ବାଲେଶ୍ୱର

ମଦ ବିରୋଧୀଙ୍କୁ ନିର୍ଧୂମ ମାଡ

ହାଟଡିହୀ,୧୨।୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ପଢିଆରିପଲୀ ପଞ୍ଚାୟତରେ ମା’ ତାରିଣୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ନାମରେ ଏକ ମଦ ବିରୋଧୀ ସଂଘ ଗଠନ କରାଯାଇଛି। ଗତ ସୋମବାର ବିଳମ୍ବିତ ରାତିରେ ଜଣେ ବେପାରି ମଦ ବିକୁଥିବା ବେଳେ ମହିଳାମାନେ ତାଙ୍କୁ ଧରିଥିଲେ।

ମଦ ଜବତ, ଜଣେ ଗିରଫ

ହାଟଡିହୀ, ୧୨।୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଇଞ୍ଚୋଳ ଗ୍ରାମରେ ବେଆଇନ୍‌ ମଦ ବିକ୍ରି ଅଭିଯୋଗରେ ପୋଲିସ ଜଣକୁ ଗିରଫ କରିବା ସହ ମଦ ଜବତ କରିଛି। ସେ ହେଲେ ଗ୍ରାମର ଚିତରଞ୍ଜନ ନାୟକ। ତାଙ୍କ ଘରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଛି। ସେ ବେଆଇନ୍‌ ଭାବେ ମଦ କାରବାର କରୁଥିଲେ।

ବଡ଼ଭାଇ ଠେଙ୍ଗା ମାଡ଼ରେ ସାନ ମୃତ

ଯୋଡା, ୧୨।୬(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଦାମପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିବାଡିକୁ କେନ୍ଦ୍ରକରି ବଡଭାଇ ଠେଙ୍ଗାରେ ପିଟି ସାନଭାଇଙ୍କୁ ହତ୍ୟା କରିଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଜୁଆ ଆଡ୍ଡାରୁ ୭ ଗିରଫ

ଜୁଆ ଆଡ୍ଡାରୁ ୭ ଗିରଫ

ଭଞ୍ଜନଗର,୧୨।୬(ଡି.ଏନ.ଏ)-ବେଲୁଗୁଣ୍ଠା ଫାଣ୍ଡି ପୋଲିସ ମଙ୍ଗଳବାର ବରଗଁାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୭ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୪ ମୋବାଇଲ ଫୋନ, ଗୋଟିଏ ବାଇକ୍‌ ଓ ୯,୯୦୦ ଟଙ୍କା ଜବତ କରାଯାଇଛି।

୩ ଚୋରା ମଦ ବେପାରୀ ଗିରଫ

ରୂପ୍‌୍‌ସା,୧୨।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ଅତର୍କିତ ଚଢ଼ାଉ କରାଯାଇଛି। ବସ୍ତା ଏସ୍‌ଆଇ ଅର୍ଜୁନ ମଲିକଙ୍କ ନେତୃତ୍ୱରେ ଜଳେଶ୍ୱର ଏଏସ୍‌ଆଇ ହରପ୍ରସାଦ ରଣା, ସଦର ଏଏସ୍‌ଆଇ ଚନ୍ଦ୍ରମୋହନ ସେଠୀ ପ୍ରମୁଖ ସଦଳବଳେ ଚଢ଼ାଉ କରି ୩ଜଣ ମଦ ବେପାରୀଙ୍କୁ ଗିରଫ କରିଛନ୍ତି।

କୋଇଲା ଗାଡି ଜବତ

ଚାନ୍ଦବାଲି,୧୨।୬(ଡି.ଏନ.ଏ.)-ସୋମବାର ରାତିରେ ବାଂଶଡା ଥାନା ପୋଲିସ୍‌ ଯଶୀପୁର ପଞ୍ଚାୟତର ଶୁଭଦିଆ ଗାଁ ନିକଟରୁ ଏକ କୋଇଲା ବୋଝେଇ ପିକଅପ୍‌ ଗାଡିକୁ ଜବତ କରିଛି।

ପୋଲିସ ପକ୍ଷରୁ ବାଇକ ଚେକିଂ: ଜରିମାନା ଆଦାୟ

ଭଣ୍ଡାରିପୋଖରୀ, ୧୨।୬(ଡି.ଏନ.ଏ.)- ସୋମବାର ସନ୍ଧ୍ୟାରେ ସ୍ଥାନୀୟ ପୋଲିସ ଆଖୁଆପଦା ଆନିକଟ ନିକଟରେ ଦୁଇଚକିଆ ଯାନବାହାନ ଚେକିଂ ହୋଇଥିଲା।

କୃତୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

ବାଲିଆପାଳ, ୧୨।୬(ଡି.ଏନ.ଏ.)-ସୁବର୍ଣ୍ଣ ସମ୍ପର୍କ ଓ ଛବିବାଳା ଟ୍ରଷ୍ଟ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ବାଲିଆପାଳସ୍ଥିତ ହାସିମପୁର ଉଦୟ ନାରାୟଣ ହାଇସ୍କୁଲର ଏ-୧ ପାଇଥିବା ୫ଜଣ ଛାତ୍ରୀଛାତ୍ରଙ୍କୁ ପାରୁଳିଆ ଛକ କଲ୍ୟାଣ ମଣ୍ଡପ ପରିସରରେ ସମ୍ବର୍ଦ୍ଧନା ଦିଆଯାଇଛି।

‘ଯଜ୍ଞମୟ ଜୀବନ ଓ ସମାଜ’ ଲୋକାର୍ପିତ

ରେମୁଣା, ୧୨।୬(ଡି.ଏନ.ଏ.)-ରେମୁଣା ସାହିତ୍ୟ ସଂସଦ ଆନୁକୂଲ୍ୟରେ ପଣ୍ଡିତ ଶକ୍ତିପଦ ପଣ୍ଡା (ଶର୍ମା)ଙ୍କ ଷଷ୍ଠ ପୁସ୍ତକ ‘ଯଜ୍ଞମୟ ଜୀବନ ଓ ସମାଜ’ ଦ୍ୱିତୀୟ ଭାଗର ଲୋକାର୍ପଣ ଉତ୍ସବ ରେମୁଣା ହାଇସ୍କୁଲଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଡାକ୍ତର ସତ୍ୟରଞ୍ଜନ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟ ଓଡିଆ ବିଭାଗର ପ୍ରଫେସର ପ୍ରହ୍ଲାଦ ଖିଲ ପୁସ୍ତକକୁ ଉନ୍ମୋଚନ କରିଥିଲେ ।

ଗରିବ ଆଦିବାସୀଙ୍କୁ ମିଳୁନି କିରୋସିନି

ରେମୁଣା, ୧୨।୬(ଡି.ଏନ.ଏ.)-ରେମୁଣା ଥାନା ଗନିପୁର ପଞ୍ଚାୟତ ୧୦ ନମ୍ବର ୱାର୍ଡ ଚେଞ୍ଚଡା ସାହି ଏବଂ ଚହଟା ଆଦିବାସୀ ସାହିର ରାଶନକାର୍ଡଧାରୀମାନେ ଉପଯୁକ୍ତ ପରିମାଣର କିରୋସିନି ପାଉ ନ ଥିବା ଅଭିଯୋଗ କରିଛନ୍ତି ।

 ‘ଗୃହଟିଏ ଆପଣାନ୍ତୁ’ ସଫଳ ରୂପାୟନ ବୈଠକ : ଶିଳ୍ପ ପ୍ରତିଷ୍ଠାନ ପ୍ରତିନିଧିମାନଙ୍କ ସହ ଜିଲା ପ୍ରଶାସନର ଆଲୋଚନା

‘ଗୃହଟିଏ ଆପଣାନ୍ତୁ’ ସଫଳ ରୂପାୟନ ବୈଠକ : ଶିଳ୍ପ ପ୍ରତିଷ୍ଠାନ ପ୍ରତିନିଧିମାନଙ୍କ ସହ ଜିଲା ପ୍ରଶାସନର ଆଲୋଚନା

ବାଲେଶ୍ୱର ଅଫିସ,୧୨।୬-ଜିଲା ଶିଶୁ ସୁରକ୍ଷା ସମିତି ପକ୍ଷରୁ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଜିଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ‘ଗୃହଟିଏ ଆପଣାନ୍ତୁ’ ବିଷୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ମାନସ ରଞ୍ଜନ ପାଢ଼ୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ବନ୍ଧରେ ଆଲୋକପାତ କରି ଅଂଶଗ୍ରହଣ କରିଥିବା ବିଭିନ୍ନ ଶିଳ୍ପ ଓ ବ୍ୟବସାୟିକ ପ୍ରତିଷ୍ଠାନର ପ୍ରତିନିଧିମାନଙ୍କ ମତାମତ ଲୋଡ଼ିଥିଲେ।

ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ

ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ

ବାଲେଶ୍ୱର ଅଫିସ, ୧୨।୬-ବାଲେଶ୍ୱର ଜିଲା ଆଇନସେବା ପ୍ରାଧିକରଣ ସମ୍ମିଳନୀ କକ୍ଷରେ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି। ଜିଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲା ଜଜ୍‌ ରାମଶଙ୍କର ହୋତାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ହିତାଧିକାରୀଙ୍କୁ ଗ୍ୟାସ ବଣ୍ଟନ

ହିତାଧିକାରୀଙ୍କୁ ଗ୍ୟାସ ବଣ୍ଟନ

ଚମ୍ପୁଆ,୧୨।୬(ଡି.ଏନ.ଏ.): ଚମ୍ପୁଆ ବ୍ଲକର ଭଣ୍ଡା ପଞ୍ଚାୟତର ବାସୁଦେବପୁରଠାରେ ୨୩ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଗ୍ୟାସ ବଣ୍ଟନ କରାଯାଇଛି।

 ମଜୁରି ନ ମିଳିବାରୁ ଡିଏଫଓ ଅଫିସ ଘେରାଉ

ମଜୁରି ନ ମିଳିବାରୁ ଡିଏଫଓ ଅଫିସ ଘେରାଉ

କେନ୍ଦୁଝର, ୧୨। ୬(ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ନରଣପୁର ସେକଶନରେ କାମ କରି ମଜୁରି ମିଳୁ ନ ଥିବାରୁ ସ୍ଥାନୀୟ ଢେଙ୍କିକୋଟ, ନୁନଝରଣ, ଧୋଗୋଠ ଆଦି ଗ୍ରାମର ଲୋକେ ମଙ୍ଗଳବାର ଡିଏଫଓ ଅଫିସକୁ ଘେରାଉ କରିଥିଲେ।

୧୧ ହିତାଧିକାରୀଙ୍କୁ ଆବାସ ପ୍ରୋତ୍ସହନ ରାଶି

୧୧ ହିତାଧିକାରୀଙ୍କୁ ଆବାସ ପ୍ରୋତ୍ସହନ ରାଶି

ଚମ୍ପୁଆ,୧୨।୬(ଡି.ଏନ.ଏ.): କାଳିକାପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟଠାରେ ଚମ୍ପୁଆ ବିଡିଓ ନୁପୁର ଚାନ୍ଦ ଗୋଟିଆଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।

ଫେରାର ଟ୍ରଲର ଡ୍ରାଇଭର ଗିରଫ

ଫେରାର ଟ୍ରଲର ଡ୍ରାଇଭର ଗିରଫ

ଚମ୍ପୁଆ,୧୨।୬(ଡି.ଏନ.ଏ.): ଗତ ୩ ଦିନ ତଳେ ଚମ୍ପୁଆ ଥାନା ଆଙ୍ଗୁଳିଆ ବାଟବାସୁଦେବପୁରଠାରେ ଲୁହା ପଥର ବୋଝେଇ (ଆରଜେ୦୪ଏଜି୪୯୫୮) ଟ୍ରଲରକୁ ପୋଲିସ ଜବତ କରିଥିଲା।

ଏନଓୟୁରେ ନିୟମିତ ବିଭାଗ ପାଇଁ ଉପବାଚଷ୍ପତ୍ତିଙ୍କୁ ସମ୍ବର୍ଦ୍ଧନା

ଏନଓୟୁରେ ନିୟମିତ ବିଭାଗ ପାଇଁ ଉପବାଚଷ୍ପତ୍ତିଙ୍କୁ ସମ୍ବର୍ଦ୍ଧନା

ବାରିପଦା ଅଫିସ,୧୨।୬- ମୟୂରଭଞ୍ଜ ଜିଲା ବାରିପଦା ତକତପୁରସ୍ଥିତ ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟ (ଏନଓୟୁ)ରେ ୧୦ ଟି ବିଷୟରେ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମ ଖୋଲାଯିବ। ସୋମବାର ବିଧିବଦ୍ଧ ଭାବେ ଉଚ୍ଚ ଶିକ୍ଷା ବିଭାଗ କୁଳପତିଙ୍କୁ ଏନେଇ ଲିଖିତ ଭାବେ ଅବଗତ କରାଇଛି।

ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

କପ୍ତିପଦା,୧୨।୬((ଡି.ଏନ.ଏ)- କପ୍ତିପଦା ଥାନା ଅଧୀନ ପେଡାଗଡି ପୋଲ ରଥିପୁର ଗ୍ରାମ ନିକଟରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିବାରୁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।

ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବାରିପଦା ଅଫିସ,୧୨।୬- ମୟୂରଭଞ୍ଜ ଜିଲା ଚାନ୍ଦୁଆ ଥାନା ଅଧୀନ ମାଙ୍କଡକେନ୍ଦା ଗ୍ରାମର ଏକ ବିଲରୁ ମଙ୍ଗଳବାର ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି।

ବିଶ୍ୱଶାନ୍ତି ପାଇଁ ମହାରୁଦ୍ରମ୍‌

ଭଦ୍ରକ ଅଫିସ,୧୨।୬- ବିଶ୍ୱଶାନ୍ତି କାମନା କରି ଭଦ୍ରକ ସହର ଉପକଣ୍ଠ ଅର୍ଣ୍ଣପାଳ ଓକରା ହାଇସ୍କୁଲ ପରିସରେ ଦୁଇଦିନିଆ ମହାରୁଦ୍ରମ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଆପ୍ରୋଚ ରୋଡ ଅଭାବରୁ କାମରେ ଲାଗୁନି ସେତୁ

ବନ୍ତ,୧୧।୬(ସ୍ବ.ପ୍ର.)-ସେତୁ ନିର୍ମାଣକୁ ଦେଢ ବର୍ଷ ବିତିଲାଣି । ଆପ୍ରୋଚ ରୋଡ ନିର୍ମାଣ ହୋଇ ନଥବବାରୁ ଏହା କାମରେ ଲାଗି ପାରୁନି । ଭଦ୍ରକ ଜିଲା ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ନିକଟରେ ରାମଚନ୍ଦ୍ରପୁର -ପାନପଦୀ ଗାଁକୁ ସଂଯୋଗ କରିବା ପାଇଁ କପାଳୀ ନଦୀ ଉପରେ ସେତୁ ନିର୍ମାଣ ସରିବା ପରେ ଅଞ୍ଚଳବାସୀ ଉତ୍ସାହିତ ହୋଇ ପଡିଥିଲେ।

ଆଖଣ୍ଡଳମଣି ପୀଠକୁ ୪ କି.ମି. ରାସ୍ତା ବିପଦ ସଙ୍କୁଳ

ଆରଡି, ୧୨।୬(ଡି.ଏନ.ଏ.)-ଭଦ୍ରକ ଜିଲା ସଦରମହକୁମାଠାରୁ ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡିର ଦୂରତା ପ୍ରାୟ ୩୮ କି.ମି.। ଦୈନନ୍ଦିନ ବହୁ ସଂଖ୍ୟକ ଗାଡିରେ ହଜାର ହଜାର ଭକ୍ତ ଏହି ପୀଠକୁ ଦର୍ଶନ ପାଇଁ ଆସିଥାନ୍ତି। ଭଦ୍ରକ-ଆଖଣ୍ଡଳମଣି ରାସ୍ତାର ଅବସ୍ଥା ବିଭିନ୍ନ ସ୍ଥାନରେ ମରାମତି ଅଭାବରୁ ଯାତାୟତ ଅନୁପଯୋଗୀ ହୋଇପଡ଼ିଛି।

ପୋଲିସ ପକ୍ଷରୁ ବାଇକ୍‌ ଯାଞ୍ଚ: ୧୭ଶହ ଟଙ୍କା ଜରିମାନା ଆଦାୟ

ଭଣ୍ଡାରିପୋଖରୀ,୧୨।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ପୋଲିସ ପକ୍ଷରୁ ସୋମବାର ସନ୍ଧ୍ୟାରେ ଆଖୁଆପଦା ଆନିକଟଠାରେ ଦୁଇ ଚକିଆ ଯାନବାହନ ଯାଞ୍ଚ କରାଯାଇଥିଲା। ଏଥିରେ ହେଲ୍‌ମେଟ ବ୍ୟବହାର କରୁ ନ ଥିବା ଏବଂ ଆବଶ୍ୟକ କାଗଜପତ୍ର ନ ଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରାଯାଇଥିଲା।

କଳିଙ୍ଗ ସାହିତ୍ୟ ଯୁବ ପୁରସ୍କାର ପାଇଲେ ଚିତ୍ତରଞ୍ଜନ

କଳିଙ୍ଗ ସାହିତ୍ୟ ଯୁବ ପୁରସ୍କାର ପାଇଲେ ଚିତ୍ତରଞ୍ଜନ

ହାଟଡିହୀ, ୧୨ା୬(ଡି.ଏନ୍‌.ଏ.): ଚଳିତ ବର୍ଷର କଳିଙ୍ଗ ସାହିତ୍ୟ ଉତ୍ସବ ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ କଳିଙ୍ଗ ସାହିତ୍ୟ ଯୁବ ପୁରସ୍କାର ପାଇଛନ୍ତି ଘଟଗାଁ ବ୍ଲକର ଜିପିଇଓ ଚିତ୍ତରଞ୍ଜନ ନାୟକ।