ବାଲେଶ୍ୱର

ପ୍ଲାଷ୍ଟିକ ବ୍ୟବହାର ବନ୍ଦ ଉପରେ ଗୁରୁତ୍ୱ

ପ୍ଲାଷ୍ଟିକ ବ୍ୟବହାର ବନ୍ଦ ଉପରେ ଗୁରୁତ୍ୱ

ଧାମନଗର, ୩।୧ (ଡି.ଏନ.ଏ.) - ଧାମନଗର ବ୍ଲକ କୋଠାର ବରିଷ୍ଠ ନାଗରିକ ସଙ୍ଗଠନ ତରଫରୁ ଦ୍ୱାଦଶ ବାର୍ଷିକ ସମ୍ମିଳନୀ ଓ ବନ୍ଧୁମିଳନ ବାଲିଚତରୀ ନଦୀପଠାଠାରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ନାଗରିକମାନେ ପରିବେଶକୁ ପ୍ରଦୂଷଣମୁକ୍ତ କରିପାରିଲେ ଅବଶିଷ୍ଟ ଜୀବନ ନିରୋଗରେ କଟିବା ସହ ଆଗାମୀ ପିଢ଼ି ପାଇଁ ଏହା ଶୁଭଚିନ୍ତକ ହେବ।

ଅବହେଳିତ ଇରମ ଶହୀଦ ସ୍ମୃତିପୀଠ

ଅବହେଳିତ ଇରମ ଶହୀଦ ସ୍ମୃତିପୀଠ

ପଦ୍ମପୁର, ୩।୧ (ଡି.ଏନ.ଏ.) - ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ରକ୍ତତୀର୍ଥ ଇରମ ଶହୀଦ ସ୍ମୃତିପୀଠ ଅବହେଳିତ ଅବସ୍ଥାରେ ରହିଛି। ପ୍ରଶାସନିକ ରକ୍ଷଣାବେକ୍ଷଣ ଅଭାବରୁ ପୀଠରେ ଚାରିଆଡ଼େ ଅଳିଆ ଆବର୍ଜନା ପଡ଼ି ରହିଛି। ଶହୀଦମାନଙ୍କ ପ୍ରତି  ଏହା ଅପମାନ। 

‘ବରପୁତ୍ରଙ୍କୁ ଅପମାନିତ କରୁଛନ୍ତି ରାଜ୍ୟ ସରକାର’

‘ବରପୁତ୍ରଙ୍କୁ ଅପମାନିତ କରୁଛନ୍ତି ରାଜ୍ୟ ସରକାର’

ବନ୍ତ, ୩।୧ (ସ୍ବ.ପ୍ର.) - ବନ୍ତ ବ୍ଲକ ଆଗରପଡ଼ାସ୍ଥିତ ହେମପଦ୍ମ ଗାଲାକ୍ସିଠାରେ ବୁଧବାର କଂଗ୍ରେସର ଜନଜାଗରଣ ସଭା ଅନୁଷ୍ଠିତ ହୋଇଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସଭାରେ ଯୋଗଦେଇ କହିଥିଲେ ଯେ, ରାଜ୍ୟରେ ଏକ ଅପାରଗ ଓ ସ୍ଥାଣୁ ସରକାର ଚାଲିଛି। 

ନାବାଳିକା ଝିଆରିଙ୍କୁ ଅସଦାଚରଣ ଅଭିଯୋଗ:  ୨ ଜଣଙ୍କୁ ଗଛରେ ବାନ୍ଧିଲେ, ନିର୍ଧୂମ ଛେଚିଲେ

ନାବାଳିକା ଝିଆରିଙ୍କୁ ଅସଦାଚରଣ ଅଭିଯୋଗ: ୨ ଜଣଙ୍କୁ ଗଛରେ ବାନ୍ଧିଲେ, ନିର୍ଧୂମ ଛେଚିଲେ

ଉଦଳା , ୩।୧ (ଡି.ଏନ.ଏ.) - ପିଉସାଙ୍କ ଘରେ  ଛାଡି ଦେବାକୁ କହି  ନାବାଳିକା ଝିଆରୀଙ୍କୁ ଘରୁ ଡାକି ଆଣି ସମ୍ପର୍କୀୟ ମଉସା ଓ ତାଙ୍କ ସହଯୋଗୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ନାବାଳିକାଜଣକ ନିଜ ପିଉସାଙ୍କ ନିକଟରେ ପୁରା ଘଟଣା ଜଣାଇବା ପରେ ବୁଧବାର ସମ୍ପର୍କୀୟ ମଉସା ଏବଂ ତାଙ୍କ ସହଯୋଗୀଙ୍କୁ ଗଛରେ ବାନ୍ଧି ଗ୍ରାମବାସୀ ନିର୍ଧୂମ  । ଏଭଳି ଘଟଣା ଘଟିଛି ଉଦଳା ଥାନା ଗୋପବନ୍ଧୁନଗର ବ୍ଲକ ଦିଘି  ଅଞ୍ଚଳରେ।

ବଡ଼ସାହି ବ୍ଲକ କଂଗ୍ରେସ ସଭାପତି ପଦକୁ ନେଇ ବିବାଦ

ବଡ଼ସାହି,୩ା୧ (ସ୍ବ.ପ୍ର.)- ବଡ଼ସାହି ବ୍ଲକ ଜୋନସ୍ତରୀୟ କଂଗ୍ରେସ ଦଳ ସଭାପତି ପଦକୁ ନେଇ ବିବାଦ  ଦେଖାଦେଇଛି। ଦଳର ସଭାପତି ପଦ ସାର୍ବଜନୀନ ହୋଇ ନ ଥିବାରୁ ଦଳ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଏ ସମ୍ପର୍କରେ ଗୋଟିଏ ଗୋଷ୍ଠୀର କର୍ମକର୍ତ୍ତାଙ୍କୁ ଜିଲା ସଭାପତି ମନୋନୀତ କରିଥିବା ନେଇ ୨୩ନଂ ଜୋନ କାର୍ଯ୍ୟକାରୀ ସଭାପତି ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

 କନଷ୍ଟେବଳଙ୍କୁ ହତ୍ୟା  ଅଭିଯୋଗ: ଅଭିଯୁକ୍ତଙ୍କ ଗିରଫ ଦାବୀରେ ରାସ୍ତାରୋକୋ

କନଷ୍ଟେବଳଙ୍କୁ ହତ୍ୟା ଅଭିଯୋଗ: ଅଭିଯୁକ୍ତଙ୍କ ଗିରଫ ଦାବୀରେ ରାସ୍ତାରୋକୋ

ବହଳଦା,୩ା୧ (ଡି.ଏନ.ଏ)-ଗତ ୨୮ ତାରିଖରେ ମୟୂରଭଞ୍ଜ ଜିଲା ତିରିଂ ଥାନା ପରିସରରେ ଜୈନେକ ପୋଲିସ କନଷ୍ଟେବଳଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା।  ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରି  ତୁରନ୍ତ ଅଭିଯୁକ୍ତଙ୍କ ଗିରଫ ଦାବୀ କରିଛନ୍ତି।

 ପଶ୍ଚିମ ମୟୂରଭଞ୍ଜ ରାଜସ୍ବ ଜିଲା ଗଠନ ଦାବି: ଆଜି ରାଇରଙ୍ଗପୁର ବନ୍ଦ

ପଶ୍ଚିମ ମୟୂରଭଞ୍ଜ ରାଜସ୍ବ ଜିଲା ଗଠନ ଦାବି: ଆଜି ରାଇରଙ୍ଗପୁର ବନ୍ଦ

ରାଇରଙ୍ଗପୁର,୩ା୧(ଡି.ଏନ.ଏ.): ପଶ୍ଚିମ ମୟୂରଭଞ୍ଜକୁ ନୂତନ ରାଜସ୍ବ ଜିଲା ଗଠନ ଦାବି ନେଇ ବୁଧବାର ରାଇରଙ୍ଗପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ  କରାଯାଇଛି। ରାଇରଙ୍ଗପୁର  ଓକିଲ ସଂଘ ସମେତ ବିଭିନ୍ନ ଦଳୀୟ କର୍ମକର୍ତ୍ତରା ଓ ଅନ୍ୟ ସଙ୍ଗଠନ ସଦସ୍ୟ ଏଥିରେ ସାମିଲ ହୋଇଥିଲେ। 

ପ୍ରଶାସନ ପକ୍ଷରୁ ବାଲି ଉତ୍ସରେ ଚଢ଼ାଉ;  ୨ ସମ୍ପପମ୍ପ ସମେତ ଜେସିବି ଜବତ

ପ୍ରଶାସନ ପକ୍ଷରୁ ବାଲି ଉତ୍ସରେ ଚଢ଼ାଉ; ୨ ସମ୍ପପମ୍ପ ସମେତ ଜେସିବି ଜବତ

ଜଳେଶ୍ୱର, ୩।୧(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲାପାଳ ରମେଶଚନ୍ଦ୍ର ରାଉତଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଉପ ଜିଲାପାଳ ନିଲୁ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଜଳେଶ୍ୱର ତହସିଲଦାର ଅଭିମନ୍ୟୁ ପଣ୍ଡା ଓ ପୋଲିସ ଏସଡିପିଓ ରାମଚନ୍ଦ୍ର ଗୌଡୁ ସଦଳବଳେ ତହସିଲ ଅଧୀନ ସୁବର୍ଣ୍ଣରେଖା ନଦୀର ଚାଲନ୍ତୀ ବାଲି ଉତ୍ସରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ। 

ଜିଲାପାଳଙ୍କ କୌଶଳ ବିକାଶ କେନ୍ଦ୍ର ପରିଦର୍ଶନ

ଜିଲାପାଳଙ୍କ କୌଶଳ ବିକାଶ କେନ୍ଦ୍ର ପରିଦର୍ଶନ

ବାଲେଶ୍ୱର ଅଫିସ, ୩।୧ - ବାଲେଶ୍ୱର ଜିଲାପାଳ ରମେଶ ଚନ୍ଦ୍ର ରାଉତ ସହରରେ  ଥିବା ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ କେନ୍ଦ୍ରକୁ ମଙ୍ଗଳବାର ଯାଇ ପରିଦର୍ଶନ କରିଥିଲେ। ନବବର୍ଷରେ ଛାତ୍ରୀଛାତ୍ରଙ୍କୁ ଜିଲାପାଳ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଗହଣରେ କିଛି ସମୟ ବିତାଇଥିଲେ।

ସ୍କୁଲ ବିବାଦୀୟ ଜମିରୁ ଗଛ କଟାରୁ ଉତ୍ତେଜନା

ସ୍କୁଲ ବିବାଦୀୟ ଜମିରୁ ଗଛ କଟାରୁ ଉତ୍ତେଜନା

ଜଳେଶ୍ୱର, ୩।୧(ଡି.ଏନ୍‌.ଏ.)-ଏକ ସ୍କୁଲର ବିବାଦୀୟ ଜମିରୁ ଗଛକଟାକୁ ନେଇ ବୁଧବାର ଗୋପ ଗ୍ରାମବାସୀ ସ୍ଥାନୀୟ ତହସିଲଦାରଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି। ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ପଞ୍ଚାୟତର ଗୋପ ଗ୍ରାମସ୍ଥିତ ସତୀନ୍ଦ୍ରନାଥ ନୋଡାଲ ସ୍କୁଲର ଏକ ବିବାଦୀୟ ଜମି ମାମଲା କୋର୍ଟରେ ବିଚାରାଧୀନ ରହିଛି।

‘ବାଲେଶ୍ୱର ସଦରର ଉନ୍ନତି ହୋଇଛି’

‘ବାଲେଶ୍ୱର ସଦରର ଉନ୍ନତି ହୋଇଛି’

ବାଲେଶ୍ୱର ଅଫିସ,୩।୧- ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ଉଲ୍ଲେଖନୀୟ ଉନ୍ନତି ହୋଇଛି। ସ୍ଥାନୀୟ ବିଧାୟକ ଜୀବନ ପ୍ରଦୀପ ଦାଶ ବୁଧବାର ଏହି କଥା କହିଛନ୍ତି। ଏଥିସହିତ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ କ୍ଷେତ୍ରରେ ହୋଇଥିବା ଉନ୍ନତିର ତାଲିକା ପ୍ରଦାନ କରିଛନ୍ତି।

ମିଳୁନି ମଜୁରି, ଚିନ୍ତାରେ ବନବାସୀ

ମିଳୁନି ମଜୁରି, ଚିନ୍ତାରେ ବନବାସୀ

କେନ୍ଦୁଝର, ୨ା୧(ସ୍ବ.ପ୍ର.): ବାଂଶପାଳ ବ୍ଲକ ଅନ୍ତର୍ଗତ ଚମ୍ପାଝର ଗ୍ରାମରେ ବନ ବିଭାଗ ପକ୍ଷରୁ କାଜୁ ବନୀକରଣ କାର୍ଯ୍ୟରେ ନିୟୋଜିତ ସ୍ଥାନୀୟ ଭୂୟାଁ ସମ୍ପ୍ରଦାୟର (ବନବାସୀ) ଶ୍ରମିକଙ୍କୁ ମଜୁରି ମିଳୁ ନ ଥିବା ଅଭିଯୋଗ ହୋଇଛି। ମଜୁରି ସିଧାସଳଖ ବ୍ୟାଙ୍କ ଖାତାକୁ ଯିବ ବୋଲି ବନ ବିଭାଗ କର୍ମଚାରୀ କହିଆସୁଛନ୍ତି। 

ଅଭିନବ ଉପାୟରେ ଗଛକଟା

ଅଭିନବ ଉପାୟରେ ଗଛକଟା

କେନ୍ଦୁଝର, ୨ା୧(ସ୍ବ.ପ୍ର.): ଘଞ୍ଚ ଜଙ୍ଗଲରେ ଭରିରହିଥିବା ବାଂଶପାଳ ବ୍ଲକ ଅଞ୍ଚଳରେ ରାସ୍ତାଘାଟ, ଜନବସତି ସ୍ଥାପନା ପାଇଁ ବେଆଇନ ଭାବେ ଗଛକଟା ଚାଲିଛି। କାଠ ମାଫିଆଙ୍କ ପ୍ରାଦୁର୍ଭାବ ଯୋଗୁ ଜଙ୍ଗଲ ପଦା ହେବାକୁ ଲାଗିଛି। ବେଆଇନ ଭାବେ ଜଙ୍ଗଲାଞ୍ଚଳରେ ମୋରମ, ମାଟି ଓ ପଥର ତଡ଼ା ଚାଲିଛି। ବିନା ଅନୁମତିରେ ରାସ୍ତା ନିର୍ମାଣ ପାଇଁ ଗଛ କଟାଯାଉଛି। ଅଭିନୟ ଉପାୟ ଅବଲମ୍ବନ କରି ଗଛ କଟାଯାଉଥିଲେ ହେଁ ରୋକାଯାଉ ନାହିଁ। ଧରପଗଡ କରାଯାଉନି।

ପଥର ବୋଝେଇ  ଟିପ୍ପର ଜବତ

ପଥର ବୋଝେଇ ଟିପ୍ପର ଜବତ

ଖୁଣ୍ଟା,୨ା୧(ଡି.ଏନ.ଏ.)- ଡୁକୁରା ରେଞ୍ଜର ବନ କର୍ମଚାରୀମାନେ ବୁଧବାର ପଥର ବୋଝେଇ ୨ ଟିପ୍ପର ଜବତ କରିଛନ୍ତି।  ଭୋରୁ   ବେଲଡାଙ୍ଗିରି ପଥର ଖାଦାନରୁ  ଏକ ଗାଡି ପଥର ବୋଝେଇ କରି ଚିତ୍ରଡା ଯାଉଥିବା ବେଳେ ବନ କର୍ମଚାରୀଙ୍କ ହାବୁଡ଼ରେ ପଡିଥିଲା ।

ରଗ୍‌ବୀ ପ୍ରତିଯୋଗିତାରେ ଓଡ଼ିଶାକୁ ସଫଳତା:ବିଜୟୀ ଦଳରେ ମୟୂରଭଞ୍ଜର ୪ ଛାତ୍ରୀ

ରଗ୍‌ବୀ ପ୍ରତିଯୋଗିତାରେ ଓଡ଼ିଶାକୁ ସଫଳତା:ବିଜୟୀ ଦଳରେ ମୟୂରଭଞ୍ଜର ୪ ଛାତ୍ରୀ

ବାରିପଦା ଅଫିସ,୨ା୧ - ଗତ ଡିସେମ୍ବର ୨୬ରୁ ୩୧ତାରିଖ ପର୍ଯ୍ୟନ୍ତ କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ୨୪ତମ ଜାତୀୟ ବିଦ୍ୟାଳୟସ୍ତରୀୟ ରଗବୀ ଫୁଟବଲ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲାକୁ ସଫଳତା ମିଳିଛି।

ଛାତ୍ରୀଙ୍କୁ କମେଣ୍ଟମରାକୁ ନେଇ ଉତ୍ତେଜନା:୨ ଘଣ୍ଟା ରାସ୍ତାରୋକୋ

ଛାତ୍ରୀଙ୍କୁ କମେଣ୍ଟମରାକୁ ନେଇ ଉତ୍ତେଜନା:୨ ଘଣ୍ଟା ରାସ୍ତାରୋକୋ

ଚାନ୍ଦବାଲି, ୨।୧ (ଡି.ଏନ.ଏ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ଅଞ୍ଚଳର ଏକ ହାୟର ସେକେଣ୍ଡାରୀ ସ୍କୁଲରୁ ଫେରୁଥିବା କେତେକ ଛାତ୍ରୀଙ୍କୁ ରାସ୍ତାରେ କମେଣ୍ଟମରାକୁ ନେଇ ବୁଧବାର ଉତ୍ତେଜନା ସ୍ଥିତି ସୃଷ୍ଟି ହୋଇଥିଲା। 

ମହିଳାଙ୍କୁ ଅସଦାଚରଣ: ଯୁବକ ଗିରଫ

ମହିଳାଙ୍କୁ ଅସଦାଚରଣ: ଯୁବକ ଗିରଫ

ତିହିଡ଼ି, ୨।୧ (ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡ଼ି ଥାନା ସାହାପୁର ଅଞ୍ଚଳର ଜଣେ ମହିଳାଙ୍କୁ ମଙ୍ଗଳବାର ଗଦି ବଜାରରେ ଜଣେ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। 

ନାବାଳିକାଙ୍କୁ ଅସଦାଚରଣ: ଜଣେ ଗିରଫ

ନାବାଳିକାଙ୍କୁ ଅସଦାଚରଣ: ଜଣେ ଗିରଫ

ଧାମନଗର, ୨।୧ (ଡି.ଏନ.ଏ.) - ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ମୁନିସପାଟଣା ମଳିକସାହିର ପୀତବାସ ମଳିକଙ୍କୁ ଧାମନଗର ଥାନା ପୋଲିସ ଗିରଫ କରିଛି। ଅନ୍ୟ ସହଯୋଗୀ ରିତେଶ ମଳିକ ଫେରାର ହୋଇଯାଇଛନ୍ତି।

ପୋଖରୀରୁ ଶିଶୁକନ୍ୟାଙ୍କ ମୃତଦେହ ଉଦ୍ଧାର

ପୋଖରୀରୁ ଶିଶୁକନ୍ୟାଙ୍କ ମୃତଦେହ ଉଦ୍ଧାର

ବାସୁଦେବପୁର, ୨।୧ (ଡି.ଏନ.ଏ.) - ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଗୋପବନ୍ଧୁ ନଗର ପଞ୍ଚାୟତ ବଡମାହାରା ଗ୍ରାମର ଏକ ପୋଖରୀରୁ ବୁଧବାର ପୂର୍ବାହ୍ନରେ ୨ବର୍ଷର ଜଣେ ଶିଶୁକନ୍ୟାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଶିଶୁ ହେଲେ କୁଆମରା ଗ୍ରାମର ଗଣେଷ ମଣ୍ଡଳଙ୍କ ଝିଅ ମାମା। 

ବାବା ବାଲୁଙ୍କେଶ୍ୱର କ୍ରିକେଟ ଟୁର୍ନାମେଣ୍ଟ: ଫ୍ରେଣ୍ଡ୍‌ସ କ୍ଲବ ଚାମ୍ପିୟନ

ବାବା ବାଲୁଙ୍କେଶ୍ୱର କ୍ରିକେଟ ଟୁର୍ନାମେଣ୍ଟ: ଫ୍ରେଣ୍ଡ୍‌ସ କ୍ଲବ ଚାମ୍ପିୟନ

ଭଣ୍ଡାରିପୋଖରୀ, ୨।୧ (ଡି.ଏନ.ଏ.) - ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ପଣପାଣ୍ଡୁଆ ପଡ଼ିଆଠାରେ ଚାଲିଥିବା ୨୦ତମ ବାବା ବାଲୁଙ୍କେଶ୍ୱର କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ରାମବାଗ ଏନ୍‌ସିସି ଓ ଷୋଳମପୁର ଫ୍ରେଣ୍ଡ୍‌ସ କ୍ଲବ ମଧ୍ୟରେ ଫାଇନାଲ ମ୍ୟାଚ୍‌ ହୋଇଥିଲା। ଏଥିରେ ଫ୍ରେଣ୍ଡ୍‌ସ କ୍ଲବ ଚାମ୍ପିୟନ ହୋଇଛି। 

ଚାଷୀଙ୍କ ମୃତ୍ୟୁ

ଚାଷୀଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ, ୨।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ  ଥାନା ଅଧୀନ ସମ୍ପେଇ ଗ୍ରାମର ଜଣେ ଚାଷୀଙ୍କ ବୁଧବାର  ମୃତ୍ୟୁ ଘଟିଛି।

ସ୍କୁଟିକୁ ଧକ୍କା ଦେଲା ଡମ୍ପର, ମହିଳା ମୃତ

ସ୍କୁଟିକୁ ଧକ୍କା ଦେଲା ଡମ୍ପର, ମହିଳା ମୃତ

ବାହାନଗା,୨।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଜାଗେଶ୍ୱରପଦା-ଗିଲିଦା ରାସ୍ତାର କରଞ୍ଜାବିନ୍ଧାଠାରେ ବୁଧବାର ଏକ ବାଲିବୋଝେଇ ଡମ୍ପର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

ବାଲେଶ୍ୱର ପରଖିରେ ସିରିଜ୍‌ ଲୁଟ୍‌, ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ବାଲେଶ୍ୱର ପରଖିରେ ସିରିଜ୍‌ ଲୁଟ୍‌, ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ବାଲେଶ୍ୱର ଅଫିସ,୨।୧: ବାଲେଶ୍ୱର ଜିଲା ସଦର ଥାନା ଅନ୍ତର୍ଗତ ପରଖି ଅଞ୍ଚଳରେ ଥିବା ଆହ୍ଲାବାଦ ବ୍ୟାଙ୍କରୁ ମଙ୍ଗଳବାର ରାତିରେ ଡକାୟତି ହୋଇଥିବା ଜଣାପଡ଼ିଛି। ଏପରିକି ଦୁର୍ବୃତ୍ତମାନେ ନିକଟରେ ଥିବା ସିମେଣ୍ଟ ଏବଂ ମୋବାଇଲ ଦୋକାନ ମଧ୍ୟ ଭାଙ୍ଗି ଲୁଟ କରିଛନ୍ତି। ଏହାକୁ ବିରୋଧ କରି ବୁଧବାର ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି। 

ଭୀମକୁଣ୍ଡରେ ସୁରକ୍ଷା ଢିଲା

ଭୀମକୁଣ୍ଡରେ ସୁରକ୍ଷା ଢିଲା

କେନ୍ଦୁଝର, ୨ା୧(ସ୍ବ.ପ୍ର.): ଘଟଗାଁ ଥାନା କେନ୍ଦୁଝର ଓ ମୟୂରଭଞ୍ଜ ସୀମାରେ ରହିଥିବା ବୈତରଣୀ ନଦୀର ଭୀମକୁଣ୍ଡ ଜଳପ୍ରପାତରେ ସୁରକ୍ଷା ବ୍ୟବସ୍ଥା ଢିଲା ରହିଛି। ୪ ଦିନ ତଳେ ଭୀମକୁଣ୍ଡ ଜଳପ୍ରପାତରେ ଜଣେ କଲେଜ ଛାତ୍ର ଭାସିଯାଇ ନିଖୋଜ ହୋଇଛନ୍ତି।