ବାଲେଶ୍ୱର

ମୋ ସ୍କୁଲ ଅଭିଯାନରେ ସମୂହ ବୃକ୍ଷ ରୋପଣ

ମୋ ସ୍କୁଲ ଅଭିଯାନରେ ସମୂହ ବୃକ୍ଷ ରୋପଣ

ବାରିପଦା ଅଫିସ,୧୨।୮- ମୟୂରଭଞ୍ଜ ଜିଲା ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ସମସ୍ତ ପ୍ରାଥମିକ,ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ.ପ୍ରଜ୍ଞା ପରିମିତା ଜେନାଙ୍କ ଅଧ୍ୟକ୍ଷତାରେ ସମୂହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାରିପଦା ପୌରପାଳିକା ଓ ବ୍ଲକରେ ଅବସ୍ଥିତ ୧୩ଟି ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନରେ ଥିବା ୧୯୪ଟି ବିଦ୍ୟାଳୟ ଅଂଶଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ପରିଚାଳନା ସମିତି ସଭ୍ୟାସଭ୍ୟ, ଶିକ୍ଷକ ପ୍ରମୁଖ ଅଂଶ ଗ୍ରହଣ କରି ପ୍ରାୟ ୧୫ଶହ ବୃକ୍ଷରୋପଣ କରାଯାଇଛି।

ଛାତ୍ରୀ ଆତ୍ମସୁରକ୍ଷା ଯୋଜନା ସମୀକ୍ଷା ବୈଠକ

ଛାତ୍ରୀ ଆତ୍ମସୁରକ୍ଷା ଯୋଜନା ସମୀକ୍ଷା ବୈଠକ

ବାରିପଦା ଅଫିସ,୧୨।୮-ଓଡ଼ିଶା ସରକାରଙ୍କ ଯୁବ ନୀତି ୨୦୧୩ ଅନୁସାରେ ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ଜିଲାର ଯୁକ୍ତ ତିନି ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧିକାରୀଙ୍କ ଉପସ୍ଥିତିରେ ବାଳିକା ଆତ୍ମସୁରକ୍ଷା ଯୋଜନାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାର ୩୦ଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଆତ୍ମସୁରକ୍ଷା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀମାନେ ଯୋଗଦେଇଥିଲେ।

ସ୍କାଉଟ ଓ ଗାଇଡ ତାଲିମ ଶିବିର

ସ୍କାଉଟ ଓ ଗାଇଡ ତାଲିମ ଶିବିର

ବାରିପଦା ଅଫିସ,୧୨।୮- ମୟୂରଭଞ୍ଜ ଜିଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରିଙ୍କ ତତ୍ତ୍ୱାବଧାନରେ ବାରିପଦା ମୁର୍ଗାବାଡିସ୍ଥିତ ଜିଲା ଶିକ୍ଷା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲା ଶାରୀରିକ ଶିକ୍ଷା ପରିଦର୍ଶକ ତଥା ଜିଲା ସ୍କାଉଟ ଓ ଗାଇଡ ସମ୍ପାଦକ ଭାଗିରଥୀ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ସ୍କାଉଟ ଓ ଗାଇଡର ତୃତୀୟ ସୋପାନ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାର ୧୪୨ଜଣ ସ୍କାଉଟ ଓ ୧୨୫ଜଣ ଗାଇଡ ଅଂଶ ଗ୍ରହଣ କରିଥିଲେ।

ମୃତ୍ୟୁର ପଥ ବାଛିନେଲେ ଛାତ୍ରୀ

ମୃତ୍ୟୁର ପଥ ବାଛିନେଲେ ଛାତ୍ରୀ

ରାଇସୁଆଁ,୧୨।୮(ଡି.ଏନ.ଏ.): କେନ୍ଦୁଝର ଜିଲା ସଦର ଥାନା ଡିମିରିମୁଣ୍ଡା ଗ୍ରାମର ଜଣେ ନବମ ଶ୍ରେଣୀର ଛାତ୍ରୀ ଶନିବାର ବେକରେ ରଶି ଲଗାଇ ଆମତ୍ହତ୍ୟା କରିଛନ୍ତି। ମୃତ ଛାତ୍ରୀ ଜଣଙ୍କ ବିଦ୍ୟାଳୟକୁ ନ ଯିବାରୁ ପରିବାର ଲୋକେ ତାଗିଦ୍‌ କରିଥିଲେ। ଛାତ୍ରୀ ଜଣଙ୍କ ଶନିବାର ଗାଁର ଏକ ପୋଖରୀକୁ ଗାଧୋଇବାକୁ ଯାଉ ଘରକୁ ଫେରି ନ ଥିଲେ। ପରିବାର ଲୋକ ଛାତ୍ରୀଙ୍କୁ ଖୋଜି ପାଇ ନ ଥିଲେ।

ତିହିଡ଼ି ଯୁବମଞ୍ଚ ପକ୍ଷରୁ ମାଗଣା ସ୍ବାସ୍ଥ୍ୟସେବା ଶିବିର

ତିହିଡ଼ି ଯୁବମଞ୍ଚ ପକ୍ଷରୁ ମାଗଣା ସ୍ବାସ୍ଥ୍ୟସେବା ଶିବିର

ତିହିଡ଼ି,୧୨।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ଯୁବମଞ୍ଚ ପକ୍ଷରୁ ରବିବାର ପୂର୍ବାହ୍ନରେ ମାଗଣା ସ୍ବାସ୍ଥ୍ୟସେବା ଶିବିର ଉଦ୍‌ଘାଟିତ ହୋଇଛି। ତିହିଡ଼ି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଆଇଆଇସି ପ୍ରଭାଂଶୁ ଶେଖର ମିଶ୍ର ଯୋଗଦେଇ ଉଦ୍‌ଘାଟନ କରିଥିଲେ।

ଧରିତ୍ରୀ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା, ଭାଗନେଲେ ୩୬ ଛାତ୍ରୀଛାତ୍ର

ଧରିତ୍ରୀ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା, ଭାଗନେଲେ ୩୬ ଛାତ୍ରୀଛାତ୍ର

ବନ୍ତ,୧୨।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ବନ୍ତ ମହତାବ ୟୁପିଏମ୍‌ଇ ସ୍କୁଲ ପରିସରରେ ରବିବାର ୧୦ଟାରେ ଧରିତ୍ରୀ ପକ୍ଷରୁ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି।

ଠେଙ୍ଗାରେ ପିଟି ଯୁବକଙ୍କୁ ହତ୍ୟା ଅଭିଯୋଗ

ଠେଙ୍ଗାରେ ପିଟି ଯୁବକଙ୍କୁ ହତ୍ୟା ଅଭିଯୋଗ

ପାଟଣା,୧୨।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ଅଧୀନ ଅଙ୍ଗିକଳା ଗ୍ରାମର ଜଣେ ୩୫ ବର୍ଷୀୟ ଯୁବକଙ୍କୁ ଶନିବାର ବିଳମ୍ବିତ ରାତିରେ ଠେଙ୍ଗାରେ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ଚିତ୍ରାଙ୍କନ ପ୍ରତିଯୋଗିତା ଆରମ୍ଭ: ଭାଗନେଲେ ୩୩ ଛାତ୍ରୀଛାତ୍ର

ଚିତ୍ରାଙ୍କନ ପ୍ରତିଯୋଗିତା ଆରମ୍ଭ: ଭାଗନେଲେ ୩୩ ଛାତ୍ରୀଛାତ୍ର

ବନ୍ତ,୧୨।୮(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ା ଶିକ୍ଷା ସର୍କଲର ପୁରୁଷଣ୍ଢ ନୋଡାଲ ବିଦ୍ୟାଳୟରେ ରବିବାର ପୂର୍ବାହ୍ନ ସାଢ଼େ ୧୦ଟାରେ ଧରିତ୍ରୀ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି।

ନଦୀରୁ ମାଛ ଧରିବାକୁ ଯାଇ ଜୀବନ ହରାଇଲେ ଯୁବକ

ନଦୀରୁ ମାଛ ଧରିବାକୁ ଯାଇ ଜୀବନ ହରାଇଲେ ଯୁବକ

ବଡ଼ବିଲ,୧୨।୮(ସ୍ବ.ପ୍ର.): କାରୋ ନଦୀରୁ ରବିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବଲାଣିମଣି ବସ୍ତିର ଶଙ୍କର ମୁଣ୍ଡା(୨୮)। ସେ ମାଛ ଧରିବାକୁ ଯାଇ ପାଣିରେ ବୁଡିଯାଇଥିଲେ।

୪ ନକଲି ଜର୍ଦ୍ଦା ପ୍ରସ୍ତୁତକାରୀ ଗିରଫ

୪ ନକଲି ଜର୍ଦ୍ଦା ପ୍ରସ୍ତୁତକାରୀ ଗିରଫ

ଭଦ୍ରକ ଅଫିସ,୧୨।୮: ଭଦ୍ରକ ପୁରୁଣାବଜାର ପୋଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ନକଲି ଜର୍ଦ୍ଦା ପ୍ରସ୍ତୁତକାରୀ କମ୍ପାନୀ ଉପରେ ଚଢ଼ାଉ କରାଯାଇଛି। ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ୪ ନକଲି ଜର୍ଦ୍ଦା ପ୍ରସ୍ତୁତକାରୀଙ୍କୁ ଗିରଫ କରିବା ସହ ୩ଟି ପ୍ୟାକିଂ ମେଶିନ୍‌, ଜର୍ଦ୍ଦା ପ୍ରସ୍ତୁତିରେ ବ୍ୟବହାର କରାଯାଉଥିବା ବିଭିନ୍ନ ସୁଗନ୍ଧିତ ରାସାୟନିକ ଦ୍ରବ୍ୟ, ନକଲି ଲେବଲ, କଞ୍ଚାମାଲ, ଖାଲି ଡବା ଏବଂ ବହୁ ନାମିଦାମୀ କମ୍ପାନୀର ହଲୋଗ୍ରାମ ଜବତ କରିଛି।

ସଞ୍ଜ ହେଲେ ଜମେ ଗ୍ରାହକଙ୍କ ଭିଡ଼

ସଞ୍ଜ ହେଲେ ଜମେ ଗ୍ରାହକଙ୍କ ଭିଡ଼

କେନ୍ଦୁଝର, ୧୨।୮ (ନରେଶ ଚନ୍ଦ୍ର ପଟ୍ଟନାୟକ)- କେନ୍ଦୁଝର ସହର କଲେଜ ରୋଡରେ ଏକ ବରା ଓ ଆଳୁଚପ ଦୋକାନରେ ପ୍ରତି ସନ୍ଧ୍ୟାରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଥାଏ। ଦୋକାନରେ ମିଳୁଥିବା ତେଲଛଣା ଖାଦ୍ୟ ସାମଗ୍ରୀ ଓ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ଚଟନି ସମସ୍ତଙ୍କର ପ୍ରିୟ।

ବନ୍ଧୁକ ଦେଖାଇ ସୁନା ଚେନ୍‌ ଲୁଟ୍‌

ବନ୍ଧୁକ ଦେଖାଇ ସୁନା ଚେନ୍‌ ଲୁଟ୍‌

ଧାମନଗର/ଭଣ୍ଡାରିପୋଖରୀ,୧୨।୮(ଡି.ଏନ.ଏ)-ଭଦ୍ରକ ଜିଲା ଧାମନଗର ବଜାରରେ ଥିବା ମା’ କନକଦୁର୍ଗା ଜୁଏଲର୍ସ ମାଲିକଙ୍କୁ ବନ୍ଧୁକ ଦେଖାଇ ଲୁଟେରାମାନେ ସୁନା ଚେନ୍‌ ଲୁଟି ନେଇଛନ୍ତି।

ସ୍କୁଲ ଗାଡ଼ିରୁ ଶିକ୍ଷୟିତ୍ରୀଙ୍କୁ ଅପହରଣ

ସ୍କୁଲ ଗାଡ଼ିରୁ ଶିକ୍ଷୟିତ୍ରୀଙ୍କୁ ଅପହରଣ

ଭଦ୍ରକ ଅଫିସ,୧୨।୮-ଶନିବାର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଆନନ୍ଦବଜାର ନିକଟରେ ଏକ ଘରୋଇ ସ୍କୁଲର ଶିକ୍ଷୟିତ୍ରୀଙ୍କୁ ଅପହରଣ କରିନିଆଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

ଜମିଜମା  ଗଣ୍ଡଗୋଳ, ୨ ଗିରଫ

ଜମିଜମା ଗଣ୍ଡଗୋଳ, ୨ ଗିରଫ

କପ୍ତିପଦା,୧୨।୮(ଡି.ଏନ.ଏ)- କପ୍ତିପଦା ଥାନା ଅଧିନ ପରାସବଣୀ ଗ୍ରାମର ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଥିବା ଅଭିଯୋଗରେ ୨ ଜଣ ଗିରଫ ହୋଇଛନ୍ତି।

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର

ବହଳଦା,୧୨।୮(ସ୍ବ.ପ୍ର.)-ଜାମଦା ବ୍ଲକ ବହଳଦା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଉକ୍ତ ଅଞ୍ଚଳର ଜଣେ ନାବାଳକ ଅପହରଣ କରି ବଳାତ୍କାର କରିଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ପ୍ରଚାର ଅଭିଯୋଗ

ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ପ୍ରଚାର ଅଭିଯୋଗ

ବାରିପଦା ଅଫିସ,୧୨।୮- ମୟୂରଭଞ୍ଜ ସ୍ବତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି) ପକ୍ଷରୁ ବାରିପଦା କଲେଜ ପଡିଆ ପରିସରରେ ଶନିବାର ଜିଲାସ୍ତରୀୟ ଆଦିବାସୀ ପ୍ରତିନିଧି ସମ୍ମିଳନୀ ଏବଂ ସାଂସ୍କୃତିକ ସମାରୋହ-୨୦୧୮ ଅନୁଷ୍ଠିତ ହୋଇଯାଇଛି।

ଝାଡାବାନ୍ତିରେ ଜଣେ ମୃତ, ୭ ଆକ୍ରାନ୍ତ

ଝାଡାବାନ୍ତିରେ ଜଣେ ମୃତ, ୭ ଆକ୍ରାନ୍ତ

ଖୁଣ୍ଟା,୧୨।୮ (ଡି.ଏନ.ଏ)-ଖୁଣ୍ଟା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଦରିପାଳ ତେଲିସାହିରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଜଣେ ଯୁବକଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ଏଥିରେ ଆକ୍ରାନ୍ତ ଜଣେ ମହିଳା ଉଦଳା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାଯାଇଛି।

ରେଳ ଧାରଣାରୁ ମହିଳାଙ୍କ ମୃତଦେହ ଉଦ୍ଧାର

ରେଳ ଧାରଣାରୁ ମହିଳାଙ୍କ ମୃତଦେହ ଉଦ୍ଧାର

ବାହାନଗା,୧୨।୮(ଡି.ଏନ.ଏ.)-ଶନିବାର ମଧ୍ୟାହ୍ନରେ ବାହାନଗା ବ୍ଳକ ନୂଆପଡାସ୍ଥିତ ରେଳଧାରଣାରୁ ଜଣେ ମହିଳାଙ୍କ ମୃତଦେହ ବାଲେଶ୍ୱର ଜିଆରପିଏଫ୍‌ ପୋଲିସ ଉଦ୍ଧାର କରିଛି। ମହିଳା ଜଣକ ଚଳନ୍ତା ଟ୍ରେନରୁ ଡେଇଁ ପଡି ଆମତ୍ହତ୍ୟା କରିଥିବା ଅନୁମାନ କରାଯାଉଛି।

ମହିଳାଙ୍କୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ଅଟକ

ମହିଳାଙ୍କୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ଅଟକ

ଜଳେଶ୍ୱର,୧୨।୮(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲଶ ଜଳେଶ୍ୱର ଥାନା ରାଜପୁର ଅଞ୍ଚଳର ଜଣେ ବିଧବା ମହିଳାଙ୍କୁ ଜଣେ ବ୍ୟକ୍ତି ଗୁରୁବାର ବିଳମ୍ବିତ ରାତିରେ ବଳାତ୍କାର ଉଦ୍ୟମ କରିଥିବା ଥାନାରେ ଅଭିଯୋଗ ହୋଇଛି।

ବିଜ୍ଞାନ ମେଳାରେ ୪୯ ପ୍ରକଳ୍ପ ପ୍ରଦର୍ଶିତ

ବିଜ୍ଞାନ ମେଳାରେ ୪୯ ପ୍ରକଳ୍ପ ପ୍ରଦର୍ଶିତ

ରୂପ୍‌ସା,୧୨।୮(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ରମାକାନ୍ତ ବିହାରସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିରର ଛାତ୍ରୀଛାତ୍ରଙ୍କୁ ନେଇ ଶନିବାର ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ କୁନି ବୈଜ୍ଞାନିକମାନେ ନିଜ ପ୍ରତିଭାର କମାଲ ଦେଖାଇ ୪୯ଟି ପ୍ରକଳ୍ପ ପ୍ରଦର୍ଶିତ କରିଛନ୍ତି।

‘ଲୋକାଭିମୁଖୀ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଅ’

‘ଲୋକାଭିମୁଖୀ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଅ’

ବାରିପଦା ଅଫିସ,୧୧।୮- ମୟୂରଭଞ୍ଜ ଜିଲା ଭାଜପା ପକ୍ଷରୁ ଉଦଳା ରୋଡ ସ୍ଥିତ ଏକ ହୋଟେଲର ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ଲୋକସଭା କ୍ଷେତ୍ର ସ୍ତରୀୟ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି।

ବଢିଛି ଯକ୍ଷ୍ମା ରୋଗର ପ୍ରାଦୁର୍ଭାବ

ବଢିଛି ଯକ୍ଷ୍ମା ରୋଗର ପ୍ରାଦୁର୍ଭାବ

ରାଇସୁଆଁ,୧୧।୮(ଡି.ଏନ.ଏ.)- କେନ୍ଦୁଝର ସଦର ବ୍ଲକ ଅଞ୍ଚଳରେ ଯକ୍ଷ୍ମା ରୋଗର ପ୍ରାଦୁର୍ଭାବ ଲାଗିରହିଛି। ସଚେତନତା ଓ ଚିକତ୍ସାସେବା ଅଭାବ ଏ କ୍ଷେତ୍ରରେ ଅନ୍ତରାୟ ସାଜିଛି।

ପୋଲିସର ଦୁର୍ବ୍ୟବହାରରେ ରାସ୍ତା ଅବରୋଧ: କାଉନସିଲର ଗିରଫ

ପୋଲିସର ଦୁର୍ବ୍ୟବହାରରେ ରାସ୍ତା ଅବରୋଧ: କାଉନସିଲର ଗିରଫ

ଯୋଡ଼ା,୧୧।୮(ଡି.ଏନ.ଏ.)-ଯୋଡା ଅଞ୍ଚଳର ୯ନମ୍ବର ଓ୍ବାର୍ଡ କାଉନସିଲର ଅଶୋକ ନାଏକଙ୍କୁ ଶନିବାର ସକାଳ ୯ ଘଟିକା ସମୟରେ ସର୍ବସାଧାରଣ ରାସ୍ତା ଅବରୋଧ କରିଥିବା ଅଭିଯୋଗରେ ପୋଲିସ ଗିରଫ କରିଛି।

ସେପ୍ଟେମ୍ବର ୧୮ରୁ ସମୂହ ଛୁଟିରେ ଡିପ୍ଲୋମା ଇଞ୍ଜିନିୟର

ସେପ୍ଟେମ୍ବର ୧୮ରୁ ସମୂହ ଛୁଟିରେ ଡିପ୍ଲୋମା ଇଞ୍ଜିନିୟର

ଭଦ୍ରକ ଅଫିସ,୧୧।୮-ଦୀର୍ଘ ୫ ବର୍ଷ ଧରି ସରକାରଙ୍କ ନିକଟରେ ଦାବି କରିବା ସତ୍ତ୍ୱେ ଡିପ୍ଲୋମା ଇଞ୍ଜିନିୟରମାନଙ୍କୁ କ୍ୟାଡର ପୁନର୍ଗଠନର ନ୍ୟାୟ ମିଳୁନି। ସରକାର ଡିଗ୍ରୀ ଇଞ୍ଜିନିୟରଙ୍କୁ ଅହେତୁକ ଅନୁକମ୍ପା ଦେଖାଇଥିବା ବେଳେ ଡିପ୍ଲୋମା ଇଞ୍ଜିନିୟରଙ୍କୁ ଅଣଦେଖା କରୁଛନ୍ତି।