Dharitri News

ବାଲେଶ୍ୱର

ପୋଖରୀରେ ବୁଡ଼ି ଶିଶୁ ମୃତ

ପୋଖରୀରେ ବୁଡ଼ି ଶିଶୁ ମୃତ

ବସ୍ତା,୩।୧(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ବସ୍ତାଥାନା ଅଞ୍ଚଳରେ କ୍ରମାଗତ ଭାବେ ୩ ଦିନ ଧରି ପୋଖରୀରେ ବୁଡିଯାଇ ଶିଶୁମାନଙ୍କ ମୃତ୍ୟୁ ଘଟିବା ଘେନି ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି । ପଣିସାପଡା ଗାଁ ର ବୁଲବୁଲ ଜେନାଙ୍କର ଦୀପା ନାମ୍ନୀ ଦୁଇବର୍ଷର ଝିଅ ବୁଧବାର ପୋଖରୀରେ ବୁଡି ପ୍ରାଣ ହରାଇଥିବା ଜଣାପଡିଛି ।

୫୨ ବର୍ଷର ସ୍ବାସ୍ଥ୍ୟକେନ୍ଦ୍ର, ଡାକ୍ତର ନାହାନ୍ତି

୫୨ ବର୍ଷର ସ୍ବାସ୍ଥ୍ୟକେନ୍ଦ୍ର, ଡାକ୍ତର ନାହାନ୍ତି

ରୂପ୍‌ସା,୩।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ଭେଲୋରା ପଞ୍ଚାୟତରେ ୧୯୬୬ ମସିହାରେ ସ୍ଥାପିତ ସନ୍ତୋଷପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଥାଇ ନ ଥିଲା ପରି ରହିଛି। ୫ବର୍ଷ ଧରି ଡାକ୍ତର ନାହାନ୍ତି। ଏଥିପ୍ରତି ସରକାରଙ୍କ ଦୃଷ୍ଟି ନାହଁି। ବାରମ୍ବାର ଅଞ୍ଚଳବାସୀଙ୍କ ଦାବି ସତ୍ତ୍ୱେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି କେବଳ କଥାରେ ଅଟକିଯାଇଛି।

ଛିନ୍‌ତାଇ ଘଟଣାରେ ଫେରାର ଯୁବକ ଗିରଫ

ଛିନ୍‌ତାଇ ଘଟଣାରେ ଫେରାର ଯୁବକ ଗିରଫ

ବାଲିଆପାଳ,୩।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳ ଦେଭୋଗ ଛକ ନିକଟରେ ହୋଇଥିବା ଏକ ଛିନ୍‌ତାଇ ଘଟଣାରେ ସମ୍ପୃକ୍ତ ଜଣେ ଯୁବକକୁ ପୋଲିସ ଗିରଫ କରିଛି। ଏହି ଅଭିଯୁକ୍ତ ହେଲେ ଶ୍ରୀରାମପୁର ପଞ୍ଚାୟତ ଗୋକୁଳାନନ୍ଦପୁର ଗ୍ରାମର ସଞ୍ଜୟ ଦାସ (୨୮)। ପ୍ରାୟ ଏକ ମାସ ତଳେ ଦେଭୋଗ ଛକ ନିକଟରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍‌ ଓ କାନରୁ କାନଫୁଲ ଛଣ୍ଡାଇ ନିଆଯାଇଥିଲା।

୩ଲକ୍ଷ ଟଙ୍କାର ଲୁଟ ସାମଗ୍ରୀ ଜବତ : ଅଭିଯୁକ୍ତ ଗିରଫ

୩ଲକ୍ଷ ଟଙ୍କାର ଲୁଟ ସାମଗ୍ରୀ ଜବତ : ଅଭିଯୁକ୍ତ ଗିରଫ

ବାଲେଶ୍ୱର ଅଫିସ, ୩।୧- ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ମହାପଦା ଅଞ୍ଚଳର ରମେଶ ଚନ୍ଦ୍ର ସେଠୀ (୩୫)ଙ୍କ ପରିବାର ରହୁଥିବା ଏକ ଭଡ଼ାଘରୁ ଗତ ୧ ତାରିଖରେ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ୨ ତାରିଖରେ ଏକ ମାମଲା (ନଂ ୩/୧୮) ରୁଜୁ କରାଯାଇଥିଲା।

୮ରୁ ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା

୮ରୁ ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା

ବାରିପଦା ଅଫିସ,୩।୧- ଚଳିତ ମାସ ୮ରୁ ୧୨ ତାରିଖ ପଯର୍ର୍‌ୟନ୍ତ ତାମିଲନାଡୁର କୋଏମ୍ବାଟୁରଠାରେ ଜାତୀୟ ଜୁନିଅର ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣ କରିବା ପାଇଁ ମୟୂରଭଞ୍ଜ ଜିଲାର ୬ ମହିଳା ପ୍ରତିଯୋଗୀଙ୍କ ସମେତ ମୋଟ ୭ ଜଣ ବୁଧବାର ଓଡିଶା ଦଳ ସହିତ ତାମିଲନାଡୁ ଅଭିମୁଖେ ଯାତ୍ରା ଆରମ୍ବ କରିଛନ୍ତି।

ଶ୍ମଶାନରେ ମିଳିଲାନି ଜାଗା: ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ଧାରଣା

ଶ୍ମଶାନରେ ମିଳିଲାନି ଜାଗା: ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ଧାରଣା

ଉଦଳା,୩।୧ (ଡି.ଏନ.ଏ.)-ଉଦଳା ଥାନା ଅଧୀନ ଉର୍ମଳ ଗ୍ରାମର ଜଣେ ମହିଳାଙ୍କର ବୁଧବାର ମୃତ୍ୟୁ ହୋଇଥିବା ବେଳେ ଶେଷକୃତ୍ୟ ସମ୍ପନ୍ନ ପାଇଁ ଗାଁ ମଶାଣିରେ ତାଙ୍କୁ ଜାଗା ମିଳିଲା ନାହିଁ। ଗାଁ ମଶାଣି କେତେକ ଜବରଦଖଲକାରୀଙ୍କ କବ୍‌ଜାରେ ଥିବାରୁ ସେମାନେ ଶବ ଦାହ କରିବାକୁ ଅନୁମତି ଦେଲେ ନାହିଁ।

ଜ୍ୟୋତିଲିଙ୍ଗେଶ୍ୱର ଶୈବପିଠ: କୂଅରୁ ବାହାରୁଛି ଗରମ ପାଣି

ଜ୍ୟୋତିଲିଙ୍ଗେଶ୍ୱର ଶୈବପିଠ: କୂଅରୁ ବାହାରୁଛି ଗରମ ପାଣି

ଉଦଳା,୩।୧ (ଡି.ଏନ.ଏ.)-ଉଦଳା ଏନଏସି ଅଧୀନ ୧୨ ନମ୍ବର ଓାର୍ଡର ଜ୍ୟୋତିଲିଙ୍ଗେଶ୍ୱର ମନ୍ଦିର ପରିସରରେ ଥିବା କୂଅ ରୁ ଗରମ ପାଣି ବାହାରୁଥିବା ଘଟଣା ବୁଧବାର ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଖବର ପ୍ରଘଟ ହେବା ମାତ୍ରେ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାବୁ ମିଳିଥିଲା।

 ଅବସରପ୍ରାପ୍ତ ଶିକ୍ଷକଙ୍କୁ ଗଳା କାଟି ହତ୍ୟା

ଅବସରପ୍ରାପ୍ତ ଶିକ୍ଷକଙ୍କୁ ଗଳା କାଟି ହତ୍ୟା

ଉଦଳା , ୩।୧(ଡି.ଏନ.ଏ.)- ଉଦଳା ସହରାଞ୍ଚଳରେ ବୁଧବାର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଗଳା କାଟି ହତ୍ୟା କରାଯାଇଛି। ମୃତକ ହେଲେ ଉଦଳା ଥାନା ଅଧୀନ ଏନ୍‌ଏସିର ୪ ନମ୍ବର ଓ୍ବାର୍ଡ ବାସିନ୍ଦା ତଥା ଅବସରପ୍ରାପ୍ତ ଶିକ୍ଷକ ସତ୍ୟବାଦୀ ବେହେରା (୬୫) । ତାଙ୍କ ମୃତଦେହକୁ ଅଭିଯୁକ୍ତମାନେ ସହର ତଳି ଅଞ୍ଚଳରେ ଥିବା କାଳ କେନାଲ ଜଙ୍ଗଲ ନିକଟରେ ପକାଇ ଦେଇଥିଲେ।

ରାସ୍ତା ନିର୍ମାଣରେ ଅନିୟମତା ଅଭିଯୋଗ: ବେତନଟୀ-ମାଣତ୍ରୀ ରାସ୍ତା ଅବରୋଧ

ରାସ୍ତା ନିର୍ମାଣରେ ଅନିୟମତା ଅଭିଯୋଗ: ବେତନଟୀ-ମାଣତ୍ରୀ ରାସ୍ତା ଅବରୋଧ

ବେତନଟୀ,୩।୧ (ଡ଼ି.ଏନ.ଏ)-ବେତନଟୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ବେତନଟୀରୁ ମାଣତ୍ରୀ ୧୨ କି.ମି. ରାସ୍ତା ନିର୍ମାଣ କାମ ଚାଲିଛି। ଏହି ରାସ୍ତା କାମରେ ଅନିୟମିତତା ହେଉଥିବା ସଂକ୍ରାନ୍ତରେ ସ୍ଥାନୀୟ ଲୋକେ ଉଚ୍ଚ ଅଧିକାରୀଙ୍କ ନିକଟରେ ପୂର୍ବରୁ ଅଭିଯୋଗ କରିଆସୁଥିଲେ।

ଜଳିଗଲା ୬ବଖରା

ଜଳିଗଲା ୬ବଖରା

ତିହିଡ଼ି,୩।୧(ଡି.ଏନ.ଏ)- ଭଦ୍ରକ ଜିଲା ତିହିଡ଼ି ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଧୀନ ମଧୁପୁର ଗ୍ରାମରେ ବୁଧବାର ଅଗ୍ନିକାଣ୍ଡ ଘଟି ୧୦ ବଖରା ଜଳିଯାଇଛି। ଅଗ୍ନିବିପନ୍ନମାନେ ହେଲେ ପ୍ରମୋଦ ନାୟକ ଓ ସଂଯୁକ୍ତା ନାୟକ। ଚୁଲିରୁ ନିଆଁ ଉଠି ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି।

ଚନ୍ଦ୍ରଭାଗା ଉତ୍ସବରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ

ଚନ୍ଦ୍ରଭାଗା ଉତ୍ସବରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ

ବାଲେଶ୍ୱର ଅଫିସ,୩।୧- ବାଲେଶ୍ୱର ଗାନ୍ଧି ସ୍ମୃତି ଭବନରେ ଚାଲିଥିବା ଚନ୍ଦ୍ରଭାଗା ଉତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। ନାଚ୍‌ ଡ୍ୟାନ୍ସ ଗ୍ରୁପ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଚିତ୍ରକଳା, ଓଡ଼ିଶୀ ଏବଂ କ୍ଲାସିକାଲ୍‌, ସୋଲୋ ଗୀତ, ନାଚ ପ୍ରତିଯୋଗିତାରେ ଶତାଧିକ ପ୍ରତିଯୋଗୀ ବିଭିନ୍ନ ବିଭାଗରେ ଭାଗ ନେଇଥିଲେ।

ଗୋଷ୍ଠୀ ସଂଘର୍ଷ, ୯ ଆହତ

ଗୋଷ୍ଠୀ ସଂଘର୍ଷ, ୯ ଆହତ

ଭଦ୍ରକ ଅଫିସ, ୩।୧: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଜଳଙ୍ଗା ଗ୍ରାମରେ ଜମିଜମା ବିବାଦକୁ ନେଇ ବୁଧବାର ସକାଳେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖାଦେଇଛି। ଏଥିରେ ଉଭୟ ଗୋଷ୍ଠୀର ୯ଜଣ ଆହତ ହୋଇଛନ୍ତି।

ପୋଲକୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍‌

ପୋଲକୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍‌

ବାଲେଶ୍ୱର ଅଫିସ, ୩।୧: ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅଧୀନ ୬୦ନଂ ଜାତୀୟ ରାଜପଥ ବାରୁଣୀପୋଲକୁ ପୁରୀରୁ କଲିକତା ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍‌ ମଙ୍ଗଳବାର ବିଳମ୍ବିତ ରାତିରେ ଧକ୍କା ଦେଇଥିଲା। ଫଳରେ ୧୦ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି।

ଦିଆସିଲି ବୋଝେଇ ଟ୍ରକ୍‌ ଜଳିଗଲା

ଦିଆସିଲି ବୋଝେଇ ଟ୍ରକ୍‌ ଜଳିଗଲା

ରୂପ୍‌ସା, ୩।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ୬୦ ନଂ. ଜାତୀୟ ରାଜପଥର ସଦର ବ୍ଲକ ହଳଦୀପଦା ଫାଣ୍ଡି ଅନ୍ତର୍ଗତ ନଗ୍ରମଠାରେ ବୁଧବାର ସକାଳେ ଦୁର୍ଘଟଣାରେ ଏକ ଦିଆସିଲି ବୋଝେଇ ଟ୍ରକ୍‌ ଜଳିଯାଇଛି।

କୁଲଡ଼ିହା ଅଭୟାରଣ୍ୟରେ ପକ୍ଷୀଗଣନା

କୁଲଡ଼ିହା ଅଭୟାରଣ୍ୟରେ ପକ୍ଷୀଗଣନା

ସଜନାଗଡ଼, ୩।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରିସ୍ଥିତ କୁଲଡ଼ିହା ଅଭୟାରଣ୍ୟରେ ବୁଧବାର ବନବିଭାଗ ପକ୍ଷରୁ ପକ୍ଷୀଗଣନା ଆରମ୍ଭ ହୋଇଛି।

ରୁଟ ବଦଳାଇ ଗୋଚାଲାଣ

ରୁଟ ବଦଳାଇ ଗୋଚାଲାଣ

ବାରିପଦା ଅଫିସ/ବଡସାହି(ସ୍ବ.ପ୍ର.),୨।୧- ମୟୂରଭଞ୍ଜ ଜିଲା ବଡସାହି ଥାନା ଅଧୀନ ଭଣ୍ଡାରିକୁଳା ଗଁାର ତୋତ୍ତା ମାର୍ଣ୍ଡି ନାମକ ବ୍ୟକ୍ତିଙ୍କ ଗୁହାଳରୁ ସୋମବାର ରାତିରେ ଚୋରି ହୋଇଥିବା ୨ ବଳଦକୁ ବିଳମ୍ବିତ ରାତିରେ ବାରିପଦା ଟାଉନଥାନା ଅଧୀନ ମୁର୍ଗାବାଡି ଅଞ୍ଚଳରୁ ଉଦ୍ଧାର କରାଯାଇଛି। କେତେକ ଦୁର୍ବୃତ୍ତ ଗୋରୁ ଚୋରି କରି ପଶ୍ଚିମବଙ୍ଗରେ ବିକ୍ରି କରିବାକୁ ନେଉଥିବା ଖବର ପାଇ ତୋତ୍ତା ସେମାନଙ୍କ ପିଛା କରିଥିଲେ।

ଭଙ୍ଗା ଗଲା ନେଶାନଦୀ ପୋଲ: ଡାଇଭର୍ସନ ରାସ୍ତା ନ ହେଲେ ଆନ୍ଦୋଳନ

ଭଙ୍ଗା ଗଲା ନେଶାନଦୀ ପୋଲ: ଡାଇଭର୍ସନ ରାସ୍ତା ନ ହେଲେ ଆନ୍ଦୋଳନ

ବହଳଦା,୨।୧( ଡି.ଏନ.ଏ.)-ବହଳଦା ଓ ତିରିଂ ବ୍ଲକକୁ ସଂଯୋଗ କରୁଥିବା ନେଶା ନଦୀ ପୋଲ ତରବରିଆ ଭାବେ ଭଙ୍ଗାଯିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ବହୁ ଅସନ୍ତୋଷ ଦେଖାଦେଇଛି। ପୋଲ ଭଙ୍ଗାଯିବା ପୂର୍ବରୁ ଡାଇଭର୍ସନ ରୋଡ ନିର୍ମାଣ ହୋଇ ନ ଥିବାରୁ ୨ ଶହ ମିଟର ପରିବର୍ତ୍ତେ ଲୋକଙ୍କୁ ୩ କି.ମି. ବୁଲି ଆସିବାକୁ ପଡୁଛି। ଆଗକୁ ମୟୂରଭଞ୍ଜ ଜିଲାର ଗଣପର୍ବ ମକର ଥିବାରୁ ତିରିଂ ବ୍ଲକବାସୀ ବଜାରଘାଟ ପାଇଁ ବହଳଦା ଆସିବାକୁ ବହୁ ହଇରାଣ ହେଉଛନ୍ତି।

କିରାଣୀ ହତ୍ୟା ଘଟଣା: ୮ ଗିରଫ

କିରାଣୀ ହତ୍ୟା ଘଟଣା: ୮ ଗିରଫ

ଭଞ୍ଜକିଆ,୨।୯-ଡିସେମ୍ବର ୫ ତାରିଖ ରାତିରେ ରରୁଅଁା ଥାନା ଅଧୀନ ପତରପଚା ଗ୍ରାମର କିରାଣୀ ନାୟକଙ୍କୁ ହତ୍ୟା କରି ପୋଡି ଦେବା ଅଭିଯୋଗରେ ମଙ୍ଗଳବାର ପୋଲିସ ୮ଜଣଙ୍କୁ ସେମାନଙ୍କ ଘରୁ ଗିରଫ କରିଛି। କରଞ୍ଜିଆ ଏସଡିପିଓ କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ସମସ୍ତ ଅଭିଯୁକ୍ତ ପତରପଚା ଗ୍ରାମର। ସେମାନେ ହେଲେ

ବିଶ୍ୱ ଜଗନ୍ନାଥ ମହାଧିବେଶନ ଉଦ୍‌ଯାପିତ

ବିଶ୍ୱ ଜଗନ୍ନାଥ ମହାଧିବେଶନ ଉଦ୍‌ଯାପିତ

ବାଲେଶ୍ୱର ଅଫିସ,୨।୧-ବାଲେଶ୍ୱର ଆଇଟିଆଇ ପଡ଼ିଆରେ ଗତ ୨୫ତାରିଖଠାରୁ ଆରମ୍ଭ ହୋଇଥିବା ୩୬ତମ ବିଶ୍ୱ ଜଗନ୍ନାଥ ମହାଧିବେଶନ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଜଗନ୍ନାଥ ମହାପ୍ରଭୁଙ୍କର ୩୨ବେଶ ଓ ୫୬ ଭୋଗର ଅପୂର୍ବ ସମାହାର, ଅତିବିଷ୍ଣୁ ମହାଯଜ୍ଞ, ୧୦ଲକ୍ଷ ୫୧ହଜାର ପୂର୍ଣ୍ଣାହୁତି ସହିତ ୩୬ତମ ବିଶ୍ୱ ଜଗନ୍ନାଥ ଚେତନା ମହାଧିବେଶନ ଯଥାବିଧି ଅନୁଷ୍ଠିତ ହୋଇଥିଲା।

ଉତ୍ତରଓଡ଼ିଶା ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା: ଇମ୍‌ତିୟାଜ୍‌ ଖାଁ ମିଷ୍ଟର ବାଲେଶ୍ୱର

ଉତ୍ତରଓଡ଼ିଶା ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା: ଇମ୍‌ତିୟାଜ୍‌ ଖାଁ ମିଷ୍ଟର ବାଲେଶ୍ୱର

ବାଲେଶ୍ୱର ଅଫିସ, ୨।୧-ବାଲେଶ୍ୱରରେ ଉତ୍ତରଓଡ଼ିଶା ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଖାନ୍‌ କ୍ଲବ ପକ୍ଷରୁ କୋହିନୂର ପ୍ୟାଲେସ ପରିସରରେ ଅନୁଷ୍ଠିତ ହୋଇଛି। ପ୍ରତିଯୋଗିତାରେ ୩୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ୪ଟି ବର୍ଗରେ ଅଂଶଗ୍ରହଣ କରିଥିଲେ। ୫୦ରୁ ୬୦ କିଲୋଗ୍ରାମ୍‌ ଓଜନ, ୬୦ରୁ ୭୦ ଏବଂ ୭୦ କିଲୋଗ୍ରାମ୍‌ରୁ ଊର୍ଦ୍ଧ୍ୱ ଓଜନବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ରାସ୍ତାକଡ଼ରୁ ଉଦ୍ଧାର  ବୃଦ୍ଧାଙ୍କ ମୃତ୍ୟୁ

ରାସ୍ତାକଡ଼ରୁ ଉଦ୍ଧାର ବୃଦ୍ଧାଙ୍କ ମୃତ୍ୟୁ

ବାସୁଦେବପୁର,୨।୧(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ଡାକ୍ତରଖାନାରେ ମଙ୍ଗଳବାର ଜଣେ ଅଜଣା ବୃଦ୍ଧାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ତାଙ୍କର ପରିଚୟ ମିଳିପାରିନାହିଁ ।

ଅଙ୍ଗନଓ୍ବାଡି କେନ୍ଦ୍ର ବୁଲିଲେ ଶାସନ ସଚିବ: ଶିଶୁ ସୁରକ୍ଷା ଯୋଜନାର ସମୀକ୍ଷା କଲେ

ଅଙ୍ଗନଓ୍ବାଡି କେନ୍ଦ୍ର ବୁଲିଲେ ଶାସନ ସଚିବ: ଶିଶୁ ସୁରକ୍ଷା ଯୋଜନାର ସମୀକ୍ଷା କଲେ

ଭଦ୍ରକ ଅଫିସ,୨।୧- ମହିଳା ଓ ଶିଶୁ ବିକାଶ ବିଭାଗର ଶାସନ ସଚିବ ଚିତ୍ରାଅରୁ ମୁଗମ ମଙ୍ଗଳବାର ସକାଳେ ୩ ଦିନିଆ ଭଦ୍ରକ ଗସ୍ତରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସଚିବଙ୍କ ସମେତ ଜିଲାପାଳଙ୍କ ନେତୃତ୍ୱରେ ଉପଜିଲାପାଳ ଓ ବରିଷ୍ଠ ଅଧିକାରୀମାନେ ମଧ୍ୟାହ୍ନରେ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ପଞ୍ଚାୟତରେ ପହଞ୍ଚି ଅଙ୍ଗନୱାଡି କେନ୍ଦ୍ର ବୁଲି ଦେଖିଥିଲେ। କିଭଳି ଏହି ଯୋଜନା ମାଧ୍ୟମରେ ପିଲାମାନେ ଉପକୃତ ହେଉଛନ୍ତି, ଉପସ୍ଥାନ ହାର, କେନ୍ଦ୍ରର ପରିଷ୍କାର ପରିଚ୍ଛନ୍ନତା, ଶିଶୁ ଖାଦ୍ୟ ବଣ୍ଟନ ଓ ଗର୍ଭବତୀଙ୍କୁ ଛତୁଆ ବଣ୍ଟନ ସମ୍ପର୍କରେ ସଚିବ ନିଜେ ପଚାରି ବୁଝିଥିଲେ ।

ବଢି ଚାଲିଛି ବେଆଇନ ଗର୍ଭପାତ

ବଢି ଚାଲିଛି ବେଆଇନ ଗର୍ଭପାତ

ଭଦ୍ରକ ଅଫିସ,୨।୧-ଭଦ୍ରକ ପୌରାଞ୍ଚଳ ଅଧୀନ ରାଜଘାଟ ପୋଲ ତଳେ ସାଳନ୍ଦୀ ନଦୀରେ ଏକ ନବଜାତ ଶିଶୁର ମୃତଦେହ ଭାସୁଥିବା ମଙ୍ଗଳବାର ଦେଖିବାକୁ ମିଳିଥିଲା । ଏହି ଘଟଣା ପ୍ରଚାରିତ ହେବା ପରେ ପୋଲ ଉପରେ ଲୋକଙ୍କ ଭିଡ ଜମିିଥିଲା । ଏଥିଲାଗି ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ପ୍ରାୟ ଏକଘଣ୍ଟା କାଳ ପରିଶ୍ରମ କରି ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିଥିଲା।

‘ସ୍ବାଦରେ ନିଆରା ଝିଲ୍‌ସାଗର’

‘ସ୍ବାଦରେ ନିଆରା ଝିଲ୍‌ସାଗର’

ବାସୁଦେବପୁର,୨।୧(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ଜିଲାପି ପରି ଝିଲ୍‌ସାଗର ମିଠାର ଚାହିଦା ନିଆରା। ଏହାର ସ୍ବାଦ ମଧୁର। ଝିଲ୍‌ସାଗର କିଲୋ ପିଛା ୧୦୦ଟଙ୍କାରେ ବିକ୍ରି ହେଉଛି। ସ୍ଥାନୀୟ ଅଞ୍ଚଳର ଗ୍ରାହକଙ୍କ ସମେତ ବାହାରୁ ଆସୁଥିବା ଲୋକେ ଆଗ୍ରହର ସହ ଏହି ମିଠା କିଣି ନେଇଥାନ୍ତି।