ବାଲେଶ୍ୱର

ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର ପରେ ପ୍ରତାରଣା

ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର ପରେ ପ୍ରତାରଣା

ଭଣ୍ଡାରିପୋଖରୀ,୧୧ା୭(ଡି.ଏନ.ଏ.)-ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ସମ୍ପର୍କ ରଖି ବଳାତ୍କାର କରିବା ଏବଂ ପରେ ନିର୍ଯାତନା ଦିଆଯିବା ଘଟଣା ନେଇ ପୀଡିତା ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନାରେ ମଙ୍ଗଳବାର ଅଭିଯୋଗ କରିଛନ୍ତି। ପୀଡିତା ଓ ତାଙ୍କ ପରିବାର କୌଶଳ କରି ଅଭିଯୁକ୍ତ ଯୁବକଙ୍କୁ ଡକାଇ ଭଣ୍ଡାରିପୋଖରୀ ଥାନାରେ ମଧ୍ୟ ଜିମା ଦେଇଛନ୍ତି। ପୀଡିତାଙ୍କ ଅଭିଯୋଗ କ୍ରମେ ପୋଲିସ ଦଫା ୩୭୬(୨)(ଏନ)/୩୨୩, ୩୦୭, ୫୦୬, ୩୪ ଆଇପିସିରେ ଏକ ମାମଲା(ନଂ. ୧୧୦/୧୮) ରୁଜୁ କରିଛି। ଉଭୟ ପୀଡିତା ଓ ଅଭିଯୁକ୍ତ ଯୁବକଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଯାଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

ହସି ହସାଇବାରେ ବିତିଛି ୪୦ବର୍ଷ

ହସି ହସାଇବାରେ ବିତିଛି ୪୦ବର୍ଷ

ତିହିଡ଼,୧୦। ୭(ଡି.ଏନ.ଏ.)- ପିଲାଦିନର ଦୁଃଖକଷ୍ଟ ତାଙ୍କ ଜୀବନକୁ ଦେଇଥିଲା ଭିନ୍ନ ମୋଡ଼। ଜନ୍ମ ପରେ ୬ ମାସର ହୋଇଥିବା ବେଳେ ମା’ ଓ ୬ବର୍ଷର ହୋଇଥିବା ବେଳେ ବାପାଙ୍କୁ ହରାଇଥିଲେ। ବାପା-ମା’ ଛେଉଣ୍ଡ ପଦ୍ମନାଭଙ୍କ ପାଇଁ ଆଶ୍ରୟସ୍ଥଳ ପାଲଟିଥିଲା ମୂଷାଙ୍ଗ ଗାଁର ମାମୁଘର ା ଚତୁର୍ଥ ଶ୍ରେଣୀରୁ ପାଠପଢ଼ାରେ ଡୋରି ବନ୍ଧା ହୋଇଯାଇଥିଲା ା ପରେ କାମଧନ୍ଦା କରି ତାଙ୍କୁ ପେଟ ପୋଷିବାକୁ ପଡ଼ିଥିଲା । ଏଭଳି ପରିସ୍ଥିତିରେ ସେ ଖୋଜି ପାଇଥିଲେ ତାଙ୍କ ଭିତରେ ଲୁଚି ରହିଥିବା କଳା ପ୍ରତିଭାକୁ । ପିଲାଟି ଦିନରୁ ନାଚଗୀତ ଓ ଅଭିନୟ ପ୍ରତି ରୁଚି ରଖି ଆଗକୁ ବଢି ଯାତ୍ରା ଦଳରେ ସାମିଲ ହୋଇଥିଲେ। ସେବେଠାରୁ ଦୀର୍ଘ ୪୦ ବର୍ଷ ଧରି ଅଭିନୟ କଳା ମାଧ୍ୟମରେ ସେ ଅନ୍ୟକୁ ହସ ବାଣ୍ଟି ଆସିଛନ୍ତି। ଦୁଃଖର ଜୀବନଯାତ୍ରା ଭିତରେ ଏହି କଳା ପ୍ରତିଭା ତାଙ୍କୁ ଦେଇଛି ଜଣେ ହାସ୍ୟ ଅଭିନେତାର ପରିଚୟ।

ଚୋରି ପିକଅପ୍‌ ଜବତ

ବେତନଟୀ,୧୧।୭(ଡ଼ି.ଏନ.ଏ)-ବେତନଟୀ ଥାନା ଅଧୀନ ୧୮ ନଂ ଜାତୀୟ ରାଜପଥର ଛୁରୁଣି ଛକ ନିକଟରେ ବାଲେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିବା ଏକ ପିକଅପ୍‌କୁ ମଙ୍ଗଳବାର ସ୍ଥାନୀୟ ଲୋକେ ବେତନଟୀ ଥାନା ଜିମା ଦେଇଛନ୍ତି। ଏହି ପିକଅପ୍‌ ଚାଳକଙ୍କୁ ପୋଲିସ ଥାନାରେ ଅଟକ ରଖି ତଦନ୍ତ କରୁଛି। ବେତନଟୀ ଥାନା ଅଞ୍ଚଳରୁ ନିକଟ ଅତୀତରେ ୩ ଟି ପିକଅପ ଗାଡ଼ି ଚୋରି ହୋଇଥିବା ଥାନାରେ ଏତଲା ଦିଆଯାଇଥିଲା। ଏଥି ମଧ୍ୟରୁ ଦୁଇଟି ଚୋରି ଗାଡ଼ିର ଯନ୍ତ୍ରାଶଂକୁ ନେଇ ଏହି ଚୋରି ଗାଡ଼ିରେ ଯୋଡ଼ା ଯାଇଥିବା ସ୍ଥାନୀୟ ଲୋକ କହିଛନ୍ତି। ଚୋରି ଗାଡ଼ିଗୁଡ଼ିକ ମଧ୍ୟରେ ବେତନଟୀ ବଜାରର ଶୁଭାଶୁଂ ଅଗ୍ରୱାଲଙ୍କର ଘର ସାମନାରୁ ଏକ ବିସ୍କୁଟ ବୋଝେଇ ପିକଅପ୍‌ ଚୋରି ହୋଇଥିଲା। ସେହିଭଳି ଏହି ଥାନା ଅଧୀନ ଡ଼ୁମାପଦା ଗ୍ରାମର ରବୀନ୍ଦ୍ର ମହାନ୍ତଙ୍କର ଗାଡ଼ିଟି କେଶିପୁର ନିକଟରେ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଧରାପଡ଼ିଥିବା ଚୋରି ଗାଡ଼ିଟି ଶୁଭାଶ ଅଗ୍ରୱାଲଙ୍କର ଇଞ୍ଜିନ ଓ କେବିନ, ରବୀନ୍ଦ୍ର ମହାନ୍ତଙ୍କର ଗାଡ଼ିର ଡ଼ଲା ଲାଗିଥିବା ଅଭିଯୋଗକାରୀ ଚିହ୍ନଟ କରିଛନ୍ତି।

୨୦ ଅଙ୍ଗନୱାଡି  ଶିଶୁ ଅସୁସ୍ଥ

୨୦ ଅଙ୍ଗନୱାଡି ଶିଶୁ ଅସୁସ୍ଥ

ଠାକୁରମୁଣ୍ଡା,୧୧ା୭(ଡି.ଏନ.ଏ)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ସାନଅନ୍ଧାରୀଖମଣ ଅଙ୍ଗନୱାଡି କେନ୍ଦ୍ରରେ ମଙ୍ଗଳବାର ରନ୍ଧାଖାଦ୍ୟ ଖାଇ ୨୦ ଶିଶୁ ଅସୁସ୍ଥ ହୋଇ ପଡିଛନ୍ତି। ସେଥିମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସମସ୍ତ ଅସୁସ୍ଥ ଶିଶୁଙ୍କ ବୟସ ୪ରୁ ୬ ବର୍ଷ ମଧ୍ୟରେ ହେବ ବୋଲି ଜଣାଯାଇଛି।

ସୁରକ୍ଷା ସାଙ୍ଗକୁ ସୁଧୁରିବ ଭିତ୍ତିଭୂମି ସମସ୍ୟା

ବାରିପଦା ଅଫିସ,୧୧।୭- ବାରିପଦାଠାରେ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାପନ ହେବାର ୨ ବର୍ଷ ପରେ ଏହାର ଆନୁଷଙ୍ଗିକ ବିକାଶ,ସୁରକ୍ଷା ଓ ନିଯୁକ୍ତି କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ସ୍ବାସ୍ଥ୍ୟ ବିକାଶ ସମିତିର ପ୍ରଥମ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ତଦନୁଯାୟୀ, ମେଡିକାଲ କଲେଜର ବିଭିନ୍ନ ଗ୍ରୁପ ଡି ପୋଷ୍ଟ ନିଯୁକ୍ତି, ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ଇଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଳାଣ୍ଟ ସ୍ଥାପନ କରିବା, ପାନୀୟ ଜଳ ବ୍ୟବସ୍ଥା, ବାୟୋମେଡିକାଲ ୱେଷ୍ଟ ଡିସପୋଜାଲ ନିର୍ମାଣ, ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଆଶ୍ରୟ ସ୍ଥଳ ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ। ସେହିପରି ଅଗ୍ନି ନିରାପତ୍ତା ବ୍ୟବସ୍ଥା ସାଙ୍ଗକୁ ୨୫୦ କିଲୋୱାଟର ଜେନେରେଟର ସ୍ଥାପନ, ସୁରକ୍ଷା ପାଇଁ ମେଡିକାଲ କଲେଜରେ ସିସି ଟିଭି ଲଗାଯିବା, ଦୁଇଟି ନୂଆ ଅକ୍ସିଜେନପ୍ଲାଣ୍ଟ, କାଜୁଆଲ୍‌ଟି ଓ ଟ୍ରମା କେୟାର ସେଣ୍ଟର, ଦେବେନ୍ଦ୍ରପୁରଠାରେ ଡ୍ରଗ ହାଉସ ସ୍ଥାପନ ଏବଂ ରୋଗୀଙ୍କ ପାଇଁ ୨୫୦ ଶଯ୍ୟା ବିଶିଷ୍ଟ କୋଠା ନିର୍ମାଣ ପ୍ରସ୍ତାବ ରହିଛି।

ଅଜଗର ଉଦ୍ଧାର

ଅଜଗର ଉଦ୍ଧାର

ବିଶୋଇ,୧୧।୭ : ବିଶୋଇ ବ୍ଲକ କିତାବେଡା ଗ୍ରାମ ନିକଟରୁ ମଙ୍ଗଳବାର ଏକ ଅଜଗର ସାପ ଉଦ୍ଧାର ହୋଇଛି। ଖବର ପାଇ ବିଶୋଇ ରେଞ୍ଜର ଲଷ୍ମୀଧର ବେହେରାଙ୍କ ନିର୍ଦ୍ଧେଶକ୍ରମେ ଫରେଷ୍ଟର ବିପିନ ଚନ୍ଦ୍ର ବେହେରା, ଫରେଷ୍ଟ ଗାର୍ଡ ସନତ କୁମାର ବେହେରା, ସବୁଜ ବାହିନୀ ପ୍ରକାଶ ଚନ୍ଦ୍ର ମିଶ୍ର ,ସୁନୀଲ କୁମାର ମହାନ୍ତ ଘଟଣା ସ୍ଥଳକୁ ପହଞ୍ଚି ଅଜଗରକୁ ଉଦ୍ଧାର କରି ଖଡମବେଡା ସଂରକ୍ଷିତ ଜଙ୍ଗଲ ରେ ଛାଡିଥିଲେ । ଉଦ୍ଧାର ସାପର ବୟସ ପାଖାପାଖି ୩ ବର୍ଷ ଥିବାବେଳେ ଲମ୍ବ ୬ ଫୁଟ ୬ ଇଞ୍ଚ ଏବଂ ଓଜନ ୧୪.୫ କେଜି ବୋଲି ସୂଚନା ମିଳିଛି ।

ଜାମଶୂଳୀ କଲେଜ ଛାତ୍ରୀନିବାସରେ ତାଲା

ଜାମଶୂଳୀ କଲେଜ ଛାତ୍ରୀନିବାସରେ ତାଲା

ବସ୍ତା, ୧୧।୭(ସ୍ବ.ପ୍ର.)-ବସ୍ତା ବ୍ଲକ ଜାମଶୂଳୀସ୍ଥିତ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ଏକମାତ୍ର ଛାତ୍ରୀନିବାସ ଅନିବାର୍ଯ୍ୟ କାରଣ ଯୋଗୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି ା ଫଳରେ ଦୂରଦୂରାନ୍ତରୁ ଆସିଥିବା ଛାତ୍ରୀମାନେ ଅଯଥା ହଇରାଣ ହେଉଛନ୍ତି।

ଧରିତ୍ରୀ ପ୍ରଭାବ , ହରିପୁର ନୋଡାଲ ସ୍କୁଲରେ ଶିକ୍ଷକ ଅଭାବ ପ୍ରସଙ୍ଗ: ପହଞ୍ଚିଲେ ଶିକ୍ଷାଧିକାରୀ

ଖଇରା, ୧୧।୭(ଡି.ଏନ.ଏ.)-ଖଇରା ବ୍ଲକ ହରିପୁର ନୋଡାଲ ସ୍କୁଲରେ ଶିକ୍ଷକ ସମସ୍ୟାର ସମାଧାନ ପାଇଁ ମଙ୍ଗଳବାର ଜିଲା ଶିକ୍ଷାଧିକାରୀ ହୃଶିକେଶ କାଣ୍ଡି ହରିପୁର ସ୍କୁଲରେ ପହଞ୍ଚିଥିଲେ ା ସେଠାରେ ସେ ପ୍ରଧାନଶିକ୍ଷୟିତ୍ରୀ ସରସ୍ବତୀ ନାୟକ ତଥା ପରିଚାଳନା କମିଟି ସଭ୍ୟ ପୂର୍ଣ୍ଣଚନ୍ଦ୍ର ନାୟକ, ଅନ୍ତର୍ଯାମୀ ପଣ୍ଡା, ପ୍ରଦୀପ ବେହେରା, ସରପଞ୍ଚ ସୁଲୋଚନା ବିଶ୍ୱାଳ, ସମିତିସଭ୍ୟା ଚମ୍ପାବତୀ ପଣ୍ଡାଙ୍କ ସହ ଆଲୋଚନା କରିଥିଲେ ା

ହାତୀ ଉପଦ୍ରବ ଜାରି, ଲୋକେ ଆତଙ୍କିତ

ହାତୀ ଉପଦ୍ରବ ଜାରି, ଲୋକେ ଆତଙ୍କିତ

ସଜନାଗଡ଼,୧୧।୭(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡ଼ିହା ଅଭୟାରଣ୍ୟରୁ ଖାଦ୍ୟ ଅନ୍ବେଷଣରେ ୩ଟି ହାତୀ ବହୁଦିନ ଧରି ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ରହିଆସୁଛନ୍ତି। ସେମାନେ ସନ୍ଧ୍ୟା ହେଲେ ପ୍ରତିଦିନ ଜଙ୍ଗଲକୁ ଲାଗି ରହିଥିବା ନିକଟସ୍ଥ ଗ୍ରାମ ନରଣପୁର, ଭଉଁରିଆବାଡ଼, ଜାମୁଡ଼ିହା, ଶିଆଡ଼ିମାଳ, ସଜନାଗଡ଼, ଗରଡ଼ିକୁ ଚାଲି ଆସି ଉପଦ୍ରବ କରୁଛନ୍ତି। ରାତି ହେଲେ ଭୟର ବାତାବରଣ ଲାଗି ରହିଛି। ହାତୀ ପାଇଁ ଲୋକେ ସନ୍ଧ୍ୟା ହେଲା ମାତ୍ରେ ତାଟି କବାଟ କିଳି ରହୁଛନ୍ତି। ହାତୀମାନେ ବିଲକୁ ଯାଇ ଚାଷଜମିରେ ବୁଣା ହୋଇଥିବା ବୁଆଳି ଏବଂ ଘର ବାଡ଼ିରେ ଥିବା କଦଳୀ, ବାଉଁଶ ଗଛକୁ ଖାଇବା ସହିତ ନଷ୍ଟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଗୁଣିଗାରେଡି ସନ୍ଦେହରୁ ନେଇ ଗଣ୍ଡଗୋଳ

ନୀଳଗିରି, ୧୧ା୭(ଡି.ଏନ.ଏ.)-ଅନ୍ଧବିଶ୍ୱାସକୁ କେନ୍ଦ୍ର କରି ଗୁଣିଆ ଡାକି ପୂଜାର୍ଚ୍ଚନା କରିବା ଭଳି ଘଟଣା ବାଲେଶ୍ୱର ଜିଲା ନୀଳଗିରି ଥାନା କଣ୍ଟାବଣିଆ ଅଞ୍ଚଳରେ ଘଟିଛି। ଏହି ଗାଁର ଆଦିବାସୀ ସାହିରେ ଗୁଣିଗାରେଡି ସନ୍ଦେହ ତଥା ପୂଜାର୍ଚ୍ଚନାକୁ ନେଇ ଦାଦା ଓ ପୁତୁରାଙ୍କ ଭିତରେ ଗଣ୍ଡଗୋଳ ଘଟିବା ଖବର ପାଇ ମଙ୍ଗଳବାର ପୋଲିସ ଗଁାକୁ ଯାଇ ତଦନ୍ତ କରିଛି। ତେବେ ବିବାଦର ଆପୋଷ ସମାଧାନ ହୋଇଥିବା ଲୋକେ କହିବାରୁ ପୋଲିସ ସେଠାରୁ ଫେରିଛି।

ମୃତ ଛାତ୍ରଙ୍କ ପରିବାରକୁ ଦେଢ ବର୍ଷ ପରେ ମିଳିଲା  ସହାୟତା

ମୃତ ଛାତ୍ରଙ୍କ ପରିବାରକୁ ଦେଢ ବର୍ଷ ପରେ ମିଳିଲା ସହାୟତା

ବାରିପଦା ଅଫିସ,୧୦।୭- ମୟୂରଭଞ୍ଜ ଜିଲା କୁସୁମି ବ୍ଳକ ଅନ୍ତର୍ଗତ ଅଙ୍ଗାରପଦା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ଅନପା ମାରାଣ୍ଡିଙ୍କ ଉପରେ୨୦୧୬ ଅକ୍ଟୋବର ୧୦ରେ ବିଦ୍ୟାଳୟ ପରିସରରେ ଥିବା ଏକ ଫଳକ ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।

ପୋଖରୀକୁ ଡେଇଁ ଯୁବକଙ୍କ ଆମତ୍ହତ୍ୟା

ପୋଖରୀକୁ ଡେଇଁ ଯୁବକଙ୍କ ଆମତ୍ହତ୍ୟା

ବାଲେଶ୍ୱର ଅଫିସ,୧୦।୭-ମଙ୍ଗଳବାର ପୂର୍ବାହ୍ନରେ ବାଲେଶ୍ୱର ସିନେମାବଜାର ନିକଟସ୍ଥ ଆର୍‌ମାର୍ଟ ସପିଂମଲ୍‌ ପଛପଟେ ଥିବା ଏକ ଦଳପୋଖରୀକୁ ଡେଇଁ ଜଣେ ଯୁବକ ଆମତ୍ହତ୍ୟା କରିଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ସପିଂ ମଲ୍‌ ପଛପଟ ଗଳି ରାସ୍ତାରେ ଜଣେ ଯୁବକ ଦୌଡ଼ି ଦୌଡ଼ି ଯାଇ ଦଳପୋଖରୀକୁ ଡେଇଁ ପଡ଼ିଥିଲେ।

୪ ମଦ ବେପାରୀ ଗିରଫ

ନୀଳଗିରି, ୧୦ା୭(ଡି.ଏନ.ଏ.)-ନୀଳଗିରି ଅବକାରୀ ବିଭାଗ କର୍ମଚାରୀ ସ୍ଥାନୀୟ ଉପଖଣ୍ଡର ବିଭିନ୍ନ ସ୍ଥାନରେ ମଙ୍ଗଳବାର ଚଢାଉ କରି ୪ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କଠାରୁ ମୋଟ ୭୫ଲିଟର ଦେଶୀ ମଦ ଓ ୮୫୦ ଲିଟର ପୋଚ ଜବତ କରାଯାଇଛି। ଏନେଇ ବିଭାଗରେ ମାମଲା (ନଂ.୩୮/୧୮, ୩୯/୧୮, ୪୦/୧୮ ଓ ୪୧/୧୮) ରୁଜୁ ହୋଇ ଅଭିଯୁକ୍ତଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଛି।

କୁଡୁମୀ ଜାତିକୁ ଆଦୀବାସୀ ବର୍ଗରେ ସାମିଲ  ଦାବି

କୁଡୁମୀ ଜାତିକୁ ଆଦୀବାସୀ ବର୍ଗରେ ସାମିଲ ଦାବି

ବାରିପଦା ଅଫିସ,୧୦।୭- କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ସାମିଲ କରିବା ପାଇଁ ପଶ୍ଚିମବଙ୍ଗ,ଝାଡଖଣ୍ଡ ଓ ଓଡ଼ିଶାରେ ଦୀର୍ଘ ଦିନ ହେବ ଦାବି ହୋଇଆସୁଛି। ଏହି ମାନ୍ୟତା ଯଦି କେନ୍ଦ୍ର ସରକାର ପ୍ରଦାନ କରିବେ ଏଥିନିମନ୍ତେ ରାଜ୍ୟ ସରକାରଙ୍କ ସୁପାରିଶ ମଧ୍ୟ ଆବଶ୍ୟକ। ଇତି ମଧ୍ୟରେ ପଶ୍ଚିମବଙ୍ଗ ସରକାର କୁଡୁମୀ ଜାତିକୁ ଆଦିବାସୀ ମାନ୍ୟତାଦେବା ପାଇଁ କେନ୍ଦ୍ରକୁ ସୁପାରିଶ କରିସାରିଛନ୍ତି।

ପୋଷ୍ୟ ଭାବେ ବୃକ୍ଷ ଗ୍ରହଣ ଲାଗି ସଙ୍କଳ୍ପ

ପୋଷ୍ୟ ଭାବେ ବୃକ୍ଷ ଗ୍ରହଣ ଲାଗି ସଙ୍କଳ୍ପ

ଉଦଳା, ୧୦।୭ (ଡି.ଏନ.ଏ.) - ଉଦଳା ବ୍ଲକ କୁଣ୍ଡାବାଇସ୍ଥିତ ଆରଡିଏସ୍‌ ଡିଗ୍ରୀ ମହାବିଦ୍ୟାଳୟରେ ଏନଏସଏସ ବିଭାଗ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ଗିରି ବୃକ୍ଷର ମାହାତ୍ମ୍ୟ ତଥା ବୃକ୍ଷ ହିଁ ଜୀବନ ବୋଲି କହିବା ସହିତ ବିଭିନ୍ନ ପ୍ରକାର ବୃକ୍ଷରୋପଣ କରିଥିଲେ ।

ଡେଥ୍‌ଜୋନ ପାଲଟିଛି ବୈତରଣୀ ଗ୍ୟାମନ ସେତୁ: ୩ବର୍ଷରେ ୨୫ ଆତ୍ମହତ୍ୟା ଉଦ୍ୟମ

ଚାନ୍ଦବାଲି,୧୦।୭(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ସହର ନିକଟରେ ଥିବା ବୈତରଣୀ ସେତୁ ଗମନାଗମନ କ୍ଷେତ୍ରରେ ଭଦ୍ରକ-କେନ୍ଦ୍ରାପଡାବାସୀଙ୍କ ପାଇଁ ସମ୍ପର୍କର ସେତୁ ପାଲଟିଛି। କଟକରୁ କେନ୍ଦ୍ରାପଡା ଓ ଭଦ୍ରକକୁ ଏହି ସେତୁ ଦେଇ ସଡକପଥ ଖୋଲିବା ପରେ ଚାନ୍ଦବାଲି ଓ ରାଜକନିକା ଅଞ୍ଚଳ ମଧ୍ୟରେ ବ୍ୟବସାୟିକ, ସାଂସ୍କୃତିକ, ସାମାଜିକ ସମ୍ପର୍କ ଗଢିଉଠିଛି।

ମା’ ଆଖିରୁ ଶୁଖୁନି ଲୁହ

ମା’ ଆଖିରୁ ଶୁଖୁନି ଲୁହ

କୋଳିମାଟି, ୧୦।୭-ପୁଅମାନେ ଅଣଦେଖା କରୁଛନ୍ତି। ପାଖରେ ରହୁନାହାନ୍ତି। ଜଣେ ପୁଅ ରହୁଥିଲେ ହେଁ ସେ ପଚାରୁନି। ଆଖିରୁ ଲୁହ ଝରେଇବା ଝଡ଼ା ଆଉ କିଛି ଉପାୟ ନାହିଁ। ବହୁତ ଦୁଃଖର ରହୁଛି। ୧୯୯୯ ବାତିଆ ସମୟରେ ଗାଁରେ ମିଳିଥିବା ଏକ କଲୋନୀରେ ଚାଳ ଛପର ଘରେ ଜୀବନ ବିତାଉଛି।

ଜରାଜୀର୍ଣ୍ଣ ସ୍ଥିତିରେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ

ଧାମନଗର,୧୦। ୭(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ତହସିଲ ଅଧୀନ ଧୁଷୁରୀ ହାଇସ୍କୁଲ ନିକଟରେ ଥିବା ଦେଉଳଡିହି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଏକ ଜରାଜୀର୍ଣ୍ଣ ଦୁଇବଖରାବିଶିଷ୍ଟ ଆଜବେଷ୍ଟସ ଉପର କୋଠରିରେ ଚାଲିଛି। ୫୦ ବର୍ଷ ତଳର ଏହି କୋଠରିକୁ ମରାମତି କରାଯାଉ ନ ଥିବାରୁ କାର୍ଯ୍ୟାଳୟ ପରିଚାଳନାରେ ଅବ୍ୟବସ୍ଥା ପରିଲକ୍ଷିତ ହେଉଛି।

ବ୍ଲକ କାର୍ଯ୍ୟାଳୟରେ ମହିଳାଙ୍କ ଅନଶନ

ବାସୁଦେବପୁର,୧୦।୭(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ପୂର୍ବାହ୍ନରେ ଆନ୍ଦୋଳା ପଞ୍ଚାୟତର ଭାରତଜ୍ୟୋତି ମହାସଂଘର ୬ଜଣ ସଦସ୍ୟା ମହାସଂଘର ଲକ୍ଷାଧିକ ଟଙ୍କା ବାଟମାରଣା ତଥା ହଡପକୁ ପ୍ରତିବାଦ କରି ଅନଶନରେ ବସିଛନ୍ତି।

ଜିଲାପାଳଙ୍କୁ ଆପ୍‌ର ସ୍ମାରକପତ୍ର

ଭଦ୍ରକ ଅଫିସ,୧୦।୭-ମଙ୍ଗଳବାର ଆମ୍‌ ଆଦମି ପାର୍ଟି ପକ୍ଷରୁ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଓଡିଶାର ବହୁପୁରାତନ ବେସରକାରୀ ଶିକ୍ଷାନୁଷ୍ଠାନ ଭଦ୍ରକ ବରପଦା ସ୍କୁଲ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଗ୍ରୁପ୍‌ ଅଫ ଇନିଷ୍ଟିଚ୍ୟୁସନ ବେଶ ପରିଚିତ।

ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର, ୨ ଗିରଫ

ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର, ୨ ଗିରଫ

ଚମ୍ପୁଆ,୧୦।୭(ଡି.ଏନ.ଏ): ଚମ୍ପୁଆ ପୋଲିସ ପାଟ୍ରୋଲିଂ ବେଳେ ଚମ୍ପୁଆ ଥାନା ଅଧିକାରୀ ପଦ୍ମାବତୀ କପାଟଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ୨ ଇଞ୍ଜିନିୟରିଂ ଛାତ୍ର ଗିରଫ ହୋଇଛନ୍ତି। ଚମ୍ପୁଆ ବଜାରରେ ଥିବା ଏକ ଦୋକାନକୁ ୨ ଯୁବକ ଚାଓମିନ ଖାଇବାକୁ ଆସିଥିଲେ। ଖାଇବା ମିଳିବାରେ ବିଳମ୍ବ ହେବାରୁ ଦୋକାନୀଙ୍କ ସହ ସେମାନେ ପାଟିତୁଣ୍ଡ କରିଥିଲେ। ଫଳରେ ପାଟ୍ରୋଲିଂ ଦାୟିତ୍ୱରେ ଥିବା ସେକେଣ୍ଡ ଅଫିସର ପଦ୍ମାବତୀ କପାଟ ପାଟିତୁଣ୍ଡ ନ କରିବା ପାଇଁ କହିବାରୁ ଯୁବକମାନେ ଦୁର୍ବ୍ୟବହାର କରିଥିଲେ ବୋଲି ପୋଲିସ ପକ୍ଷରୁ ଅଭିଯୋଗ ହୋଇଥିଲା। ଏ ନେଇ ଚମ୍ପୁଆ ଥାନାରେ ଏକ ମାମଲା ରୁଜୁ ହୋଇଛି। ଯୁବକ ୨ ଜଣ ହେଲେ ନନ୍ଦପୁର ଗ୍ରାମର ଆନନ୍ଦ ପ୍ରଧାନଙ୍କ ପୁଅ ଦେବାଶିଷ ପ୍ରଧାନ ଓ ବାଙ୍କ ଗ୍ରାମର କ୍ଷେତ୍ର ମୋହନ ମହାନ୍ତଙ୍କ ପୁଅ ସୌମ୍ୟରଞ୍ଜନ ମହାନ୍ତି। ସେମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ବୋଲି ଆଇଆଇସି ସୁମିତ କୁମାର ସୋରେନ ସୂଚନା ଦେଇଛନ୍ତି।

 ସଫେଇ ହେଉନି ବଡ଼ଦାଣ୍ଡ

ସଫେଇ ହେଉନି ବଡ଼ଦାଣ୍ଡ

କେନ୍ଦୁଝର, ୧୦।୭(ସ୍ବ.ପ୍ର.): ରଥଯାତ୍ରା ଲାଗି ଆଉ ରହିଲା ଚାରି ଦିନ। ବଡଦାଣ୍ଡ ଓ ଆଖପାଖ ଅଞ୍ଚଳର ସଫେଇ କାମ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ବୁଲେଟ କ୍ଲବ ପକ୍ଷରୁ ମାଗଣା ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥାଏ ଏବଂ ହଜାର ହଜାର ଭକ୍ତ ଖାଇ ଥାନ୍ତି। ଇଲେଭେନ ବୁଲେଟ କ୍ଲବ ପାଖ ପଡ଼ିଆକୁ ଅଦ୍ୟାବଧି ସଫେଇ କରାଯାଉ ନ ଥିବାରୁ କ୍ଲବ ସଦସ୍ୟମାନେ ଘୋର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଭୋଗ ରୋଷେଇ କରାଯାଇ ଭକ୍ତଙ୍କୁ ବଣ୍ଟନ କରାଯାଏ। ଟେଣ୍ଟ ବାନ୍ଧିବା ସହ ପ୍ରସ୍ତୁତି ଆଗରୁ କରାଯାଇଥାଏ ବୋଲି କ୍ଲବର ସଦସ୍ୟ ଦୀପକ କୁମାର ମହାରଣା କହିଛନ୍ତି। ସଫେଇ କାମ ପୌରପାଳିକାର ତଦାରଖରେ କରାଯାଇଥାଏ। ବଡଦାଣ୍ଡ ଏବଂ ଏହାକୁ ସଂଯୁକ୍ତ ରାସ୍ତାଘାଟ ଗୁଡିକର ମରାମତି, ମେଳା ପାଇଁ ହାଟପଡିଆର ମରାମତି, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ସରକାରୀ ଓ ବେସରକାରୀ ସଂସ୍ଥା ମଣ୍ଡପ ଆଦି ବସିବା ସ୍ଥାନ ସଫେଇ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

ବସ୍‌ଷ୍ଟାଣ୍ଡରୁ ବସ୍‌ ଚୋରି କରି ନେଉଥିବା ଦିବ୍ୟାଙ୍ଗ ଯୁବକ ଅଟକ

ରେମୁଣା, ୧୦।୭(ଡି.ଏନ.ଏ.)-ସୋମବାର ବିଳମ୍ବିତ ରାତିରେ ଜଣେ ଦିବ୍ୟାଙ୍ଗ ଯୁବକ ବାଲେଶ୍ୱର ବସ୍‌ଷ୍ଟାଣ୍ଡରୁ ଏକ ବସ୍‌କୁ ନକଲି ଚାବିରେ ଖୋଲି ନେଇପଳାଉଥିବା ବେଳେ ଶେରଗଡ ଟୋଲଗେଟ୍‌ ନିକଟରେ ଧରାପଡିଛନ୍ତି। ଟୋଲଗେଟ କର୍ମଚାରୀ ତାଙ୍କୁ ଟିକସ ଅର୍ଥ ମାଗିଥିଲେ । ହେଲେ ସେ ଟଙ୍କା ଦେଇ ନ ଥିଲେ। ବସ୍‌ରେ ହେଲପର କିମ୍ବା ଯାତ୍ରୀ ନ ଥିବା ଦେଖି ଗେଟ୍‌ କର୍ମଚାରୀ ସନ୍ଦେହରେ ପୋଲିସକୁ ଖବର ଦେଇଥିଲେ।

ସାଂସ୍କୃତିକ ସନ୍ଧ୍ୟାରେ ଆର୍‌.ଡ଼ି. ବର୍ମନଙ୍କ ସ୍ମୃତିଚାରଣ

ସାଂସ୍କୃତିକ ସନ୍ଧ୍ୟାରେ ଆର୍‌.ଡ଼ି. ବର୍ମନଙ୍କ ସ୍ମୃତିଚାରଣ

ବାଲେଶ୍ୱର ଅଫିସ, ୧୦।୭-ସାରା ବିଶ୍ୱରେ ଲୋକପ୍ରିୟ ବଲିଉଡ଼ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ ଆର୍‌.ଡ଼ି. ବର୍ମନଙ୍କ ସ୍ମୃତିଚାରଣ କରି ଦା ଆର୍ଟିଷ୍ଟ ପରିବାର ତରଫରୁ ବାଲେଶ୍ୱରର ନୋସି ବିଜିନେସ ପାର୍କର ଉତ୍କଳା ମୁକ୍ତମଞ୍ଚରେ ରବିବାର ସନ୍ଧ୍ୟାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଶିଷ୍ଟ ନାଟ୍ୟକାର ଆଶିଷ ଚକ୍ରବର୍ତ୍ତୀ ଓ ଉତ୍କଳା କଲଚରାଲ ଏକାଡ଼େମୀର ମୁଖ୍ୟ ଶିଳ୍ପୀ କେଶୁ ଦାସ ଏହାକୁ ଉଦ୍‌ଘାଟନ କରିଥିଲେ। ଦା ଆର୍ଟିଷ୍ଟ ପରିବାର ମୁଖ୍ୟ ଯୁବ କଣ୍ଠଶିଳ୍ପୀ ଗୌରବ କାର୍ଯ୍ୟକ୍ରମର ଆଭିମୁଖ୍ୟ ଆଲୋକପାତ କରିବା ସହ ଆର୍‌.ଡ଼ି. ବର୍ମନ ସଙ୍ଗୀତମୟ ଜୀବନର ସ୍ମରଣୀୟ ଘଟଣାମାନ ବର୍ଣ୍ଣନା କରିଥିଲେ।