ବାଲେଶ୍ୱର

ରାଜ୍ୟସ୍ତରୀୟ ବିଚ୍‌ ଭଲିବଲ ପ୍ରତିଯୋଗିତା: ଜିଲାରୁ ୬ ଖେଳାଳି

ବାରିପଦା ଅଫିସ/ବଡ଼ସାହି(ସ୍ବ.ପ୍ର.),୧୬ା୯-ରାଜ୍ୟସ୍ତରୀୟ ୧୭ବର୍ଷରୁ କମ୍‌ ବାଳିକା ବାଳକ ବିଭାଗର ବିଚ୍‌ ଭଲିବଲ ପ୍ରତିଯୋଗିତା ଆସନ୍ତା ୧୬ତାରିଖରେ ଜଗତସିଂହପୁର ଜିଲା ସରସ୍ବତୀ ଶିଶୁ ମନ୍ଦିର ପାରାଦୀପଠାରେ ଅନୁଷ୍ଠିତ ହେବ ା 

ଶୁଣୁନି ପ୍ରଶାସନ: ରାସ୍ତା କାମ କଲେ ଗ୍ରାମବାସୀ

ଶୁଣୁନି ପ୍ରଶାସନ: ରାସ୍ତା କାମ କଲେ ଗ୍ରାମବାସୀ

କପ୍ତିପଦା,୧୬ା୯(ଡି.ଏନ୍‌.ଏ)-କପ୍ତିପଦା ବ୍ଲକ୍‌ କପ୍ତିପଦା ପଞ୍ଚାୟତ ସାନ ସିମୁଳିଆ ଗ୍ରାମରେ ୨୦୧୭-୧୮ ଆର୍ଥିକ ବର୍ଷରେ ଅନୁମୋଦିତ ହୋଇଥିବା ରାସ୍ତା କାମରେ ବ୍ୟାପକ ଅନିୟମିତତା  ହୋଇଥିବା ଅଭିଯୋଗ ହୋଇଛି ା

ପ୍ରଶାସନ ଉପରୁ ଉଠିଲା ଭରସା, ପାଣି ପାଇଁ ଯଜ୍ଞ କଲେ ଗ୍ରାମବାସୀ

ପ୍ରଶାସନ ଉପରୁ ଉଠିଲା ଭରସା, ପାଣି ପାଇଁ ଯଜ୍ଞ କଲେ ଗ୍ରାମବାସୀ

ସଜନାଗଡ଼, ୧୬ା୯(ଡି.ଏନ.ଏ.)-ନୀଳଗିରି ବ୍ଲକ ମହିଷାପଟା ପଞ୍ଚାୟତରେ ପାନୀୟ ଜଳ ଲାଗି ହୋମଯଜ୍ଞ ଭଳି ପୂଜାର୍ଚ୍ଚନା କରାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ନାଗରିକ ପରିଷଦ, ସୂଚନା ଅଧିକାର ସଂଘର ଧାରଣା

ନାଗରିକ ପରିଷଦ, ସୂଚନା ଅଧିକାର ସଂଘର ଧାରଣା

ବାଲିଆପାଳ, ୧୬ା୯(ଡି.ଏନ.ଏ.)-୪ ଦଫା ଦାବି ପୂରଣ ନେଇ ବାଲିଆପାଳ ବରିଷ୍ଠ ନାଗରିକ ପରିଷଦ ଓ ସୂଚନା ଅଧିକାର ସଂଘର ଶତାଧିକ ସଦସ୍ୟ ଶନିବାର ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣାରେ ବସିଥିଲେ।

ରଣାସାପ ଉଦ୍ଧାର

ରଣାସାପ ଉଦ୍ଧାର

ଖଇରା, ୧୬।୯(ଡି.ଏନ.ଏ.)-ଖଇରା ବ୍ଲକ ମହତୀପୁର ପଞ୍ଚାୟତ ଅଧୀନ ଚକଗ୍ରାମର ଗଣେଶ ପୂଜାମଣ୍ଡପରୁ ଏକ ରଣା ସାପ ଉଦ୍ଧାର କରାଯାଇ କୁପାରୀ ଜଙ୍ଗଲବିଭାଗକୁ ହସ୍ତାନ୍ତର କରାଯାଇଛି ା

ସଭିଁଙ୍କୁ ଦିବ୍ୟ ଜୀବନର ବାର୍ତ୍ତା ଦିଅନ୍ତି ମହେଶ୍ୱର

ସଭିଁଙ୍କୁ ଦିବ୍ୟ ଜୀବନର ବାର୍ତ୍ତା ଦିଅନ୍ତି ମହେଶ୍ୱର

ସିମୁଳିଆ, ୧୬ା୯ (ସନ୍ତୋଷ କୁମାର ନାୟକ)-ମଣିଷ ଜୀବନର ରୂପାନ୍ତର ଦିବ୍ୟଜୀବନ ଅଭିମୁଖେ ଅଗ୍ରସର ହୋଇଚାଲିଛି। ସୂକ୍ଷ୍ମ ଭାବେ ଏହି ପରିବର୍ତ୍ତନ ଘଟିଚାଲିଛି। 

ସମୟକୁ ସମ୍ମାନ ଦେଉଥିଲେ ଭକ୍ତକିଶୋର

ସମୟକୁ ସମ୍ମାନ ଦେଉଥିଲେ ଭକ୍ତକିଶୋର

ଖଇରା, ୧୬।୯(ଡି.ଏନ.ଏ.)-ଖଇରା ମହାବିଦ୍ୟାଳୟର ପୂର୍ବତନ ଶିକ୍ଷା ବିଭାଗ ଅଧ୍ୟାପକ ସ୍ବର୍ଗତ ଭକ୍ତ କିଶୋର ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ସ୍ମୃତିସଭା ତାଙ୍କ ଗ୍ରାମ ବେଗୁନିଆରେ ଅନୁଷ୍ଠିତ ହୋଇଯାଇଛି ା

ବିଇଓ ଅଫିସ୍‌ ଆଗରେ ଧାରଣା

ବିଇଓ ଅଫିସ୍‌ ଆଗରେ ଧାରଣା

ସଜନାଗଡ଼, ୧୬।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଶିକ୍ଷା ମଣ୍ଡଳରେ ସିଆରସି ୪ଜଣ ନିଯୁକ୍ତି ଅନୁମୋଦନରେ ପାତରଅନ୍ତର ହୋଇଥିବା ଅଭିଯୋଗ ହୋଇଛି।

ବଡ଼ବିଲରେ ଗ୍ୟାଙ୍ଗଓ୍ବାର,୯ ଗିରଫ

ବଡ଼ବିଲରେ ଗ୍ୟାଙ୍ଗଓ୍ବାର,୯ ଗିରଫ

ବଡବିଲ, ୧୬।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ଥାନା ଇଲାକାରେ ଗ୍ୟାଙ୍ଗଓ୍ବାର  ଭଳି ହିଂସା ଘଟି ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରେ ଆକ୍ରମଣ କରିବାକୁ ଯୋଜନା  କରିଥଲା।  ଏଥିଲାଗି କୁଆଡେ ୧୦ ଲକ୍ଷ ଟଙ୍କାର ସୁପାରି କାରବାର ହୋଇଥିଲା। ଉକ୍ତ ସୂଚନା ପାଇ ଅନ୍ୟ ଗୋଷ୍ଠୀ ସଜାଗ ହୋଇ ରହିଥିଲେ।

ପାହାଡ ଉପରେ ଅବହେଳିତ ଜୀବନ

ପାହାଡ ଉପରେ ଅବହେଳିତ ଜୀବନ

ଝୁମ୍ପୁରା,୧୬।୯ (ଡି.ଏନ.ଏ.)-କେନ୍ଦୁଝର ଜିଲା  ଝୁମ୍ପୁରା ବ୍ଲକ ନୟାଗଡ ପଞ୍ଚାୟତ  ଅଞ୍ଚଳର ପାହାଡ ଉପରେ ଥିତ୍ବା  ଏକ ଅବହେଳିତ ବସ୍ତି ମାଙ୍ଗବୁରୁ । ୨୫ରୁ ଊର୍ଦ୍ଧ୍ୱ ମୁଣ୍ଡା ସମ୍ପ୍ରଦାୟର ଆଦିବାସୀ ପରିବାର କାହିଁ  କେବେଠାରୁ ଏହି ପାହାଡ ଉପରେ ବସବାସ କା ଆସୁଛନ୍ତି। ରାସ୍ତା, ପାନୀୟଜଳ, ଶିକ୍ଷା, ସ୍ବାସ୍ଥ୍ୟ  ଭଳି ମୌଳିକ ସୁବିଧାରୁ ବଞ୍ଚିତ ଏହି ଅଧିବାସୀଙ୍କୁ ଅନ୍ୟତ୍ର  ଥଇଥାନ କରାଯାଉ ନାହିଁ କି ସର୍ବନିମ୍ନ  ସୁବିଧା ଯୋଗାଇ ଦିଆଯାଉ ନାହିଁ ା

ଗଣ୍ଡଗୋଳରେ ଜଣେ ମୃତ, ୫ ଗିରଫ

ଆନନ୍ଦପୁର,୧୬। ୯(ସ୍ବ.ପ୍ର.)- କେନ୍ଦୁଝର ଜିଲ ଘସିପୁରା ଥାନା ବାରିଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶୁକ୍ରବାର ସନ୍ଧ୍ୟା ମୟରେ ଦୁଇ ପରିବାର ମଧ୍ୟରେ ମାରପିଟ ଘଟି ବାବାଜି ପ୍ରଧାନ(୫୦) ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ  ଆନନ୍ଦପୁର ଡାକ୍ତରଖାନା ନିଆଯାଇ କଟକ ବଡ ଡାକ୍ତରଖାନାକୁ ସ୍ଥାନନ୍ତର କରାଯାଇଥିଲା। 

‘ପ୍ଲାଷ୍ଟିକମୁକ୍ତ ପରିବେଶ ବାର୍ତ୍ତା ଦେଲେ ଛାତ୍ରୀଛାତ୍ର’

‘ପ୍ଲାଷ୍ଟିକମୁକ୍ତ ପରିବେଶ ବାର୍ତ୍ତା ଦେଲେ ଛାତ୍ରୀଛାତ୍ର’

ଧାମନଗର,୧୬।୯(ଡି.ଏନ.ଏ.)-ଆଜିର ଛାତ୍ର କାଲିର ଭବିଷ୍ୟତ। ସେମାନେ ସଚେତନ ହେଲେ ଅନ୍ୟକୁ ସଚେତନ କରାଇ ସମାଜରେ ଆଣିପାରିବେ ପରିବର୍ତ୍ତନ।

ନକଲି ଜର୍ଦ୍ଦା କାରଖାନା ଠାବ: ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ସାମଗ୍ରୀ ଜବତ

ନକଲି ଜର୍ଦ୍ଦା କାରଖାନା ଠାବ: ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ସାମଗ୍ରୀ ଜବତ

ଭଦ୍ରକ ଅଫିସ,୧୬।୯-ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ପୋଲିସ ଶନିବାର ସନ୍ଧ୍ୟାରେ ପୁଣି ଏକ ନକଲି ଜର୍ଦ୍ଦା ପ୍ରସ୍ତୁତକାରୀ କାରଖାନା ଠାବ କରିଛି। ଭଦ୍ରକ ସହର ଶେଷ ଅଞ୍ଚଳ କୁହାଯାଉଥିବା ପ୍ରାଚୀନଗର ଶେଷ ମୁଣ୍ଡରେ ଥିବା ଏକ ଭଡ଼ା ଘରୁ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରସ୍ତୁତକାରୀ ସାମଗ୍ରୀ ଜବତ ହୋଇଛି। 

‘ସାଂସ୍କୃତିକ ଶୋଭାଯାତ୍ରାକୁ ଅନୁମତି ଦିଅ’

‘ସାଂସ୍କୃତିକ ଶୋଭାଯାତ୍ରାକୁ ଅନୁମତି ଦିଅ’

ଭଦ୍ରକ ଅଫିସ,୧୬।୯-ଭଦ୍ରକ ଜିଲା ପ୍ରଶାସନ ମୁସଲମାନ ସମ୍ପ୍ରଦାୟର ପବିତ୍ର ମହରମ ପର୍ବ ସମୟରେ କାଫଲା ଓ ତାଜିଆ ଶୋଭାଯାତ୍ରା, ହିନ୍ଦୁଙ୍କ ଶହ ଶହ ବର୍ଷ ଧରି ହୋଇଆସୁଥିବା ବୁଢା, ଟୋକା, ପିଲା ଓ ଛୁଆ ଗଣେଶ ଶୋଭାଯାତ୍ରାରେ ଲଗାଇଥିବା କଟକଣାକୁ ଉଠାଯାଉ। 

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର: ଅଭିଯୁକ୍ତ ଗିରଫ

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର: ଅଭିଯୁକ୍ତ ଗିରଫ

ଭଦ୍ରକ ଅଫିସ,୧୬ା୯-ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ଯୁବକ ଗତ ଏପ୍ରିଲ ମାସରେ ଅପହରଣ କରି ନେଇଯାଇଥିଲେ। ପୋଲିସ ଧାମନଗରରୁ ଅପହରଣକାରୀ ଯୁବକ ଶେଖ୍‌ ମଫୁଜିଲ ହୁସେନଙ୍କୁ ଗିରଫ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରିଛି। 

କୋଇଲା ଚୋରି: ଫେରାର ୬ ଅଭିଯୁକ୍ତ ଗିରଫ

କୋଇଲା ଚୋରି: ଫେରାର ୬ ଅଭିଯୁକ୍ତ ଗିରଫ

ଭଦ୍ରକ ଅଫିସ,୧୫।୯: ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଧାମରା ରେଳପଥରୁ କୋଇଲା ଚୋରି ଓ ବିକ୍ରି ଅଭିଯୋଗରେ ଫେରାର ଥିବା ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। 

ପୋଲ ତଳକୁ ଖସିଲା ଡମ୍ପର: ଡ୍ରାଇଭର ମୃତ, ହେଲପର ଆହତ

ପୋଲ ତଳକୁ ଖସିଲା ଡମ୍ପର: ଡ୍ରାଇଭର ମୃତ, ହେଲପର ଆହତ

ରୂପ୍‌ସା, ୧୫।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ୬୦ନଂ. ଜାତୀୟ ରାଜପଥର ସଦର ବ୍ଲକ ରୂପ୍‌ସା ଥାନା ଚୂଡ଼ାଖିଆ ପୋଲଠାରେ ଶନିବାର ଏକ ଡମ୍ପର ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ତଳକୁ ଖସିପଡ଼ିଛି। 

ସୁଧୁରୁନି ସହରର ସମସ୍ୟା, ଭିଜିଲାନ୍ସ ତଦନ୍ତ ଦାବି କଲା ‘ବାପା’ ସଙ୍ଗଠନ

ସୁଧୁରୁନି ସହରର ସମସ୍ୟା, ଭିଜିଲାନ୍ସ ତଦନ୍ତ ଦାବି କଲା ‘ବାପା’ ସଙ୍ଗଠନ

ବାଲେଶ୍ୱର ଅଫିସ, ୧୫।୯-ବାଲେଶ୍ୱର ସହରର ବିଭିନ୍ନ ସମସ୍ୟା ନେଇ ‘ବାପା’ ସଙ୍ଗଠନ ପକ୍ଷରୁ ଶନିବାର ଏକ ହୋଟେଲ ସମ୍ମିଳନୀ କକ୍ଷରେ ଖବରଦାତା ସମ୍ମିଳନୀ କରାଯାଇ ଆଲୋଚନା କରାଯାଇଥିଲା। ଏଥିରେ ସଙ୍ଗଠନ ସଭାପତି ବିଜୟ ପାଣିଗ୍ରାହୀ  ଅଧ୍ୟକ୍ଷତା କରିଥିଲେ। ଆଲୋଚନା ମଧ୍ୟରେ ସହରର ରାସ୍ତା, ଡ୍ରେନ, ସିଟିବସ୍‌ ସେବା, ସଫେଇ, ଟ୍ରାଫିକ୍‌, ଆଲୋକ, ପରିମଳ ବ୍ୟବସ୍ଥା ସ୍ଥାନ ପାଇଥିଲା।

ବିଶ୍ୱକର୍ମା ପୂଜା ଲାଗି ପ୍ରସ୍ତୁତି

ବିଶ୍ୱକର୍ମା ପୂଜା ଲାଗି ପ୍ରସ୍ତୁତି

କୋଳିମାଟି,୧୫ା୯-ଆନନ୍ଦପୁର ବ୍ଲକ କୋଳିମାଟି ଗ୍ରାମରେ ବିଶ୍ୱକର୍ମା ପୂଜା ଲାଗି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପୂଜାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ କମିଟି ପକ୍ଷରୁ ଆଲୋଚନା କରାଯାଇଥିଲା। 

ପାଲା ବାୟକ ସମ୍ମାନିତ

ପାଲା ବାୟକ ସମ୍ମାନିତ

କେନ୍ଦୁଝର, ୧୫ା୯(ସ୍ବ.ପ୍ର.)-କେନ୍ଦୁଝର ଜିଲାର ପାଲା ଗାୟକ ପ୍ରସନ୍ନ କୁମାର ଦାସଙ୍କୁ ପାଲାରେ ତାଙ୍କର ନିଷ୍ଠାପର କଳା ସାଧନା ପାଇଁ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଂଗଠନ, ପଳାଶପଙ୍ଗା ପକ୍ଷରୁ ‘ଆମ ଗୁରୁକୁଳ ସମ୍ମାନ ୨୦୧୮’ରେ ସମ୍ମାନିତ କରାଯାଇଛିା

ସ୍ବଚ୍ଛତା ପାଇଁ ଆଗେଇ ଆସିଲେ ଛାତ୍ରୀ

ସ୍ବଚ୍ଛତା ପାଇଁ ଆଗେଇ ଆସିଲେ ଛାତ୍ରୀ

ପଦ୍ମପୁର,୧୫।୯(ଡି.ଏନ.ଏ.)-ସ୍ବଚ୍ଛତା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଚାଲିଛି ଅଭିଯାନ। ଏହି ପରିପ୍ରେକ୍ଷୀରେ ଭଦ୍ରକ ବ୍ଲକ ଅଧୀନ ସାବରଙ୍ଗ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଓ ଶିକ୍ଷୟିତ୍ରୀ ଶିକ୍ଷକ ସ୍ବଚ୍ଛତା ପାଇଁ ଆଗେଇ ଆସିଛନ୍ତି।

ଜାମା ମସ୍‌ଜିଦରେ ହାଜୀଙ୍କୁ ସମ୍ବର୍ଦ୍ଧନା

ଜାମା ମସ୍‌ଜିଦରେ ହାଜୀଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ ଅଫିସ,୧୫।୯: ପୁରୁଣାବଜାର ସୁନ୍ନି ତନଜିମୁଲ ଓଲମା କମିଟି ଆନୁକୂଲ୍ୟରେ ଭଦ୍ରକ ଜାମା ମସ୍‌ଜିଦଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚଳିତବର୍ଷ ଭଦ୍ରକରୁ ଯାଇଥିବା ସମସ୍ତ ହାଜୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। 

ଭାଲୁ ଆକ୍ରମଣରେ ବୃଦ୍ଧ ମୃତ

ଭାଲୁ ଆକ୍ରମଣରେ ବୃଦ୍ଧ ମୃତ

କେନ୍ଦୁଝର, ୧୫।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା କୁଆଝରଣ ଜଙ୍ଗଲରେ ଭାଲୁ ଆକ୍ରମଣରେ ରାଜନ ଜୁଆଙ୍ଗ ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ତାଙ୍କ ଘର ଘଟଗାଁ ବ୍ଲକ ପୁରୁମୁଣ୍ଡା ପଞ୍ଚାୟତର ଗୟଳମୁଣ୍ଡା ଗ୍ରାମରେ। ପ୍ରକାଶ ଯେ, ଘଟଗାଁ ରେଞ୍ଜ ଅଧୀନ ଦେଓବନ୍ଧ ସେକ୍ସନ କୁଆଝରଣ ଜଙ୍ଗଲରୁ ବନ ବିଭାଗ କର୍ମଚାରୀ ଶନିବାର ସକାଳେ ଏକ ମୃତ ଦେହ ଉଦ୍ଧାର କରି ଜିଲା ମୁଖ୍ୟଡାକ୍ତରଖାନାକୁ ବ୍ୟବଛେଦ ପାଇଁ ପଠାଇଛି। 

ଆଇନଜୀବୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

ଆଇନଜୀବୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

ଆନନ୍ଦପୁର,୧୫। ୯(ସ୍ବ.ପ୍ର.)- ଘସିପୁରା ବ୍ଲକ ତରୀମୂଳ ଠାରେ ଆଇନଜୀବୀ ଜୟ ପ୍ରକାଶ ରାଉତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ଆଇନଜୀବୀ ଜୟ ପ୍ରକାଶ ମାତ୍ର ୪୭ ବର୍ଷ ବୟସରେ ୨୦୧୭ ମସିହା ଗଣେଶ ଚତୁର୍ଥୀ ଦିନ ଇହଧାମ ତ୍ୟାଗ କରିଥିଲେ। ତାଙ୍କର ମୃତ୍ୟୁ ସମଗ୍ର ତରୀମୂଳ ଓ ଆଇନଜୀବୀ ମହଲରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା। ଏହି ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ଏକ ସଭାର ଆୟୋଜନ କରାଯିବା ସହିତ ଜୟପ୍ରକାଶ ମେମୋରିଆଲ୍‌ ନାମରେ ଏକ ଟ୍ରଷ୍ଟ ଗଠନ କରାଯାଇଥିଲା।