ବାଲେଶ୍ୱର

ବିଭିନ୍ନ ଦାବିନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବିଭିନ୍ନ ଦାବିନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କେନ୍ଦୁଝର, ୧୬।୧୧(ସ୍ବ.ପ୍ର.):  ବିଭିନ୍ନ ଦାବିନେଇ ଅଖିଳ ଭାରତୀୟ କ୍ରାନ୍ତିକାରୀ ଆଦିବାସୀ ମହାସଭା ପକ୍ଷରୁ ଶୁକ୍ରବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଟ୍ରାକ୍ଟରରୁ ଖସି ମହିଳାଙ୍କ ମୃତ୍ୟୁ

ଟ୍ରାକ୍ଟରରୁ ଖସି ମହିଳାଙ୍କ ମୃତ୍ୟୁ

କେନ୍ଦୁଝର,୧୬।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ମୁରୁସୁଆଁ ଘସରା ନିକଟରେ ଗୁରୁବାର ଅପରାହ୍ନରେ ଟ୍ରାକ୍ଟରରୁ ଖସି ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ନିଆଁରେ ପୋଡ଼ି ହୋଇ ମହିଳା ମୃତ

ନିଆଁରେ ପୋଡ଼ି ହୋଇ ମହିଳା ମୃତ

ପଦ୍ମପୁର,୧୬।୧୧(ଡି.ଏନ୍‌.ଏ.): ଭଦ୍ରକ ବ୍ଲକ ଅଧିନ ବ୍ରହ୍ମପୁର ପଞ୍ଚାୟତ ପଦ୍ମପୁର ଗ୍ରାମରେ ଗୁରୁବାର ରାତିରେ  ନିଆଁରେ ପୋଡ଼ି ହେବା ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅଳକା ଓଝା।

ଭିଜିଲାନ୍ସ ଜାଲରେ ରଙ୍ଗମାଟିଆ ଡାକ୍ତରଖାନା ଫାର୍ମାସିିଷ୍ଟ ସଞ୍ଜୀବ କୁମାର ପତି

ଭିଜିଲାନ୍ସ ଜାଲରେ ରଙ୍ଗମାଟିଆ ଡାକ୍ତରଖାନା ଫାର୍ମାସିିଷ୍ଟ ସଞ୍ଜୀବ କୁମାର ପତି

କଟକ ଅଫିସ /ବାରିପଦା ଅଫିସ, ୧୬।୧୧: ବାରିପଦା ସହର ତୁଳସୀଚଉରା ନିବାସୀ ସଞ୍ଜୀବ ପତିଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସଞ୍ଜୀବ ମୟୂରଭଞ୍ଜ ଜିଲା ରଙ୍ଗମାଟିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟ କରନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସଞ୍ଜୀବଙ୍କ ଘର ଓ ଅଫିସ ସମେତ ମୋଟ ୩ଟି ସ୍ଥାନରେ ଏହି ଚଢ଼ାଉ ଜାରି ରହିଥିବା ଜଣାପଡ଼ିଛି।

ମା’ ପାଇଁ କାନ୍ଦୁଛି ପୁଅ

ମା’ ପାଇଁ କାନ୍ଦୁଛି ପୁଅ

ହାଟଡ଼ିହୀ, ୧୬।୧୧(ଡି.ଏନ.ଏ.): ମା’ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତାଙ୍କ ଚିକିତ୍ସା ଲାଗି ପାଖରେ ଅର୍ଥର ଅଭାବ ରହିଛି। ଦାରିଦ୍ର୍ୟତା ମଧ୍ୟରେ ପରିବାର ଚଳୁଥିବାରୁ ମା’ଙ୍କୁ ଭଲ କରିବା ପାଇଁ ଅସହାୟ ପ୍ରକାଶ କରୁଛି।

ଗୁଳି ଚଳାଇ ଚମ୍ପଟ ମାରିଥିବା ୩ ଡକାୟତଙ୍କ ପତ୍ତା ମିଳିନି

ବାସୁଦେବପୁର,୧୬।୧୧(ଡି.ଏନ.ଏ.)- ଭଦ୍ରକ ଜିଲାର ବାସୁଦେବପୁର ଅଞ୍ଚଳରେ ଘରଭଡ଼ା ନେଇ ଆଡ୍ଡା ଜମାଇଥିବା ଡକାୟତ ଦଳର ୨ ଜଣ ଧରାପଡ଼ିଥିବା ବେଳେ ଅନ୍ୟ ୩ ଜଣ ଚମ୍ପଟ ମାରିଛନ୍ତି। 

ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ

ଭଦ୍ରକ ଅଫିସ,୧୬ା୧୧- ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ  ପୁଣି ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ। ଭୁଲ ଔଷଧ ଦିଆଯିବା  ସହ ଉପଯୁକ୍ତ ଚିକିତ୍ସା କରା ନ ଯିବାରୁ  ଜଣେ ଗର୍ଭବତୀଙ୍କ ମୃତ୍ୟୁ ଘଟିଥିବାର ପରିବାର ଲୋକେ ଗୁରୁବାର ସିଡିଏମଓଙ୍କ ସମେତ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଡାକ୍ତରଖାନା ପକ୍ଷରୁ ଏହି ଅଭିଯୋଗର ତଦନ୍ତ କରାଯାଉଥିବା ସିଡିଏମଓ ଡା. ମହମ୍ମଦ ଅବଦୁଲ ରସିଦ କହିଛନ୍ତି। 

ସରିଲା କାଳୀପୂଜା, ଆଜି ଭସାଣି

ସରିଲା କାଳୀପୂଜା, ଆଜି ଭସାଣି

ଭଦ୍ରକ ଅଫିସ, ୧୬।୧୧-ଗୁରୁବାର ଥିଲା ଭଦ୍ରକ କାଳୀପୂଜାର ଶେଷଦିନ। ଶୁକ୍ରବାର ସକାଳେ ମା’ କାଳୀ ନେବେ ମେଲାଣି। ପାରମ୍ପାରିକ ବାଦ୍ୟ ଓ ସାଂସ୍କୃତିକ ଶୋଭାଯାତ୍ରା ମଧ୍ୟରେ ମା’ କାଳୀଙ୍କୁ ବିଦାୟ ଦେବା ଲାଗି ପୂଜା ମଣ୍ଡପ କର୍ମକର୍ତ୍ତା ତତ୍ପର ହୋଇଉଠିଛନ୍ତି। 

ହାର୍‌ ମାନିନାହାନ୍ତି ପଞ୍ଚାନନ

ହାର୍‌ ମାନିନାହାନ୍ତି ପଞ୍ଚାନନ

ବନ୍ତ, ୧୬।୧୧(ସ୍ବ.ପ୍ର.)- ଗାଁ କୁ ଗାଁ ବୁଲି ମାଛ ବିକିବା ତାଙ୍କ ପେସା। ଦି’ ପଇସା ରୋଜଗାର କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ପରିବାରକୁ ସାହା ହୋଇପାରିଛନ୍ତି ଦିବ୍ୟାଙ୍ଗ ପଞ୍ଚାନନ ଜେନା(୫୯)।  ନିଜର ଚଳିତ ଶକ୍ତି ନ ଥିବାରୁ ଏକ ଟ୍ରାଇସାଇକେଲ ମାଛ ବେପାର ଲାଗି ସହାୟକ ହେଉଛି। ଅନ୍ୟ ଉପରେ ବୋଝ ନ ହୋଇ ନିଜ ପାଇଁ ରୋଜଗାର ବାଟ ଫିଟାଇଥିବା ପଞ୍ଚାନନ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। 

ହାତୀ ମୃତ୍ୟୁ ନେଇ କାର୍ଯ୍ୟାନୁଷ୍ଠାନ: ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ

ହାତୀ ମୃତ୍ୟୁ ନେଇ କାର୍ଯ୍ୟାନୁଷ୍ଠାନ: ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ

ବାରିପଦା ଅଫିସ,୧୬।୧୧- ବାରିପଦା ବନଖଣ୍ଡ ଦେଉଳି ବନାଞ୍ଚଳ ଅନ୍ତର୍ଗତ ସୁନାପୋଷି ନିକଟରେ ଓହଳି ପଡିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ  ଆସି ଏକ ଦନ୍ତା ହାତୀର ମୃତ୍ୟୁ  ହେବା ଘଟଣା ନେଇ  ବନ ବିଭାଗ ତଦନ୍ତ ଜାରି ରଖିଛି। 

ଫ୍ଲୋରାଇଡ଼ ଖେଳାଉଛି ଆତଙ୍କ

ଫ୍ଲୋରାଇଡ଼ ଖେଳାଉଛି ଆତଙ୍କ

ରେମୁଣା, ୧୬ା୧୧(ଡି.ଏନ.ଏ.)-ସମଗ୍ର ରେମୁଣା ବ୍ଲକର ଭୂତଳ ଜଳରେ ଏବେ ଫ୍ଲୋରାଇଡ଼ ଆତଙ୍କ। ଶୁଦ୍ଧ ପାନୀୟ ଜଳ ପରିବର୍ତ୍ତେ ବାହାରୁଛି ମାରାମତ୍କ ଫ୍ଲୋରାଇଡ଼। ଫଳରେ ଜଳ ଜହର ପାଲଟିଛି। 

ସାର ଦୋକାନରୁ ୭ଲକ୍ଷ ଲୁଟ୍‌

ରୂପ୍‌ସା,୧୬।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ପରିକ୍ଷୀ ଫାଣ୍ଡି ଅନ୍ତର୍ଗତ ପରିକ୍ଷୀ ବଜାରର ଏକ ସାର ଦୋକାନରୁ ବୁଧବାର ରାତିରେ ଦୁର୍ବୃତ୍ତମାନେ ୭ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। 

ଦେଢ଼ମାସ ହେଲା ବିଦ୍ୟାଳୟ ବନ୍ଦ: ଥାନାଧିକାରୀଙ୍କୁ ଜଣାଇଲେ ଅଭିଭାବକ

ଦେଢ଼ମାସ ହେଲା ବିଦ୍ୟାଳୟ ବନ୍ଦ: ଥାନାଧିକାରୀଙ୍କୁ ଜଣାଇଲେ ଅଭିଭାବକ

ଖଇରା, ୧୬।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଡ଼ପୋଖରୀସ୍ଥିତ ପ୍ରକୃତି ବିଦ୍ୟାମନ୍ଦିର ନାମକ ଘରୋଇ ଅନୁଷ୍ଠାନର ଜଣେ ଛାତ୍ରଙ୍କ ମୃତ୍ୟୁ ପରେ ଗତ ଦେଢ଼ମାସ ହେଲା ବିଦ୍ୟାଳୟ ବନ୍ଦ ରହିଛି। 

ଡାକ୍ତରଖାନା ପଛପଟେ ପଡିଛି ସରକାରୀ ଔଷଧ

ଡାକ୍ତରଖାନା ପଛପଟେ ପଡିଛି ସରକାରୀ ଔଷଧ

ବସ୍ତା, ୧୬।୧୧(ସ୍ବ.ପ୍ର.)-ସାଧାରଣ ଜନତାଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଔଷଧ ରୋଗୀଙ୍କୁ ଦିଆ ନ ଯାଇ ଫୋପାଡି ଦିଆଯାଉଥିବା ନଜରକୁ ଆସିବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।  

ଆନ୍ତଃ ମହାବିଦ୍ୟାଳୟସ୍ତରୀୟ ବାର୍ଷିକ କ୍ରୀଡ଼ା: ଭଦ୍ରକର ରାଜେଶ୍ୱରୀ ଚାମ୍ପିୟନ

ଆନ୍ତଃ ମହାବିଦ୍ୟାଳୟସ୍ତରୀୟ ବାର୍ଷିକ କ୍ରୀଡ଼ା: ଭଦ୍ରକର ରାଜେଶ୍ୱରୀ ଚାମ୍ପିୟନ

ଭଦ୍ରକ ଅଫିସ, ୧୫।୧୧ -ଫକୀରମୋହନ ବିଶ୍ୱବିଦ୍ୟାଳୟ ଅଧୀନରେ ଅନୁଷ୍ଠିତ ଆନ୍ତଃ ମହାବିଦ୍ୟାଳୟସ୍ତରୀୟ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ଭଦ୍ରକ ଚରମ୍ପା ମହାବିଦ୍ୟାଳୟର ଯୁକ୍ତ ୩ କଳାର ଦ୍ୱିତୀୟବର୍ଷ ଛାତ୍ରୀ ରାଜେଶ୍ୱରୀ ଦାଶ ଚାମ୍ପିୟନ ହୋଇ ଗୋଲ୍ଡ ମେଡାଲ ହାସଲ କରିଛନ୍ତି। 

ତାଣ୍ଡବ ରଚିଲେ ଝାଡଖଣ୍ଡ ହାତୀ

ତାଣ୍ଡବ ରଚିଲେ ଝାଡଖଣ୍ଡ ହାତୀ

ସଜନାଗଡ଼,୧୫।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳକୁ ବୁଧବାର ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ୪୪ରୁ ଊର୍ଦ୍ଧ୍ୱ ହାତୀ ପ୍ରବେଶ କରିଥିଲେ। ଗୁରୁବାର ଭୋର୍‌ ସମୟରେ ମୟୂରଭଞ୍ଜରେ ରହିଯାଇଥିବା ଅନ୍ୟ ଏକ ଦଳର ୧୪ରୁ ଊଦ୍ଧ୍ୱର୍ର୍ ହାତୀ ଆସି ଗୋପାଳପୁର ଜଙ୍ଗଲରେ ପ୍ରବେଶ କରିଛନ୍ତି। 

ଅବକାରୀ ଟିମ୍‌ ଉପରେ ଆକ୍ରମଣ ମାମଲା:୨ ଅଭିଯୁକ୍ତ ଗିରଫ

ଅବକାରୀ ଟିମ୍‌ ଉପରେ ଆକ୍ରମଣ ମାମଲା:୨ ଅଭିଯୁକ୍ତ ଗିରଫ

ରୂପ୍‌ସା,୧୫।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ମିରିଗିମୁଣ୍ଡି ଗ୍ରାମ ନିକଟରେ ଅବକାରୀ କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ବୁଧବାର ରାତିରେ ଚଢ଼ାଉ କରି ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ହେଲେ ଆଘିରିଆ ଗ୍ରାମର ଚନ୍ଦନ କୁମାର ଗିରି ଓ ସୁଶାନ୍ତ କୁମାର ବେହେରା। ଗିରଫ ଦ୍ୱୟଙ୍କୁ ଗୁରୁବାର କୋର୍ଟଚାଲାଣ କରାଯାଇଛି। 

ଜାଗା ମିଶନରେ ୪୧୫ ହିତାଧିକାରୀଙ୍କୁ ଘରଡ଼ିହ ପଟ୍ଟା

ଜାଗା ମିଶନରେ ୪୧୫ ହିତାଧିକାରୀଙ୍କୁ ଘରଡ଼ିହ ପଟ୍ଟା

ବାଲେଶ୍ୱର ଅଫିସ, ୧୫।୧୧-ଜାଗା ମିଶନ ଅଧୀନରେ ରାଜ୍ୟର ୮ଟି ଜିଲାର ପ୍ରାୟ ୧୦ହଜାର ବସ୍ତିବାସିନ୍ଦାଙ୍କୁ ଘରଡ଼ିହ ପଟ୍ଟା ବଣ୍ଟନ ଗୁରୁବାର ପୁରୀଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି। ଅନୁରୂପ ଭାବେ ବାଲେଶ୍ୱର ପୌରାଞ୍ଚଳରେ ମୋଟ ୪୧ ବସ୍ତିରେ ୩୦୩୫ ପରିବାରକୁ ଏହି ଯୋଜନାରେ ସାମିଲ କରାଯାଇଛି।

ରୋଜଗାରିଆ ପୁଅ ରୋଗଶଯ୍ୟାରେ : ଗରିବ ମା’ ବାପାଙ୍କ ଆଖିରୁ ହଜିଛି ନିଦ

ରୋଜଗାରିଆ ପୁଅ ରୋଗଶଯ୍ୟାରେ : ଗରିବ ମା’ ବାପାଙ୍କ ଆଖିରୁ ହଜିଛି ନିଦ

ସିମୁଳିଆ, ୧୫।୧୧(ଡି.ଏନ.ଏ.)-ରୋଜଗାରକ୍ଷମ ପୁଅ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇପଡିବା ପରେ ଗରିବ ତଥା ବୃଦ୍ଧ ମା’ ବାପାଙ୍କ ଆଖିରୁ ନିଦ ହଜିଛି। ପୁଅକୁ ଚିକିତ୍ସା କରି ରୋଗମୁକ୍ତ କରିବାକୁ ସେମାନେ ଦୀର୍ଘଦିନ ସଂଘର୍ଷ କରି ହତାଶ ହୋଇପଡିଛନ୍ତି।  ବିଜୁ ସ୍ବାସ୍ଥ୍ୟ କାର୍ଡ଼ରୁ କିଛି ମାତ୍ରାରେ ସୁବିଧା ପାଇଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି।  ଅଦ୍ୟାବଧି ଚିକିତ୍ସା ଖର୍ଚ୍ଚ ତୁଲାଇବା ପାଇଁ ସେମାନେ ୫ଲକ୍ଷରୁ ଅଧିକ ଟଙ୍କାର  କରଜରେ ବୁଡିଗଲେଣି। 

ସ୍ବାଧୀନତା ସଂଗ୍ରାମୀ ବିର୍ଷା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ

ସ୍ବାଧୀନତା ସଂଗ୍ରାମୀ ବିର୍ଷା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ

ତେଲକୋଇ, ୧୫।୧୧(ଡି.ଏନ.ଏ.): ତେଲକୋଇ ବ୍ଲକ ମୁଖ୍ୟାଳୟରେ ଗୁରୁବାର ସ୍ବାଧୀନତା ସଂଗ୍ରାମୀ ବିର ବିର୍ଷା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ ହୋଇଯାଇଛି। ବିର୍ଷା ମୁଣ୍ଡା କ୍ଲବ ବାଲିସାହି ଦ୍ୱାରା ତହସିଲ ଅଫିସଠାରୁ ଏକ ଶୋଭାଯାତ୍ରା ହୋଇଥିଲା। ଆଦିବାସୀଙ୍କ ବିଭିନ୍ନ ନୃତ୍ୟରେ ଅତିଥିଙ୍କୁ ସ୍ବାଗତ କରାଯାଇଥିଲା। ଅତିଥିଙ୍କ ମଧ୍ୟରେ ତହସିଲଦାର ଅଶନୀ କୁମାର ନାୟକ, ବିଡିଓ ଦିଲ୍ଲିପ କୁମାର ବାରା, ଥାନା ଅଧିକାରୀ ଦେବେନ୍ଦ୍ର ନାଥ ପିଙ୍ଗୁଆ, ବ୍ଲକ ଅଧ୍ୟକ୍ଷ ମମତା ଦେହୁରି ପ୍ରମୁଖ ଯୋଗ ଦେଇଥିଲେ। 

ନାବାଳିକାଙ୍କୁ ଅସଦାଚରଣ

ନାବାଳିକାଙ୍କୁ ଅସଦାଚରଣ


ପାଟଣା, ୧୫।୧୧(ସ୍ବ.ପ୍ର.): ପାଟଣା ବ୍ଲକ ଚେମେଣା ପଞ୍ଚାୟତ ଅଞ୍ଚଳର ଜଣେ  ନାବାଳିକାଙ୍କୁ ଜଣେ ଯୁବକ ଗତ ୭ ତାରିଖରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ମଙ୍ଗଳବାର ତୁରୁମୁଙ୍ଗା  ଥାନାରେ ନାବାଳିକାଙ୍କ ମା’ ଏବଂ ଅଜା ଅଭିଯୋଗ କରିଛନ୍ତି। ଘଟଣା ଦିନ ସନ୍ଧ୍ୟାରେ ଗାଁ ପାଖ ନାଳକୁ ନାବାଳିକା ଜଣଙ୍କ ଶୌଚ ହେବାକୁ ଯାଇଥିଲେ। ସେହି ସମୟରେ ଅଜୟ ନାଏକ ନାମକ ଜଣେ ଯୁବକ ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ତୁରୁମୁଙ୍ଗା ଥାନାରେ ଏକ ମାମଲା (ନଂ.୧୧୭/୧୮) ରୁଜୁ ହୋଇଥିବା ଏସଆଇ ସୁଶିଳା ବର୍ଲା କହିଛନ୍ତି।

୩ ବଖରା ଜଳିଗଲା

୩ ବଖରା ଜଳିଗଲା

ଆରଡ଼ି, ୧୫।୧୧ (ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଓ ଧୂଷୁରୀ ଥାନା ଅନ୍ତର୍ଗତ ସୁନ୍ଦରପୁର ଗଁାରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟି ଦିଲୀପ ନାୟକଙ୍କ ୩ ବଖରା ଘର ଜଳିଯାଇଛି। 

ସୁଲୋଚନା ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା

ସୁଲୋଚନା ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା

ଚାନ୍ଦବାଲି, ୧୫।୧୧ (ଡି.ଏନ.ଏ.)-ପୂର୍ବତନ ଜିଲା ପରିଷଦ ସଭ୍ୟା ତଥା ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମହିଳା କଂଗ୍ରେସ ସଭାନେତ୍ରୀ ସୁଲୋଚନା ନାୟକଙ୍କୁ ରାଜ୍ୟ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ଭାବେ ମନୋନୀତ କରାଯାଇଛି।

‘ସ୍ବତଃପ୍ରବୃତ୍ତ ଆବେଗ ହିଁ ସଙ୍ଗୀତ’

‘ସ୍ବତଃପ୍ରବୃତ୍ତ ଆବେଗ ହିଁ ସଙ୍ଗୀତ’

ଆରଡି, ୧୫।୧୧ (ଡି.ଏନ.ଏ.)-ଯୁଗେ ଯୁଗେ ସଂଗୀତର ଆଦର ରହିଛି। ମନର ସ୍ବତଃପ୍ରବୃତ୍ତ ଆବେଗ ହିଁ ସଙ୍ଗୀତ। ଏହି କଳା ପ୍ରତିଭାର ବିକାଶ ଲାଗି  ରାମଚନ୍ଦ୍ର ସଙ୍ଗୀତ ପରିଷଦର ବାର୍ଷିକ ଏକ ବଳିଷ୍ଠ ମଞ୍ଚ ଯୋଗାଇ ପାରିଛି ବୋଲି ବାର୍ଷିକ ଉତ୍ସବରେ ବକ୍ତା ଓ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ପାଳସାହି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୁଧବାର ପରିଷଦର ବାର୍ଷିକ ଉତ୍ସବ ସନ୍ଧ୍ୟାରେ ଅବସରପ୍ରାପ୍ତ ଶିକ୍ଷକ ରଘୁନାଥ ରାଉତ ଅଧ୍ୟକ୍ଷତା କରିଥିଲେ।