ବାଲେଶ୍ୱର

ଧସିଲା କପାଳି ନଦୀ ବନ୍ଧ: ବାସଗୃହ ଲୀନ ହେବା ଆଶଙ୍କାରେ ୪ ପରିବାର

ଧସିଲା କପାଳି ନଦୀ ବନ୍ଧ: ବାସଗୃହ ଲୀନ ହେବା ଆଶଙ୍କାରେ ୪ ପରିବାର

ଧାମନଗର,୧୩।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ କାଶିମପୁର ଜେନାସାହି ନିକଟ କପାଳୀ ନଦୀ ବନ୍ଧ ୬୦ଫୁଟ ତଳକୁ ଧସି ଯାଇଛି। ନଦୀ ସଂସ୍କାର ଯୋଜନାରେ ବିଭାଗ ପଥର ପ୍ୟାକିଂ ନ କରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ବନ୍ଧ କଡ଼ରେ ଥିବା ବୁଦ୍ଧିରାମ ଜେନାଙ୍କ ସମେତ ଅନ୍ୟ ୩ ପରିବାରଙ୍କ ବାସଗୃହ ନଦୀରେ ଲୀନ ହେବା ଆଶଙ୍କା ଦେଖାଦେଇଛି।

ଲଛମନଖୁଣ୍ଟାରେ ୧୪୪ ଧାରା ଜାରି: ବେଆଇନ ମୋରମ ଖନନ ବନ୍ଦ

ଲଛମନଖୁଣ୍ଟାରେ ୧୪୪ ଧାରା ଜାରି: ବେଆଇନ ମୋରମ ଖନନ ବନ୍ଦ

ରୂପ୍‌ସା, ୧୩ା୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବସ୍ତା ତହସିଲ ରୂପ୍‌ସା ଥାନା ଅନ୍ତର୍ଗତ ଲଛମନଖୁଣ୍ଟା ମୌଜାରେ ଶୁକ୍ରବାର ପ୍ରଶାସନ ତରଫରୁ ୧୪୪ ଧାରା ଜାରି କରାଯାଇଛି।

ଦଣ୍ଡ ଭୟରେ ୬ କିମି ଚାଲିଲେ ଅନ୍ତେବାସୀ

ଦଣ୍ଡ ଭୟରେ ୬ କିମି ଚାଲିଲେ ଅନ୍ତେବାସୀ

ବଡ଼ସାହି,୧୩ା୭(ସ୍ବ.ପ୍ର.): ଆଦିବାସୀ ଛାତ୍ରୀଛାତ୍ରଙ୍କୁ ସ୍କୁଲ ମୁହାଁ କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ସାଙ୍ଗକୁ ୬ରୁ ୧୪ବର୍ଷ ବୟସର ପ୍ରତ୍ୟେକ ପିଲାଙ୍କୁ ପ୍ରାଥମିକ ଶିକ୍ଷା ଦେବା ନିମନ୍ତେ ସରକାର ସର୍ବଶିକ୍ଷା ଅଭିଯାନ ଯୋଜନା କାର୍ଯ୍ୟକାରୀ କରି ପ୍ରତ୍ୟେକ ବର୍ଷ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।

ଉତ୍ତରଓଡ଼ିଶା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସକୁ ବିରୋଧ: ଛାତ୍ର ସଂସଦ ସଭାପତିଙ୍କ ସମେତ ୧୦ ଗିରଫ

ଉତ୍ତରଓଡ଼ିଶା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସକୁ ବିରୋଧ: ଛାତ୍ର ସଂସଦ ସଭାପତିଙ୍କ ସମେତ ୧୦ ଗିରଫ

ବାରିପଦା ଅଫିସ, ୧୩ା୭: ବାରିପଦା ତକତପୁରସ୍ଥିତ ଉତ୍ତରଓଡ଼ିଶା ବିଶ୍ୱବିଦ୍ୟାଳୟର ୨୧ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିଲା।

ରାଜନଗର ରଥଯାତ୍ରା ପ୍ରସ୍ତୁତି ବୈଠକ

ରାଜନଗର ରଥଯାତ୍ରା ପ୍ରସ୍ତୁତି ବୈଠକ

ପାଟଣା,୧୩।୭(ସ୍ବ.ପ୍ର.): କେନ୍ଦୁଝର ଜିଳା ପାଟଣା ବ୍ଲକ ରାଜନଗରସ୍ଥିତ ଦଧିବାମନଜୀଉଙ୍କ ଘୋଷଯାତ୍ରାକୁ ଶୃଙ୍ଖଳିତ ସହ କରିବା ପାଇଁ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ବାଇକ୍‌କୁ ପଛରୁ ପିଟିଲା କାର୍‌: ଜଣେ ମୃତ, ଜଣେ ଗୁରୁତର

ବାଇକ୍‌କୁ ପଛରୁ ପିଟିଲା କାର୍‌: ଜଣେ ମୃତ, ଜଣେ ଗୁରୁତର

ବାହାନଗା,୧୩।୭(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ୧୬ ନଂ ଜାତୀୟ ରାଜପଥ ସାପ୍ତାହିକ ବାରିକିପୁର ହାଟର ଅସମିଳା ଡାଇର୍ଭସନଠାରେ ଶୁକ୍ରବାର ସକାଳେ ଏକ କାର୍‌ ବାଇକ୍‌କୁ ଧକ୍କା ଦେବା ଫଳରେ ବାଇକ୍‌ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ସୁନାବେଶରେ ଦର୍ଶନ ଦେଲେ ମା’ ତାରିଣୀ

ସୁନାବେଶରେ ଦର୍ଶନ ଦେଲେ ମା’ ତାରିଣୀ

ଘଟଗାଁ, ୧୩ା୭(ଡି.ଏନ.ଏ.): ମା’ ତାରିଣୀଙ୍କ ପ୍ରସିଦ୍ଧ ଆଷାଢ଼ୀ ପର୍ବ ଗୁରୁବାର ଅନୁଷ୍ଠିତ ହୋଇଥିଲା। ମା’ କିମ୍ବଦନ୍ତୀ ଅନୁଯାୟୀ ଭକ୍ତ ଓ ପ୍ରଜାଙ୍କ ମଙ୍ଗଳ ପାଇଁ ଦିନ ତମାମ ଉପବାସ ରହି ସନ୍ଧ୍ୟାରେ ଦର୍ଶନ ଦେଇଥିଲେ। ପୀଠରେ ମା’ଙ୍କ ଦର୍ଶନ ପାଇଁ ୩୦ ଜହାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା। ଟ୍ରଷ୍ଟବୋର୍ଡ଼ ପକ୍ଷରୁ ଶୃଙ୍ଖଳା ବ୍ୟବସ୍ଥା ଗ୍ରହଣ ପାଇଁ ମନ୍ଦିର ପରିସରରେ କର୍ମଚାରୀ, ପୋଲିସ୍‌ ଓ ସିକ୍ୟୁରିଟି ଗାର୍ଡ଼ ମୁତୟନ ହୋଇଥିଲା। ସନ୍ଧ୍ୟା ୬ଟାରେ ମା’ଙ୍କର ମାଜଣା, ମଙ୍ଗଳ ଆରତି କରାଯିବା ସହ ଷୋଡ଼ଶ ଉପଚାର ପୂଜା ବଡ଼ ସିଂହାର ବେଶ, କରାଯାଇଥିଲା। ପରେ ମା’ଙ୍କ ସୁନାବେଶ କରାଯାଇଥିଲା। ମା’ଙ୍କ ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥିଲା। ସକାଳୁ ଅପେକ୍ଷାରତ ଥିବା ଭକ୍ତ ମା’ଙ୍କ ଦର୍ଶନ ପାଇ ସନ୍ଧ୍ୟା ୭ଟାରେ ପହଡ଼ ଖୋଲିଥିଲା। ଭକ୍ତମାନେ ଲମ୍ବାଧାଡ଼ିରେ ଯାଇ ମା’ଙ୍କୁ ଦର୍ଶନ କରିଥିଲେ।

ଦାନା ବାନ୍ଧିଲାଣି ଆନ୍ଦୋଳନ

ଆନନ୍ଦପୁର,୧୩।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ସେତୁରୁ ବେରିଂ ଖସିବା ଘଟଣାକୁ ୮ ଦିନ ବିତିଲାଣି। ଏହାର ବହୁ ପୂର୍ବରୁ ସେତୁର ବେରିଂ ଖସିଥିବା ସ୍ଥାନୀୟ ଲୋକଙ୍କ ଆଲୋଚନାରୁ ଜଣାପଡ଼ିଛି। ସେତୁର ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ଏକ୍ସପର୍ଟ ଟିମ୍‌ର କହିବା ଅନୁଯାୟୀ ଅଦ୍ୟାବଧି ଭାରିଯାନ ଚଳାଚଳ ବନ୍ଦ କରାଯାଇ ନ ଥିବା ଦେଖାଯାଇଛି। ଏ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବିଭାଗ ପକ୍ଷରୁ ଜିଲାପାଳଙ୍କ ନିକଟକୁ ଭାରିଯାନ ଚଳାଚଳରେ ରୋକ ଲଗାଯିବ ପାଇଁ ଚିଠି ଲେଖା ହୋଇଛି। ଭାରିଯାନ ଚଳାଚଳ ବନ୍ଦ ହୋଇପାରୁନି। କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯିବା ଦୃଷ୍ଟିକୁ ଆସିନି। ଦୈନିକ ସେତୁରେ ଓଭରଲୋଡିଂ ହାଇଓ୍ବା, ଦଶଚକିଆ ଯାନ ଅବାଧରେ ଯାତାୟାତ କରୁଥିବାରୁ ସେତୁ ପ୍ରତି ବିପଦ ବୃଦ୍ଧି ପାଉଛି।

ବଦଳୁନି ଗାଁର ଭାଗ୍ୟ

ବଦଳୁନି ଗାଁର ଭାଗ୍ୟ

ହାଟଡିହୀ,୧୩।୭(ଡି.ଏନ.ଏ.): ଗାଁକୁ ପକ୍କା ରାସ୍ତା ସଂଯୋଗ ହୋଇନି। କାଦୁଅ ରାସ୍ତାରେ ଲୋକେ ଯାତାୟାତ କରୁଛନ୍ତି। ବର୍ଷା ଦିନେ ସେମାନଙ୍କ ଦୁର୍ଦ୍ଦଶା ବଢିଯାଏ। ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ ସୁବିଧା ଗଁା ମୁହଁ ମାଡିନି। କୌଣସି ଅପହଞ୍ଚ ଇଲାକାଠାରୁ କମ୍‌ ନୁହେଁ। ‘ଉପାନ୍ତ’ ଅଞ୍ଚଳ ପରି ଲୋକେ ଭଙ୍ଗା କୁଡ଼ିଆରେ ଜୀବନ ବିତାଉଛନ୍ତି। ଅତି ଗରିବ ଶ୍ରେଣୀର ଲୋକେ ହୋଇଥିଲେ ହେଁ ସରକାରଙ୍କ ସମସ୍ତ ଯୋଜନା ସେମାନଙ୍କ ପାଇଁ ସାତ ସପନ ହୋଇଛି। ରାଜନେତାଙ୍କ ବିକାଶର ନାରା ପ୍ରତାରଣା ପାଲଟିଛି। ସରକାରଙ୍କ ଉନ୍ନୟନ ଯୋଜନା ବାଟବଣା ହୋଇଥିବା ବେଳେ ଗାଁର ଭାଗ୍ୟ ବଦଳୁନି। ବିକାଶ ଖୋଜୁଛି ଗାଁ।

କ୍ଷେତ୍ରସ୍ତରୀୟ ଭାଜପା ପଦାଧିକାରୀଙ୍କ ସମାବେଶ

କ୍ଷେତ୍ରସ୍ତରୀୟ ଭାଜପା ପଦାଧିକାରୀଙ୍କ ସମାବେଶ

ଭଦ୍ରକ ଅଫିସ,୧୩।୭- ଭଦ୍ରକ ଜିଲା ଧାମନଗର ବିଧାନସଭା କ୍ଷେତ୍ରସ୍ତରୀୟ ଭାଜପା ପଦାଧିକାରୀଙ୍କ ସମାବେଶ ଗୁରୁବାର ଟାଉନହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଭାଜପା ଉପସଭାପତି ତଥା ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ ଏଥିରେ ଯୋଗଦେଇ ରାଷ୍ଟ୍ରନାୟକ ଅଟଳ ବିହାରୀ ବାଜପେୟୀଙ୍କଠାରୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିକାଶଧାରାକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ତାଙ୍କ ବକ୍ତବ୍ୟରେ କହିଥିଲେ।

ଦିନରେ ଚାଷ, ରାତିରେ କବିତା

ଦିନରେ ଚାଷ, ରାତିରେ କବିତା

ଭଦ୍ରକ ଅଫିସ,୧୩।୭-ତାଙ୍କ ଶିଶୁ କବିତା, ଗପ ଓ ଅନ୍ୟ ଲେଖାରେ ଥାଏ ଗଁା ମାଟିର କଥା। ମାଟି, ପାଣି, ପବନ ବାସ୍ନାରେ ଭିଜି ଉଠେ ତାଙ୍କ କବିତାର ଭାବ-ଭୂମି। ସାହିତ୍ୟରେ ନିଜ ଜନ୍ମମାଟିକୁ ସେ ଓଡ଼ିଶାର ପୁରପଲ୍ଲୀରେ ପରିଚିତ କରାଇଛନ୍ତି। ଏବେ ପରିଣତ ବୟସରେ ଗାଁର ମୋହ ଛାଡ଼ି ପାରିନାହାନ୍ତି ବିଶିଷ୍ଟ ଶିଶୁ ସାହିତି୍ୟକ ବାଇଧର ନାୟକ। ସ୍ତ୍ରୀ ଜାନକୀ ଓ ଦୁଇପୁଅଙ୍କୁ ନେଇ ତାଙ୍କ ସଂସାର। ଦୁଇପୁଅ ଜୀବିକାର୍ଜନ ପାଇଁ ଗଁା ଛାଡ଼ି ରାଜ୍ୟ ବାହାରେ ରହୁଛନ୍ତି। ବାଇଧର ଗଁାରେ ରହି ଚାଷବାସ କରୁଛନ୍ତି। ସନ୍ଧ୍ୟାରେ ଅବସର ସମୟରେ ଲେଖାଲେଖି କରିଥାନ୍ତି। ସେ କହନ୍ତି, ବଞ୍ଚତ୍ଥିବା ଯାଏ ଲେଖୁଥିବି, ଆଉ ଲେଖୁଥିବା ଯାଏ ବଞ୍ଚିଥିବି।

ତୁଟୁନି ପରିତ୍ୟକ୍ତ ଶେଣୀ ଗୃହ ଅଡୁଆ

ତୁଟୁନି ପରିତ୍ୟକ୍ତ ଶେଣୀ ଗୃହ ଅଡୁଆ

ଧାମନଗର,୧୩।୭(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁରରେ କାନ୍ଥ ପଡି ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିବା ପରେ ପ୍ରଶାସନର ଚେତା ପଶିଛି। ଶିକ୍ଷାନୁଷ୍ଠାନ ପରିସରରେ ଥିବା ପୁରୁଣା ଘର ଚିହ୍ନଟ କରି ତାକୁ ଭାଙ୍ଗିବା ସକାଶେ ତ୍ୱରିିତ ପଦକ୍ଷେପ ନେବା ଲାଗି ଜିଲା ପ୍ରଶାସନ ପକ୍ଷରୁ ତାଗିଦ କରଯାଇଛି। ପୂର୍ବରୁ ପ୍ରଶାସନ ପକ୍ଷରୁ ବ୍ଲକ ଶିିକ୍ଷା ବିଭାଗକୁ ଏଭଳି ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ତାହା ଏଯାଏ କାର୍ଯ୍ୟକାରୀ ହୋଇ ପାରୁ ନ ଥିଲା। ଅନେକ ସ୍ଥାନରେ ବିପଦସଙ୍କୁଳ ଘର ମରଣଯନ୍ତା ହୋଇ ବିଦ୍ୟାଳୟ ପରିସରରେ ରହିଛି। ଗ୍ରାମ ଉନ୍ନୟନ ବିଭାଗ ନା ଶିକ୍ଷା ବିଭାଗ କିଏ ପୁରୁଣାଘର ଭାଙ୍ଗିବ ତାହା କୁଆଡେ ସ୍ଥିର ହୋଇ ପାରୁ ନାହିଁ ା ଅନ୍ୟପକ୍ଷେ ପୁରୁଣା ଶ୍ରେଣୀଗୃହ ଭାଙ୍ଗିବାକୁ ବ୍ଲକ ଶିକ୍ଷା ବିଭାଗ ଜିଲା ଶିକ୍ଷା ବିଭାଗକୁ ପ୍ରତିବର୍ଷ ଦୁଇଥର ରିପୋର୍ଟ ଦେଇ ଆସୁଥିବା ସିଆରସିସିମାନେ କହିଛନ୍ତି।

ଦିବ୍ୟାଙ୍ଗ ଝିଅ ଚିକିତ୍ସା ଲାଗି ଜିଲାପାଳଙ୍କୁ ଭେଟିଲେ

ଦିବ୍ୟାଙ୍ଗ ଝିଅ ଚିକିତ୍ସା ଲାଗି ଜିଲାପାଳଙ୍କୁ ଭେଟିଲେ

ଭଦ୍ରକ ଅଫିସ,୧୩୭-ଦିବ୍ୟାଙ୍ଗ ଝିଅର ଚିକିତ୍ସା ପାଇଁ ଆର୍ଥତ୍କ ସହାୟତା ଯୋଗାଇ ଦେବା ଲାଗି ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଅସହାୟ ମା’ ବାପା। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ କରଣପଲ୍ଲୀ ଗଁାର ରବୀନ୍ଦ୍ର ମଣ୍ଡଳ ଓ ସ୍ତ୍ରୀ କଳ୍ପନା ମଣ୍ଡଳ ୧୪ ବର୍ଷୀୟା ଦିବ୍ୟାଙ୍ଗ ଝିଅ ପୂଜା ମଣ୍ଡଳଙ୍କୁ ଧରି ଗୁରୁବାର ମଧ୍ୟାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ପୂଜାଙ୍କ ଦୁଇ ହାତ ଓ ଗୋଡ଼ ବଙ୍କା ହୋଇଯାଉଥାଏ। ବୟସ ତୁଳନାରେ ଶରୀର ବୃଦ୍ଧି ହୋଇନାହିଁ। ସେ ସଳଖି ଚାଲିପାରୁନାହାନ୍ତି। ଯେଉଁ ବୟସରେ ପାଠପଢ଼ି ଖେଳକୁଦ କରିବା କଥା, ସେହି ବୟସରେ ପୂଜା ଏବେ ମା’ କୋଳରେ ଜୀବନ ବିତାଉଛନ୍ତି। ପୂଜାଙ୍କ ଅବସ୍ଥା ଦେଖାଇ ତାଙ୍କ ଚିକିତ୍ସା ନିମନ୍ତେ ସହାୟତା ଯୋଗାଇ ଦେବାକୁ ରବୀନ୍ଦ୍ର ଓ କଳ୍ପନା ଜିଲାପାଳଙ୍କୁ ନିବେଦନ କରିଥିଲେ। ଭୂମିହୀନ ଓ ବିପିଏଲ ଶ୍ରେଣୀର ହୋଇଥିବା ସେମାନେ ଜିଲାପାଳଙ୍କୁ ଜଣାଇଥିଲେ। ପୂଜା ହେଉଛନ୍ତି ସାନ ଝିଅ। ବଡ଼ଝିଅ ସରସ୍ବତୀ ଏବେ ଦଶମ ଶ୍ରେଣୀରେ ପଢୁଛନ୍ତି। ଜିଲାପାଳ ଏସବୁ ଶୁଣି ଏହି ଅସହାୟ ଦମ୍ପତିଙ୍କୁ ଆବଶ୍ୟକ ଅର୍ଥ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଅସରାଏ ବର୍ଷାରେ ସହର ବେହାଲ

ଅସରାଏ ବର୍ଷାରେ ସହର ବେହାଲ

ବାସୁଦେବପୁର,୧୩।୭(ଡି.ଏନ.ଏ.)-ଅସରାଏ ବର୍ଷାରେ ବାସୁଦେବପୁର ସହର ଅବସ୍ଥା ବେହାଲ ହୋଇପଡ଼ିଛି। ବୁଧବାର ଅପରାହ୍ନରେ ପ୍ରାୟ ୧ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ବର୍ଷା ହୋଇଥିଲା। ବାସୁଦେବପୁର ସହର ମଧ୍ୟରୁ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ଜମି ରହିଛି। କେତେକ ସ୍ଥାନରେ ଦୋକାନ ଘରେ ବର୍ଷାପାଣି ପଶି ଯାଇଛି। ହାଇସ୍କୁଲ ପଡ଼ିଆରେ ବର୍ଷାଜଳ ଜମି ରହି କୃତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରୁଛି। ସେହିପରି ହାଇସ୍କୁଲ ଛକଠାରେ ଥିବା କବି ବାଞ୍ଛାନିଧିଙ୍କ ପ୍ରତିମୂର୍ତ୍ତି ପଛପାଖରେ ଆଣ୍ଠୁଏ ଉଚ୍ଚର ବର୍ଷାପାଣି ଜମି ରହିଥିବାରୁ ଦୋକାନଗୁଡ଼ିକ ଜଳଘେରରେ ରହିଛି।

ଭଦ୍ରକରୁ ୨ ଅଭିଯୁକ୍ତଙ୍କୁ ଗିରଫ କଲା ଖଡ଼ଗପୁର ଆର୍‌ପିଏଫ୍‌ କ୍ରାଇମବ୍ରାଞ୍ଚ

ଭଦ୍ରକ ଅଫିସ,୧୩।୭- ଖଡ଼ଗପୁରର ଆର୍‌ପିଏଫ୍‌ କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍‌ ସହ ବାଲେଶ୍ୱରର ଆର୍‌ପିଏଫ୍‌ ଟିମ୍‌ ଭଦ୍ରକରେ କିଛିଦିନ ଧରି ଡେରା ପକାଇଥିଲେ। ଗୁରୁବାର ସନ୍ଧ୍ୟାରେ ଏହି ଟିମ୍‌ ୨ ଜଣ ଚୋରଙ୍କୁ ଗିରଫ କରି ନେଇଥିବା ଜଣାପଡ଼ିଛି। ସେମାନେ ହେଲେ ଚରମ୍ପା ଅଞ୍ଚଳର ରାଉତସାହିର ଟି.କ୍ରିଷ୍ଣା ରାଓ ଓ ଅନିଲ ଖଣ୍ଡେଲଓ୍ବାଲ। ଦୁହିଁଙ୍କୁ ଭଦ୍ରକ ଷ୍ଟେଶନ ଅଞ୍ଚଳରୁ ଗିରଫ କରାଯାଇଛି। ଏମାନେ ଚଳନ୍ତା ମାଲ୍‌ବାହୀ ଟ୍ରେନ୍‌ରୁ ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଆଲୁମିନିୟମ ବଣ୍ଡଲ ଚୋରି କରିଥିବା ଅଭିଯୋଗ ହୋଇଥିଲା। ଏହି ଟିମ୍‌ ଦୁହିଁଙ୍କୁ ଗିରଫ କରି ଟାଉନ ଥାନାରେ ପହଞ୍ଚାଇ ଥାନାଧିକାରୀ ମନୋଜ ରାଉତଙ୍କ ସହ ଆଲୋଚନା କରିଥିଲା। ବିଳମ୍ବିତ ରାତିରେ ଦୁହିଁଙ୍କୁ ବାଲେଶ୍ୱର ନେଇଥିବା ଜଣାପଡ଼ିଛି। ଉଲ୍ଲେଖନୀୟ ଯେ, ପୂର୍ବରୁ ଚୋରି ଆଲୁମିନିୟମ ବଣ୍ଡଲକୁ ଉଦ୍ଧାର କରି ୩ ଜଣଙ୍କୁ ଗିରଫ କରାଯାଇଥିଲା। ଟି.କ୍ରିଷ୍ଣା ଓ ଅନିଲ ଫେରାର ଥିଲେ।

କ୍ୟାଡର ପୁନର୍ଗଠନ ପ୍ରସ୍ତାବରେ ଲାଗିଲା ମୋହର

ଭଦ୍ରକ ଅଫିସ,୧୩।୭-ଦୀର୍ଘଦିନର ପ୍ରତୀକ୍ଷା ପରେ ରାଜ୍ୟ ସରକାର ଜିଲାସ୍ତରୀୟ ଅମଲାମାନଙ୍କ କ୍ୟାଡର ପୁନର୍ଗଠନ ପ୍ରସ୍ତାବକୁ ଅନୁମୋଦନ କରିଥିବା ଭଦ୍ରକ ଜିଲା ରାଜସ୍ବ ଅମଲା ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଭଦ୍ରକ ଜିଲା ରାଜସ୍ବ ଅମଲା ସଂଘ ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା, କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର କୁମାର ନାୟକ, ଉପସଭାପତି ଉଦୟ ନାରାୟଣ ପଣ୍ଡା, ସମ୍ପାଦକ ତପନ କୁମାର ସ୍ବାଇଁଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଖୁସି ବ୍ୟକ୍ତ କରିଛନ୍ତି। ଉଲ୍ଲେଖନୀୟ ଯେ, ପ୍ରଥମେ ୨୦୧୭ ଅଗଷ୍ଟ ମାସରେ ୯ ଟି ଦାବିକୁ ନେଇ ଓଡ଼ିଶା ରାଜସ୍ବ ଅମଲା ସଂଘ ଦୀର୍ଘ ୨୧ଦିନ ଧରି ଆନ୍ଦୋଳନ କରିଥିଲା।

‘ଗ୍ରାମାଞ୍ଚଳ ଲୋକଙ୍କୁ ଯୋଜନା କଥା କୁହ’

‘ଗ୍ରାମାଞ୍ଚଳ ଲୋକଙ୍କୁ ଯୋଜନା କଥା କୁହ’

ବାରିପଦା ଅଫିସ,୧୩।୭- ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷୀ ଓ ବଡସାହି ନିର୍ବାଚନ ମଣ୍ଡଳୀରେ ଗୁରୁବାର ବିଜେଡି କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ଯୋଗ ଦେବାକୁ ଆସିଥିବା ଜିଲା ପର୍ଯ୍ୟବେକ୍ଷକ ଡ. ଅରୁଣ ସାହୁଙ୍କୁ ବିଜେଡି କର୍ମୀ ବିଶାଳ ବାଇକ୍‌ ରାଲି କରି ଆଦିବାସୀଙ୍କ ପାରମ୍ପରିକ ବାଦ୍ୟ ମଧ୍ୟରେ ବାଙ୍ଗିରିପୋଷୀ ପାନ୍ଥନିବାସରେ ଆୟୋଜିତ ସଭାସ୍ଥଳକୁ ପାଛୋଟି ନେଇଥିଲେ।

ଧାମରାରେ ୧୧ଜଣିଆ ଉଦ୍ଧାରକାରୀ ଦଳ

ଧାମରାରେ ୧୧ଜଣିଆ ଉଦ୍ଧାରକାରୀ ଦଳ

ଚାନ୍ଦବାଲି,୧୩।୭(ଡି.ଏନ.ଏ.)-ଭଦ୍ରକ ଜିଲା ଧାମରା ନିକଟ ବଙ୍ଗୋପସାଗରରେ ଯନ୍ତ୍ରଚାଳିତ ବୋଟ୍‌ ବୁଡିଯିବାକୁ ୩ ଦିନ ବିତିଲାଣି। ଖରାପ ପାଗ ସାଙ୍ଗକୁ ସମୁଦ୍ରର ଅଶାନ୍ତ ସ୍ଥିତି ଉଦ୍ଧାର କାର୍ଯ୍ୟରେ ବାଧକ ସାଜିଛି। ଧାମରା ଓ ଚନ୍ଦନୀପାଳ ବୋଟ୍‌ ଆସୋସିଶନର ମିଳିତ ସହଯୋଗରେ ବୁଧବାର ଓ ଗୁରବାର ଦୁଇଦିନ ଧରି ସମୁଦ୍ରରେ ଖୋଜାଖୋଜି କରାଯିବା ପରେ ବୁଡ଼ି ଯାଇଥିବା ବୋଟ୍‌କୁ ଠାବ କରାଯାଇଛି।

ସୂଚନା ଅଧିକାରରେ ତଥ୍ୟ ମାଗି ଆକ୍ରୋଶର ଶିକାର

ଗୋପବନ୍ଧୁନଗର, ୧୩।୭(ଡି.ଏନ୍‌.ଏ) -ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗି ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଥିବା ସସ୍ମିତା ପତି ନାମ୍ନୀ ଯୁବତୀ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏନେଇ ପୂର୍ବରୁ ସେ ଖୁଣ୍ଟା ପୋଲିସ, ଉଦଳା ଏସ୍‌ଡିପିଓ ଓ ଉପଜିଲାପାଳଙ୍କୁ ଫୋନ ଯୋଗେ ସୁରକ୍ଷା ମାଗିଥିଲେ ହେଁ ସଫଳ ହୋଇ ନ ଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ କେତେକ ଅସାମାଜିକ ବ୍ୟକ୍ତି ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ଧମକ ଦେଇଛନ୍ତି।

ଅନଲାଇନ ପଞ୍ଜୀକରଣ ଲାଗି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ଅନଲାଇନ ପଞ୍ଜୀକରଣ ଲାଗି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ବାରିପଦା ଅଫିସ,୧୩।୭- ମୟୂରଭଞ୍ଜ ଜିଲା ଶାମାଖୁଣ୍ଟାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ତାଲିମ କେନ୍ଦ୍ରରେ ଶାମାଖୁଣ୍ଟା ବ୍ଲକର ୭ଟି ସ୍ବୟଂ ସହାୟକ ଗୋଷ୍ଠୀର ପ୍ରାୟ ୩୮ଜଣ ଜଣ ମହିଳା ସଦସ୍ୟାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସିଧାସଳଖ ଆଲୋଚନା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ୪୫ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଥିବା ସୂଚନା ଦେଇଥିଲେ।

ଦିନକର କାହାଣୀ: କର୍ମମୟ ଜୀବନ ଦେଇଛି ଆତ୍ମସନ୍ତୋଷ

ଦିନକର କାହାଣୀ: କର୍ମମୟ ଜୀବନ ଦେଇଛି ଆତ୍ମସନ୍ତୋଷ

ଭଞ୍ଜକିଆ,୧୩।୭- ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ପେଟ ପାଟଣା ପାଇଁ ସଂଘର୍ଷ କରୁଥିବା ଭଞ୍ଜକିଆର ଚିତ୍ତରଞ୍ଜନ ପଲେଇ୧୫ ବର୍ଷ ହେଲା ଚା’ ଦୋକାନ କରି ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି। ମୟୂରଭଞ୍ଜ ଜିଲା ରରୁଆଁ ବ୍ଲକ୍‌ର ଭଞ୍ଜକିଆ ଛକଠାରେ ଛୋଟ ଚା’ ଦୋକାନ ପାଲଟିଛି ତାଙ୍କ ଜୀବନ ଜୀବିକାର ମାଧ୍ୟମ। ଚା’ କେଟ୍‌ଲି, ବାଲ୍‌ଟି, ଗ୍ଲାସ ହେଉଛି ତାଙ୍କର ସମ୍ବଳ। ଏଥିରେ କିନ୍ତୁ ହାରି ନ ଯାଇ ନିଜର ସ୍ବଳ୍ପ ରୋଜଗାରରେ ପିଲାମାନଙ୍କୁ ଉଚ୍ଚଶିକ୍ଷିତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ଚିତ୍ତରଞ୍ଜନ ା

ନାଟ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି

ନାଟ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି

ବାରିପଦା ଅଫିସ,୧୩।୭-ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚୟ ଲାଭ କରିଥିବା ବାରିପଦାର ହରିବଦଳଦେବ ଜୀଉ ମନ୍ଦିରରେ ୩ ଠାକୁର ଗୁରୁବାର ନାଟ ମନ୍ଦିରକୁ ବିଜେ କରିଛନ୍ତି। ଦେବ ସ୍ନାନ ପରେ ଅସୁସ୍ଥ ହୋଇ ୧୫ ଦିନ ଧରି ଠାକୁରମାନେ ଅଣସର ଘରେ ରହିଥିଲେ । ସୁସ୍ଥ ହେବା ପରେ ବିଧି ଅନୁଯାୟୀ ନାଟ ମନ୍ଦିରକୁ ବିଜେ କରିବା ପରେ ବହୁ ଭକ୍ତ ଦର୍ଶନ ପାଇଁ ଭିଡ ଜମାଇଥିଲେ। ଗୁରୁବାର ସନ୍ଧ୍ୟାରେ ନାଗରା ବାଜିବା ପରେ ମନ୍ଦିରର ସିଂହ ଦ୍ୱାର ଖୋଲିଥିଲା। ପରେ ମନ୍ଦିର ପରିଚ୍ଛା ଦୁର୍ଗା ଚରଣ ଜିତବାବୁ, ପୁରୋହିତ, ପୂଜକ ଓ ସମସ୍ତ ସେବାୟତ ସିଂହ ଦ୍ୱାର ବାଟେ ଦେଇ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ସମସ୍ତେ ସିଂହଦ୍ୱାର ଓ ଗରୁଡଙ୍କ ପାଖରେ ପ୍ରଣାମ କରିବା ପରେ ଜୟା ବିଜୟା ଓ ଗଙ୍ଗା ଯମୁନା ଦ୍ୱାରର କବାଟ ଫିଟାଇ ୩ ଦିଅଁଙ୍କୁ ଦର୍ଶନ କରିଥିଲେ।

୮ ମଦ ବେପାରୀ ଗିରଫ, ୩ ବାଇକ ଜବତ

୮ ମଦ ବେପାରୀ ଗିରଫ, ୩ ବାଇକ ଜବତ

ବାଲେଶ୍ୱର ଅଫିସ, ୧୩।୭-ବାଲେଶ୍ୱର ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶରେ ସଦର ଅବକାରୀ ବିଭାଗ ନିରୀକ୍ଷକ କରୁଣା ଶଙ୍କର ତିୱାରୀ ଏକ ଟିମ୍‌ ଗଠନ କରି ଗୁରୁବାର ଜିଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଚଢାଉରେ ୨୧୪ ଲିଟର ଦେଶୀ ମଦ, ୨୦ ଲିଟର ବିଅର ସହ ୩ଟି ଜବତ କରିଛନ୍ତି। ଏହି ଘଟଣାରେ ୮ଜଣଙ୍କୁ ଗିରଫ କରାଯାଇ ଭିନ୍ନ ଭିନ୍ନ ମାମଲାରେ କୋର୍ଟ ଚାଲାଣ କରାଯାଇଛି। ଚଢାଉରେ ସଦର ଅବକାରୀ ବିଭାଗ ଉପନୀରିକ୍ଷକ ଅର୍ଜୁନ ମଲ୍ଲିକ, ଭ୍ରାମ୍ୟମାଣ ଉପନୀରିକ୍ଷକ କେଶବ ଚନ୍ଦ୍ର ଦାଶ, ସହ ଉପନିରୀକ୍ଷକ ଚନ୍ଦ୍ର ମୋହନ ସେଠୀ, କନଷ୍ଟେବଳ ପ୍ରହଲ୍ଲାଦ ବିଶ୍ୱାଳ, ମଙ୍ଗଲ ସିଂ, ଅଞ୍ଜନ ଜେନା, ଭାସ୍କର ବେହେରା, ମିନତୀ ପରିଡ଼ା, ପିଙ୍କି ମାରାଣ୍ଡି ଏବଂ ଏପିଆର୍‌ ଫୋର୍ସ ସାମିଲ ଥିଲେ। ଗିରଫ ମଦ ବେପାରୀମାନେ ହେଲେ ଖନ୍ତାପଡ଼ା ଥାନା ଗେଙ୍ଗୁଟି ଗ୍ରାମର ଶ୍ୟାମସୁନ୍ଦର ସାମଲ, ତୁଣ୍ଡରା ଗ୍ରାମର ରବୀନ୍ଦ୍ର ବାରିକ, ମିନାକ୍ଷୀ ବାରିକ, ଚାନ୍ଦିପୁର ଥାନା ପୁରୁଣା ବାଲେଶ୍ୱର ଗ୍ରାମର ରବୀନ୍ଦ୍ର ଭୂୟାଁ, ତୁଳସୀପଦା ଗ୍ରାମର ଦାମୋଦର ବେହେରା, ସୁରେଶ ଚନ୍ଦ୍ର ଦାସ, ପାତ୍ରପଡ଼ା ଗ୍ରାମର ସୁଧାକର ଦାସ, ସଦର ଥାନା ବର୍ଦ୍ଧନପୁର ଗ୍ରାମର ଲକ୍ଷ୍ମୀ ଦଳେଇ (୪୫)।

ଥାନା ଅଧିକାରୀସ୍ତରରେ ଅଦଳବଦଳ

ବାଲେଶ୍ୱର ଅଫିସ,୧୩।୭- ବାଲେଶ୍ୱର ଜିଲାର ବିଭିନ୍ନ ଥାନାରେ ଅଧିକାରୀସ୍ତରରେ ଅଦଳବଦଳ କରାଯାଇଛି। ଏସ୍‌ପି ବି. ଯୁଗଳ କିଶୋର କୁମାର ଆଦେଶକ୍ରମେ ଏହି ଅଧିକାରୀମାନେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସହଦେବଖୁଣ୍ଟା ଥାନା ଆଇଆଇସି ଭାବେ ଜୟନ୍ତ କୁମାର ବେହେରା, ସଦର ଥାନାରେ ମମତା ସାହୁ, ଖନ୍ତାପଡ଼ା ଥାନାରେ ଶ୍ରୀବଲ୍ଲଭ ସାହୁ, ସୋର ଥାନାରେ କେ. ପଣ୍ଡା, ନୀଳଗିରି ଥାନାରେ ନଳିତା ମୋଦି, ରେମୁଣା ଥାନାରେ ଜ୍ଞାନରଞ୍ଜନ ମିଶ୍ରଙ୍କୁ ଅବସ୍ଥାପିତ କରାଯାଇଛି। ସେହିପରି ଜଳେଶ୍ୱର ଥାନାରେ ପ୍ରଦୀପ ମାଝି, ଭୋଗରାଇ ଥାନାରେ ନରେନ୍ଦ୍ର କୁମାର ଦାସ, ତାଳସାରୀ ମେରାଇନ୍‌ ଥାନାରେ ସନ୍ତୋଷ କୁମାର ବେହେରା, ଡିଆଇବି ବାଲେଶ୍ୱର ଭାବେ ପସ୍କାଲ ଏକ୍କା, ଡ଼ିସିଆର୍‌ବି ବାଲେଶ୍ୱର ଭାବେ ପ୍ରଦୀପ କୁମାର କେର୍କେଟା ନୂଅତନ ଅଧିକାରୀ ଭାବେ ଯୋଗଦେଇଥିବାର ଏସ୍‌ପିଙ୍କ କାର୍ଯ୍ୟାଳୟର ପ୍ରକାଶିତ ଏକ ପ୍ରେସ୍‌ ବିବୃତିରୁ ଜଣାପଡିଛି।