ବ୍ରହ୍ମପୁର

ବିରଞ୍ଚତ୍ପୁରରୁ ନାଗସାପ ଉଦ୍ଧାର

ବିରଞ୍ଚତ୍ପୁରରୁ ନାଗସାପ ଉଦ୍ଧାର

ବୁଗୁଡ଼ା, ୧୫ା୮ (ଡି.ଏନ.ଏ.):ବୁଗୁଡ଼ା ବ୍ଲକ ବିରଞ୍ଚତ୍ପୁର ଗ୍ରାମର ତାରିଣୀ ରାଇସ ମିଲରୁ ମଙ୍ଗଳବାର ଏକ ୫ ଫୁଟିଆ ନାଗସାପ ଉଦ୍ଧାର କରାଯାଇଛି। ମିଲ୍‌ ମାଲିକ ବଣ୍ଟି ରେଡ୍ଡୀ ନିଜ ମିଲରେ ଅପରାହ୍ନ ୪ଟାରେ ବୁଲୁଥିବା ବେଳେ ହଠାତ୍‌ ଗୋଦାମ ଗୃହରେ ଏକ ନାଗସାପ ଦେଖିଥିଲେ। ପରେ ସେ ବି.କରଡ଼ାବାଡ଼ି ସ୍ନେକ୍‌ ହେଲପ୍‌ ଲାଇନର କର୍ମୀ ହରିଶ ପାଢ଼ୀଙ୍କୁ ଫୋନ ଯୋଗେ ଜଣାଇଥିଲେ। ସେ ଘଟଣାସ୍ଥଳରେ ପହଞ୍ଚତ୍ ସାପକୁ ଧରି ତାକୁ ଜଙ୍ଗଲରେ ଛାଡ଼ି ଦେଇଥିଲେ।

ଆର୍‌ଡି ଅଫିସ୍‌ରେ ଠିକାଦାରଙ୍କ ଭଙ୍ଗାରୁଜା

ଆର୍‌ଡି ଅଫିସ୍‌ରେ ଠିକାଦାରଙ୍କ ଭଙ୍ଗାରୁଜା

ଫୁଲବାଣୀ ଅଫିସ,୧୫ା୮- ଗ୍ରାମ୍ୟଉନ୍ନୟନ ବିଭାଜନ କାର୍ଯ୍ୟାଳୟ (ଆର୍‌ଡି)କୁ ଭଞ୍ଜନଗରର ଜଣେ ଠିକାଦାର ଆସି ଭଙ୍ଗାରୁଜା କରିଛନ୍ତି। ଆମକୁ କାମ ଦିଅ ନହେଲେ ପରିସ୍ଥିତି ଆଗକୁ ଏମିତି ହେବ ବୋଲି ସେ ଧମକ ଦେଇଛନ୍ତି। ଏନେଇ ଆର୍‌ଡି ନିର୍ବାହୀ ଯନ୍ତ୍ରୀ ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ତେବେ ପୋଲିସ ମାମଲା ରୁଜୁ କରି ନ ଥିବାବେଳେ ଘଟଣାର ତଦନ୍ତ ଜାରି ରଖିଛି।

‘ଗଣତନ୍ତ୍ର ନୁହଁ, ବିଜେଡିତନ୍ତ୍ର ଚାଲିଛି’

‘ଗଣତନ୍ତ୍ର ନୁହଁ, ବିଜେଡିତନ୍ତ୍ର ଚାଲିଛି’

ବ୍ରହ୍ମପୁର ଅଫିସ୍‌,୧୫ା୮-ଗଣତନ୍ତ୍ର ହେଉଛି ଲୋକଙ୍କର, ଲୋକଙ୍କ ପାଇଁ ଏବଂ ଲୋକଙ୍କ ଦ୍ୱାରା। କିନ୍ତୁ ଓଡ଼ିଶାରେ ଗଣତନ୍ତ୍ର ପାଲଟିଛି ବିଜେଡିର, ବିଜେଡି ପାଇଁ ଏବଂ ବିଜେଡି ଦ୍ୱାରା। ଅନେକ ସରକାରୀ ଯୋଜନାର ହିତାଧିକାରୀ ବିଜେଡି କର୍ମୀ ସାଜିଛନ୍ତି। ରାଶନ୍‌ ସାମଗ୍ରୀ ଗରିବ ବଦଳରେ ବିଜେଡି କର୍ମୀମାନେ ହାତେଇ ନେଇଛନ୍ତି। ଜିଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନକୁ ନିଜ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ବ୍ୟବହାର କରୁଛି ବିଜେଡି। ପ୍ରତ୍ୟେକ ଅଧିକାରୀ ଚାପରେ କାମ କରୁଛନ୍ତି। ଏଭଳି ଶାସନ ବ୍ୟବସ୍ଥା ଦେଶର ଅନ୍ୟ କୌଣସି ରାଜ୍ୟରେ ଦେଖିବାକୁ ମିଳୁନି। 

ଚିଲିକାରେ ଏରୋଡ୍ରମ୍‌କୁ ବିରୋଧ

ଚିଲିକାରେ ଏରୋଡ୍ରମ୍‌କୁ ବିରୋଧ

ବ୍ରହ୍ମପୁର ଅଫିସ୍‌,୧୫ା୮: ଚିଲିକା ଜଳରାଶିରେ ଏରୋଡ୍ରମ୍‌ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଏହାକୁ ସର୍ବତ୍ର ବିରୋଧ କରାଯାଉଛି। ପରିବେଶବିତ୍‌ମାନେ ଆନ୍ଦୋଳନ ପାଇଁ ସଜବାଜ ହେଲେଣି। ସେହିଭଳି ରାଜ୍ୟ ସରକାର ମଧ୍ୟ ବିରୋଧ କରିବାକୁ ପ୍ରସ୍ତୁତ ହେଉଛନ୍ତି। ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଚିଲିକାରେ ଏରୋଡ୍ରମ୍‌କୁ ବିରୋଧ କରିଛନ୍ତି ପରିବେଶବିତ୍‌୍‌ ତଥା ଲୋକଶକ୍ତି ଅଭିଯାନର ରାଜ୍ୟ ସଭାପତି ପ୍ରଫୁଲ୍ଲ ସାମନ୍ତରାୟ। ଏରୋଡ୍ରମ ଦ୍ୱାରା ଚିଲିକାର ଜୈବ ବିବିଧତା ନଷ୍ଟ ହେବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି ।

ନାବାଳିକା ବଳାତ୍କାର ଉଦ୍ୟମ ମାମଲା: ୨ ଅଭିଯୁକ୍ତଙ୍କୁ ୭ ବର୍ଷ ଲେଖାଏଁ ଜେଲ

ନାବାଳିକା ବଳାତ୍କାର ଉଦ୍ୟମ ମାମଲା: ୨ ଅଭିଯୁକ୍ତଙ୍କୁ ୭ ବର୍ଷ ଲେଖାଏଁ ଜେଲ

ଫୁଲବାଣୀ ଅଫିସ, ୧୪ା୮-ଜଣେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ମାମଲାର ବିଚାର କରି ମଙ୍ଗଳବାର ସ୍ବତନ୍ତ୍ର ପୋକ୍‌ସୋ ଜଜ୍‌ ସୁଶାନ୍ତ ପଟେଲ ୨ ଅଭିଯୁକ୍ତଙ୍କୁ ୭ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି।

 ଗ୍ୟାସ୍‌ ଲିକରୁ ଅଗ୍ନିକାଣ୍ଡ: ସୋଡା ଗାଡ଼ି ଜଳିଗଲା

ଗ୍ୟାସ୍‌ ଲିକରୁ ଅଗ୍ନିକାଣ୍ଡ: ସୋଡା ଗାଡ଼ି ଜଳିଗଲା

ଛତ୍ରପୁର,୧୪ା୮(ଡି.ଏନ.ଏ.)-ଛତ୍ରପୁର ବାଇପାସ୍‌ ଜାତୀୟ ରାଜପଥ ପାର୍ଶ୍ୱରେ ଅଟକି ଥିବା ଗ୍ୟାସ୍‌ ସୋଡା ଗାଡିରେ ସୋମବାର ହଠାତ୍‌ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ଯାଇଛି। ଖବରପାଇ ଛତ୍ରପୁର ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

କର୍ମଚାରୀ ୟୁନିୟନ ନିର୍ବାଚନ ଦାବି: ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

କର୍ମଚାରୀ ୟୁନିୟନ ନିର୍ବାଚନ ଦାବି: ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ଛତ୍ରପୁର,୧୪ା୮(ଡି.ଏନ.ଏ.)-ଗଞ୍ଜାମସ୍ଥିତ ଗ୍ରାସୀମ ଇଣ୍ଡଷ୍ଟ୍ରିଜରେ ୧୩ ତାରିଖରେ କର୍ମଚାରୀ ୟୁନିୟନର ନିର୍ବାଚନ କରାଯିବାକୁ ଶ୍ରମ ବିଭାଗ ପକ୍ଷରୁ ସ୍ଥିର ହୋଇଥିଲା  ପରେ ଏହାକୁ ବାତିଲ କରାଯାଇଥିବାରୁ ଏଆଇଟୁୟୁସି ସହବନ୍ଧିତ କର୍ମଚାରୀ ୟୁନିୟନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି 

ଭାମଶିଆଳିରେ ୧୦ ପ୍ରକଳ୍ପର ଶିଳାନ୍ୟାସ

ଭାମଶିଆଳିରେ ୧୦ ପ୍ରକଳ୍ପର ଶିଳାନ୍ୟାସ


ବୁଗୁଡ଼ା,୧୪।୮(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ ଭାମଶିଆଳି ପଞ୍ଚାୟତର ଭାମଶିଆଳିଠାରେ ମଙ୍ଗଳବାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୧୦ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଯାଇଛି।

ଛାତ୍ର ସଫେଇ କଲେ ଗାଁ ରାସ୍ତା

ଛାତ୍ର ସଫେଇ କଲେ ଗାଁ ରାସ୍ତା

ଗଞ୍ଜାମ,୧୪।୮(ଡି.ଏନ.ଏ.)-ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ ମାଳୀଜଗନ୍ନାଥପୁର ଗ୍ରାମର ଯୁବ ଛାତ୍ରମାନେ ମଙ୍ଗଳବାର ଗାଁ ରାସ୍ତା ସଫେଇ କରିଛନ୍ତି।

ବିଦ୍ୟୁତ ଆଘାତରେ ନାବାଳକ ଗୁରୁତର

ବିଦ୍ୟୁତ ଆଘାତରେ ନାବାଳକ ଗୁରୁତର

କୋଦଳା,୧୪।୮(ଡି.ଏନ.ଏ.)-କୋଦଳା-ଖଲ୍ଲିକୋଟ ରାସ୍ତାର ଦଣ୍ଡୀଶ୍ୱର ଗେଟ ନିକଟରେ ମଙ୍ଗଳବାର ବିଦ୍ୟୁତ୍‌ ଆଘାତରେ ଜଣେ ନାବାଳକ ଗୁରୁତର ହୋଇଛନ୍ତି। ସେ ହେଲେ ରବୀନ୍ଦ୍ର ସୁବୁଦ୍ଧଙ୍କ ପୁଅ ଶୁଭମ (୧୨) । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ମହିଳାଙ୍କୁ ଆକ୍ରମଣ କରି ଚେନ୍‌ ଲୁଟ୍‌

ମହିଳାଙ୍କୁ ଆକ୍ରମଣ କରି ଚେନ୍‌ ଲୁଟ୍‌

ଦିଗପହଣ୍ଡି,୧୪।୮(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଗୋକର୍ଣ୍ଣପୁର ଗ୍ରାମର ଜଣେ ମହିଳାଙ୍କୁ ଆକ୍ରମଣ କରି ସୁନାଚେନ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ମଙ୍ଗଳବାର ମହିଳାଙ୍କ ଏତଲାକ୍ରମେ ପୋଲିସ ନଂ.୧୩୫/୧୮ରେ ମାମଲା ରୁଜୁ କରିଛି।

କାର୍‌ ସହ ଗଞ୍ଜେଇ ଜବତ, ୩ ଗିରଫ

କାର୍‌ ସହ ଗଞ୍ଜେଇ ଜବତ, ୩ ଗିରଫ

ଦାରିଙ୍ଗବାଡ଼ି,୧୪।୮(ଡି.ଏନ.ଏ): ଦାରିଙ୍ଗବାଡ଼ି ପୋଲିସ ମଙ୍ଗଳବାର ଏକ କାର୍‌ରୁ ୨୯ କେଜି ୫ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବାଲିଗୁଡ଼ା ବ୍ଲକ ସିନ୍ଦ୍ରିଗାଁର ପ୍ରଶାନ୍ତ ଦିଗାଳ, ଦଣ୍ଡପଦରର ଭବାନୀ ଶଙ୍କର ଜେନା ଓ ମହେନ୍ଦ୍ର କିଶୋର ଜେନା।

ସମୁଦ୍ର ଆଶାନ୍ତ

ସମୁଦ୍ର ଆଶାନ୍ତ

ବ୍ରହ୍ମପୁର ଅଫିସ,୧୪।୮: ଲଘୁଚାପ ବର୍ଷାରେ ବେହାଲ ହୋଇଛି ଗଞ୍ଜାମ। ଭୁବନେଶ୍ୱର ପାଣିପାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୧୬ ଯାଏ ଏଭଳି ବର୍ଷା ଲାଗିରହିବ।

ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ଦିଗପହଣ୍ଡି,୧୪।୮(ଡି.ଏନ୍‌.ଏ.): ଦିଗପହଣ୍ଡି ବ୍ଲକ ବିଜୟଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ଅଧୀନ ଏକ ଗାଁରେ ଜଣେ ଯୁବତୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ଏତଲାକୁ ଭିତ୍ତିକରି କେ. ନୂଆଗାଁ ପୋଲିସ ଅଭିଯୁକ୍ତ ଓଡ଼ିଆ ବିଶୋଇ ଏବଂ କୁମାର ବିଶୋଇଙ୍କ ବିରୋଧରେ ମାମଲା ରୁଜୁ କରିଛି। 

ଧୋଇଗଲା ଅସ୍ଥାୟୀ ପୋଲ: ଦୀର୍ଘ ସମୟ ବନ୍ଦ ରହିଲା ୫୯ ନମ୍ବର ଜାତୀୟ ରାଜପଥ

ଧୋଇଗଲା ଅସ୍ଥାୟୀ ପୋଲ: ଦୀର୍ଘ ସମୟ ବନ୍ଦ ରହିଲା ୫୯ ନମ୍ବର ଜାତୀୟ ରାଜପଥ

ବାଲିଗୁଡ଼ା,୧୪।୮(ଡି.ଏନ୍‌.ଏ.): ସମଗ୍ର ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁ କନ୍ଧମାଳ ଜିଲାର ବାଲିଗୁଡ଼ା ନିକଟସ୍ଥ ସୀତାପଡ଼ିଠାରେ ୫୯ ନମ୍ବର ଜାତୀୟ ରାଜପଥରେ ଥିବା ଏକ ଅସ୍ଥାୟୀ ପୋଲ ସୋମବାର ରାତିରେ ଧୋଇ ଯାଇଛି।

୩ ଶହ ବର୍ଷର ଗ୍ରାମ ହେଲା ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ

୩ ଶହ ବର୍ଷର ଗ୍ରାମ ହେଲା ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୪।୮(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଧୀନ ଦୁର୍ଗମ  କାଟିଙ୍ଗିଆ ପଞ୍ଚାୟତର ଗୁଡ୍ରିଗୁଡ଼ା ଗ୍ରାମ ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ ଘୋଷିତ ହୋଇଛି। ଏଥିଲାଗି ଗ୍ରାମବାସୀ ସୋମବାର ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

୩୦ଟଙ୍କାରେ ଦେଶଭକ୍ତିର ଧୁନ୍‌

୩୦ଟଙ୍କାରେ ଦେଶଭକ୍ତିର ଧୁନ୍‌

ବ୍ରହ୍ମପୁର ଅଫିସ୍‌,୧୪ା୮ପୋଲିସ । ଏହି ଶବ୍ଦଟି ଶୁଣିବା କ୍ଷଣି ଆମ ଆଖି ସାମ୍ନାକୁ ପୋଲିସ ବାବୁଙ୍କ ଏକ ଚିତ୍ର ଆସିଯାଏ । ଦେହରେ ଖାକି ବର୍ଦ୍ଦି । ହାତରେ ବାଡ଼ି କିମ୍ବା ବନ୍ଧୁକ । ଚାଲିଚଳନ ଶୃଙ୍ଖଳିତ ।

ଆରମ୍ଭ ହେବ ଦକ୍ଷତା ବିକାଶ ପାଠ୍ୟକ୍ରମ

ଆରମ୍ଭ ହେବ ଦକ୍ଷତା ବିକାଶ ପାଠ୍ୟକ୍ରମ

ବ୍ରହ୍ମପୁର ଅଫିସ,୧୪ା୮ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି ନେଇ ଦକ୍ଷତା ବିକାଶ ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି ା 
ଏନେଇ ସୋମବାର ବିଶ୍ୱବିଦ୍ୟାଳୟ ଏବଂ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ସହ ଏମ୍‌ଓୟୁ  ସ୍ବାକ୍ଷରିତ ହୋଇଛି ା 

ସ୍ବାଧୀନତା ସଂଗ୍ରାମର ମୂକସାକ୍ଷୀ ବ୍ରହ୍ମପୁର ଜେଲ

ସ୍ବାଧୀନତା ସଂଗ୍ରାମର ମୂକସାକ୍ଷୀ ବ୍ରହ୍ମପୁର ଜେଲ

ଛତ୍ରପୁର,୧୪ା୮(ଡି.ଏନ.ଏ.)ଞ୍ଜାମ ଜିଲା ସମେତ ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ ରହିଛି ସର୍କଲ ଜେଲ ା ସ୍ବାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ମୂକସାକ୍ଷୀ ହେଉଛି ଏହି ଜେଲ ା 

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରୁ ୫ ଯୁବତୀ ଉଦ୍ଧାର

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରୁ ୫ ଯୁବତୀ ଉଦ୍ଧାର

କ.ନୂଆଗଁା,୧୪ା୮(ଡି.ଏନ୍‌.ଏ.)କନ୍ଧମାଳ ଜିଲାର ବିଭିନ୍ନ ବ୍ଲକରୁ ୬ଜଣ ଯୁବତୀଙ୍କୁ ନେଇ ଭୁବନେଶ୍ୱରର ଏକ ଚିଙ୍ଗୁଡି ଫ୍ର଼୍ୟାକ୍ଟ୍ରିରେ କାମ କରାଉଥିବା ଜଣେ ଦଲାଲ ଓ ଜଣେ ସୁପରଭାଇଜରଙ୍କୁ କ.ନୂଆଗଁା

ଭାଜପା କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଜାଭଡେକର

ଭାଜପା କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଜାଭଡେକର

ବ୍ରହ୍ମପୁର ଅଫିସ୍‌,୧୪ା୮: ଭାଜପାର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ମିସ୍‌କଲ୍‌ ମାଧ୍ୟମରେ ପ୍ରାୟ ୨୧କୋଟି ନୂତନ ସଦସ୍ୟ ଭାଜପାରେ ସାମିଲ୍‌ ହୋଇଛନ୍ତି । 

ସନ୍ଦିଗ୍ଧ କାର ସହ ୩ ଅଟକ

ସନ୍ଦିଗ୍ଧ କାର ସହ ୩ ଅଟକ

ଦାରିଙ୍ଗବାଡ଼ି,୧୪।୮(ଡି.ଏନ.ଏ.)ସ୍ବାଧୀନତା ଦିବସ ପାଳନ ଲାଗି ଦାରିଙ୍ଗବାଡ଼ି ଥାନା ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ା

ମା’ ବାପାଙ୍କୁ ମାଡ଼ ମାମଲା ଅଭିଯୁକ୍ତଙ୍କୁ ବର୍ଷେ ଜେଲ

ମା’ ବାପାଙ୍କୁ ମାଡ଼ ମାମଲା ଅଭିଯୁକ୍ତଙ୍କୁ ବର୍ଷେ ଜେଲ

ବ୍ରହ୍ମପୁର ଅଫିସ, ୧୪ା୮ସ୍ଥାନୀୟ ଜେଏମ୍‌ଏଫସି କୋର୍ଟରେ ଏକ ମାମଲାର ବିଚାର କରାଯାଇ ଅଭିଯୁକ୍ତ ପୁଅଙ୍କୁ ୧ ବର୍ଷ ଜେଲଦଣ୍ଡ ନିର୍ଦ୍ଦେଶ ଦିଆଯାଇଥିବା 

୧୦୦ ବସ୍ତା ପିଡିଏସ୍‌ ଚାଉଳ ଜବତ

୧୦୦ ବସ୍ତା ପିଡିଏସ୍‌ ଚାଉଳ ଜବତ

ଦାରିଙ୍ଗବାଡ଼ି,୧୪।୮(ଡି.ଏନ.ଏ)
କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ସୋମବାର ଚୋରା ଚାଲାଣ ହେଉଥିବା ୧୦୦ ବସ୍ତା ସାଧାରଣ ବଣ୍ଟନ (ପିଡିଏସ୍‌) ଚାଉଳ ଜବତ କରିଛି।