ବାଲେଶ୍ୱର

 ସାତକୋଶିଆ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ

ସାତକୋଶିଆ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ

ଠାକୁରମୁଣ୍ଡା,୧୭।୮(ଡି.ଏନ.ଏ)- ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ଶ୍ରୀ ଶ୍ରୀ ଦିଗେଶ୍ୱରୀ ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ୨୧ତମ ଫୁଟବଲ  ଟୁର୍ନାମେଣ୍ଟ ଉଦ୍‌ଯାପିତ  ହୋଇଯାଇଛି ।

‘ଆମ ପରିବାର ଓ ଆମ ପଞ୍ଚାୟତ’ ଲୋକାର୍ପିତ

‘ଆମ ପରିବାର ଓ ଆମ ପଞ୍ଚାୟତ’ ଲୋକାର୍ପିତ

ରୂପ୍‌ସା,୧୭।୮(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଥାନା ଅନ୍ତର୍ଗତ କସିପଦା ପଞ୍ଚାୟତ ହାଇସ୍କୁଲରେ ‘ଆମ ପରିବାର ଓ ଆମ ପଞ୍ଚାୟତ’ ପତ୍ରିକାର ତୃତୀୟ ସଂଖ୍ୟା ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। 

 ରାସ୍ତା ଜାମ୍‌କୁ ନେଇ ମାରପିଟ, ୨ ଗୁରୁତର

ରାସ୍ତା ଜାମ୍‌କୁ ନେଇ ମାରପିଟ, ୨ ଗୁରୁତର

ଯୋଡା,୧୭।୮(ଡି.ଏନ.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଖଣ୍ଡବନ୍ଧ ରାସ୍ତାରେ ଟ୍ରାଫିକ ଜାମ୍‌କୁ କେନ୍ଦ୍ରକରି ଡ୍ରାଇଭର ଓ ହେଲପରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ୨ ଜଣ ଆହତ ହୋଇଛନ୍ତି। ଗତ ସୋମବାର ରାତି ୮ଟାରେ ରାସ୍ତାରେ ଟ୍ରାଫିକ୍‌ ଜାମ ଥିବାରୁ ଡ୍ରାଇଭର ଇଚ୍ଛାକାନ୍ତ ମହାନ୍ତ ଓରଫ ମିଥୁନ, ଲଖନ ମୁଣ୍ଡାଙ୍କ ସହ ଡ୍ରାଇଭର ରାଜେଶ ଗୋପ, ସଞ୍ଜୟ ମୁଣ୍ଡା, ମଙ୍ଗଲ ଟୁଡୁ ଓ ତାଙ୍କ  କେତ ଜଣ ସହଯୋଗୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଡ୍ରାଇଭର ଇଚ୍ଛାକାନ୍ତ ଓ ଲଖନଙ୍କୁ ଘେରି ଯାଇ ମରଣାନ୍ତକ ଆକ୍ରମଣ କରାଯାଇଥିଲା।

ବିଦ୍ୟୁତ୍‌ ଆଘାତରେ ଜୀବନ ଗଲା

ବିଦ୍ୟୁତ୍‌ ଆଘାତରେ ଜୀବନ ଗଲା


ଚମ୍ପୁଆ, ୧୭।୮(ଡି.ଏନ.ଏ.): ଚମ୍ପୁଆ ବ୍ଲକ ସଡ଼ଙ୍ଗୀ ପଞ୍ଚାୟତ ଆଙ୍କୁଡି ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଆଙ୍କୁଡି ଗ୍ରାମର କୁମୁଦ ନାଏକଙ୍କ ସ୍ତ୍ରୀ ସୀମାରାଣୀ। ସକାଳୁ ରୋଷେଇ ଘରେ ଗ୍ରାଇଣ୍ଡର ବ୍ୟବହାର କରୁଥିବା ବେଳେ ବିଦ୍ୟୁତ ଆଘାତରେ ସେ ଅଚେତ ହୋଇ ତଳେ ପଡିଯାଇଥିଲେ। ଘର ଲୋକ ସୀମାରାଣୀଙ୍କୁ ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଚମ୍ପୁଆ ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ସୁଶାନ୍ତ ନାଏକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଖବର ପାଇ ବାରିଆ ଥାନା ଅଧିକାରୀ ସୁଶାନ୍ତମଣି ମାହାନ୍ତ ମୃତଦେହ ଜବତ କରିଥିଲେ।

ଛାତ୍ରୀଛାତ୍ରଙ୍କୁ ପାଠ୍ୟ ଉପକରଣ ବଣ୍ଟନ

ଛାତ୍ରୀଛାତ୍ରଙ୍କୁ ପାଠ୍ୟ ଉପକରଣ ବଣ୍ଟନ

କେନ୍ଦୁଝର, ୧୭।୮(ସ୍ବ.ପ୍ର.): ବାଂଶପାଳ ବ୍ଲକ ଶୁଆକାଟୀସ୍ଥିତ ଓଡ଼ିଶା ଖଣିନିଗମ ଦ୍ୱାରା ସ୍ବୀକୃତିପ୍ରାପ୍ତ ଖଣି ଉତ୍ତୋଳନକାରୀ ସଂସ୍ଥା କଳିଙ୍ଗ କମର୍ସିଆଲ କର୍ପୋରେସନ ଲିଃ ତରଫରୁ ୭୨ତମ ସ୍ବାଧୀନତା ଦିବସ ଅବସରରେ କୁମୁଣ୍ଡି, ତଳକଇଁସାରୀ, ଶୁଆକାଟୀ ପଞ୍ଚାୟତରେ ଥିବା ୯ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟକୁ ସବୁଦିନ ଯିବା ଏବଂ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ପାଇବା ଉଦ୍ଦେଶ୍ୟରେ ସ୍କୁଲ ବ୍ୟାଗ ଏବଂ ଜ୍ୟାମିତି ବାକ୍ସ ପ୍ରଦାନ କରାଯାଇଥିଲା।

ଚୋରି ଘଟଣାର ପର୍ଦ୍ଦାଫାଶ

ଚୋରି ଘଟଣାର ପର୍ଦ୍ଦାଫାଶ

ବଡ଼ବିଲ, ୧୭।୮(ସ୍ବ.ପ୍ର.): ବଡ଼ବିଲ ଥାନା ପୋଲିସ ୩ ପୃଥକ୍‌ ଚୋରି ମାମଲାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧୩ ମୋବାଇଲ, ୪ ବ୍ୟାଟେରି, ୩ ଏଲଇଡି ଟିଭି ସହ ଅନ୍ୟ ସାମଗ୍ରୀ ଜବତ ହୋଇଛି। ଗିରଫମାନେ ହେଲେ ବଡବିଲ ଗାଢା ହଟିଂ ଅଞ୍ଚଳରେ ରହୁଥିବା ମନୋଜ ରାଜପୁତ ଓରଫ ବଡକ୍ତି ଓ ସନ୍ଦୀପ କାଣ୍ଡୁଲନା ବୋଲି ଏକ ଖବରଦାତା  ବିଜ୍ଞପ୍ତିରେ ଏସଡିପିଓ (ସବଡିଭିଜନାଲ ପୋଲିସ ଅଫିସର) ରାହୁଲ ଜୈନ ସୂଚନା ଦେଇଛନ୍ତି।

ବିଜୁବାହିନୀ ପକ୍ଷରୁ ବୃକ୍ଷରୋପଣ

ବିଜୁବାହିନୀ ପକ୍ଷରୁ ବୃକ୍ଷରୋପଣ

 ଭଞ୍ଜକିଆ, ୧୭।୮-ମୟୂରଭଞ୍ଜ ଜିଲା ରରୁଆ ବ୍ଲକ ଅଧୀନ ତିଳକୁଟି  ଅଙ୍ଗନଓ୍ବାଡି କେନ୍ଦ୍ର ପରିସରରେ ବିଜୁ ବାହିନୀ ପକ୍ଷରୁ  ବୃକ୍ଷ ରୋପଣ କରାଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଶିରିଷ ଚନ୍ଦ୍ର ପାତ୍ର ଯୋଗଦେଇଥିଲେ ।

 ବିଦ୍ୟାଳୟରେ ନିଶା ନିବାରଣ କାର୍ଯ୍ୟକ୍ରମ:  ବିଦ୍ୟାର୍ଥୀ ସଚେତନ ହେଲେ ପରିବର୍ତ୍ତନ ସମ୍ଭବ

ବିଦ୍ୟାଳୟରେ ନିଶା ନିବାରଣ କାର୍ଯ୍ୟକ୍ରମ: ବିଦ୍ୟାର୍ଥୀ ସଚେତନ ହେଲେ ପରିବର୍ତ୍ତନ ସମ୍ଭବ

ସଜନାଗଡ଼,୧୭।୮(ଡି.ଏନ.ଏ.)-ରାଜ୍ୟ ସରକାରଙ୍କର ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରାୟୋଜିତ ସାମାଜିକ ସଙ୍ଗଠନ ଜ୍ଞାନଶ୍ରୀ ପକ୍ଷରୁ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ନୀଳଗିରିସ୍ଥିତ କେ.ସି  ହାଇସ୍କୁଲ ଏବଂ ରତ୍ନାକର ଟାଉନ ହାଇସ୍କୁଲ ପରିସରରେ ଆୟୋଜିତ ହୋଇଯାଇଛି । 
ରତ୍ନାକର ଟାଉନ ହାଇସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ସଙ୍ଗଠନ ସମ୍ପାଦକ ପ୍ରଶାନ୍ତ କୁମାର ପଟେଲଙ୍କ ସଭାପତିତ୍ୱ କରିଥିଲେ। ସଭାରେ ଜ୍ଞାନଶ୍ରୀ ଦ୍ୱାରା ପ୍ରସ୍ତୁତ ସଚେତନତାମୂଳକ ନିଶା ନିବାରଣ ଭିଡ଼ିଓ ନିଶାନ୍ତ ପ୍ରଦର୍ଶନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ମାଟିର ସାମଗ୍ରୀକୁ ବିଶ୍ୱସ୍ତରୀୟ ମାନ୍ୟତା ଦେବା ପାଇଁ  ଉଦ୍ୟମ

ମାଟିର ସାମଗ୍ରୀକୁ ବିଶ୍ୱସ୍ତରୀୟ ମାନ୍ୟତା ଦେବା ପାଇଁ ଉଦ୍ୟମ

ସଜନାଗଡ଼, ୧୭।୮(ଡି.ଏନ.ଏ.)-ବାଲେଶ୍ୱର ଜିଲାର ବହୁ ଅଞ୍ଚଳରେ ଏସ୍‌ଏଚ୍‌ଜି ସଂଘର ମହିଳାମାନେ ବିଭିନ୍ନ ପ୍ରକାର କାର୍ଯ୍ୟ ହାତକୁ ନେଉଛନ୍ତି। ସେହିପରି ଔପଦା ବ୍ଲକ ଈଶ୍ୱରପୁର ପଞ୍ଚାୟତ ଚିନ୍ତାମଣିପୁର ଗ୍ରାମରେ ଏସ୍‌ଏଚ୍‌ଜି ସଂଘର ମହିଳାମାନେ ମାଟି ସାମଗ୍ରୀରୁ ବିଭିନ୍ନ ପ୍ରକାର ଖେଳନା, ଚା’ ପିଇବା ପାଇଁ ଖୁରି, ଲୋକମାନଙ୍କ ଆବଶ୍ୟକ ହେଉଥିବା ବହୁ ସାମଗ୍ରୀ ତିଆରି କରୁଛନ୍ତି। ଏହି ସାମଗ୍ରୀଗୁଡ଼ିକୁ ବିଶ୍ୱସ୍ତରରେ ମାନ୍ୟତା ପାଇଲେ ଗାଁ ଗହଳିରେ ରହୁଥିବା ବହୁ ପରିବାର ଜୀବନଜୀବିକା ପାଇପାରିବେ। ମାତ୍ର ତାହାକୁ ବିଶ୍ୱସ୍ତରୀୟ ମାନ୍ୟତା ଦେବା ପାଇଁ ସେପରି କିଛି ଆଖିଦୃଶିଆ କାର୍ଯ୍ୟ ହେଉନାହଁ। ଯାହାକୁ ନେଇ ବହୁ ଏସ୍‌ଏଚ୍‌ଜି ସଂଘର ମହିଳାମାନେ ହତାଦାର ହେଉଥିବା ପରିଲକ୍ଷିତ ହେଉଛି।

ପରିଶ୍ରମ କେବେ ବ୍ୟର୍ଥ ଯାଏନି

ପରିଶ୍ରମ କେବେ ବ୍ୟର୍ଥ ଯାଏନି

ଖଇରା, ୧୭।୮(ଡି.ଏନ.ଏ.)-ଖଇରା କଲେଜର ୩୯ତମ ପ୍ରତିଷ୍ଠା ଓ ୬ଷ୍ଠ ବାର୍ଷିକ ଓଡିଆ ସାହିତ୍ୟ ସଂସଦ ସମ୍ବର୍ଦ୍ଧନା ଉତ୍ସବ ଗୁରୁବାର କଲେଜ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ  ଡ ଶୁଭ୍ରାଂଶୁ ଶେଖର ମହାପାତ୍ର ଏଥିରେ ପୌରୋହିତ୍ୟ କରିଥିଲେ। ଭଦ୍ରକ ଏମ୍‌ପି ଅର୍ଜୁନ ଚରଣ ସେଠୀ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟଅତିଥି, ରେଭେନ୍ସା ବିଶ୍ୱବିଦ୍ୟାଳୟର ଓଡିଆ ଅଧ୍ୟାପକ ଡ. ଜ୍ଞାନୀ ଦେବାଶିଷ ମିଶ୍ର ମୁଖ୍ୟବକ୍ତା, ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓଡିଆ ବିଭାଗ ମୁଖ୍ୟ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ପିଲାମାନେ ଲକ୍ଷ୍ୟ ପୂରଣ ପାଇଁ ପରିଶ୍ରମ କରିବା ଆବଶ୍ୟକ ।

ପାଉଁଶକୁଲିରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଲୋକାର୍ପଣ

ପାଉଁଶକୁଲିରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଲୋକାର୍ପଣ

ବସ୍ତା, ୧୭।୮(ସ୍ବ.ପ୍ର.)-ବସ୍ତା ବ୍ଲକର ପାଉଁଶକୁଲିଠାରେ ସ୍ବାଧୀନତା ଦିବସ ଅବସରରେ ନବନିର୍ମିତ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଉଦ୍‌ଘାଟନ କରିଥିଲେ। 

ସାରସ୍ବତ ସମାରୋହ ଆୟୋଜିତ

ସାରସ୍ବତ ସମାରୋହ ଆୟୋଜିତ

ବାରିପଦା ଅଫିସ,୧୭।୮- ମୟୂରଭଞ୍ଜ ଜିଲାର ସାହିତ୍ୟ ଅନୁଷ୍ଠାନ ‘ପ୍ରତିଶ୍ରୁତି’  ପକ୍ଷରୁ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସାରସ୍ବତ ସମାରୋହ ଓ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନର ସଭାପତି ଡ.ପାର୍ଥ ସାରଥୀ ଜେନାଙ୍କ ସଭାପତିତ୍ୱରେ  ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି ଏବଂ ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲାପାଳ ଡ.ଦୟାସିନ୍ଧୁ ପରିଡା, ସମ୍ମାନିତ ଅତିଥି ଭାବେ ଭାରତ ଶିକ୍ଷାରତ୍ନ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ଯୋଗଦେଇଥିଲେ।

 ଅଟଳଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଅଟଳଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ବାରିପଦା ଅଫିସ,୧୭।୮- ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ବାରିପଦା ନାସା ଫାଉଣ୍ଡେସନ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହାର ସଭାପତି ଡ.ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ  ଆୟୋଜିତ କାର୍ଯ୍ୟକ୍ରମରେ ବାରିପଦା ପୌରପରିଷଦ ଉପନଗରପାଳ ଜିତେନ୍ଦ୍ର ମହାନ୍ତି, ଗୋପବନ୍ଧୁ ସାହିତ୍ୟ ସଂସଦ ସମ୍ପାଦକ ଅମିତାଭ ମିଶ୍ର, ଅଧ୍ୟାପକ ଅଶୋକ କୁମାର ପୃଷ୍ଟି, ସାମଜିକ କର୍ମୀ ପୁରନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।  ଆଗାମୀ ଦିନରେ ବାଜପେୟୀଙ୍କ ଲିଖିତ ପୁସ୍ତକଗୁଡିକ ସଂଗ୍ରହ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମମାନଙ୍କରେ ଏନେଇ ଆଲୋଚନା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। 

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭା

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭା

ଉଦଳା, ୧୭।୮ (ଡି.ଏନ.ଏ.) - ଉଦଳା ସ୍ନେହା ତୁଳସୀ କଲ୍ୟାଣ ମଣ୍ଡପରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି  ।  ଉଦଳା ନାଗରିକ ସୁରକ୍ଷା ଓ ବିକାଶ ମଞ୍ଚ ଦ୍ୱାରା ଆୟୋଜିତ ଏହି ସ୍ମୃତି ସଭାରେ ଶିକ୍ଷାବିତ୍‌ ଦିଲ୍ଲୀପ କୁମାର ଦିକ୍ଷିତ ଅଧ୍ୟକ୍ଷତା କରିଥିଲେ  । କଲ୍ୟାଣ ମଣ୍ଡପ ପରିସରରେ ଉପସ୍ଥିତ ଶତାଧିକ ନେତୃବର୍ଗ ଯୋଗ ଦେଇ ବାଜପେୟୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ  ।  

ପୋଖରୀରେ ବୁଡ଼ିଗଲେ ଛାତ୍ର

ପୋଖରୀରେ ବୁଡ଼ିଗଲେ ଛାତ୍ର

ପଦ୍ମପୁର,୧୭।୮(ଡି.ଏନ.ଏ.)-ଭଦ୍ରକ ବ୍ଲକ ଅଧୀନ ସାବରଙ୍ଗ ପଞ୍ଚାୟତ ଆଟୋ ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଏହି ଗ୍ରାମର ନାରାୟଣ ଦଳେଇଙ୍କ ପୁଅ ସୌମ୍ୟ ଦଳେଇ(୧୨)। ସେ ସ୍ଥାନୀୟ ଲକ୍ଷ୍ମୀନାରାୟଣ ପବ୍ଲିକ ସ୍କୁଲର ୪ର୍ଥ ଶ୍ରେଣୀ ଛାତ୍ର ଥିଲେ। 

ସାପ କାମୁଡ଼ାରେ ବାଳକଙ୍କ ଜୀବନ ଗଲା

ସାପ କାମୁଡ଼ାରେ ବାଳକଙ୍କ ଜୀବନ ଗଲା

ଭଦ୍ରକ ଅଫିସ,୧୭।୮-ଭଦ୍ରକ ବେନ୍ତାଳ ଗ୍ରାମର ପରମାନନ୍ଦ କରଙ୍କ ପୁଅ ସତ୍ୟଜିତ୍‌ କର(୭) ଗୁରୁବାର ବିଳମ୍ବିତ ରାତିରେ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି। ସତ୍ୟଜିତ୍‌  ରାତିରେ ଶୋଇଥିବା ବେଳେ ତାଙ୍କୁ ସାପ କାମୁଡ଼ି ଦେଇଥିଲା।

ଗୋପବନ୍ଧୁ ଯୁବକ ସଂଘ ପକ୍ଷରୁ ଚାରାରୋପଣ

ଗୋପବନ୍ଧୁ ଯୁବକ ସଂଘ ପକ୍ଷରୁ ଚାରାରୋପଣ

ଭଣ୍ଡାରିପୋଖରୀ,୧୭।୮(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ମଣିନାଥପୁରସ୍ଥିତ ଗୋପବନ୍ଧୁ ଯୁବକ ସଂଘ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ବିଦାୟକାଳୀନ ସମ୍ବର୍ଦ୍ଧନା ସମାରୋହ

ବିଦାୟକାଳୀନ ସମ୍ବର୍ଦ୍ଧନା ସମାରୋହ

ଆରଡ଼ି,୧୭।୮(ଡି.ଏନ.ଏ.)-ଚାନ୍ଦବାଲି ବ୍ଲକ ପହଣା ପ୍ରାଇମେରୀ ସ୍କୁଲରେ ପହଣା ଆଞ୍ଚଳିକ ସାଧନକେନ୍ଦ୍ର ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ କୋଇଲଖା ପ୍ରାଇମେରୀ ସ୍କୁଲ ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ମହାନ୍ତି ଅଧ୍ୟକ୍ଷତା କରିଥିଲେ। 

କଲେଜରେ ଉନ୍ନୟନମୂଳକ କାର୍ଯ୍ୟ ପ୍ରତି ଗୁରୁତ୍ୱ

କଲେଜରେ ଉନ୍ନୟନମୂଳକ କାର୍ଯ୍ୟ ପ୍ରତି ଗୁରୁତ୍ୱ

ତିହିଡ଼ି,୧୭।୮(ଡି.ଏନ.ଏ.)-ତିହିଡ଼ି ବ୍ଲକ ପାଳିଆବିନ୍ଧା ପଞ୍ଚାୟତ ବିରଞ୍ଚତ୍ନାରାୟଣ ମାଧବ ଅର୍ଜୁନ(ବିଏନଏମଏ) କଲେଜ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ପ୍ରାଧ୍ୟାପକ କମଳାକାନ୍ତ ବିଶ୍ୱାଳ ଏଥିରେ ପୌରୋହିତ୍ୟ କରିଥିଲେ। 

କୋଳିମାଟି ଗ୍ରାମରୁ ଅଜଗର ଉଦ୍ଧାର

କୋଳିମାଟି ଗ୍ରାମରୁ ଅଜଗର ଉଦ୍ଧାର

କେନ୍ଦୁଝର,୧୭।୮(ସ୍ବ.ପ୍ର.): ଆନନ୍ଦପୁର ବ୍ଲକ କୋଳିମାଟି ଗ୍ରାମରେ ଗୁରୁବାର  ଏକ ଅଜଗରକୁ ଉଦ୍ଧାର କରାଯାଇଛି।

ମହିଳାଙ୍କ ଆତ୍ମହତ୍ୟା: ଧାମନଗର ପୋଲିସର ତଦନ୍ତ ଆରମ୍ଭ

ମହିଳାଙ୍କ ଆତ୍ମହତ୍ୟା: ଧାମନଗର ପୋଲିସର ତଦନ୍ତ ଆରମ୍ଭ

ଧାମନଗର,୧୭।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ସୋହଡା ପଞ୍ଚାୟତ ପିତେଇପୁର ଗ୍ରାମରେ ଜଣେ ମହିଳା ଗୁରୁବାର ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ହେଲେ ସନାତନ ସାହୁଙ୍କ ସ୍ତ୍ରୀ ଶଶୀରେଖା  ସାହୁ।

ଅଭଣାରେ ସ୍ବାମୀ ଅରବିନ୍ଦଙ୍କ ଜୟନ୍ତୀ, ବିଜ୍ଞାନମେଳା

ଅଭଣାରେ ସ୍ବାମୀ ଅରବିନ୍ଦଙ୍କ ଜୟନ୍ତୀ, ବିଜ୍ଞାନମେଳା

ବାହାନଗା,୧୭।୮(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ ଅଭଣା ଗ୍ରାମରେ ଥିବା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରରେ ସ୍ବାମୀ ଅରବିନ୍ଦଙ୍କ ଜୟନ୍ତୀ ପାଳନ କରାଯିବା ସହ ଶିକ୍ଷାକେନ୍ଦ୍ରରେ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ବିଜ୍ଞାନମେଳା ଅନୁଷ୍ଠିତ ହୋଇଛି। 

ବାଜପେୟୀଙ୍କ ବିୟୋଗରେ କ୍ୟାଣ୍ଡେଲ ଶୋଭାଯାତ୍ରା

ବାଜପେୟୀଙ୍କ ବିୟୋଗରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଆନନ୍ଦପୁର,୧୭।୮(ସ୍ବ.ପ୍ର.): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।

ବାଜପେୟୀଙ୍କ ବିୟୋଗରେ ନୀଳଗିରି ଭାଜପା, ବିଜେଡି ପକ୍ଷରୁ ଶୋକସଭା

ବାଜପେୟୀଙ୍କ ବିୟୋଗରେ ନୀଳଗିରି ଭାଜପା, ବିଜେଡି ପକ୍ଷରୁ ଶୋକସଭା

ସଜନାଗଡ଼,୧୭।୮(ଡି.ଏନ୍‌.ଏ.): ଭାରତବର୍ଷର ଲୋକପ୍ରିୟ ଜନନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ପରେ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ବିଭିନ୍ନ ସ୍ଥାନରେ ଶେକସଭାର ଆୟୋଜନ କରାଯାଇଛି। ଏହି କ୍ରମରେ ନୀଳଗିରିରେ ଭାଜପା ଓ ବିଜେଡି ପକ୍ଷରୁ ବାଜପେୟୀଙ୍କ ଉଦ୍ଦେଶ୍ୟରେ ଶୋକସଭାର ଆୟୋଜନ କରାଯାଇଥିଲା।