ ପଞ୍ଚାୟତରେ ତିତ୍‌ଲି କ୍ଷତିଗ୍ରସ୍ତଙ୍କୁ ଚାଦର, ପ୍ୟାଣ୍ଟ, ଶାର୍ଟ ସହ ବ୍ୟବହୃତ ଲୁଗା ବଣ୍ଟନ କରାଯାଇଥିଲା।