ବ୍ରହ୍ମପୁର

ଆବେଦନ କରି ନ ଥିବା ଚାଷୀଙ୍କୁ ସୁଯୋଗ ଦିଆଯାଉ

ଆବେଦନ କରି ନ ଥିବା ଚାଷୀଙ୍କୁ ସୁଯୋଗ ଦିଆଯାଉ

ଭଞ୍ଜନଗର,୪।୧୧(ଡି.ଏନ.ଏ.)- ତିତ୍‌ଲି ପରବର୍ତ୍ତୀ ବନ୍ୟାରେ ବେଲଗୁଣ୍ଠା ବ୍ଲକରେ ବ୍ୟାପକ ଫସଲ କ୍ଷତିହୋଇଛି। କିନ୍ତୁ ଫସଲ କ୍ଷତି ଆକଳନ ଠିକ୍‌ ଭାବେ ବେଲଗୁଣ୍ଠା ବ୍ଲକରେ ହେଉନାହିଁ।

କ୍ଷତିଗ୍ରସ୍ତ ସମବାୟ ଅନୁଷ୍ଠାନ ଅନୁଧ୍ୟାନ କଲେ ବିଭାଗୀୟ ନିବନ୍ଧକ

କ୍ଷତିଗ୍ରସ୍ତ ସମବାୟ ଅନୁଷ୍ଠାନ ଅନୁଧ୍ୟାନ କଲେ ବିଭାଗୀୟ ନିବନ୍ଧକ

ଆସିକା,୪ା୧୧ (ଡି.ଏନ୍‌.ଏ)- ତିତଲି ବାତ୍ୟା ଓ ବନ୍ୟାରେ ଆସିକାର ବିଭିନ୍ନ ସମବାୟ ଅନୁଷ୍ଠାନ ବିସ୍ତୃତ କ୍ଷତିର ସମ୍ମୁଖୀନ ହୋଇଥିଲା। ରାଜ୍ୟ ସମବାୟ ବିଭାଗର ନିବନ୍ଧକ ଡ. ତ୍ରିବିକ୍ରମ ପ୍ରଧାନ ଶୁକ୍ରବାର ଅପରାହ୍ନରେ ଆସିକାରେ ପହଞ୍ଚତ୍ ବିଭିନ୍ନ ସମବାୟ ଅନୁଷ୍ଠାନ ପରିଦର୍ଶନ କରିବା ସହ କ୍ଷୟକ୍ଷତି ଅନୁଧ୍ୟାନ କରି ଫେରିଛନ୍ତି।

ଯୋଗାଣ ମନ୍ତ୍ରୀଙ୍କ ଦ୍ୱାରା ତିତ୍‌ଲି ସହାୟତା ବଣ୍ଟନ

ଯୋଗାଣ ମନ୍ତ୍ରୀଙ୍କ ଦ୍ୱାରା ତିତ୍‌ଲି ସହାୟତା ବଣ୍ଟନ

ଦିଗପହଣ୍ଡି,୪ା୧୧(ଡି.ଏନ.ଏ.): ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଶନିବାର ଦିଗପହଣ୍ଡିରେ ତିତ୍‌ଲି କ୍ଷତିପୂରଣ ଆର୍ଥିକ ସହାୟତା ସମ୍ବନ୍ଧିତ ଚିଠା ବଣ୍ଟନ କରିଛନ୍ତି। ସ୍ଥାନୀୟ ଏନ୍‌ଏସି ପକ୍ଷରୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।

କୁମ୍ଭାରିପଦରେ ଭୂସ୍ଖଳନ: ଲୋକେ ଆତଙ୍କିତ

କୁମ୍ଭାରିପଦରେ ଭୂସ୍ଖଳନ: ଲୋକେ ଆତଙ୍କିତ

ଦାରିଙ୍ଗବାଡ଼ି,୪।୧୧(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲ୍ଳକ ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରିପଦର ମାଲାମାହା ଅଞ୍ଚଳରେ ଭୂସ୍ଖଳନ ଯୋଗୁ ଗତ କିଛି ଦିନ ହେଲା ଚାଷ ଜମିରେ ଫାଟ ସୃଷ୍ଟି ହୋଇଛି।

ସ୍କେଚ୍‌ମ୍ୟାପ୍‌ ଜରିଆରେ ଅପରାଧୀଙ୍କୁ ଚିହ୍ନଟ କରାଯିବ:ଏସ୍‌ପି

ପୋଲସରା,୪ା୧୧(ଡି.ଏନ.ଏ.)- ପୋଲସରା ବ୍ଲକ ବାଲିଛାଇ ଫାଣ୍ଡି ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ୩ ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କ ଘରେ ପଶି ଲୁଟ କରିବା ସହ ତାଙ୍କ ୯ ବର୍ଷର ନାବାଳିକାଙ୍କୁ ଉଠାଇ ନେଇ ଗଣ ବଳାକତ୍ାର କରିଥିଲେ।

ଲକ୍ଷାଧିକ ଟଙ୍କାର ବାଣ ଜବତ, ୨ ଗିରଫ

ଲକ୍ଷାଧିକ ଟଙ୍କାର ବାଣ ଜବତ, ୨ ଗିରଫ

ଆସିକା,୪ା୧୧(ଡି.ଏନ୍‌.ଏ)- ଆସିକା-ବ୍ରହ୍ମପୁର ୫୯ନଂ. ଜାତୀୟ ରାଜପଥର ନଳବଣ୍ଟା ଗ୍ରାମରେ ଚାଲିିଥିବା ବେଆଇନ ବାଣ କାରଖାନା ଉପରେ ପୋଲିସ ଶନିବାର ଅପରାହ୍ନରେ ଚଢାଉ କରିଥିଲା।

ଲିଫ୍ଟ ଦେଇ ମହିଳାଙ୍କୁ ବଳାତ୍କାର ଘଟଣା, ୨ ଗିରଫ

ଶଙ୍କରାଖୋଲ,୩।୧୧(ଡି.ଏନ.ଏ.)- ଚକାପାଦ ଅଞ୍ଚଳରେ ଲିଫ୍ଟ ଦେବା ବାହାନରେ ଜନୈକା ମହିଳାଙ୍କୁ ବଳାତ୍କାର ଘଟଣାରେ ସମ୍ପୃକ୍ତ ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଚକାପାଦ ପୋଲିସ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି।

ବାଇକ ଦୁର୍ଘଟଣାରେ ଛାତ୍ର ଗୁରୁତର

ଦିଗପହଣ୍ଡି,୩।୧୧(ଡି.ଏନ.ଏ.)-ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତାର ବାଗଡ଼ା ଗ୍ରାମ ନିକଟରେ ବାଇକ୍‌ ଦୁର୍ଘଟଣାରେ ଜଣେ କଲେଜ ଛାତ୍ର ଗୁରୁତର ହୋଇଛନ୍ତି। ସେ ହେଲେ ଦିଗପହଣ୍ଡି ଆଠଗଡ଼ିଆ ସାହିର ରାଜା ସେଠୀ।

ଗୁଣିଆଙ୍କୁ ଗିରଫ କରିବାକୁ ଯାଇ ହଟହଟା, ଖାଲି ହାତରେ ଫେରିଲା ପୋଲିସ

ଗୁଣିଆଙ୍କୁ ଗିରଫ କରିବାକୁ ଯାଇ ହଟହଟା, ଖାଲି ହାତରେ ଫେରିଲା ପୋଲିସ

ମୋହନା,୩।୧୧(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ କଣ୍ଟେଇକୋଳି ଗାଁରେ ଶନିବାର ଜଣେ ଗୁଣିଆଙ୍କୁ ଗିରଫ କରିବାକୁ ଯାଇ ପୋଲିସ ହଟହଟା ହୋଇଛି। ଗ୍ରାମବାସୀ ଗୁଣିଆଙ୍କୁ ପୋଲିସ କବଳରୁ ଛଡ଼ାଇ ନେବା ପରେ ପୋଲିସ ଗାଁରୁ ଖାଲି ହାତରେ ଆସିଥିବା ଜଣାପଡ଼ିଛି।

ଭଞ୍ଜନଗରରେ ମାଓବାଦୀ ପୋଷ୍ଟର, ୨ ବିଧାୟକଙ୍କୁ ହତ୍ୟା ଧମକ

ଭଞ୍ଜନଗରରେ ମାଓବାଦୀ ପୋଷ୍ଟର, ୨ ବିଧାୟକଙ୍କୁ ହତ୍ୟା ଧମକ

ଭଞ୍ଜନଗର,୩।୧୧(ଡି.ଏନ୍‌.ଏ.):କିଛି ବର୍ଷର ନୀରବତା ପରେ ମାଓବାଦୀଙ୍କ ନାମରେ ଭଞ୍ଜନଗର ଥାନା ଅନ୍ତର୍ଗତ ଦଦରାଲୁଣ୍ଡାରେ ଏକ ବ୍ୟାନର ମରାଯାଇଥିବା ଶନିବାର ଦେଖିବାକୁ ମିଳିଛି। ପୋଲିସ ଇନ୍‌ଫର୍ମରକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଉକ୍ତ ବ୍ୟାନରରେ ଉଲ୍ଲେଖ ରହିଛି।

ବେଆଇନ ବାଣ ବିକିବା ଅଭିଯୋଗ: ୩ ଗିରଫ, ଆତ୍ମସମର୍ପଣ କଲେ ୪ ବ୍ୟବସାୟୀ

ବ୍ରହ୍ମପୁର ଅଫିସ୍‌,୩ା୧୧- ବିକ୍ରି କରିବା ପାଇଁ ବେଆଇନ ଭାବେ ବାଣ ମହଜୁଦ ରଖିବା ଅଭିଯୋଗରେ ଗୋଷାଣୀ ନୂଆଗାଁ ଓ ଟାଉନ ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ୪ ବ୍ୟବସାୟୀ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।

ହାତଗୋଡ଼ ବନ୍ଧା ଯୁବକଙ୍କ ମୃତଦେହ ଉଦ୍ଧାର

ହାତଗୋଡ଼ ବନ୍ଧା ଯୁବକଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ,୩ା୧୧(ଡି.ଏନ.ଏ.): ରମ୍ଭା ଥାନା ହୁମ୍ମା ଫାଣ୍ଡି ଗଡ଼ହୁମ୍ମା ସାମନ୍ତସାହି ନିକଟସ୍ଥ ସଲଟ୍‌ କଲେଜ ସମ୍ମୁଖ ଏକ ଗାଡ଼ିଆରୁ ଶୁକ୍ରବାର ହାତଗୋଡ଼ ବନ୍ଧା ହୋଇଥିବା ଜଣେ ଯୁବକଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ।

ପଲିଥିନ, ପ୍ଲାଷ୍ଟିକ ଜବତ ମା’ ଦକ୍ଷିଣକାଳୀ ରେଷ୍ଟୁରାଣ୍ଟ ସିଲ୍‌

ପଲିଥିନ, ପ୍ଲାଷ୍ଟିକ ଜବତ ମା’ ଦକ୍ଷିଣକାଳୀ ରେଷ୍ଟୁରାଣ୍ଟ ସିଲ୍‌

ବ୍ରହ୍ମପୁର ଅଫିସ,୩ା୧୧- ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ପଲିଥିନ, ପ୍ଲାଷ୍ଟିକକୁ ରାଜ୍ୟ ସରକାର ବ୍ୟାନ କରିଛନ୍ତି। ଅକ୍ଟୋବର ୨ରୁ ରାଜ୍ୟରେ ପଲିଥିନ, ପ୍ଳାଷ୍ଟିକ ସାମଗ୍ରୀ ବିକ୍ରିକୁ ସମ୍ପୂର୍ଣ୍ଣ ବ୍ୟାନ ଘୋଷଣା କରାଯିବା ସହ ବ୍ୟବସାୟୀଙ୍କୁ ଏସବୁ ସାମଗ୍ରୀ ଷ୍ଟକ ଖାଲି କରିବା ପାଇଁ ଦିଆଯାଇଥିବା ସମୟସୀମା ଶେଷ ହୋଇଛି।

ତହସିଲ କର୍ମଚାରୀଙ୍କୁ ଧମକ ମାମଲା: ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୩ା୧୧(ଡି.ଏନ.ଏ.)- ତହସିଲ କର୍ମଚାରୀଙ୍କୁ ଧମକ ଦେବା ଅଭିଯୋଗରେ ଶୁକ୍ରବାର ସନ୍ଧ୍ୟାରେ କଇଠଖଣ୍ଡି ପଞ୍ଚାୟତ ପେଣ୍ଠା ଗ୍ରାମର ସୁନୀଲ ଗୌଡ଼ଙ୍କୁ ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।

ଧାନ ବଦଳରେ ହେଲା ବାଳୁଙ୍ଗା

ଦିଗପହଣ୍ଡି,୩ା୧୧(ଡି.ଏନ.ଏ.)- ଦିଗପହଣ୍ଡି କୃଷି ବିଭାଗ ପକ୍ଷରୁ ମାଗଣାରେ ବଣ୍ଟନ କରାଯାଇଥିବା ଉନ୍ନତ କିସମର ଧାନବିହନ ବୁଣି ଚାଷୀ ଏବେ କ୍ଷତିରେ ପଡିଛି। ଖରିଫ ଚାଷ ଜମିରେ ଧାନ ବଦଳରେ ବାଳୁଙ୍ଗା ହୋଇଥିବା ଅଭିଯୋଗ ହୋଇଛି।

୧୦ରୁ ଜିଲାସ୍ତରୀୟ ଯୁବ ମହୋସତ୍ବ

୧୦ରୁ ଜିଲାସ୍ତରୀୟ ଯୁବ ମହୋସତ୍ବ

ଛତ୍ରପୁର,୩ା୧୧ଡି.ଏନ୍‌.ଏ.)- ଚଳିତ ମାସ ୧୦ ଓ ୧୧ ତାରିଖ ଦୁଇଦିନ ଧରି ଜିଲାସ୍ତରୀୟ ଯୁବ ମହୋସତ୍ବ ବ୍ରହ୍ମପୁର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ। ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଅତିରିକ୍ତ ଜିଲାପାଳ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଗୋଛାପଡ଼ା ଥାନା ଅଧିକାରୀଙ୍କୁ ହାଣିଲେ

ଗୋଛାପଡ଼ା ଥାନା ଅଧିକାରୀଙ୍କୁ ହାଣିଲେ

ଫୁଲବାଣୀ ଅଫିସ,୩ା୧୧ - କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କୁ ଫୁଲବାଣୀରେ ମରଣାନ୍ତକ ଆକ୍ରମଣ ହୋଇଛି। ଥାନାଧିକାରୀ ପ୍ରଧାନ ଶୁକ୍ରବାର ଫୁଲବାଣୀ ଆସିଥିଲେ।

ଫୁଲବାଣୀ କୋର୍ଟ ମାଲଖାନାରୁ ଚୋରି ଘଟଣା: ୭ ଜଣଙ୍କୁ ଧରିଲା ପୋଲିସ

ଫୁଲବାଣୀ କୋର୍ଟ ମାଲଖାନାରୁ ଚୋରି ଘଟଣା: ୭ ଜଣଙ୍କୁ ଧରିଲା ପୋଲିସ

ଫୁଲବାଣୀ ଅଫିସ, ୨।୧୧-  ଫୁଲବାଣୀ ଜିଲା କୋର୍ଟ ପରିସର ମାଲଖାନାରୁ ଗଞ୍ଜେଇ ଲୁଟ ଘଟଣାରେ ପୋଲିସ ୭ ଜଣଙ୍କୁ ଧରିଛି। ଏହି ଘଟଣାରେ ବାକି ୭ ଜଣ ଫେରାର ଅଛନ୍ତି। ଧରା ହୋଇଥିବା ୭ ଜଣଙ୍କ ମଧ୍ୟରୁ ଜଣେ ନାବାଳକ ଅଛନ୍ତି। ନିଜର ଜୀବନଶୈଳୀକୁ ବଜାୟ ରଖିବା ପାଇଁ ଏହି ଚୋରି ଘଟିଥିବା ଶୁକ୍ରବାର ଜିଲା ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ପ୍ରକାଶ କରିଛନ୍ତି।

ପଥର ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର

ପାତ୍ରପୁର,୨।୧୦(ଡି.ଏନ୍‌.ଏ.)- ଜରଡା଼ ଥାନା ମନ୍ଦରଡ଼ା ପଞ୍ଚାୟତର ହୁକୁମା ଗ୍ରାମର ଜଣେ ଯୁବକଙ୍କ ମୃତଦେହ ଶୁକ୍ରବାର ପଥର ତଳୁ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ଉକ୍ତ ଗ୍ରାମର ବିଶ୍ୱନାଥ ସାହୁ (୪୦)। ପ୍ରକାଶ ଯେ, ଗତ ବୁଧବାର ବିଶ୍ୱନାଥ ଜଙ୍ଗଲକୁ କାଠ ଆଣିବାକୁ ଯାଇ ଫେରି ନ ଥିଲେ। ପରିବାର ପକ୍ଷରୁ ନିଖୋଜ ନେଇ ଖାରିଆଗୁଡ଼ା ଫାଣ୍ଡିରେ ଏତଲା ହୋଇଥିଲା। ଶୁକ୍ରବାର ପରିବାର ଲୋକେ ଓ ଗ୍ରାମବାସୀ ପାହାଡରେ ଖୋଜାଖୋଜି କରିଥିବା ବେଳେ ପଥର ତଳେ ଚାପିହୋଇ ପଡ଼ିଥିବା ଶବ ପାଇଥିଲେ। ଜରଡ଼ା ଥାନା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ବଣିଆବସା ଆଦିବାସୀଙ୍କ ଥଇଥାନ ପାଇଁ ଧାରଣା

ବଣିଆବସା ଆଦିବାସୀଙ୍କ ଥଇଥାନ ପାଇଁ ଧାରଣା

ପାତ୍ରପୁର,୨।୧୦(ଡି.ଏନ୍‌.ଏ.)- ବଣିଆବସା ଆଦିବାସୀଙ୍କୁ ଦୀର୍ଘବର୍ଷ ହେଲା ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଏଯାଏ ଥଇଥାନ ହୋଇପାରିନି। ଶୁକ୍ରବାର ପୁଣିଥରେ ଉକ୍ତ ଗ୍ରାମବାସୀ ବାଘଲଟି ମଧ୍ୟମ ଜଳସେଚନ ପ୍ରକଳ୍ପ ଠାରେ ଧାରଣା ଦେଇଛନ୍ତି।

ଯୋଗୀ ସ୍ବାଇଁ ହତ୍ୟା ଘଟଣା: ଅଭିଯୁକ୍ତ ଗିରଫ, ଦେଶୀ ବନ୍ଧୁକ, ମୋବାଇଲ ଜବତ

ଯୋଗୀ ସ୍ବାଇଁ ହତ୍ୟା ଘଟଣା: ଅଭିଯୁକ୍ତ ଗିରଫ, ଦେଶୀ ବନ୍ଧୁକ, ମୋବାଇଲ ଜବତ

ଶେରଗଡ,୨।୧୧(ଡି.ଏନ.ଏ.)- ଶେରଗଡ ବ୍ଲକ ଗୋଠଗାଁର ଯୋଗୀ ସ୍ବାଇଁ ହତ୍ୟା ଘଟଣାର ଜଣେ ଅଭିଯୁକ୍ତଙ୍କୁ ଗୁରୁବାର ରାତିରେ ବ୍ରହ୍ମପୁର ରେଳଷ୍ଟେସନରୁ ଶେରଗଡ ପୋଲିସ ଗିରଫ କରିଛି। ସେ ହେଲେ ସୁନୀଲ ସେଠୀ। ରାଜ୍ୟ ବାହାରକୁ ଯିବାକୁ ଟ୍ରେନ୍‌କୁ ଅପେକ୍ଷା କରିଥିବାବେଳେ ଖବର ପାଇ ପୋଲିସ ଚଢାଉ କରିଥିଲା। ଶୁକ୍ରବାର ତାଙ୍କୁ ଶେରଗଡ କୋର୍ଟକୁ ଚାଲାଣ କରାଯାଇଛି। ଏନେଇ ଶେରଗଡରେ ନଂ.୮୪/୨୦୧୮ ପ୍ରକାରେ ଏକ ମାମଲା ରୁଜୁ ହୋଇଥିଲା ା ଉକ୍ତ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋଠଗାଁର ପୂର୍ବତନ ସରପଞ୍ଚ ଶିବରାମ ସେଠୀ ଓ ପପୁ ବିଶ୍ୱାଳ ଫେରାର ଅଛନ୍ତି।

ଶେରଗଡ ବ୍ଲକ ସମ୍ମୁଖରେ ଭାଜପାର ବିକ୍ଷୋଭ

ଶେରଗଡ ବ୍ଲକ ସମ୍ମୁଖରେ ଭାଜପାର ବିକ୍ଷୋଭ

ଶେରଗଡ,୨।୧୦(ଡି.ଏନ୍‌.ଏ.)- ଶେରଗଡ ବ୍ଲକ ଭାଜପା ପକ୍ଷରୁ ଶୁକ୍ରବାର ଶତାଧିକ କର୍ମୀ ବ୍ଲକ ଘେରାଉ କରିଛନ୍ତି। ଭାଜପା କର୍ମୀ ଓ ନେତାମାନେ ଶେରଗଡ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସରକାରୀ ବିରୋଧୀ ସ୍ଲୋଗାନ୍‌ ଦେଇ ଶେରଗଡର ବଡଦାଣ୍ଡ ସାହି, ରମୁଣିସାହି ହୋଇ ବ୍ଲକ ସମ୍ମୁଖରେ ପହଞ୍ଚତ୍ ଘେରାଉ କରିଥିଲେ। ଆନ୍ଦୋଳନ ଓ ନାରାବାଜି ଯୋଗୁ ପ୍ରାୟ ୨ ଘଣ୍ଟା ଅଫିସ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।

ପ୍ରଦୀପ ବେହେରା ହତ୍ୟାକାଣ୍ଡର ଖୋଲିବ ଗୁମର, ସମ୍ପୃକ୍ତି ସନ୍ଦେହରେ ୨ ନାବାଳକଙ୍କୁ ପୋଲିସର ପଚରାଉଚରା

ପ୍ରଦୀପ ବେହେରା ହତ୍ୟାକାଣ୍ଡର ଖୋଲିବ ଗୁମର, ସମ୍ପୃକ୍ତି ସନ୍ଦେହରେ ୨ ନାବାଳକଙ୍କୁ ପୋଲିସର ପଚରାଉଚରା

ବ୍ରହ୍ମପୁର ଅଫିସ,୨।୧୧: ପ୍ରଦୀପ ବେହେରା ହତ୍ୟାକାଣ୍ଡ ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ହାତ ପାହାନ୍ତାରେ ପହଞ୍ଚିଛି। ଏଥିରେ ୨ ନାବାଳକଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ପୋଲିସ ଥାନାକୁ ଡାକି ପଚରାଉଚରା କରୁଛି। ତେବେ ପୋଲିସ ନିକଟରେ ନାବାଳକମାନେ ନିଜ ଦୋଷ ସ୍ବୀକାର କରି ଦେଇଥିବା ଜଣାପଡ଼ିଛି।

ଜନଜାତି ମହୋତ୍ସବକୁ ନେଇ ପ୍ରସ୍ତୁତି ବୈଠକ

ଜନଜାତି ମହୋତ୍ସବକୁ ନେଇ ପ୍ରସ୍ତୁତି ବୈଠକ

ରାଇକିଆ ,୨।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ସଭାଗୃହରେ ଶୁକ୍ରବାର ବ୍ଲକସ୍ତରୀୟ ଜନଜାତି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।