ବାଲେଶ୍ୱର

ସାପ କାମୁଡ଼ାରେ ବାଳକ ମୃତ

ସାପ କାମୁଡ଼ାରେ ବାଳକ ମୃତ

ଆରଡି, ୧୧ା୭, (ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ପାଳସାହି ପଞ୍ଚାୟତର କୁଳସାହି ଗ୍ରାମରେ ଜଣେ ବାଳକଙ୍କ ବୁଧବାର ସାପକାମୁଡାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ ହେଲେ ବଳରାମ ଜେନା (୧୭)।

ଜାଲ୍‌ ସାଟିଫିକେଟ ଗୁମର ଫିଟିଲା : ୪ ଶିକ୍ଷୟିତ୍ରୀ ଶିକ୍ଷକ ନିଲମ୍ବିତ

ବାଲେଶ୍ୱର ଅଫିସ,୧୧।୭- ବିଇଡି ପାସ ସମ୍ପର୍କରେ ଜାଲ ସାର୍ଟିଫିକେଟ୍‌ ଦେଇ ଶିକ୍ଷକ ଚାକିରି କରିବା ଘଟଣାର ଗୁମର ଫିଟିବାରେ ଲାଗିଛି। ବାଲିଆପାଳ ଅଞ୍ଚଳର ୩ ଶିକ୍ଷକ ଏବଂ ଜଣେ ଶିକ୍ଷୟତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପରେ ସେମାନଙ୍କୁ ବାଲେଶ୍ୱର ଜିଲା ଶିକ୍ଷା ବିଭାଗ ପ୍ରକଳ୍ପ ଅଧିକାରୀ ସୁରେନ୍ଦ୍ର୍ର ଶଙ୍ଖୁଆ ନିଲମ୍ବିତ କରିଛନ୍ତି। ଏହି ଜାଲିଆତି ଘଟଣା ନେଇ ଅଧିକ ତଦନ୍ତ ଜାରି ରହିଛି। ଆଗକୁ ଅଧିକ ତଥ୍ୟ ପାଦରକୁ ଆସିବ ବୋଲି ଚର୍ଚ୍ଚା ହେଉଛି।

ପୂର୍ବତନ ସମିତି ସଦସ୍ୟଙ୍କ ପରଲୋକ

ବାଲିଆପାଳ,୧୧।୭(ଡି.ଏନ.ଏ.)-ବାଲିଆପାଳ ବ୍ଳକ କୁମ୍ଭାରୀ ଗ୍ରାମର ପୂର୍ବତନ ସମିତି ସଦସ୍ୟ ଜ୍ଞାନରଞ୍ଜନ ମହାପାତ୍ର (୫୪)ଙ୍କର ଗତକାଲି ଭୁବନେଶ୍ୱର ଆମ୍ରି ହସ୍ପିଟାଲରେ ମୃତ୍ୟୁ ଘଟିଛି। ଗତ ଜୁନ ୧ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇ ପ୍ରଥମେ କଟକ ଅଶ୍ୱିନୀ ହସ୍ପିଟାଲ ଏବଂ ପରେ ଆମ୍ରିରେ ଚିକିତ୍ସିତ ହେଉଥିଲେ। ତାଙ୍କ ମତ୍ସିଷ୍କରେ ଗୁରୁତର ଆଘାତ ଲାଗିଥିଲା।

ସ୍କୁଲରେ ପହଞ୍ଚିଲେ ଶିକ୍ଷାଧିକାରୀ

ଖଇରା,୧୧।୭(ଡି.ଏନ.ଏ.)- ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ହରିପୁର ନୋଡାଲ ସ୍କୁଲରେ ଶିକ୍ଷକ ସମସ୍ୟାର ସମାଧାନ ପାଇଁ ମଙ୍ଗଳବାର ଜିଲା ଶିକ୍ଷାଧିକାରୀ ହୃଶିକେଶ କାଣ୍ଡି ହରିପୁର ସ୍କୁଲରେ ପହଞ୍ଚିଥିଲେ। ସେଠାରେ ସେ ପ୍ରଧାନଶିକ୍ଷୟିତ୍ରୀ ସରସ୍ବତୀ ନାୟକ ତଥା ପରିଚାଳନା କମିଟି ସଭ୍ୟ ପୂର୍ଣ୍ଣଚନ୍ଦ୍ର ନାୟକ, ଅନ୍ତର୍ଯ୍ୟାମୀ ପଣ୍ଡା, ପ୍ରଦୀପ ବେହେରା, ସରପଞ୍ଚ ସୁଲୋଚନା ବିଶ୍ୱାଳ,ସମିତି ସଭ୍ୟା ଚମ୍ପାବତୀ ପଣ୍ଡାଙ୍କ ସହ ଆଲୋଚନା କରିଥିଲେ।

୭ ଛେଳି ପୋଡ଼ି ଘଟଣା, ମଦବେପାରୀ ଗିରଫ

ଔପଦା,୧୧।୭(ନି.ପ୍ର.)-ବାଲେଶ୍ୱର ଜିଲା ଔପଦା ଥାନା ଫତେପୁର ପଞ୍ଚାୟତ ପାଇକପଡା ଗ୍ରାମର ମଦ ନିବାରଣ ମହିଳା ସମିତି ପକ୍ଷରୁ ଶତାଧିକ ମହିଳା ସଙ୍ଗଠିତ ହୋଇ ମଦ ବିରୋଧି ଆନ୍ଦୋଳନ ଚଲାଇଛନ୍ତି। ସରକାରୀ ଜାଗାରେ ଥିବା ଏକ ଘରେ ନିଅଁା ଲାଗି ୭ଟି ଛେଳି ପୋଡିଯିବା ଘଟଣାର ପୋଲିସ ୨ଟି ମାମଲା ରୁଜୁ କରି ମଦ ବେପାରୀଙ୍କୁ ଗିରଫ କରିଛି।

୨୫ରେ କଳାକାର କଲ୍ୟାଣ ସମିତିର ବାର୍ଷିକ ଅଧିବେଶନ

ଜଳେଶ୍ୱର,୧୧।୭ (ଡି.ଏନ୍‌.ଏ): ଉତ୍ତର ଓଡ଼ିଶା କଳାକାର ସମିତିର ବାର୍ଷିକ ଅଧିବେଶନ ଚଳିତ ମାସ ୨୫ ତାରିଖରେ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ମଙ୍ଗଳବାର ଜଳେଶ୍ୱର ସହର ନନ୍ଦିକା ଗ୍ରାମନିବାସୀ ତଥା ବୟୋଜ୍ୟେଷ୍ଠ କଳାକାର ରାଧାକୃଷ୍ଣ ଗିରିଙ୍କ ବାସଭବନରେ ଏନେଇ ସମିତିର ଏକ ବୈଠକ ବସି ଏହି ନିଷ୍ପତ୍ତି ନିଆଯାଇଛି।

ବୁଲିଲା ସଚେତନତା ଗାଡ଼ି

ବାଲିଆପାଳ,୧୧।୭(ଡି.ଏନ.ଏ.)- କେନ୍ଦ୍ର ସରକାରଙ୍କର ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଉପରେ ମଙ୍ଗଳବାର ଏକ ସଚେତନତା ସଭା ବାଲିଆପାଳ କୃଷି ବିଭାଗ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ବାଲିଆପାଳ ବ୍ଲକରେ ଧାନଚାଷ ଏବଂ ଅଦାଚାଷ ପାଇଁ ଏହି ବୀମା ଯୋଜନା କାର୍ଯ୍ୟକାରୀ ହେଉଥିବା ସୂଚନା ମିଳିଛି।

୩ବର୍ଷରେ ୨୫ ଆତ୍ମହତ୍ୟା ଉଦ୍ୟମ

୩ବର୍ଷରେ ୨୫ ଆତ୍ମହତ୍ୟା ଉଦ୍ୟମ

ଚାନ୍ଦବାଲି,୯।୭(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ସହର ନିକଟରେ ଥିବା ବୈତରଣୀ ସେତୁ ଗମନାଗମନ କ୍ଷେତ୍ରରେ ଭଦ୍ରକ-କେନ୍ଦ୍ରାପଡାବାସୀଙ୍କ ପାଇଁ ସମ୍ପର୍କର ସେତୁ ପାଲଟିଛି। କଟକରୁ କେନ୍ଦ୍ରାପଡା ଓ ଭଦ୍ରକକୁ ଏହି ସେତୁ ଦେଇ ସଡକପଥ ଖୋଲିବା ପରେ ଚାନ୍ଦବାଲି ଓ ରାଜକନିକା ଅଞ୍ଚଳ ମଧ୍ୟରେ ବ୍ୟବସାୟିକ, ସାଂସ୍କୃତିକ, ସାମାଜିକ ସମ୍ପର୍କ ଗଢିଉଠିଛି।

ଅଙ୍ଗନଓ୍ବାଡ଼ି ଗୃହ ନିର୍ମାଣରେ ଜମି ବିବାଦ ତୁଟାଇବାକୁ ଗୁରୁତ୍ୱାରୋପ

ବନ୍ତ,୧୧।୭(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ପଞ୍ଚାୟତ ସମିତିର ୬ଷ୍ଠ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଅନୁଷ୍ଠିତ ଏହି ବୈଠକରେ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା ପୌରୋହିତ୍ୟ କରିଥିଲେ।

ସମବାୟ ସମିତି ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ତିହିଡ଼ି,୧୧।୭(ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ବ୍ଳକ ଅଧୀନ ଅଣ୍ଡରାଇ ସେବା ସମବାୟ ସମିତିରେ ମଙ୍ଗଳବାର ଅପରାହ୍ନରେ ସମବାୟ ସମିତି ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଲହଡ଼ି ଭାଙ୍ଗୁଛି ବର୍ଷାପାଣି : ଦୋକାନୀ, ଗ୍ରାହକ ଭୋଗୁଛନ୍ତି ଦୁର୍ଦ୍ଦଶା

ଲହଡ଼ି ଭାଙ୍ଗୁଛି ବର୍ଷାପାଣି : ଦୋକାନୀ, ଗ୍ରାହକ ଭୋଗୁଛନ୍ତି ଦୁର୍ଦ୍ଦଶା

ତିହିଡ଼ି, ୧୧।୭(ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ବଜାର ସ୍ଥିତ ଖାଙ୍କିହାଟରେ ଅସରାଏ ବର୍ଷାରେ ବର୍ଷାପାଣି ଲହଡ଼ି ଭାଙ୍ଗୁଛି । ଯାହାଫଳରେ ଦୋକାନୀ ଓ ଗ୍ରାହକମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।

ଶୋଷଣର ଶିକାର ହେଉଛନ୍ତି ଗ୍ରାହକ

ଶୋଷଣର ଶିକାର ହେଉଛନ୍ତି ଗ୍ରାହକ

ଚମ୍ପୁଆ,୧୧।୭(ଡି.ଏନ.ଏ): ଚମ୍ପୁଆ ବସଷ୍ଟାଣ୍ଡ ନିକଟରେ ଥିବା ଦୈନିକ ପରିବା ବଜାରରେ କେତେକ ବେପାରିଙ୍କ ଦ୍ୱାରା ଗ୍ରାହକମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି। ଫଳରେ ଗ୍ରାହକମାନେ ପରିବା କିଣି ନ ପାରି ହଇରାଣ ହେଉଛନ୍ତି। ଚମ୍ପୁଆ ବଜାରକୁ ଦୈନିକ ସ୍ଥାନୀୟ ଅଞ୍ଚଳ ସମେତ ବାହାରୁ ପନିପରିବା ବିକ୍ରି ପାଇଁ ବେପାରି ଆସୁଛି। ସକାଳ ୬ରୁ ଦିନ ୧୧ଟା ପର୍ଯ୍ୟନ୍ତ ଉକ୍ତ ପରିବା ବଜାର ଉପରେ ଝାଡଖଣ୍ଡ, ମୟୂରଭଞ୍ଜ ଓ ସଦର ମହକୁମାର ଲୋକ ନିର୍ଭର କରିଥାନ୍ତି। କେତେକ ବେପାରିଙ୍କର ଦୌରାମତ୍‌ୟରୁ ଗ୍ରାହକଙ୍କୁ ଖାଲି ବ୍ୟାଗ ଧର ଫେରିବାକୁ ପଡୁଛି।

ସ୍କୁଲ ପରିସରରେ ଚାରାରୋପଣ

ସ୍କୁଲ ପରିସରରେ ଚାରାରୋପଣ

ଆନନ୍ଦପୁର,୧୧।୭(ସ୍ବ.ପ୍ର.): ଫକୀରପୁର ଯୁବକ ସଂଘ ଓ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଓ ସପ୍ତେଶ୍ୱର ଏମ.ଇ. ସ୍କୁଲରେ ବନମହୋତ୍ସବ ପାଳିତ ହୋଇଯାଇଛି। ବୃକ୍ଷ ହିଁ ଜୀବନ ନାରାଦେଇ ଦୁଇ ସ୍କୁଲର ଛାତ୍ରୀଛାତ୍ର ଏକ ସଚେତନତା ରାଲିରେ ଗ୍ରାମ୍ୟ ପରିକ୍ରମା କରିଥିଲେ। ପରେ ବିଦ୍ୟାଳୟ ପରିସରରେ ଛାତ୍ରୀଛାତ୍ରଙ୍କୁ ତଥା ସମାଜକୁ ବୃକ୍ଷର ମହାମତ୍‌ୟ ଓ ବୃକ୍ଷରୋପଣ ଦ୍ୱାରା କିପରି ବିଶ୍ୱ ତାପମାତ୍ର। ନିୟନ୍ତ୍ରଣ ହୋଇପାରିବ ସେ ନେଇ ଏକ ସଭାର ଆୟୋଜନ କରାଯାଇଥିଲା।

ପୁରସ୍କୃତ ହେଲେ ଶ୍ରେଷ୍ଠ ୧୦ ଚାଷୀ

ପୁରସ୍କୃତ ହେଲେ ଶ୍ରେଷ୍ଠ ୧୦ ଚାଷୀ

ଆନନ୍ଦପୁର, ୧୧।୭(ସ୍ବ.ପ୍ର.): ଘସିପୁରା ବ୍ଲକ ଦରଡ଼ିପାଳ ସମବାୟ ସମିତିରେ ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡିଆରସିଏସ୍‌ ପ୍ରଭାତ କୁମାର ଜେନାଙ୍କ ସଂଯୋଜନାରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ମୁଖ୍ୟ ଅତିଥି, କେନ୍ଦୁଝର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କାନନ ବିହାରୀ ପହି, ଘସିପୁରା କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ନିରଞ୍ଜନ ମଲ୍ଲିକ, ଆନନ୍ଦପୁର ଜିଲା କୃଷି ଅଧିକାରୀ କମଳ ନାୟକ, ରେମାଳ ଜଳସେଚନ ପ୍ରକଳ୍ପ ସଭାପତି ଚକ୍ରଧର ଦାସ, ରାଧିକାଦେଇପୁର ସରପଞ୍ଚ ମନମଥ ଜେନା, ଦରଡ଼ିପାଳ ସରପଞ୍ଚ ରୀନାରାଣି ବେହେରା, ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ଉପସଭାପତି ସୁଷମା ମହାନ୍ତି, ୧୦ ନଂ ଜୋନ୍‌ ଜିଲାପରିଷଦ ସଭ୍ୟ ତୁଶୀଲ ମୁର୍ମୁ, ରାଜ୍ୟ ସମବାୟ ସମିତି ନିର୍ଦ୍ଦେଶକ ଦେବପ୍ରିୟ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ମହିଳା ଫାଇନାନ୍ସ କର୍ମଚାରୀଠାରୁ ୬୦ ହଜାର ଲୁଟ

ମହିଳା ଫାଇନାନ୍ସ କର୍ମଚାରୀଠାରୁ ୬୦ ହଜାର ଲୁଟ

ବାହାନଗା, ୧୧।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ ଛବିଟିଆ ଅରୁଆ ରାସ୍ତାରେ ଏକ ଫାଇନାନ୍ସ ସଂସ୍ଥାର ମହିଳା କର୍ମଚାରୀଙ୍କଠାରୁ ମଙ୍ଗଳବାର ଲୁଟ ହୋଇଛି। ଦୁଇଜଣ ଦୁର୍ବୃତ୍ତ କର୍ମଚାରୀଙ୍କଠାରୁ ୬୦ ହଜାର ଲୁଟ କରି ଫେରାର ହୋଇଯାଇଛନ୍ତି।

ଖରାସାହାପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲାପକାଇଲେ ଗ୍ରାମବାସୀ

ଖରାସାହାପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲାପକାଇଲେ ଗ୍ରାମବାସୀ

ବାହାନଗା,୧୧।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ନୂତନ)ର ଡାକ୍ତର ପୁରୀ ଡେପୁଟେଶନ୍‌ରେ ଯିବାକୁ ନେଇ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ବୁଧବାର ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପକାଇଛନ୍ତି।

କିଡ୍‌ନୀ ରୋଗରେ ଆକ୍ରାନ୍ତ ସସ୍ମିତା: ସାହାଯ୍ୟର ହାତ ବଢ଼ାଇଲେ ମଠ ମହନ୍ତ

କିଡ୍‌ନୀ ରୋଗରେ ଆକ୍ରାନ୍ତ ସସ୍ମିତା: ସାହାଯ୍ୟର ହାତ ବଢ଼ାଇଲେ ମଠ ମହନ୍ତ

ଖଇରା,୧୧।୭: ବାଲେଶ୍ୱର ଜିଲା ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତର କଡମିଆଁ(ମିରଗା ଗଡିଆ) ଗ୍ରାମରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ସସ୍ମିତା ନାୟକ(୨୩)ଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ପଳସା ମଠର ମହନ୍ତ ଗଙ୍ଗାଧର ମହାନ୍ତି। ମଙ୍ଗଳବାର ସସ୍ମିତାଙ୍କ ଘରକୁ ଯାଇ ତାଙ୍କୁ ଭେଟିବା ସହ ମା’ ଜାନକୀଙ୍କୁ ଆଶ୍ୱାସନା ପ୍ରଦାନ କରିଥିଲେ।

କନିଆ ଫେରାର, ପଡ଼ିଶା  ଝିଅକୁ ବାହାହେଲେ ବର

କନିଆ ଫେରାର, ପଡ଼ିଶା ଝିଅକୁ ବାହାହେଲେ ବର

ହାଟଡିହୀ, ୧୧।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଅଞ୍ଚଳରେ ମଙ୍ଗଳବାର ରାତିରେ ଏକ ବିବାହ କାର୍ଯ୍ୟକ୍ରମ ରହିଥିଲା। ବର ଆସି ପହଞ୍ଚିଲା କନିଆ ଘରେ। ଖୁସିର ମାହୋଲରେ ସମସ୍ତେ ମସଗୁଲ ଥିଲେ। ବିବାହ ପାଇଁ କର୍ମ ଆରମ୍ଭ ହେଲା। କନିଆକୁ ଖୋଜା ପଡ଼ିଲା ବେଳକୁ କନିଆ ଫେରାର। ବହୁ ଖୋଜାଖୋଜି ପରେ ମଧ୍ୟ କନିଆଙ୍କ ପତ୍ତା ମିଳିଲା ନାହିଁ।

ଅଗ୍ନିକାଣ୍ଡ: ୧୦ ବଖରା ଜଳିଗଲା

ଅଗ୍ନିକାଣ୍ଡ: ୧୦ ବଖରା ଜଳିଗଲା

ହାଟଡ଼ିହୀ, ୧୧ା୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ସୋସୋ ମୁସଲମାନ ବସ୍ତିରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୧୦ ବଖରା ଘର ଜଳିଯାଇଛି। ଗ୍ରାମର ସଇଦା ବିବି ଓ ଏମାମ୍‌ ଖାଁଙ୍କ ୧୦ ବଖରା ସମେତ ସମସ୍ତ ଆସବାବପତ୍ର ଜଳିଯାଇଛି।

ବିଲ୍‌ ଫର୍ମକୁ ଚିରିଲେ ଜିଓ ଟ୍ୟାଗିଂ କର୍ମଚାରୀ

ହାଟଡିହୀ,୧୧।୭(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଗ୍ରାମ୍ୟ ବାସସ୍ଥାନ କକ୍ଷରେ ଏକ ଅଭାବନୀୟ ଘଟଣା ମଙ୍ଗଳବାର ଦେଖିବାକୁ ମିଳିଛି। ସମଣା ପଞ୍ଚାୟତ ଅଞ୍ଚଳର ଜଣେ ଜିଓ ଟ୍ୟାଗିଂ କର୍ମଚାରୀ ଉକ୍ତ କକ୍ଷରେ ପଶି ବାସଗୃହ ପାଇଥିବା ହିତାଧିକାରୀଙ୍କ ଫାଇଲରୁ ବିଲ ଫର୍ମକୁ ଲୁଚେଇ ଚିରି ଦେଇଥିଲେ। ବ୍ଲକର ଅନ୍ୟ ଜଣେ କର୍ମଚାରୀ ଉକ୍ତ ଘଟଣା ସମ୍ପର୍କରେ ବାସ ଗୃହ ଦାୟିତ୍ୱରେ ଥିବା ବ୍ଲକ ପ୍ରୋଜେକ୍ଟ କୋଅଡିନେଟର୍‌ ନିରଞ୍ଜନ ବାରିକଙ୍କୁ ଜଣାଇଥିଲେ। ବାରିକ ଜିଓ ଟ୍ୟାଗିଂ କର୍ମଚାରୀଙ୍କୁ ଡାକି ହିତାଧିକାରୀଙ୍କ ବିଲ ଫର୍ମ ଦେବାକୁ କହିଥିଲେ। ଜିଓ ଟ୍ୟାଗିଂ କର୍ମଚାରୀ ଜଣଙ୍କ ନାଲି ଆଖି ଦେଖାଇବା ସହ ନିରଞ୍ଜନଙ୍କୁ ଧମକ ଦେଇଥିଲେ। ଏ ସମ୍ପର୍କରେ ବାରିକ ହାଟଡିହୀ ବିଡିଓଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି। ହାଟଡିହୀ ବିଡିଓ ଆନନ୍ଦ ଚନ୍ଦ୍ର ସେଠୀ ଘଟଣା ତଦନ୍ତ ଆରମ୍ଭ କରିଥିବା କହିଛନ୍ତି।

ମୋରମ ଖାଦାନରେ ପଡ଼ି ନାବାଳକ ମୃତ

ଆନନ୍ଦପୁର,୧୧।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ସାଇଁକୁଳ ଫାଣ୍ଡିଅନ୍ତର୍ଗତ ପଟିଲୋ ପନାଶିଆ ଅଞ୍ଚଳର ଜଣେ ୫ ବର୍ଷର ନାବାଳକଙ୍କ ମୋରମ ଖାଦାନରେ ପଡି ମୃତ୍ୟୁ ଘଟିଛି। ଗ୍ରାମର ମାଶା ହୋଙ୍କ ପୁଅ ଦୀପକ ସୋମବାର ଗାଧୋଇବା ପାଇଁ ପାଣି ଥିବା ଗାଁ ନିକଟ ଏକ ମୋରମ ଖାଦାନକୁ ଯାଇଥିଲେ। ସେଠାରୁ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ଦୀପକର ପତାମିଳି ନ ଥିଲା। ମଙ୍ଗଳବାର ଦୀପକଙ୍କ ମୃତଦେହ ମୋରମ ଖାଦାନରେ ଭାସୁଥିବା ଦେଖିବାକୁ ମିଳିଥିଲା। ସାଇଁକୁଳ ଫାଣ୍ଡି ଅଧିକାରୀ ସୁରେନ୍ଦ୍ର କୁମାର ବିଶୋଇ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ଆନନ୍ଦପୁର ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା।

୮ ଅଭିଯୁକ୍ତଙ୍କୁ ଜେଲ ଦଣ୍ଡାଦେଶ

କେନ୍ଦୁଝର ୧୧ା୭ (ସ୍ବ.ପ୍ର.): ପାଟଣା ଥାନା ଶଙ୍ଖୁଆ ଗ୍ରାମରେ ଗତ ୨୦୧୩ରେ ଏକ ସଂଘବଦ୍ଧ ଆକ୍ରମଣ ମାମଲାର ବିଚାର କରି ସ୍ଥାନୀୟ ସିଜେଏମ କୋର୍ଟ ୮ ଅଭିଯୁକ୍ତଙ୍କୁ ମଙ୍ଗଳବାର ଜେଲ ଓ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେମାନେ ହେଲେ ମଧୁସୂଦନ ପାତ୍ର, ଯୋଗେନ୍ଦ୍ର ପାତ୍ର, ହରମୋହନ ପାତ୍ର, ବାସୁଦେବ ପାତ୍ର, ରଞ୍ଜନ ପାତ୍ର, ବିଦ୍ୟାଧର ପାତ୍ର, ଦିନବନ୍ଧୁ ପାତ୍ର ଓ ଡେଭିଡ ପାତ୍ର। ସୁରେଶ ପାତ୍ର ନାମକ ଜଣେ ବ୍ୟକ୍ତି ବୁଢାବଣ ଗ୍ରାମରେ ଏକ ସରକାରୀ ଜମିରେ ଚାଷ କରିଆସୁଥିଲେ।

ପାଣିରେ ପଡ଼ିଲା ୯୬ ଲକ୍ଷ

ପାଣିରେ ପଡ଼ିଲା ୯୬ ଲକ୍ଷ

ଆନନ୍ଦପୁର, ୧୧।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରର ଲାଇଫଲାଇନ୍‌ କୁହାଯାଉଥିବା ବୈତରଣୀ ସେତୁର ଏକ ସ୍ପାନରୁ ୫ ଦିନ ତଳେ ଗୋଟିଏ ବେରିଂ ଖସି ପଡ଼ିଥିଲା। ଫଳରେ ସେତୁ ପ୍ରତି ସୃଷ୍ଟି କରିଛି ବିପଦ। ଏ ନେଇ ଏକ୍ସପର୍ଟ ଟିମ୍‌ ତଦନ୍ତ କରି ଫେରିବା ପରେ ଗୋଟିଏ ସ୍ପାନରୁ ବେରିଂ ଖସିଥିବାରୁ ସେତୁ ଭୁଶୁଡ଼ିବା ଆଶଙ୍କା ଅଧିକ ରହିଥିବା କଥା କହିଛନ୍ତି। ସ୍ଥାନୀୟ ବିଭାଗୀୟ ଅଧିକାରୀ, ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଘଟଣା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଇଛୁ ବୋଲି କହୁଛନ୍ତି। ଏଥିସହ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟରୁ ଏକ ଟିମ୍‌ ଆସି ଫେରିବା ପରେ ସେତୁ ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରକାଶ କରିଛନ୍ତି। ସେତୁର ଏଭଳି ସ୍ଥିତିକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ସମେତ ଯାତାୟାତ କରୁଥିବା ଯାତ୍ରୀଙ୍କ ମଧ୍ୟରେ ଭୟ ଦେଖାଯାଇଛି।

ବଢ଼ୁଛି ସର୍ପାଘାତ ମୃତ୍ୟୁ ସଂଖ୍ୟା

ବଢ଼ୁଛି ସର୍ପାଘାତ ମୃତ୍ୟୁ ସଂଖ୍ୟା

କେନ୍ଦୁଝର, ୧୧ା୭(ସ୍ବ.ପ୍ର.): ପ୍ରତିଦିନ ସାପ କାମୁଡ଼ା ରୋଗୀ ଡାକ୍ତରଖାନା ଆସୁଛନ୍ତି। ଗତ ୩ ଦିନରେ କେନ୍ଦୁଝର ଜିଲାରେ ସାପକାମୁଡାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଅସୁସ୍ଥ ହୋଇ ଚିକିତ୍ସାଧୀନ ଅଛନ୍ତି। ସୋମବାର ଘଟଗାଁ ବ୍ଲକ ପଟାବାରୀ ଗ୍ରାମର ପିନି ମହାକୁଡ (୫୦) ସାପକାମୁଡାରେ ଗୁରୁତର ହୋଇ ଜିଲା ମୁଖ୍ୟଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସେ ରାତି ୩ଟାରେ ପରିଶ୍ରା କରିବାକୁ ଘରୁ ବାହାରକୁ ଆସିଥିବା ବେଳେ ଏକ ସାପ ତାଙ୍କୁ କାମୁଡି ଦେଇଥିଲା। ରବିବାର ରାତିରେ ତେଲକୋଇ ବ୍ଲକ ବେଣାମୁଣ୍ଡା ଗ୍ରାମର ଗୋଲାପ ପିଙ୍ଗୁଆ (୨୪) ଘରେ ଶୋଇଥିବା ବେଳେ ସାପ କାମୁଡି ଦେବାରୁ କେନ୍ଦୁଝର ଅଣାଯାଇଥିଲା। ତାଙ୍କ ଅବସ୍ଥା ଭଲ ଥିବା ଜଣାପଡ଼ିଛି। ଗତ ସପ୍ତାହରେ ପଣ୍ଡାପଡା ଥାନା ଭଗାମୁଣ୍ଡା ଗ୍ରାମରେ ସାପ କାମୁଡାରେ ରଙ୍ଗାଧର ବାରିକ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ପୁରୁଡି ଅସୁସ୍ଥ ହୋଇ ଚିକିତ୍ସାଧୀନ ଅଛନ୍ତି। ଆନନ୍ଦପୁର ଅଞ୍ଚଳରେ ଜଣେ ବାଳିକାଙ୍କ ସାପ କାମୁଡାରେ ମୃତ୍ୟୁ ଘଟିଥିବା ଜଣାଯାଇଛି।