ବ୍ରହ୍ମପୁର

ଗଛ ପଡ଼ି ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁ ରାସ୍ତା ଅବରୋଧ

ଗଛ ପଡ଼ି ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁ ରାସ୍ତା ଅବରୋଧ

ଦାରିଙ୍ଗବାଡ଼ି,୧୫।୮(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ବୁଧବାର ସକାଳେ ପୂର୍ତ୍ତବିଭାଗ ରାସ୍ତାର  ବ୍ରାହ୍ମଣୀଗାଁ ନିକଟ ବଙ୍ଗରଦୁଆ ଘାଟିରେ ବିରାଟ ବରଗଛ ପଡ଼ି ରାସ୍ତା ଅବରୋଧ ହୋଇଛି ା

ସ୍ବାସ୍ଥ୍ୟ ଶିବିର

ସ୍ବାସ୍ଥ୍ୟ ଶିବିର

ବ୍ରହ୍ମପୁର ଅଫିସ,୧୫।୮- ବ୍ରହ୍ମପୁର ଯାଦବ ସଙ୍ଘ ପକ୍ଷରୁ ଖଲାସିସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବୁଧବାର ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଡା. ନାଗେଶ୍ୱର ରାଓ ଶିବିର ସଂଯୋଜନା କରିଥିଲେ। ପ୍ରାୟ ୭୦ରୁ ଅଧିକ ସ୍ଥାନୀୟ ବାସିନ୍ଦାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଶିବିରକୁ ସଙ୍ଘର ସଭାପତି କେ. ଅନୀଲ କୁମାର ଉଦ୍‌ଘାଟନ କରିଥିଲେ। ସମ୍ପାଦକ ଏମ. ଭେଙ୍କେଟରାମନା ଙ୍କ ସମେତ ସଙ୍ଘର ଅନ୍ୟ ସଦସ୍ୟମାନେ ପରିଚାଳନା କରିଥିଲେ।

୩୦ଫୁଟ ଲମ୍ବର ଜାତୀୟ ପତାକା

୩୦ଫୁଟ ଲମ୍ବର ଜାତୀୟ ପତାକା

ବ୍ରହ୍ମପୁର ଅଫିସ,୧୫।୮(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଯୁବ ବିଜେଡି ପକ୍ଷରୁ ବୁଧବାର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଦଳ ପକ୍ଷରୁ ଏକ ୩୦ ଫୁଟ ଲମ୍ବର ଜାତୀୟ ପତାକା ପ୍ରସ୍ତୁତ କରାଯାଇ ଥିଲା। ପ୍ରଥମେ କର୍ମୀମାନେ ବ୍ରହ୍ମପୁର ସହର ବ୍ୟାପି ଏକ ଶୋଭାଯାତ୍ରାରେ ବୁଲି ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ଜାତୀୟ ପତାକା ପ୍ରଦର୍ଶନ କରିଥିଲେ। ଜିଲା ଯୁବ ବିଜେଡି ସଭାପତି ଧନଞ୍ଜୟ ରାଓ, ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ ପଣ୍ଡାଙ୍କ ସମେତ ଯୁବ ଏବଂ ଛାତ୍ର ବିଜେଡିର ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ।

ପ୍ରତିକୂଳ ପାଗ ସତ୍ତ୍ୱେ ରାଇକିଆରେ ସ୍ବାଧୀନତା ଦିବସ ପାଳିତ

ପ୍ରତିକୂଳ ପାଗ ସତ୍ତ୍ୱେ ରାଇକିଆରେ ସ୍ବାଧୀନତା ଦିବସ ପାଳିତ

ରାଇକିଆ, ୧୫।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆରେ ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ବିଜୟ ହାଇସ୍କୁଲଠାରେ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। 

ଦାରିଙ୍ଗବାଡ଼ିରେ ପଞ୍ଚାୟତସ୍ତରୀୟ ସ୍ବାଧୀନତା ଦିବସ ପାଳନ ବେଳେ ନବମ ଶ୍ରେଣୀ ଛାତ୍ର ଗୁରୁତର

ଦାରିଙ୍ଗବାଡ଼ିରେ ପଞ୍ଚାୟତସ୍ତରୀୟ ସ୍ବାଧୀନତା ଦିବସ ପାଳନ ବେଳେ ନବମ ଶ୍ରେଣୀ ଛାତ୍ର ଗୁରୁତର

ଦାରିଙ୍ଗବାଡ଼ି,୧୫।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ସିମନବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବୁଧବାର ପଞ୍ଚାୟତ ସ୍ତରୀୟ  ୭୨ ତମ ସ୍ବାଧୀନତା ଦିବସ ପାଳନ ଅବସରରେ  ଜଣେ ନବମ ଶ୍ରେଣୀ ଛାତ୍ର ଦୀପକପତି ନାୟକ ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ। 

ବ୍ରହ୍ମପୁରରେ ସ୍ବାଧୀନତା ଦିବସ ପାଳିତ

ବ୍ରହ୍ମପୁରରେ ସ୍ବାଧୀନତା ଦିବସ ପାଳିତ

ବ୍ରହ୍ମପୁର ଅଫିସ,୧୫।୮: ଗଞ୍ଜାମ ଜିଲା ବ୍ରହ୍ମପୁର ଷ୍ଟାଡିୟମ୍‌ରେ ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ବୁଧବାର ପାଳିତ ହୋଇଯାଇଛି। ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି. ଆଓ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବାସହ ସମ୍ମିଳିତ ପରେଡ଼ରେ ଅଭିବାଦନ ଗ୍ରାମର କରିଥିଲେ। 

ଭାଜପା କାର୍ଯ୍ୟକର୍ତ୍ତାଙ୍କ ବୈଠକ

ଭାଜପା କାର୍ଯ୍ୟକର୍ତ୍ତାଙ୍କ ବୈଠକ

ଆସିକା,୧୫ା୮(ଡି.ଏନ୍‌.ଏ):ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଭାଜପା କାର୍ଯ୍ୟକର୍ତ୍ତାସ୍ତରୀୟ ବୈଠକ ମଙ୍ଗଳବାର ଅଶୋକା କନଫେରେନ୍ସ ହଲରେ ଅନୁଷ୍ଠିତ ହୋଇଥିଲା ା ବୈଠକରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ଦିଗରେ ରାଜ୍ୟ ସରକାରଙ୍କ ହେୟ ମନୋଭାବ ନେଇ ଉଦବେଗ ପ୍ରକାଶ ପାଇଥିଲା ା ଜନସାଧାରଣଙ୍କ ହକ ଲାଗି ଭାଜପା ପକ୍ଷରୁ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀରେ ଜୋରଦାର ଆନ୍ଦୋଳନ କରାଯିବା ଲାଗି ନିଷ୍ପି ନିଆଯାଇଥିଲା ା ବୈଠକ ଶେଷରେ ଏକ ଖବରଦାତା ସମ୍ମିଳନୀରେ ଭାଜପା ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଏହି ସୂଚନା ଦେଇଛନ୍ତି ା ସେ କହିଲେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା, ଘରେ ଘରେ ପାଇଖାନା ଯୋଜନା ଆଦି ବିଭିନ୍ନ କାର୍ଯ୍ୟକ୍ରମ ଠିକ  କରାଯାଇ ନାହିଁ। ଏହି ଯୋଜନାରେ ବହୁ ପ୍ରଭାବଶାଳୀ ଲୋକ ଉପକୃତ ହୋଇଥିଲା ବେଳେ ପ୍ରକୃତ ଉପଭୋକ୍ତା ଏହି ଯୋଜନାର ସୁଫଳ ପାଇବାରେ ବଞ୍ଚିତ ହୋଇଛନ୍ତିି। 

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ: ହେଲ୍ପଡେସ୍କକୁ ଭାଙ୍ଗି ଦିଆଯାଇଥିବା ଅଭିଯୋଗ

ବ୍ରହ୍ମପୁର ଅଫିସ,୧୫ା୮:ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପୁଣିଥରେ  ଅଶାନ୍ତି ଦେଖିବାକୁ ମିଳିଛି ା ନୂତନ କରି ଆଡମିଶନ ହୋଇଥିବା  ଛାତ୍ରୀଛାତ୍ରମାନଙ୍କୁ  ନିର୍ବାଚିତ ଛାତ୍ର ଦଳ ପକ୍ଷରୁ କରାଯାଇଥିବା ହେଲ୍ପଡେସ୍କକୁ କେହି ଭାଙ୍ଗି ଦେଇଥିବା ଛାତ୍ର ସଂସଦ ସଭାପତି ଭି. ଶ୍ରୀନିବାସନ ଅଭିଯୋଗ କରିଛନ୍ତି। ଏନେଇ ସେ ସ୍ଥାନୀୟ ଭଞ୍ଜବିହାର ଆଉଟପୋଷ୍ଟରେ ଛାତ୍ରୀଛାତ୍ରମାନେ ଏତଲା ଦେଇଥିବା କହିଛନ୍ତି ା

ଜମିରୁ ଛାଡ଼ୁନି ବନ୍ୟାଜଳ, କ୍ଷତି ସହୁଛି ଚାଷୀ

ଜମିରୁ ଛାଡ଼ୁନି ବନ୍ୟାଜଳ, କ୍ଷତି ସହୁଛି ଚାଷୀ

କନିଷି,୧୫ା୮(ଡି.ଏନ.ଏ.):ରଙ୍ଗେଇଲୁଣ୍ଡା ବ୍ଲକର ଫୁଲଟା, କୋଳଥିଗାଁ, କେଲୁଆପଲି, ଗଞ୍ଜୁ, ଇନ୍ଦ୍ରାକ୍ଷି, ସାବାନପଦର, ମେଣ୍ଢ୍ରାଜପୁର, ମନ୍ତ୍ରିଡ଼ି, ବିଶ୍ୱନାଥପୁର ଗ୍ରାମ ପଞ୍ଚାୟତ ସମେତ ଅନ୍ୟ ଗ୍ରାମପଞ୍ଚାୟତର ଅଧିକାଂଶ ଗ୍ରାମର ଖାଲୁଆ ଅଞ୍ଚଳରେ ଥିବା ଜମିରେ ପ୍ରତ୍ୟେକ ବର୍ଷ ବନ୍ୟାଜଳ ଜମି ରହୁଛି। ଫଳରେ ଚାଷୀଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡ଼ୁଛି । ଅଞ୍ଚଳର ସାପୁଆ ନାଳ, ବାହାନା ନାଳ, କଙ୍କିଆ ନାଳ, ନୁଆଁନଇ, ଘଡ଼ଙ୍ଗ ନାଳରେ ବନ୍ୟା ଜଳ ଆସି ହଜାର ହଜାର ଏକର ଜମିରେ ଧାନ ଫସଲ ନଷ୍ଟ କରୁଛି। ଋଣ କରି ଚାଷ କରୁଥିବା ଚାଷୀର କ୍ଷତିକୁ କୌଣସି ସମୟରେ ସରକାରଙ୍କ ପକ୍ଷରୁ ଆକଳନ କରାଯାଉନାହିଁ।

ଦୁର୍ଘଟଣାରେ ଜଣେ ମୃତ, ରାସ୍ତାରୋକା

ଭଞ୍ଜନଗର,୧୫ା୮(ଡି.ଏନ୍‌.ଏ.) :ଭଞ୍ଜନଗର ନିକଟସ୍ଥ ମୁଜାଗଡ଼ ଠାରେ ମଙ୍ଗଳବାର ଏକ ଟାଟା ମ୍ୟାଜିକ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମୁଜାଗଡ଼ର କାଶୀ ନାୟକ। ଦୁର୍ଘଟଣାପରେ  ଉତ୍ତ୍ୟକ୍ତ ଲୋକେ ମୁଜାଗଡ଼ଠାରେ ଭଞ୍ଜନଗର-ଫୁଲବାଣୀ ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ। ଖବରପାଇ ଭଞ୍ଜନଗର ପୋଲିସ ପହଞ୍ଚତ୍ ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ପ୍ରକାଶ ଯେ, କାଶୀ ପୂର୍ବାହ୍ନରେ ରାସ୍ତା ପାର ହେଉଥିବା ବେଳେ ଫୁଲବାଣୀ ଆଡ଼ୁ ଆସୁଥିବା ଟାଟା ମ୍ୟାଜିକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇଛି। ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରାଯାଇଛି।

ବିରଞ୍ଚତ୍ପୁରରୁ ନାଗସାପ ଉଦ୍ଧାର

ବିରଞ୍ଚତ୍ପୁରରୁ ନାଗସାପ ଉଦ୍ଧାର

ବୁଗୁଡ଼ା, ୧୫ା୮ (ଡି.ଏନ.ଏ.):ବୁଗୁଡ଼ା ବ୍ଲକ ବିରଞ୍ଚତ୍ପୁର ଗ୍ରାମର ତାରିଣୀ ରାଇସ ମିଲରୁ ମଙ୍ଗଳବାର ଏକ ୫ ଫୁଟିଆ ନାଗସାପ ଉଦ୍ଧାର କରାଯାଇଛି। ମିଲ୍‌ ମାଲିକ ବଣ୍ଟି ରେଡ୍ଡୀ ନିଜ ମିଲରେ ଅପରାହ୍ନ ୪ଟାରେ ବୁଲୁଥିବା ବେଳେ ହଠାତ୍‌ ଗୋଦାମ ଗୃହରେ ଏକ ନାଗସାପ ଦେଖିଥିଲେ। ପରେ ସେ ବି.କରଡ଼ାବାଡ଼ି ସ୍ନେକ୍‌ ହେଲପ୍‌ ଲାଇନର କର୍ମୀ ହରିଶ ପାଢ଼ୀଙ୍କୁ ଫୋନ ଯୋଗେ ଜଣାଇଥିଲେ। ସେ ଘଟଣାସ୍ଥଳରେ ପହଞ୍ଚତ୍ ସାପକୁ ଧରି ତାକୁ ଜଙ୍ଗଲରେ ଛାଡ଼ି ଦେଇଥିଲେ।

ଆର୍‌ଡି ଅଫିସ୍‌ରେ ଠିକାଦାରଙ୍କ ଭଙ୍ଗାରୁଜା

ଆର୍‌ଡି ଅଫିସ୍‌ରେ ଠିକାଦାରଙ୍କ ଭଙ୍ଗାରୁଜା

ଫୁଲବାଣୀ ଅଫିସ,୧୫ା୮- ଗ୍ରାମ୍ୟଉନ୍ନୟନ ବିଭାଜନ କାର୍ଯ୍ୟାଳୟ (ଆର୍‌ଡି)କୁ ଭଞ୍ଜନଗରର ଜଣେ ଠିକାଦାର ଆସି ଭଙ୍ଗାରୁଜା କରିଛନ୍ତି। ଆମକୁ କାମ ଦିଅ ନହେଲେ ପରିସ୍ଥିତି ଆଗକୁ ଏମିତି ହେବ ବୋଲି ସେ ଧମକ ଦେଇଛନ୍ତି। ଏନେଇ ଆର୍‌ଡି ନିର୍ବାହୀ ଯନ୍ତ୍ରୀ ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ତେବେ ପୋଲିସ ମାମଲା ରୁଜୁ କରି ନ ଥିବାବେଳେ ଘଟଣାର ତଦନ୍ତ ଜାରି ରଖିଛି।

‘ଗଣତନ୍ତ୍ର ନୁହଁ, ବିଜେଡିତନ୍ତ୍ର ଚାଲିଛି’

‘ଗଣତନ୍ତ୍ର ନୁହଁ, ବିଜେଡିତନ୍ତ୍ର ଚାଲିଛି’

ବ୍ରହ୍ମପୁର ଅଫିସ୍‌,୧୫ା୮-ଗଣତନ୍ତ୍ର ହେଉଛି ଲୋକଙ୍କର, ଲୋକଙ୍କ ପାଇଁ ଏବଂ ଲୋକଙ୍କ ଦ୍ୱାରା। କିନ୍ତୁ ଓଡ଼ିଶାରେ ଗଣତନ୍ତ୍ର ପାଲଟିଛି ବିଜେଡିର, ବିଜେଡି ପାଇଁ ଏବଂ ବିଜେଡି ଦ୍ୱାରା। ଅନେକ ସରକାରୀ ଯୋଜନାର ହିତାଧିକାରୀ ବିଜେଡି କର୍ମୀ ସାଜିଛନ୍ତି। ରାଶନ୍‌ ସାମଗ୍ରୀ ଗରିବ ବଦଳରେ ବିଜେଡି କର୍ମୀମାନେ ହାତେଇ ନେଇଛନ୍ତି। ଜିଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନକୁ ନିଜ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ବ୍ୟବହାର କରୁଛି ବିଜେଡି। ପ୍ରତ୍ୟେକ ଅଧିକାରୀ ଚାପରେ କାମ କରୁଛନ୍ତି। ଏଭଳି ଶାସନ ବ୍ୟବସ୍ଥା ଦେଶର ଅନ୍ୟ କୌଣସି ରାଜ୍ୟରେ ଦେଖିବାକୁ ମିଳୁନି। 

ଚିଲିକାରେ ଏରୋଡ୍ରମ୍‌କୁ ବିରୋଧ

ଚିଲିକାରେ ଏରୋଡ୍ରମ୍‌କୁ ବିରୋଧ

ବ୍ରହ୍ମପୁର ଅଫିସ୍‌,୧୫ା୮: ଚିଲିକା ଜଳରାଶିରେ ଏରୋଡ୍ରମ୍‌ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଏହାକୁ ସର୍ବତ୍ର ବିରୋଧ କରାଯାଉଛି। ପରିବେଶବିତ୍‌ମାନେ ଆନ୍ଦୋଳନ ପାଇଁ ସଜବାଜ ହେଲେଣି। ସେହିଭଳି ରାଜ୍ୟ ସରକାର ମଧ୍ୟ ବିରୋଧ କରିବାକୁ ପ୍ରସ୍ତୁତ ହେଉଛନ୍ତି। ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଚିଲିକାରେ ଏରୋଡ୍ରମ୍‌କୁ ବିରୋଧ କରିଛନ୍ତି ପରିବେଶବିତ୍‌୍‌ ତଥା ଲୋକଶକ୍ତି ଅଭିଯାନର ରାଜ୍ୟ ସଭାପତି ପ୍ରଫୁଲ୍ଲ ସାମନ୍ତରାୟ। ଏରୋଡ୍ରମ ଦ୍ୱାରା ଚିଲିକାର ଜୈବ ବିବିଧତା ନଷ୍ଟ ହେବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି ।

ନାବାଳିକା ବଳାତ୍କାର ଉଦ୍ୟମ ମାମଲା: ୨ ଅଭିଯୁକ୍ତଙ୍କୁ ୭ ବର୍ଷ ଲେଖାଏଁ ଜେଲ

ନାବାଳିକା ବଳାତ୍କାର ଉଦ୍ୟମ ମାମଲା: ୨ ଅଭିଯୁକ୍ତଙ୍କୁ ୭ ବର୍ଷ ଲେଖାଏଁ ଜେଲ

ଫୁଲବାଣୀ ଅଫିସ, ୧୪ା୮-ଜଣେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ମାମଲାର ବିଚାର କରି ମଙ୍ଗଳବାର ସ୍ବତନ୍ତ୍ର ପୋକ୍‌ସୋ ଜଜ୍‌ ସୁଶାନ୍ତ ପଟେଲ ୨ ଅଭିଯୁକ୍ତଙ୍କୁ ୭ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି।

 ଗ୍ୟାସ୍‌ ଲିକରୁ ଅଗ୍ନିକାଣ୍ଡ: ସୋଡା ଗାଡ଼ି ଜଳିଗଲା

ଗ୍ୟାସ୍‌ ଲିକରୁ ଅଗ୍ନିକାଣ୍ଡ: ସୋଡା ଗାଡ଼ି ଜଳିଗଲା

ଛତ୍ରପୁର,୧୪ା୮(ଡି.ଏନ.ଏ.)-ଛତ୍ରପୁର ବାଇପାସ୍‌ ଜାତୀୟ ରାଜପଥ ପାର୍ଶ୍ୱରେ ଅଟକି ଥିବା ଗ୍ୟାସ୍‌ ସୋଡା ଗାଡିରେ ସୋମବାର ହଠାତ୍‌ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ଯାଇଛି। ଖବରପାଇ ଛତ୍ରପୁର ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

କର୍ମଚାରୀ ୟୁନିୟନ ନିର୍ବାଚନ ଦାବି: ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

କର୍ମଚାରୀ ୟୁନିୟନ ନିର୍ବାଚନ ଦାବି: ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ଛତ୍ରପୁର,୧୪ା୮(ଡି.ଏନ.ଏ.)-ଗଞ୍ଜାମସ୍ଥିତ ଗ୍ରାସୀମ ଇଣ୍ଡଷ୍ଟ୍ରିଜରେ ୧୩ ତାରିଖରେ କର୍ମଚାରୀ ୟୁନିୟନର ନିର୍ବାଚନ କରାଯିବାକୁ ଶ୍ରମ ବିଭାଗ ପକ୍ଷରୁ ସ୍ଥିର ହୋଇଥିଲା  ପରେ ଏହାକୁ ବାତିଲ କରାଯାଇଥିବାରୁ ଏଆଇଟୁୟୁସି ସହବନ୍ଧିତ କର୍ମଚାରୀ ୟୁନିୟନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି 

ଭାମଶିଆଳିରେ ୧୦ ପ୍ରକଳ୍ପର ଶିଳାନ୍ୟାସ

ଭାମଶିଆଳିରେ ୧୦ ପ୍ରକଳ୍ପର ଶିଳାନ୍ୟାସ


ବୁଗୁଡ଼ା,୧୪।୮(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ ଭାମଶିଆଳି ପଞ୍ଚାୟତର ଭାମଶିଆଳିଠାରେ ମଙ୍ଗଳବାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୧୦ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଯାଇଛି।

ଛାତ୍ର ସଫେଇ କଲେ ଗାଁ ରାସ୍ତା

ଛାତ୍ର ସଫେଇ କଲେ ଗାଁ ରାସ୍ତା

ଗଞ୍ଜାମ,୧୪।୮(ଡି.ଏନ.ଏ.)-ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ ମାଳୀଜଗନ୍ନାଥପୁର ଗ୍ରାମର ଯୁବ ଛାତ୍ରମାନେ ମଙ୍ଗଳବାର ଗାଁ ରାସ୍ତା ସଫେଇ କରିଛନ୍ତି।

ବିଦ୍ୟୁତ ଆଘାତରେ ନାବାଳକ ଗୁରୁତର

ବିଦ୍ୟୁତ ଆଘାତରେ ନାବାଳକ ଗୁରୁତର

କୋଦଳା,୧୪।୮(ଡି.ଏନ.ଏ.)-କୋଦଳା-ଖଲ୍ଲିକୋଟ ରାସ୍ତାର ଦଣ୍ଡୀଶ୍ୱର ଗେଟ ନିକଟରେ ମଙ୍ଗଳବାର ବିଦ୍ୟୁତ୍‌ ଆଘାତରେ ଜଣେ ନାବାଳକ ଗୁରୁତର ହୋଇଛନ୍ତି। ସେ ହେଲେ ରବୀନ୍ଦ୍ର ସୁବୁଦ୍ଧଙ୍କ ପୁଅ ଶୁଭମ (୧୨) । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ମହିଳାଙ୍କୁ ଆକ୍ରମଣ କରି ଚେନ୍‌ ଲୁଟ୍‌

ମହିଳାଙ୍କୁ ଆକ୍ରମଣ କରି ଚେନ୍‌ ଲୁଟ୍‌

ଦିଗପହଣ୍ଡି,୧୪।୮(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଗୋକର୍ଣ୍ଣପୁର ଗ୍ରାମର ଜଣେ ମହିଳାଙ୍କୁ ଆକ୍ରମଣ କରି ସୁନାଚେନ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ମଙ୍ଗଳବାର ମହିଳାଙ୍କ ଏତଲାକ୍ରମେ ପୋଲିସ ନଂ.୧୩୫/୧୮ରେ ମାମଲା ରୁଜୁ କରିଛି।

କାର୍‌ ସହ ଗଞ୍ଜେଇ ଜବତ, ୩ ଗିରଫ

କାର୍‌ ସହ ଗଞ୍ଜେଇ ଜବତ, ୩ ଗିରଫ

ଦାରିଙ୍ଗବାଡ଼ି,୧୪।୮(ଡି.ଏନ.ଏ): ଦାରିଙ୍ଗବାଡ଼ି ପୋଲିସ ମଙ୍ଗଳବାର ଏକ କାର୍‌ରୁ ୨୯ କେଜି ୫ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବାଲିଗୁଡ଼ା ବ୍ଲକ ସିନ୍ଦ୍ରିଗାଁର ପ୍ରଶାନ୍ତ ଦିଗାଳ, ଦଣ୍ଡପଦରର ଭବାନୀ ଶଙ୍କର ଜେନା ଓ ମହେନ୍ଦ୍ର କିଶୋର ଜେନା।

ସମୁଦ୍ର ଆଶାନ୍ତ

ସମୁଦ୍ର ଆଶାନ୍ତ

ବ୍ରହ୍ମପୁର ଅଫିସ,୧୪।୮: ଲଘୁଚାପ ବର୍ଷାରେ ବେହାଲ ହୋଇଛି ଗଞ୍ଜାମ। ଭୁବନେଶ୍ୱର ପାଣିପାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୧୬ ଯାଏ ଏଭଳି ବର୍ଷା ଲାଗିରହିବ।

ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ଦିଗପହଣ୍ଡି,୧୪।୮(ଡି.ଏନ୍‌.ଏ.): ଦିଗପହଣ୍ଡି ବ୍ଲକ ବିଜୟଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ଅଧୀନ ଏକ ଗାଁରେ ଜଣେ ଯୁବତୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ଏତଲାକୁ ଭିତ୍ତିକରି କେ. ନୂଆଗାଁ ପୋଲିସ ଅଭିଯୁକ୍ତ ଓଡ଼ିଆ ବିଶୋଇ ଏବଂ କୁମାର ବିଶୋଇଙ୍କ ବିରୋଧରେ ମାମଲା ରୁଜୁ କରିଛି।