ବାଲେଶ୍ୱର

ଭଦ୍ରକରେ ଧର୍ମଘଟ ପ୍ରଭାବ, ବ୍ୟାଙ୍କରେ ତାଲା ପକାଇ କର୍ମଚାରୀଙ୍କ ଧାରଣା

ଭଦ୍ରକରେ ଧର୍ମଘଟ ପ୍ରଭାବ, ବ୍ୟାଙ୍କରେ ତାଲା ପକାଇ କର୍ମଚାରୀଙ୍କ ଧାରଣା

ଭଦ୍ରକ ଅଫିସ,୨୬।୧୨: ବେତନ ବୃଦ୍ଧି ଓ ଅନ୍ୟାନ୍ୟ ଦାବି ପୂରଣକୁ ନେଇ ବୁଧବାର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ୟୁନୁୟନ ପକ୍ଷରୁ ଦେଶବ୍ୟାପି ଧର୍ମଘଟ ଡ଼ାକରା ଦିଆଯାଇଛି। ଏହି କ୍ରମରେ ଭଦ୍ରକ ଜିଲାର ସମସ୍ତ ରାଷ୍ଟ୍ରାୟତ୍ତ  ବ୍ୟାଙ୍କ  ଶାଖା ଗଡ଼ିକରେ  ତାଲା ପକାଇ କର୍ମଚାରୀମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତ। ଫଳରେ ଗ୍ରାହକ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 

ବଡ଼ବିଲରେ ବିଜେଡିର ପ୍ରତିଷ୍ଠା ଦିବସ

ବଡ଼ବିଲରେ ବିଜେଡିର ପ୍ରତିଷ୍ଠା ଦିବସ

ବଡ଼ବିଲ, ୨୬।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ବିଜେଡି ବଡ଼ବିଲ ନଗର ପକ୍ଷରୁ ବୁଧବାର ୨୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏହି ଅବସରରେ ପୋରାଞ୍ଚଳର କଳିଙ୍ଗ ନଗର ସ୍ଥିତ ବିଜୁ ପଟ୍ଟନାୟକଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ବଡ଼ବିଲ ବିଜେଡି ନଗର ସଭାପତି ପ୍ରଶାନ୍ତ ସାହୁଙ୍କ ନେତୃତ୍ୱରେ ବିଜେଡି କର୍ମୀମାନେ ଉପସ୍ଥିତ ରହି ଶ୍ରେଷ୍ଠ ଓଡ଼ିଶା ଗଢିବାର ସଂକଳ୍ପ ନେଇଥିଲେ।

ବିଭିନ୍ନ ଦାବି ନେଇ ଜେଏମ୍‌ଏମ୍‌ ପକ୍ଷରୁ ବିକ୍ଷୋଭ:  ବିଧାୟକ, ସାଂସଦଙ୍କ କୁଶପୁତ୍ତଳିକା ଦାହ

ବିଭିନ୍ନ ଦାବି ନେଇ ଜେଏମ୍‌ଏମ୍‌ ପକ୍ଷରୁ ବିକ୍ଷୋଭ: ବିଧାୟକ, ସାଂସଦଙ୍କ କୁଶପୁତ୍ତଳିକା ଦାହ

ବାରିପଦା ଅଫିସ,୨୬।୧୨: ବିଭିନ୍ନ ଦାବି ନେଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଯୁବ ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ କର୍ମୀମାନେ ବିଶାଳ ମୋଟରସାଇକେଲ ରାଲିରେ ସହର ପରିକ୍ରମା କରିଥିଲେ। 

ବାଲି ମାଫିଆଙ୍କ କବ୍ଜାରେ ନଦୀପଠା

ବାଲି ମାଫିଆଙ୍କ କବ୍ଜାରେ ନଦୀପଠା

ଝୁମ୍ପୁରା, ୨୬।୧୨(ଡି.ଏନ.ଏ.): ଝୁମ୍ପୁରା ତହସିଲ ଅନ୍ତର୍ଗତ ଅରଡେଇ ନଦୀପଠାରୁ  ଦିନରାତି ବାଲି ଚୋରା ଚାଲାଣ ହେଉଛି। ସେହି ପଠା ବାଲି ମାଫିଆଙ୍କ କବ୍ଜାରେ ରହିଛି। ଦିନରେ ଟ୍ରାକ୍ଟର, ରାତିରେ ପୋକ୍‌ଲିନ ମେଶିନ ଦ୍ୱାରା ହାଇୱାରେ ବାଲି ବୋଝେଇ ହୋଇ ଲୁଟ୍‌ ହେଉଛି। 

ଜବରଦଖଲ ଉଚ୍ଛେଦ ଦାବିରେ ଧାରଣା ଜାରି

ତିହିଡ଼ି, ୨୬।୧୨ (ଡି.ଏନ.ଏ.) - ଜବରଦଖଲ ଉଚ୍ଛେଦ ଦାବିରେ ତିହିଡ଼ି ତହସିଲ ଅନ୍ତର୍ଗତ ଗୁଆମାଳ ପଞ୍ଚାୟତ ଗଣେଶ୍ୱରପୁର ଗ୍ରାମବାସୀଙ୍କ ଧାରଣା ମଙ୍ଗଳବାର ୨ୟ ଦିନରେ ପହଞ୍ଚିଥିଲା।  ତଦନ୍ତ କରାଯାଇ ୧୫ଦିନ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି ତହସିଲଦାର କୈଳାସ ଚନ୍ଦ୍ର ମହାଳିକ ପ୍ରତିଶ୍ରୁତି ଦେବା ପରେ ମଧ୍ୟ ଧାରଣା ଜାରି ରହିଛି।

‘ଭିନ୍ନକ୍ଷମଙ୍କୁ ମୁଖ୍ୟସ୍ରୋତରେ ସାମିଲ କର’

‘ଭିନ୍ନକ୍ଷମଙ୍କୁ ମୁଖ୍ୟସ୍ରୋତରେ ସାମିଲ କର’

ଭଦ୍ରକ ଅଫିସ, ୨୬।୧୨ - ରାଷ୍ଟ୍ରୀୟ ବିକଳାଙ୍ଗ ମଞ୍ଚର ଓଡ଼ିଶା ରାଜ୍ୟ ଶାଖା ଓ ଭଦ୍ରକ ପ୍ରଗତି ଯୁବକ ସଂଘ ସହଯୋଗରେ ଚତୁର୍ଦିବସୀୟ  ଭିନ୍ନକ୍ଷମଙ୍କ ସମସ୍ୟା ସମାଧାନ ସମ୍ପର୍କିତ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଓ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। 

ଜାକଜମକରେ ପାଳିତ ହେଲା ବଡ଼ଦିନ

ଜାକଜମକରେ ପାଳିତ ହେଲା ବଡ଼ଦିନ

ବାରିପଦା ଅଫିସ,୨୬।୧୨- ସୋମବାର ସମଗ୍ର ବିଶ୍ୱରେ ପ୍ରଭୁ ଯିଶୁ ଖ୍ରୀଷ୍ଟଙ୍କ ଜନ୍ମ ଉତ୍ସବ  ବଡ଼ଦିନ ପାଳିତ ହେଉଛି। ଏହି କ୍ରମରେ ମୟୂରଭଞ୍ଜରେ ମଧ୍ୟ ବଡ଼ଦିନ ଖୁବ ଧୁମ୍‌ଧାମରେ ପାଳିତ ହୋଇଛି। ଫଳରେ ରବିବାରଠାରୁ ଜିଲାର  ବିଭିନ୍ନ ଚର୍ଚ୍ଚରେ ଭିଡ ପରିଲକ୍ଷତ ହୋଇଛି। 

 ‘ମୟୂରଭଞ୍ଜ ଜିଲା ବିଭାଜନ ଖବର ଗୁଜବ:  ସ୍ଥଗିତ ହେଲା ବନ୍ଦ ଡାକରା

‘ମୟୂରଭଞ୍ଜ ଜିଲା ବିଭାଜନ ଖବର ଗୁଜବ: ସ୍ଥଗିତ ହେଲା ବନ୍ଦ ଡାକରା

ବାରିପଦା ଅଫିସ,୨୬।୧୨- ଗତ କିଛି ଦିନ ହେବ  କେତେକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ମୟୂରଭଞ୍ଜ ଜିଲାକୁ ଦୁଇ ଭାଗରେ ବିଭକ୍ତ କରାଯିବା ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି।  ଜିଲାପାଳ ବିନିତ ଭରଦ୍ୱାଜ ମଙ୍ଗଳବାର ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ  ଜିଲା ବିଭାଜନ ଘଟଣାକୁ ଖଣ୍ଡନ କରିଛନ୍ତି। 

ଆଦିବାସୀ ବସ୍ତିରେ ମୁକ୍ତି ସାହିତ୍ୟ ଆସର

ଆଦିବାସୀ ବସ୍ତିରେ ମୁକ୍ତି ସାହିତ୍ୟ ଆସର

ଔପଦା, ୨୬ା୧୨(ଡି.ଏନ.ଏ.)-ବଣପାହାଡ଼ ଘେରା ଔପଦା ବ୍ଲକ ଗଡ଼ସାହି ପଞ୍ଚାୟତ଼ ଆଦିବାସୀ ବସ୍ତି ମଧ୍ୟରେ ଅବସ୍ଥିତ ବାରହାବସାଠାରେ ଔପଦା ମୁକ୍ତି ସାହିତ୍ୟ ସଂସଦ ପକ୍ଷରୁ କବି, ଲେଖକ, ସାହିତ୍ୟକ ମାନଙ୍କୁ ନେଇ ସାହିତ୍ୟ ଆସର ସହ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି| 

ରାଜ୍ୟସ୍ତରୀୟ ଭଲିବଲ: ଚାମ୍ପିୟନ ବାଲେଶ୍ୱର ଟିମ୍‌କୁ ସମ୍ବର୍ଦ୍ଧନା

ରାଜ୍ୟସ୍ତରୀୟ ଭଲିବଲ: ଚାମ୍ପିୟନ ବାଲେଶ୍ୱର ଟିମ୍‌କୁ ସମ୍ବର୍ଦ୍ଧନା

ବାଲେଶ୍ୱର ଅଫିସ, ୨୬।୧୨-ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗିତା ଢେଙ୍କାନାଳ ଜିଲାର କାମାକ୍ଷାନଗରଠାରେ ଅନୁଷ୍ଠିତ ହୋଇଥିଲା। ବାଲେଶ୍ୱର ଜିଲା ଭଲିବଲ ଟିମ୍‌ ସେମିଫାଇନାଲ ଖେଳରେ କେଉଁଝର ଟିମକୁ ୩-୧ ସେଟରେ ପରାସ୍ତ କରି ଫାଇନାଲକୁ  ଉତ୍ତୀର୍ଣ୍ଣ ହୋଇଥିଲା। 

ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ବାସୁଦେବପୁର, ୨୫।୧୨ (ଡି.ଏନ.ଏ.) - ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ବାଗଦା ବିନାୟକପୁରର କିଆପଡା ଗ୍ରାମର ମଙ୍ଗଳ ପତି(୭୦)ଙ୍କ ମୃତଦେହ ମଙ୍ଗଳବାର ପୂର୍ବାହ୍ନରେ ଘର ନିକଟସ୍ଥ ଏକ ପୋଖରୀରୁ ଉଦ୍ଧାର କରାଯାଇଛି।

ସର୍ବଭାରତୀୟ ଚରମ୍ପା କପ୍‌ କ୍ରିକେଟ: ଦକ୍ଷିଣପୂର୍ବ ରେଳବାଇ ବିଜୟୀ

ସର୍ବଭାରତୀୟ ଚରମ୍ପା କପ୍‌ କ୍ରିକେଟ: ଦକ୍ଷିଣପୂର୍ବ ରେଳବାଇ ବିଜୟୀ

ଭଦ୍ରକ ଅଫିସ, ୨୫।୧୨ - ଭଦ୍ରକ ଜିଲା ଚରମ୍ପା ଯୁବକ ସଂଘ ଆନୁକୂଲ୍ୟରେ ସଞ୍ଜୀବ ଜୁଏଲସ୍‌ ପ୍ରାୟୋଜିତ ସର୍ବଭାରତୀୟ ଚରମ୍ପା କପ୍‌ କ୍ରିକେଟର ମଙ୍ଗଳବାର ଦ୍ୱିତୀୟ ଦିବସରେ ବାଲେଶ୍ୱରର ମର୍ଣ୍ଣିଂ ଷ୍ଟାର କ୍ଲବକୁ ହରାଇ ଖଡ଼ଗପୁରସ୍ଥିତ ଦକ୍ଷିଣପୂର୍ବ ରେଳବାଇ ବିଜୟୀ ହୋଇଛି। ଦକ୍ଷିଣପୂର୍ବ ରେଳବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୭.୩ ଓଭରରେ ୨୧୭ ରନ୍‌ କରି ଅଲଆଉଟ ହୋଇଯାଇଥିଲା। 

୨ ଚୋରା ମଦ ବେପାରୀ ଗିରଫ, ୪ ଶହ ଲିଟର ଦେଶୀ ମଦ ଜବତ

୨ ଚୋରା ମଦ ବେପାରୀ ଗିରଫ, ୪ ଶହ ଲିଟର ଦେଶୀ ମଦ ଜବତ

ନୀଳଗିରି, ୨୫ା୧୨(ଡି.ଏନ.ଏ.)-ନୀଳଗିରି ବଉଳଗଡିଆ ପୂର୍ତ୍ତ ବିଭାଗ ରାସ୍ତାର ବାଉଁଶବଣିଆ ଗାଁ ନିକଟରେ ଜିଲା ଭ୍ରାମ୍ୟମାଣ ଅବକାରୀ ଟିମ୍‌ ସୋମବାର ଚଢାଉ କରି ୨ଜଣ ଆନ୍ତଃ ଜିଲା ଚୋରା ମଦ ବେପାରୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କଠାରୁ ୪ ଶହ ଲିଟର ଦେଶୀ ମଦ ସହ ଏକ କାର୍‌ (ନଂ.ଓଡି-୦୨-୪୧୧୩) ଜବତ କରାଯାଇଛି। ଏ ନେଇ ବିଭାଗରେ ମାମଲା (ନଂ.୧୩୦/୧୮) ରୁଜୁ କରାଯାଇ ଅଭିଯୁକ୍ତଦ୍ୱୟଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଛି। 

ମଦ ଦୋକାନରୁ ଲୁଟିଲେ ଦୁର୍ବୃତ୍ତ, ଗ୍ରୀଲ୍‌ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ମଦ ଚୋରି

ମଦ ଦୋକାନରୁ ଲୁଟିଲେ ଦୁର୍ବୃତ୍ତ, ଗ୍ରୀଲ୍‌ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ମଦ ଚୋରି

ସଜନାଗଡ଼,୨୫।୧୨(ଡି.ଏନ.ଏ.)-ନୀଳଗିରି ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ସନ୍ତରାଗଡ଼ିଆ ରାସ୍ତା ପାଶ୍ୱର୍ର୍ରେ ଥିବା ସରକାରୀ ଠିପି ବନ୍ଦ ମଦ ଦୋକାନରୁ ରବିବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ଦୋକାନର ଗ୍ରୀଲ୍‌ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ମଦ ଚୋରି କରିନେଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। 

ବାଲେଶ୍ୱର ଭାଜପା ପକ୍ଷରୁ ବାଜପେୟୀଙ୍କ ୯୪ତମ ଜୟନ୍ତୀ  ପାଳିତ

ବାଲେଶ୍ୱର ଭାଜପା ପକ୍ଷରୁ ବାଜପେୟୀଙ୍କ ୯୪ତମ ଜୟନ୍ତୀ ପାଳିତ

ବାଲେଶ୍ୱର ଅଫିସ,୨୫।୧୨- ବାଲେଶ୍ୱର ଭାଜପା ପକ୍ଷରୁ ବିକାଶ ପୁରୁଷ  ତଥା ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୪ତମ ଜୟନ୍ତୀ ସ୍ଥାନୀୟ ଜିଲା କାର୍ଯ୍ୟାଳୟ ମଙ୍ଗଳବାର ପାଳନ କରାଯାଇଛି। ଏହି ଅବସରରେ ସଙ୍ଗଠନ ପକ୍ଷରୁ ପୂର୍ବାହ୍ନରେ  ଲଳିତେଶ୍ୱର କାଳିମନ୍ଦିରରେ ଶ୍ରଦ୍ଧାସୁମନ ଅର୍ପଣ ସରୂପ ଅଟଳଜୀଙ୍କ ଅମର ଆମତ୍ାର ସଦ୍‌ଗତି ପାଇଁ ପୂଜାର୍ଚ୍ଚନା କରାଯାଇଥିଲା। 

ବାପଘରୁ ସ୍ତ୍ରୀ ନ ଫେରିବାରୁ ସ୍ବାମୀଙ୍କ ଆତ୍ମହତ୍ୟା

ବାପଘରୁ ସ୍ତ୍ରୀ ନ ଫେରିବାରୁ ସ୍ବାମୀଙ୍କ ଆତ୍ମହତ୍ୟା

ରୂପ୍‌ସା,୨୫।୧୨(ଡି.ଏନ୍‌.ଏ.):  ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ସାର୍ଥା ବାଲିସାହି ଗ୍ରାମର ଜଣେ ଯୁବକ ସ୍ତ୍ରୀ ବାପଘରୁ ନ ଆସିବାରୁ ବିଷ ପିଇ ଆତ୍ମହତ୍ୟା  କରିଥିବା ଅଭିଯୋଗ ହୋଇଛି।

ତିହିଡ଼ିରେ ବିଜେଡିର କର୍ମୀ ସମାବେଶ

ତିହିଡ଼ିରେ ବିଜେଡିର କର୍ମୀ ସମାବେଶ

ତିହିଡି,୨୫।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ନିିର୍ବାଚନମଣ୍ଡଳୀ ଅଧୀନ ତିହିଡି ବ୍ଲକର ୯ଟି ପଞ୍ଚାୟତକୁ ନେଇ ମଙ୍ଗଳବାର ମଧ୍ୟାହ୍ନରେ ବିଜେଡିର କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି।

ପୋଖରୀକୁ ଗାଧୋଇବାକୁ ଯାଇ ବୁଡିଗଲେ ଯୁବକ

ପୋଖରୀକୁ ଗାଧୋଇବାକୁ ଯାଇ ବୁଡିଗଲେ ଯୁବକ

ପାଟଣା,୨୫।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ଖୁଣ୍ଟାପଡା ଗୁଡାସାହିର ଜଣେ ଯୁବକ ମଙ୍ଗଳବାର ସକାଳ ୬ଟାରେ ପୋଖରୀରେ ବୁଡି ଯାଇ ମୃତ୍ୟବରଣ କରିଛନ୍ତି। 

ଶୀତରେ ଥରୁଛି କେନ୍ଦୁଝର

ଶୀତରେ ଥରୁଛି କେନ୍ଦୁଝର

କେନ୍ଦୁଝର, ୨୫ା୧୧(ସ୍ବ.ପ୍ର.): ଶୀତରେ ଥରୁଛି କେନ୍ଦୁଝର। ଚଳିତ ବର୍ଷ କେନ୍ଦୁଝରର ସର୍ବନମ୍ନ ତାପମାତ୍ରା ରବିବାର ସକାଳେ ୭.୧ ଡିଗ୍ରୀ ସେଣ୍ଟିଗ୍ରେଡ ରେକର୍ଡ କରାଯାଇଛି। ସୋମବାର ତାପମାତ୍ରା ୭.୨ ଡିଗ୍ରୀ ରେକର୍ଡ କରାଯାଇଛି। 

ସ୍ବାବଲମ୍ବୀ କରିଛି ଗେଣ୍ଡୁଫୁଲ ଚାଷ

ସ୍ବାବଲମ୍ବୀ କରିଛି ଗେଣ୍ଡୁଫୁଲ ଚାଷ

ପଦ୍ମପୁର, ୨୫।୧୨ (ଡି.ଏନ.ଏ.)- ବିନା ସରକାରୀ ପ୍ରୋତ୍ସାହନରେ ଗେଣ୍ଡୁ ଫୁଲ ଚାଷ କରି ହୋଇପାରିଛନ୍ତି ସ୍ବାବଲମ୍ବୀ। ସେ ନିଜ ଉଦ୍ୟମରେ ଫୁଲ ଚାଷ କରି ସଫଳ ଚାଷୀ ହୋଇପାରିଛନ୍ତି। ଏଥିସହ ଅନ୍ୟମାନଙ୍କ ପାଇଁ ସେ ଉଦାହରଣ ପାଲଟିଛନ୍ତି। କୌଣସି ସରକାରୀ ପ୍ରୋତ୍ସାହନ ମିଳି ନ ଥିଲେ ବି ସେ ହାର୍‌ ମାନି ନାହାନ୍ତି। ଏହି  ଯୁବ ଫୁଲ ଚାଷୀ ହେଲେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଅରଣ୍ଡୁଆ ପଞ୍ଚାୟତ ବଛିପୁର ଗ୍ରାମର ଶମ୍ଭୁନାଥ ବେହେରା। ନିଜର ଇଚ୍ଛା ଓ ପରିଶ୍ରମ ତାଙ୍କୁ ରୋଜଗାରର ବାଟ ଦେଖାଇଛି ବୋଲି ଶମ୍ଭୁନାଥ କହିଛନ୍ତି।   

 ରୋଜଗାରର ରାହା ଦେଖାଇଛି ‘ଲେମନ ଟି’

ରୋଜଗାରର ରାହା ଦେଖାଇଛି ‘ଲେମନ ଟି’

ଖୁଣ୍ଟା,୨୫।୧୨(ଡି.ଏନ.ଏ.)-ଶୀତୁଆ ସକାଳେ  ବିଛଣା ଛାଡ଼ିଲେ ଦରକାର ପଡ଼େ ଗରମାଗରମ  ଚା’  କପେ। ନ ହେଲେ ଦିନ ସାରା ଖରାପ ହୋଇଯାଏ ମୁଡ୍‌।  ଚା’ କପେ ନ ହେଲେ ଅଳସ ଭାଙ୍ଗେ ନାହିଁ ବୋଲି କୁହନ୍ତି ବାରଡାଙ୍ଗୁଆ ଗ୍ରାମର ଭବେଶ୍ୱର ମହଲା ।  ଶୀତ  ଦିନେ ଥରକୁ ଥର ଦରକାର ପଡ଼େ ଚା’।  ଲୋକଙ୍କ ଏହି ପ୍ରବୃତ୍ତିକୁ ପରଖି  ଖୁଣ୍ଟା ବଜାରରେ ସେମାନଙ୍କ ପାଖରେ ପହଞ୍ଚତ୍ୟାନ୍ତି  ଲେମନ ଟି ବାଲା ଦେବରାଜ ମଣ୍ଡଳ । 

‘ମୁଣ୍ଡରୀ ଭାଷାକୁ  ଅଷ୍ଟମ ଅନୁଚ୍ଛେଦରେ ସାମିଲ କର’

‘ମୁଣ୍ଡରୀ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ କର’

ବାରିପଦା ଅଫିସ,୨୫।୧୨-ମୁଣ୍ଡାରୀ ଭାଷା ଓ ଲିପିର ସ୍ବୀକୃତି ପାଇଁ  ୨୦ ବର୍ଷ ହେବ  ଦାବି ହୋଇ ଆସୁଥିବାବେଳେ ଏହାକୁ ସରକାରୀ ସ୍ବୀକୃତି ମିଳିପାରୁ ନାହିଁ। ଦିଲ୍ଲୀ ତଥା ବିଭିନ୍ନ ରାଜ୍ୟରେ ଏହି ଦାବିକୁ ନେଇ ମହାସମାବେଶମାନ ଅନୁଷ୍ଠିତ  ହୋଇଆସୁଛି। ଏହାସତ୍ତ୍ୱେ ମିଳୁନି ସୁଫଳ। ଅଖିଳ ଭାରତୀୟ ମୁଣ୍ଡାରୀ ଭାଷା କାର୍ଯ୍ୟକାରୀ କମିଟି ପକ୍ଷରୁ  ଆୟୋଜିତ ଆନ୍ତଃରାଜ୍ୟ ପ୍ରତିନିଧି ସଭାରେ ଏନେଇ ଉଦ୍‌ବେଗ ଓ ଅସନ୍ତୋଷ ପ୍ରକାଶ ପାଇଛି। 

ମୟୂରଭଞ୍ଜ ପୁସ୍ତକମେଳା ଉଦ୍‌ଯାପିତ

ମୟୂରଭଞ୍ଜ ପୁସ୍ତକମେଳା ଉଦ୍‌ଯାପିତ

ବାରିପଦା ଅଫିସ,୨୫।୧୨-  ବାରିପଦାସ୍ଥିତ ଛଉ ପଡ଼ିଆଠାରେ ଗତ ୧୪ତାରିଖରୁ ଆରମ୍ଭ ହୋଇଥିବା ସପ୍ତମ ମୟୂରଭଞ୍ଜ ପୁସ୍ତକମେଳା ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବର ପ୍ରଥମ ଅଧିବେଶନରେ ରାଜ୍ୟସ୍ତରୀୟ କବିତା ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା। ବୀଣାପାଣି ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଲେପୁରର ବରିଷ୍ଠ କବୟିତ୍ରୀ ବୀଣାପାଣି ରାୟଗୁରୁ ଯୋଗଦେଇଥିଲେ।

‘ଆମ ରାଜ୍ୟ ଆମକୁ ଫେରାଇ ଦିଅ’  :୨୬ରେ  ମୟୂରଭଞ୍ଜ ଜିଲା ବନ୍ଦ ଡାକରା

‘ଆମ ରାଜ୍ୟ ଆମକୁ ଫେରାଇ ଦିଅ’ :୨୬ରେ ମୟୂରଭଞ୍ଜ ଜିଲା ବନ୍ଦ ଡାକରା

 ବାରିପଦା ଅଫିସ,୨୫।୧୨-ମୟୂରଭଞ୍ଜ ଜିଲାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ସହ ୧୯୪୯ ମସିହା  ଜାନୁୟାରୀ ପହିଲାରେ ରାଜ୍ୟ ସରକାରଙ୍କ ସହ ହୋଇଥିବା ମିଶ୍ରଣ ଚୁକ୍ତି ସାର୍ବଜନିନ କରିବାକୁ ଦାବି ହେଉଛି।  ଏଥିନିମନ୍ତେ ମୟୂରଭଞ୍ଜ ରାଜ୍ୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ  ଆସନ୍ତା ୨୬ ତାରିଖରେ ୧୨ ଘଣ୍ଟିଆ ମୟୂରଭଞ୍ଜ ଡାକରା ଦିଆଯାଇଛି।