ବାଲେଶ୍ୱର

ଜବର ଦଖଲରେ ଗୋଚର ଜମି

ଝୁମ୍ପୁରା, ୧୧।୪(ଡି.ଏନ.ଏ.): ଝୁମ୍ପୁରା ତହସିଲ ୬ ରାଜସ୍ବ ସର୍କଲରେ ସରକାରୀ ଜମି ଜବରଦଖଲ ବୃଦ୍ଧି ପାଇବାରେ ଲାଗିଛି। ଜବରଦଖଲକାରୀ ନିଜର ପ୍ରଭାବ ବଳରେ ମୂଲ୍ୟବାନ ସରକାରୀ ଜାଗା ହାତେଇ ନେଉଛନ୍ତି। ଶ୍ମଶାନ, ଗୋଚର ଜମି, କେନାଲ ହୁଡା, ସର୍ବସାଧାରଣ ରାସ୍ତାକୁ ଜବରଦଖଲ କରିବାକୁ ପଛାଉ ନାହାନ୍ତି।

ପ୍ରତିଶ୍ରୁତି ପାଲଟିଲା ପ୍ରତାରଣା

ପ୍ରତିଶ୍ରୁତି ପାଲଟିଲା ପ୍ରତାରଣା

ଯୋଡା, ୧୧।୪(ଡି.ଏନ.ଏ.): ଯୋଡ଼ା ଖଣିମଣ୍ଡଳ ଜୁରୁଡ଼ିସ୍ଥିତ ଏସେଲ ମାଇନିଂ ଏଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡ ଖଣିରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଏବଂ ଅନ୍ୟ ଦାବିରେ ଗତ ସୋମବାରଠାରୁ କେନ୍ଦୁଝର ମାଇନ୍ସ ଆଣ୍ଡ ଫରେଷ୍ଟ ୱାର୍କର୍ସ ୟୁନିୟନ ଏଆଇଟିୟୁସି ତରଫରୁ ଖଣିରେ ଚାଲିଥିବା ଖଣିବନ୍ଦ ଓ ଆନ୍ଦୋଳନ ଅବ୍ୟାହତ ରହିଛି।

ଜିଲା ଅବକାରୀ କାର୍ଯ୍ୟାଳୟ ଘେରିଲେ ମହିଳା

ବାଲେଶ୍ୱର ଅଫିସ,୧୧।୪- ବେଆଇନ୍‌ ଦେଶୀ ଓ ବିଦେଶୀ ମଦ ବିକ୍ରି ପ୍ରତିବାଦରେ ବୁଧବାର ପୂର୍ବାହ୍ନ ୧୧ଟାରେ ବାଲେଶ୍ୱର ଜିଲା ରେମୁଣା ଥାନା ଅଧୀନ ବଡ଼ପାଳ ଗ୍ରାମର ଶତାଧିକ ମହିଳା ଜିଲା ଅବକାରୀ କାର୍ଯ୍ୟାଳୟ ଘେରାଉ କରିଥିଲେ।

ଚାଷଜମି ପରିଦର୍ଶନ କଲେ କୃଷି ଅଧିକାରୀ

ଜଳେଶ୍ୱର ୧୧।୪ (ଡି.ଏନ.ଏ): ଜଳେଶ୍ୱର ବ୍ଲକ ପାଇକସିଦା ପଞ୍ଚାୟତର ବିଭିନ୍ନ ରାଜସ୍ବ ଗ୍ରାମରେ କୃଷି ଓ ବିହନ ନିଗମର ସ୍ବିକୃତୀପ୍ରାପ୍ତ ବିହନ ବିତରକ ଡିଲରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ରବି ଧାନ କିସମ-୧୦୧୦ ବିହନ କୁ ବ୍ୟବାହାର କରି ଚାଷୀମାନେ ବହୁ କ୍ଷତି ଗ୍ରସ୍ତର ସମ୍ମୁଖୀନ ହୋଇଛନ୍ତି।

୩ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ୍‌,ଜଣେ ଗିରଫ୍‌

୩ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ୍‌,ଜଣେ ଗିରଫ୍‌

ଜଳେଶ୍ୱର ୧୧। ୪ (ଡି.ଏନ.ଏ)-ବାଲେଶ୍ୱର ଜିଲାରେ ବ୍ରାଉନ ସୁଗାର ଚୋରା କାରବାରକୁ ଅବକାରୀ ଓ ପୋଲିସ ପ୍ରଶାସନ ରୋକିପାରୁ ନାହିଁ ।

କୃମି ଔଷଧ ଖାଇ ୨ ଶିଶୁ ଅସୁସ୍ଥ

ରୂପ୍‌‌ସା,୧୧।୪(ଡି.ଏନ.ଏ.)- ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ରେଣୁପଦା ଗ୍ରାମର ୨ଶିଶୁକନ୍ୟା ମଙ୍ଗଳବାର କୃମି ଔଷଧ ଖାଇ ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି।

ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ନ ହେଲେ ଆନ୍ଦୋଳନ ଚେତାବନୀ

ବାଲେଶ୍ୱର ଅଫିସ,୧୧।୪- ବାଲେଶ୍ୱର ସରକାରୀ ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ତରଫରୁ ଚଳିତବର୍ଷ ମେଡ଼ିକାଲ କଲେଜର କାର୍ଯ୍ୟକ୍ଷମ ନ ହେବା ଆଶଙ୍କା କରାଯାଇ ଏ ସମ୍ପର୍କରେ ଚିନ୍ତାବ୍ୟକ୍ତ କରାଯାଇଛି। ବୁଧବାର ପୂର୍ବାହ୍ନରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଗୃହରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀ ରେ ଚଳିତ ଶିକ୍ଷାବର୍ଷରେ ସରକାରୀ ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ନ ହେଲେ ଆନ୍ଦୋଳନ କରାଯିବ ବୋଲି କରି ଚେତାବନୀ ଦିଆଯାଇଛି।

ଟ୍ରକ୍‌ ଦୁର୍ଘଟଣାରେ ଜଣେ ମୃତ

ବାହାନଗା,୧୧। ୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖନ୍ତାପଡା ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ଦାଣ୍ଡକାଳୀ ମନ୍ଦିରଠାରେ ଏକ ଟ୍ରକ୍‌ ଦୁର୍ଘଟଣା ଘଟିବାରୁ ମେଦିନାପୁର ଅଞ୍ଚଳର ଟ୍ରକ୍‌ ହେଲପର ସରିଫ୍ରାଜ ଚୌଧୁରୀ(୨୮) ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ପ୍ରେମୀଯୁଗଳଙ୍କ ଜୀବନ ବଞ୍ଚାଇବା ନିବେଦନକୁ ନେଇ ଚର୍ଚ୍ଚା

ସଜନାଗଡ଼,୧୧।୪(ଡି.ଏନ.ଏ.)- ଗତ ଫେବୃୟାରୀ ୧୨ ତାରିଖରେ ଜଣେ ନାବାଳିକା ଟ୍ୟୁସନ ହେବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ସେ ପ୍ରେମିକଙ୍କ ସହ ଫେରାର ହୋଇଯାଇଥିବା ନେଇ ପରେ ଚର୍ଚ୍ଚା ହୋଇଥିଲା।

୩ଦଫା ଦାବିରେ ନିର୍ମାଣ ଶ୍ରମିକଙ୍କ ଧାରଣା

୩ଦଫା ଦାବିରେ ନିର୍ମାଣ ଶ୍ରମିକଙ୍କ ଧାରଣା

ବାଲେଶ୍ୱର ଅଫିସ,୧୧।୪- ବାଲେଶ୍ୱର ନିର୍ମାଣ ସଂଘ ସମୂହ ସମନ୍ବୟ ସମିତି ତରଫରୁ ବୁଧବାର ପୂର୍ବାହ୍ନରେ ୩ଦଫା ଦାବି ନେଇ ବାଲେଶ୍ୱର ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା।

କାମିନୀଙ୍କ ବରଣମାଳାରେ ଝଲସିଲେ ଚନ୍ଦନେଶ୍ୱର

କାମିନୀଙ୍କ ବରଣମାଳାରେ ଝଲସିଲେ ଚନ୍ଦନେଶ୍ୱର

ଭୋଗରାଇ,୧୧।୪(ଡି.ଏନ.ଏ.)- କାମିନୀ ଠାକୁରାଣୀଙ୍କ ସହ ଦେବାଧିଦେବ ଚନ୍ଦନେଶ୍ୱରଙ୍କ ଲୌକିକ ବିବାହ ସନ୍ଦର୍ଶନ ଲାଗି ଚନ୍ଦନେଶ୍ୱର ପୀଠ ଲୋକାରଣ୍ୟ ହୋଇପଡିଥିଲା। ବୁଧବାର ପ୍ରତ୍ୟୁଷରେ ମନ୍ଦିରରୁ ଚନ୍ଦନେଶ୍ୱରଙ୍କ ଘଟକୁ ଅସଂଖ୍ୟ ଭକ୍ତଙ୍କ ଗହଣରେ ସେବାୟତ ଓ ପଣ୍ଡାମାନେ ବିଭିନ୍ନ ବାଦ୍ୟ ଓ ରୋଶଣି ମଧ୍ୟରେ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଦେଢ କି.ମି. ଦୂର କାମିନୀଙ୍କ ମନ୍ଦିରକୁ ନେଇଯାଇ ଥିଲେ।

ହାଇସ୍କୁଲରେ ସ୍ବାସ୍ଥ୍ୟ ସଚେତନତା କର୍ମଶାଳା

ଘସିପୁରା, ୧୧।୪(ଡି.ଏନ୍‌.ଏ.): ଆନନ୍ଦପୁର ବ୍ଲକ ପଞ୍ଚୁପଲୀ ହାଇସ୍କୁଲ ପରିସରରେ ସ୍ବାସ୍ଥ୍ୟ ସଚେତନତା କର୍ମଶାଳା ବୁଧବାର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ସୁରଙ୍କ ଅଧ୍ୟକ୍ଷତାରେ ପଞ୍ଚୁପଲୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡା. ଅଭିମନ୍ୟୁ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ।

ଅବ୍ୟବସ୍ଥାରେ ସୁଲଭ ଶୌଚାଳୟ

ଅବ୍ୟବସ୍ଥାରେ ସୁଲଭ ଶୌଚାଳୟ

କେନ୍ଦୁଝର, ୧୧। ୪(ସ୍ବ.ପ୍ର.): ଜିଲାପାଳଙ୍କ କାର୍ଯ୍ୟାଳୟ ପାଖ ତଥା ସରକାରୀ ବସଷ୍ଟାଣ୍ଡ ନିକଟରେ ୧୯୮୭ରେ ପ୍ରତିଷ୍ଠା ହୋଇଥିବା ସୁଲଭ ଶୌଚାଳୟ ଦୀର୍ଘ ବର୍ଷ ହେଲା ମରାମତି କାମ କରାଯାଉନଥିବାରୁ ପୁରୁଣା ଘରଟି ଅପରିଷ୍କାର ହୋଇରହିଛି।

ବ୍ୟାଟେରୀ ଚୋର ଗିରଫ

ଚମ୍ପୁଆ,୧୦।୪(ଡି.ଏନ.ଏ): ବ୍ୟାଟେରୀ ଚୋରି ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଚମ୍ପୁଆ ଆଇଆଇସି ସୁମିତ କୁମାର ସୋରେନ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ବିଜେଡି ଛାଡି ଜେଏମଏମରେ ମିଶିଲେ ଶତାଧିକ ଯୁବ କର୍ମୀ

ବାରିପଦା,୧୧।୪ - ବିଜୁ ଜନତା ଦଳର ଯୁବ ନେତା ରବୀନ୍ଦ୍ର ମହାନ୍ତଙ୍କ ନେତୃତ୍ୱରେ ଦଳର ଶତାଧିକ ଯୁବ କର୍ମୀ ବୁଧବାର ଜେଏମଏମ ଦଳରେ ସାମିଲ ହୋଇଛନ୍ତି ।

 ଅଖଣ୍ଡ ଶିକାର ରୋକିବାକୁ ପ୍ଲାଗ ମାର୍ଚ୍ଚ

ଅଖଣ୍ଡ ଶିକାର ରୋକିବାକୁ ପ୍ଲାଗ ମାର୍ଚ୍ଚ

ବାରିପଦା ଅଫିସ,୧୧।୪- ଆଗକୁ ବିଷୁବ ସଂକ୍ରାନ୍ତି ଥିବାରୁ ଶିମିଳିପାଳ ପାଦ ଦେଶରେ ସ୍ଥିତ ଗ୍ରାମରେ ଅଖଣ୍ଡ ଶିକାର ପାଇଁ ସଜବାଜ ଆରମ୍ଭ ହୋଇଯାଇଛି ।

ଜିଆରଏସଙ୍କୁ ବର୍ଷେ ଜେଲ

ବାରିପଦା ଅଫିସ,୧୧।୪- ଏକ ରାସ୍ତା କାମର ବିଲ ପାସ କରିବା ପାଇଁ ୨୦୧୪ ମସିହାରେ ମୟୂରଭଞ୍ଜ ଜିଲା ବହଳଦା ବ୍ଲକ ଗିଧିଘାଟି ପଞ୍ଚାୟତର ଗ୍ରାମ ରୋଜଗାର ସେବକ ମନୋରଞ୍ଜନ ମହାନ୍ତ ଗ୍ରାମ ସଂଯୋଜକ ରମେଶ କିସ୍କୁଙ୍କଠାରୁ ଲାଞ୍ଚ ନେଇ ଧରା ପଡିଥିଲେ। ଏହି ମାମଲାକୁ ଭିଜିଲାନ୍ସ ସ୍ବତନ୍ତ୍ର ଜଜ ତାରାପ୍ରସାଦ ରଥ ବିଚାର କରି ଜିଆରଏସଙ୍କୁ ୧ବର୍ଷ ଜେଲ ଦଣ୍ଡ ଦେବା ସହିତ ୫ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଟଙ୍କା ଅନାଦେୟ ଅଧିକ ୨ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ତାଙ୍କ ରାୟରେ ଉଲ୍ଳେଖ ରହିଛି।

ହତ୍ୟା ମାମଲା ଅଭିଯୁକ୍ତଙ୍କୁ ୫ବର୍ଷ ଜେଲ

ବାରିପଦା ଅଫିସ,୧୧।୪- ମୟୂରଭଞ୍ଜ ଜିଲା ଦୌରାଜଜ ପ୍ରମୋଦ କୁମାର ଜେନା ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୫ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହାସହ ୧୦ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଟଙ୍କା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଳେଖ ରହିଛି।

୩ ମଦ ବେପାରି ଗିରଫ

ରୂପ୍‌‌ସା,୧୧।୪(ଡି.ଏନ.ଏ.)- ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ଲଛମନଖୁଣ୍ଟା ଗ୍ରାମରେ ବୁଧବାର ଅବକାରୀ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି।

ଅଙ୍ଗନୱାଡ଼ି କେନ୍ଦ୍ର ଉଦ୍‌ଘାଟିତ

ରୂପ୍‌‌ସା,୧୧।୪(ଡି.ଏନ.ଏ.)- ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା ସୀମାନ୍ତବର୍ତ୍ତୀ ଆମ୍ବଗଡ଼ିଆ ପଞ୍ଚାୟତ ଭଗବାନପୁର ଗାଁରେ ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି।

ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ରେମୁଣା,୧୧।୪(ଡି.ଏନ.ଏ.)- ଇଞ୍ଚୁଡ଼ି କଳାମାଟିଆ ପାହି ଅଞ୍ଚଳର ବହୁଦିନର ଜଳକ୍ଳିଷ୍ଟ ଦୂର ହୋଇଛି। ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଦ୍ୱାରା ଏକ ମଧ୍ୟମଧରଣ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ଅପହୃତା ନାବାଳିକା ଉଦ୍ଧାର

ଭଣ୍ଡାରିପୋଖରୀ,୧୧।୪(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ସରସଦା ଅଞ୍ଚଳର ଜଣେ ୧୦ମ ଶ୍ରେଣୀ ନାବାଳିକା ଛାତ୍ରୀ ମଙ୍ଗଳବାର ସନ୍ଧ୍ୟାରେ ଟିଉସନରୁ ଫେରୁଥିବା ବେଳେ ସେହି ଅଞ୍ଚଳର ୨ଜଣ ଯୁବକ ତାଙ୍କୁ ଅପହରଣ କରିନେଇଥିଲେ।

ଧାମରା ବନ୍ଦର ସମ୍ପ୍ରସାରଣର ପରିବେଶ ଜନଶୁଣାଣି

ଧାମରା ବନ୍ଦର ସମ୍ପ୍ରସାରଣର ପରିବେଶ ଜନଶୁଣାଣି

ଚାନ୍ଦବାଲି,୧୧।୪(ଡି.ଏନ.ଏ.): ଭଦ୍ରକ ଜିଲା ଧାମରା ବନ୍ଦର କମ୍ପାନୀର ତୃତୀୟ ତଥା ସଂଶୋଧିତ ସମ୍ପ୍ରସାରଣ ପରିବେଶ ପ୍ରଭାବ ସଂକ୍ରାନ୍ତରେ ବୁଧବାର ଏକ ଜନଶୁଣାଣି ଶିବିର କଇଥଖୋଲା ପଞ୍ଚାୟତ କନକପ୍ରସାଦ ଡିଆରଡିଓ ହେଲିପ୍ୟାଡରେ ଅନୁଷ୍ଠିତ ହୋଇଯାଇଛି।

ପଣପଣା ଉଚ୍ଚ ବିଦ୍ୟାଳୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ପଣପଣା ଉଚ୍ଚ ବିଦ୍ୟାଳୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ବାହାନଗା,୧୧।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ପଣପଣା ଗ୍ରାମରେ ଥିବା କହ୍ନାଇ କର ନୋଡାଲ ଉଚ୍ଚ ବିଦ୍ୟାଳୟରେ ବୁଧବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ନବଚେତନା ମଞ୍ଚ ଓ ରାମକୃଷ୍ଣ ମେମୋରିଆଲ କାଉନସିଲର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲାପାଳ ରମେଶ ରାଉତ ଯୋଗ ଦେଇଥିଲେ।