ବ୍ରହ୍ମପୁର

ମଦ, ଗଞ୍ଜେଇ କାରବାର ଅଭିଯୋଗ, ୪ ଗିରଫ

ମଦ, ଗଞ୍ଜେଇ କାରବାର ଅଭିଯୋଗ, ୪ ଗିରଫ

ଭଞ୍ଜନଗର,୨୫।୫(ଡି.ଏନ.ଏ)-ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଚୋରା ମଦ କାରବାର ଅଭିଯୋଗରେ ୩ ଜଣଙ୍କୁ ଓ ଗଞ୍ଜେଇ ଚାଲଣ ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି ।

ଡିବିଟି ସପ୍ତାହ ପାଳନ ପ୍ରସ୍ତୁତି ବୈଠକ

ଡିବିଟି ସପ୍ତାହ ପାଳନ ପ୍ରସ୍ତୁତି ବୈଠକ

ଦାରିଙ୍ଗବାଡ଼ି,୨୫।୫(ଡି.ଏନ.ଏ)- ଦାରିଙ୍ଗବାଡିରେ ଡିବିଟି (ଡାଇରେକ୍ଟ ବେନିଫିସିଆରି ଟ୍ରାନ୍ସଫର) ଯୋଜନା କାର୍ଯ୍ୟକାରୀ କରାଯିବା ପାଇଁ ବ୍ଲକ ସଭାଗୃହରେ ଶୁକ୍ରବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଷ୍ଟୋନ କ୍ରଶର ୟୁନିଟ ବିରୋଧରେ ଗାଁ ମେଳି ଜିଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଷ୍ଟୋନ କ୍ରଶର ୟୁନିଟ ବିରୋଧରେ ଗାଁ ମେଳି ଜିଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଦିଗପହଣ୍ଡି,୨୫ା୫(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ଭୁଷୁଣ୍ଡା ଗ୍ରାମ ନିକଟରେ ଥିବା ଷ୍ଟୋନ କ୍ରଶର ୟୁନିଟ ବିରୋଧରେ ଗ୍ରାମବାସୀ ମେଳି ବାନ୍ଧିଛନ୍ତି । କ୍ରଶର ଧୂଳିରେ ବାୟୁ ପ୍ରଦୂଷଣ ହେବା ସହ ଚାଷ ଜମି ଓ ପୋଖରୀରେ ପଥର ଗୁଣ୍ଡର ଆସ୍ତରଣ ଜମୁଛି।

ଆମ୍ବପୁର ପ୍ରିମିୟର ଲିଗ୍‌ ଉଦ୍‌ଘାଟିତ

ଆମ୍ବପୁର ପ୍ରିମିୟର ଲିଗ୍‌ ଉଦ୍‌ଘାଟିତ

ପାତ୍ରପୁର,୨୫।୫(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ଆମ୍ବପୁରଠାରେ ଆଇପିଏଲ୍‌ ଢାଞ୍ଚାରେ ପାତ୍ରପୁର ପ୍ରିମିୟର ଲିଗ୍‌ (ଏପିଏଲ୍‌) ଉଦ୍‌ଘାଟିତ ହୋଇଯାଇଛି।

ତାରାତାରିଣୀଠାରେ ବିଜେଡିର କର୍ମୀ ସମ୍ମିଳନୀ

ତାରାତାରିଣୀଠାରେ ବିଜେଡିର କର୍ମୀ ସମ୍ମିଳନୀ

ପୁରୁଷୋତ୍ତମପୁର,୨୫।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ତାରାତାରିଣୀଠାରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବାଉରୀ ପଣ୍ଡାଙ୍କ ପୌରହିତ୍ୟରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।

ଅଜଣା ଗାଡ଼ି ଧକ୍କାରେ ୨ ଗୁରୁତର

ଅଜଣା ଗାଡ଼ି ଧକ୍କାରେ ୨ ଗୁରୁତର

କନିଷି,୨୫।୫(ଡି.ଏନ.ଏ.)- ଗୋଳନ୍ଥରା ଛକରେ ଶୁକ୍ରବାର ସକାଳେ ଅଜଣା ଗାଡ଼ି ଧକ୍କାରେ ୨ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ ଗୋଳନ୍ଥରା ଗ୍ରାମର ପ୍ରଫୁଲ୍ଲ ଗୌଡ଼ (୪୫) ଓ କୁଠାରସିଂ ଗ୍ରାମର ପ୍ରକାଶ ନାୟକ (୪୭)।

ଆମ ପୋଲିସ ସମିତି ବୈଠକ

ଆମ ପୋଲିସ ସମିତି ବୈଠକ

ଗଞ୍ଜାମ,୨୫।୫(ଡି.ଏନ.ଏ.)- ଗଞ୍ଜାମ ଥାନା ପୋଲିସ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଦାମୋଦରପୁର ଗୋପୀନାଥ ମନ୍ଦିର ସମ୍ମୁଖରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନାଧିକାରୀ ଅନୀଲ କୁମାର ମାହାନ୍ତି ଅଧ୍ୟକ୍ଷତା କରିଥିଲେ।

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଗଞ୍ଜାମ,୨୫।୫(ଡି.ଏନ.ଏ.)- ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ କଳାଯମୁନା ଗ୍ରାମରେ ଜନୈକ ଯୁବକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ସେ ହେଲେ ସେହି ଗ୍ରାମର ସମୀର କୁମାର ମାଳୀ (୨୮)। ହୁମ୍ମା ଫାଣ୍ଡି ଅଧିକାରୀ ନରହରି ବିଶୋଇଙ୍କ ସୂଚନା ଅନୁଯାୟୀ, ଗୁରୁବାର ରାତିରେ ସମୀର ଖାଇପିଇ ଘରେ ଶୋଇଥିଲେ।

ଆଇନ ସଚେତନତା ଶିବିର ପରିଭ୍ରମଣ ରଥର ଶୁଭାରମ୍ଭ

ଆଇନ ସଚେତନତା ଶିବିର ପରିଭ୍ରମଣ ରଥର ଶୁଭାରମ୍ଭ

ପାତ୍ରପୁର,୨୫।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟସ୍ତରୀୟ ରାଜସ୍ବ ଆଇନ ସଚେତନତା ଶିବିର ପରିଭ୍ରମଣ ରଥକୁ ସ୍ଥାନୀୟ ତହସିଲଦାର ପ୍ରଣତୀ ପ୍ରିୟଦର୍ଶୀନି ରାଉତ ଶୁକ୍ରବାର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ପୃଥକ୍‌ ଦୁର୍ଘଟଣାରେ ୨ ଗୁରୁତର

ପୃଥକ୍‌ ଦୁର୍ଘଟଣାରେ ୨ ଗୁରୁତର

ପାତ୍ରପୁର,୨୫।୫(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ସୁରଙ୍ଗୀଠାରେ ଶୁକ୍ରବାର ଟ୍ରାକ୍ଟର ଧକ୍କାରେ ଜଣେ ଗୁରୁତର ହୋଇଥିବାବେଳେ ସାମନ୍ତିଆପଲ୍ଲୀ ବାଗ୍‌ଦେବୀ ମନ୍ଦିର ନିକଟରେ ୨ ବାଇକ୍‌ ମଧ୍ୟରେ ଧକ୍କା ହେବାରୁ ଜଣେ ଗୁରୁତର ଆହତ ହୋଇଛନ୍ତି।

ଶେରଗଡରେ ହ୍ବାଟ୍‌ସଆପ୍‌ କର୍ମଶାଳା, ବିଜୁ ଯୁବବାହିନୀଙ୍କୁ ତାଲିମ

ଶେରଗଡରେ ହ୍ବାଟ୍‌ସଆପ୍‌ କର୍ମଶାଳା, ବିଜୁ ଯୁବବାହିନୀଙ୍କୁ ତାଲିମ

ଶେରଗଡ,୨୫।୫(ଡି.ଏନ୍‌.ଏ.)- ଶେରଗଡ ବ୍ଲକ ବିଜୁ ଯୁବ ବାହିନୀଙ୍କୁ ନେଇ ଶୁକ୍ରବାର ପିତଳ ନିକଟସ୍ଥ କରଞ୍ଜେଇ ପୀଠରେ ତାଲିମ ସହ ହ୍ବାଟ୍‌ସଆପ୍‌ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ।

ରାଇକିଆରେ ଆମ ପୋଲିସ ବୈଠକ

ରାଇକିଆରେ ଆମ ପୋଲିସ ବୈଠକ

ରାଇକିଆ,୨୫।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ପୋଲିସ ତରଫରୁ ଶୁକ୍ରବାର ଥାନା ପରିସରରେ ଆମ ପୋଲିସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନାଧିକାରୀ ନରେଶ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବେଆଇନ ମଦ କାରବାର ବନ୍ଦ, ଟ୍ରାଫିକ ସମସ୍ୟା, ହେଲମେଟ୍‌ ବ୍ୟବହାର, ଜମିଜମା ସମସ୍ୟା ଉପରେ ଆଲୋଚନା ହୋଇଥିଲା। ବିଭିନ୍ନ ସମସ୍ୟା ସମାଧାନ ସମ୍ପର୍କରେ ଉପସ୍ଥିତ ବୁଦ୍ଧିଜୀବୀଙ୍କ ମତାମତ ନିଆଯାଇଥିଲା।

ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଗୃହ ବିଭାଗ କନିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଗୃହ ବିଭାଗ କନିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର ଅଫିସ,୨୫।୫: ବ୍ରହ୍ମପୁର ରାସ୍ତା ଓ ଗୃହ ବିଭାଗ-୧ର କନିଷ୍ଠ କିରାଣୀ ଦଣ୍ଡପାଣି ମହାପାତ୍ରଙ୍କ ଅଫିସ ସମେତ ଚାରୋଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଶୁକ୍ରବାର ଚଢ଼ାଉ ଜାରି ରହିଛି। ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଉଛି।

ମୁକ, ବଧିର ବାଳକ ଉଦ୍ଧାର: ବ୍ରହ୍ମପୁର ଚାଇଲ୍ଡଲାଇନ୍‌କୁ ହସ୍ତାନ୍ତର

ବ୍ରହ୍ମପୁର ଅଫିସ,୨୫।୫: ସ୍ଥାନୀୟ ଗୋଶାଣିନୂଆଗାଁ ଥାନା ପୋଲିସ ଶୁକ୍ରବାର ଗୋଶାଣିନୂଆଗାଁ ମେନ ରୋଡ୍‌ରେ ଜଣେ ମୁକ ଓ ବଧିର ବାଳକକୁ ଉଦ୍ଧାର କରିଛି। ଉକ୍ତ ପିଲାଟିର ନାମ ରାହୁଲ ଦାସ(୧୨) ବୋଲି ଗୋଶାଣିନୂଆଗାଁ ଥାନାଧିକାରୀ କୁଳମଣି ସେଠି ସୂଚନା ଦେଇଛନ୍ତି।

ସାଇକେଲକୁ ପଛରୁ ଧକ୍କା ଦେଲା ବାଇକ୍‌: ସାଇକେଲଆରୋହୀ ମୃତ

ସାଇକେଲକୁ ପଛରୁ ଧକ୍କା ଦେଲା ବାଇକ୍‌: ସାଇକେଲଆରୋହୀ ମୃତ

ଶେରଗଡ଼,୨୫।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ କାର୍ଯ୍ୟାଳୟ ନିକଟ ପେଟ୍ରୋଲ ପମ୍ପଠାରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ସାଇକେଲଙ୍କୁ ବାଇକ୍‌ ଧକ୍କା ଦେବା ଫଳରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ତାକରଡ଼ା ଗ୍ରାମର ସନ୍ତୋଷ ଗୌଡ(୫୦)।

ଆରମ୍ଭ ହେଲା ‘ମୋ ଭୂମି, ମୋ ପଟ୍ଟା’ ଅଭିଯାନ

ଆରମ୍ଭ ହେଲା ‘ମୋ ଭୂମି, ମୋ ପଟ୍ଟା’ ଅଭିଯାନ

ବ୍ରହ୍ମପୁର ଅଫିସ,୨୫।୫: ଜମି ପଟ୍ଟା ସମ୍ପର୍କିତ ବିବାଦର ଆଶୁ ସମାଧାନ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ତରଫରୁ ‘ମୋ ଭୂମି, ମୋ ପଟ୍ଟା’ ଅଭିଯାନ ଆରମ୍ଭ ହୋଇଛି। ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ବ୍ରହ୍ମପୁର ତହସିଲ ତରଫରୁ ଏକ ରଥକୁ ଶୁକ୍ରବାର ସକାଳେ ଉଦ୍‌ଘାଟନ କରାଯାଇଛି।

ଘରୋଇ ଚିକିତ୍ସାଳୟ ବନ୍ଦ: ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଲମ୍ବା ଲାଇନ୍‌

ଘରୋଇ ଚିକିତ୍ସାଳୟ ବନ୍ଦ: ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଲମ୍ବା ଲାଇନ୍‌

ବ୍ରହ୍ମପୁର ଅଫିସ,୨୫।୫: ରାଜ୍ୟରେ ଥିବା ସମସ୍ତ ଚିକିତ୍ସାଳୟ, ନର୍ସିଂହୋମ, ପାଥୋଲୋଜି ଏବଂ ଡାଏଗ୍ନୋସିସ୍‌ ସେଣ୍ଟର ଶୁକ୍ରବାର ବନ୍ଦ ରହିଛି। ଫଳରେ ବ୍ରହ୍ମପୁର ବଡ଼ ମେଡ଼ିକାଲ ଏବଂ ସିଟି ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢିଯାଇଛି।

ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧ ଦିବସ

ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧ ଦିବସ

ବ୍ରହ୍ମପୁର ଅଫିସ,୨୫।୫: ବିଭିନ୍ନ ସଂଗଠନ ପକ୍ଷରୁ ବ୍ରହ୍ମପୁର ସହରରେ ଶୁକ୍ରବାର ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧ ଦିବସ ପାଳନ କରାଯାଉଛି। ଏହି ଅବସରରେ ବିଜୟା ଟକିଜଠାରେ ଥିବା ଗଜପତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି।

ଜିଡିସିଏ ବିବାଦ: ହେଲା ଗୋଟିଏ ଚୟନ ଶିବିର

ଜିଡିସିଏ ବିବାଦ: ହେଲା ଗୋଟିଏ ଚୟନ ଶିବିର

ବ୍ରହ୍ମପୁର ଅଫିସ୍‌,୨୫ା୫:ଗଞ୍ଜାମ ଜିଲା କ୍ରିକେଟ ସଂଘ (ଜିଡିସିଏ)ରେ ଦୁଇଟି ଗୋଷ୍ଠୀ ମଧ୍ୟରେ ଦେଖାଦେଇଥିବା ବିବାଦ ଆଂଶିକ ସମାଧାନ ହୋଇଛି। ପଛଘୁଞ୍ଚା ଦେଇଛନ୍ତି ୨୦୧୩ ମସିହାର ପଦାଧିକାରୀ। ଫଳରେ ବ୍ରହ୍ମପୁର ଷ୍ଟାଡିୟମ୍‌ରେ ହିଁ ଗୁରୁବାର କଳାହାଣ୍ଡି କପ୍‌ ଏବଂ ୧୬ବର୍ଷରୁ କମ୍‌ ଦଳ ପାଇଁ ଚୟନ ଶିବିର ଆୟୋଜିତ ହୋଇଥିଲା। କଳାହାଣ୍ଡି କପ୍‌ ପାଇଁ ୫୫ଜଣ ଏବଂ ୧୬ବର୍ଷରୁ କମ୍‌ ଦଳ ପାଇଁ ୪୦ଜଣ ଖେଳାଳି ନାମ ପଞ୍ଜୀକୃତ କରିଛନ୍ତି। ୨୦୦୫ ମସିହା ସଂଘର ଯୁଗ୍ମ ସମ୍ପାଦକ ତ୍ରିଲୋଚନ ପାଣିଗ୍ରାହୀ, କାର୍ଯ୍ୟକାରୀ କମିଟି ସଭ୍ୟ ଡ.ଦେବଦତ୍ତ ସିଂ ଦେଓ, ଡ.ଦେବାନନ୍ଦ ବିଶ୍ୱାସ, ଦିଲୀପ ପାତ୍ର, ରୂପେଶ ମହାପାତ୍ର, ରାମ କୁମାର ପାତ୍ର, ଅମରନାଥ ରଥ, ପ୍ରଶାନ୍ତ ମୁନୀ ଏଥିରେ ସହଯୋଗ କରିଥିଲେ। ପବିତ୍ର ମହାନ୍ତି, ସଞ୍ଜୟ ବିଷୋୟୀ, ଅମିତ ଦାସ, ବିଜୟ ଭାସ୍କର ସିଂ ସାମନ୍ତ ଚୟନକର୍ତ୍ତା ଦାୟିତ୍ୱରେ ଅଛନ୍ତି ବୋଲି ସଂଘର ସଭାପତି ରମେଶ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଜୁନ୍‌ ୧ ତାରିଖରେ ଆନ୍ତଃ ଜିଲା କଳାହାଣ୍ଡି କପ୍‌ ଏବଂ ୫ତାରିଖରେ ୧୬ବର୍ଷରୁ କମ୍‌ କ୍ରିକେଟ ଟୁର୍ନାମେଣ୍ଟ କଟକରେ ଆୟୋଜିତ ହେବାକୁ ଯାଉଛି।

ଟ୍ରାଫିକ ସମସ୍ୟା ଉପରେ ଗୁରୁତ୍ୱ

ଟ୍ରାଫିକ ସମସ୍ୟା ଉପରେ ଗୁରୁତ୍ୱ

ଛତ୍ରପୁର,୨୫।୫(ଡି.ଏନ.ଏ.):ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଗତ ୧୬ ତାରିଖରେ ଛତ୍ରପୁରସ୍ଥିତ ତାଙ୍କ ବାସଭବନରୁ ସାଇକେଲ ଯୋଗେ ପୁରୁଷୋତ୍ତମପୁର ଥାନାକୁ ଯାଇଥିଲେ। ୩୦ କି.ମି. ସାଇକେଲ ଚଳାଇ ଏସ୍‌ପି ହୁମ୍ମା ଦେଇ ପୁରୁଷୋତ୍ତମପୁର ଯାଉଥିବା ବେଳେ ଟ୍ରାଫିକ ସମସ୍ୟା ଓ ରାସ୍ତା ସମସ୍ୟା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହ ସମସ୍ୟା ନିଜେ ଦେଖିଥିଲେ। ସାଧାରଣ ଲୋକ ଭଳି ଏସ୍‌ପି ସାଇକେଲରେ ଯାଉଥିବାରୁ ରାସ୍ତାରେ କିମ୍ବା ପୁରୁଷୋତ୍ତମପୁର ସହରରେ କେହି ତାଙ୍କୁ ଚିହ୍ନି ପାରି ନ ଥିଲେ। ଏଥିସହ ପୁରୁଷୋତ୍ତମପୁର ଥାନା ଆଇଆଇସି ଅଜୟ ବାରିକଙ୍କ ସହ ଟ୍ରାଫିକ ସମସ୍ୟା ଉପରେ ଏସ୍‌ପି ଆଲୋଚନା କରିଥିଲେ। ଏ ନେଇ ଗୁରୁବାର ଛତ୍ରପୁରସ୍ଥିତ ଏସ୍‌ପିଙ୍କ କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା।

ମହିଳା ଜେଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା:ଜେଲ ଗଲେ ସ୍ବାମୀ

ମହିଳା ଜେଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା:ଜେଲ ଗଲେ ସ୍ବାମୀ

ଚିକିଟି,୨୫।୫(ଡି.ଏନ.ଏ.):କେ.ନୂଆଗାଁଥାନା ଚିକିଟିପେ ସ୍ଥିତ ବ୍ରହ୍ମାନଗର ସାହିରେ ଏକ ଭଡା ଘରୁ ଗତ ୧୮ତାରିଖରେ ଚିକିଟି ବ୍ଲକ୍‌ର କନିଷ୍ଠଯନ୍ତ୍ରୀ ମଣିମାଳା ଦେଉରା (୩୮)ଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲା। ଏନେଇ ପୋଲିସ ନଂ.୨/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବାବେଳେ ମଣୀମାଳାଙ୍କ ଦାଦା ସରୋଜ ତାଙ୍କ ଝିଆରୀକୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୬୦/୧୮ରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ସତ୍ୟାସତ୍ୟ ଜାଣିବାକୁ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଥିଲା। ଗୁରୁବାର ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଏହି ମାମଲାର ଖୁଲାସା ହୋଇଛି। ତଦନ୍ତକାରୀ ଥାନା ଅଧିକାରୀ କେ.ନୂଆଗାଁ ଆଇଆଇସି କେ. ସୁଜିତ କୁମାର ନାୟକ କହିଛନ୍ତି ଯେ, ସ୍ବାମୀ ଦେବାଶିଷ ଦୀର୍ଘଦୀନ ହେଲା ଜନୈକ ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ରଖି ମଣିମାଳାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଫଳରେ ସେ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ। ପୋଲିସ ଗୁରୁବାର ସ୍ବାମୀ ଦେବାଶିଷ ନନ୍ଦଙ୍କୁ ଗିରଫ କରି ପାତ୍ରପୁର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।

ସଂରକ୍ଷିତ ଜଙ୍ଗଲରେ ଜବରଦଖଲ, ୮ ଗିରଫ

ସଂରକ୍ଷିତ ଜଙ୍ଗଲରେ ଜବରଦଖଲ, ୮ ଗିରଫ

ଭଞ୍ଜନଗର,୨୫।୫(ଡି.ଏନ.ଏ):କେନ୍ଦ୍ରୀୟ ବନାଞ୍ଚଳ ଗାଙ୍ଗପୁର ବିଟ୍‌ ଦୁମଦୁମି ସଂରକ୍ଷିତ ଜଙ୍ଗଲରେ ଜବରଦଖଲ କରୁଥିବା ଅଭିଯୋଗରେ ବନ ବିଭାଗ ପକ୍ଷରୁ ଗଜପତି ଜିଲା ମୋହନା ଅଞ୍ଚଳର ୪ ମହିଳାଙ୍କ ସମେତ ୮ଜଣଙ୍କୁ ଗୁରୁବାର ଗିରଫ କରାଯାଇଛି। ସନ୍ଧ୍ୟାରେ ସମସ୍ତ ଅଭିଯୁକ୍ତଙ୍କୁ ଭଞ୍ଜନଗର କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ସ୍ଥାନୀୟ ସ୍ବତନ୍ତ୍ର ଉପ କାରାଗାରକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଜୋକିୟାମ ଶବର, ଅନନ୍ତ ଶବର, ରିଞ୍ଜା ରଇତ, ମେଦିକା ଗମାଙ୍ଗୋ, ଲିୟାମି ଶବର, ସୁନିୟା ଗମାଙ୍ଗୋ, ସନ୍ୟାସି ଶବର ଓ ସନ୍ତନି ଶବର। ଏମାନେ ମଙ୍ଗଳବାର ସଂରକ୍ଷିତ ଜଙ୍ଗଲରେ ଜବରଦଖଲ କରି ଘର ତିଆରି କରୁଥିଲେ। ଡ଼ିଏଫଓ ରାମସାମୀ ପି.ଙ୍କ ପାଖରେ ଏହି ଖବର ପହଞ୍ଚିଥିଲା। ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଡ଼ିଏଫଓ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୁଧବାର ଅପରାହ୍ନରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ଅଭିଯୁକ୍ତ ଅଧିକ ଥିବାବେଳେ କର୍ମଚାରୀ କମ୍‌ ଥିଲେ। ତେଣୁ ଚଢ଼ାଉ କଲେ କିଛି ଅଘଟଣ ଘଟିବା ଆଶଙ୍କା ଥିବାରୁ ବନ କର୍ମଚାରୀ ଫେରି ଆସିଥିଲେ। ଗୁରୁବାର କେନ୍ଦ୍ରୀୟ ବନାଞ୍ଚଳ ଓ ମୁଜାଗଡ଼ ରେଞ୍ଜ କର୍ମଚାରୀ ପୁଣି ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ଅର୍ଦ୍ଧନିର୍ମିତ ଘର ଗୁଡ଼ିକୁ ଭାଙ୍ଗି ଦେଇଛନ୍ତି। ଏହି ସମୟରେ କର୍ମଚାରୀ ଓ ଅଭିଯୁକ୍ତଙ୍କ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ଉପୁଜିଥିଲା।

ମାଓବାଦୀଙ୍କ  ବନ୍ଦ ଡ଼ାକରା ପ୍ରଭାବ ଶୂନ୍ୟ

ମାଓବାଦୀଙ୍କ ବନ୍ଦ ଡ଼ାକରା ପ୍ରଭାବ ଶୂନ୍ୟ

ଫୁଲବାଣୀ ଅଫିସ, ୨୫।୫: କେକେବିଏନ ମାଓବାଦୀ ସଂଗଠନ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା କନ୍ଧମାଳ ଜିଲାରେ ପ୍ରଭାବ ଶୂନ୍ୟ ହୋଇଛି। ବାଲିଗୁଡା ବ୍ଲକ ବାରଖମା ଓ ଖମନଖୋଲକୁ ଛାଡ଼ିଦେଲେ ଅନ୍ୟ କୈାଣସି ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିନାହିଁ। ସେଠାରେ ଦୋକାନ ବଜାର ବନ୍ଦ ରହିଥିଲା। ଦେଖିବାକୁ ଗଲେ ଜିଲାର ସବୁ ଅଞ୍ଚଳରେ ବସ ସେବା ଜାରି ରହିଥିବା ବେଳେ ଦୋକାନ ବଜାର ଖୋଲା ଥିଲା। ବନ୍ଦକୁ ଦୃଷ୍ଟିରେ ରଖି ଜିଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କୌଣସି ସ୍ଥାନରେ ଅପ୍ରିତିକର ପରିସ୍ଥିତ ସୃଷ୍ଟି ହୋଇ ନ ଥିବା ଏସ୍‌ପି ପ୍ରତୀକ ସିଂ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, କନ୍ଧମାଳ ଜିଲା ସଦର ଥାନା ଅଧୀନ ସୁଡ୍ରୁକୁମ୍ପାରେ ଗତ ୧୩ତାରିଖରେ ଯବାନଙ୍କ ଗୁଳିରେ ୫ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ବିରୋଧ କରି ଏହି ବନ୍ଦ ଡ଼ାକରା ଦିଆଯାଇଥିଲା। ବନ୍ଦ ଡାକରାକୁ ନେଇ ଜିଲାରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଥିବା ବେଳେ କୌଣସି ଅଘଟଣ ଘଟି ନ ଥିବା ଜଣାଯାଇଛି।

ଘର ତାଲା ଭାଙ୍ଗି ଟଙ୍କା, ସୁନା ଚୋରି

ଘର ତାଲା ଭାଙ୍ଗି ଟଙ୍କା, ସୁନା ଚୋରି

ଛତ୍ରପୁର, ୨୫।୫(ଡି.ଏନ.ଏ.):କୌଣସି ଦୁର୍ବୃତ୍ତ ବୁଧବାର ରାତିରେ ଛତ୍ରପୁର ଏନଏସି ୩ ନଂ. ୱାର୍ଡ ଅଧୀନ ରାଜ ନଗରରେ ଥିବା ରମା ମହାପାତ୍ରଙ୍କ ଘର ତାଲା ଭାଙ୍ଗି ୫୦ ହଜାର ଟଙ୍କା ଓ ସୁନା ଅଳାଙ୍କାର ଚୋରି କରି ନେଇଥିବା ଛତ୍ରପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି ପୋଲିସ ଏକ ମାମଲା (ନଂ.୫୫/୧୮) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଥାନାରେ ହୋଇଥିବା ଅଭିଯୋଗରୁ ପ୍ରକାଶ, ରମା ଘରେ ତାଲା ପକାଇ ମହୀଶୂରରେ ଥିବା ତାଙ୍କ ପୁଅ ଘରକୁ କିଛି ଦିନ ତଳେ ଯାଇଥିଲେ। ଏହାର ସୁଯୋଗ ନେଇ କୌଣସି ଦୁର୍ବୃତ୍ତ ଘରର ଗେଟ, ଗ୍ରୀଲ ଓ କବାଟରେ ପଡିଥିବା ତାଲା ଭାଙ୍ଗି ଭିତରକୁ ପଶିଥିଲେ। ଘରେ ଭିତରେ ଥିବା ଆଲମିରା ଭାଙ୍ଗି ୫୦ ହଜାର ଟଙ୍କା ଓ ସୁନା ଅଳଙ୍କାର ଚୋରି କରି ନେଇଥିଲେ। ଗୁରୁବାର ସକାଳେ ରମାଙ୍କ ଜଣେ ସମ୍ପର୍କୀୟ ଫୁଲ ତୋଳିବାକୁ ତାଙ୍କ ଘର ନିକଟକୁ ଆସିଥିବା ବେଳେ ଗେଟ୍‌ର ତାଲା ଭାଙ୍ଗି ପଡିଥିବା ଦେଖି ଏ ସମ୍ବନ୍ଧରେ ଭୁବନେଶ୍ୱରରେ ରହୁଥିବା ରମାଙ୍କ ଆଉ ଜଣେ ପୁଅଙ୍କୁ ଖବର ଦେଇଥିଲେ। ପରେ ଗୁରୁବାର ଅପରାହ୍ନରେ ରମାଙ୍କ ପୁଅ ସନ୍ତୋଷ ମହାପାତ୍ର ଛତ୍ରପୁରରେ ପହଞ୍ଚତ୍ବା ପରେ ତାଙ୍କ ଉପସ୍ଥିତିରେ ଘର ଖୋଲାଯାଇ ପୋଲିସ ଭିତରକୁ ପ୍ରବେଶ କରିଥିଲା। ସେତେବେଳେ ଆଲମିରା ଭଙ୍ଗା ଯାଇଥିବା ବେଳେ ଅନ୍ୟାନ୍ୟ ଜିନିଷ ଏଣେତେଣେ ପଡିଥିବା ଦେଖିବାକୁ ମିଳିଥିଲା। ଏଥିସହ ଟଙ୍କା ଓ ସୁନା ଚୋରି ହୋଇଥିବା ନେଇ ସନ୍ତୋଷ ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ ।