ବାଲେଶ୍ୱର

ପ୍ରାସଙ୍ଗିକତା ହରାଉଛି କୃଷିଭିତ୍ତିକ ପର୍ବ

ପ୍ରାସଙ୍ଗିକତା ହରାଉଛି କୃଷିଭିତ୍ତିକ ପର୍ବ

ଚାନ୍ଦବାଲି,୨୩।୪(ଡି.ଏନ.ଏ)-କୃଷିକ୍ଷେତ୍ର ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ଚାଷ ସହିତ ଯୋଡ଼ି ହୋଇ ରହିଥିବା ବିଭିନ୍ନ ପର୍ବପର୍ବାଣୀ କ୍ରମେ ପ୍ରାସଙ୍ଗିକତା ଗୁରୁତ୍ୱ ହରାଇ ବସୁଛି। ଖରିଫ ଋତୁରେ ଚାଷକାର୍ଯ୍ୟ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇ ମକର ବେଳକୁ ଶେଷ ହୋଇଥାଏ। ଏହାକୁ ଆଧାର କରି ବିଭିନ୍ନ କୃଷିଭିତ୍ତିକ ପର୍ବ ପାଳନ କରାଯାଇଥାଏ।

ମଦ ଜବତ, ଜଣେ ଗିରଫ

ମଦ ଜବତ, ଜଣେ ଗିରଫ

ଧାମନଗର,୨୩।୪(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ଥାନା ପୋଲିସ ଚୋରାମଦ କାରବାର ଅଭିଯୋଗରେ ଏହି ଥାନା ପଛାଲୋ ଗ୍ରାମର ପ୍ରଭାତ ପଣ୍ଡାଙ୍କୁ ଗିରଫ କରିଛି। ଚୋରାମଦ କାରବାର ସମ୍ପର୍କରେ ପୋଲିସ ଖବର ପାଇ ହରିହଂସ ନିକଟରେ ଜଗି ରହିଥିଲା।

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ବାସୁଦେବପୁର,୨୩।୪(ଡି.ଏନ.ଏ.)-ଭଦ୍ରକ ଜିଲା ଧାମରା-କାରନାଳୀ ରାସ୍ତାକାର୍ଯ୍ୟ ଚାଲୁଥିବାବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଧାମରା ନିକଟସ୍ଥ କାରନାଳୀ ଗ୍ରାମର ରିଣ୍ଟୁ ସେଠୀ(୨୩) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଗୁରୁତର ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ

ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ

ଧାମନଗର,୨୩।୪(ଡି.ଏନ.ଏ.)-ନବଗଠିତ ଧାମନଗର ଏନଏସିର ବିଭିନ୍ନ ଓ୍ବାର୍ଡରେ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ରାସ୍ତା, କମ୍ୟୁନିଟି ସେଣ୍ଟର, ବିଶ୍ରାମାଗାର, ଉନ୍ନତମାନର ଶୌଚାଳୟ ଆଦି ୨୧ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ପ୍ରାୟ ୧ କୋଟି ୫ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପଗୁଡ଼ିକର ନିର୍ମାଣ ଖୁବଶୀଘ୍ର ଶେଷ କରିବାକୁ ବିଧାୟକ ପରାମର୍ଶ ଦେଇଛନ୍ତି।

୮ବର୍ଷର ବିସ୍ମୟ ବାଳକ ଉଦୟ

୮ବର୍ଷର ବିସ୍ମୟ ବାଳକ ଉଦୟ

ବନ୍ତ,୨୩।୪(ସ୍ବ.ପ୍ର.)-ଗଁା ସ୍କୁଲର ୪ର୍ଥ ଶ୍ରେଣୀରେ ପଢୁଥିବା ୮ବର୍ଷର ବାଳକ ଉଦୟ। ବୁଦ୍ଧିମତାରେ ବିଚକ୍ଷଣ ହେଲେ ବି ସ୍ବଭାବରେ ଶାନ୍ତ ଓ ଧୀରସ୍ଥିର। ଗ୍ରାମୀଣ ପରିବେଶରେ ବଢ଼ିଥିବା ଏହି ପିଲାଟି ଭିତରେ ଲୁଚି ରହିଥିବା ପ୍ରତିଭା ଆପେ ବାରି ହୋଇପଡ଼ିଥିଲା। ତାଙ୍କ ବଡ଼ ଭାଇ ଲିପୁନ ଓ ଗାଁର ପିଲାମାନେ ଚେସ୍‌ ଖେଳୁଥିବା ଦେଖି ଏହି ଖେଳ ପ୍ରତି ତାଙ୍କ ମନରେ ଆଗ୍ରହ ସୃଷ୍ଟି ହୋଇଥିଲା। ସେ ଚେସ୍‌ ଖେଳିବା ଶିଖି ଗତ ଦୁଇବର୍ଷ ମଧ୍ୟରେ ବିଭିନ୍ନ

ଡମ୍ପରକୁ ଧକ୍କାଦେଇ ବୁଲେଟ୍‌ ଆରୋହୀ ମୃତ

ଜଳେଶ୍ୱର,୨୨।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲ୍‌ ପ୍ଲାଜାଠାରୁ ୧ କି.ମି. ଦୂରରେ ରବିବାର ରାତି ୯ଟା ୪୫ ମିନିଟ୍‌ ସମୟରେ ଏକ ଡମ୍ପର ଓ ବୁଲେଟ୍‌ ମଧ୍ୟରେ ଧକ୍କା ହୋଇଛି। ଫଳରେ ବୁଲେଟ୍‌ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି।

୨ ଅପମୃତ୍ୟୁ

ଜଳେଶ୍ୱର, ୨୨।୪ (ଡି.ଏନ.ଏ)-ଜଳେଶ୍ୱର ଥାନା ଆରୁହା ପଞ୍ଚାୟତ ୧୦ ନଂ. ୱାର୍ଡ଼ର ବାସିନ୍ଦା ରଥ ସିଂ(୪୫)ଙ୍କ ମୃତଦେହ ଆରୁହା ଗ୍ରାମର ବନମାଳୀ ଦାସଙ୍କ ପୋଖରୀରୁ ଉଦ୍ଧାର କରାଯାଇଛି। ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୮/୧୮) ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ କରାଇଛି। ରଥ ସିଂ ବିଲରେ ଚାଷକାମ ସାରି ଉକ୍ତ ପୋଖରୀକୁ ଗାଧୋଇବା ପାଇଁ ଯାଇ ନିଖୋଜ ଥିଲେ।

ଦୁର୍ଘଟଣାରେ ଶଳା, ଭିଣୋଇ  ମୃତ

ଦୁର୍ଘଟଣାରେ ଶଳା, ଭିଣୋଇ ମୃତ

ବାହାନଗା,୨୨।୪(ଡି.ଏନ.ଏ.)-ରବିବାର ରାତି ୯ଟାରେ ବାହାନଗାସ୍ଥିତ ୧୬ ନମ୍ବର ଜାତୀୟ ରାଜପଥର ପୁରୁଣା ବଜାର ନିକଟରେ ଏକ ଡମ୍ପର ଧକ୍କାରେ ୨ ମଟରସାଇକେଲ ଆରେହୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା ଡମ୍ପରକୁ ଖନ୍ତାପଡା ଥାନା ପୋଲିସ ଶେରଗଡ ଟୋଲଗେଟ ନିକଟରୁ ଜବତ କରିଛି। ମୃତ ଯୁବକ ହେଲେ ସର୍ବୋଜ ଅଲ୍ଲୀ ଖଁ।, ଦାୟର ଅଲ୍ଲୀ ଖଁ। । ଘର ଚାନ୍ଦିପୁର ଥାନା ବଳାରାମଗଡ଼ିର ମିର୍ଜାପୁର ଅଞ୍ଚଳରେ। ଏମାନେ ସମ୍ପର୍କରେ ଶଳା ଓ ଭିଣୋଇ।

ବସ୍‌ରୁ ୮ ନାବାଳିକା ନାବାଳକ ଉଦ୍ଧାର

ଠାକୁରମୁଣ୍ଡା,୨୨।୪୯(ଡି.ଏନ.ଏ.ଏ)-ଠାକୁରମୁଣ୍ଡାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ବସ୍‌ରୁ ଶନିବାର ରାତିରେ ୮ ନାବାଳିକାନାବାଳିକାଙ୍କ ସମେତ ୧୨ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୪ ଜଣ ବୟସ୍କ ବ୍ୟକ୍ତି ଥିବା ଜଣାଯାଇଛି।

ମହିଳାଙ୍କୁ ହତ୍ୟା ଅଭିଯୋଗ

କୁଳିଅଣା, ୨୨।୪ (ଡି.ଏନ.ଏ.)-ମୋବାଇଲରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ସହ କଥା ହେଉଥିବା ଅଭିଯୋଗରେ କୁଳିଅଣା ଥାନା ଅନ୍ତର୍ଗତ କାଠରମା ଗାଁର ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ମହିଳାଙ୍କ ମା’ଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ କୁଳିଅଣା ଥାନା ପୋଲିସ ମାମଲା (ନଂ. ୩୩/୧୮) ରୁଜୁ କରିଛି।

ନବୋଦୟ ବିଦ୍ୟାଳୟ: ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ

ବେତନଟୀ,୨୨।୪(ଡ଼ି.ଏନ.ଏ)-ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅଧୀନ ଶାଳବଣିସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ନାମ ଲେଖା ନିମନ୍ତେ ଗତ ଶନିବାର ପ୍ରବେଶ ପରୀକ୍ଷା ଅନୁଷ୍ଠିତ ହୋଇଛି। ହେଲେ ଏଥିରେ ପ୍ରଶ୍ନପତ୍ରରେ ବହୁ ତ୍ରୁଟି ଥିବା ଛାତ୍ରୀଛାତ୍ର ତଥା ଅଭିଭାବକମାନେ ଅଭିଯୋଗ କରିଛନ୍ତି।

କୂଅକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

କପ୍ତିପଦା,୨୨।୪,(ଡି.ଏନ.ଏ)- କପ୍ତିପଦା ବ୍ଲକ୍‌ ଶରତ ଥାନା ଅଧୀନ ଲାବଣ୍ୟଦେଇପୁର ଗ୍ରାମର ଜଣେ ମହିଳା ରବିବାର ସକାଳେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେବା ସହିତ କୂଅକୁ ଡେଇଁ ପ୍ରାଣ ହରାଇଛନ୍ତି। ମୃତ ମହିଳା ଜଣକ ହେଲେ ମଙ୍ଗଲ ସିଂଙ୍କ ସ୍ତ୍ରୀ ରାଣୀ ମେଲଗାନ୍ଦୀ(୪୨)।

ଯୌତୁକ ପାଇଁ ସ୍ତ୍ରୀକୁ ପିଟି ପିଟି ହତ୍ୟା

ଯୌତୁକ ପାଇଁ ସ୍ତ୍ରୀକୁ ପିଟି ପିଟି ହତ୍ୟା

କପ୍ତିପଦା,୨୨।୪,(ଡି.ଏନ.ଏ)-ଅଧିକ ଯୌତୁକ ଦାବି କରି ଶନିବାର ବିଳମ୍ବିତ ରାତିରେ କପ୍ତିପଦା ଥାନା ମହୁଲଡିହା ଗ୍ରାମର ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଲୁହା ରଡ ସାହାଯ୍ୟରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଭାଜପା ଯୁବମୋର୍ଚ୍ଚାର ବିକ୍ଷୋଭ

ଭାଜପା ଯୁବମୋର୍ଚ୍ଚାର ବିକ୍ଷୋଭ

ବାଲେଶ୍ୱର ଅଫିସ୍‌ , ୨୨।୪-ବାଲେଶ୍ୱର ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ସାଧାରଣ ସମ୍ପାଦକ ଲୋକନାଥ ଭୂୟଁାଙ୍କ ନେତୃତ୍ୱରେ ରବିବାର ସ୍ଥାନୀୟ ଫାଣ୍ଡିଛକ ଠାରେ ରାଜ୍ୟ ସରକାରଙ୍କର ଅପାଗରଗତା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

ରାଷ୍ଟ୍ରୀୟ ଲୋକ ଅଦାଲତରେ ୧୧ କେସ୍‌ର ଫଇସଲା

ବଡବିଲ, ୨୨।୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲସ୍ଥିତ ସିଭିଲଜଜ୍‌ ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ରବିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛିି।

ଅଗ୍ନିକାଣ୍ଡରେ ଦମ୍ପତି ଗୁରୁତର

ହାଟଡିହୀ,୨୨।୪(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବନ୍ତଳା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଏକ ବଖରା ଘର ପୋଡି ଯାଇଥିବାବେଳେ ଦମ୍ପତି ଗୁରୁତର ଆହତ ହୋଇ ଭଦ୍ରକ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। କାଳବୈଶାଖି ପ୍ରଭାବରେ ଗ୍ରାମରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିଲା।

୭ ମାସ ହେଲା ଦରମା ପାଇନାହାନ୍ତି ଅଧ୍ୟାପକ

ହାଟଡିହୀ,୨୨।୪(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଉଳା ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟାପିକା ଅଧ୍ୟାପକମାନେ ୭ମାସ ହେବ ଦରମା ପାଇନାହାନ୍ତି।

ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି

ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି

କେନ୍ଦୁଝର ୨୨। ୪ (ସ୍ବ.ପ୍ର.)- କେନ୍ଦୁଝର ଜିଲାରେ ଦିନର ତାପମାତ୍ରା ବୃଦ୍ଧି ସାଙ୍ଗକୁ ବିଭିନ୍ନ ଅଞ୍ଚଳରେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି।

ପ୍ରଶିକ୍ଷଣ ଶିବର ପାଇଁ ଗ୍ରୀଷ୍ମ ତାତି ବାଧକ

ଘସିପୁରା,୨୨।୪(ଡି.ଏନ୍‌.ଏ.)- ଅସହ୍ୟ ତାତି ଓ ଗୁଳୁଗୁଳି ଅନୁଭୂତ ହେଉଥିବାରୁ କେନ୍ଦୁଝର ଜିଲାର ବିଭିନ୍ନ ଅଞ୍ଚଳରେ ଜୀବନଯାତ୍ରା ପ୍ରଭାବିତ ହେଉଛି। ଏଭଳି ସ୍ଥିତିରେ ବର୍ତ୍ତମାନ ଉଜ୍ଜ୍ୱଳ ଓ ଉତ୍‌ଥାନ ଯୋଜନାରେ ଯଥାକ୍ରମେ ୧ମରୁ ୫ମ ଏବଂ ୬ଷ୍ଠରୁ ୮ମ ଶ୍ରେଣୀଯାଏ ପାଠ ପଢାଉଥିବା ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।

 ଗ୍ୟାସ ଡିପୋ ଖୋଲିଲା

ଗ୍ୟାସ ଡିପୋ ଖୋଲିଲା

ଘସିପୁରା,୨୨।୪(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅଞ୍ଚଳର ଖାଉଟିଙ୍କ ସୁବିଧା ନିମନ୍ତେ ଭାରତ ପେଟ୍ରୋଲିୟମ ତରଫରୁ ଭଣ୍ଡାରିଡିହାଗ୍ରାମରେ ଏକ ରନ୍ଧନ ଗ୍ୟାସ ଡିପୋ ଖୋଲାଯାଇଛି।

ବ୍ଲକ ସ୍ତରୀୟ ନବୋଦୟ ପରୀକ୍ଷା

କୁଳିଅଣା, ୨୨।୪ (ଡି.ଏନ.ଏ.)-କୁଳିଅଣା ବ୍ଲକର ୬୫ଟି ସ୍କୁଲର ଛାତ୍ରୀଛାତ୍ରଙ୍କୁ ନେଇ ସ୍ଥାନୀୟ ଜାନକୀଲାଲ ସରକାରୀ ହାଇସ୍କୁଲ ପରିସରରେ ବ୍ଲକସ୍ତରୀୟ ନବୋଦୟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୪୦ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବାକୁ ଧାର୍ଯ୍ୟ ହୋଇଥିବା ବେଳେ ୨୦୫ ଜଣ ଉପସ୍ଥିତ ଥିଲେ।

ଠାକୁରମୁଣ୍ଡାରେ ଗଡିଲା ଡିଜିଟାଲ ଶିକ୍ଷା ଗାଡି

ଠାକୁରମୁଣ୍ଡାରେ ଗଡିଲା ଡିଜିଟାଲ ଶିକ୍ଷା ଗାଡି

ଠାକୁରମୁଣ୍ଡା,୨୨।୪(ଡି.ଏନ.ଏ.)-ଗ୍ରାମାଞ୍ଚଳର ଛାତ୍ରୀଛାତ୍ର, ଯୁବ ଉଦ୍ୟୋଗୀ, ଏବଂ ସ୍ବୟଂସହାୟିକା ଗୋଷ୍ଠିମାନଙ୍କୁ ଶିକ୍ଷା ଦେବା ପାଇଁ ଡିଜିଟାଲ ଶିକ୍ଷା ଗାଡି ଠାକୁରମୁଣ୍ଡା ସିଓ୍ବାଇଏସଡି କାର୍ଯ୍ୟାଳୟ ପରିସରରେ ପହଞ୍ଚତ୍ଛି। ସ୍ବେଚ୍ଛାସେବୀ ସଙ୍ଗଠନ ସିଓ୍ବାଇଏସଡି ପ୍ଲାନ ପ୍ରୋଜେକ୍ଟ ସହଯୋଗରେ ହୋଇଥିବା ଏହି ଶିକ୍ଷା ଗାଡିକୁ କରଞ୍ଜିଆ ବିଧାୟକ ବିଜୟ କୁମାର ନାୟକ ଉଦ୍‌ଘାଟନ କରିଛନ୍ତି।

ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ:ଓଡିଆ ବିଭାଗ  ନିୟମିତ କରିବାକୁ  ଦାବି

ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ:ଓଡିଆ ବିଭାଗ ନିୟମିତ କରିବାକୁ ଦାବି

ବାରିପଦା ଅଫିସ,୨୨।୪- ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ଏହାକୁ ଦେୟମୁକ୍ତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟକୁ ଏ ନେଇ ଜାନୁୟାରୀ ୧୨ ରେ ଅବଗତ କରାଇଛନ୍ତି। ତେବେ ବାରିପଦା ତକତପୁରସ୍ଥିତ ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟର ସ୍ନାତକୋତ୍ତରରେ ଓଡିଆ ବିଭାଗ ନିୟମିତ ଭାବେ ପରିଚାଳିତ ହେଉ ନ ଥିବା ବେଳେ ସେଲ୍ପ ଫାଇନାନ୍ସ ଭାବେ ପରିଚାଳିତ ହେଉଛି। ଏହି ବିଭାଗକୁ ବନ୍ଦ ନ କରି ନିୟମିତ ବିଭାଗ ନ ହେବା ପର୍ଯ୍ୟନ୍ତ ସେଲ୍ଫ ଫାଇନାନ୍ସ ବିଭାଗ ଭାବେ ପରିଚାଳିତ କରିବା ପାଇଁ ମୟୂରଭଞ୍ଜ ଜିଲାର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ତଥା ସଚେତନ ଜନସାଧାରଣ ଦାବି କରଛନ୍ତି।

ମା’ଦୁର୍ଗା ମନ୍ଦିର ପ୍ରତିଷ୍ଠା ଉତ୍ସବ

ଗୋପବନ୍ଧୁନଗର, ୨୨।୪ (ଡି.ଏନ୍‌.ଏ)- ଗୋପବନ୍ଧୁନଗର ବ୍ଲକ ଆରପଟା ପଞ୍ଚାୟତ ଧାଉଁଡିଆ ଗ୍ରାମଦେବତୀ ମା’ଦୁର୍ଗାଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଚଳିତ ବର୍ଷ ମା’ଙ୍କ ମନ୍ଦିର ନୂତନ ଭାବେ ଗ୍ରାମବାସୀଙ୍କ ଦ୍ୱାରା ତିଆରି ହୋଇଥିବା ବେଳେ ନୂଆ ବିଗ୍ରହ ମଧ୍ୟ ମନ୍ଦିରକୁ ଆସିଥିଲା।