ବାଲେଶ୍ୱର

ପୋଖରୀକୁ ଗାଧୋଇବାକୁ ଯାଇ ବୁଡିଗଲେ ଯୁବକ

ପୋଖରୀକୁ ଗାଧୋଇବାକୁ ଯାଇ ବୁଡିଗଲେ ଯୁବକ

ପାଟଣା,୨୫।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ଖୁଣ୍ଟାପଡା ଗୁଡାସାହିର ଜଣେ ଯୁବକ ମଙ୍ଗଳବାର ସକାଳ ୬ଟାରେ ପୋଖରୀରେ ବୁଡି ଯାଇ ମୃତ୍ୟବରଣ କରିଛନ୍ତି। 

ଶୀତରେ ଥରୁଛି କେନ୍ଦୁଝର

ଶୀତରେ ଥରୁଛି କେନ୍ଦୁଝର

କେନ୍ଦୁଝର, ୨୫ା୧୧(ସ୍ବ.ପ୍ର.): ଶୀତରେ ଥରୁଛି କେନ୍ଦୁଝର। ଚଳିତ ବର୍ଷ କେନ୍ଦୁଝରର ସର୍ବନମ୍ନ ତାପମାତ୍ରା ରବିବାର ସକାଳେ ୭.୧ ଡିଗ୍ରୀ ସେଣ୍ଟିଗ୍ରେଡ ରେକର୍ଡ କରାଯାଇଛି। ସୋମବାର ତାପମାତ୍ରା ୭.୨ ଡିଗ୍ରୀ ରେକର୍ଡ କରାଯାଇଛି। 

ସ୍ବାବଲମ୍ବୀ କରିଛି ଗେଣ୍ଡୁଫୁଲ ଚାଷ

ସ୍ବାବଲମ୍ବୀ କରିଛି ଗେଣ୍ଡୁଫୁଲ ଚାଷ

ପଦ୍ମପୁର, ୨୫।୧୨ (ଡି.ଏନ.ଏ.)- ବିନା ସରକାରୀ ପ୍ରୋତ୍ସାହନରେ ଗେଣ୍ଡୁ ଫୁଲ ଚାଷ କରି ହୋଇପାରିଛନ୍ତି ସ୍ବାବଲମ୍ବୀ। ସେ ନିଜ ଉଦ୍ୟମରେ ଫୁଲ ଚାଷ କରି ସଫଳ ଚାଷୀ ହୋଇପାରିଛନ୍ତି। ଏଥିସହ ଅନ୍ୟମାନଙ୍କ ପାଇଁ ସେ ଉଦାହରଣ ପାଲଟିଛନ୍ତି। କୌଣସି ସରକାରୀ ପ୍ରୋତ୍ସାହନ ମିଳି ନ ଥିଲେ ବି ସେ ହାର୍‌ ମାନି ନାହାନ୍ତି। ଏହି  ଯୁବ ଫୁଲ ଚାଷୀ ହେଲେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଅରଣ୍ଡୁଆ ପଞ୍ଚାୟତ ବଛିପୁର ଗ୍ରାମର ଶମ୍ଭୁନାଥ ବେହେରା। ନିଜର ଇଚ୍ଛା ଓ ପରିଶ୍ରମ ତାଙ୍କୁ ରୋଜଗାରର ବାଟ ଦେଖାଇଛି ବୋଲି ଶମ୍ଭୁନାଥ କହିଛନ୍ତି।   

 ରୋଜଗାରର ରାହା ଦେଖାଇଛି ‘ଲେମନ ଟି’

ରୋଜଗାରର ରାହା ଦେଖାଇଛି ‘ଲେମନ ଟି’

ଖୁଣ୍ଟା,୨୫।୧୨(ଡି.ଏନ.ଏ.)-ଶୀତୁଆ ସକାଳେ  ବିଛଣା ଛାଡ଼ିଲେ ଦରକାର ପଡ଼େ ଗରମାଗରମ  ଚା’  କପେ। ନ ହେଲେ ଦିନ ସାରା ଖରାପ ହୋଇଯାଏ ମୁଡ୍‌।  ଚା’ କପେ ନ ହେଲେ ଅଳସ ଭାଙ୍ଗେ ନାହିଁ ବୋଲି କୁହନ୍ତି ବାରଡାଙ୍ଗୁଆ ଗ୍ରାମର ଭବେଶ୍ୱର ମହଲା ।  ଶୀତ  ଦିନେ ଥରକୁ ଥର ଦରକାର ପଡ଼େ ଚା’।  ଲୋକଙ୍କ ଏହି ପ୍ରବୃତ୍ତିକୁ ପରଖି  ଖୁଣ୍ଟା ବଜାରରେ ସେମାନଙ୍କ ପାଖରେ ପହଞ୍ଚତ୍ୟାନ୍ତି  ଲେମନ ଟି ବାଲା ଦେବରାଜ ମଣ୍ଡଳ । 

‘ମୁଣ୍ଡରୀ ଭାଷାକୁ  ଅଷ୍ଟମ ଅନୁଚ୍ଛେଦରେ ସାମିଲ କର’

‘ମୁଣ୍ଡରୀ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ କର’

ବାରିପଦା ଅଫିସ,୨୫।୧୨-ମୁଣ୍ଡାରୀ ଭାଷା ଓ ଲିପିର ସ୍ବୀକୃତି ପାଇଁ  ୨୦ ବର୍ଷ ହେବ  ଦାବି ହୋଇ ଆସୁଥିବାବେଳେ ଏହାକୁ ସରକାରୀ ସ୍ବୀକୃତି ମିଳିପାରୁ ନାହିଁ। ଦିଲ୍ଲୀ ତଥା ବିଭିନ୍ନ ରାଜ୍ୟରେ ଏହି ଦାବିକୁ ନେଇ ମହାସମାବେଶମାନ ଅନୁଷ୍ଠିତ  ହୋଇଆସୁଛି। ଏହାସତ୍ତ୍ୱେ ମିଳୁନି ସୁଫଳ। ଅଖିଳ ଭାରତୀୟ ମୁଣ୍ଡାରୀ ଭାଷା କାର୍ଯ୍ୟକାରୀ କମିଟି ପକ୍ଷରୁ  ଆୟୋଜିତ ଆନ୍ତଃରାଜ୍ୟ ପ୍ରତିନିଧି ସଭାରେ ଏନେଇ ଉଦ୍‌ବେଗ ଓ ଅସନ୍ତୋଷ ପ୍ରକାଶ ପାଇଛି। 

ମୟୂରଭଞ୍ଜ ପୁସ୍ତକମେଳା ଉଦ୍‌ଯାପିତ

ମୟୂରଭଞ୍ଜ ପୁସ୍ତକମେଳା ଉଦ୍‌ଯାପିତ

ବାରିପଦା ଅଫିସ,୨୫।୧୨-  ବାରିପଦାସ୍ଥିତ ଛଉ ପଡ଼ିଆଠାରେ ଗତ ୧୪ତାରିଖରୁ ଆରମ୍ଭ ହୋଇଥିବା ସପ୍ତମ ମୟୂରଭଞ୍ଜ ପୁସ୍ତକମେଳା ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବର ପ୍ରଥମ ଅଧିବେଶନରେ ରାଜ୍ୟସ୍ତରୀୟ କବିତା ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା। ବୀଣାପାଣି ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଲେପୁରର ବରିଷ୍ଠ କବୟିତ୍ରୀ ବୀଣାପାଣି ରାୟଗୁରୁ ଯୋଗଦେଇଥିଲେ।

‘ଆମ ରାଜ୍ୟ ଆମକୁ ଫେରାଇ ଦିଅ’  :୨୬ରେ  ମୟୂରଭଞ୍ଜ ଜିଲା ବନ୍ଦ ଡାକରା

‘ଆମ ରାଜ୍ୟ ଆମକୁ ଫେରାଇ ଦିଅ’ :୨୬ରେ ମୟୂରଭଞ୍ଜ ଜିଲା ବନ୍ଦ ଡାକରା

 ବାରିପଦା ଅଫିସ,୨୫।୧୨-ମୟୂରଭଞ୍ଜ ଜିଲାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ସହ ୧୯୪୯ ମସିହା  ଜାନୁୟାରୀ ପହିଲାରେ ରାଜ୍ୟ ସରକାରଙ୍କ ସହ ହୋଇଥିବା ମିଶ୍ରଣ ଚୁକ୍ତି ସାର୍ବଜନିନ କରିବାକୁ ଦାବି ହେଉଛି।  ଏଥିନିମନ୍ତେ ମୟୂରଭଞ୍ଜ ରାଜ୍ୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ  ଆସନ୍ତା ୨୬ ତାରିଖରେ ୧୨ ଘଣ୍ଟିଆ ମୟୂରଭଞ୍ଜ ଡାକରା ଦିଆଯାଇଛି।  

ବଡ଼ଦିନ ଲାଗି ଦୀଘା-ଉଦୟପୁର-ତାଳସାରୀ ଉତ୍ସବମୁଖର

ବଡ଼ଦିନ ଲାଗି ଦୀଘା-ଉଦୟପୁର-ତାଳସାରୀ ଉତ୍ସବମୁଖର

ଭୋଗରାଇ, ୨୫।୧୨(ଡି.ଏନ.ଏ.)-ମଙ୍ଗଳବାର ବଡ଼ଦିନ। ଏଥିନିମନ୍ତେ ଓଡ଼ିଶାର ସମୁଦ୍ର ସୈକତ ଉଦୟପୁର, ତାଳସାରୀ, ବିଚିତ୍ରପୁର-ଖଡ଼ିବିଲ୍‌ ଇକୋ ଟୁରିଜିମ୍‌ ସହିତ ‘ଦୀଘା’ ବେଳାଭୂମିରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ଆଗମନ ହୋଇଛି। ଦୀଘାରେ ସହସ୍ରାଧିକ ହୋଟେଲ, ତାଳସାରୀ ଓ ଟି.ଡି.ସି.ରେ ଆଧୁନିକ ବିଦ୍ୟୁତ ରଙ୍ଗବେରଙ୍ଗର ଆଲୋକମାଳାରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ ପାଇଁ ସଜ୍ଜିତ କରାଯାଇଛି। 

ନାବାଳିକାଙ୍କୁ ଗୁଳି କରି ହତ୍ୟା ମାମଲା : ଗିରଫ ହେଲେ ବାପପୁଅ

ନାବାଳିକାଙ୍କୁ ଗୁଳି କରି ହତ୍ୟା ମାମଲା : ଗିରଫ ହେଲେ ବାପପୁଅ

ବାଲେଶ୍ୱର ଅଫିସ,୨୫।୧୨- ବାଲେଶ୍ୱର ସହଦେବଖୁଣ୍ଟା ମଡେଲ ଥାନା ଅଧୀନ ଗଳାପୋଲ ନିକଟସ୍ଥ ସେକ୍‌ ମାଜିଦ୍‌ଙ୍କ ଘରେ ଗତ ଶନିବାର ରାତି ୧୦ଟା ସମୟରେ ଏକ ନାବାଳିକାଙ୍କୁ ଗୁଳି କରି ହତ୍ୟା ଘଟଣାରେ ଅଟକ ଥିବା ବାପପୁଅଙ୍କୁ ପୋଲିସ ସୋମବାର କୋର୍ଟ ଚାଲାଣ କରିଛି। 

ପୁଅକୁ ଝୁରି ହେଉଛନ୍ତି ଅସହାୟ କୁନି

ପୁଅକୁ ଝୁରି ହେଉଛନ୍ତି ଅସହାୟ କୁନି

ସିମୁଳିଆ,୨୫।୧୨(ଡି.ଏନ.ଏ.)-ଆଶା ଥିଲା ପୁଅ ଦୁର୍ଦ୍ଦିନରେ ସାହା ହେବ ା ବାର୍ଦ୍ଧକ୍ୟରେ ସେବାଯତ୍ନ କରିବ ା ସେଥିପାଇଁ ତ ସେ ପୁଅର ସୁଖ ସମୃଦ୍ଧି ପାଇଁ ସବୁକିଛି ଦେଇ ସାରିଥିଲେ ା

୨୬ରୁ ସମୂହ ଛୁଟିରେ ରାଜସ୍ବ ଅଧିକାରୀ: ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା

ଭଦ୍ରକ ଅଫିସ, ୨୪।୧୨ - ଦୀର୍ଘଦିନରୁ ଦାବି ପୂରଣ ହୋଇ ନ ଥିବାରୁ ବାଧ୍ୟ ହୋଇ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେଇଛି ଓଡ଼ିଶା ରାଜସ୍ବ ସେବା ସଂଘ। ପ୍ରଥମ ଶ୍ରେଣୀ ପାହ୍ୟାକୁ ପଦୋନ୍ନତି ଏବଂ ୭ମ ବେତନ କମିଶନର ସୁପାରିଶ ଆଧାରରେ ବେତନ ବିସଙ୍ଗତି ଓ ଅନ୍ୟାନ୍ୟ ଦାବିକୁ ନେଇ ଅତୀତରେ ରାଜସ୍ବ ମନ୍ତ୍ରୀଙ୍କ ସହ ବହୁବାର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ।

ସର୍ବଭାରତୀୟ ଚରମ୍ପା କପ୍‌ କ୍ରିକେଟ: ଉଦ୍‌ଘାଟନୀ ମ୍ୟାଚ୍‌ରେ କ୍ରାଉନ ଇନ୍‌ ବିଜୟୀ

ସର୍ବଭାରତୀୟ ଚରମ୍ପା କପ୍‌ କ୍ରିକେଟ: ଉଦ୍‌ଘାଟନୀ ମ୍ୟାଚ୍‌ରେ କ୍ରାଉନ ଇନ୍‌ ବିଜୟୀ

ଭଦ୍ରକ ଅଫିସ, ୨୪।୧୨ - ଭଦ୍ରକ ଜିଲା ଚରମ୍ପା ଯୁବକ ସଂଘ ଆନୁକୂଲ୍ୟରେ ସଞ୍ଜୀବ ଜୁଏଲସ୍‌ ପ୍ରାୟୋଜିତ ସର୍ବଭାରତୀୟ ଚରମ୍ପା କପ୍‌ କ୍ରିକେଟ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶା କ୍ରିକେଟ ଆସୋସିଏଶନର ସାଧାରଣ ସମ୍ପାଦକ ଧୀରେନ ପଲାଇ ଓ ଶହୀଦ ଭଗତ ସେନାର ମୁଖ୍ୟ ସିତାଂଶୁ ମହାପାତ୍ର ଏହାକୁ ଉଦ୍‌ଘାଟନ କରିଥିଲେ। ଭୁବନେଶ୍ୱରର ଶହୀଦ ସ୍ପୋର୍ଟିଂ ଓ କ୍ରାଉନ ଇନ୍‌ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଅନୁଷ୍ଠିତ ହେଇଥିଲା। 

ଭିଡିଓ କନଫରେନ୍ସରେ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଭିଡିଓ କନଫରେନ୍ସରେ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଭଣ୍ଡାରିପୋଖରୀ, ୨୪।୧୨ (ଡି.ଏନ.ଏ.) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ଜରିଆରେ ସୋମବାର ଚଣ୍ଡିଖୋଲ-ଭଦ୍ରକ ୧୬ନମ୍ବର ଜାତୀୟ ରାଜପଥର ୬ ଥାକିଆ ରାସ୍ତା ପାଇଁ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଜାତୀୟ ରାଜପଥ ପ୍ରାଧିକରଣ ଆନୁକୂଲ୍ୟରେ ଭଣ୍ଡାରିପୋଖରୀଠାରେ ଏକ ସ୍ବତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇଥିଲା। 

 ପୋଖରୀରେ ପଡ଼ି ଶିଶୁଙ୍କ ମୃତ୍ୟୁ

ପୋଖରୀରେ ପଡ଼ି ଶିଶୁଙ୍କ ମୃତ୍ୟୁ

ତିହିଡ଼ି,୨୪।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ଦୌଲତପୁର  ପଞ୍ଚାୟତ ଅଧୀନ ନମେଇ ସାହି ଗ୍ରାମରେ ସୋମବାର ପୋଖରୀରେ ପଡ଼ି ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। 

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଶାକର୍ମୀଙ୍କ ବିକ୍ଷୋଭ

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଶାକର୍ମୀଙ୍କ ବିକ୍ଷୋଭ

କେନ୍ଦୁଝର,୨୪।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଆଶାକର୍ମୀମାନଙ୍କ ପକ୍ଷରୁ ବିଭିନ୍ନ ଦାବି ପୂରଣ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ପୁଣି ସନ୍ତରଗଡ଼ିଆ ବଜାରରେ ଲୁଟ୍‌: ଲକ୍ଷାଧିକ ଟଙ୍କାର ମଦ ଚୋରି

ପୁଣି ସନ୍ତରଗଡ଼ିଆ ବଜାରରେ ଲୁଟ୍‌: ଲକ୍ଷାଧିକ ଟଙ୍କାର ମଦ ଚୋରି

ସଜନାଗଡ଼,୨୪।୧୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ସନ୍ତରଗଡ଼ିଆ ରାସ୍ତା ପାର୍ଶ୍ୱରେ ଥିବା ସରକାରୀ ଠିପିବନ୍ଦ ମଦ ଦୋକାନରୁ ରବିବାର ବିଳମ୍ବିତ ରାତିରେ ଲୁଟ ହୋଇଛି। 

ସାତଘାଟି ଡ୍ୟାମର ପୁନରୁଦ୍ଧାର ପାଇଁ ଶିଳାନ୍ୟାସ

ସାତଘାଟି ଡ୍ୟାମର ପୁନରୁଦ୍ଧାର ପାଇଁ ଶିଳାନ୍ୟାସ

ସଜନାଗଡ଼,୨୪।୧୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ସଜନାଗଡ଼ ପଞ୍ଚାୟତ କୁଲ୍‌ଡିହା ଅଭୟାରଣ୍ୟ ତଳେ ଥିବା ଚେଣ୍ଡା ଗ୍ରାମ ପାଖରେ ୧୯୭୯ରୁ ନିର୍ମିତ ସାତଘାଟି ଡ୍ୟାମ କ୍ରମେ ପୋତି ହୋଇଯାଇଥିଲା।

ସେବା ସମବାୟ ସମିତି ସମ୍ପାଦକଙ୍କ ନିଲମ୍ବନ ପ୍ରତ୍ୟାହାର ନେଇ ଚାଷୀଙ୍କ ବିକ୍ଷୋଭ

ସେବା ସମବାୟ ସମିତି ସମ୍ପାଦକଙ୍କ ନିଲମ୍ବନ ପ୍ରତ୍ୟାହାର ନେଇ ଚାଷୀଙ୍କ ବିକ୍ଷୋଭ

ପଦ୍ମପୁର,୨୪।୧୨(ଡି.ଏନ୍‌.ଏ.): ଭଦ୍ରକ ବ୍ଲକ ଅଧୀନ ସାବରଙ୍ଗ ସେବା ସମବାୟ ସମିତି  ସମ୍ପାଦକଙ୍କ ନିଲମ୍ବନ ଆଦେଶ ପତ୍ୟାହାର ଦାବିରେ ଶତାଧିକ କୃଷକ ସେବା ସମବାୟ ସମିତି ସମ୍ମୁଖରେ  ସୋମବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଜବରଦଖଲ ଉଚ୍ଛେଦ ଦାବିରେ ଗଣଧାରଣା

ଜବରଦଖଲ ଉଚ୍ଛେଦ ଦାବିରେ ଗଣଧାରଣା

ତିହିଡ଼ି,୨୪।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ତହସିଲ ଗୁଆମାଳ ପଞ୍ଚାୟତ ଅଧୀନ ଗଣେଶ୍ୱରପୁର ଗ୍ରାମବାସୀ ସୋମବାର  ପୂର୍ବାହ୍ନରେ ତହସିଲ କାର୍ଯ୍ୟାଳୟ ସାମ୍ନାରେ ଗଣଧାରଣା ଦେଇଛନ୍ତି।

ଭୟାବହ ଅଗ୍ନିକାଣ୍ଡ: ୩ ବଖରା, ନଗଦ ୨ଲକ୍ଷ ଟଙ୍କା ଭସ୍ମୀଭୂତ

ଭୟାବହ ଅଗ୍ନିକାଣ୍ଡ: ୩ ବଖରା, ନଗଦ ୨ଲକ୍ଷ ଟଙ୍କା ଭସ୍ମୀଭୂତ

ଭଦ୍ରକ ଅଫିସ,୨୪।୧୨: ଭଦ୍ରକ ଜିଲା ପୌରାଞ୍ଚଳ ମୁଲାସାହିରେ ସୋମବାର ସକାଳ ୧୦ଟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।

୧୪ ଦଫା ଦାବି ନେଇ ଦିବ୍ୟାଙ୍ଗ ମଞ୍ଚର ବ୍ଲକ ଘେରାଉ

୧୪ ଦଫା ଦାବି ନେଇ ଦିବ୍ୟାଙ୍ଗ ମଞ୍ଚର ବ୍ଲକ ଘେରାଉ

ବାସୁଦେବପୁର,୨୪।୧୨(ଡି.ଏନ୍‌.ଏ.):  ଭଦ୍ରକ ଜିଲା ବାସୁଦେବପୁର ଦିବ୍ୟାଙ୍ଗମଞ୍ଚ ପକ୍ଷରୁ ୧୪ ଦଫା ଦାବି ପୂରଣ ନେଇ ସୋମବାର ଶତାଧିକ ଦିବ୍ୟାଙ୍ଗ ସହର ପରିକ୍ରମା କରିବା ସହିତ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି

ମୃତଦେହ ଉଦ୍ଧାର: ପୋଲିସର ତଦନ୍ତ ଆରମ୍ଭ

ମୃତଦେହ ଉଦ୍ଧାର: ପୋଲିସର ତଦନ୍ତ ଆରମ୍ଭ

ତିହିଡ଼ି,୨୪।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ହରସିଂହପୁର ଗ୍ରାମରେ ଅଳ୍ପ ପାଣିଥିବା ଏକ ଖାଲୁଆ ଯାଗାରୁ ସୋମବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। 

ପୋଖରୀରେ ବୁଡ଼ି ବୃଦ୍ଧଙ୍କ ଜୀବନ ଗଲା

ପୋଖରୀରେ ବୁଡ଼ି ବୃଦ୍ଧଙ୍କ ଜୀବନ ଗଲା

ତିହିଡ଼ି,୨୪।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ଦୌଲତପୁର ପଞ୍ଚାୟତ ଅଧୀନ ଖେଦରପୁର ଗ୍ରମର ଜଣେ ବୃଦ୍ଧଙ୍କ ସୋମବାର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। 

ଭୁଲ୍‌ ଇଞ୍ଜେକ୍ସନ ନେଲା ଜୀବନ

ଭୁଲ୍‌ ଇଞ୍ଜେକ୍ସନ ନେଲା ଜୀବନ

ବାଲେଶ୍ୱର ଅଫିସ, ୨୪ା୧୨: ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀଙ୍କୁ ଭୁଲ୍‌ ଇଞ୍ଜେକଶନ ଦିଆଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ଘଟିଛି ଶନିବାର ରାତି ୧୧ଟା ବେଳେ। ରୋଗୀଙ୍କୁ ଭୁଲ୍‌ ଇଞ୍ଜେକ୍ସନ୍‌ ଦିଆଯିବାର ମାତ୍ର କିଛି ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗରେ ଦର୍ଶାଇଛନ୍ତି।