ବ୍ରହ୍ମପୁର

କେରଳରେ ଦାରିଙ୍ଗବାଡି ଅଞ୍ଚଳର ୩୦ରୁ ଉର୍ଦ୍ଧ୍ୱ ଶ୍ରମିକ: ଭଲରେ ଥିବା ସୂଚନା ଦେଲେ

ଦାରିଙ୍ଗବାଡ଼ି,୨୦।୮(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଲୋକ କେରଳରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟାରେ ଫସି ରହିଥିଲେ। ରବିବାରଠାରୁ ପରିସ୍ଥିତିରେ ସୁଧାର ଆସିଛି, ଆମେମାନେ ଭଲରେ ଥିବା କେରଳ ଯାଇଥିବା ଦାରିଙ୍ଗବାଡ଼ିର ଅମିତ ପ୍ରଧାନ, ଗୌତମ ପ୍ରଧାନ, ଜୀବନ ପ୍ରଧାନ ପ୍ରମୁଖ କହିଛନ୍ତି। 

ରାଶନ କାର୍ଡ଼ରେ ତ୍ରୁଟି ସୁଧାରିବାକୁ ଦାବି

ରାଶନ କାର୍ଡ଼ରେ ତ୍ରୁଟି ସୁଧାରିବାକୁ ଦାବି

ଦାରିଙ୍ଗବାଡ଼ି,୨୦।୮(ଡି.ଏନ.ଏ)- ଖାଦ୍ୟ ସୁରକ୍ଷା ଆଇନ ମାଧ୍ୟମରେ ଗରିବ ପରିବାରଙ୍କୁ ରାଶନ କାର୍ଡ଼ ଯୋଗାଇ ଦିଆଯାଇଛି। ଏହି କାର୍ଡ ଦ୍ୱାରା ପରିବାରର ପ୍ରତି ସଦସ୍ୟ ପିଚ୍ଛା ୫କେଜି ଚାଉଳ ପ୍ରତି ମାସରେ ସରକାରଙ୍କ ପକ୍ଷରୁ ଦିଆଯାଉଛି ।

ଜିଲାପାଳଙ୍କ ଶେରଗଡ଼ ବ୍ଲକ ଗସ୍ତ

ଜିଲାପାଳଙ୍କ ଶେରଗଡ଼ ବ୍ଲକ ଗସ୍ତ

ଶେରଗଡ,୨୦।୮(ଡି.ଏନ୍‌.ଏ): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଶେରଗଡ ବ୍ଲକ ଗସ୍ତରେ ଆସିଥିଲେ। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେରଗଡ଼ ଆସି ବିଭିନ୍ନ ପ୍ରକଳ୍ପ ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ରହିଛି।

କୈବର୍ତ୍ତ ସାହିରେ ପାନୀୟ ଜଳ ସମସ୍ୟା

କୈବର୍ତ୍ତ ସାହିରେ ପାନୀୟ ଜଳ ସମସ୍ୟା

ଗଞ୍ଜାମ,୨୦।୮(ଡି.ଏନ.ଏ.)-ଗଞ୍ଜାମ ଏନଏସି  ୭ନଂ.ୱାର୍ଡ କୈବର୍ତ୍ତ ସାହିରେ ୧୫ ଦିନରୁ ଊର୍ଦ୍ଧ୍ୱ ହେବ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ସାହି ମଧ୍ୟରେ ଥିବା ଷ୍ଟାଣ୍ଡପୋଷ୍ଟ ଗୁଡ଼ିକରେ ପାଣି ଆସୁନି । ଏ ନେଇ ୱାର୍ଡବାସୀ ସୋମବାର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମିଶ୍ରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

 ୨୯ରେ ଅବସରପ୍ରାପ୍ତ ପୌର କର୍ମଚାରୀ ସଂଘର ଧାରଣା

୨୯ରେ ଅବସରପ୍ରାପ୍ତ ପୌର କର୍ମଚାରୀ ସଂଘର ଧାରଣା


ଭଞ୍ଜନଗର,୨୦।୮(ଡି.ଏନ.ଏ.)-ଭଞ୍ଜନଗର ଏନଏସିର ଅବସରପ୍ରାପ୍ତ କର୍ମଚାରୀଙ୍କୁ ବକେୟା ଟଙ୍କା ଦେବାପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ବିଭିନ୍ନ ସମୟରେ ନିର୍ଦ୍ଦେଶ ଦେଉଛନ୍ତି। ହେଲେ ଏନଏସି କର୍ତ୍ତୃପକ୍ଷ ବିଭିନ୍ନ ଆଳ ଦେଖାଇ ବକେୟା ଦେଉନାହାନ୍ତି । ବକେୟା ଅର୍ଥ ନ ପାଇ ଇତିମଧ୍ୟରେ କେତେଜଣ କର୍ମଚାରୀଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ କେତେଜଣ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

ଜିଲାପାଳଙ୍କ ଅଭିଯୋଗ ଶୁଣାଣି

ଜିଲାପାଳଙ୍କ ଅଭିଯୋଗ ଶୁଣାଣି

ଭଞ୍ଜନଗର,୨୦।୮(ଡି.ଏନ.ଏ.)-ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ସୋମବାର ଭଞ୍ଜନଗର ଉପଖଣ୍ଡର ବିଭନ୍ନ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣାଣି କରିଛନ୍ତି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଧାରିତ ସମୟରେ ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାର୍ଳରେ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣାଣି ଆରମ୍ଭ କରିଥିଲେ।

ବିଭିନ୍ନ ଦାବି ନେଇ ଅର୍ଥନୈତିକ ସ୍ବାଧୀନତା ମଞ୍ଚର ଆନ୍ଦୋଳନ

ବିଭିନ୍ନ ଦାବି ନେଇ ଅର୍ଥନୈତିକ ସ୍ବାଧୀନତା ମଞ୍ଚର ଆନ୍ଦୋଳନ

ଭଞ୍ଜନଗର,୨୦।୮(ଡି.ଏନ.ଏ.)-ନବ ନିର୍ମାଣ କୃଷକ ଓ ଶ୍ରମିକ ସଙ୍ଗଠନ ଏବଂ ଅର୍ଥନୈତିକ ସ୍ବାଧୀନତା ମଞ୍ଚ, ଓଡ଼ିଶା ପକ୍ଷରୁ ମିଳିତ ଭାବେ ବିଭିନ୍ନ ଦାବି ନେଇ ସୋମବାର ଭଞ୍ଜନଗର ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସଭା କରାଯାଇଥିଲା। ମଞ୍ଚର ସଭାପତି ଗୋପାଳ କୃଷ୍ଣ ବିଷୋୟୀ ଏହାର ନେତୃତ୍ୱ ନେଇଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୧ ଦଫା ସମ୍ବଳିତ ଦାବିପତ୍ର ଭଞ୍ଜନଗର ଗସ୍ତରେ ଆସିଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ପ୍ରଦାନ କରାଯାଇଥିଲା।

ଦାବି ନ ଶୁଣିବାରୁ ଅଭିଭାବକ କମିଟିର ଧାରଣା

ଦାବି ନ ଶୁଣିବାରୁ ଅଭିଭାବକ କମିଟିର ଧାରଣା

ଗଞ୍ଜାମ,୨୦।୮(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଜୟଶ୍ରୀ ଇଂଲିଶ ମିଡିୟମ ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକଙ୍କୁ କୌଣସି ସୂଚନା ନ ଦେଇ ସ୍କୁଲ ଫିଜ୍‌ ବୃଦ୍ଧି କରିବା ନେଇ ଗତ ଜୁଲାଇ ୧ରେ ଅଭିଭାବକମାନେ ମେଳି ହୋଇଥିଲେ। 

ଜାତୀୟ ବୈଜ୍ଞାନିକ ମନୋଭାବ ଦିବସ ପାଳିତ

ଜାତୀୟ ବୈଜ୍ଞାନିକ ମନୋଭାବ ଦିବସ ପାଳିତ

ବ୍ରହ୍ମପୁର ଅଫିସ,୨୦।୮: ମାନବବାଦୀ ଏବଂ ହେତୁବାଦୀ ସଂଗଠନ ପକ୍ଷରୁ ସୋମବାର ସକାଳେ ଜାତୀୟ ବୈଜ୍ଞାନିକ ମନୋଭାବ ଦିବସ ପାଳନ କରାଯାଇଛି। ଏହି ଅବସରରେ ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଏକ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। 

କେରଳ ବନ୍ୟା: ଫିରିଙ୍ଗିଆ ଯୁବକଙ୍କ ପତ୍ତା ମିଳୁନି

କେରଳ ବନ୍ୟା: ଫିରିଙ୍ଗିଆ ଯୁବକଙ୍କ ପତ୍ତା ମିଳୁନି

ଫିରିଙ୍ଗିଆ,୨୦ା୮- କେରଳ ବନ୍ୟାରେ ରେ କନ୍ଧମାଳ ଜିଲାର ବିଭିନ୍ନ ବ୍ଲକର ଯୁବକ ଏବଂ ବ୍ୟକ୍ତିମାନେ ଫସି ରହିଛନ୍ତି। ପ୍ରଶାସନ ପାଖରେ କେବଳ ଖଜୁରିପଡା ବ୍ଲକ ଖଲ୍ଲିବେରଣା ଗ୍ରାମର ଯୁବକଙ୍କ ବିିଷୟରେ ଖବର ଥିବାବେଳେ ଅନ୍ୟମାନଙ୍କ ସଂକ୍ରାନ୍ତରେ କିଛି ସୂଚନା ନାହିଁ। 

ଯୋଗୀ ହତ୍ୟା ଘଟଣା, ୩ ଅଭିଯୁକ୍ତ ଗିରଫ

ଯୋଗୀ ହତ୍ୟା ଘଟଣା, ୩ ଅଭିଯୁକ୍ତ ଗିରଫ

ଶେରଗଡ,୨୦ା୮(ଡି.ଏନ୍‌.ଏ.)- ଶେରଗଡ ବ୍ଲକ ଗୋଠଗାଁ ଗ୍ରାମର ଯୋଗୀ ସ୍ବାଇଁ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ଶେରଗଡ ପୋଲିସ। ଏଥିରେ ସମ୍ପୃକ୍ତି ଅଭିଯୋଗରେ ୩ଜଣଙ୍କୁ ଶନିବାର ସନ୍ଧ୍ୟାରେ ଗିରଫ କରି ରବିବାର ଶେରଗଡ କୋର୍ଟକୁ ଚାଲାଣ କରିଛି।

ଗଛ ପଡି ଛତ୍ରପୁର-ବଡମାଧପୁର ମୁଖ୍ୟ ରାସ୍ତା ଅବରୋଧ

ଗଛ ପଡି ଛତ୍ରପୁର-ବଡମାଧପୁର ମୁଖ୍ୟ ରାସ୍ତା ଅବରୋଧ

ଛତ୍ରପୁର,୨୦ା୮(ଡି.ଏନ୍‌.ଏ.)- ପୋଡାପଦର ନିକଟ ଛତ୍ରପୁର-ବଡମାଧପୁର ମୁଖ୍ୟ ରାସ୍ତାରେ ରବିବାର ଏକ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଥିଲା। ଫଳରେ ଉଭୟପଟେ ଯାନବାହନ ଦୀର୍ଘ ସମୟଧରି ଅଟକି ରହିଥିଲା। 

ଜୋର୍‌ ଧରିଲା କ୍ୟାଡର୍‌ ପୁନର୍ଗଠନ ଦାବି: ଆର୍‌ଡିସି କାର୍ଯ୍ୟାଳୟର କର୍ମଚାରୀମାନଙ୍କର କଲମ ଛାଡ଼ ଆନ୍ଦୋଳନ

ଜୋର୍‌ ଧରିଲା କ୍ୟାଡର୍‌ ପୁନର୍ଗଠନ ଦାବି: ଆର୍‌ଡିସି କାର୍ଯ୍ୟାଳୟର କର୍ମଚାରୀମାନଙ୍କର କଲମ ଛାଡ଼ ଆନ୍ଦୋଳନ

ବ୍ରହ୍ମପୁର ଅଫିସ୍‌,୨୦ା୮- ସରକାରଙ୍କ ସମସ୍ତ ପ୍ରକାର ପ୍ରତିଶ୍ରୁତି ଏବଂ ସାନ୍ତ୍ୱନା ନିରର୍ଥକ ହେବା ପରେ ପୁଣି ଥରେ କଲମ ଛାଡ଼ ଆନ୍ଦୋଳନ କରିଛନ୍ତି ବିଭାଗୀୟ ମୁଖ୍ୟ ଦପ୍ତର କର୍ମଚାରୀମାନେ। ଶନିବାରରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ଏହି ଆନ୍ଦୋଳନ ଆରମ୍ଭ ହୋଇଛି।

ଖଜୁରିପଡା ବ୍ଲକ:୭ ସ୍ଥାନରେ ଅଛନ୍ତି ୩ କନିଷ୍ଠ ଯନ୍ତ୍ରୀ

ଖଜୁରିପଡା ବ୍ଲକ:୭ ସ୍ଥାନରେ ଅଛନ୍ତି ୩ କନିଷ୍ଠ ଯନ୍ତ୍ରୀ

ଖଜୁରିପଡା, ୨୦ା୮(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଖଜୁରିପଡା ବ୍ଲକରେ ୭ଜଣ କନିଷ୍ଠ ଯନ୍ତ୍ରୀ ରହିବା ସ୍ଥାନରେ ଅଛନ୍ତି ମାତ୍ର ୩ ଜଣ। ଫଳରେ ବିଭିନ୍ନ ଉନ୍ନୟନମୂଳକ କାମ ଆଗେଇ ପାରୁନାହିଁ। ୧୪ ପଞ୍ଚାୟତକୁ ନେଇ ଖଜୁରିପଡା ବ୍ଲକ ଗଠିତ।

ଭିନ୍ନକ୍ଷମ ଥଇଥାନ କେନ୍ଦ୍ର କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ଭିନ୍ନକ୍ଷମ ଥଇଥାନ କେନ୍ଦ୍ର କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ଫୁଲବାଣୀ ଅଫିସ,୨୦ା୮- ନ୍ୟାଯ୍ୟ ଦାବି ହାସଲ ନେଇ ଗତ ୧୬ ତାରିଖରୁ ଆନ୍ଦୋଳନ କରିଥିବା ଭିନ୍ନକ୍ଷମ ଥଇଥାନ କେନ୍ଦ୍ର କର୍ମଚାରୀମାନେ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି। 

ଜିଲା ସଡକ ସୁରକ୍ଷା କମିଟି ବୈଠକ:୭ମାସରେ ଗଲାଣି ୨୫୨ ଜୀବନ

ଜିଲା ସଡକ ସୁରକ୍ଷା କମିଟି ବୈଠକ:୭ମାସରେ ଗଲାଣି ୨୫୨ ଜୀବନ

ଛତ୍ରପୁର,୨୦ା୮(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ସଡକ ସୁରକ୍ଷା କମିଟି ବୈଠକ ଶନିବାର ସନ୍ଧ୍ୟାରେ ଛତ୍ରପୁର ସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମଧ୍ୟକ୍ଷତା କରିଥିଲେ।

ମହିଳା ଡାକ୍ତରଙ୍କ ଆମତ୍ହତ୍ୟା ଘଟଣା: ଭୁବନେଶ୍ୱର ଗଲା ସ୍ପେଶାଲ ସ୍କ୍ବାଡ୍‌

ମହିଳା ଡାକ୍ତରଙ୍କ ଆମତ୍ହତ୍ୟା ଘଟଣା: ଭୁବନେଶ୍ୱର ଗଲା ସ୍ପେଶାଲ ସ୍କ୍ବାଡ୍‌

ଛତ୍ରପୁର,୨୦ା୮(ଡି.ଏନ.ଏ): ଛତ୍ରପୁର ରେଲୱେ ଫାଟକ ନିକଟ ଧାରଣାରୁ ଶୁକ୍ରବାର ସକାଳୁ ଛତ୍ରପୁର ବ୍ଲକ ସୁନ୍ଦରପୁର ସ୍ବାସ୍ଥ୍ୟକେନ୍ଦ୍ର  ଡା. ଅର୍ଚ୍ଚନା ଦାଶଙ୍କ ମୃତଦେହ ଉଦ୍ଧାର ଘଟଣାର ରହସ୍ୟ ଖୋଲିବାରେ  ଲାଗିଛି । ଅର୍ଚ୍ଚନାଙ୍କ ସ୍ବାମୀଙ୍କ ପକ୍ଷରୁ ଦାଖଲ ହୋଇଥିବା ଛାଡପତ୍ର ପିଟିଶନ ଭୁବନେଶ୍ୱରସ୍ଥିତ ପରିବାର ଜଜ୍‌ କୋର୍ଟରେ ଦାଖଲ  କରାଯାଇଥିଲା ।  

ଓଡ଼ିଆ ଝିଅ ମିଲନ୍‌ ହେଲେ ମିସ ଟିନ୍‌ ଇଣ୍ଡିଆ

ଓଡ଼ିଆ ଝିଅ ମିଲନ୍‌ ହେଲେ ମିସ ଟିନ୍‌ ଇଣ୍ଡିଆ

ବ୍ରହ୍ମପୁର ଅଫିସ୍‌,୨୦ା୮- ନୂଆଦିଲ୍ଲୀରେ ଏଲି କ୍ଲବ ପକ୍ଷରୁ ଚାଲିଥିବା ୨୧ତମ ମିସ ଆଣ୍ଡ ମିଷ୍ଟର୍‌ ଟିନ୍‌ ଇଣ୍ଡିଆ ପ୍ରତିଯୋଗିତା ଶୁକ୍ରବାର ରାତିରେ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ବାଜି ମାରିଛନ୍ତି ଓଡ଼ିଆ ଝିଅ ମିଲନ୍‌ କୁମାରୀ ପଣ୍ଡା। 

ଅଜଣା ଜନ୍ତୁ ଆକ୍ରମଣରେ ୬ ମେଣ୍ଢା ମୃତ, ୧୨ ଆହତ

ଅଜଣା ଜନ୍ତୁ ଆକ୍ରମଣରେ ୬ ମେଣ୍ଢା ମୃତ, ୧୨ ଆହତ

ଜଗନ୍ନାଥପ୍ରସାଦ,୧୯।୮- ଜଗନ୍ନାଥପ୍ରସାଦ ବ୍ଲକ ତାମନାଡ଼ ଗ୍ରାମରେ ଅଜଣା ଜନ୍ତୁ ଆକ୍ରମଣରେ ୬ ମେଣ୍ଢାଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ଟି ମେଣ୍ଢା ଗୁରୁତର ଆହତ ହୋଇଛନ୍ତି। ଏନେଇ ଅଞ୍ଚଳର ମେଣ୍ଢା ଓ ଛେଳି ପାଳକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି।

ସାପ କାମୁଡ଼ାରେ ପୁଅ ମୃତ, ମା’ ଗୁରୁତର

ସାପ କାମୁଡ଼ାରେ ପୁଅ ମୃତ, ମା’ ଗୁରୁତର

ବୁଗୁଡ଼ା,୧୯ା୮(ଡି.ଏନ.ଏ.)-ବୁଗୁଡ଼ା ଥାନା କାନସୁକା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ବିଷଧର ସାପ କାମୁଡ଼ାରେ ପୁଅର ମୃତ୍ୟୁ ଘଟିଥିବାବେଳେ ମା’ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମୃତ ନାବାଳକ ହେଲେ ରାଜେଶ ଭୂୟାଁ (୬) ଓ ଗୁରୁତର ଜଣକ ତାଙ୍କ ମା’ ସ୍ବପ୍ନା ଭୂୟାଁ।

ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ବୁଗୁଡ଼ା,୧୯ା୮(ଡି.ଏନ.ଏ.)- ବୁଗୁଡ଼ା ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ କାର୍ଯ୍ୟ କରୁଥିବା ପାରା ଫରେଷ୍ଟର ଏବଂ ଅନ୍ୟାନ୍ୟ ବନ କର୍ମଚାରୀଙ୍କ ପାଇଁ ରବିବାର ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ତତ୍ତ୍ବାବଧାନରେ ସ୍ଥାନୀୟ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। 

ଜଗନ୍ନାଥପ୍ରସାଦ ହାଜତ ମୃତ୍ୟୁ ମାମଲାକୁ ୩ ବର୍ଷ ପୂରିଲା: ତଦନ୍ତ ଚାଲିଛି, କାର୍ଯ୍ୟାନୁଷ୍ଠାନ ନାହିଁ

ଜଗନ୍ନାଥପ୍ରସାଦ ହାଜତ ମୃତ୍ୟୁ ମାମଲାକୁ ୩ ବର୍ଷ ପୂରିଲା: ତଦନ୍ତ ଚାଲିଛି, କାର୍ଯ୍ୟାନୁଷ୍ଠାନ ନାହିଁ

ଭଞ୍ଜନଗର,୧୯।୮(ଡି.ଏନ.ଏ.)-ଜଗନ୍ନାଥପ୍ରସାଦ ଥାନା ପଟାଧାର ଗ୍ରାମର ଗୌରହରି ସ୍ବାଇଁଙ୍କ  ୨୦୧୫ ଜୁନ ୯ତାରିଖରେ ଥାନାରେ ମୃତ୍ୟୁ ଘଟିଥିଲା। ପୋଲିସ ତାଙ୍କୁ ବାଡ଼େଇ ମାରି ଦେଇଥିବା ସେ ସମୟରେ ଥାନାରେ ଅଭିଯୋଗ ହୋଇଥିଲା।

କନଷ୍ଟେବଳ ନିଯୁକ୍ତି ଲାଗି ୯ରେ ଲିଖିତ ପରୀକ୍ଷା

କନଷ୍ଟେବଳ ନିଯୁକ୍ତି ଲାଗି ୯ରେ ଲିଖିତ ପରୀକ୍ଷା

ଭଞ୍ଜନଗର,୧୯।୮(ଡି.ଏନ.ଏ.)-ଆଇଆରବି, ଓଏସ୍‌ଏପି ଏବଂ ବିଭିନ୍ନ ପୋଲିସ ଜିଲାରେ ଖାଲିଥିବା ୩,୭୪୩ କନଷ୍ଟେବଳ ଓ ସିପାହି ପଦବୀ ପୂରଣ ପାଇଁ ପ୍ରକ୍ରିୟା ଚାଲିଛି। ବିଭିନ୍ଦ ସ୍ଥାନରେ ପ୍ରାର୍ଥୀଙ୍କ ଶାରୀରିକ ମାନ ଓ ଦକ୍ଷତା ପରୀକ୍ଷା ପ୍ରାୟ ସରିଯାଇଛି।

ପାଡ଼ନକେତାରେ ବନମହୋତ୍ସବ

ପାଡ଼ନକେତାରେ ବନମହୋତ୍ସବ

ଦାରିଙ୍ଗବାଡ଼ି,୧୯।୮(ଡି.ଏନ.ଏ.): ଦାରିଙ୍ଗବାଡ଼ି ବ୍ଲକ ଦନେକବାଡ଼ି ପଞ୍ଚାୟତ ପାଡ଼ନକେତା ଗ୍ରାମରେ ଶନିବାର ଗୋଷ୍ଠୀ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ବନ ସଂରକ୍ଷଣ ସମିତି ସଭାପତି ରଞ୍ଜିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ସୁକାନ୍ତ ପ୍ରଧାନ,  ଗ୍ରାମ୍ୟ ସଭାପତି ଆବ୍ରାହାମ୍‌ ପ୍ରଧାନ, ଦାରିଙ୍ଗବାଡ଼ି ସେକ୍ସନ ବନରକ୍ଷୀ ସରୋଜ ପାତ୍ର, ଡାବର ବୈତରଣୀ ଇନିସିଏଟିଭ୍‌ର ଉପଖଣ୍ଡ ସ୍ତରୀୟ ରିସର୍ଶ ପର୍ସନ ଏସ. ସୁନିଲ କୁମାର ସୁବୁଦ୍ଧି, ବେଥେଲ ଆଞ୍ଚଳିକ ମହିଳା ମଣ୍ଡଳର ସିଏଫଓ ମହେଶ୍ୱତା ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ସହ ଅଞ୍ଚଳରେ ଜଙ୍ଗଲ ବୃଦ୍ଧି କରିବାକୁ ବିଭିନ୍ନ ଚାରାରୋପଣ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ପରେ ବିଦ୍ୟାଳୟ ପରିସର ସମେତ ଗ୍ରାମର ବିଭିନ୍ନ ସ୍ଥାନରେ ଔଷଧିୟ ଚାରାରୋପଣ କରାଯାଇଥିଲା।