ବାଲେଶ୍ୱର

ଖରାରେ ନବୋଦୟ ପ୍ରବେଶ ପରୀକ୍ଷା

ଖରାରେ ନବୋଦୟ ପ୍ରବେଶ ପରୀକ୍ଷା

କେନ୍ଦୁଝର ୨୨। ୪ (ସ୍ବ.ପ୍ର.)- ଅଂଶୁଘାତ ମୁକାବିଲା ପାଇଁ ଦିନ ବେଳା ସ୍କୁଲ ଉପରେ କଟକଣା ରହିଥିଲା ବେଳେ ଏହାକୁ କେହି ମାନୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି । ଶନିବାର ଦିନ ବିଭିନ୍ନ ବିଦ୍ୟାଳୟରେ ନବଦୋୟ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ପ୍ରବେଶ ପରୀକ୍ଷା ଅନୁଷ୍ଠିତ ହେବା ଘଟଣାକୁ ନେଇ ଆଲୋଚ୍ୟର ବିଷୟ ହୋଇଛି। ଖରାରେ କେନ୍ଦ୍ରରେ ଛୋଟ ଛୋଟ ପିଲାମାନେ ପରୀକ୍ଷା ଦେବାକୁ ଆସିଥିଲେ।

ଅଚଳ ପ୍ରକଳ୍ପ ସଚଳ ହେଲା

ରାଇସୁଆଁ,୨୨।୪(ଡି.ଏନ.ଏ.)-ଜଳକଷ୍ଟ ଭୋଗୁଥିବା କେନ୍ଦୁଝର ଜିଲା ବରଦାପାଳ ଗ୍ରାମର ଗୋପାଳସାହି, ଶିମିଳିସାହି, ଭୂୟାଁ ସାହି, ପାତ୍ର ସାହି, କେଲ ସାହି, ହସ୍ପିଟାଲ ସାହି ଗ୍ରାମର ଲୋକଙ୍କୁ ପାନୀୟଜଳ ଯୋଗାଇ ଦେବା ଲାଗି ପ୍ରଶାସନ ତତ୍ପର ହୋଇ ଉଠିଛି। ସେଠାରେ ଅଚଳ ହୋଇ ପଡିଥିବା ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ସକାଶେ ନୂଆ ବୋର୍‌ଓ୍ବେଲ ଖୋଳାଯାଇଛି। ଖୁବ୍‌ ଶୀଘ୍ର ଲୋକଙ୍କୁ ପାନୀୟଜଳ ଯୋଗାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ପାନୀୟ ଜଳ ସମସ୍ୟା ନେଇ ପ୍ରଶାସନର ଦ୍ୱାରସ୍ଥ ହେଲେ ମହିଳା

ପାନୀୟ ଜଳ ସମସ୍ୟା ନେଇ ପ୍ରଶାସନର ଦ୍ୱାରସ୍ଥ ହେଲେ ମହିଳା

ଚମ୍ପୁଆ,୨୨।୪(ଡି.ଏନ.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ କୋଦଗାଡିଆ ହନୁମାନ ସାହି ଓ ଏହା ଆଖପାଖ ଅଞ୍ଚଳରେ ପାନୀୟ ଜଳାଭାବ ସମସ୍ୟା ଗୁରୁତର ରୂପ ନେଇଛି । ପ୍ରଶାସନ ପକ୍ଷରୁ କୌଣସି ପ୍ରତିକାର କରା ନ ଯିବାରୁ ଅଞ୍ଚଳର ମହିଳାମାନେ ଏକତ୍ରିତ ହୋଇ ଶନିବାର ଉପଜିଲାପାଳ ପାରୁଲ ପଟାୱରିଙ୍କୁ ଭେଟି ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି।

କଳାକାରଙ୍କୁ ମିଳୁନି ଉଚିତ ପ୍ରୋତ୍ସାହନ

କଳାକାରଙ୍କୁ ମିଳୁନି ଉଚିତ ପ୍ରୋତ୍ସାହନ

କେନ୍ଦୁଝର ୨୨।୪( ସ୍ବ.ପ୍ର.)- ‘ଥରେ କରିଆ କଲେଜକୁ ଯାଇଥିଲି । ଛାତ୍ରୀଛାତ୍ର ସେଠାରେ ବଂଶୀ ବଜାଇକୁ ଅନୁରୋଧ କଲେ। ମୁଁ ବଂଶୀରେ କେତେକ ଧୂନ୍‌ ପରିବେଷଣ କରିଥିଲି। ପିଲାମାନେ ଘଣ୍ଟାଏ ଧରି ବଇଁଶୀ ବାଦନ ଧୂନ୍‌ର ତାଳେ ତାଳେ ନାଚିଥିଲେ । ସେ ଅନୁଭୂତି ଥିଲା ନିଆରା। ବାରିପଦା କୋର୍ଟରେ ଚାକିରି କରୁଥିବା ବେଳେ ବିଦେଶ ଯାଇ ଛଉନୃତ୍ୟ ଲାଗି ବଂଶୀ ବାଦନର ସୁଯୋଗ ପାଇଥିଲି। ବଦଳି ହୋଇଯିବାରୁ ବିଦେଶ ଗସ୍ତରୁ ବଞ୍ଚିତ ହୋଇଥିଲି।’ ଏଭଳି ସୁଖ ଓ ଦୁଃଖ ମିଶ୍ରିତ ଅନୁଭୂତିର କଥା କହି ବସନ୍ତି ବର୍ଷିୟାନ ବଂଶୀ ବାଦକ ଦିବାକର ଚାୈଧୁରୀ (୭୭) ।

ବିକାଶରେ ଅନ୍ତରାୟ ସାଜିଛି ଘୋଷରା

ଧାମନଗର,୨୨। ୪(ଡି.ଏନ.ଏ.)-ଭଦ୍ରକ ଜିଲାର ନଈନାଳ ଘେରା ଧାମନଗର ବ୍ଲକ ସମ୍ପୂର୍ଣ୍ଣ ବନ୍ୟା ପ୍ରଭାବିତ ଅଞ୍ଚଳ । ରାସ୍ତା ଘାଟ ସମସ୍ୟା ବିକାଶରେ ସବୁବେଳେ ଅନ୍ତରାୟ ହୋଇ ରହିଆସିଛି। ବ୍ଲକରେ ଥିବା ବିଭିନ୍ନ ମୁଖ୍ୟ ରାସ୍ତାରେ ବନ୍ୟାଜଳ ନିଷ୍କାସନ ପାଇଁ ଅନେକ ଘୋଷରା (ଖାଲୁଆ ରାସ୍ତା) ରହିଛି। ଧୂଷୁରୀ-ହସନାବାଦ ମୁଖ୍ୟ ରାସ୍ତାରେ ହରିହଂସଠାରୁ ପଙ୍ଗଟା ମଧ୍ୟରେ ୩ଟି, ମିର୍ଘାହାଟକୂଳ ଭଟ୍ଟସାହି ମଧ୍ୟରେ ଗୋଟିଏ, ସଇଜାଫର ଫଳପୁର ମୁଖ୍ୟ ସଡକର ବୟାଙ୍ଗଡିହି ସ୍କୁଲଠାରୁ ଛନ୍ଦାସାହି ମଧ୍ୟରେ ୨ଟି ଘୋଷରା ବର୍ଷାଦିନେ ଗମନାଗମନରେ ବାଧକ ସାଜୁଛି। ଫଳପୁର-ଧାମନଗର ରାସ୍ତାରେ ୨ଟି, ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିର୍ମିତ ପତ୍ରୀସାହି-ପଛାଲୋ ରାସ୍ତାର ପତ୍ରୀସାହି-ଜେନାସାହି ନିକଟ ଓ ପଛାଲୋ ନିକଟରେ ଅନ୍ୟ ୨ଟି ଘୋଷରା ରହିଛି। ସଡକ ନିର୍ମାଣ ଯୋଜନାରେ କେତେକ ରାସ୍ତାରେ ଘୋଷରା ଥିବା ସ୍ଥାନରେ ଉଚ୍ଚ ପୋଲ ନିର୍ମାଣ ନିର୍ମାଣ ପରିବର୍ତ୍ତେ ନିଚ୍ଚା ପୋଲ କରାଯାଉ ଥିବାରୁ ବର୍ଷା ଓ ବନ୍ୟା ସମୟରେ ଅଞ୍ଚଳକୁ ଯୋଗାଯୋଗ ବ୍ୟାହତ ହେଉଛି। ଦୀର୍ଘଦିନ ଧରି ଅନେକ ଅଞ୍ଚଳ ଜଳବନ୍ଦୀ ହୋଇ ରହୁଛି। ସମସ୍ୟାର ସ୍ଥାୟୀ ପ୍ରତିକାର ହେଉ ନ ଥିବାରୁ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି।

ହେଲମେଟ୍‌ ବ୍ୟବହାର ଉପରେ ପୋଲିସର ଗୁରୁତ୍ୱ

ହେଲମେଟ୍‌ ବ୍ୟବହାର ଉପରେ ପୋଲିସର ଗୁରୁତ୍ୱ

ରୂପସା,୨୧।୪(ଡି.ଏନ.ଏ.)-ବାଲେଶ୍ୱର ରୂପସା ଥାନା ପୋଲିସ ପକ୍ଷରୁ ହେଲମେଟ୍‌ ବ୍ୟବହାର ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଥାନାଧିକାରୀ ସୁଚନ୍ଦ୍ର ମହାଳିକ, ଏଏସ୍‌ଆଇ ଭାଗ୍ୟଜିତ ନାୟକଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ଏକ ବାଇକ୍‌ ଶୋଭାଯାତ୍ରାରେ ବାହାରି ଥାନା ଅନ୍ତର୍ଗତ କଷିପଦା, ଆଙ୍କୋ, ରୂପସା, ଗଡପଦା ଓ ରାଉତପଡା ପ୍ରଭୃତି ପଞ୍ଚାୟତ ପରିକ୍ରମା କରିଥିଲେ।

ଏସ୍‌ବିଆଇ ଏଟିଏମ ସମ୍ମୁଖରେ ବିକ୍ଷୋଭ

ଏସ୍‌ବିଆଇ ଏଟିଏମ ସମ୍ମୁଖରେ ବିକ୍ଷୋଭ

କେନ୍ଦୁଝର ୨୧।୪ (ସ୍ବ.ପ୍ର)- କେନ୍ଦ୍ର ସରକାରଙ୍କ ଆର୍ଥିକ ପରିଚାଳନାରେ ଅପାରଗତା ଯୋଗୁ ଦେଖାଦେଇଥିବା ଆର୍ଥିକ ସମସ୍ୟା ପ୍ରତିବାଦରେ କେନ୍ଦୁଝର ଏସବିଆଇ ଶାଖା ଏଟିଏମ ସମ୍ମୁଖରେ ବିଜେଡି ଯୁବ, ଛାତ୍ର, ମହିଳା, କୃଷକ, ସମବାୟ ଓ ଶ୍ରମିକଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଭଦ୍ରକ ଅଫିସ,୨୧।୪-ଭଦ୍ରକ ବ୍ଲକ ଅଧୀନ ଗେଲପୁର ବାପୁଜୀ ଉଚ୍ଚ ବିଦ୍ୟାଳୟଠାରେ ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।

ଦକ୍ଷତା ବୃଦ୍ଧି ଲାଗି ଉଜ୍ଜ୍ୱଳ ପ୍ରଶିକ୍ଷଣ

ଆରଡ଼ି,୨୧।୪ (ଡି.ଏନ.ଏ.)-ଚାନ୍ଦବାଲି ବ୍ଲକର ମଠଡିହ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୧ମରୁ ୫ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି ସକାଶେ ଉଜ୍ଜ୍ୱଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି।

ସଂସ୍କୃତ ମହାବିଦ୍ୟାଳୟରୁ ଚୋରି

ସଂସ୍କୃତ ମହାବିଦ୍ୟାଳୟରୁ ଚୋରି

ବାହାନଗା, ୨୧।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତ ନିକଟସ୍ଥ ଯାଗେଶ୍ୱରପଦା ଭଗବାନଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟରୁ ଶୁକ୍ରବାର ଅପରାହ୍ନ ସାଢେ ୪ଟା ବେଳେ ଜଣେ ଯୁବକ ଅଫିସ ତାଲା ଭାଙ୍ଗି କମ୍ପ୍ୟୁଟର ବ୍ୟାଟେରି ଓ ସିଲିଂ ଫ୍ୟାନ ଚୋରି କରିନେଇଥିବା ଅଭିଯୋଗ ହୋଇଛି।

ଜହତା ଚଉଦ ମାଦଳ ଉତ୍ସବ ଉଦ୍‌ଯାପିତ

ରୂପସା,୨୧।୪(ଡି.ଏନ.ଏ.)-ବାଲେଶ୍ୱର ରୂପସା ଥାନା ଅନ୍ତର୍ଗତ ଜହତା ଗ୍ରାମରେ ପ୍ରସିଦ୍ଧ ଚଉଦମାଦଳ ଉତ୍ସବ ଶୁକ୍ରବାର ରାତିରେ ଉଦ୍‌ଯାପିତ ହୋଇଯାଇଛି। ଜହତା ଚଉଦ ମାଦଳ କମିଟି ଆନୁକୂଲ୍ୟରେ ୧୭ ତାରିଖ ସନ୍ଧ୍ୟାରେ ଘଟ ଉତ୍ତୋଳନ ଅଧିବାସ ପୂର୍ବକ ନାମଯଜ୍ଞ, ସଂକୀର୍ତ୍ତନ ଶୁଭାରମ୍ଭ ହୋଇଥିଲା।

ନୂଆଗାଁରେ ଭାଗବତ ସପ୍ତାହ

ନୂଆଗାଁରେ ଭାଗବତ ସପ୍ତାହ

ରୂପସା,୨୧।୪(ଡି.ଏନ.ଏ.)-ବାଲେଶ୍ୱର-ମୟୂରଭଞ୍ଜ ଜିଲା ସୀମାନ୍ତବର୍ତ୍ତୀ କୁରୁଣିଆ ପଞ୍ଚାୟତ ଅନ୍ତର୍ଗତ ନୂଆଗାଁରେ ଭାଗବତ ସପ୍ତାହ ପାଳିତ ହେଉଛି। ଗତ ୧୬ ତାରିଖରୁ ଘଟ ଉତ୍ତୋଳନ କରାଯାଇ ଭାଗବତ ପାଠ ଶୁଭାରମ୍ଭ କରାଯାଇଥିଲା।

ଛଉ ନୃତ୍ୟ ପ୍ରତିଷ୍ଠାନର ସାଂସ୍କୃତିକ କାର୍ଯ୍ୟକ୍ରମ

ଛଉ ନୃତ୍ୟ ପ୍ରତିଷ୍ଠାନର ସାଂସ୍କୃତିକ କାର୍ଯ୍ୟକ୍ରମ

ବାରିପଦା ଅଫିସ,୨୦।୪- ବାରିପଦା ବ୍ଳକ କରତପଟା ଗ୍ରାମର ବାଉରାମାତା ଛଉ ନୃତ୍ୟ ପ୍ରତିଷ୍ଠାନ ପକ୍ଷରୁ ଏକ ସ୍ବତନ୍ତ୍ର ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଉପବାଚଷ୍ପତ୍ତି ସାନନ୍ଦ ମାରାଣ୍ଡି ଯୋଗ ଦେଇଥିଲେ।

ନବୋଦୟ ପରୀକ୍ଷାରୁ ୯ ଛାତ୍ରୀ ବଞ୍ଚିତ

ଯୋଡ଼ା, ୨୧।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ବାସୁଦେବପୁର ସରକାରୀ ବାଳିକା ବିଦ୍ୟାଳୟରେ ଶନିବାର ଅନୁଷ୍ଠିତ ହୋଇଥିବା ନବୋଦୟ ପରୀକ୍ଷା ଦେବାରୁ ୯ଜଣ ଛାତ୍ରୀ ବଞ୍ଚତ୍ତ ହୋଇଛନ୍ତି।

ଗ୍ରାମାଞ୍ଚଳରେ ଜଳଛତ୍ର ପାଲଟିଛି ପ୍ରହସନ

ଗ୍ରାମାଞ୍ଚଳରେ ଜଳଛତ୍ର ପାଲଟିଛି ପ୍ରହସନ

ଝୁମ୍ପୁରା,୨୧।୪(ଡି.ଏନ.ଏ.)- ଖରାତାତି ସାଙ୍ଗକୁ ବଢୁଛି ଜଳକଷ୍ଟ। କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅଞ୍ଚଳରେ ପଥଚାରୀଙ୍କୁ ପାନୀୟଜଳ ଯୋଗାଣ ଲାଗି ଏଯାଏ ଆବଶ୍ୟକ ଜଳଚ୍ଛତ୍ର ଖୋଲାଯାଇ ନାହିଁ। ଫଳରେ ପଥଚାରୀମାନେ ଜଳଚ୍ଛତ୍ର ସେବା ନ ପାଇ ହଇରାଣ ହେଉଛନ୍ତି।

ବିଜେଡିର ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା

କୁଳିଅଣା, ୨୧।୪(ଡି.ଏନ.ଏ.)-ସାରା ଦେଶର ଏଟିଏମ ଏବେ ଖାଲି ପଡିଥିବା ବେଳେ ‘ନୋ କ୍ୟାଶ ନୋଟିସ’ ଲଗାଯାଇଛି। ଏହା ଲୋକଙ୍କ ପ୍ରତି ଏକ ଉପହାସ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ପ୍ରତିବାଦରେ ଶନିବାର ବିଜେଡି ପକ୍ଷରୁ କୁଳିଅଣା ବଜାରସ୍ଥିତ ପିଏନବି ବ୍ୟାଙ୍କ ଓ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ୨ ଘଣ୍ଟିଆ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।

 ଉଦଳାରେ ବ୍ୟାଙ୍କ ସମ୍ମୁଖରେ ପ୍ରତିବାଦ ସଭା

ଉଦଳାରେ ବ୍ୟାଙ୍କ ସମ୍ମୁଖରେ ପ୍ରତିବାଦ ସଭା

ଉଦଳା,୨୧।୪(ଡି.ଏନ.ଏ.)-ଉଦଳା ଅଞ୍ଚଳରେ ଏଟିଏମରୁ ଆବଶ୍ୟକ ଟଙ୍କା ବାହାରୁ ନ ଥିବାରୁ ହଇରାଣର ସମ୍ମୁଖିନ ହେଉଛନ୍ତି ସାଧାରଣ ଲୋକେ। ଏହା ପ୍ରତିବାଦରେ ଶନିବାର ଉଦଳାସ୍ଥିତ ଏସବିଆଇ ବ୍ୟାଙ୍କ ସମ୍ମୁଖରେ ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଛି।

ଥାନା ଭଙ୍ଗାରୁଜା ଘଟଣାରେ ୯ କୋର୍ଟଚାଲାଣ

ଠାକୁରମୁଣ୍ଡା,୨୧।୪(ଡି.ଏନ.ଏ.)-ନାବାଳିକା ବଳାତ୍କାର ମାମଲାକୁ କେନ୍ଦ୍ର କରି ଗତ ୧୯ ତାରିଖରେ ଠାକୁରମୁଣ୍ଡା ଅଶାନ୍ତ ହୋଇ ଉଠିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଥାନା ଉପରକୁ ଢେଲାପଥର ମାଡ କରିଥିଲେ। ଏହି ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ଅଭିଯୋଗରେ ୯ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

୨ ମାସ ପରେ ଆତ୍ମସର୍ମପଣ କଲେ ନାବାଳିକା ପ୍ରେମିକା

୨ ମାସ ପରେ ଆତ୍ମସର୍ମପଣ କଲେ ନାବାଳିକା ପ୍ରେମିକା

ସଜନାଗଡ, ୨୧।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖନ୍ତାପଡା ଥାନା ଅଞ୍ଚଳରୁ ୨ ମାସ ତଳେ ଫେରାର ହୋଇଯାଇଥିବା ପ୍ରେମୀଯୁଗଳଙ୍କ ମଧ୍ୟରୁ ଶନିବାର ନାବାଳିକା ପ୍ରେମିକା ବାଲେଶ୍ୱର ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏସ୍‌ପି ଉକ୍ତ ନାବାଳିକାଙ୍କୁ ନୀଳଗିରି ପୋଲିସ ଦାୟିତ୍ୱରେ ଛାଡିବା ପରେ ଥାନା ଆଇଆଇସି ତାଙ୍କର ବୟାନ ରେକର୍ଡ କରିଥିଲେ। ଏହାପରେ ନାବାଳିକାଙ୍କ ଡାକ୍ତରୀମାଇନା କରାଯାଇ ନୀଳଗିରି ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ତାଙ୍କର ବୟାନ ରେକର୍ଡ କରାଯିବା ପରେ ସେ ମା’ ବାପାଙ୍କ ପାଖରେ ରହିବାକୁ ମନା କରିଥିଲେ।

ଆର୍ଥିକ ପରିଚାଳନାରେ ଅପାରଗତା ବିରୋଧରେ ବିଜେଡିର ଧାରଣା

ଆର୍ଥିକ ପରିଚାଳନାରେ ଅପାରଗତା ବିରୋଧରେ ବିଜେଡିର ଧାରଣା

ବାହାନଗା, ୨୧।୪(ଡି.ଏନ.ଏ.)-କେନ୍ଦ୍ର ସରକାରଙ୍କ ଆର୍ଥିକ ପରିଚାଳନାର ଅପାରଗତା ବିରୋଧରେ ଶନିବାର ବିଜେଡି ତରଫରୁ ବ୍ୟାଙ୍କ ଓ ଏଟିଏମ୍‌ ସମ୍ମୁଖରେ ଧାରଣା ଦିଆଯାଇଛି।

ଅଗ୍ନିଶମ ସପ୍ତାହ ପାଳିତ

ଅଗ୍ନିଶମ ସପ୍ତାହ ପାଳିତ

ଭଣ୍ଡାରିପୋଖରୀ,୨୧।୪(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଗ୍ନିଶମ କର୍ମଚାରୀମାନଙ୍କ ପକ୍ଷରୁ ଅଗ୍ନିଶମ ସପ୍ତାହ ପାଳିତ ହୋଇଛି।

ବ୍ୟାଙ୍କ ଆଗରେ ବିକ୍ଷୋଭ

ଧାମନଗର,୨୧।୪(ଡି.ଏନ.ଏ)-ଏଟିଏମରୁ ଟଙ୍କା ନ ବାହାରିବା ନେଇ ଧାମନଗର ବ୍ଲକର ବିଭିନ୍ନ ବ୍ୟାଙ୍କ ଆଗରେ ଯୁବ, ଛାତ୍ର ବିଜେଡି ଓ କୃଷକ ବାହିନୀ ପକ୍ଷରୁ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

୨ଟି ବାଇକ ଧକ୍କା: ଜଣେ ମୃତ

ଝୁମ୍ପୁରା,୨୧।୪(ଡି.ଏନ.ଏ.)- କେନ୍ଦୁଝର ଜିଲା ବାରିଆ ଥାନା ଅନ୍ତର୍ଗତ ଅସନପାଟ ଗ୍ରାମଦେବତୀ ଶାଳ ଛକ ନିକଟରେ ୨୦ତାରିଖ ବିଳମ୍ବିତ ରାତ୍ରୀରେ ଦୁଟି ବାଇକ ମଧ୍ୟରେ ଧକ୍କା ହୋଇ ଜଣଙ୍କର ମୃତ୍ୟୁ ଘଟିଛି।

ଆଗରପଡ଼ାରେ ନୂତନ ଥାନାଧିକାରୀ

ବନ୍ତ,୨୧।୪(ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକର ଆଗରପଡ଼ା ଥାନାରେ ମାନସ ରଞ୍ଜନ ଦେଓ ନୂତନ ଥାନାଧିକାରୀ ଭାବେ ଯୋଗ ଦେଇଛନ୍ତି ।