ବାଲେଶ୍ୱର

 ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ଉତ୍ସବ: ‘ଅନୁଭବ ଓ ଅଭିଜ୍ଞତା ବଡ ପୁଞ୍ଜି’

ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ଉତ୍ସବ: ‘ଅନୁଭବ ଓ ଅଭିଜ୍ଞତା ବଡ ପୁଞ୍ଜି’

ଖଇରା, ୫।୧୦(ଡି.ଏନ.ଏ.)-ବରିଷ୍ଠ ନାଗରିକଙ୍କର ଅନୁଭବ ଓ ଅଭିଜ୍ଞତା ବଡ ପୁଞ୍ଜି। ଏହାକୁ  ସମାଜ କଲ୍ୟାଣରେ ଲଗାଗଲେ ସମନ୍ବିତ ବିକାଶ ସମ୍ଭବ ହେବ  ବୋଲି  ବାଲେଶ୍ୱର ଜିଲା ଖଇରା ବ୍ଲକ କୁପାରୀ ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଂଘର ୧୧ତମ ବାର୍ଷିକ ଉତ୍ସବରେ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। କୁପାରୀ ଅମ୍ବିକା ମନ୍ଦିର ପରିସରରେ  ଶୁକ୍ରବାର ଅନୁଷ୍ଠିତ ଉତ୍ସବକୁ  ଆଶ୍ରମର ସଞ୍ଚାଳକ ଶୁଭେନ୍ଦ୍ର ମୁନୀ ଉଦ୍‌ଘାଟନ କରିଥିଲେ । ସ୍ଥାୟୀ ସଭାପତି ରତିକାନ୍ତ ନାୟକ ଅଧ୍ୟକ୍ଷତା କରିଥିଲେ । ରାଜ୍ୟ  ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଯୁଗଳ କିଶୋର ସ  ମୁଖ୍ୟଅତିଥ ଏବଂ  ଭଦ୍ରକ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧ୍ୟାପକ ଡ ବ୍ରଜମୋହନ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବରିଷ୍ଠ ନାଗରିକଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।  ଜିଲା ସମ୍ପାଦକ ବନମାଳୀ ନାୟକ, ଜିଲା ସଭାପତି ଧିରେନ୍ଦ୍ର ନାରାୟଣ ଦାସ, ଖଇରା ତହସିଲଦାର ପ୍ରଦୀପ କୁମାର ସାହୁ, କୁପାରୀଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ସଞ୍ଜୟ କୁମାର ନାୟକ, ଜିଲା ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଲକ୍ଷ୍ମୀଧର ବେହେରା, ହେଲ୍‌ଥ ଇଣ୍ଡିଆର ଅଧିକାରୀ ରଞ୍ଜନ କୁମାର ଦାସ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ବରିଷ୍ଠଙ୍କୁ ଉଚିତ ଗୁରୁତ୍ୱ ଦିଆଯିବା ଉଚିତ ବୋଲି କହିଥିଲେ।

ଏନ୍‌ଏସ୍‌ଏସ୍‌ ପ୍ରୋଗ୍ରାମ ଅଫିସର ସଙ୍ଗଠନର ବାର୍ଷିକ ସମ୍ମିଳନୀ

ଏନ୍‌ଏସ୍‌ଏସ୍‌ ପ୍ରୋଗ୍ରାମ ଅଫିସର ସଙ୍ଗଠନର ବାର୍ଷିକ ସମ୍ମିଳନୀ

ବାଲେଶ୍ୱର ଅଫିସ, ୫।୧୦-ଓଡ଼ିଶା ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ସଙ୍ଗଠନର ପ୍ରତିଷ୍ଠା ଦିବସ ଓ ବାର୍ଷିକ ସମ୍ମିଳନୀ ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଗୋପାଳଗାଁସ୍ଥିତ ପୂର୍ଣ୍ଣଚନ୍ଦ୍ର ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରିସରରେ ପାଳିତ ହୋଇଯାଇଛି। ପ୍ରାଧ୍ୟାପକ ରଜନୀକାନ୍ତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ସମ୍ମିଳନୀକୁ ମୁଖ୍ୟଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ସଂଯୋଜକ ଡ. ପବିତ୍ର ମୋହନ ନାୟକ ଉଦ୍‌ଘାଟନ କରିବା ସହ ସଙ୍ଗଠନର କାର୍ଯ୍ୟଧାରାକୁ ସମଗ୍ର ଓଡ଼ିଶାରେ ପ୍ରସାର କରିବା ପାଇଁ ଏନ୍‌ଏସ୍‌ଏସ୍‌ ପ୍ରୋଗ୍ରାମ ଅଫିସରମାନଙ୍କୁ ଆହ୍ବାନ ଦେଇଥିଲେ। 

କ୍ଲଷ୍ଟରସ୍ତରୀୟ ସୁରଭିରେ ୪ହଜାର ଛାତ୍ରୀଛାତ୍ର

କ୍ଲଷ୍ଟରସ୍ତରୀୟ ସୁରଭିରେ ୪ହଜାର ଛାତ୍ରୀଛାତ୍ର

ଭୋଗରାଇ, ୫।୧୦(ଡି.ଏନ.ଏ.)-ଭୋଗରାଇ ବ୍ଲକରେ ଗୁରୁବାର କ୍ଲଷ୍ଟରସ୍ତରୀୟ ‘ସୁରଭି’ ଅନୁଷ୍ଠିତ ହୋଇଯାଇଛି। ବ୍ଲକର ୪୨୩ଟି ସ୍କୁଲର ୪ହଜାର ଛାତ୍ରୀଛାତ୍ର ୨୫ଟି କ୍ଲଷ୍ଟର ସୁରଭିରେ ଅଂଶଗ୍ରହଣ କରିଛନ୍ତି। ପ୍ରାଥମିକସ୍ତରରୁ ହାଇସ୍କୁଲ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ମାନସିକ, ବୌଦ୍ଧିକ ଓ ମେଧା ଅନ୍ବେଷଣ ଉଦ୍ଦେଶ୍ୟରେ ଶିକ୍ଷା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି। ଝକଝକି ଆଞ୍ଚଳିକ ସାଧନକେନ୍ଦ୍ର ପକ୍ଷରୁ ଚୌକି ପ୍ରାଥମିକ ବିଦ୍ୟାଳୟ ପରିସରରେ ଦିବସବ୍ୟାପୀ ‘ସୁରଭି’ କାର୍ଯ୍ୟକ୍ରମ କରାଯାଉଛି। ମୁଖ୍ୟଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁରାଣୀ ବେହେରା ଯୋଗଦେଇ ସୁରଭିକୁ ଉଦ୍‌ଘାଟନ କରି ମଞ୍ଚରେ ପୌରୋହିତ୍ୟ କରିଥିଲେ। ପ୍ରାକ୍ତନ ଶିକ୍ଷକ କୁଞ୍ଜବିହାରୀ ଆଧେକ, ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦୀପକ କୁମାର ଦାସ, ସିଆରସିସି ଗୌତମ କୁମାର ଦତ୍ତ, ବିଆରସିସି ମିହିର କୁମାର ପ୍ରଧାନ, ସାମାଜିକ କର୍ମୀ ଅଶୋକ କୁମାର ପଣ୍ଡା, ସରପଞ୍ଚ ଅଞ୍ଜଳି ସେଠୀ, ସମିତିସଦସ୍ୟ କାଞ୍ଚନ ଘଡ଼ାଇ ପ୍ରମୁଖ ବକ୍ତବ୍ୟ ରଖିଥିଲେ। 

ସୋରରେ କଂଗ୍ରେସର ଜାଗରଣ ଯାତ୍ରାକୁ ସମ୍ବର୍ଦ୍ଧନା

ସୋରରେ କଂଗ୍ରେସର ଜାଗରଣ ଯାତ୍ରାକୁ ସମ୍ବର୍ଦ୍ଧନା

ସୋର, ୫।୧୦(ଡି.ଏନ.ଏ.)-କଂଗ୍ରେସ ତରଫରୁ ବାହାରିଥିବା ଜାଗରଣ ଯାତ୍ରାକୁ ସୋରରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓଡିଶା  ଜାଗରଣ ଯାତ୍ରା  ପାଇଁ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ତଳନଗରଠାରେ ସୋର କଂଗ୍ରେସ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ କଂଗ୍ରେସ କର୍ମୀମାନେ ତଳନଗରଠାରୁ ବାଇକ ଶୋଭାଯାତ୍ରାରେ ବାହାରି ବାହାନଗାଠାରେ ପହଞ୍ଚତ୍ଥିଲେ।

ଆକ୍ରମଣକାରୀଙ୍କ ଗିରଫ ଦାବି କଲା ବାର୍‌ ଆସୋସିଏଶନ୍‌

ଆକ୍ରମଣକାରୀଙ୍କ ଗିରଫ ଦାବି କଲା ବାର୍‌ ଆସୋସିଏଶନ୍‌

ବାଲେଶ୍ୱର ଅଫିସ, ୫।୧୦-ଆଇନଜୀବୀମାନଙ୍କୁ ପୋଲିସର ଆକ୍ରମଣକୁ ବାଲେଶ୍ୱର ବାର୍‌ ଆସୋସିଏସନ୍‌ ପକ୍ଷରୁ ନିନ୍ଦା କରାଯାଇଛି। ଏହି ପରିପ୍ରେକ୍ଷୀରେ କଚେରୀ ପରିସର ୨ନଂ ହଲ୍‌ ସମ୍ମିଳନୀ କକ୍ଷରେ ଏକ ଖବରଦାତା ସମ୍ମିଳନୀ କରାଯାଇ ଆଲୋଚନା କରାଯାଇଥିଲା।  ଆକ୍ରମଣର ୧ ମାସ ୬ଦିନ ବିତିଯାଇଥିଲେ ମଧ୍ୟ ସରକାର କୌଣସି ସମାଧାନର ସୂତ୍ର ବାହାର ନ କରିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହାର ତ୍ରିପାକ୍ଷିକ ଆଲୋଚନା ଆବଶ୍ୟକତା ରହିଛି ବୋଲି ଆଇନଜୀବୀମାନେ ଦାବି କରିଥିଲେ। ଆଇନଜୀବୀମାନେ ଦୀର୍ଘ ୩୫ଦିନ ହେଲା ପ୍ରତିବାଦ କରି ନିଜ କାର୍ଯ୍ୟରେ ଯୋଗ ଦେଉ ନ ଥିବାରୁ ରାଜ୍ୟର ବିଚାର ବିଭାଗ କାର୍ଯ୍ୟ ଏକପ୍ରକାର ଠପ୍‌ ହୋଇଯାଇଛି।

ରାଶନ କାର୍ଡ଼ ବଣ୍ଟନ ଶୁଭାରମ୍ଭ

ରାଶନ କାର୍ଡ଼ ବଣ୍ଟନ ଶୁଭାରମ୍ଭ

ବାଲେଶ୍ୱର ଅଫିସ, ୫।୧୦-ବାଲେଶ୍ୱର ସଦର ବ୍ଲକ ଓ ପରପାଳିକାର ହିତାଧିକାରୀମାନଙ୍କୁ ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ଗୁରୁବାର ରାଶନ କାର୍ଡ ବଣ୍ଟନ ସଦର ବିଧାୟକ ଜୀବନ ପ୍ରଦୀପ ଦାଶଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି। ରାଜ୍ୟ ସରକାର କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରୁ ବଞ୍ଚତ୍ତ କରିବେ ନାହିଁ ବୋଲି ବିଧାୟକ କହିଛନ୍ତି। ବାଲେଶ୍ୱର ସଦର ବ୍ଲକରେ ୧୫,୪୭୭ ଜଣଙ୍କ ପାଇଁ ଯୋଜନା ହୋଇଥିବା ୮,୬୫୪ ଜଣ ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରାଯାଉଛି। 

ବାହାନଗାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ବାହାନଗାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ବାହାନଗା,୫।୧୦(ଡି.ଏନ.ଏ.): ବାଲେଶ୍ବର ଜିଲା ବାହାନଗା ବ୍ଲକର ବରିପଦା, କଲ୍ୟାଣି, ନୂଆପୁର  ଆଦି ୩ ଟି ପଞ୍ଚାୟତରେ ଶୁକ୍ରବାରଠାରୁ ବିଜେଡିର ଜନ ସମ୍ପର୍କ  ପଦଯାତ୍ରା ଅନୁଷ୍ଠିତ ହୋଇଛି ।

ଉପଜିଲାପାଳଙ୍କ ବାସଭବନ ଛାତ ଭୁଶୁଡ଼ିଲା

ଉପଜିଲାପାଳଙ୍କ ବାସଭବନ ଛାତ ଭୁଶୁଡ଼ିଲା

ଉଦଳା,୫।୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଉପଖଣ୍ଡ  ଉପଜିଲାପାଳଙ୍କ ବାସଭବନ ଛାତ ଗୁରୁବାର ଭୁଶୁଡି ପଡିଛି।

ବରପଦିରେ ଡାଇରିଆ ଆତଙ୍କ: ୩ଦିନରେ ୧୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ବରପଦିରେ ଡାଇରିଆ ଆତଙ୍କ: ୩ଦିନରେ ୧୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ବନ୍ତ,୫।୧୦(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ବରପଦି ଗ୍ରାମରେ ଡାଇରିଆ ଆତଙ୍କ ଦେଖାଦେଇଛି। ଗତ ୩ ଦିନ ମଧ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆଗରପଡ଼ା ଓ ବନ୍ତ ମେଡିକାଲରେ  ଭର୍ତ୍ତି କରାଯାଉଛି।

ବନ୍ୟପ୍ରାଣୀ ସୁରକ୍ଷା ଅଭିଯାନ

ବନ୍ୟପ୍ରାଣୀ ସୁରକ୍ଷା ଅଭିଯାନ

କେନ୍ଦୁଝର,୫।୧୦(ସ୍ବ.ପ୍ର.): ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କ ପକ୍ଷରୁ ବନ୍ୟପ୍ରାଣୀ ଓ ଜଙ୍ଗଲ ସୁରକ୍ଷା ଅଭିଯାନକୁ ଶୁକ୍ରବାର ଡିଏଫ୍‌ଓ ସନ୍ତୋଷ ଯୋଶୀ ଶୁଭାରମ୍ଭ କରିଛନ୍ତି। 

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ହାଟଡ଼ିହୀ ବ୍ଲକକୁ ୭ କୋଟି ୨୮ ଲକ୍ଷ ଟଙ୍କା ମଞ୍ଜୁର

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ହାଟଡ଼ିହୀ ବ୍ଲକକୁ ୭ କୋଟି ୨୮ ଲକ୍ଷ ଟଙ୍କା ମଞ୍ଜୁର

ହାଟଡ଼ିହୀ,୫।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ସଢ଼ାଠାରେ ଶୁକ୍ରବାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଜିଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୭ କୋଟି ୨୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। 

ଛାତ୍ର ସଂସଦ ନିର୍ବାଚନ: କଲେଜ କ୍ୟାମ୍ପସ୍‌ ସରଗରମ

ଛାତ୍ର ସଂସଦ ନିର୍ବାଚନ: କଲେଜ କ୍ୟାମ୍ପସ୍‌ ସରଗରମ

କେନ୍ଦୁଝର, ୫ା୧୦(ସ୍ବ.ପ୍ର.): ଛାତ୍ର ସଂସଦ ନିର୍ବାଚନ ଲାଗି କଲେଜ ପରିସର ସରଗରମ ହୋଇପଡ଼ିଛି। ସ୍ଥାନୀୟ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଗୁରୁବାର କେହି ପ୍ରାର୍ଥୀପତ୍ର ପ୍ରତ୍ୟାହାର  କରିନାହାନ୍ତି। ନାମାଙ୍କନ ଦାଖଲ କରିଥିବା ସମସ୍ତ ପ୍ରାର୍ଥୀ ନିର୍ବାଚନରେ ଜିତିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି। ସମସ୍ତ ପଦବୀ ଦ୍ୱିମୁଖୀ ପ୍ରତିଯୋଗିତା ହେବାକୁ ଯାଉଛି। ପ୍ରାର୍ଥୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ନିର୍ବାଚନ ଜିତିବା ପାଇଁ ଆରମ୍ଭ ହୋଇଛି ବିଭିନ୍ନ ପ୍ରକାରର ରଣକୌଶଳ। କିଏ ଗିଫ୍ଟ ଦେଉଛନ୍ତି। ଆଉ କିଏ ଗୁପଚୁପ, ଚାର୍ଟ ଦେଇ ଛାତ୍ରୀଛାତ୍ରଙ୍କୁ ମନୋଉଛନ୍ତି। ବ୍ୟାନର, ପୋଷ୍ଟର ମାରିବା ସହ  ପୁସିଂ କାର୍ଡ ବଣ୍ଟନ ଆରମ୍ଭ ହେଲାଣି। ହଷ୍ଟେଲ, ମେସ ଓ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଭୋଟ ନିଜ ସପକ୍ଷରେ ଦେବାକୁ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ଉଦ୍ୟମ ଚଳାଇଛନ୍ତି।

‘ସୁରଭି’ରେ ୧୨୦ ଛାତ୍ରୀଛାତ୍ର

‘ସୁରଭି’ରେ ୧୨୦ ଛାତ୍ରୀଛାତ୍ର

ଆନନ୍ଦପୁର, ୫।୧୦(ସ୍ବ.ପ୍ର.):ଘସିପୁରା ବ୍ଲକ ବୀରଗୋବିନ୍ଦପୁର ସିଆରସିସିରେ ସାଧନ କେନ୍ଦ୍ରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସରୋଜ ରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଏବିଇଓ ଅମୂଲ୍ୟ କୁମାର ମିଶ୍ର, ମୁଖ୍ୟବକ୍ତା ଶିକ୍ଷାବିତ୍‌ କବି ପ୍ରଫୁଲ୍ଲ କୁମାର ଚକ୍ର, ସମ୍ମାନିତ ଅତିଥି ପ୍ରଧାନ ଶିକ୍ଷକ ଉଧବ ଚରଣ ସାହୁ, ସାମାଜିକକର୍ମୀ ବିପିନ ବିହାରୀ ମିଶ୍ର, ସ୍କୁଲ କମିଟି ସଭାପତି ନିରଞ୍ଜନ ନାଇକ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀଛାତ୍ରଙ୍କ ଲୁକ୍କାୟିତ ପ୍ରତିଭା ଏହି କାର୍ଯ୍ୟକ୍ରମ ଜରିଆରେ ପରିପ୍ରକାଶ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ସିଆରସିସି ସୁରେଶ ଚନ୍ଦ୍ର ମହାନ୍ତି ଅତିଥି ପରିଚୟ ଦେଇଥିଲେ। ଶିକ୍ଷକ ନରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

‘ଦଳୀୟ ସଙ୍ଗଠନକୁ ସୁଦୃଢ କର’

‘ଦଳୀୟ ସଙ୍ଗଠନକୁ ସୁଦୃଢ କର’

କେନ୍ଦୁଝର, ୫ା୧୦(ସ୍ବ.ପ୍ର) : କେନ୍ଦୁଝର ସଦର ବ୍ଲକ ସିଲିସୁଆଁଠାରେ ରାଇସୁଆଁ ଓ ଗୋପିନାଥପୁର ପଞ୍ଚାୟତ ଅଞ୍ଚଳର କଂଗ୍ରେସ କର୍ମୀ ସମ୍ମିଳନୀ ଓ ‘ମୋ ବୁଥ୍‌ ମୋ ଗୌରବ’ କାଯର୍‌ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏକ ବିଶାଳ ବାଇକ୍‌ ରାଲି ବାଲିଆଗୋଡା ଛକଠାରୁ ବାହାରି ଜନାର୍ଦ୍ଦନପୁର, ରାଜବନ୍ଧ, ରାଇସୁଆଁ, ରାଉତସାହି, ସାହୁସାହି, ଟାଙ୍ଗରତଳି, ହର୍ଷପୁର, ସିଲିସୁଆଁ, ମୁସଲମାନ ସାହି, ସାହୁସାହି, ପାତ୍ରସାହି, ଗୋପୀନାଥପୁର ଶାସନ ଦେଇ ସିଲିସୁଆଁ ପାଲା ମଣ୍ଡପରେ ଆୟୋଜିତ ସଭାସ୍ଥଳରେ ପହଞ୍ଚିଥିଲା। ଶିବଶଙ୍କର ମାର୍ଡିଙ୍କ ପରିଚାଳନାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପିସିସି ରାଜ୍ୟ ସାଧାରଣ ସମ୍ପାଦକ ତଥା ଆଦିବାସୀ କଂଗ୍ରେସର ଉପାଧ୍ୟକ୍ଷ ବିଦ୍ୟାଧର ଦେହୁରି, ସମ୍ମାନିତ ଅତିଥି ଭାବେ ଜିଲା କଂଗ୍ରେସ କମିଟିର ସଭାପତି ମୋହନ ଚରଣ ପରିଡା, ସମାଜସେବୀ ଗୀତାରାଣୀ ଦାସ, ଦଳିତ ସେଲର ମୁଖ୍ୟ ରମାକାନ୍ତ ପାତ୍ର, ବରିଷ୍ଠ କଂଗ୍ରେସ ନେତା ଆର୍ତ୍ତତ୍ରାଣ ଦାସ, ସମରା ଟୁଡୁ, ୧୭ନଂ ଜୋନର ସାଧାରଣ ସମ୍ପାଦକ ରମେଶ ପ୍ରଧାନ, ୫ନଂ ଜୋନର ସଭାପତି ଉତ୍ତମ ସାହୁ, ଗୋପୀନାଥପୁର ପଞ୍ଚାୟତ କମିଟିର ସଭାପତି ପ୍ରଶନ୍ନ ମହାପାତ୍ର, ରାଇସୁଆଁର ଏମ୍‌ଡି ୟାସିନ, ବାଉରୀପଦାର ଲମ୍ବୋଦର ବେହେରା ପ୍ରମୁଖ ଯୋଗ ଦେଇଥିଲେ। 

ପଖାଳ ଖାଉଛନ୍ତି ଛାତ୍ରୀଛାତ୍ର

ପଖାଳ ଖାଉଛନ୍ତି ଛାତ୍ରୀଛାତ୍ର

ତେଲକୋଇ, ୫।୧୦(ଡି.ଏନ.ଏ.):ଆଦିବାସୀ ଇଲାକାରେ ଛାତ୍ରୀଛାତ୍ରଙ୍କ ପାଇଁ ସରକାର ବ୍ୟାପକ ଯୋଜନା କରିଛନ୍ତି। ଜିଲା ଆଦିବାସୀ ଉନ୍ନୟନ ସଂସ୍ଥା ଜରିଆରେ ବହି, ଖାତା, ପୋଷାକ, ଖାଦ୍ୟ, ସ୍ବାସ୍ଥ୍ୟସେବା, ଶିକ୍ଷୟିତ୍ରୀଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ବହୁ ଟଙ୍କା ବ୍ୟୟ ହେଉଛି। ବାସ୍ତବ କ୍ଷେତ୍ରରେ ତାହାର ଉପଯୋଗ ହୋଇ ପାରୁ ନ ଥିବାରୁ ତେଲକୋଇ ବ୍ଲକ ଖୁଣ୍ଟାପଡ଼ା ପଞ୍ଚାୟତ ଅଧୀନ ମଧୁସୂଦନପୁର ଆଦିବାସୀ ଆଶ୍ରମ ବିଦ୍ୟାଳୟରେ ସମସ୍ୟା ବୃଦ୍ଧି ପାଇଛି। ପ୍ରତି ସପ୍ତାହରେ ଖାଦ୍ୟପେୟ ଚାଟ୍‌ ଅନୁସାରେ ଛାତ୍ରୀଛାତ୍ରଙ୍କୁ ଖାଦ୍ୟ ଦିଆଯାଉ ନ ଥିବା ବେଳେ ପୋଷାକ, ମଶାରି, କମଳ ଦେବାରେ ଅବହେଳା କରାଯାଉଛି। ଛାତ୍ରୀଛାତ୍ରଙ୍କୁ ପଖାଳ ଭାତ ଖାଇବାକୁ ଦିଆଯାଉଥିବା ନେଇ କେତେକ ଅଭିଭାବକ ଜିଲାପାଳଙ୍କ ସହ ଜିଲା ଆଦିବାସୀ ଉନ୍ନୟନ ସଂସ୍ଥାଠାରେ ଅଭିଯୋଗ କରି ତଦନ୍ତ ଦାବି କରିଛନ୍ତି। 

ବିଦ୍ୟାଳୟ ମିଶ୍ରଣକୁ ବିରୋଧ

ବିଦ୍ୟାଳୟ ମିଶ୍ରଣକୁ ବିରୋଧ

କେନ୍ଦୁଝର, ୫ା୧୦(ସ୍ବ.ପ୍ର.): ସଦର ବ୍ଲକ ସତ୍ୟନାରାୟଣ ହାଇସ୍କୁଲ ମୁକୁନା ସହ ସ୍ଥାନୀୟ ବାଉରୀପଦା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟକୁ ମିଶ୍ରଣ କରି ନୋଡାଲ ହାଇସ୍କୁଲ ପାଇଁ ପ୍ରସ୍ତାବ ରହିଛି। ଏହି ପ୍ରସ୍ତାବକୁ ସ୍ଥାନୀୟ ଲୋକେ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି। ପୂର୍ବରୁ ଏ ନେଇ ଜିଲାପାଳ ତଥା ଜିଲା ଶିକ୍ଷା ଅଧିକାରୀ ଓ ଅନ୍ୟମାନଙ୍କୁ ଲିଖିତ ଭାବେ ଜଣାଇଥିଲେ ହେଁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଗୁରୁବାରଠାରୁ ବାଉରୀପଦା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଗ୍ରାମବାସୀ ଏବଂ ଛାତ୍ରୀଛାତ୍ର ଧାରଣାରେ ବସିଛନ୍ତି। ଫଳରେ ଛାତ୍ରୀଛାତ୍ରଙ୍କ ପାଠପଢାରେ ବ୍ୟାଘାତ ଘଟିଛି। 

ରାସ୍ତା ଦୁର୍ଗମ; ଯାତାୟାତରେ ଅସୁବିଧା

ରାସ୍ତା ଦୁର୍ଗମ; ଯାତାୟାତରେ ଅସୁବିଧା

ଝୁମ୍ପୁରା, ୫।୧୦(ଡି.ଏନ.ଏ.): ଝୁମ୍ପୁରା ବ୍ଲକ ମଲଦା ପଞ୍ଚାୟତ ଗୋଡୁଆଟୋପା ଗ୍ରାମକୁ ବର୍ଷା ଦିନେ ଲୋକେ କାଦୁଅ ରାସ୍ତାରେ ଯାତାୟାତ କରୁଛନ୍ତି। ଆଦିବାସୀ ଅଧ୍ୟୁଷିତ ଗ୍ରାମର ଅନତି ଦୂରରେ ନୟାଗଡ ସଂରକ୍ଷିତ ଜଙ୍ଗଲ ରହିଛି। ଗାଁର ଅନ୍ୟ ପାର୍ଶ୍ୱରେ ପ୍ରବାହିତ ହେଉଛି ଜଗଦଳା ନାଳ। ମଲଦା ଗ୍ରାମ ପଞ୍ଚାୟତର ୱାର୍ଡ ନଂ ୧୨ରେ ଗ୍ରାମଟି ରହିଛି। ୪୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ଜଙ୍ଗଲ ମୂଲକରେ ରହିଛି ଗୋଡୁଆଟୋପା ଗ୍ରାମ। ଜୀବନ ଜୀବିକା ଚାଷ ସହ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଲୋକେ ଚଳନ୍ତି। ଦୀର୍ଘବର୍ଷ ହେଲା ଗ୍ରାମ ବାସିନ୍ଦା ରାସ୍ତା ସମସ୍ୟାରେ ଯୁଝି ହେଉଛନ୍ତି। ଗାଁକୁ ଯିବାକୁ ମାଟି ରାସ୍ତା ରହିଛି। ରାସ୍ତାକୁ ମରାମତି କରାଯାଉ ନ ଥିବାରୁ ଲୋକେ ହଇରାଣ ହେଉଛନ୍ତି। ବର୍ଷା ଦିନେ ରାସ୍ତା ସାରା କାଦୁଆ ପଚପଚ ହେଉଛି। ଗ୍ରାମ ନିକଟରେ ଜଙ୍ଗଲ ରହିଥିବାରୁ ବର୍ଷର ଅଧିକାଂଶ ସମୟରେ ହାତୀ, ଭାଲୁ ଭୟ ରହୁଛି। 

ପ୍ରକାଶ ପାଇଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା: ସବୁଠି କଡ଼ା ଟକ୍କର ସମ୍ଭାବନା

ପ୍ରକାଶ ପାଇଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା: ସବୁଠି କଡ଼ା ଟକ୍କର ସମ୍ଭାବନା

ଭଦ୍ରକ ଅଫିସ, ୫।୧୦- ଭଦ୍ରକ ଜିଲାରେ ଧାମନଗର କଲେଜ ସାଇନ-ଏ-ଡାଏ ଘୋଷଣା ହୋଇଥିବା ବେଳେ ଅନ୍ୟ ୭ କଲେଜରେ ଛାତ୍ରସଂସଦ ନିର୍ବାଚନ ହେଉଛି। ବୁଧବାର ଦାଖଲ ହୋଇଥିବା ପ୍ରାର୍ଥିପତ୍ରକୁ ଲିଙ୍ଗ୍‌ଡୋ କମିଶନଙ୍କ ସୁପାରିଶ ଭିତ୍ତିରେ ଯାଞ୍ଚ କରାଯାଇ ଗୁରୁବାର ସନ୍ଧ୍ୟା ସୁଦ୍ଧା ଚୂଡାନ୍ତ ତାଲିକା ପ୍ରକାଶ ପାଇଛି। ଫଳରେ ସବୁଠି କଲେଜ କ୍ୟାମ୍ପସ୍‌ ଚଳଚଞ୍ଚଳ ହୋଇଉଠିଛି। ପ୍ରାର୍ଥତ୍ତାଲିକା ଯାଞ୍ଚ ଓ ଚୂଡ଼ାନ୍ତ ତାଲିକା ପ୍ରକାଶ ଲାଗି  ବିଭିନ୍ନ କଲେଜରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୪, ସମ୍ପାଦକ ପଦ ପାଇଁ ୪, ଚରମ୍ପା ମହାବିଦ୍ୟାଳୟରେ ସଭାପତି ଓ ସମ୍ପାଦକ ପଦ ପାଇଁ ୨ ଜଣ ଲେଖାଏ ପ୍ରାର୍ଥୀ ଥିବାବେଳେ ଭଦ୍ରକ ମହିଳା ମହାବିଦ୍ୟାଳୟରେ ଏହି ପଦ ପାଇଁ ଯଥାକ୍ରମେ ୩ ଜଣ ଲେଖାଏ ପ୍ରାର୍ଥୀ ଲଢ଼େଇ ମଇଦାନକୁ ଆସିଛନ୍ତି।

ସୋସିଆଲ ମିଡିଆରେ ପ୍ରାର୍ଥତ୍ତାଲିକା ମିଛ: ନିରଞ୍ଜନ

ସୋସିଆଲ ମିଡିଆରେ ପ୍ରାର୍ଥତ୍ତାଲିକା ମିଛ: ନିରଞ୍ଜନ

ଭଦ୍ରକ ଅଫିସ,୫।୧୦- ଓଡ଼ିଶା ଜନସମ୍ପର୍କ ଯାତ୍ରା ପରିପ୍ରେକ୍ଷୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗୁରୁବାର ଏକ ସ୍ବତନ୍ତ୍ର ବସ୍‌ ଯୋଗେ ବାଲେଶ୍ୱର ଜିଲା ଗସ୍ତ କରୁଥିବା ବେଳେ ଭଦ୍ରକରେ ପହଞ୍ଚିଥିଲେ। ତାଙ୍କୁ ଏଠାରେ ଦଳ ପକ୍ଷରୁ ସ୍ବାଗତ କରାଯାଇଥିଲା। ଭଦ୍ରକ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତିଙ୍କ ନେତୃତ୍ୱରେ ୧ ହଜାରରୁ ଊର୍ଦ୍ଧ୍ୱ ବାଇକ୍‌ରେ କର୍ମୀ ଆରଡ଼ି ଛକରୁ ତାଙ୍କୁ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ। ସହର ମଧ୍ୟଦେଇ ନିରଞ୍ଜନଙ୍କୁ ନିଆଯାଇ ଛପୁଲିଆ ନିକଟରେ ଛଡ଼ାଯାଇଥିଲା।  ଏହାପରେ ସେ ବାଲେଶ୍ୱର ଯାତ୍ରା କରିଥିଲେ। ଭଦ୍ରକରେ ପହଞ୍ଚିଥିବା ବେଳେ ବଙ୍କବାସୁଳୀ ମନ୍ଦିର ସମ୍ମୁଖରେ ସଭାପତି ପଟ୍ଟନାୟକ ଖବରଦାତାଙ୍କୁ ସମ୍ବୋଧନ କରି କହିଥିଲେ, ଉଭୟ ବିଜେଡି ଓ ଭାଜପାଠାରୁ ସମ ଦୂରତା ବଜାୟ ରଖି କଂଗ୍ରେସ ରାଜ୍ୟରେ ଆଗାମୀ ନିର୍ବାଚନ ଲଢିବ। ସୋସିଆଲ ମିଡିଆରେ ପ୍ରକାଶ ପାଇଥିବା କଂଗ୍ରେସର ୪୪ ଜଣିଆ ପ୍ରାର୍ଥୀ ତାଲିକା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ ସ୍ପଷ୍ଟ କରିଥିଲେ।

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ

ଭଦ୍ରକ ଅଫିସ,୫।୧୦-ଭଦ୍ରକ ଅବକାରୀ ବିଭାଗ ଦ୍ୱାରା ଜଣେ ଚରମ୍ପା ବିଦାଙ୍ଗ ଅଞ୍ଚଳର ବନଜା ଷଡ଼ଙ୍ଗୀ ନାମ୍ନୀ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ପ୍ରାୟ ୧୩ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି। ସେ ଟ୍ରେନରେ ଜଳେଶ୍ୱର ଅଞ୍ଚଳରୁ ବ୍ରାଉନସୁଗାର ଆଣି ଭଦ୍ରକରେ ବ୍ୟବସାୟ କରୁଥିବା ଅବକାରୀ ପୋଲିସ କହିଛି। 

ସାଳନ୍ଦୀରେ ଭାସିଗଲେ ୨ ଭଉଣୀ: ଜଣଙ୍କ ମୃତଦେହ ଉଦ୍ଧାର

ଭଦ୍ରକ ଅଫିସ,୫।୧୦-ଭଦ୍ରକ ପୌରାଞ୍ଚଳ ଅଧୀନ ନରିପୁର ଅଞ୍ଚଳରେ ରହୁଥିବା ଭବେଶ ମୁଣ୍ଡାଙ୍କ ଦୁଇଝିଅ ରାଧି ମୁଣ୍ଡା(୫) ଓ ଶୋଭା ମୁଣ୍ଡା(୭) ଗୁରୁବାର ଅପରାହ୍ନରେ ସାଳନ୍ଦୀ ନଦୀର ହନୁମାନ ଘାଟରେ ଭାସି ଯାଇଥିଲେ। ଖବର ପାଇ ଭଦ୍ରକ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି କରିବା ପରେ ସାନଭଉଣୀ ରାଧିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବଡ଼ଭଉଣୀ ଶୋଭା ନିଖୋଜ ଅଛନ୍ତି। ୨ ଭଉଣୀ ଅପରାହ୍ନରେ ମା’ଙ୍କ ସହ ଗାଧୋଇବାକୁ ସାଳନ୍ଦୀ ନଦୀକୁ ଯାଇ ବୁଡ଼ିଯାଇଥିଲେ। ରାଧିଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି।

ଅପହରଣ କରି ଲୁଟ ଓ ବଳାତ୍କାର

ଖୁଣ୍ଟା, ୫।୧୦(ଡି.ଏନ.ଏ.)-ଖୁଣ୍ଟା ଥାନା  ଅଞ୍ଚଳର ଜନୈକ  ମହିଳାଙ୍କୁ ଫେସବୁକ ବନ୍ଧୁତା ମହଙ୍ଗା ପଡିଛି।   ଫେସ୍‌ବୁକରେ ଜଣେ ଯୁବକଙ୍କ ସହ ତାଙ୍କ ଘନିଷ୍ଠତା ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କ ଦ୍ୱାରା ସେ ଲୁଟ୍‌ ଓ ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି। ଯୁବକଜଣକ ତାଙ୍କୁ ମାସେରୁ ଊର୍ଦ୍ଧ୍ୱ ସମୟ ଧରି ବିଭିନ୍ନ ସ୍ଥାନରେ ରଖି ବଳାତ୍କାର କରିବା ପରେ ସେ ଖସି ଆସି ଖୁଣ୍ଟା ଥାନାା ଦ୍ୱାରସ୍ଥ ହୋଇଛନ୍ତି। ଖୁଣ୍ଟା ପୋଲିସ  ଏକ ମାମଲା (ନଂ ୧୦୧/୧୮)  ରୁଜୁ କରି  ଜଳେଶ୍ୱର ଥାନା ଅଞ୍ଚଳର ବିଶଜିତ ନାଥଙ୍କୁ   ଗୁରୁବାର ଗିରଫ  କରି କୋର୍ଟଚାଲାଣ କରିଛି ।

କପ୍ତିପଦା କଲେଜ: ୪୦ ବର୍ଷ ହେବ ହୋଇନି ନିର୍ବାଚନ

କପ୍ତିପଦା କଲେଜ: ୪୦ ବର୍ଷ ହେବ ହୋଇନି ନିର୍ବାଚନ

କପ୍ତିପଦା,୫ା୧୦(ଡି଼.ଏନ୍‌.ଏ)-୧୯୭୮ ମସିହାରେ  ପ୍ରତିଷ୍ଠିତ କପ୍ତିପଦା ମହାବିଦ୍ୟାଳୟରେ ଅଦ୍ୟାବଧୀ ଛାତ୍ର ସଂସଦ ନିର୍ବାଚନ ହୋଇ ନାହିଁ। ପ୍ରତ୍ୟେକ ଡିଗ୍ରୀ ମହାବିଦ୍ୟାଳୟରେ  ନିର୍ବାଚନ  ନିମନ୍ତେ ବିଭାଗୀୟ ନିର୍ଦ୍ଦେଶକୁ କଲେଜ କର୍ତ୍ତୃପକ୍ଷ ଖାତିର କରୁ ନ ଥିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।    ଏନେଇ ଏକ ଛାତ୍ର ପ୍ରତିନିଧୀ ଦଳ ଭୁବନେଶ୍ୱର ଯାଇ ଉଚ୍ଚଶିକ୍ଷା ଉପନିର୍ଦ୍ଦେଶକ ପ୍ରବୀର କୁମାର ବେହେରାଙ୍କୁ ସାକ୍ଷାତ କରି ଦାବି ସମ୍ପର୍କରେ ଅବଗତ କରାଇଛନ୍ତି।  

ଟ୍ରକ ଓଲଟି ଛାତ୍ରୀ ଗୁରୁତର,  ଉତ୍ତେଜନା

ଟ୍ରକ ଓଲଟି ଛାତ୍ରୀ ଗୁରୁତର, ଉତ୍ତେଜନା

କପ୍ତିପଦା,୫ା୧୦(ଡି.ଏନ.ଏ)-  କପ୍ତିପଦା ମହାବିଦ୍ୟାଳୟ ସମ୍ମୁଖରେ ଗୁରୁବାର ଏକ ଇଟା ବୋଝେଇ ଟ୍ରକ୍‌ ଓଲଟି ପଡିବାରୁ ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି ା  ଗୁରୁତର ଛାତ୍ରୀ ଜଣକ ହେଲେ  ଯୁକ୍ତ ୩ ଶେଷ ବର୍ଷର ରଶ୍ମିତା ପାଣିଗ୍ରାହୀ ା  ଏଥିଯୋଗୁ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି ା ପ୍ରତିବାଦରେ ଶହଶହ ଛାତ୍ରୀଛାତ୍ର ୧୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ସହିତ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ା