ବାଲେଶ୍ୱର

ଡ୍ରେନ୍‌ ସଫାକଲା ଜୀବନଜ୍ୟୋତି ସଙ୍ଗଠନ

ଡ୍ରେନ୍‌ ସଫାକଲା ଜୀବନଜ୍ୟୋତି ସଙ୍ଗଠନ

ତିହିଡ଼ି,୧।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଜୀବନଜ୍ୟୋତି ସଙ୍ଗଠନ ପକ୍ଷରୁ ରବିବାର ସକାଳେ ତିହିଡ଼ି ବଜାରରେ ଥିବା ଡ୍ରେନ୍‌ ସଫା କରାଯାଇଛି। ସଙ୍ଗଠନର କର୍ମକର୍ତ୍ତାମାନେ ଡ୍ରେନ୍‌ରୁ ଅଳିଆ ସଫାକରି ତାକୁ ଟ୍ରାକ୍ଟରରେ ଉଠାଇ ନେଇଥିଲେ।

ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ

ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ

କେନ୍ଦୁଝର, ୧ା୭ (ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବ୍ଲକର କାନ୍ତଳସୁଆଁ ଗ୍ରାମରେ ଗତକାଲି ରାତିରେ ଜଙ୍ଗଲୀ ଛତୁ ଖାଇ ଗୋଟିଏ ପରିବାରର ୫ ଜଣ ଅସୁସ୍ଥ ହୋଇ ପଡଛନ୍ତି। ସେମାନଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଛି। ସେମାନେ ହେଲେ ପବନ ନାଏକ (୫୦), ସ୍ତ୍ରୀ ବୁଧେଇ ନାଏକ (୪୫) ଓ ଝିଅ ସୁଚିତ୍ରା ନାଏକ (୧୯), ସାବିତ୍ରୀ ନାଏକ (୧୦) ଏବଂ ପୁଅ ସତ୍ୟବ୍ରତ ନାଏକ (୧୫)।

ଗୋଟିଏ ରାତିରେ ଉଦଳାରେ ସିରିଜ୍‌ ଲୁଟ୍‌

ଗୋଟିଏ ରାତିରେ ଉଦଳାରେ ସିରିଜ୍‌ ଲୁଟ୍‌

ଉଦଳା,୧।୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳାରେ ଶନିବାର ରାତିରେ ସିରିଜ ଲୁଟ ହୋଇଛି। ଗୋଟିଏ ରାତିରେ ପୋଷ୍ଟ ଅଫିସ ସମେତ ଦୁଇଟି ଦୋକାନରେ ଦୁର୍ବୃତ୍ତମାନେ ଲୁଟ କରିଛନ୍ତି।

ପୋଡ଼ି ହୋଇ ନାବାଳିକା ଗୁରୁତର

ପୋଡ଼ି ହୋଇ ନାବାଳିକା ଗୁରୁତର

ଆନନ୍ଦପୁର,୧।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ଫକୀରପୁର ବଙ୍ଗାଳିସାହିରେ ଜଣେ ନାବାଳିକା ରବିବାର ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ନାବାଳିକାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ହୋଇଯାଇଥିବାରୁ ଅଧିକ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା କରାଯାଉଛି।

ଘରୋଇ କଳି ନେଲା ଜୀବନ: ସ୍ତ୍ରୀଙ୍କ ଶାଢ଼ିରେ ଝୁଲି ପଡ଼ିଲେ ଯୁବକ

ଘରୋଇ କଳି ନେଲା ଜୀବନ: ସ୍ତ୍ରୀଙ୍କ ଶାଢ଼ିରେ ଝୁଲି ପଡ଼ିଲେ ଯୁବକ

କେନ୍ଦୁଝର, ୧।୭ (ସ୍ବ.ପ୍ର): କେନ୍ଦୁଝର ଜିଲା ସଦର ଥାନା ଅର ଗ୍ରାମରେ ଜଣେ ଯୁବକ ସ୍ତ୍ରୀଙ୍କ ଶାଢ଼ିରେ ଝୁଲି ଆତ୍ମହତ୍ୟା କରିଥିବା ଜଣାପଡିଛି। ସେ ହେଲେ ସାତସିଙ୍ଗା (ବଣିଆପାଟ) ଅଞ୍ଚଳର ମୁନୁ ମହାକୁଡ (୩୫)।

ଭାରସାମ୍ୟ ହରାଇ ଜଙ୍ଗଲରେ ପଶିଲା ଟ୍ରକ୍‌

ଭାରସାମ୍ୟ ହରାଇ ଜଙ୍ଗଲରେ ପଶିଲା ଟ୍ରକ୍‌

କେନ୍ଦୁଝର, ୧।୭ (ସ୍ବ.ପ୍ର): ବାରିଆ ଥାନା ଅନ୍ତର୍ଗତ ଉଖୁଣ୍ଡା ଓ ବାରିଆ ମଝିରେ ରବିବାର ଭୋର ୪ଟାରେ ଏକ ଟ୍ରକ ଦୁର୍ଘଟଣାରେ ଗାଡ଼ିଚାଳକ ଆହତ ହୋଇଥିବା ଜଣାପଡିଛି।

ପଞ୍ଚସଖାଙ୍କ ମୂର୍ତ୍ତି ଉନ୍ମୋଚନ

ପଞ୍ଚସଖାଙ୍କ ମୂର୍ତ୍ତି ଉନ୍ମୋଚନ

କେନ୍ଦୁଝର, ୧।୭(ସ୍ବ.ପ୍ର.)- ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, କେନ୍ଦୁଝରଗଡ ପରିସରରେ ପଞ୍ଚସଖାଙ୍କ ମୂର୍ତ୍ତି ସମେତ ବିଭିନ୍ନ ମହାପୁରୁଷଙ୍କ ମୂର୍ତ୍ତି ଉନ୍ମୋଚନ ହୋଇଯାଇଛି।

ରଥଯାତ୍ରା ପ୍ରସ୍ତୁତି ବୈଠକ

ଯୋଡା,୧।୭(ଡି.ଏନ.ଏ.) ପୂର୍ବ ଯୋଡାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ନେଇ ଶ୍ରୀ ଶ୍ରୀ ଜଗନ୍ନାଥ ସେବା ସମିତି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଚଳିତ ବର୍ଷ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନ୍ନ ପୂର୍ଣ୍ଣିମା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଯୋଡାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ଓ ଶ୍ରୀ ଗୁଣ୍ଡିଚା ମନ୍ଦିରର କାର୍ଯ୍ୟକ୍ରମ ସମ୍ପର୍କରେ ଡା. ଅନିଲ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।

ବିଦ୍ୟୁତ ଅପେକ୍ଷାରେ ଗ୍ରାମବାସୀ

କେନ୍ଦୁଝର, ୧।୭(ସ୍ବ.ପ୍ର.)- ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବଣପାହାଡ ଘେରା ଦୁର୍ଗମ ରମ୍ପାକୋଟ ଗ୍ରାମର ବେଠିଆହତା, ଜଡାବାରୀ, ପୋଖରୀ ସାହିରେ ଏହି ଯୋଜନା ଅପହଞ୍ଚ ହୋଇପଡିଛି। ଏହି ଗ୍ରାମରେ ଶତାଧିକ ପରିବାର ବସବାସ କରୁଥିଲେ ହେଁ ଏହି ସାହିରେ ରହୁଥିବା ୬୦ରୁ ଊର୍ଦ୍ଧ୍ୱ ବିପିଏଲ ପରିବାର ବିଦ୍ୟୁତ ସେବା ପାଇପାରୁ ନ ଥିବାରୁ ଅନ୍ଧାରରେ ରାତି କାଟଛନ୍ତି।

ଅବହେଳିତ ଗାଁ ଉପର କମ୍ପଡିହି

ଅବହେଳିତ ଗାଁ ଉପର କମ୍ପଡିହି

ରାଇସୁଆଁ, ୧।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ବରଦାପାଳ ପଞ୍ଚାୟତ ଉପର କମ୍ପଡିହି ଏକ ଅବହେଳିତ ଗ୍ରାମ । ବଣ ପାହଡ ଘେରା ଏହି ଅଞ୍ଚଳରେ ବିକାଶଧାରା ଆଜି ବି ଅପହଞ୍ଚ । ଖାଦ୍ୟ ସୁରକ୍ଷା ଯୋଜନା ମଧ୍ୟ ଏଠି ବାଟବଣା। ଉପର କମ୍ପଡିହି ଗ୍ରାମରେ ୨ ହଜାରରୁ ଊର୍ଦ୍ଧ୍ୱ ଆଦିବାସୀ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଛନ୍ତି।

ପୋଲିସ ନବବଧୂଙ୍କୁ ଉଦ୍ଧାର କଲା: ଥାନାରେ ଏତଲା ଦେଲେ ପୀଡ଼ିତା

ଝୁମ୍ପୁରା, ୧।୭ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ଥାନାଞ୍ଚଳ ଅନ୍ତର୍ଗତ ଝୁମ୍ପୁରା ବ୍ଲକ ରାସ୍ତାର କବରଖାନା ଅପର ପାର୍ଶ୍ୱରେ ରହୁଥିବା ଏକ ପରିବାରରେ ଜଣେ ନବବଧୂଙ୍କୁ ଯୌତୁକ ପାଇଁ ଗୃହବନ୍ଦୀ କରି ନିର୍ଯାତନା ଦିଆଯିବା ଘଟଣା ନେଇ ଥାନାରେ ଏତଲା ଦିଆଯାଇଛି। ଗତ ୨୭ ତାରିଖ ରାତିରେ ମୁସଲିମ୍‌ ସମାଜର ହସ୍ତକ୍ଷେପ ପରେ ପୋଲିସ ପୀଡିତାଙ୍କୁ ଉଦ୍ଧାର କରିଛି।

ଚିକିତ୍ସା ନ କରି ଘରକୁ ଫେରାଇ ଦିଆଯିବାରୁ ନବଜାତ ଶିଶୁ ମୃତ

ଚିକିତ୍ସା ନ କରି ଘରକୁ ଫେରାଇ ଦିଆଯିବାରୁ ନବଜାତ ଶିଶୁ ମୃତ

ଯୋଡା,୧।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରସ୍ଥିତ ଟାଟାଷ୍ଟିଲ ଡାକ୍ତରଖାନାରେ ନବଜାତ ଶିଶୁକୁ ଠିକ ଭାବେ ଚିକିତ୍ସା ନ କରି ଘରକୁ ପଠାଇ ଦିଆଯିବାରୁ ଏହା ପରଦିନ ସେହି ଶିଶୁଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ ଜଣାଇ ସ୍ଥାନୀୟ ୧୦ ନମ୍ବର ୱାର୍ଡ ହନୁମାନ ହଟିଂର ବାସିନ୍ଦାମାନେ ଶନିବାର ଡାକ୍ତରଖାନା ଆଗରେ ବିକ୍ଷୋଭ କରି ଘଣ୍ଟାଏ କାଳ ଏହାର ଫାଟକ ବନ୍ଦ କରିଦେଇଥିଲେ। ଏନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।

 ଜଗଦଳା ଜଳ ସେଚନ ପ୍ରକଳ୍ପ ଅକାମୀ

ଜଗଦଳା ଜଳ ସେଚନ ପ୍ରକଳ୍ପ ଅକାମୀ

ଝୁମ୍ପୁରା ୧।୭ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଜଙ୍ଗଲାଞ୍ଚଳ ମଲଦା ପଞ୍ଚାୟତ ନିକଟରେ ନିର୍ମିତ ଜଗଦଳା ଜଳସେଚନ ପ୍ରକଳ୍ପ କେନାଲ ମରାମତି କାମ ସରି ନ ଥିବାରୁ ଖରିଫ ଋତୁରେ ଚାଷ ଜମିକୁ ଜଳ ଯୋଗାଣ ନେଇ ଅନିଶ୍ଚିତତା ଦେଖାଦେଇଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଏହି ପ୍ରକଳ୍ପରେ ବିଗତ କିଛି ବର୍ଷ ଧରି ଜଳସେଚନ ବ୍ୟବସ୍ଥା

‘ପିଲାଦିନୁ ଦୁଃଖକଷ୍ଟକୁ ଚିହ୍ନିଛି’

‘ପିଲାଦିନୁ ଦୁଃଖକଷ୍ଟକୁ ଚିହ୍ନିଛି’

ଭଣ୍ଡାରିପୋଖରୀ,୧।୭(ଡି.ଏନ.ଏ.)- ସଂଘର୍ଷମୟ ଜୀବନ ଦେଇ ଆଗକୁ ବଢ଼ିଛନ୍ତି ମନୋଜ। ପିଲାଦିନୁ ଦୁଃଖକଷ୍ଟକୁ ଅଙ୍ଗେ ନିଭାଇ ଅନ୍ୟମାନଙ୍କ ପାଇଁ ସେ ପାଲଟିଛନ୍ତି ଉଦାହରଣ। ଶିକ୍ଷକତା ଜୀବନ ଭିତରେ ସେବାକାର୍ଯ୍ୟ ଓ ପରିବେଶର ସୁରକ୍ଷା ଲାଗି ଅବିଶ୍ରାନ୍ତ ଭାବେ ସେ କାର୍ଯ୍ୟ କରିଆସୁଛନ୍ତି। ବିଭିନ୍ନ ବିଦ୍ୟାଳୟ ପରିସର, ରାସ୍ତାପାର୍ଶ୍ୱ ଓ ମଠମନ୍ଦିର ପାର୍ଶ୍ୱରେ ବୃକ୍ଷରୋପଣ କରି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୨୦୧୨ରେ ପାଇଛନ୍ତି ପ୍ରକୃତିବନ୍ଧୁ ସମ୍ମାନ।

୧୧ ବର୍ଷ ପରେ ହଟିଲା ପ୍ରତିବନ୍ଧକ

୧୧ ବର୍ଷ ପରେ ହଟିଲା ପ୍ରତିବନ୍ଧକ

ଚାନ୍ଦବାଲି,୧।୭(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ସବ୍‌ଟ୍ରେଜେରୀ ଅଫିସ୍‌ର ନିଜସ୍ବ ଅଫିସ୍‌ ଗୃହ ନିର୍ମାଣ ନେଇ ମାମଲା ରୁଜୁ ହେବାଠାରୁ ୨୦୦୭ ମସିହାରୁ ଏହା ଅର୍ଦ୍ଧନିର୍ମିତ ହୋଇ ପଡ଼ିରହିଛି। କୋର୍ଟ ମାମଲା ପ୍ରତ୍ୟାହାର ଓ ଉପକୂଳ ନିୟମାକ ଆଇନ(ସିଆର୍‌ଜେଡ୍‌)ର ଆବଶ୍ୟକୀୟ ସର୍ତ୍ତାବଳୀ ପୂରଣ କରାଯିବାରୁ ଦୀର୍ଘ ୧୧ବର୍ଷ ପରେ ଗୃହ ନିର୍ମାଣ ଆଶା ଉଜ୍ଜୀବିତ ହୋଇଛି।

ପ୍ଲାଷ୍ଟିକମୁକ୍ତ ଭଦ୍ରକ ଗଠନ ପ୍ରୟାସ

ପ୍ଲାଷ୍ଟିକମୁକ୍ତ ଭଦ୍ରକ ଗଠନ ପ୍ରୟାସ

ଭଦ୍ରକ ଅଫିସ,୧।୭-ଭଦ୍ରକ ଚରମ୍ପା ଧାମରା ରେଲୱେ ଲାଇନ ନିକଟସ୍ଥ ଅଗ୍ରୱାଲ ପ୍ୟାଲେସ ପରିସରରେ ଶନିବାର ଭଦ୍ରକକୁ ପ୍ଲାଷ୍ଟିକମୁକ୍ତ ସହର ଗଠନ କରିବା ନେଇ ଏକ ପ୍ରସ୍ତୁତି ବୈଠକ ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଡା. ପ୍ରଭାସ ମହାନ୍ତିଙ୍କ ଆବାହକତ୍ୱରେ ରୋଟାରୀ ଗଭର୍ଣ୍ଣର ଅଜୟ ଅଗ୍ରୱାଲ, ଅଭିଷେକ ଅଭିନନ୍ଦନ, ରୋଟାରିଆନ ପ୍ରଭାସ ମହାନ୍ତି, ଆଇନଜୀବୀ ଅତିଶ ବେହେରା ପ୍ରମୁଖ ଯୋଗଦେଇ ସହରକୁ ପ୍ଲାଷ୍ଟିକମୁକ୍ତ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ।

‘ଏଠି ଦିନେ ଗାଁଟିଏ ଥିଲା’

‘ଏଠି ଦିନେ ଗାଁଟିଏ ଥିଲା’

ଭଦ୍ରକ ଅଫିସ,୧।୭-ଗ୍ରାମାଞ୍ଚଳ ପରିବେଶ ସବୁଜିମାରେ ଭରପୂର। ଗାଁ ପୋଖରୀର କାଚକେନ୍ଦୁ ପାଣି, ପଦ୍ମଫୁଲ ଓ ଗାଁ ଠାକୁରାଣୀଙ୍କ ଆଧ୍ୟାତ୍ମିକ ପରିବେଶ କେତେକ ଲୋକଙ୍କୁ ବାନ୍ଧି ରଖିଛି। କିନ୍ତୁ ବର୍ତ୍ତମାନ ଅଧିକାଂଶ ଲୋକ ସହର ଅଭିମୁଖି। ଏଭଳି କିଛି ଘଟଣାବଳୀକୁ ନେଇ ଶୁକ୍ରବାର ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପରିବେଷିତ ହୋଇଥିଲା ନାଟକ ‘ଏଠି ଦିନେ ଗାଁଟିଏ ଥିଲା’।

ବାରିପଦାରେ ସାନ୍ତାଳୀ ବିଶ୍ୱବିଦ୍ୟାଳୟ ସ୍ଥାପନ ଦାବି

ବାରିପଦାରେ ସାନ୍ତାଳୀ ବିଶ୍ୱବିଦ୍ୟାଳୟ ସ୍ଥାପନ ଦାବି

ବାରିପଦା ଅଫିସ,୧।୭- ମୟୂରଭଞ୍ଜ ଆଦିବାସୀ ରିଭୋଲ୍ୟୁସନାରି ୟୁଥ ଏଣ୍ଡ ଷ୍ଟାଡେଣ୍ଡ ଆସୋସିଏସନ(ମାରିସା) ପକ୍ଷରୁ ଶନିବାର ଶହୀଦ ସିଦୁ ଓ କାହ୍ନୁଙ୍କ ହୁଲ ମାହାଁ ଉପଲକ୍ଷେ ସ୍ଥାନୀୟ ତକତପୁରଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ପରେ ସଙ୍ଗଠନର ଜିଲା ସଭାପତି ଅର୍ଜୁନ ମୁର୍ମୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳ ଗଙ୍ଗାଧର ନାୟକଙ୍କୁ ସାକ୍ଷାତ କରି ବିଭିନ୍ନ ଦାବି ସମ୍ବଳିତ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ, ଜିଲା ଶିକ୍ଷା ଅଧିକାରୀ ଏବଂ ଗଣଶିକ୍ଷା ବିଭାଗ ସଚିବଙ୍କ ନିକଟକୁ ପ୍ରେରିତ କରିଛନ୍ତି।

ଦଣ୍ଡିତ ଶିକ୍ଷକ ଚାକିରିରୁ ବରଖାସ୍ତ

କପ୍ତିପଦା,୧।୭((ଡି଼.ଏନ୍‌.ଏ) କପ୍ତିପଦା ବ୍ଲକ୍‌ ଅଧିନ ଦେବାନବାହାଳୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାସ୍କର ବେଜଙ୍କୁ ଜିଲା ଶିକ୍ଷାଧିକାରୀ ଚାକିରୀରୁ ବରଖାସ୍ତ କରିଛନ୍ତି। ଏନେଇ ଶିକ୍ଷାଧିକାରୀଙ୍କ ଚିଠି ନଂ-୬୨୯୩ରେ ଉଲ୍ଲେଖ ରହିଛି। ୨୦୦୧ ମସିହା ପଦ୍ମପୋଖରୀ ଆଶ୍ରମ ବିଦ୍ୟାଳୟର ଜଣେ ଛାତ୍ରଙ୍କୁ ଛାତ୍ରାବାସରେ ରଖିବା ପାଇଁ ତାଙ୍କ ଅଭିଭାବକଙ୍କଠାରୁ ସେ ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା।

ପିଲା କଳିରୁ ହତ୍ୟା ମାମଲା:ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ରାଇରଙ୍ଗପୁର,୧।୭(ଡି.ଏନ.ଏ.)-ବହଳଦା ଥାନା ବଡଦୁବୁ ଗ୍ରାମରେ ପିଲା କଳିକୁ କେନ୍ଦ୍ର କରି ୨୦୧୫ ମସିହାରେ ଏକ ହତ୍ୟାକାଣ୍ଡ ଘଟିଥିଲା। ଏହି ମାମଲାର ବିଚାର କରି ଅତିରିକ୍ତ ଜିଲା ଓ ଦୌରା ଜଜ ବିଜୟ କୁମାର ନାଏକ ଶନିବାର ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ହତ୍ୟାକାରୀ ସେକ୍‌ ଆଲିଜାନଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ହୋଇଛି ।

ଜିଲା ଉନ୍ନୟନ ସମନ୍ବୟ ଓ ପରିଚାଳନା କମିଟି ବୈଠକ

ଜିଲା ଉନ୍ନୟନ ସମନ୍ବୟ ଓ ପରିଚାଳନା କମିଟି ବୈଠକ

ବାରିପଦା ଅଫିସ,୧।୭- ମୟୂରଭଞ୍ଜ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଶନିବାର ବାରିପଦା ମୁର୍ଗାବାଡିସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ପରିଚାଳନା କମିଟିର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ ତଥା ବାଲେଶ୍ୱର ଲୋକସଭା ସଦସ୍ୟ ରବୀନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା।

ପୁନଃ ନାମଲେଖା ବିଜ୍ଞପ୍ତିକୁ ନେଇ ବିବାଦ

ବାରିପଦା ଅଫିସ,୧।୭- ମୟୂରଭଞ୍ଜ ଜିଲା ବାରିପଦା ତକତପୁରସ୍ଥିତ ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟ ବିଭିନ୍ନ ସମୟରେ ବାଦ ବିବାଦ ଭିତରେ ରହି ଆସୁଛି। ଏବେ ପୁଣି ପୁନଃ ନାମଲେଖା ବିଜ୍ଞପ୍ତି ପ୍ରକାଶକୁ ନେଇ ବିବାଦ ଦେଖାଦେଇଛି। ଯାହାକୁ ପ୍ରତ୍ୟାହାର ଦାବି କରି କର୍ତ୍ତୃପକ୍ଷଙ୍କ ଏକପାଖିଆ ନିଷ୍ପତ୍ତିକୁ ଛାତ୍ର ସଂସଦ ପକ୍ଷରୁ ବିରୋଧ କରାଯାଇଛି।

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ କଲେ ପରିବାର ଲୋକ

ବାଲେଶ୍ୱର ଅଫିସ, ୧।୭-ବାଲେଶ୍ୱର ଟାଉନ ଥାନା ଅଧୀନ ପୁରୁଣା ବାଲେଶ୍ୱର ଅଞ୍ଚଳରେ ଜଣେ ଯୁବକଙ୍କ ମୃତଦେହ ଶନିବାର ଗଛରେ ଝୁଲୁଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି।

ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ନେଇ ଥାନାରେ ମାମଲା

ବାହାନଗା, ୧।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତ ମଦନାପୁର ଅଞ୍ଚଳର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ପ୍ରତି ଅଟାସପୁର ଗ୍ରାମର ଜଣେ ବିବାହିତ ଯୁବକ ଅଶ୍ଳିଳ ଇଙ୍ଗିତ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ପରିବାର ସହିତ ଶନିବାର ଗୋପାଳପୁର ଫାଣ୍ଡିକୁ ଆସି ଅଭିଯୋଗ କରିଛନ୍ତି।