ବ୍ରହ୍ମପୁର

ବିଦେଶୀ ପୁଞ୍ଜିନିବେଶକୁ ଏଏପିର ବିରୋଧ

ବିଦେଶୀ ପୁଞ୍ଜିନିବେଶକୁ ଏଏପିର ବିରୋଧ

ବ୍ରହ୍ମପୁର ଅଫିସ,୧୫।୧- ଖୁଚୁରା ବଜାରରେ ଶତପ୍ରତିଶତ ବିଦେଶୀ ପୁଞ୍ଜି ନିବେଶକୁ ଆମ୍‌ ଆଦମୀ ପାର୍ଟି(ଏଏପି) ତରଫରୁ ବିରୋଧ କରାଯାଇଛି। ସୋମବାର ଦଳ ତରଫରୁ ପୁରୁଣା ବସ୍‌ଷ୍ଟାଣ୍ଡଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ବଡ଼ମେଡିକାଲରେ ଦଲାଲଗିରି ବିରୋଧରେ ଘଣ୍ଟଯାତ୍ରା

ବଡ଼ମେଡିକାଲରେ ଦଲାଲଗିରି ବିରୋଧରେ ଘଣ୍ଟଯାତ୍ରା

ବ୍ରହ୍ମପୁର ଅଫିସ,୧୫।୧- ଦକ୍ଷିଣ ଓଡ଼ିଶାର ଏକାମାତ୍ର ରେଫେରାଲ୍‌ ହସ୍ପିଟାଲ୍‌ ବ୍ରହ୍ମପୁର ବଡ଼ମେଡିକାଲ୍‌ରେ ଦିନକୁ ଦିନ ଦଲାଲ୍‌ମାନଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଦୈନିକ ବହୁ ସଂଖ୍ୟକ ରୋଗୀ ଦଲାଲ୍‌ଙ୍କ ଶୋଷଣର ଶିକାର ହେଉଛନ୍ତି। ହେଲେ ସରକାର ଏହାକୁ ଅଣଦେଖା କରୁଛନ୍ତି। ଦଲାଲ୍‌ଙ୍କୁ ତଡ଼ିବା ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ଏହା ବିରୋଧରେ ମାନବ ଅଧିକାର ସୁରକ୍ଷା ମଞ୍ଚ ତରଫରୁ ଘଣ୍ଟଯାତ୍ରା କରାଯାଇଥିଲା। ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଏହି ଘଣ୍ଟଯାତ୍ରାରେ ସଂଗଠନର ବହୁ କର୍ମକର୍ତ୍ତା ଭାଗନେଇଥିଲେ।

 ପଞ୍ଚାୟତ ପୁନର୍ଗଠନ ପରେ ବି ମିଳୁନି ସୁବିଧା

ପଞ୍ଚାୟତ ପୁନର୍ଗଠନ ପରେ ବି ମିଳୁନି ସୁବିଧା

ଦାରିଙ୍ଗବାଡ଼ି,୧୫।୧(ଡି.ଏନ.ଏ.)-ପଞ୍ଚାୟତ ପୁନର୍ଗଠନ ସରିଲା। ତ୍ରିସ୍ତରୀୟ ନିର୍ବାଚନ ମଧ୍ୟ ସରିଲା । କିନ୍ତୁ ପ୍ରଶାସନ ଭୁଲିଗଲା ଯେଉଁମାନଙ୍କୁ ପଞ୍ଚାୟତ ପୁନର୍ଗଠନ ସମୟରେ ନିଜ ପଞ୍ଚାୟତରୁ ବାଦ ଦେଇ ଅନ୍ୟ ପଞ୍ଚାୟତରେ ସାମିଲ କରିଥିଲା । ସେମାନଙ୍କ ଅବସ୍ଥା କଥା ଆଉ ପ୍ରଶାସନ ବୁଝୁନାହିଁ । ଯେଉଁମାନେ ଭୋଟ ପାଇ ଲୋକ ପ୍ରତିନିଧି ହୋଇଛନ୍ତି ସେମାନେ ମଧ୍ୟ ସମସ୍ୟାକୁ ଗୁରୁତ୍ୱ ଦେଉନାହାନ୍ତି । ପଞ୍ଚାୟତ ପରିବର୍ତ୍ତନ ପରେ ଅଧିକ ସମସ୍ୟା ଦେଇ ଗତି କରୁଛନ୍ତି । ଯେଉଁ ଲୋକମାନଙ୍କ ପଞ୍ଚାୟତ ପରିବର୍ତ୍ତନ ହୋଇଛି ସେମାନେ ଅଲୋଡ଼ା ହୋଇ ରହିଛନ୍ତି ା ତାଙ୍କୁ ସୁବିଧାରେ ସରକାରୀ ଯୋଜନା ମିଳୁନି। ରାଶନକାର୍ଡ଼ ମିଳିଥିଲେ ସୁଦ୍ଧା ପୂର୍ବରୁ ଥିବା ସାଧାରଣ ବଣ୍ଟନ କେନ୍ଦ୍ରରେ ସାମଗ୍ରୀ ଦିଆଯାଉଥିବା ଅଭିଯୋଗ ହୋଇଛି । ଏଭଳି ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ।

 ହେଲମେଟ୍‌ ନ ପିନ୍ଧିଲେ ଜରିମାନା

ହେଲମେଟ୍‌ ନ ପିନ୍ଧିଲେ ଜରିମାନା

ଭଞ୍ଜନଗର,୧୫।୧(ଡି.ଏନ.ଏ.)-ବାଇକ୍‌ ଚଳାଇବା ବେଳେ ହେଲମେଟ୍‌ ପିନ୍ଧିବାକୁ କଲେଜ ଛାତ୍ରୀଛାତ୍ରଙ୍କୁ ସଚେତନ କରାଯିବ । ଯେଉଁ ଛାତ୍ରୀଛାତ୍ର ବିନା ହେଲମେଟ୍‌ରେ ବାଇକ୍‌ ଚଳାଇବେ ତାଙ୍କଠାରୁ ଜରିମାନା ଆଦାୟ କରାଯିବ । ଡିଲରମାନେ ବାଇକ୍‌ ସହ ହେଲମେଟ୍‌ ବିକ୍ରି କରିବାକୁ ବାଧ୍ୟ । ସୋମବାର ଏ ନେଇ ଆୟୋଜିତ ଏକ ବୈଠକରେ ଉପ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ ଅଧ୍ୟକ୍ଷତା କରି ଉପରୋକ୍ତ ସୂଚନା ଦେଇଛନ୍ତି।

ଧରାପଡିଲେ ୫ ହାଇଓ୍ବେ ଲୁଟେରା

ଧରାପଡିଲେ ୫ ହାଇଓ୍ବେ ଲୁଟେରା

ବ୍ରହ୍ମପୁର ଅଫିସ,୧୫।୧- ରାତିରେ ହାଇଓ୍ବେରେ ଯାଉଥିବା ଟ୍ରକ୍‌ରୁ ଲୁଟ୍‌ କରିବା ପାଇଁ ହେଉଥିଲା ଯୋଜନା। ୧୬ ନଂ.ଜାତୀୟ ରାଜପଥର ଖଜୁରିଆ ଓଭରବ୍ରିଜ୍‌ ନିକଟରେ ରବିବାର ରାତି ପ୍ରାୟ ସାଢେ ଗୋଟାଏ ବେଳେ ବସି ଯୋଜନା କରୁଥିଲେ କିଛି ହାଇଓ୍ବେ ଲୁଟେରା। ଏ ସମ୍ବନ୍ଧରେ କୌଣସି ସୂତ୍ରରୁ ଖବର ପାଇ ଗୋଷାଣୀନୂଆଗାଁ ଥାନା ଏସ୍‌ଆଇ ପୁରୁଷୋତ୍ତମ ପାଇକ ସଦଳବଳ ସେଠାରେ ଚଢାଉ କରିଥିଲେ। ଚଢାଉ ବେଳେ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ଜଣ ଫେରାର ହୋଇଯାଇଛନ୍ତି।

୩୩ ୱାର୍ଡର ସଫେଇ କାର୍ଯ୍ୟ ଘରୋଇକରଣ

୩୩ ୱାର୍ଡର ସଫେଇ କାର୍ଯ୍ୟ ଘରୋଇକରଣ

ବ୍ରହ୍ମପୁର ଅଫିସ,୧୫।୧- ରାଜ୍ୟର ପୁରାତନ ବ୍ରହ୍ମପୁର ପୂର୍ବ ପୌର ସଂସ୍ଥାକୁ ୧୫୦ ବର୍ଷ ପୂରିଛି ଏବଂ ୯ ବର୍ଷ ତଳେ ମହାନଗର ନିଗମ (ବିଏମ୍‌ସି)ର ମାନ୍ୟତା ମିଳିଛି। ୨୦୧୧ ଜନଗଣନା ଅନୁସାରେ ଜନସଂଖ୍ୟା ୩.୭୦ ଲକ୍ଷ ଥିବା ବେଳେ ଇତିମଧ୍ୟରେ ଏହା ସାଢ଼େ ୪ ଲକ୍ଷ ଟପିଥିବା ବେସରକାରୀ ଭାବେ ହିସାବ କରାଯାଇଛି। ବିଏମ୍‌ସି ତଥ୍ୟ ପ୍ରକାରେ ଏବେ ମହାନଗରରେ ୭୨ ହଜାର ବିଭିନ୍ନ ବର୍ଗର ବାସଗୃହରୁ ହୋଲ୍‌ଡିଂ ଟିକସ ଆଦାୟ କରାଯାଉଛି ଏବଂ ନୂଆ ସାହିବସ୍ତି ବଢ଼ି ଚାଲିଥିବାରୁ ଆଗାମୀ ଦିନରେ ୯୫ ହଜାରକୁ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଯୋଜନାରେ ବିପୁଳ ପରିମାଣର ଅନୁଦାନ ମିଳୁଛି ଏବଂ ବିନିଯୋଗ ଠିକଣା ଭାବରେ ନ ହୋଇ ବ୍ୟାଙ୍କରେ ଜମା ରହିଛି। ତେବେ ବହୁ ବର୍ଷରୁ ବିଗିଡ଼ି ଯାଇଥିବା ପରିମଳ ବ୍ୟବସ୍ଥାରେ ସୁଧାର ନ ଆସିବା ଉଦ୍‌ବେଗର କାରଣ ହୋଇଛି।

ଭଞ୍ଜନଗରରେ ମନ୍ତ୍ରୀଙ୍କ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ଭଞ୍ଜନଗରରେ ମନ୍ତ୍ରୀଙ୍କ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ଭଞ୍ଜନଗର,୧୫।୧(ଡି.ଏନ.ଏ.)-ଭଞ୍ଜନଗର ଅଞ୍ଚଳରେ ବିଭିନ୍ନ ବିଭାଗ ପକ୍ଷରୁ ପ୍ରାୟ ୫୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ କାମ ଚାଲିଛି । ଉକ୍ତ କାମ ଗୁଡ଼ିକ କିଭଳି ନିର୍ଦ୍ଧାରିତ ସମୟରେ କିଭଳି ଶେଷ ହେବ ସେ ନେଇ ସୋମବାର ସମୀକ୍ଷା କରାଯାଇଥିଲା। ସ୍ଥାନୀୟ ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନିର୍ମାଣାଧୀନ ପ୍ରକଳ୍ପଗୁଡିକୁ ବୁଲି ଦେଖିଥିଲେ ।

ଆଇନ ସେବା ପ୍ରାଧିକରଣର ସଚେତନତା କାର୍ଯ୍ୟକ୍ରମ

ଆଇନ ସେବା ପ୍ରାଧିକରଣର ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର ଅଫିସ,୧୫।୧: ଗଞ୍ଜାମ ଜିଳା ଆଇନ ସେବା ପ୍ରାଧିକରଣ ପକ୍ଷରୁ ତୃତୀୟ ଲିଙ୍ଗଙ୍କ ନିମନ୍ତେ ଉଦ୍ଧିଷ୍ଟ ଆଇନ ସହାୟତା ଏବଂ ଅଧିକାର ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ସଂଖ୍ୟକ କିନ୍ନର ଯୋଗ ଦେଇଥିଲେ।

ପୂର୍ବତନ ମେୟରଙ୍କ ଉପରକୁ ଗୁଳିମାଡ଼ ଘଟଣା ମାରିବା ପାଇଁ ଦିଆଯାଇଥିଲା ସୁପାରି

ବ୍ରହ୍ମପୁର ଅଫିସ,୧୪।୧- ବ୍ରହ୍ମପୁର ମହାନଗର ନିଗମ ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁ ଦାସଙ୍କ ଉପରକୁ ଗୁରୁବାର ହୋଇଥିବା ଗୁଳିମାଡ ଘଟଣାରେ ପିଣ୍ଟୁ ଥାନାରେ ଦେଇଥିବା ଏତଲାକୁ ନେଇ ଏବେ ରାଜନୈତିକ ମହଲରେ ଝଡ ସୃଷ୍ଟି ହୋଇଛି। ତାଙ୍କ ଉପରକୁ ହୋଇଥିବା ଆକ୍ରମଣରେ ସିଧାସଳଖ ହାତ ବିଜେଡିର ଥିବା ସେ ଏତଲାରେ ଦର୍ଶାଇଛନ୍ତିା ଏହାକୁ ନେଇ ଏବେ ଭାଜପା ଓ ବିଜେଡି ମଧ୍ୟରେ ଏକପ୍ରକାର ଶୀତଳଯୁଦ୍ଧର ବାତାବରଣ ସୃଷ୍ଟି ହୋଇଛି।

ଶେଷ ସନ୍ଧ୍ୟାରେ ‘ଗାନ୍ଧୀ ଭୂମିକାରେ’ ମଞ୍ଚସ୍ଥ

ଶେଷ ସନ୍ଧ୍ୟାରେ ‘ଗାନ୍ଧୀ ଭୂମିକାରେ’ ମଞ୍ଚସ୍ଥ

ବ୍ରହ୍ମପୁର ଅଫିସ,୧୪।୧- ଗାନ୍ଧିଜୀ ହେଉଛନ୍ତି ସତ୍ୟ, ଅହିଂସା ଓ ନ୍ୟାୟର ପ୍ରତୀକ। ତାଙ୍କ ଆଦର୍ଶ, ନିଷ୍ଠା ଓ ଅହିଂସା ନୀତି ସମଗ୍ର ପୃଥିବୀ ପାଇଁ ପାଲଟି ଯାଇଛି ଅଧ୍ୟୟନ ଓ ଅନୁଶୀଳନ। ଯେତେବେଳେ ମନୁଷ୍ୟର ମୂଲ୍ୟବୋଧର ଅବକ୍ଷୟ ଘଟେ ସେତେବେଳେ ଏହି ଗାନ୍ଧୀବାଦକୁ କୁଠାରଘାତ କରାଯାଏ। ଏପରି ଏକ ସମୟରେ ଜଣେ ଗୁଣ୍ଡା ଗାନ୍ଧୀବାଦକୁ ଆଦରି ନେଇ ସତ୍ୟ, ଅହିଂସା ମାର୍ଗରେ ଚାଲିବାକୁ ନିଷ୍ପତ୍ତି ନିଏ। ଏହି ଆଦର୍ଶରେ ନିଜ ଜୀବନକୁ ପରିଚାଳିତ କରିବା ପାଇଁ ସେ ବିରୋଧାଦ୍ୱେଷର ଶିକାର ହୁଅନ୍ତି। ୧୦ମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଏପରି ଏକ ଗାନ୍ଧୀବାଦୀ ମନୁଷ୍ୟର କାହାଣୀକୁ ନେଇ ମଞ୍ଚସ୍ଥ ହୋଇଥିଲା ନାଟକ ‘ଗାନ୍ଧୀ ଭୂମିକାରେ’।

ରେଶମ ନଗରୀରେ ମକର ମହକ

ରେଶମ ନଗରୀରେ ମକର ମହକ

ବ୍ରହ୍ମପୁର ଅଫିସ୍‌,୧୪।୧- ବ୍ରହ୍ମପୁର ସହରରେ ବାସ କରୁଥିବା ତେଲୁଗୁ ସମ୍ପ୍ରଦାୟରେ ଭୋଗୀ ଉତ୍ସବ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ସମ୍ପ୍ରଦାୟର ଏହା ବଡ଼ ଉତ୍ସବ ହୋଇଥିବା ଯୋଗୁ ସହରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଶନିବାର ରାତି ସାଢ଼େ ୧୦ଟାରୁ ରାତି ୧ଟା ଯାଏ କେତେକ ସ୍ଥାନରେ ଏହି ଉତ୍ସବ ପାଳନ କରାଯାଇଥିଲା। ଧର୍ମନଗର ମେନ୍‌ ରୋଡ଼୍‌ରେ ୟୁଥ୍‌ ୱାର୍କର୍ସ କ୍ଲବ ପକ୍ଷରୁ ଭୋଗୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କୃଷ୍ଣଙ୍କ ମୂର୍ତ୍ତି ସମ୍ମୁଖରେ ଗୋବର ରଖି ତା’ ଉପରେ ଫୁଲ ଚଢ଼ାଇ ପୂଜା କରାଯାଇଥିଲା । ଏହାକୁ ଗୋବି ପୂଜା ବୋଲି କୁହାଯାଉଛି ।

ବାଇକ- ଅଟୋ ଧକ୍କା ଉତ୍ତେଜନା, ରାସ୍ତା ଜାମ୍‌

ବାଇକ- ଅଟୋ ଧକ୍କା ଉତ୍ତେଜନା, ରାସ୍ତା ଜାମ୍‌

ବ୍ରହ୍ମପୁର ଅଫିସ,୧୪।୧- କମାପଲ୍ଲୀ ଛକ କୋର୍ଟକୁ ଯିବା ମୁଖ୍ୟ ରାସ୍ତା ଉପରେ ରବିବାର ଅପରାହ୍ନ ପ୍ରାୟ ୪ଟାରେ ବାଇକ -ଅଟୋ ମୁହଁ।ମୁହଁ ଧକ୍କା ହେବା ଫଳରେ ବାଇକ୍‌ ଓ ଅଟୋଚାଳକ ଆହତ ହୋଇଥିଲେ। ସେମାନେ ହେଲେ ବାଇକ୍‌ ଚାଳକ ଲାଞ୍ଜିପଲ୍ଲୀର ସନ୍ତୋଷ ନାୟକ ଓ ଅଟୋ ଚାଳକ ପିଡବ୍ଲ୍ୟୁଡି କଲୋନୀର ରାମଚନ୍ଦ୍ର ରେଡ୍ଡୀ। ଘଟଣା ଘଟିବା ପରେ ଉକ୍ତ ସ୍ଥାନରେ ଲୋକଙ୍କ ଗହଳି ଜମିଥିଲା। ଫଳରେ ଉଭୟ ପାର୍ଶ୍ୱରୁ ଆସୁଥିବା ଗାଡିମୋଟର ଇତ୍ୟାଦି ଅଟକି ରହିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଏପରକି କିଛି ସମୟ ପାଇଁ ରାସ୍ତା ଉପରେ ଉତ୍ତେଜନା ହେବାରୁ ବୈଦନାଥପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ପରିସ୍ଥିତି ଶାନ୍ତ ପଡିଥିଲା। ଆହତ ହୋଇଥିବା ଯୁବକ ଜଣଙ୍କୁ ବଡ ମେଡିକାଲକୁ ପଠାଯାଇଥିଲା। ଖବର ଲେଖାହେବା ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣାପଡିଛି । ଉଭୟଙ୍କୁ ପୋଲିସ ଡାକି ପଚରା ଉଚରା କରିଥିବା ଜଣାପଡିଛି।

ମାଙ୍କଡ଼ ମୃତଦେହ ସତ୍କାରକଲେ ଗ୍ରାମବାସୀ

ମାଙ୍କଡ଼ ମୃତଦେହ ସତ୍କାରକଲେ ଗ୍ରାମବାସୀ

ପାଟପୁର,୧୪।୧(ଡି.ଏନ.ଏ.)- ସାନଖେମୁଣ୍ଡି ବ୍ଲକ ଚୁଡ଼ୁଙ୍ଗପୁର ମିଲ୍‌ସାହିରେ ରବିବାର ପୂର୍ବାହ୍ନରେ ଏକ ହନୁ ମାଙ୍କଡ଼ର ମୃତ୍ୟୁ ହେବାପରେ ମୃତଦେହକୁ ଗ୍ରାମବାସୀ ସତ୍କାର କରିଛନ୍ତି। ସାହିର ସମୀର କୁମାର ପଣ୍ଡା, ବାବୁ ପାତ୍ର, ପଞ୍ଚୁ ପାତ୍ର, ବୃନ୍ଦାବନ ପାତ୍ର, ରଞ୍ଜନ ମହାରଣା, ଚକ୍ରପାଣି ମିଶ୍ର, ଦେବେନ୍ଦ୍ର ପାତ୍ର ପ୍ରମୁଖ ମାଙ୍କଡ଼ର ମୃତଦେହକୁ ଗ୍ରାମ ପରିକ୍ରମା କରି ଘିଅ ତୁଳସୀ କାଠରେ ଶବ ସକତ୍ାର କରିଥିଲେ। କିଛିଦିନ ହେଲା ମାଙ୍କଡ଼ଟି ଗୁରୁତର ଅବସ୍ଥାରେ ପାଟପୁର ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ପଡ଼ି ରହିଥିଲା। ସମୀର ସେଠାରୁ ଆଣି ଚିକିତ୍ସା କରି ତାଙ୍କ ଧାନ ମିଲରେ ରଖିଥିଲେ।

ଗଞ୍ଜେଇ ଜବତ, ୩ଗିରଫ

ଗଞ୍ଜେଇ ଜବତ, ୩ଗିରଫ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୧୪।୧: କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପୋଲିସ ରବିବାର ଭୋରରେ ବଜାର ନୋଡାଲ ସ୍କୁଲ ଛକଠାରେ ଚଢାଉ କରି ଏକ କାର୍‌କୁ ଅଟକାଇଥିଲା। ଯାଞ୍ଚ ପରେ ସେଥିରୁ ୩୬ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବିହାର ସାସାରାମ ଅଞ୍ଚଳ ରୋହିତାସ ଲାଲଗଞ୍ଜର ରୋହିତ କୁମାର(୨୧), ବୌଦ୍ଧ ଜିଲା ରାମଗଡ ପ୍ରଗଲପୁରର ଗୋବିନ୍ଦ ମହାକୁଡ(୨୦) ଓ ରଞ୍ଜିତ ଖମାରୀ(୩୫)। ଏକ ଧଳା ରଙ୍ଗର କାର(ଜେଏଚ୍‌-୦୯-ଏଲ-୮୪୧୯)ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ମିଳିଥିଲା। ଆମେ ସେଠାରେ ସଦଳବଳ ଚଢ଼ାଉ କରିଥିଲୁ ବୋଲି ଥାନାଧିକାରୀ ଧିରେନ ବେହେରା କହିଛନ୍ତି। ଏନେଇ ଥାନାରେ ୧୧/୧୮ରେ ମାମଲା ରୁଜୁ ହୋଇଛି। ଏହି ଗଞ୍ଜେଇ ଗୋଚ୍ଛାପଡା ଅଞ୍ଚଳରୁ ବିହାର ଚାଲାଣ ହେଉଥିବା ଜଣାପଡିଛି।

ପାଣି ପାଇଁ ରାସ୍ତାରୋକୋ

ପାଣି ପାଇଁ ରାସ୍ତାରୋକୋ

ଆର.ଉଦୟଗିରି,୧୪।୧(ଡି.ଏନ.ଏ.)- ଗଜପତି ଜିଲା ଗ୍ରାମାଞ୍ଚଳ ହେଉ ବା ସହରାଞ୍ଚଳରେ ପିଇବା ପାଣି ପହଞ୍ଚାଇବାକୁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ତରଫରୁ ଉଦ୍ୟମ ଜାରି ରହିଛି। ଏବେ ବି କେତେକ ଅଞ୍ଚଳରେ ପିଇବା ପାଣି ନେଇ ସମସ୍ୟା ଲାଗି ରହିଛି। ତେବେ ସରକାରଙ୍କ ତରଫରୁ ପ୍ରତ୍ୟେକ ଅଞ୍ଚଳରେ ପିଇବା ପାଣି ପହଞ୍ଚାଇବାକୁ ଉଦ୍ୟମ ଚାଲୁ ରହିଥିଲେ ମଧ୍ୟ ଆଜି ବି ବହୁ ଅଞ୍ଚଳରେ ପାନୀୟଜଳ ସମସ୍ୟା ଲାଗି ରହିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଆର.ଉଦୟଗିରି ସହରରେ।

୩ ଜୁଆଡି ଗିରଫ

୩ ଜୁଆଡି ଗିରଫ

ଦିଗପହଣ୍ଡି,୧୪।୧(ଡି.ଏନ.ଏ.) : ଦିଗପହଣ୍ଡି ପୋଲିସ ଛଣମେରି ଗ୍ରାମ ଚଣାପଡ଼ିଆ ଠାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୩ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୯ହଜାର ୬ଶହ ଟଙ୍କା ଓ ୪ବାଇକ ପୋଲିସ ଜବତ କରିଛି। ଏନେଇ ନଂ. ୭/୧୮ରେ ମାମଲା ରୁଜୁ କରାଯାଇଥିବା ଏଏସଆଇ ସୀମାଞ୍ଚଳ ମିଶ୍ର ଜଣାଇଛନ୍ତି।

ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ

ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ

ହିଞ୍ଜିଳିକାଟୁ, ୧୪।୧ (ଡ଼ି.ଏନ.ଏ.): ଜଣେ ସାଇକେଲ ଆରୋହୀ ବସ୍‌ ସାମ୍ନାକୁ ଆସିଯିବାରୁ ତାଙ୍କୁ ବଞ୍ଚାଇବାକୁ ଯାଇ ମା ଦୁର୍ଗା(ଓଡ଼ି୩୨-୨୫୩୫) ନାମକ ଘରୋଇ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ପୂର୍ବାହ୍ନ ପ୍ରାୟ ୯ଟାରେ ବସ୍‌ଟି ହିଞ୍ଜିଳିକାଟୁରୁ ବ୍ରହ୍ମପୁର ଯାଉଥିଲା। ପୋଚିଲିମା ନିକଟ ଜାତୀୟରାଜପଥ-୫୯ରେ ସିଙ୍ଗିପୁର ଗ୍ରାମର ପାଣ ସେଠି ସାଇକେଲ ଯୋଗେ ଆସୁଥିଲେ। ହଠାତ୍‌ ସେ ବସ ସାମ୍ନାକୁ ଆସିଯିବାରୁ ତାଙ୍କୁ ରକ୍ଷା କରିବାକୁ ଯାଇ ଡ୍ରାଇଭର ବସ ଉପରୁ ଭାରସାମ୍ୟ ହରାଇଥିଲା। ଫଳରେ ବସ୍‌ଟି ରାସ୍ତା କଡ଼କୁ ଖସି ପଡ଼ିଥିଲା। ଏଥିରେ ବସ୍‌ରେ ଥିବା ୫ଯାତ୍ରୀ ଓ ପାଣ ଆହତ ହୋଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଛି। ଆହତମାନେ ହିଞ୍ଜିଳିକାଟୁ ଡ଼ାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି।

ମୋବାଇଲ ଫୋନ, ଟଙ୍କା ଚୋରି ମାମଲା: ୩ ଗିରଫ

ଭଞ୍ଜନଗର,୧୪।୧(ଡି.ଏନ.ଏ.)- ଏକ ଚୋରି ଘଟଣାରେ ବେଲଗୁଣ୍ଠା ଫାଣ୍ଡି ପୋଲିସ ରବିବାର ୩ ଜଣଙ୍କୁ ଗିରଫ କରିଛି । ଏ ନେଇ ନଂ.୨୦/୧୮ରେ ମାମଲା ରୁଜୁ ହୋଇଛି। ସୋମବାର ଅଭିଯୁକ୍ତମାନଙ୍କ ଟିଆଇ ପରେଡ଼ ହେବ। ତେଣୁ ପୋଲିସ ଅଭିଯୁକ୍ତମାନଙ୍କ ନାମକୁ ଗୋପନ ରଖିଛି । ଠେଙ୍ଗାଧାରର ସୁନିଲ ନାୟକ ଶୁକ୍ରବାର ରାତିରେ ବେଲଗୁଣ୍ଠାରୁ କାମ ସାରି ଫେରୁଥିଲେ । ବାଟରେ ଅଭିଯୁକ୍ତମାନେ ସୁନିଲଙ୍କୁ ମାଡ଼ମାରି ଗୋଟିଏ ମୋବାଇଲ ଫୋନ୍‌ ଓ ୧ ହଜାର ଟଙ୍କା ଲୁଟି ନେଇଥିଲେ । ଏ ନେଇ ସୁନିଲ ଉକ୍ତ ରାତିରେ ହିଁ ଫାଣ୍ଡିରେ ଅଭିଯୋଗ କରିଥିଲେ ।

ଦାରିଙ୍ଗବାଡିରେ କମୁଛି ଶୀତ, ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ

ଦାରିଙ୍ଗବାଡିରେ କମୁଛି ଶୀତ, ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ

ଦାରିଙ୍ଗବାଡ଼ି,୧୪।୧(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ୩ ଦିନ ହେଲା ଶୀତ କମିବାରେ ଲାଗିଛି। ଅଞ୍ଚଳରେ ତାପମାତ୍ରାରେ ବୃଦ୍ଧି ଘଟୁଛି। ରବିବାର ସକାଳେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ଶନିବାର ୮ ଡିଗ୍ରୀ ଏବଂ ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ ରହିଥିବା ବ୍ଲ୍ଳକ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଗତ ସପ୍ତାହ ଭଳି ପ୍ରବଳ ଶୀତ ହେଉ ନ ଥିଲେ ମଧ୍ୟ ଭୋରରେ ଅଧିକ ଶୀତ ଅନୁଭୂତ ହେଉଛି। ଶନିବାର ଓ ରବିବାର ଛୁଟି ଥିବାରୁ ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। କେତେକ ପର୍ଯ୍ୟଟକ ପ୍ରବଳ ଶୀତର ମଜା ନେବା ଏବଂ ତୁଷାରପାତ ଦେଖିବା ଆଶାରେ ଆସି ନିରାଶ ହୋଇଛନ୍ତି। ତଥାପି ସେମାନେ ବିଭିନ୍ନ ପର୍ଯ୍ୟଟନକେନ୍ଦ୍ର ବୁଲିବା ସହ ବଣ ଭୋଜି କରି ମଜା ନେଇଥିଲେ।

ତପ୍ତପାଣିର ଉତ୍ତାପ ହ୍ରାସ ଘଟଣା: ପ୍ରଶାସନର ନିଘା ନାହିଁ

ପାଟପୁର,୧୩।୧(ଡି.ଏନ.ଏ.)- ଓଡିଶାର ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତପ୍ତପାଣି ଉଷ୍ଣ ପ୍ରସ୍ରବଣକୁ ନେଇ ଆନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ସମ୍ପ୍ରତ୍ତି ସେଠାକାର ଉଷ୍ଣ ପ୍ରସ୍ରବଣ ପ୍ରତି ବିପଦ ଦେଖା ଦେଇଛି। ଏହି ପର୍ଯ୍ୟଟନସ୍ଥଳୀ ପ୍ରତି ପର୍ଯ୍ୟଟକ ମୁହଁ ଫେରାଉଥିବାବେଳେ ବିପଦ ଆଶଙ୍କା କରି ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ହେଲେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହିଁ।

୪ଡଙ୍ଗା, ଜାଲ ଜବତ, ଲିଖିତ ପ୍ରତିଶ୍ରୁତି ପରେ ଛାଡ଼ିଲା ମତ୍ସ୍ୟ ବିଭାଗ

୪ଡଙ୍ଗା, ଜାଲ ଜବତ, ଲିଖିତ ପ୍ରତିଶ୍ରୁତି ପରେ ଛାଡ଼ିଲା ମତ୍ସ୍ୟ ବିଭାଗ

ଗଞ୍ଜାମ,୧୩।୧(ଡି.ଏନ.ଏ.)- ସମୁଦ୍ରରେ ରିଙ୍ଗ ଜାଲ ଦ୍ୱାରା ମାଛ ନ ମାରିବା ପାଇଁ ପୂର୍ବରୁ ୮ ଖଣ୍ଡ ମତ୍ସ୍ୟଜୀବୀ ଗ୍ରାମବାସୀ ବାରମ୍ବାର ବୈଠକ କରି ଆସୁଛନ୍ତି। ତଥାପି ଏହି ଜାଲ ସମୁଦ୍ର ମଧ୍ୟରେ ବ୍ୟବହାର କରାଯାଉଛି। ଏନେଇ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଶୁକ୍ରବାର ରିଙ୍ଗଜାଲରେ ସମୁଦ୍ରରେ ମାଛ ମରାଯାଉଥିବା ମା’ ଗଙ୍ଗାଦେବୀ ସାମୁଦ୍ରିକ ମତ୍ସ୍ୟଜୀବୀ ସଂଘର କିଛି କର୍ମକର୍ତ୍ତା ଖବର ପାଇଥିଲେ।

ପୋଡ଼ିଗଲା ଲୁଗାଦୋକାନ

ପୋଡ଼ିଗଲା ଲୁଗାଦୋକାନ

ହିଞ୍ଜିଳିକାଟୁ/ପୁରୁଷୋତ୍ତମପୁର, ୧୩ା୧(ଡି.ଏନ୍‌.ଏ.)- କବିସୂର୍ଯ୍ୟନଗର ଥାନା ରାଉଲପଲ୍ଲୀ ଗ୍ରାମରେ ଶନିବାର ସକାଳେ ଅଗ୍ନିକାଣ୍ଡ ଘଟି ଏକ ଲୁଗାଦୋକାନ ପୋଡିଯାଇଛି। କ୍ଷୟକ୍ଷତିର ପରିମାଣ ଲକ୍ଷାଧିକ ଟଙ୍କା ହେବ। ଖବର ପାଇ ପୁରୁଷୋତ୍ତମପୁର ଦମକଳ ବାହିନୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ପ୍ରକାଶ ଯେ, ହିଞ୍ଜିଳିକାଟୁ ଭଞ୍ଜମାର୍ଗର ବାବୁଲା ସାହୁ ରାଉଲପଲ୍ଲୀରେ ଏକ ଲୁଗା ଦୋକାନ କରିଛନ୍ତି। ସବୁଦିନ ପରି ଶୁକ୍ରବାର ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ଶନିବାର ଭୋରରେ ବାବୁଲାଙ୍କ ଦୋକାନରୁ ଧୂଆଁ ବାହାରୁଥିବା ଦେଖି ଗ୍ରାମବାସୀ ପୁରୁଷୋତ୍ତମପୁର ଦମକଳ ବାହିନୀଙ୍କୁ ଖବର ଦେଇଥିଲେ। ଖବର ପାଇ ବାବୁଲା ମଧ୍ୟ ରାଉଲପଲ୍ଲୀରେ ପହଞ୍ଚିଥିଲେ। ଗ୍ରାମବାସୀଙ୍କ ସହାୟତାରେ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲା। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ।

‘ବୃନ୍ଦାବନର ଶେଷ ଧୂପ’ ମଞ୍ଚସ୍ଥ

‘ବୃନ୍ଦାବନର ଶେଷ ଧୂପ’ ମଞ୍ଚସ୍ଥ

ବ୍ରହ୍ମପୁର ଅଫିସ,୧୩।୧- ଠାକୁରଙ୍କ ନିକଟରେ ଭକ୍ତି ଥିଲେ ମନୁଷ୍ୟର ସବୁ ବିପଦ ଟଳି ଯାଏ। ଏହି ବିଶ୍ୱାସ ବର୍ତ୍ତମାନ ଲୋକଙ୍କ ନିକଟରୁ ଉଭେଇ ଯାଉଛି। ଏବେ ଯେଉଁମାନଙ୍କ ପାଖରେ ଶକ୍ତି ଅଛି, ସେମାନଙ୍କ ପାଖରେ ଆଉ ଠାକୁରଙ୍କ ପ୍ରତି ଭକ୍ତି ନାହିଁ। ଯାହା ପାଖରେ ଭକ୍ତି ଅଛି, ତାହା ପାଖରେ ଶକ୍ତି ନାହିଁ। ମଠ ମନ୍ଦିରର ସମ୍ପତ୍ତି ରହି ମଧ୍ୟ ଠାକୁର ଉପବାସରେ ଦିନ କାଟୁଛନ୍ତି। ଏପରି ଏକ କାହାଣୀକୁ ନେଇ ନାଟକ ସମାରୋହ ସମିତି ପକ୍ଷରୁ ଆୟୋଜିତ ୧୦ମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଷଷ୍ଠ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ବୃନ୍ଦାବନର ଶେଷ ଧୂପ’।

ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ

ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ

ଦାରିଙ୍ଗବାଡ଼ି,୧୩।୧(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦନେକବାଡ଼ିରେ ମହିଳା ସଂଘ ମଦ ବିରୋଧୀ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ଶୁକ୍ରବାର ଶତାଧିକ ମହିଳା ଏକାଠି ହୋଇ ବିଭିନ୍ନ ସ୍ଥାନରୁ ମହୁଲ ପୋଚ ନଷ୍ଟ କରିବା ସହ ଦେଶୀ ମଦ ଜବତ କରିଥିଲେ। ଚୋରାରେ ମଦ କାରବାର କରୁଥବା ୨ ଜଣଙ୍କୁ ଧରି ଦାରିଙ୍ଗବାଡ଼ି ପୋଲିସ ଜିମା ଦେଇଥିଲେ। ପୋଲିସ ମଦ ଜବତ କରିବା ସହ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲଣ କରିଛି।